Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସରକାର ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ବେଶ ତତ୍ପର ହୋଇ ଉଠିଛନ୍ତି। ତେବେ ଏହି ନିର୍ବାଚନ ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାପାଳ ବିଭିନ୍ନ ପଞ୍ଚାୟତ ସମିତ ଏବଂ ଜିଲ୍ଲାପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରିଛନ୍ତି। ତେବେ ଏହା ଚୁଡାନ୍ତ ତାଲିକା ନୁହେଁ। ଜିଲ୍ଲା ଲୋକଙ୍କର ଅଭିଯୋଗ ପରେ ଏଥିରେ ସଂଶୋଧନ କରାଯିବ। ସେଥିପାଇଁ ଏହି ତାଲିକା ଜିଲ୍ଲାର ସମସ୍ତ ବ୍ଲକ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟରେ ସମସ୍ତଙ୍କ ଅବଗତି ପାଇଁ ମରାଯିବ। ଏହି ସଂରକ୍ଷଣ ଉପରେ କାହାର ଅଭିଯୋଗ ଥିଲେ ସେମାନେ 16 ତାରିଖ ସୁଦ୍ଧା ଲିଖିତ ଭାବେ ଜଣାଇବେ। ଏହି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଡାକଯୋଗେ କିମ୍ବା ଇମେଲ କରିପାରିବେ। ତେବେ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ହୋଇଛି ତାହା ହେଲା… ପଞ୍ଚାୟତ ସମିତି ସଂରକ୍ଷଣ ତାଲିକା ଖୋର୍ଦ୍ଧା…

Read More

ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ବ୍ୟାଟିଂ ସମ୍ପର୍କରେ ଭାରତର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗମ୍ଭୀର କହିଛନ୍ତି ଯେ, ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅପେକ୍ଷା ରାହୁଲଙ୍କ ସଟ ଖେଳିବାର ଅଧିକ କ୍ଷମତା ରହିଛି। ରାହୁଲ ଭାରତରେ ସଟ ଖେଳିବା ଦୃଷ୍ଟିରୁ ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍ ବୋଲି ଗମ୍ଭୀର କହିଛନ୍ତି। ଗୁରୁବାର ଦିନ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଚେନ୍ନାଇ ବିରୋଧରେ ୪୨ ବଲରେ ୯୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଗମ୍ଭୀରଙ୍କ କହିବାନୁସାରେ, ଯଦି ରାହୁଲ ଏହିପରି ଖେଳିବା ଜାରି ରଖନ୍ତି, ତେବେ ଆଗାମୀ ସମୟରେ ସମଗ୍ର ବିଶ୍ୱ ତାଙ୍କ ବିଷୟରେ କହିବେ। ରାହୁଲ ଏହିପରି ଖେଳ ଜାରି ରଖିବା ଉଚିତ୍। ସେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ନିଜର ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ଉଚିତ୍। ଆଜି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଖେଳ…

Read More

ମୁମ୍ବାଇ: ଲକ୍ଷ୍ନୌ- ମୁମ୍ବାଇ ପୁଷ୍ପକ୍ ଏକ୍ସପ୍ରେସରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପରେ ଚାରି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ଅନ୍ୟ ଚାରିଜଣଙ୍କୁ ଖୋଜା ଚାଲିଛି। ଏଥି ସହିତ, ଏହି ମାମଲାରେ ଜିଆରପି କମିଶନର କେସିଆର ଖାଲିଦ କହିଛନ୍ତି ଯେ, ଟ୍ରେନରେ ପ୍ରାୟ ୮ ଜଣ ଲୋକ ଚଢିଥିଲେ। ଏହି ଲୋକମାନେ ପ୍ରଥମେ ଟ୍ରେନରେ ଲୁଟ କରିଥିଲେ ଏବଂ ସ୍ୱାମୀଙ୍କ ସହ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ଦିନ ଅନେକ ସଶସ୍ତ୍ର ଡକାୟତ ଏକ୍ସପ୍ରେସରେ ଚଢିଥିଲେ। ଏହି ଦୁଷ୍କର୍ମକାରୀମାନେ ଯାତ୍ରୀଙ୍କ ଠାରୁ ମୂଲ୍ୟବାନ ସାମଗ୍ରୀ ଛଡ଼ାଇ ନେଇଥିଲେ। ଏହି ଘଟଣା ଯୋଗୁଁ ଯାତ୍ରୀମାନେ ବହୁତ ଆତଙ୍କିତ ଅବସ୍ଥାରେ ଥିଲେ। ଏହାପରେ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ଘଟିବା ପରେ ଅପରାଧୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଘଟଣାଆରଇ…

