Happy Birthday BigB: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ ୭୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଲକାତାରେ ଅମିତାଭ ବଚନଙ୍କର ରହିଛି ଏକ ମନ୍ଦିର। ଆଉ ସେହି ମନ୍ଦିରରେ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ପୂଜାପାଠ କରାଯାଏ। ଜନ୍ମଦିନକୁ ଧୂମଧାମରେ ପାଳନ କରାଯାଇଥାଏ। ତେବେ କରୋନା ପାଇଁ ଗତବର୍ଷ ଅମିତାଭଙ୍କ ଜନ୍ମଦିନ ଧୂମଧାମରେ ପାଳନ କରାଯାଇପାରି ନ ଥିଲା। ଏଥର ମଧ୍ୟ ସେହିପରି କମ ଲୋକଙ୍କୁ ନେଇ ଏହି ପୂଜାପାଠ କରାଯାଇଛି। ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି। ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି…
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୯ ଲକ୍ଷ ୭୧ ହଜାର ୬୦୭ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୭୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୯୩ ହଜାର ୪୭୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୨୭ ହଜାର ୩୪୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୫୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ, ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୮ ହଜାର ୭୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୫୫ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୫୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୯ ଟି ଲୋକାଲ କେସ୍ ରହିଛ। ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୫୯ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୮ ହଜାର ୭୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୪୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୭ ଟି ଜିଲ୍ଲାରୁ ୪୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ଭୁବନେଶ୍ବର: ଆଜିଠାରୁ କଟକ ଭୁବନେଶ୍ବରରେ ଲାଗୁ ହେଲା ନାଇଟ କର୍ଫ୍ୟୁ। ଆଜି ରାତି ଆଠଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଫଳରେ ଏହି ସମୟରେ ଜରୁରୀ ସେବା ବ୍ୟତିତ ଅନ୍ୟ ସମସ୍ତ ଦୋକାନବଜାର ବନ୍ଦ ରହିବ। ଏହି କଟକଣା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ମୁଖ୍ୟତଃ ଆଜିଠାରୁ ଶାରଦୀୟ ଦୁର୍ଗାପୂଜାର ମାହୋଲ ଆରମ୍ଭ ହେଉଥିବାରୁ ସରକାର ଏହି କଟକଣା ଲାଗୁ କରିଛନ୍ତି। ଫଳରେ ଲୋକମାନେ ସଂଧ୍ୟାରେ ମେଢ ବୁଲିବାର ସୁଯୋଗ ପାଇପାରିବେ ନାହିଁ। ଏହି ସମୟରେ ଯେଉଁମାନେ ଆଇନି ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଥିପାଇଁ କମିଶନରେଟ ପୋଲିସ ତରଫରୁ କଡା ତଦାରଖ କରାଯିବ।
