ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ନିୟୁ ଏନର୍ଜି ସୋଲାର ଲିମିଟେଡ (ଆରଏନଇଏସଏଲ୍) ଏସଡବ୍ଲୁଏସଏଲ୍ରେ ୪୦% ଅଂଶ ପୋଷ୍ଟ-ମନି ଅଧିଗ୍ରହଣ କରିବାକୁ ଶାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡ (ଏସପିସିପିଏଲ୍), ଖୁର୍ଶିଦ ଦାରୁୱାଲା ଏବଂ ଷ୍ଟର୍ଲିଂ ଆଣ୍ଡ ୱିଲସନ ସୋଲାର ଲିମିଟେଡ ସହିତ ଏକ ନିର୍ଣ୍ଣାୟକ ରାଜିନାମାକୁ କାର୍ଯ୍ୟକାରୀ କରିଛି। ବିଶ୍ୱସ୍ତରରେ ୧୧ରୁ ଅଧିକ ଗଗାୱାଟ୍ ସୌର ଟର୍ଣ୍ଣକି ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ଏବଂ ୫ ଦଶନ୍ଧିର ଇଞ୍ଜିନିୟରିଂ ଅଭିଜ୍ଞତା ରହିଥିବା ଏସଡବ୍ଲୁଏସଏଲ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଏବଂ ଖ୍ୟାତିସଂପନ୍ନ ଇପସି ଏବଂ ଓଆଣ୍ଡଏମ୍ ସଂସ୍ଥା ହୋଇଛି। କମ୍ପାନୀର ୩୦୦୦ରୁ ଉର୍ଦ୍ଧ୍ୱ ମଜଭୁତ ଟିମ୍ ଏବଂ ୨୪ ରାଷ୍ଟ୍ରରେ ଉପସ୍ଥିତି ରହିଛି ଏବଂ ଏହା ଡିଜାଇନ, ସଂଗ୍ରହ, ନିର୍ମାଣ, ପ୍ରକଳ୍ପ ପରିଚାଳନା, କାର୍ଯ୍ୟକାରିତା ଏବଂ ପରିଚାଳନା ଆଦି କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ବର୍ଗର ସୌର ଶକ୍ତି ଟର୍ଣ୍ଣକି ସମାଧାନ ଯୋଗାଉଛି। ଅଧୁନାତମ ଏବଂ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟରେ ପ୍ରଯୁକ୍ତି କୌଶଳ…
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବହୁ ସଂଖ୍ୟକ ଲୋକ ଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ବରିଷ୍ଠ ନାଗରିକଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଏ। ଖାଇବା ପିଇବାରେ ଅନିୟମିତତା ଏବଂ ଜୀବନଶୈଳୀର ପରିବର୍ତ୍ତନ ମୁଖ୍ୟ କାରଣ ଅଟେ। ବୟସ ବଢିବା ସହିତ ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୁଏ। ବୃଦ୍ଧାବସ୍ଥାର ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ରୋଗ। ଏହି କାରଣରୁ ବୃଦ୍ଧମାନେ ଚାଲିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଯେଉଁ କାରଣରୁ ଶରୀରରେ ଅନ୍ୟାନ୍ୟ ସମସ୍ୟା ଦେଖାଯାଏ। ଆସନ୍ତୁ ଆପଣଙ୍କୁ କହିବା ଯେ ଶୀତଦିନେ ତାପମାତ୍ରା ହ୍ରାସ ହେତୁ ମାଂସପେଶୀରେ ଚାପ ପଡିଥାଏ, ଯେଉଁ କାରଣରୁ ଗଣ୍ଠିର ସ୍ନାୟୁ ଫୁଲିଯିବା ଆରମ୍ଭ କରେ। ଏହି କାରଣରୁ ଗଣ୍ଠିରେ ଯନ୍ତ୍ରଣା ବଢିବାକୁ ଲାଗେ। ଆମେ ଆପଣଙ୍କୁ ଏପରି କିଛି ପ୍ରତିକାର ବିଷୟରେ କହୁଛୁ, ଯାହା ସାହାଯ୍ୟରେ ଆପଣ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଏକ କପ୍ କ୍ଷୀରରେ ଗୋଟିଏ ଚାମଚ ଗୁଣ୍ଡ ହଳଦୀ, ଚାମଚର ଏକ ଚତୁର୍ଥାଂଶ…
ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କରିବା ସହ ଶିଳ୍ପ କେନ୍ଦ୍ରର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମ ଅନୁଯାୟୀ ଦେବଗଡ଼ ଜିଲ୍ଲାକୁ ତେନ୍ତୁଳି ପାଇଁ ବଛା ଯାଇଥିବା ଦୃଷ୍ଟିରୁ ତେନ୍ତୁଳିକୁ ନେଇ ସ୍ଥାନୀୟ ଲୋକେ କିପରି ଉଦ୍ୟୋଗ କରିପାରିବେ ସେ ଦିଗରେ ଅଧିକ ଦୃଷ୍ଟି ନିକ୍ଷେପ କରିବାକୁ ସେ ଶିଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଦକ୍ଷିଣ ଭାରତରେ ତେନ୍ତୁଳିରୁ ଅନେକ ପ୍ରକାର ଆଚାର, ଚଟଣି ଏପରିକି ଶିଶୁମାନଙ୍କ ରୁଚି ଅନୁଯାୟୀ ଉତ୍ପାଦ ପ୍ରସ୍ତୁତ ହେଉଥିବାବେଳେ ଅନୁରୂପ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଦ୍ୱାରା ତେନ୍ତୁଳିର ଉପଯୁକ୍ତ ବିନିଯୋଗ କରିବା ପାଇଁ ସେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ନତୁବା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ କହିଥିଲେ । ଜିଲ୍ଲାରେ କୌଣସି ପ୍ରକାର ଭାରି ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ନପାରିବା କାରଣ…
ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ତିନିଗୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ବିକ୍ଷୋଭ କରୁଥିବା ଚାଷୀମାନଙ୍କୁ ଗାଡ଼ି ଚପାଇ ବର୍ବରୋଚିତ ଭାବେ ହତ୍ୟା କରିବା ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୌନବ୍ରତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ରାଜଭବନ ଛକ ଠାରେ ଏହି ମୌନବ୍ରତ ପ୍ରତିବାଦ କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିବା ୧୧ ଘଂଟା ଠାରୁ ୧ ଘଂଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ମୌନ ରହି ଘଟଣାର ପ୍ରତିବାଦ କରିଥିଲେ। କାର୍ଯ୍ୟକ୍ରମ ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। ଏହି ଅନ୍ନଦାତାମାନଙ୍କୁ ଯେଭଳି ନିଷ୍ଠୁର ଭାବରେ ହତ୍ୟା କରାଗଲା ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ। ଏହି…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଜନ୍ତୁମାନଙ୍କୁ ଶିକାର କରିବା ପାଇଁ ଚୋରା ବନ୍ଧୁକ ଧରି ରାତିରେ ଶିକାରୀମାନେ ବୁଲୁଥିବାର ନଜିର ରହିଛି। ଗତକାଲି ରାତିରେ ନାକଟିଦେଉଳ ବନାଂଚଳ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଅବାଧରେ ୫ ଜଣ ଶିକାରୀ ଚୋରା ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିବାର ବନ ବିଭାଗ ଖବର ପାଇ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ନାକଟିଦେଉଳ ବନାଂଚଳର ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କ ଠାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ଅଂଚଳର କେତେଜଣ ଯୁବକ ଜନ୍ତୁ ଶିକାର ପାଇଁ ଖୋଲଗଡ ସଂରକ୍ଷିତ କାଉଁଶିପାଳ ଗ୍ରାମରେ ଥିବା ଜଙ୍ଗଲକୁ ଯାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ସେଇ ଜଙ୍ଗଲକୁ ଯାଇ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨ ଟି ଦେଶୀ ବନ୍ଧୁକ, ଦୁଇଟି ମୋଟର ସାଇକେଲ ଏବଂ ଏକ ମୁଶା ଜାତୀୟ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୭, କଟକରୁ ୬୪, ମୟୂରଭଞ୍ଜରୁ ୩୧, ବାଲେଶ୍ବରରୁ ୨୬, ପୁରୀରୁ ୧୭, ଯାଜପୁରରୁ ୧୬, ଜଗତସିଂହପୁରରୁ ୧୪, ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୯, କେନ୍ଦ୍ରାପଡାରୁ ୮, ନୟାଗଡରୁ ୪, ଢେଙ୍କାନାଳରୁ ୩, ଦେବଗଡରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, କୋରାପୁଟରୁ ୨, ଅନୁଗୁଳରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୯ ହଜାର ୨୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଅତ୍ୟାଧୁନିକ ର୍ୟୁମାଟୋଲୋଜି କେନ୍ଦ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶାରେ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ପ୍ରଥମ ଅନୁଷ୍ଠାନ ଭାବେ ର୍ୟୁମାଟୋଲୋଜି ପାଠ୍ୟକ୍ରମରେ ଡିଏମ୍ କୋର୍ସ ଶିକ୍ଷା ପ୍ରଦାନ ନେଇ ଅନୁମତି ମିଳିଛି। ଏହା ଏକ ଗର୍ବର ବିଷୟ ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରକାଶ କରିଛନ୍ତି। ର୍ୟୁାମାଟିଜମ୍ ଅର୍ଥାତ ଆଣ୍ଠୁଗଣ୍ଠି ବାତ ଏଭଳି ଏକ ରୋଗ ଯାହାକି ଅନେକ ଲୋକଙ୍କୁ ଆକ୍ରାନ୍ତ କରୁଛି। ପ୍ରତ୍ୟେକ ୧୦୦୦ ଲୋକଙ୍କ ମଧ୍ୟରୁ ୫ ରୁ ୧୦ ଜଣ ଲୋକ…
ଡ଼କ୍ଟର ମନୋଜ କୁମାର ମହାନ୍ତି ଏ ସଂସାରରେ ଅନେକ ପ୍ରକାର ଗୁରୁ ଅଛନ୍ତି ଯେଉଁମାନେ ଆମକୁ ବିଭିନ୍ନ ପ୍ରକାରର ଜ୍ଞାନ ପ୍ରଦାନ କରିଥାନ୍ତି, କିନ୍ତୁ ଯେଉଁ ଗୁରୁ ଆମକୁ ଆତ୍ମ ଚେତନାରେ ପ୍ରତିଷ୍ଠିତ କରାନ୍ତି ଓ ସାଂସାରିକ ମୋହ ସାଗରରୁ ପାର କରାଇ ନିଅନ୍ତି, ସେ ହିଁ ସଦ୍ଗୁରୁ ପଦବାଚ୍ୟ। ପରମ ପୂଜ୍ୟ ସାଇବାବା ସେହି ପ୍ରକାରର ସଦ୍ଗୁରୁ ଥିଲେ। ସେ ବିଧି ନିର୍ଦ୍ଦିଷ୍ଟ ଗୁରୁ ଥିଲେ ଯାହାଙ୍କ ସଂସ୍ପର୍ଶରେ ଭକ୍ତ ଆସିଲେ ତା ମନରୁ ଦ୍ୱୈତ ଭାବ ବିଲୋପ ହେଉଥିଲା ଏବଂ ‘ବ୍ରହ୍ମୋଽସ୍ମି’ (ଆତ୍ମାନନ୍ଦ)ର ଭାବ ଉଦ୍ରେକ ହେଉଥିଲା। ସାଇବାବାଙ୍କ ମହାନୁଭବତା ବର୍ଣ୍ଣନାତୀତ। ଯଦି କେହି ତାଙ୍କୁ ଦର୍ଶନ କରିବାକୁ ଯାଉଥିଲେ ସେ ବିନା ପ୍ରଶ୍ନରେ ତା’ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟ କହି ଦେଉଥିଲେ। ଅନେକ ସନ୍ଥ ଅଛନ୍ତି ଯେଉଁମାନେ ଗୃହତ୍ୟାଗ କରି ଜଙ୍ଗଲରେ, ଗୁମ୍ଫାରେ ବା ଆଶ୍ରମରେ ନିରୋଳାରେ ରହି ସେମାନଙ୍କର ନିଜ ନିଜର ମୁକ୍ତି…