Read More

ନୋଏଡା: ଆଜି ସକାଳୁ ଜଣେ ଯୁବତୀ ୧୮ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀଜଣଙ୍କ ନୋଏଡାର ପୋଲିସ ଷ୍ଟେସନ ବିସରଖ ଅଞ୍ଚଳର ଏକ ସୋସାଇଟରେ ରହୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ଏବଂ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚେଷ୍ଟା କରୁଛି। ଡେପୁଟି କମିଶନର ଅଫ୍ ପୋଲିସ୍ (ଜୋନ୍ ୨) ହରିଶ ଚାନ୍ଦ କହିଛନ୍ତି ଯେ, ୧୮ତମ ମହଲାରୁ ଡେଇଁବା କାରଣରୁ ଯୁବତୀଜଣଙ୍କ ଗୁରୁତର ଆହତ ହୋଇଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟର ପାଞ୍ଚଟି ଜିଲ୍ଲା – ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ଏବଂ ପୁରୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ପାଇଥିବା ବେଳେ, ୧୦,୬୫୭ ଜଣ ହିତାଧିକାରୀ ବିଭିନ୍ନ ଘରୋଇ ଡାକ୍ତରଖାନାରେ କୋଡ଼ିଏ କୋଟି ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଲେଣି ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେବଗଡ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ଏବଂ ଏହା ଓଡିଶା ପାଇଁ ପ୍ରକୃତିର ଏକ ବରଦାନ। ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୪୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୭ ହଜାର ୭୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୩୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୪୨ କୁ ବୃଦ୍ଧି ହୋଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୯ ହଜାର ୭୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୯ ଲକ୍ଷ ୩୫ ହଜାର ୩୦୯ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୪୮ ହଜାର ୮୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୩୬ ହଜାର ୬୪୩ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୫୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୦୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୨୩ ଟି ଲୋକାଲ କେସ୍‌ ରହିଛ। ୫୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୬୮ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୭ ହଜାର ୭୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୩୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୩୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୫ ଟି ଜିଲ୍ଲାରୁ ୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ପୁଣି ଏକ ଜୀବନ ନେଲା ଶାଳିଆ ନଦୀ।  ଶାଳିଆ ନଦୀରେ ଜଣେ ମହିଳା ଭାସିଯାଇଥିବାବେଳେ ଆଜି ତାଙ୍କର ମୃତ ଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ମଞ୍ଜୁଲତା ମହାରଣା (୫୬) ଗତକାଲି ଗ୍ରାମ ନିକଟସ୍ଥ ଶାଳିଆ ନଦୀକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏ ନେଇ ଗ୍ରାମବାସୀ ସଂନ୍ଧ୍ୟାରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କୁ ଜଣେଇବାରୁ ଅଗ୍ନିଶମ ବାହିନୀ ତୁରନ୍ତ ଗ୍ରାମରେ ପହଞ୍ଚି ମଞ୍ଜୁଲତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। କିନ୍ତୁ କିଛି ସୁଫଳ ନମିଳିବାରୁ ରାତିରେ ଅଗ୍ନିଶମ ବାହିନୀ ଖାଲି ହାତରେ ଫେରିଥିଲା। ତେବେ ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ସର୍ଚ୍ଚ ଅପେରସନ ଆରମ୍ଭ କରିବାରୁ ଗ୍ରାମ ପଛପଟେ ଥିବା ଶାଳିଆ ନଦୀରୁ ମଞ୍ଜୁଲତାଙ୍କ ମୃତ ଶରୀରକୁ ଉଦ୍ଧାର କରି ବାଣପୁର ପୋଲିସକୁ ସୂଚନା ଦେଇଥିବାର…

