Author: Samikhsya Bureau

ଭୁବନେଶ୍ୱର: ଏକଦା ଓଡ଼ିଆ ଘରେ ଝୋଟିର ପ୍ରଚଳନ ଅଧିକ ଲୋକପ୍ରିୟ ଥିଲା । ପର୍ବପର୍ବାଣିରେ ଝୋଟି ଆଙ୍କିବା ପବିତ୍ର ବୋଲି ମନେ କରାଯାଉଥିଲା । କ୍ରମେ ଆଧୁନିକତାର ଦୌଡ଼ରେ ଏହି ଅନନ୍ୟ ପରମ୍ପରା ତା’ର ସତ୍ତା ହରାଇ ବସିଥିବାବେଳେ ପୁଣିଥରେ ଏହି କଳାକୁ ଉଜ୍ଜୀବିତ କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଉପାନ୍ତ କୋରାପୁଟ ଜିଲ୍ଲାରେ ପ୍ରୟାସ ଆରମ୍ଭ କରାଯାଇ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କ୍ରମରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ପଦ୍ମପୁର ଗ୍ରାମରେ ଏକ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ୧୦୮ ଜଣ ମହିଳା ନିଜ ନିଜ ଗୃହ ସମ୍ମୁଖରେ ସୁଦୃଶ ଝୋଟି ଆଙ୍କିବା ସହିତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏକ ବିଚାରକ ମଣ୍ଡଳୀ ଦ୍ୱାରା ଏସବୁ ଝୋଟିର ମନୋନୟନ କରାଯାଇ ଶ୍ରେଷ୍ଠ ବିବେଚିତ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ପ୍ରଥମ ମନସ୍ୱିନୀ ବିଶ୍ୱାଳ,…

