ଭୁବନେଶ୍ୱର: କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ। କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ ଧରି ଭେଂଟିଲେଟରରେ ରହିବା ପରେ ସୁସ୍ଥ ହୋଇ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ବାଲେଶ୍ୱର ନୀଳଗିରି ଅଂଚଳର ଏକ ବର୍ଷର ଶିଶୁ ଅମନ୍ ପଟ୍ଟନାୟକ ଗତ ୨୧ ତାରିଖରେ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରେ ଭର୍ତ୍ତି ହେବା ସମୟରେ ପ୍ରବଳ ଜ୍ୱର ସମେତ ବାତ ରୋଗ ମଧ୍ୟ ଦେଖାଦେଇଥିଲା। ସେଥି ପାଇଁ ଶିଶୁର ଚିକିତ୍ସା କରିବା ଡାକ୍ତର ଓ ନର୍ସମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।ଶିଶୁପୁତ୍ରଟିକୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେପ୍ଟେମ୍ବର ୨୨…
Author: Samikhsya Bureau
Nobel Peace Prize : ଆଜି ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା ଏବଂ ଋଷର ଡିମିଟ୍ରି ମୁରାଟୋଭଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ନିଜର ଲେଖା ମାଧ୍ୟମରେ ଦେଶରେ ଶାନ୍ତି ଆଣିବାରେ ସକ୍ଷମ ହୋଇପାରିଛନ୍ତି। ଶାନ୍ତି ତଥା ଅଭିବ୍ୟକ୍ତିର ସ୍ବାଧୀନତାର ରକ୍ଷା ପାଇଁ ଏହି ଦୁଇ ସାମ୍ବାଦିକଙ୍କ ଉଦ୍ୟମ କରିଥିବାରୁ ନୋବେଲ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି ନରୱେ ନୋବେଲ କମିଟିର ସଭାପତି ବରିଟ୍ ରିସ୍-ଆଣ୍ଡରସେନ୍ କହିଛନ୍ତି।
ନୂଆଦିଲ୍ଲୀ: ବର୍ତ୍ତମାନ ସବୁ ଚର୍ଚ୍ଚାର ହେଲା ଅନ୍ତ। ଶେଷରେ ଏୟାର ଇଣ୍ଡିଆକୁ କିଣିଲା ଟାଟା କଂପାନୀ। ଆଜି ଏ ନେଇ ଚୁଡାନ୍ତ ନିଷ୍ପତି ହୋଇଛି। ମୋଟ ଅଠର ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା କିଣିଲା ବୋଲି ଜଣାପଡିଛି। ପୂର୍ବରୁ ଏୟାର ଇଣ୍ଡିଆର ମାଲିକ ଟାଟା ହେବ ବୋଲି ଜଣାପଡିଥିଲା। ହେଲେ ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ମନା କରାଯାଇଥିଲା। ଏୟାର ଇଣ୍ଡିଆ କ୍ଷତିରେ ଚାଲିବାରୁ ତାହାକୁ ଘରୋଇ କଂପାନୀଙ୍କୁ ବିକ୍ରି କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ରତି କରିଥିଲେ। ହେଲେ ଏ ନେଇ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ କେହେ କିଣାଳି ଆସି ନ ଥିଲେ। ଶେଷରେ ଟାଟା ସନସ ଏବଂ ସ୍ପାଇସ ଜେଟ ଏହି ଟେଣ୍ଡର ପକ୍ରିୟାରେ ଭାଗ ନେଇଥିଲା। ଶେଷରେ ଟାଟା ସନସ୍ ଏହି ବିଡ୍ ନେଇଥିଲା। ଟାଟା କଂପାନୀ ଏୟାର ଇଣ୍ଡିଆକୁ କିଣିଲା ବୋଲି ଆଜି ଅର୍ଥ ମନ୍ତ୍ରଣାଳୟର ନିବେଶ ସଚିବ…
ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ କିଛି କରିଥାନ୍ତି। ଚେହେରାରେ ଦେଖାଯାଉଥିବା ଅନାବଶ୍ୟକ କେଶକୁ ହଟାଇବା ପାଇଁ ବେଳେବେଳେ ୱେକ୍ସିଙ୍ଗ କିମ୍ବା ଥ୍ରେଡିଂ କରନ୍ତି। ମୁହଁରୁ କେଶ କାଢିବା ପାଇଁ ଏହି ସମସ୍ତ ପଦ୍ଧତି ଆପଣଙ୍କୁ କିଛି ସମୟ ପାଇଁ ଆରାମ ଦେଇପାରେ, କିନ୍ତୁ ଏହା ଆପଣଙ୍କ ସମସ୍ୟା ପାଇଁ ସ୍ଥାୟୀ ଉପଶମ ନୁହେଁ। ସୁନ୍ଦର ଚେହେରାରେ ଅନାବଶ୍ୟକ କେଶକୁ କେହି ପସନ୍ଦ କରନ୍ତି ନାହିଁ। ବିଶେଷକରି ମହିଳାମାନେ ଆଦୌ ମୁହଁରେ କେଶ ରଖିବାକୁ ପସନ୍ଦ କରନ୍ତି ନାହିଁ। ଏଥିପାଇଁ ସେ ପ୍ରତି ମାସରେ ପାର୍ଲରକୁ ଯାଆନ୍ତି କିମ୍ବା ଫେସ୍ ରିମୁଭ୍ କ୍ରିମ୍ କିମ୍ବା ଘରେ ଥ୍ରେଡିଂ ମାଧ୍ୟମରେ ନିଜର ଅନାବଶ୍ୟକ କେଶକୁ ବାହାର କରିଦିଅନ୍ତି। କିନ୍ତୁ କିଛି ମହିଳାଙ୍କର ଅତ୍ୟଧିକ ସମ୍ବେଦନଶୀଳ ଚର୍ମ ଥାଏ, ଏପରି ପରିସ୍ଥିତିରେ, ସେମାନଙ୍କ ପାଇଁ ଟାଣିବା, କାଟିବା କିମ୍ବା ଥ୍ରେଡିଂ କରିବା ଦ୍ୱାରା…