Read More

ନୂଆଦିଲ୍ଲୀ: ପୁଣିଥରେ ଝୁଡୁ ମାରି ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ। ତେବେ ଏଥର କୌଣସି ଗେଷ୍ଟ ହାଉସରେ ନୁହେଁ। ପ୍ରିୟଙ୍କା ଉତ୍ତର ପ୍ରଦେଶର ଇନ୍ଦିରା ନଗରରେ ଥିବା ଲବକୁଶ ଦଳିତ ବସ୍ତିରେ ଏହି କାମ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଶୁକ୍ରବାର ଦିନ ପ୍ରିୟଙ୍କା ଏହି ଲବକୁଶ ବସ୍ତି ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ। ସେମାନେ ପ୍ରତିଦିନ ଝାଡୁ ମାରି ଶ୍ରମ କରନ୍ତି ବୋଲି କହିଥିଲେ। ଏହାପରେ ପ୍ରିୟଙ୍କା ପାଖରେ ଥିବା ଏକ ଝାଡୁ ଧରି ବସ୍ତି ସଫା କରିଥିଲେ। ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ତାଙ୍କ ସହିତ ଝାଡୁ ମାରିଥିଲେ। ପ୍ରିୟଙ୍କାଙ୍କୁ ଗେଷ୍ଟ ହାଉସରେ ପୋଲିସ ଅଟକ ଥିବା ବେଳେ ସେଠାରେ ସେ ଝାଡୁମାରି ସଫା କରୁଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଲୋଚନା କରିଥିଲେ। ତାଙ୍କର ସେହି କାମ ବୋଲି ସେ ପରୋକ୍ଷରେ କଟାକ୍ଷ କରିଥିଲେ। ଏହାର ଯବାବ…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା ଗୃହ କମିଟି ବୈଠକ କମିଟି ଅଧ୍ୟକ୍ଷ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ସଚିବାଳୟରେ ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବାସ୍ତବ ସ୍ଥିତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିବା କମିଟି ହୃଦ୍‌ବୋଧ କରିଛି । ସେହିପରି ଅନ୍ୟ କେତେକ ସୀମାନ୍ତ ରାଜ୍ୟରେ ମଧ୍ୟ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାରୁ ବାଦ୍‌ ଦିଆଯାଇଥିବାରୁ ଘୋର ଉଦ୍‌ବେଗ ପ୍ରକାଶ କରିଛି । ଓଡ଼ିଆ ଭାଷାର ପାଠ୍ୟପୁସ୍ତକ ଓଡ଼ିଶା ସରକାର ନିୟମିତ ଭାବରେ ଯୋଗାଇ ଦେଉଥିବା ଗୃହ କମିଟିକୁ ଅବଗତ କରାଯାଇଥିଲା । ତେବେ ସେଠାରେ କାର୍ଯ୍ୟରତ ଓଡ଼ିଆ ଶିକ୍ଷକଙ୍କ ଦରମା କମ୍‌ ହେଉଥିବା ଯୋଗୁଁ ସେମାନଙ୍କ ଦରମା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଖାଲିଥିବା ଓଡ଼ିଆ ଶିକ୍ଷକ ପଦବୀ ତୁରନ୍ତ ପୂରଣ…

Read More

ଭୁବନେଶ୍ୱର: ବନ୍ୟଜନ୍ତୁଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ସମ୍ବନ୍ଧିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା, ଏହାର ଦୂରୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ଏହାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆମମାନଙ୍କର ମୁଖ୍ୟ ଧ୍ୟେୟ ହେବା ଉଚିତ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଆୟୋଜିତ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ୨୦୧୪ ମସିହାର ବନ୍ଦ ହୋଇଯାଇଥିବା ଟୟ ଟ୍ରେନ୍‌ ସୁବିଧା ଆଜି ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି । ୧୩ କୋଟି ଟଙ୍କା ବ୍ୟୟରେ ଶିଳାନ୍ୟାସ ହୋଇଥିବା ରୋପ୍‌-ୱେ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ । ମନ୍ତ୍ରୀ…

Read More

ମେଷ: ମନକୁ ନୂଆ ଚିନ୍ତାଧାରା ଆସିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ବ୍ୟବସାୟ ବୃଦ୍ଧି ପାଇବ। ନୂତନ ଆୟର ଉତ୍ସ ମିଳିପାରିବ। କର୍ମ କ୍ଷେତ୍ରରେ କାମକୁ ପ୍ରଶଂସା କରାଯିବ। ଧନ ଅର୍ଜନ ହେବ। ପାର୍ଟି ଏବଂ ପିକନିକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ। ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ବୃଷ: ବ୍ୟବସାୟ ଲାଭଦାୟକ ହେବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଅନ୍ୟମାନେ ଆପଣଙ୍କଠାରୁ ଅଧିକ ଆଶା କରିବେ। ଦୁଃଖଦ ଖବର ଶୁଣିବାକୁ ମିଳିପାରେ। ବକ୍ତବ୍ୟରେ ଠିକ ଶବ୍ଦ ବ୍ୟବହାର କରନ୍ତୁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ମିଥୁନ: ଆପଣ ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ। ସମ୍ମାନ ପାଇବେ। ବ୍ୟବସାୟ ବୃଦ୍ଧି ପାଇବ। ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ତତ୍ପରତା ଦେଖନ୍ତୁ ନାହିଁ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଉପକୃତ ହେବେ। ଶକ୍ତି…

Read More

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଏକ ବୈଠକ ପ୍ରତାପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିିତିର ବାରମ୍ବାର ଦାବି ସତ୍ତ୍ୱେ ବିଳମ୍ବରେ ହେଲେ ସୁଦ୍ଧା ସରକାର ୧୧ ପ୍ରତିଶତ ମହଙ୍ଗା ଭତ୍ତା କର୍ମଚାରୀ ଓ ଶିକ୍ଷକମାନଙ୍କୁ ଅକ୍ଟୋବର ମାସ ଦରମାରେ ପ୍ରଦାନ କରିବାକୁ ଆଦେଶନାମା କରିଥିବାରୁ ସଂଘର ସଭାପତି ଶ୍ରୀ ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଉପଦେଷ୍ଟା କ୍ଷେତ୍ରମୋହନ ଦାସ, ଅକ୍ଷୟ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ସଂଶୋଧିତ ଘରଭଡ଼ା ଭତ୍ତା ଓ ବର୍ଦ୍ଧିତ ଦରମା ଗଚ୍ଛିତ ୫୦ ପ୍ରତିଶତ ତୁରନ୍ତ ଦେବା ପାଇଁ ଅନୁରୋଧ କରିଛନ୍ତି ବୋଲି କାର୍ଯ୍ୟାଳୟ ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି ।