Read More

କୋଲକୋତା: ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗର ସଚିବ ତଥା ବିଧାନନଗର ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟର ସବ୍ୟସାଚୀ ଦତ୍ତା ଆଜି ପୁଣି ଥରେ ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ସେ ତୃଣମୂଳ ଛାଡି ଦୁଇ ବର୍ଷ ପୂର୍ବେ ବିଜେପିରେ ଯୋଗ ଦେଇଥିଲେ। କ୍ୟାବିନେଟ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଦତ୍ତ ଦଳରେ ଯୋଗ ଦେଇଛନ୍ତି। ପାର୍ଥ ଚାଟାର୍ଜୀ କହିଛନ୍ତି, “ଦତ୍ତାଙ୍କ ଅନୁରୋଧ କ୍ରମେ ଆମେ ତାଙ୍କୁ ପାର୍ଟିକୁ ନେଇଛୁ। ମମତା ବାନାର୍ଜୀ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିବା ଦିନ ସେ ଯୋଗ ଦେଇଥିଲେ। ଦତ୍ତାଙ୍କ ଦଳରେ ଯୋଗଦେବା ପାଇଁ ବାନାର୍ଜୀ ଅନୁମୋଦନ କରିଛନ୍ତି। ତେବେ ଦତ୍ତା କହିଥିଲେ ଯେ, ସେ ଭୁଲରେ ତୃଣମୂଳ କଂଗ୍ରେସ ଛାଡିଥିଲେ ଏବଂ ବର୍ତ୍ତମାନ ସବୁ କିଛି ସମାଧାନ ହୋଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ସୁଦୂର ଛତିଶଗଡରୁ କେତେଜଣ ମହିଳା ଆସି ଓଡିଶାର ଅନେକ ଅଞ୍ଚଳରୁ ଲୁଟ କରୁଥିବା ଅଭିଯୋଗ ହୋଇଛି। ଓଡିଶାର ଗ୍ରାମାଞ୍ଚଳକୁ ଯାଇ ନିରୀହ ମହିଳାମାନଙ୍କୁ ଧୋକା ଦେଇ ସୁନା ଗହଣା ଲୁଟି ନେଉଛନ୍ତି। ସୁନା ଗହଣା ମରାମୋତି କରିବା ଆଳରେ ଗ୍ରାମାଞ୍ଚଳ ମହିଳାମାନଙ୍କ ଠାରୁ ଚୋରୀ କରିବାରେ ସକ୍ଷମ ହୁଅନ୍ତି। ଏହିଭଳି ଏକ ଘଟଣା ଘଟିଛି ବାଣପୁର ଥାନା ଅନର୍ଗତ ତୁମୁରାପୁଟ ପଂଚାୟତର ବେଙ୍ଗରାଜପଲି ଗ୍ରାମରେ। ଲୁଟର ଶିକାର ହୋଇଛନ୍ତି ଉକ୍ତ ଗ୍ରାମର ପୂର୍ବତନ ସରପଞ୍ଚ ଚନ୍ଦ୍ରକଳା ପ୍ରଧାନ ଏବଂ ତାଙ୍କ ପରିବାର। ଅଭିଯୋଗ ମୁତାବକ ତିନିଦିନ ତଳେ ୭ ଜଣ ଛତିଶିଗଡି ମହିଳା ବେଙ୍ଗରାଜପଲି ଗ୍ରାମର ଚନ୍ଦ୍ରକଳାଙ୍କ ସୁନାହାର ଗୁନ୍ଥି ଦେବାକୁ କହି ସୁନାହାର ଦେଖି ଚାଲିଯାଇଥିଲେ। ପରେ ସେହିଭଳି ଦେଖାଯାଉଥିବା ଏକ ନକଲି ହାର ଆଣି ଚଞ୍ଚକତା କରି ନକଲି ହାରଟିକୁ ବେକରେ ପିନ୍ଧାଇ ଅସଲି ହାରଟିକୁ ପାଖରେ ରଖିନେଇଥିଲେ। ହେଲେ ଚନ୍ଦ୍ରକଳାଙ୍କ ବୋହୁ ଆଇନାରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୧୮, କଟକରୁ ୫୪, ଭଦ୍ରକରୁ ୪୩, ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୦, ଜଗତସିଂହପୁରରୁ ୧୯, ବାଲେଶ୍ବରରୁ ୧୬, ପୁରୀରୁ ୧୩, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୯, କେନ୍ଦ୍ରାପଡାରୁ ୬, ଅନୁଗୁଳରୁ ୫, ଗଞ୍ଜାମରୁ ୪, ଝାରସୁଗୁଡାରୁ ୪, କେନ୍ଦୁଝରରୁ ୪, ଢେଙ୍କାନାଳରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନୟାଗଡରୁ ୨, ରାୟଗଡାରୁ ୨, ସୋନପୁରରୁ ୨, ବରଗଡରୁ ୧, ବୌଦ୍ଧରୁ ୧, ଦେବଗଡରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୭ ହଜାର ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ପିଠଉଗୁଡା ଗ୍ରାମ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୨ କେଜି ବାରହା ମାଂସ ଜବତ କରିଛି ବନବିଭାଗ। ପ୍ରକାଶ ଯେ, ପିଠଉଗୁଡା ଗ୍ରାମର କୁମର ରଣା ବାରହା ମାଂସ ଧରି ଆସୁଥିବା ବେଳେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ବାରହା ମାଂସ ଧରି ଫେରୁଥିବା ବ୍ୟକ୍ତିଙ୍କ ପାଖରୁ ୨ କେଜି ବାରହା ମାଂସ ସହ ତାକୁ ଗିରଫ କରିଥିଲା ବନବିଭାଗ। ଅଭିଯୁକ୍ତ କୁମାର ରଣାକୁ ଆଜି କୋର୍ଟ ଚାଲାଣ କରିଥିବା ଫରେଷ୍ଟର ସୁଜିତ ପ୍ରଧାନ ପ୍ରକାଶ କରିଛନ୍ତି।