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏ ନେଇ ଗତକାଲି ସଂଧ୍ୟାରୁ ସମସ୍ତ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦିନ 11ଟା 30ରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଛି। ଏହି ବୈଠକରେ ପ୍ରାୟ 10ଟି ପ୍ରସଂଗରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି। ଏହି କର୍ମଚାରଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ ମୋହର ବାଜିବ ବୋଲି ଚର୍ଚ୍ଚା ଚାଲିଛି। ଯେଉଁ କର୍ମଚାରୀଙ୍କ ଆଠ ହଜାର ଦରମା ଅଛି ତାହା ତେର ହଜାରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା ଚାଲିଛି।
ଚାଣକ୍ୟ ନିତୀ: ମହିଳାମାନଙ୍କର ବିବାହ ପାଇଁ ଗୁଣ କିପରି ରହିବା ଉଚିତ୍, କେଉଁ ପ୍ରକାରର ମହିଳାଙ୍କୁ ବିବାହ କରିବା ଉଚିତ୍, ତାହା ଚାଣକ୍ୟ ନିତୀରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ମହିଳାଙ୍କ ଗୁଣ ପରୀକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ପୁରୁଷମାନଙ୍କ ସହିତ ମହିଳାମାନଙ୍କର ମଧ୍ୟ ଧର୍ମ ଏବଂ କର୍ମରେ ବିଶ୍ୱାସ ରହିବା ଆବଶ୍ୟକ। ଚାଣକ୍ୟ ନିତୀରେ କୁହାଯାଇଛି ଯେ, ଯଦି ମହିଳାଙ୍କ ସୌନ୍ଦର୍ଯ୍ୟ ଆଧାରରେ ବିବାହର ନିଷ୍ପତ୍ତି ନିଆଯାଇଛି, ତେବେ ଏହା ଏକ ବଡ ଭୁଲ ବୋଲି ପ୍ରମାଣିତ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବିବାହ ପାଇଁ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଗୁଣ ପରୀକ୍ଷା କରାଯିବା ଉଚିତ୍। ଅପରପକ୍ଷେ, ଜୀବନ ସାଥୀ ବାଛିବାବେଳେ ମହିଳାମାନେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଜଣେ ମହିଳାଙ୍କୁ ସର୍ବଦା ବିବାହ କରିବା ଉଚିତ୍ ଯିଏ ସ୍ୱଇଚ୍ଛାରେ ବିବାହ ପାଇଁ ପ୍ରସ୍ତୁତ। ବାଧ୍ୟତାମୂଳକ ବିବାହ ଭବିଷ୍ୟତରେ ଅନେକ…
ମେଷ ରାଶି: ଜମି ଏବଂ ନିର୍ମାଣ ସହ ଜଡିତ ପ୍ରତିବନ୍ଧକ ଦୂର ହେବ। ଆୟ ବୃଦ୍ଧି ପାଇବ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ବିନିଯୋଗ ଶୁଭ ରହିବ। ଭାଗ୍ୟ ଆପଣଙ୍କ ସହିତ ରହିବ। ଚାକିରିରେ ଅନୁକୂଳତା ରହିବ। ସୁଖ ମିଳିବ। ବଡ କାରବାର ଆପଣଙ୍କୁ ବଡ ଲାଭ ଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବିବାଦରୁ ଦୂରରେ ରୁହନ୍ତୁ। କୁସଙ୍ଗତ ଠାରୁ ଦୂରେଇ ରୁହନ୍ତୁ। ବୃଷ ରାଶି: ଛାତ୍ରଛାତ୍ରୀ ସଫଳତା ପାଇବେ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିପାରନ୍ତି। ବୁଦ୍ଧିମାନ ଭାବରେ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରନ୍ତୁ। କୌଣସି ତତ୍ପରତା ଦେଖାନ୍ତୁ ନାହିଁ। ସମୟ ଅନୁକୂଳ ରହିବ। ଯାତ୍ରା ଉପଭୋଗ୍ୟ ହେବ। କୌଣସି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ମିଥୁନ ରାଶି: ବ୍ୟବସାୟ ଭଲ ରହିବ। ଆୟରେ ନିଶ୍ଚିତତା ରହିବ। ଅଯଥା ବ୍ୟସ୍ତତା ରହିବେ। ସମୟ ନଷ୍ଟ ହେବ। ଦୂରରୁ…