ଭୁବନେଶ୍ୱର: ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’। ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଆସନ୍ତା ୧୪ରେ ମୁକ୍ତିଲାଭ କରୁଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଇବିସିଏସ୍ କ୍ୟାମ୍ପସ୍ ସମ୍ମିଳନୀ କକ୍ଷରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍ କରିଥିଲେ। ଏଥି ସହିତ ସୁମା ରିଅଲ୍ ମିଡିଆର ମ୍ୟୁଜିକ୍ ଚ୍ୟାନେଲ୍ ‘ଏସ୍ଆର୍ଏମ୍’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ସିନେ ନିର୍ମାଣ ଟିମ୍ ଚଳଚ୍ଚିତ୍ର ସମ୍ପର୍କରେ ଅନୁଭୂତି ବଖାଣି ଥିଲେ। ଏହି ଅବସରରେ…
ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି। ପୁରୀ-ପାଟନା-ପୁରୀ ସ୍ପେଶାଲ୍ (ଟ୍ରେନ୍ ନଂ ୦୮୪୩୯/୦୮୪୪୦): ଏହି ଟ୍ରେନ୍ ଅକ୍ଟୋବର ୧୬ ତାରିଖରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ଏବଂ ଫେରିବା ଦିଗରେ, ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ମି.ରେ ପାଟନାରୁ ଛାଡିବ। ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି। ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ ୦୮୫୭୯/୦୮୫୮୦): ଏହି ଟ୍ରେନ୍ ଅକ୍ଟୋବର ୧୩ ତାରିଖରୁ ଅକ୍ଟୋବର ୨୮ ତାରିଖ ମଧ୍ୟରେ ପ୍ରତି ବୁଧବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡିବ ଏବଂ ଫେରିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଦୁଇ ନେତା ଭାରତ-ୟୁକେ ଏଜେଣ୍ଡା ୨୦୩୦, ଗ୍ଲାସ୍ଗୋ, ଆଫଗାନିସ୍ତାନ ପ୍ରସଙ୍ଗ ଏବଂ ଆଗମି ସିଓପି-୨୬ ପ୍ରସଙ୍ଗରେ ଜଳବାୟୁ ଆକ୍ସନ୍ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ କଥା ହୋଇ ଖୁସି। ଆମେ ଭାରତ-ୟୁକେ ଏଜେଣ୍ଡା ୨୦୩୦ ରେ ଅଗ୍ରଗତିର ସମୀକ୍ଷା କରିଥିଲୁ, ଗ୍ଲାସ୍ଗୋରେ ଆଗାମୀ ସିଓପି-୨୬ ପ୍ରସଙ୍ଗରେ ଜଳବାୟୁ କାର୍ଯ୍ୟ ଉପରେ ମତ ବିନିମୟ କରିଥିଲୁ ଏବଂ ଆଫଗାନିସ୍ତାନ ସମେତ ଆଞ୍ଚଳିକ ପ୍ରସଙ୍ଗରେ ଆମର ମୂଲ୍ୟାଙ୍କନ ବାଣ୍ଟିଥିଲୁ। ଏଥି ସହିତ ବ୍ରିଟିଶ ସରକାର ଦେଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଆଜି ସକାଳେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ ଦୁଇ ନେତା ବ୍ରିଟେନ-ଭାରତ…
