Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ମରାମୋତି ଆଳରେ ପୂର୍ବତନ ସରପଞ୍ଚଙ୍କ ଠାରୁ ସୁନା ଗହଣା ଲୁଟି ନେଲେ ଛତିଶିଗଡି ମହିଳା
ଅପରାଧ

ବାଣପୁର: ମରାମୋତି ଆଳରେ ପୂର୍ବତନ ସରପଞ୍ଚଙ୍କ ଠାରୁ ସୁନା ଗହଣା ଲୁଟି ନେଲେ ଛତିଶିଗଡି ମହିଳା

October 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସୁଦୂର ଛତିଶଗଡରୁ କେତେଜଣ ମହିଳା ଆସି ଓଡିଶାର ଅନେକ ଅଞ୍ଚଳରୁ ଲୁଟ କରୁଥିବା ଅଭିଯୋଗ ହୋଇଛି। ଓଡିଶାର ଗ୍ରାମାଞ୍ଚଳକୁ ଯାଇ ନିରୀହ ମହିଳାମାନଙ୍କୁ ଧୋକା ଦେଇ ସୁନା ଗହଣା ଲୁଟି ନେଉଛନ୍ତି। ସୁନା ଗହଣା ମରାମୋତି କରିବା ଆଳରେ ଗ୍ରାମାଞ୍ଚଳ ମହିଳାମାନଙ୍କ ଠାରୁ ଚୋରୀ କରିବାରେ ସକ୍ଷମ ହୁଅନ୍ତି। ଏହିଭଳି ଏକ ଘଟଣା ଘଟିଛି ବାଣପୁର ଥାନା ଅନର୍ଗତ ତୁମୁରାପୁଟ ପଂଚାୟତର ବେଙ୍ଗରାଜପଲି ଗ୍ରାମରେ। ଲୁଟର ଶିକାର ହୋଇଛନ୍ତି ଉକ୍ତ ଗ୍ରାମର ପୂର୍ବତନ ସରପଞ୍ଚ ଚନ୍ଦ୍ରକଳା ପ୍ରଧାନ ଏବଂ ତାଙ୍କ ପରିବାର।

ଅଭିଯୋଗ ମୁତାବକ ତିନିଦିନ ତଳେ ୭ ଜଣ ଛତିଶିଗଡି ମହିଳା ବେଙ୍ଗରାଜପଲି ଗ୍ରାମର ଚନ୍ଦ୍ରକଳାଙ୍କ ସୁନାହାର ଗୁନ୍ଥି ଦେବାକୁ କହି ସୁନାହାର ଦେଖି ଚାଲିଯାଇଥିଲେ। ପରେ ସେହିଭଳି ଦେଖାଯାଉଥିବା ଏକ ନକଲି ହାର ଆଣି ଚଞ୍ଚକତା କରି ନକଲି ହାରଟିକୁ ବେକରେ ପିନ୍ଧାଇ ଅସଲି ହାରଟିକୁ ପାଖରେ ରଖିନେଇଥିଲେ। ହେଲେ ଚନ୍ଦ୍ରକଳାଙ୍କ ବୋହୁ ଆଇନାରେ ଦେଖି ଏହା ନକଲି ବୋଲି ଜାଣି ପାରିଥିଲେ। ଏଭଳି ଘଟଣା ଘଟିଥିବାର ଚନ୍ଦ୍ରକଳାଙ୍କ ବୋହୁ ସୂଚନା ଦେବା ପରେ ଉକ୍ତ ମହିଳା ଦଳକୁ ଗ୍ରାମବାସୀମାନେ କାବୁ କରିଥିଲେ। ଏବଂ ବାଣପୁର ପୋଲିସକୁ ଜିମା ଦେଇଥିଲେ।

ପରେ ପୋଲିସ ସେମାନଙ୍କ ଠାରୁ ଚାରି ଗୋଟି ସୁନା ପଦକ ଜବତ କରିଥିଲେ। ସେମାନଙ୍କ ବିରୋଧରେ କେସ ନମ୍ବର ୩୫୦/୨୧ ରେ ମାମଲା ରୁଜୁକରି ସାତଜଣ ମହିଳାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ସେହିପରି ଭାବେ ଅନ୍ୟ କୌଣସି ସ୍ଥାନରେ ଉକ୍ତ ମହିଳା ଗ୍ୟାଙ୍ଗ ଏହିଭଳି ଠକେଇ କରିଛନ୍ତି କି ନାହିଁ ତାହାର ଅନୁସନ୍ଧାନ ଜାରି ରଖିଛି।

ପୂର୍ବତନ ସରପଞ୍ଚ ବାଣପୁର ସୁନା ଗହଣା
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026
Latest News

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.