Read More

ନୂଆଦିଲ୍ଲୀ: ୫ ରୁ ୧୧ ବର୍ଷ ବର୍ଗର ପିଲାମାନଙ୍କ ପାଇଁ  କରୋନା ଟୀକା ଜରୁରୀକାଳିନ ବ୍ୟବହାର ଲାଗି ଅନୁମୋଦନ ମଗାଯାଇଛି। ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ପିଫାଇଜର ଏବଂ ବାୟୋଟେକ୍ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଔଷଧ ନିୟନ୍ତ୍ରକ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଠାରୁ ଅନୁମତି ମାଗିଛି। ଯଦି ଅନୁମତି ମିଳେ, ତେବେ ଆମେରିକାର ପ୍ରାୟ ୨ କୋଟି ୮୦ ଲକ୍ଷ ପିଲା ଏହି ଟିକାରୁ ସୁରକ୍ଷା ପାଇପାରିବେ। ଫାଇଜର କହିଛି ଯେ, ଅନୁମୋଦନ ପାଇଁ ଉପଯୁକ୍ତ ତଥ୍ୟ ଏଫଡିଏ ରେ ଦାଖଲ କରାଯାଇଛି। ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଅନୁରୋଧ କ୍ରମେ ଅକ୍ଟୋବର ୨୬ ତାରିଖରେ ଏଫଡିଏ ଏକ ବୈଠକ ଧାର୍ଯ୍ୟ କରିଛି।

Read More

ଭୁବନେଶ୍ୱର: ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରଟି ୩ଦିନ ଧରି ଚାଲୁ ରହିବ। ଏହି ଶିବିର ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, ଏଚ୍‌ଆଇଭି, ଏଡ୍‌ସ, ପ୍ରାଥମିକ ଚିକିତ୍ସା ଓ ରେଡ଼କ୍ରସ କାର୍ଯ୍ୟର ଚିନ୍ତାଧାରା ଉପରେ ଅବଗତ କରାଯିବ। ଶିବିରଟିକୁ ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର, ଯୁବ ରେଡ଼କ୍ରସ ଅଫିସର ଡ. ଅଜୟ କୁମାର ତ୍ରିପାଠୀ, ଚନ୍ଦକା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ସୁରେଶ କୁମାର ମହାନ୍ତି ଏବଂ ସୃଷ୍ଟି ଏକାଡ଼େମୀର ଅଧ୍ୟାପକ ଜିତେନ ନନ୍ଦ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ସେଣ୍ଟ୍ରାଲ ରେଡ଼କ୍ରସ ରକ୍ତଭଣ୍ଡାର କଟକର ନିର୍ଦ୍ଦେଶକ ଡଃ ଚନ୍ଦ୍ରିକା ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିବା ଏବଂ ରକ୍ତ ଦେବା ଦ୍ୱାରା ନିଜର ଲାଭ କଣ ହୋଇଥାଏ ସେ ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ। ଶିବିରଟିକୁ ବିଜେବି କଲେଜ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆସି ଯାଇଛି ପାର୍ବଣ ଋତୁ। ସବୁ ଆଡେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆଜି ଠାରୁ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା ନବରାତ୍ର। ଆଜି ହେଉଛି ପ୍ରଥମ ତିଥି। କାଲି ପ୍ରତିପଦା ତିଥିରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଜୟପାଟଣା ବ୍ଳକ – ତାଳଗୁଡ଼ ମା’ ଡୋକରି ଦେବୀଙ୍କ ମସ୍ତକ ସ୍ଥାପନ ଉତ୍ସବ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିପଦା ତିଥିରେ ମା’ ଙ୍କ ମସ୍ତକ ସ୍ଥାପନ ହୋଇ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ତାଳଗୁଡ଼ ମା’ ଡୋକାରୀ ଅଞ୍ଚଳରେ ଏକ ପ୍ରତକ୍ଷ୍ୟ ଦେବୀ ରୂପେ ପରିଚିତ ଥିବା ବେଳେ , ରାଜ୍ୟ ବାହାରୁ ମଧ୍ୟ ଏଠାକୁ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ଜୟପାଟଣା ଅଞ୍ଚଳରେ ତାଳଗୁଡ଼ ଦଶହରା ପର୍ବକୁ ନେଇ ଅଞ୍ଚଳରେ ବର୍ଷଯାକ ଅପେକ୍ଷା କରିଥାନ୍ତି। ଅନେକ ଲୋକ ଆଠ ଦିନ କାଳ ମହାସମାରୋହରେ ନବରାତ୍ରୀ…