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଜି ଆଇପିଏଲ ରେ କୋଲକାତା ନାଇଟ ରାଇଡର୍ସ (କେକେଆର) କୁ ଭେଟିବ। ଆରସିବିର ମଧ୍ୟମ ଦୃତଗାମୀ ବୋଲର ହର୍ଷଲ ପଟେଲଙ୍କ ପାଇଁ ଆଇପିଏଲର ଏହି ସଂସ୍କରଣ ଏକ ସୁବର୍ଣ୍ଣ ସ୍ୱପ୍ନଠାରୁ କମ୍ ନୁହେଁ। ଏହି ସଂସ୍କରଣରେ ହର୍ଷଲ ବର୍ତ୍ତମାନ ସୁଦ୍ଧା ୩୦ ଟି ୱିକେଟ୍ ନେଇଛନ୍ତି। ଏଥି ସହିତ ସେ ଆଇପିଏଲରେ ଏକ ବିରାଟ ରେକର୍ଡ ସୃଷ୍ଟି କରିବାର ଦ୍ୱାରରେ ଠିଆ ହୋଇଛନ୍ତି। ଆଜିର ମ୍ୟାଚରେ ଯଦି ହର୍ଷଲ ଆଉ ତିନିଟି ୱିକେଟ୍ ହାସଲ କରନ୍ତି, ତେବେ ସେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହେବେ। ସମ୍ପ୍ରତି ଆଇପିଏଲରେ ଏହି ରେକର୍ଡ ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ଡୱେନ ବ୍ରାଭୋଙ୍କ ନାମରେ ପଞ୍ଜିକୃତ ହୋଇଛି। ବ୍ରାଭୋ ୨୦୧୩ ଆଇପିଏଲ୍ ସିଜନରେ ୩୨ ୱିକେଟ୍ ନେଇ ରେକର୍ଡ କରିଥିଲେ। ଆଜିର ମ୍ୟାଚ୍ରେ ହର୍ଷଲ ଏହି ରେକର୍ଡକୁ ତାଙ୍କ ନାମରେ ପରିଣତ କରିବାର…
ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପାନ ମସାଲା ବ୍ରାଣ୍ଡ ପାଇଁ ବିଜ୍ଞାପନରୁ ନିଜକୁ ଦୂରେଇ ରଖିଛନ୍ତି। ଏହାର ପ୍ରଚାର ପାଇଁ ସେ ଯେଉଁ ରାଶି ପାଇଛନ୍ତି, ତାକୁ ମଧ୍ୟ ଅମିତାଭ ଫେରସ୍ତ କରିଛନ୍ତି। ୭୯ ବର୍ଷିୟା ଅଭିନେତା ଏକ ପାନ୍ ମସାଲା ବ୍ରାଣ୍ଡର ପ୍ରଚାର ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଅନେକ ପ୍ରଶଂସକ ଏ ବିଷୟରେ ନିରାଶ ହୋଇଥିଲେ। ‘ଅମିତାଭ ବଚ୍ଚନ କାର୍ଯ୍ୟାଳୟ’ ଦ୍ୱାରା ପ୍ରକାଶିତ ଏକ ବ୍ଲଗ୍ ପୋଷ୍ଟରେ ରବିବାର ରାତିରେ କୁହାଯାଇଛି ଯେ, ସେ ଆଉ ଏହି ପ୍ରଚାର ସହ ଜଡିତ ନୁହଁନ୍ତି।
ଭୁବନେଶ୍ବର: ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ମିଳିବା ଲାଗି କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ନୂତନ ଭାବେ ଯୋଗ ଦେଉଥିବା କର୍ମଚାରୀମାନେ ମେଡିକାଲ ଖର୍ଚ୍ଚ ପାଇବେ। କିନ୍ତୁ ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ଠିକା କର୍ମଚାରୀମାନେ ନିୟମିତ ହେବେ। ଏନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି। ତାହା ହେଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପେନସନ ପରିମାଣକୁ ବୃଦ୍ଧି କରିଛନ୍ତି। ଯେଉଁ କର୍ମଚାରୀମାନେ ଜାତୀୟ ପେନସନ ଯୋଜନାରେ ଆସୁଛନ୍ତି ସେମାନେ ଏହି ବର୍ଦ୍ଧିତ ପରିମାଣ ପାଇବେ। କ୍ୟାବିନେଟର ନିଷ୍ପତି ଅନୁସାରେ କର୍ମଚାରୀଙ୍କ ପେନସନ ପାଇଁ ରାଜ୍ୟ ସରକାର ଯେଉଁ ଅଂଶ ପ୍ରଦାନ କରୁଛନ୍ତି ସେଥିରେ ବୃଦ୍ଧି କରାଯାଇଛି। ପୂର୍ବରୁ ଦିଆଯାଉଥିବା 10 ପ୍ରତିଶତ ରାଜ୍ୟ ଅଂଶକୁ 14 ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ପେନସନ ପିଛାଲା ଭାବେ ଗତ 2019 ଏପ୍ରିଲ 1 ତାରିଖରୁ ଲାଗୁ କରିବା ପାଇଁ କ୍ୟାବିନେଟ ମୋହର ମାରିଛନ୍ତି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହା ଦ୍ବାରା ରାଜ୍ୟର 2 ଲକ୍ଷ 8 ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏଥିପାଇଁ…