Read More

ଭୁବନେଶ୍ୱର : ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଅକ୍ଟୋବର ୨୧ ତାରିଖରୁ ପୁନର୍ବାର ପୂର୍ବ ନିର୍ଦ୍ଧାରିତ ସମୟସାରଣୀ ଏବଂ କୋଭିଡ୍‌-୧୯ ମହାମାରୀ ପାଇଁ ଅନୁସୃତ କଟକଣା ଅନୁପାଳନପୂର୍ବକ ଖୋଲିବ । ଏହି ମର୍ମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଜଣାଇ ଦେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆଦର୍ଶ ବିଦ୍ୟାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରବା ପାଇଁ ଆସନ୍ତା ଜୁନ୍‌ ୨୦୨୨ ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ସହିତ ଆସନ୍ତା ଡିସେମ୍ବର ୨୦୨୧ ମଧ୍ୟରେ ସ୍କୁଲ ଗୃହର ପୁନଃବିନ୍ୟାସ ଏବଂ ରୂପାନ୍ତରଣ କାର୍ଯ୍ୟ ଏବଂ ୮୦ଟି ବାଳିକା ହଷ୍ଟେଲ ଗୃହ କାର୍ଯ୍ୟ ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ  ଦେଇଛନ୍ତି । ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମାସିକ ସମୀକ୍ଷା ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଏ ସଂପର୍କରେ ସୂଚିତ କରିଛନ୍ତି । ପ୍ରମୁଖ ସଚିବ ଶ୍ରୀ ସାହୁ ଆସନ୍ତା ଶିକ୍ଷାବର୍ଷ ଜୁନ୍‌ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଅଟ୍ଟାଳିକାରେ ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ବିରିଡ଼ି, ଅସ୍ତରଙ୍ଗ,…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସଂନ୍ଧ୍ୟାରେ ପୋଖରୀରେ ବୁଡି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ହରିଜନ ସାହିର ଜଣେ ବ୍ୟକ୍ତିଙ୍କର ପୋଖରୀରେ ବୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ କଷ୍ଟିଆ ନାୟକଙ୍କ ଅବିବାହିତ ପୁତ୍ର ଶଙ୍କର ନାୟକ (୪୫) ଆଜି ସଂନ୍ଧ୍ୟାରେ ଶୌଚ ହେଵା ନିମନ୍ତେ ଥାନା ନିକଟରେ ଥିବା ଯୋଗୀ ପୋଖରୀ ମଧ୍ୟକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଶଙ୍କର ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ଶେଷରେ ଶଙ୍କରଙ୍କ ଶରୀର ପୋଖରୀରେ ଭାସୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସାହି ବାସିମାନେ ଶଙ୍କରଙ୍କ ଶରୀରକୁ ପୋଖରୀରୁ ଉଦ୍ଧାର କରି ବାଣପୁର ମେଡିକାଲ ନେଲା ବେଳକୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଡାକ୍ତର ବାଣପୁର ପୋଲିସକୁ ଖବର ଦେଇଥିବା ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୬୭, କଟକରୁ ୫୩, ବାଲେଶ୍ବରରୁ ୪୭, ମୟୂରଭଞ୍ଜରୁ ୩୧, ଯାଜପୁରରୁ ୨୮, ଜଗତସିଂହପୁରରୁ ୨୩, ପୁରୀରୁ ୨୧, ଢେଙ୍କାନାଳରୁ ୧୬, ସମ୍ବଲପୁରରୁ ୧୧, ଅନୁଗୁଳରୁ ୭, ବଲାଙ୍ଗୀରିରୁ ୬, ଗଞ୍ଜାମରୁ ୪, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୪, ରାୟଗଡାରୁ ୪, ଦେବଗଡରୁ ୩, କୋରାପୁଟରୁ ୩, ସୁନ୍ଦରଗଡରୁ ୩, ବରଗଡରୁ ୨, କନ୍ଧମାଳରୁ ୨, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୭ ହଜାର ୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୫୧୮ କୁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ପୂର୍ବତନ ବିଧାୟକ ତଥା ଗ୍ରୀନ ଆର୍ମି ମୁଖ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ପ୍ରେରଣା ସଙ୍ଗଠନ ପକ୍ଷରୁ ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ୬ଦଫା ଦାବିନେଇ ଗଣଧାରଣା ଦିଆଯାଇଛି। ଏସିଆ ମହାଦେଶର ସର୍ବବୃହତ ଶାଳ ଶାଗୁଆନ ଜଙ୍ଗଲ ଭାବେ ବାଣପୁରସ୍ଥିତ ଦାମିଆ-ବରବରା ଜଙ୍ଗଲ ପରିଚିତ। ମାତ୍ର ପଶ୍ଚାତାପର ବିଷୟ ଏହି ଜଙ୍ଗଲରୁ ବାଲୁଗାଁ ବନ ବିଭାଗ କିଛି କାଠ ମାଫିଆଙ୍କ ସହ ମିଲିଭଗତରେ ଅନବରତ ବହୁ ମୂଲ୍ୟବାନ ଶାଳ ଶାଗୁଆନ ଗଛ କାଟି ବିକ୍ରି କରୁଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜୁଥିବା ସହ ରାଜ୍ୟ ସରକାର ନିଷ୍କ୍ରିୟ ପନ୍ଥା ଅବଲମ୍ବନ କରୁଥିବା ନେଇ ସାଧାରଣ ଜନତା ଅଭିଯୋଗ କରୁଛନ୍ତି। ଗତ ୦୧/୧୦/୨୦୨୧ ରିଖରେ ଅଭିଯୋଗ ମୁତାବକ ଦାମିଆ ବରବରା ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଗଛ କାଟି ବନବିଭାଗ କର୍ମଚାରୀ ବିକ୍ରି କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଏବଂ ଜଙ୍ଗଲ ସୁରକ୍ଷା କମିଟି…