Read More

ନୂଆଦିଲ୍ଲୀ: ପୁଣିଥରେ ଶ୍ରୀନଗରରେ ସନ୍ତ୍ରଶବାଦୀମାନେ ଆତଙ୍କ ଖେଳାଇଛନ୍ତି। ଆଜି ଏକ ସ୍କୁଲରେ ପଶି ଦୁଇଜଣ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଘଟଣାଟି ଶ୍ରୀନଗରର ଇଦଗାହା ଅଞ୍ଚଳରେ ଘଟିଛି। ଏହି ଦୁଇ ଜଣ ହେଲେ ସତୀନ୍ଦର କୌର ଏବଂ ଦୀପକ କୌର। ଗତ ଦୁଇଦିନ ମଧ୍ୟରେ ସେଠାରେ ପାଞ୍ଚଜଣ ସାଧାରଣ ନାଗରିକଙ୍କୁ ଆତଙ୍କିମାନେ ହତ୍ୟା କରିଛନ୍ତି। ଗତ ମଙ୍ଗଳବାର ସଂଧ୍ୟାରେ ଜଣେ କେମେଷ୍ଟି ଏମଏଲ ବିନ୍ଦ୍ରୋ, ଉଠାଦୋକାନୀ ବୀରେନ୍ଦ୍ର ପାଶୱାନା ଏବଂ ଟାକ୍ସି ଡ୍ରାଇଭର ମହମ୍ମଦ ସାଫିଙ୍କୁ ହତ୍ୟା କରାଯାଇଛି। ( Old Photo)

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସଂଗୀତ, ନୃତ୍ୟ, ପୋଡକାଷ୍ଟ, ରେଡିଓ ଜକିଂ, ସେଲିବ୍ରିଟି ଟକ୍ ଏବଂ କମ୍ୟୁନିଟି ରେଡିଓ ସମ୍ପର୍କିତ ବିତର୍କ ଓ ଆଲୋଚନାକୁ ନେଇ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଡିଜିଟାଲ୍ ୟୁନିଭର୍ସିଟି ରେଡିଓ କ୍ଳବ୍ ମିଟ୍ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଗୋଟିଏ ପ୍ଲାଟଫର୍ମରେ ସମସ୍ତ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମଧ୍ୟରେ ଆଲୋଚନା କରିବା ଏହି ଡିଜିଟାଲ୍ ମିଟ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସୋଆ କମ୍ୟୁନିଟି ରେଡିଓର ଅଫିସର ଇନ୍‌ଚାର୍ଜ ହନି ପଟ୍ଟନାୟକ କହିଛନ୍ତି। ସେହିପରି ସମାଜରେ ନିଷ୍ପେସିତ ଶିଶୁମାନଙ୍କର କିଭଳି ବିକାଶ ହୋଇପାରିବ ସେ ଦିଗରେ ଛାତ୍ରଛାତ୍ରୀ କାର୍ଯ୍ୟ କରିବା ମଧ୍ୟ ଏହି ମିଟ୍‌ର ଅନ୍ୟ ଏକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଶିକ୍ଷା ଓ କୃଷି କ୍ଷେତ୍ରରେ ଉନ୍ନତି ସାଧନ ନିମନ୍ତେ ରେଡିଓ କିପରି ମାଧ୍ୟମ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି…

Read More

ଭୁବନେଶ୍ବର: ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୩୭ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି। ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ । ବିଦ୍ୟା ଭୂଷଣ ରେଳବାଇ ସୁରକ୍ଷାବଳ ଦ୍ୱାରା ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିବାବେଳେ ପ୍ୟାରେଡ଼ କୁ ନୀରିକ୍ଷଣ କରିଥିଲେ। ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ଏହି ଅବସରରେ ସମ୍ବୋଧନ କରି ବିଦ୍ୟାଭୂଷଣ କହିଛନ୍ତି ଯେ ରେଳବାଇ ସୁରକ୍ଷା ବଳ ଯାତ୍ରୀ ମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ବିଶେଷ ଭାବେ ଧ୍ୟାନଦେବା ଦରକାର।  ରେଳବାଇ ସମ୍ପତି ଓ ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର ନିଷ୍ଠାପର କର୍ତବ୍ୟକୁ ମହାପ୍ରବନ୍ଧକ ଭୁୟସୀ ପ୍ରଶଂସା କରିଥିଲେ। ପୂର୍ବରୁ, ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ…