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏ ନେଇ ଆଜି ସଂଧ୍ୟାରେ ସମସ୍ତଙ୍କ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦିନ 11ଟା 30ରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଛି। ଏହି ବୈଠକରେ ପ୍ରାୟ 10ଟି ପ୍ରସଂଗରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି। ଏହି କର୍ମଚାରଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ ମୋହର ବାଜିବ ବୋଲି ଚର୍ଚ୍ଚା ଚାଲିଛି। ଯେଉଁ କର୍ମଚାରୀଙ୍କ ଆଠ ହଜାର ଦରମା ଅଛି ତାହା ତେର ହଜାରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା ଚାଲିଛି।
କଟକ: ଭାସମାନ ରେଷ୍ଟୁରାଣ୍ଟ। ଏପରି ରେଷ୍ଟୁରାଣ୍ଟ ବିଦେଶରେ ବେଶ ଲୋକପ୍ରିୟ ହୋଇଛି। ସେହିପରି ମଜା ଓଡିଶା ପର୍ଯ୍ୟକଙ୍କୁ ନେବା ପାଇଁ କଟକରେ ଆରମ୍ଭ ହୋଇଛି ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ। କଟକସ୍ଥିତ ସିଲିଭର ସିଟି ବୋଟ୍ କ୍ଲବ ପରିସରରେ ଏହି ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ’କୁ ଉଦଘାଟନ କରିଛନ୍ତି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଏଥିରେ ପର୍ଯ୍ୟଟକଙ୍କ ପାଇଁ ମହାନଦୀରେ ଦୁଃସାହସିକ ଜଳକ୍ରୀଡ଼ା ସହ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ କରାଯିବ। ଏହି ଭିନ୍ନ ଧରଣର ରେଷ୍ଟୁରାଣ୍ଟରେ ବର୍ତ୍ତମାନ ମାତ୍ର ୮ ସିଟ୍ ବିଶିଷ୍ଟ କରାଯାଇଛି। ପରବର୍ତ୍ତି ସମୟରେ ଏହା ସିଟ ସଂଖ୍ୟା ବୃଦ୍ଧି କରାଯିବ। ବର୍ତ୍ତମାନ କୋଭିଡ ଗାଇଡଲାଇନ ଭିତରେ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରାଯାଉଛି।
ସୀତାରାମ ଅଗ୍ରୱାଲ ବାଣପୁର: ଜଣେ ଓଡ଼ିଆ ଯବାନ ଦେଶ ପାଇଁ ଡ୍ୟୁଟି କରୁଥିବା ଅବସ୍ଥାରେ ସହିଦ ହୋଇଛନ୍ତି। ଓଡ଼ିଆ ଯବାନ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗ୍ରାମର ଦେବରାଜ ମହାରଣା ଓ ବୁଲୁବଦନୀ ମହାରଣାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ମହାରଣା (୨୫)। ଜ୍ୟୋତି ପ୍ରକାଶଙ୍କ ପିତା ମଧ୍ୟ ପୂର୍ବତନ ସେନା କର୍ମଚାରୀ। ସେ ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ଥିବାବେଳେ ୨୦୧୮ ଜାନୁଆରୀ ମାସରେ ସେନା ଚାକିରିରୁ ଅବସର ନେଇଥିଲେ। ତେବେ ତାଙ୍କ ବଡ଼ ପୁଅ ଜ୍ୟୋତିପ୍ରକାଶ ୨୦୧୬ ମସିହାରେ ଭାରତୀୟ ସେନାର ଏମଆଇଆରସି ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ପ୍ରଥମେ ପଠାନକୋଟ ଏବଂ ବର୍ତ୍ତମାନ ପଞ୍ଜାବର ଭଟିଣ୍ଡା ଠାରେ ସେନାରେ କାର୍ଯ୍ୟରତ ଥିଲେ। କିନ୍ତୁ ଗତ ଶୁକ୍ରବାର ଦିନ ମଧ୍ୟ ରାତ୍ରିରେ ଡ୍ୟୁଟି ସମୟରେ ଜ୍ୟୋତିଙ୍କ ଦେହାନ୍ତ ହୋଇଯାଇଥିବାର ଖବର ପାଇଥିଲେ ତାଙ୍କ ପିତା ଦେବରାଜ। ଶୁକ୍ରବାର ରାତି ୧୨ ରୁ…
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂ ଦଳର କର୍ମୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଲୋକଙ୍କ ଭଲପାଇବାରୁ ଜଣେ ନେତା ହୋଇପାରେ। ହେଲେ ଆମେ ଫର୍ଚ୍ୟୁନର ଗାଡି ଦ୍ଵାରା କାହାର ଜୀବନ ନଷ୍ଟ କରିବାକୁ ଆସିନାହେଁ। ସେ କାର୍ଯ୍ଯକର୍ତ୍ତାମାନଙ୍କୁ କହିଥିଲେ ଯେ, କେବଳ ଆପଣଙ୍କର ଆଚରଣ ଦ୍ଵାରା ଭୋଟ୍ ମିଳିବ। ରବିବାର ଦିନ ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି ଯେ, ଆମେ କାହାକୁ ଲୁଟିବା ପାଇଁ ନେତା ହୋଇନାହେଁ। ସ୍ଵତନ୍ତ୍ର ଦେବ ସିଂଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୧୨ ଘଣ୍ଟା ପଚରାଉଚରା ପରେ ଆଶିଷ ମିଶ୍ରଙ୍କୁ ଗତକାଲି ଗିରଫ କରାଯାଇଛି। ତାଙ୍କୁ ମଧ୍ୟରାତ୍ରି ପରେ କୋର୍ଟରେ ହାଜର…
ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରୁ ଟି -୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଚଳିତ ବିଶ୍ଵକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ପୁରୁଷ ଟି -୨୦ ବିଶ୍ୱକପ ୨୦୨୧ର ବିଜେତାକୁ ୧.୬ ମିଲିୟନ ଡଲାର (ପ୍ରାୟ 12 କୋଟି) ମିଳିବାକୁ ଥିବା ବେଳେ ରନର୍ ଅପ୍ ଦଳକୁ ୮ ଲକ୍ଷ ଡଲାର (ପ୍ରାୟ 6 କୋଟି ଟଙ୍କା) ମିଳିବ। ସେହିଭଳି ସେମିଫାଇନାଲ ମ୍ୟାଚରେ ହାରିଥିବା ଦଳକୁ ପ୍ରାୟ ୩ କୋଟି ଟଙ୍କା ଦିଆଯିବ। ଏହା ସହିତ ସୁପର ୧୨ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ୍ ଜିତୁଥିବା ଦଳକୁ ଏକ ବୋନସ ଘୋଷଣା କରିଛି | ୨୦୧୬ ଟି -୨୦ ବିଶ୍ୱକପ ପରି, ୨୦୨୧ରେ ମଧ୍ୟ ସୁପର ୧୨ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ ପାଇଁ ବିଜେତା ଦଳକୁ ବୋନସ ରାଶି ମିଳିବ। ତେଣୁ ସେହି ପର୍ଯ୍ୟାୟର ୩୦ ଟି ମ୍ୟାଚରେ ବିଜେତା ଦଳ ଏଥର ୪୦ ହଜାର…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୨, କଟକରୁ ୫୦, ଜଗତସିଂହପୁରରୁ ୨୬, ବାଲେଶ୍ବରରୁ ୨୧, ଯାଜପୁରରୁ ୧୬, ପୁରୀରୁ ୧୫, ସମ୍ବଲପୁରରୁ ୧୪, ମୟୂରଭଞ୍ଜରୁ ୧୩, ଢେଙ୍କାନାଳରୁ ୧୨, କେନ୍ଦ୍ରାପଡାରୁ ୮, ଝାରସୁଗୁଡାରୁ ୫, ଗଞ୍ଜାମରୁ ୪, ଦେବଗଡରୁ ୩, ନୟାଗଡରୁ ୩, ସୁନ୍ଦରଗଡରୁ ୩, ଅନୁଗୁଳରୁ ୨, କୋରାପୁଟରୁ ୨, ସୋନପୁରରୁ ୨, ମାଲକାନଗିରିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୮ ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି…
ନୂଆଦିଲ୍ଲୀ: ଯେତେବେଳେ ବି କ୍ରିକେଟ୍ ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୁଅନ୍ତି, ସେତେବେଳେ ରୋମାଞ୍ଚକ ଶିଖରରେ ଥାଏ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଆଉ ଖେଳାଯାଉ ନାହିଁ। ତେଣୁ ଉଭୟ ଦେଶ କେବଳ ଆଇସିସି ଇଭେଣ୍ଟରେ ପରସ୍ପର ବିପକ୍ଷରେ ଖେଳନ୍ତି। ୨୦୨୧ ଟି -୨୦ ବିଶ୍ୱକପରେ ଭାରତ ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିରୋଧରେ ଅଭିଯାନ ଆରମ୍ଭ କରିବ। କ୍ରିକେଟ୍ ପ୍ରେମୀମାନେ ଏହି ବଡ ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ୍ ସମ୍ପର୍କରେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସହିଦ ଆଫ୍ରିଦି ତାଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ” ଭାରତ ଏବଂ ପାକିସ୍ତାନ ମଧ୍ୟରେ ସର୍ବଦା ଅନେକ ଚାପ ମଧ୍ୟରେ ଖେଳ ହୋଇଥାଏ। ଯେଉଁ ଦଳ ଚାପକୁ ଭଲ ଭାବରେ ପରିଚାଳନା କରିପାରିବ, ସେହି ଦଳ ମ୍ୟାଚ ଜିତିବାକୁ ସକ୍ଷମ ହୋଇପାରିବ।…