ନୂଆଦିଲ୍ଲୀ: ଦେଶର ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ଇଚ୍ଛା କରୁଥିବା ଶିଳ୍ପସଂସ୍ଥାର ସଂଗଠନ ‘ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍’ (ଆଇଏସପିଏ) କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଏପରି ନିର୍ଣ୍ଣାୟକ ସରକାର କେବେ ହୋଇ ନାହିଁ। କ୍ଷତିଗ୍ରସ୍ତ ପବ୍ଲିକ ସେକ୍ଟର ଏୟାର ଇଣ୍ଡିଆ ଘରୋଇକରଣରେ ସରକାରଙ୍କ ସଫଳତା ବିଷୟରେ ମୋଦୀ କହିଛନ୍ତି ଯେ, ଏହା ପ୍ରତିବଦ୍ଧତା ଏବଂ ଗମ୍ଭୀରତା ଦର୍ଶାଉଛି। ସାର୍ବଜନୀନ କ୍ଷେତ୍ରକୁ ନେଇ ସରକାରଙ୍କ ନୀତି ହେଉଛି ଯେଉଁ କ୍ଷେତ୍ରଗୁଡ଼ିକର ଆବଶ୍ୟକତା ନାହିଁ ତାହା ଘରୋଇ ଉଦ୍ୟୋଗଗୁଡିକ ପାଇଁ ଖୋଲାଯିବା ଉଚିତ୍। ତାଙ୍କ ସରକାର ଜାତୀୟ ସ୍ୱାର୍ଥ ଏବଂ ବିଭିନ୍ନ ହିତାଧିକାରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିଛି। ଭାରତ ଏତେ ପରିମାଣରେ ସଂସ୍କାର ଦେଖାଯାଉଛି, କାରଣ ଏହାର ଦୃଷ୍ଟିକୋଣ ସ୍ପଷ୍ଟ, ତାହା ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’।
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ନ୍ୟାସନାଲ କନଫରେନ୍ସ (ଏନସି) ଦଳର ସଭାପତି ଦେବେନ୍ଦ୍ର ସିଂ ରାଣା ଏବଂ ସୁରଜିତ ସିଂ ସାଲାଥିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଉଭୟ ନେତା ଗୋଟିଏ ଦିନ ପୂର୍ବରୁ ନ୍ୟାସନାଲ କନଫରେନ୍ସର ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ନ୍ୟାସନାଲ କନଫରେନ୍ସର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ଏମଓଏସ (ପିଏମଓ) ଜିତେନ୍ଦ୍ର ସିଂଙ୍କ ସାନଭାଇ ଦେବେନ୍ଦ୍ର ରାଣାଙ୍କୁ ଗଣାଯାଇଥିଲା। ଫଳରେ ନ୍ୟାସନାଲ କନଫରେନ୍ସକୁ ବଡ ଝଟକା ଲାଗିଛି। ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ରାଜନୈତିକ ପରାମର୍ଶଦାତା ପଦ ଛାଡିବା ପରେ ୨୦୧୧ ମସିହାରୁ ଦଳର ପ୍ରାଦେଶିକ ସଭାପତି ଭାବରେ କାର୍ଯ୍ୟ କରିଆସୁଥିଲେ। ଗତ କିଛି ଦିନ ହେବ ଡକ୍ଟର ଫାରୁକ୍ ଅବଦୁଲ୍ଲା ଏବଂ ଅନ୍ୟ କେତେକ ନ୍ୟାସନାଲ କନଫରେନ୍ସ ନେତାଙ୍କ…
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଜେସିଓ ସମେତ ପାଞ୍ଚ ଜଣ ଯବାନ ସହିଦ ହୋଇଛନ୍ତି। ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି। କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଦ୍ୱାରା ନିରନ୍ତର ଏହି ଅପରେସନ ଚାଲିଛି। ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଖାଗୁଣ୍ଡରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ଏହି ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା।