Read More

ଆଖିର ଯତ୍ନ: ଆଜିକାଲି ଲୋକମାନେ ମୋବାଇଲ୍, କମ୍ପ୍ୟୁଟର ଏବଂ ଲାପଟପ୍ ଉପରେ ଦୀର୍ଘ ଘଣ୍ଟା କାମ କରନ୍ତି। ଏହି କାରଣରୁ, ସେମାନଙ୍କର ଆଖିରେ ଯନ୍ତ୍ରଣା ଏବଂ ଥକାପଣ ଭଳି ସମସ୍ୟା ହୋଇପାରେ। ଦୀର୍ଘ ସମୟ ଧରି ଏହି ଆଖିରେ ଥକ୍କା ଅନୁଭବ କରିବା ଦ୍ୱାରା ମୁଣ୍ଡବିନ୍ଧା ଏବଂ ଉତ୍ତେଜନା ସୃଷ୍ଟି ହୋଇପାରେ। ଯଦି ଆପଣ ଏକ କମ୍ପ୍ୟୁଟର କିମ୍ବା ଲାପଟପ୍ ରେ ମଧ୍ୟ ଦୀର୍ଘ ସମୟ ଧରି କାମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ କିଛି ସମୟରେ ଏହି ସମସ୍ୟା ଅନୁଭବ କରିଥିବେ। ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ଯାହା ଦ୍ଵାରା ଆପଣ ଆଖିରେ ଯନ୍ତ୍ରଣାକୁ ସହଜରେ ହ୍ରାସ କରିପାରିବେ। ଏଗୁଡ଼ିକ ହେଉଛି ପ୍ରତିକାର- ୧- ଥଣ୍ଡା ପାଣିରେ ଆଖି ଧୋଇବା: ଯଦି ଆପଣ ଦୀର୍ଘ ସମୟ ଧରି କମ୍ପ୍ୟୁଟରରେ କାମ କରିବା କାରଣରୁ ଆଖିରେ ଯନ୍ତ୍ରଣା ଏବଂ ଜଳୁଥିବା ଅନୁଭବ କରୁଛନ୍ତି, ତେବେ ଏହାକୁ କମାଇବା…

Read More

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହୋଇଛି। ଏହି ମାସର ଆରମ୍ଭ ସହିତ ଉତ୍ତର ଭାରତରେ ଥଣ୍ଡା ମଧ୍ୟ ଧୀରେ ଧୀରେ ଆରମ୍ଭ ହେଇଯାଉଛି। ଏଭଳି ପରିସ୍ଥିତିରେ ଲୋକମାନେ ଏହି ଶୀତ ଋତୁରେ ନିଜ ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି। ଏହି ଋତୁ ପାଇଁ କ୍ଷୀରର ବ୍ୟବହାର ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଭିଟାମିନ୍, ପ୍ରୋଟିନ୍, ପୋଟାସିୟମ୍, ଫସଫରସ୍ ଏବଂ କ୍ୟାଲସିୟମ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ବହୁ ପରିମାଣରେ ଥାଏ, ଯାହା ଶରୀରକୁ ଅନେକ ରୋଗ ବିରୁଦ୍ଧରେ ଲଢିବାକୁ ଶକ୍ତି ଦେଇଥାଏ। ଶୀତ ଋତୁରେ, ଆପଣ କ୍ଷୀରରେ କିଛି ମିଶ୍ରଣ କରି ସ୍ଵାଦ ସହିତ ଉନ୍ନତ ସ୍ୱାସ୍ଥ୍ୟ ପାଇପାରିବେ। ତେବେ ଆସନ୍ତୁ ଆପଣଙ୍କୁ ଶୀତଦିନେ କ୍ଷୀର ଖାଇବାର ସଠିକ୍ ୪ଟି ଉପାୟ ବିଷୟରେ କହିବା। ଏହା ବିଷୟରେ ଜାଣନ୍ତୁ- କ୍ଷୀର ଏବଂ ଖଜରା: ସ୍ୱାସ୍ଥ୍ୟ ପାଇଁ ଖଜରାଗୁଡିକ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଶୀତରେ ଉଷ୍ମତା…