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍ଏନ୍ଇଏସ୍ଏଲ୍) ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ଆରଇସି ସୋଲାର ହୋଲ୍ଡିଂସ୍ ଏଏସ୍ (ଆର୍ଇସି) ଗ୍ରୁପ୍ର ୧୦୦% ଅଂଶଧନକୁ ଚାଇନା ନ୍ୟାସନାଲ୍ ବ୍ଲୁ ଷ୍ଟାର୍ ଗ୍ରୁପ୍ କୋ ଲିମିଟେଡ୍ ଠାରୁ ୭୭୧ ନିୟୁତ ଡଲାର ସଂସ୍ଥାଗତ ମୂଲ୍ୟରେ ଅଧିଗ୍ରହଣ କରିଛି। ଆର୍ଇସିର ମୁଖ୍ୟ କାର୍ଯ୍ୟାଳୟ ନରୱେରେ ଥିବା ବେଳେ ଏହାର ପରିଚାଳନା ମୁଖ୍ୟ କାର୍ଯ୍ୟାଳୟ ସିଙ୍ଗାପୁରରେ ରହିଛି ଏବଂ ଆଂଚଳିକ ହବ୍ଗୁଡ଼ିକ ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ରହିଛି। ସ୍ୱଚ୍ଛ ଓ ସୁଲଭ ମୂଲ୍ୟର ସୌର ଶକ୍ତି ଲାଗି ପ୍ରଯୁକ୍ତି ନବସୃଜନ ଓ ଉତ୍କୃଷ୍ଟ, ଉଚ୍ଚ କ୍ଷମତା ଏବଂ ଲମ୍ବା ଅବଧିର ସୋଲାର ସେଲ୍ ଓ ପ୍ୟାନେଲ୍ ଜରିଆରେ ଶିଳ୍ପର ଅଗ୍ରଣୀ ଆନ୍ତର୍ଜାତିକ ସୌର ଶକ୍ତି କଂପାନି ହେଉଛି ଆର୍ଇସି ଗ୍ରୁପ୍। ଏହି ୨୫ ବର୍ଷ ପୁରୁଣା କଂପାନିର ତିନିଟି ନିର୍ମାଣ କାରଖାନା ରହିଛି…
ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନୀଷ ଅନୁରାଗଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଆଜି ପାତ୍ରପଡାସ୍ଥିତ ଏକ ପୋଖରୀରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଗତକାଲି ସେ ତାଙ୍କର ଚନ୍ଦ୍ରଶେଖରପୁର ବାସଭବନରୁ କୁଆଡେ ନିଖୋଜ ଥିଲେ। ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ନବୀନ ଦାସ ହେଉଛନ୍ତି ନିର୍ଭୟ ଖବରକାଗଜର ମୁଖ୍ୟ ସଂପାଦକ। ଏଥିସହିତ ସେ ୟୁଟୁୟୁବରେ ତାଙ୍କର ନିର୍ଭୟ ଗୁମର କଥା ବେଶ ଲୋକପ୍ରିୟ ହୋଇପାରିଛି। ମନୀଷ ପାଠପଢା ପରେ ସେ ବାପାଙ୍କ ଖବରକାଗଜରେ ସହାୟତା ପ୍ରଦାନ କରୁଥିଲେ। ଏ ନେଇ ପୋଲିସ ଅଧିକ ପଚରାଉଚୁରା ଜାରୀ ରଖିଛି।
ନୟାଗଡ଼/ଚାନ୍ଦପୁର: ଆଜିକାଲି ସରକାରୀ ହସ୍ପିଟାଲରେ ଦଲାଲମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ବହିଃବିଭାଗରେ ଚିକିତ୍ସା ଶୀଘ୍ର କରେଇଦେବାକୁ କହି ରୋଗୀଙ୍କ ଠାରୁ ଦଲାଲମାନେ ଟଙ୍କା ଲୁଟୁଥିବା ଦେଖିବାକୁ ମିଳୁଛି। ତେଣୁ ଏନେଇ ରାଜ୍ୟର ବିଭିନ୍ନ ମେଡିକାଲରେ ବାରମ୍ବାର ଅଭିଯୋଗ ହେଉଛି। ତେଣୁ ଏଭଳି ଘଟଣା ମଧ୍ୟ ନୟାଗଡ ଜିଲ୍ଲା ଚାନ୍ଦପୁର ହସ୍ପିଟାଲରେ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ତେବେ ହସ୍ପିଟାଲରୁ ଦଲାଲମୁକ୍ତ କରାଇବା ପାଇଁ ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଆଜି ହସ୍ପିଟାଲରେ କାର୍ଯ୍ୟାନୁଷ୍ଠାନ କରି ଜଣେ ଦଲାଲକୁ ଗିରଫ କରି କୋର୍ଟଚାଲାଣ କରିଛି ଚାନ୍ଦପୁର ପୋଲିସ। ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ ଗତକାଲି ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ଡାକ୍ତରଖାନାରେ ସଞ୍ଜିତ ଆଚାର୍ଯ୍ୟ ନାମକ ଜଣେ ଯୁବକ ଦୂରଦୁରାନ୍ତରୁ ଆସୁଥିବା ଏକାଧିକ ରୋଗୀଙ୍କ ଠାରୁ ସୁବିଧାରେ ଡାକ୍ତର ଚେକଅପ କରେଇଦେବା ଆଳରେ ଦାଦାବଟି ଭାବେ ବହୁ ଟଙ୍କା ଦାବି କରୁଥିଲେ। ଏପରିକି ରୋଗୀମାନଙ୍କୁ ରସିଦ ମଧ୍ୟ ଦେଉନଥିଲେ।