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସାତ ଶହ ଲୋକଙ୍କୁ ଅଟକ ରଖିଛି। ୬ ଦିନ ମଧ୍ୟରେ କାଶ୍ମୀର ପଣ୍ଡିତ, ଶିଖ ଏବଂ ମୁସଲମାନ ସମ୍ପ୍ରଦାୟର ୭ ଜଣ ସାଧାରଣ ନାଗରିକଙ୍କ ହତ୍ୟା ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ ୫୦୦ ଲୋକ ଅଛନ୍ତି ଯେଉଁମାନେ ନିଷିଦ୍ଧ ଧାର୍ମିକ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, କାଶ୍ମୀରରେ ଲଗାତାର ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ବାହିନୀ ଏହି ପଦକ୍ଷେପ ନେଇଛି। ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କଟ୍ଟରପନ୍ଥୀଙ୍କ ବୃଦ୍ଧି ହେତୁ ଆକ୍ରମଣ ହୋଇପାରେ। ଏହାପୂର୍ବରୁ ରବିବାର ଦିନ ଏନଆଇଏ କାଶ୍ମୀର ଉପତ୍ୟକାର ଅନେକ ସ୍ଥାନରେ ଚଢାଉ କରି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଏଫ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ନିଷିଦ୍ଧ ଲଶ୍କର-ଏ-ତାଇବା ଗୋଷ୍ଠୀର ଟିଆରଏଫ ଏକ ସମ୍ମୁଖ ସଂଗଠନ ବୋଲି ବିଶ୍ୱାସ କରାଯାଏ। କାଶ୍ମୀର…
ପୁରୀ: ଆଜି ହେଉଛି ବିଗ୍-ବି ବା ଅମିତାଭ ବଚନଙ୍କ ଜନ୍ମଦିନ। ଆଜି ଅମିତାଭ ୭୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ବିଗ୍-ବି ଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ଏକ କଳା ବ୍ଲେଜର ପିନ୍ଧିଥିବାର ପରିଲକ୍ଷିତ ହୋଇଛି। ଅମିତାଭଙ୍କ ଧଳା ଦାଢି ସହିତ ତାଙ୍କର ଚଷମାକୁ ଅବିକଳ କରି ବାଲିରେ ନିର୍ମାଣ କରିଛନ୍ତି। ଏଥିସହିତ ସେ ବାଲୁକା ସ୍ଥାପତ୍ୟର ଉପରେ ତାଙ୍କର ବୟସ ସହିତ ବଡବଡ ଅକ୍ଷରରେ ହାପି ବାର୍ଥ ଡେ ବିଗ୍-ବି ବୋଲି ଉଲ୍ଲେଖ କରିଛନ୍ତି।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି। କ୍ୟାବିନେଟ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ଏବଂ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଯଶପାଲ ଏବଂ ତାଙ୍କ ପୁଅ ସଞ୍ଜୀବ ୨୦୧୭ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ସରକାର ଗଠନ ପରେ ଯଶପାଲଙ୍କୁ ଉପହାର ଦେବା ପରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ଏଥି ସହିତ ବର୍ତ୍ତମାନ ଉଭୟ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ଯଶପାଲ ଆର୍ଯ୍ୟ କିଛି ମାସ ପୂର୍ବରୁ ବିଜେପି ଉପରେ ଅସନ୍ତୋଷ ଥିବାର ଖବର ଆସିଥିଲା। ଆର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଭେଟି ମନାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଧାମିଙ୍କ ଉଦ୍ୟମ ବିଫଳ ହୋଇଛି।