Read More

କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟକାନ୍ତ ମହାପାତ୍ରଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ଏହି ଘଟଣାରେ ଡିଏଫଓ ଏବଂ ରୋଷେୟାଙ୍କର କୌଣସି ସଂପୃକ୍ତି ନାହିଁ। ଏ ନେଇ କିଛି ପ୍ରମାଣ ମିଳିଲା ନାହିଁ। ଆଜି ଏହା ସ୍ପଷ୍ଟ କରିଛନ୍ତି କ୍ରାଇମ ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେଇ ନ ଥିଲେ। ଏହି ଘଟଣାଟି ସୌମ୍ୟଙ୍କ ସରକାରୀ ବାସଭବନରେ ହିଁ ଘଟିଛି। ସୌମ୍ୟ ଜଳୁଥିବା ବେଳେ ସେ ଲିଭାଇବା ପାଇଁ ଚେଷ୍ଠା କରି ନ ଥିଲେ। ଏକଥା ବିଦ୍ୟାଙ୍କ ପଲିଗ୍ରାଫ ଟେଷ୍ଟରୁ ଜଣାପଡିଥିଲା। ବିଭିନ୍ନ ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ, ସୌମ୍ୟଙ୍କ ସହିତ ବିଦ୍ୟାଭାରତୀଙ୍କର ଭଲ ସଂପର୍କ ନ ଥିଲା। ସେଥିପାଇଁ ନିଆଁ ଲିଭାରେ ସେ ଅବହେଳା କରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଣ୍ଡା ସୂଚନା ଦେଇଛନ୍ତି। ସେଥିପାଇଁ…

Read More

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଖୋର୍ଦ୍ଧା ଏଡିଜେ-୧ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ଫଳରେ ସେ ଜେଲ ଯିବା ନିଶ୍ଚିତ ହୋଇଛି। ଗତ ୫ ତାରିଖରେ ଉଚ୍ଚନ୍ୟାୟଳୟ ମଧ୍ୟ ପ୍ରଶାନ୍ତଙ୍କ ଜାବେଦନ ଖାରଜ କରିବା ସହ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଆଜି ଜାମିନ ଆବେଦନର ଶୁଣାଣି ପାଖାପାଖି ୧୧.୩୦ ମିନିଟରେ ସମାପ୍ତ ହୋଇଥିଲା। ହେଲେ ରାୟ ସଂରକ୍ଷିତ ରଖାଯାଇଥିଲା। ବିଧାୟକ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହେପାଜତକୁ ପଠାଇଦେଇଥିବା ଖବର ହସ୍ତଗତ ହୋଇଛି। ବାଲୁଗାଁ ମଣ୍ଡଳର ଜଣେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ଆଜି ସେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

Read More