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ରତନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୂଆରେ ବୁଡି ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇପଡିଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ, ରତନପୁର ଗ୍ରାମର ଶରତ କୁମାର ବେହେରାଙ୍କ ଝିଅ ରୀତି ସ୍ମିତା ବେହେରା (୬ ବର୍ଷ) ଏବଂ ପୁଅ ପ୍ରୀତମ କୁମାର ବେହେରା (୪ ବର୍ଷ) ସିନେମାହଲ ନିକଟରେ ପଥର ଖଣିକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ଗୋଡ ଖସି ଯିବାରୁ ଚୂଆ ଭିତରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭାଇ ଭଉଣୀଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଭଉଣୀକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ଟାଙ୍ଗୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି। ଏବଂ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମାନସିକ ରୋଗ ଚିକିତ୍ସା ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ନିମନ୍ତେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଚିନ୍ତନ ‘mental health in an unequal world’ ଅସମାନ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ରୋଗ ବିଭାଗ ତରଫରୁ ପ୍ରସ୍ତୁତ ଏକ ଭିଡିଓ ବାର୍ତ୍ତାକୁ ଉନ୍ମୋଚନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡା.ସୁରଜିତ ସାହୁ ବିଶ୍ୱରେ ଶାରୀରିକ ଓ ମାନସିକ ଚିକିତ୍ସାର ଅସମାନତା ବିଷୟରେ ଆଲୋକପାତ କରିଥିଲେ। ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗର ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ। ଡା.ସ୍ନେହାଂଶୁ ଦେ, ଡା.ରାକେଶ ମହାନ୍ତି,…
ଭୁବନେଶ୍ୱର: ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକାମାନେ ବିଭିନ୍ନ ସମସ୍ୟାକୁ ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପତ୍ରସଂଖ୍ୟା ୫୩୨ ତା ୪.୧୦.୨୦୦୮ନିର୍ଦ୍ଦେଶାନୁସାରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ୫୫୭ଜଣ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥାଇ ଅନ୍ୟୁନ ୫ ବର୍ଷର ଅଭିଜ୍ଞତା ଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଠିକା ସୁଭରଭାଇଜର ପଦବୀରେ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ଚାକିରୀର କାର୍ଯ୍ୟକାଳ ୧୨/୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଚାକିରୀ ନିୟମିତ କରାଗଲା ନାହିଁ। ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ସହିତ ଚାକିରୀ ପାଇଥିବା ମାଟ୍ରିକ ପାସ ମହିଳା ପରିଦର୍ଶିକମାନଙ୍କର ନିୟମିତ ଚାକିରୀ ହେବା ସହିତ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି। ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ୧୦ବର୍ଷର ଅଭିଜ୍ଞତା ଥିବା ମାଟ୍ରିକ ପାସ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟମିତ ପଦୋନ୍ନତି ଦେଇ ୫…