Read More

ନୂଆଦିଲ୍ଲୀ: ପୁରୀର ନାମ ପରିବର୍ତ୍ତନ ପାଇଁ ଜଗନ୍ନାଥ ସେନା ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ବହୁତ ସମୟ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ପ୍ରଥମ ପଦକ୍ଷେପରେ ପୁରୀ ରେଳଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଶ୍ରୀ ଜଗନ୍ନାଥ ଧାମ୍ ପୁରୀ ଷ୍ଟେସନ୍ କରାଯିବ ଓ ଏଥିପାଇଁ ପୁରୀରୁ ଲକ୍ଷ ଲକ୍ଷ ଲୋକଙ୍କର ସ୍ୱାକ୍ଷର ଅଣାଯିବ। ଏହା ସହ ପନ୍ଦର ଦିନ ଭିତରେ ପୁରୀରୁ ଏକ ମୁରବୀ ସ୍ତରୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯିବେ । ଏହା ସହ ଜିଲ୍ଲାର ନିର୍ବାଚିତ ପର୍ତିନିଧି ମାନଙ୍କୁ ସାଥିରେ ଆଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ଜଗନ୍ନାଥ ସେନା କୁ ଅନୁରୋଧ କରିଛନ୍ତି । ଦିଲ୍ଳୀରେ ପହଞ୍ଚିବା ପରେ ସମସ୍ତ ଙ୍କୁ ଧରି ଶ୍ରୀ ପ୍ରଧାନ ନିଜେ ରେଳ ମନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ମନ୍ତ୍ରୀ ମାନଙ୍କ ପାଖକୁ ନେଇ ଏହି ନାମ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ…

Read More

ଭୁବନେଶ୍ୱର: ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗରିଫ ଦାବୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍‌.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ଟି.ୟୁ.ସି.ସି ଓ ସେୱା ପକ୍ଷରୁ ପ୍ରଦିବାଦ ବିକ୍ଷୋଭ କରାଯାଇଛି। ମୋଦୀ ସରକାର ମୁଦ୍ରୀକରଣ ଯୋଜନା ନାମରେ ଦେଶକୁ ବିକିବାର ଚେଷ୍ଟା କରୁଛନ୍ତି ତାହାକୁ ଶ୍ରମିକ ଶ୍ରେଣୀ ରକ୍ଷା କରିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆସନ୍ତା ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ଆୟ କରିବା ଲାଗି ମୋଦୀ ସରକାର ଦେଶର ରେଳ, ବିମାନବନ୍ଦର, ବନ୍ଦର, କୋଇଲା ଖଣି, ବି.ଏସ୍‌.ଏନ୍‌.ଏଲ. ଓ ଏମ୍‌ଟିଏଲଏନ, ଦୁଇଟି ଖେଳ ଷ୍ଟାଡ଼ିୟମ୍‌., ଭାରତୀୟ ତୈଳ ନିଗମ କୁ ବିକ୍ରି କରିବା ମସୁଧାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି। ଏତଦ୍‌ବ୍ୟତିତ ମୋଦୀ ସରକାର କୃଷକ-ଶ୍ରମକ ମାନଙ୍କ ଉପରେ ଦମନ ନୀତି ବନ୍ଦ କରିବା ଓ ଉତର ପ୍ରଦେଶର ଲକ୍ଷ୍ମୀପୁରର ଖେରୀ ଠାରେ…

Read More

ମୁମ୍ବାଇ / ଭୁବନେଶ୍ୱର: ଭାରତରେ ୭-ଇଲେଭେନ୍ କନ୍‌ଭିନିଏନ୍‌ସ ଷ୍ଟୋର୍ ଖୋଲିବା ଲାଗି ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆରଭିଏଲ୍‌) ଏହାର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ୭-ଇଣ୍ଡିଆ କନ୍‌ଭିନିଏନ୍ସ ରିଟେଲ୍ ଲିମିଟେଡ୍ ଜରିଆରେ ୭-ଇଲେଭନ୍ ଆଇଏନ୍‌ସି (ଏସ୍‌ଇଆଇ) ସହିତ ମାଷ୍ଟର ଫ୍ରାଚାଂଇଜି ଚୁକ୍ତିପତ୍ର ସ୍ୱାକ୍ଷର କରିଛି । ଏହି କ୍ରମରେ ଅକ୍ଟୋବର ୯, ଶନିବାର ଦିନ ମୁମ୍ବାଇର ଅନ୍ଧେରୀ ଇଷ୍ଟ୍‌ରେ ପ୍ରଥମ ୭-ଇଲେଭେନ୍ ଷ୍ଟୋର ଖୋଲାଯିବାର କାର‌୍ୟ୍ୟକ୍ରମ ରହିଛି । ଏହା ପରେ ଗ୍ରେଟର ମୁମ୍ବାଇର ପ୍ରମୁଖ ଆବାସିକ ଓ ବାଣିଜ୍ୟିକ ଅଂଚଳଗୁଡ଼ିକରୁ ଆରମ୍ଭ କରି ଏହି ଷ୍ଟୋର୍‌ଗୁଡ଼ିକର ଦ୍ରୁତ ସମ୍ପ୍ରସାରଣ କରାଯିବ । ୭-ଇଲେଭେନ୍ ଷ୍ଟୋର ଉନ୍ମୋଚନ ସହିତ ଦେଶର ସର୍ବବୃହତ ରିଟେଲର ଆର୍‌ଆର୍‌ଭିଏଲ୍ ଭାରତୀୟ ଗ୍ରାହକଙ୍କୁ ଉତ୍କୃଷ୍ଟ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଏବଂ କିଣିବା ପାଇଁ ଗ୍ରାହକମାନଙ୍କୁ ଆକର୍ଷଣୀୟ ମୂଲ୍ୟ ଉପସ୍ଥାପନ କରିବା ଯାତ୍ରା ପ୍ରତି ଆଉ ଏକ ପାଦ ଅଗ୍ରସର ହୋଇଛି । ୭-ଇଲେଭେନ୍ ଷ୍ଟୋର୍‌ଗୁଡ଼ିକର ଲକ୍ଷ୍ୟ…

Read More

ଭୁବନେଶ୍ୱର: ଗତକାଲି ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସଭାପତି ୟାସୀର ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସଭାପତି ଶ୍ରୀ ନୱାଜ କହିଥିଲେ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ନବୀନ ପଟ୍ଟନାୟକ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଅନ୍ୟ ପକ୍ଷରେ ଓଡ଼ିଶା ଷ୍ଟାଫ ସିଲେକ୍ସନ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆଗରେ ବିକ୍ଷୋଭ କରିବ। ନବୀନ ସରକାରର ଚାକିରୀ ବିକ୍ରି ନୀତି ବିରୁଦ୍ଧରେ ଆନ୍ଦୋନ କରିବ। ନବୀନ ସରକାର ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଧୂଆଁବାଣ ବୋଲି ଛାତ୍ରଛାତ୍ରୀଙ୍କୁ ଜାଗ୍ରତ କରାଇବ। ବେକାରୀ ସମସ୍ୟା ଓ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗରେ ସାରା ରାଜ୍ୟର କୋଣ ଅନୁକୋଣରେ ଦୁର୍ବାର…

Read More

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଛି। ପିଲିଭୀତର ସାଂସଦ ବରୁଣ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ସେହିଭଳି ବରିଷ୍ଠ ବିଜେପି ନେତା ତଥା ବରୁଣଙ୍କ ମାତା ମନେକା ଗାନ୍ଧୀଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟକାରିଣୀରୁ ବାହାର କରାଯାଇଥିବା କୁହାଯାଉଛି। ସରକାରଙ୍କ ନୀତି ବିରୋଧରେ ବରୁଣ କହୁଛନ୍ତି। ବର୍ତ୍ତମାନ ସେ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସରକାରଙ୍କ ବିରୋଧରେ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି। ଆଜି ମଧ୍ୟ ଲକ୍ଷ୍ମୀପୁର ଘଟଣାର ନୂଆ ଭିଡିଓ ସାମ୍ନାକୁ ଆସିବା ପରେ ବରୁଣ ଗାନ୍ଧୀ ଟ୍ୱିଟ କରିଛନ୍ତି। ବରୁଣ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ଭିଡିଓ ସମ୍ପୂର୍ଣ୍ଣ ସ୍ପଷ୍ଟ, ଯେଉଁମାନେ ସରକାରକୁ ବିରୋଧ କରନ୍ତି ସେମାନଙ୍କୁ ହତ୍ୟା କରି ଚୁପ୍ କରିହେବ ନାହିଁ। ଯେଉଁମାନେ ନିରୀହ ଚାଷୀଙ୍କ ରକ୍ତ ବୁହାଇଛନ୍ତି ସେମାନେ ଉତ୍ତରଦାୟୀ ହେବା ଉଚିତ୍। ସରକାରଙ୍କ ପ୍ରତି ଅହଂକାର ଏବଂ ନିଷ୍ଠୁରତାର ବାର୍ତ୍ତା ପଠାଯିବା ପୂର୍ବରୁ ନ୍ୟାୟ ହେବା ଆବଶ୍ୟକ।

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଡବଲ ଡେକର ବସ୍ ଏବଂ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଡବଲ ଡେକର ବସ୍ ଦିଲ୍ଲୀରୁ ଗୋଣ୍ଡା-ବହରାଇଚକୁ ଯାଉଥିଲା। ଉଭୟ ଗାଡି ଭୁଲ ଦିଗରୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା। ପୋଲିସ ଆହତ ଏବଂ ମୃତଦେହକୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି। ଆହତମାନଙ୍କୁ ନିଜେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ସେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ…

Read More

କଟକ: ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଭାଷା ଗବେଷଣାରେ ଆଜୀବନ କାର୍ଯ୍ୟ କରିଥିବା ବରିଷ୍ଠ ଶିକ୍ଷାବିତଙ୍କପାଇଁ ଉଦ୍ଦିଷ୍ଟ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ମନୋନୟନରେ ଜାଲିଆତି ହୋଇଛି । ସମସ୍ତ ନୀତିନିୟମ ଉଲଙ୍ଘନ କରି ଜଣେ ଭାଷା ଅନଭିଜ୍ଞ ବ୍ୟକ୍ତିଙ୍କୁ ୨୦୧୯ ମସିହାପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଏହି କାର୍ଯ୍ୟରେ ଦୁଇଜଣ କୁଳପତି, କମିଟି ସଦସ୍ୟ ଓଡିଆ ଭାଷା ବିଶେଷଜ୍ଞ ଓ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଅଛନ୍ତି ବୋଲି ଆଜି ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମସ୍ତ ପ୍ରମାଣ ସହିତ ମୋ ଭାଷା ସଂଗଠନ ତଥ୍ୟ ପ୍ରଦାନ କରିଛନ୍ତି । ସୂଚନା ଅଧିକାରଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଶାସ୍ତ୍ରୀୟ ଓଡିଆ ଭାଷାପାଇଁ ୨୦୧୯ ରାଷ୍ଟ୍ରପତି ପୁରସ୍କାର ନିମନ୍ତେ ତକ୍ରାଳିନ ମୁଖ୍ୟ ଶାସନ ସଚିବ ଶ୍ରୀ ଅନ୍ତର‌୍ୟ୍ୟାମୀ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥିଲେ । ଏହା ଏକ ଏକାଡେମିକ…

Read More

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ୮ ଜଣ କ୍ରୀଡାବିତ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବୟସ ବର୍ଗର ଜାତୀୟ ଦୌଡକୁଦ ଚମ୍ପିଆନସିପ୍‌ରେ ମୋଟ ୧୧ଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (ପିବି) ସମୟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମହମ୍ମଦ ଆଲାମଗେର ହୋସେନ ୪୦୦ ମିଟର, ମୌମିତା ମଣ୍ଡଳ ୧୦୦ ମିଟର ହର୍ଡଲସ ଏବଂ ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା ସହିତ ଏଚପିସିର କ୍ରୀଡାବିତଙ୍କ ପାଇଁ ଏହ ସିଜନକୁ ସ୍ମରଣୀୟ କରିିଛନ୍ତି। ଏହି ପ୍ରତିଯୋଗିତା ପୂର୍ବରୁ ୱାରାଙ୍ଗଲରେ ଓପନ ନ୍ୟାସନାଲ୍ସରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଅମ୍ଳାନ ବୋର୍ଗୋହେନ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ବିଜେତା ହୋଇଥିଲେ। ଏଥିସହିତ ସେ ଏହି ଦୁଇ ବିଭାଗରେ ଯଥାକ୍ରମେ ୨୦.୭୫ ସେକେଣ୍ଡ ଓ ୧୦.୩୪…

Read More