କେଶର ଯତ୍ନ: ବୟସ ବଢିବା ସହିତ କେଶ ଧଳା ପଡିଯିବା ଏକ ସାଧାରଣ କଥା। କିନ୍ତୁ ଯଦି କେଶ ଅଳ୍ପ ବୟସରେ ଧଳା ହେବାକୁ ଲାଗେ, ତେବେ ଚିନ୍ତା କରିବା ସ୍ୱାଭାବିକ। ଆଜି ପ୍ରତ୍ୟେକ ବ୍ୟକ୍ତି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ କେଶ ଧଳା ହେବାର ଅନେକ କାରଣ ଥାଇପାରେ। ଯେପରିକି ପ୍ରଦୂଷଣ, ଚାପ, ରୋଗ, ଭୁଲ ଖାଇବା ଅଭ୍ୟାସ। ଏହା କେଶର ଖରାପ ଅବସ୍ଥାକୁ ନେଇଥାଏ ଏବଂ ଏହି କାରଣରୁ କେଶ କେବଳ ଝଡିବା ଆରମ୍ଭ କରେ ନାହିଁ, ବରଂ ସମୟ ପୂର୍ବରୁ ଧଳା ହେବାକୁ ଲାଗେ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଅନେକ ପ୍ରକାରର କେଶ ଦ୍ରବ୍ୟ ବ୍ୟବହାର କରି କେଶକୁ କଳା କରନ୍ତି। ଅବଶ୍ୟ, ଏହି କେଶ ଦ୍ରବ୍ୟର ଅତ୍ୟଧିକ ବ୍ୟବହାର ହେତୁ, କେଶ ବହୁତ ଦୁର୍ବଳ ହେବା ସହ ପତଳା ହେବା ଏବଂ ଝଡିବା ଆରମ୍ଭ କରେ। ଯଦି ଆପଣ ମଧ୍ୟ ଏହି ସମସ୍ୟାର…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୩୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ, କନ୍ଧମାଳ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୫୧୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୭ ହଜାର ୧୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୧୧୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୩୮ କୁ ବୃଦ୍ଧି ହୋଇଛି।
ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 93 କୋଟି 17 ଲକ୍ଷ କୋଭିଡ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 21 ହଜାର 257 ଟି ନୂଆ ମାମଲା ଚିହ୍ନିତ ହୋଇଛି। ବର୍ତ୍ତମାନ ଦୁଇ ଲକ୍ଷ 40 ହଜାର 221 ଲୋକ ଚିକିତ୍ସିତ ହେଉଛନ୍ତି। ଗତକାଲି, 24 ହଜାର 963 ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିଲେ ଏବଂ ଏହା ସହିତ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ତିନି କୋଟି 32 ଲକ୍ଷ 25 ହଜାର 221 କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ସୁସ୍ଥ ହାର 97.96 ପ୍ରତିଶତ ଅଟେ, ଯାହା ଗତ ବର୍ଷ ମାର୍ଚ୍ଚ ଠାରୁ ସର୍ବାଧିକ। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 58 କୋଟି କୋଭିଡ ନମୁନା ପରୀକ୍ଷା କରାଯାଇଛି।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ୮୯ ତମ ସ୍ଥାପନା ଦିବସ ପାଳନ କରୁଛି। ଏହି ଅବସରରେ ଗାଜିଆବାଦର ହିନ୍ଦନ ଏୟାରବେସରେ ଭାରତୀୟ ବାୟୁସେନା ନିଜର କୌଶଳ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଆମେ ବାହ୍ୟ ବାହିନୀକୁ ଆମର ଆକାଶ ସୀମା ଉଲ୍ଲଂଘନ କରିବାକୁ ଦେବୁ ନାହିଁ। ଚୌଧୁରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ମୁଁ ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିଛି। କୌଣସି ପରିସ୍ଥିତିରେ ଭାରତୀୟ ବାୟୁସେନାର ବିଦେଶୀ ଆକ୍ରମଣକୁ ଅନୁମତି ଦିଆଯିବ ନାହିଁ। ପୂର୍ବ ଲଦାଖ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଭାରତୀୟ ବାୟୁସେନାର ଯୁଦ୍ଧ ପ୍ରସ୍ତୁତିର ବଡ ପ୍ରମାଣ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ଏହାର ୮୯ ତମ ବାର୍ଷିକୀ ପାଳନ କରୁଛି। ଗତ ଆଠ ଦଶନ୍ଧି ମଧ୍ୟରେ ଭାରତୀୟ ବାୟୁସେନା ବୈଷୟିକ ଜ୍ଞାନକୈଶଳ ଅଗ୍ରଗତି କରିଛି ଏବଂ ଦେଶ ସମ୍ମୁଖରେ ଯେକୈଣସି ଆହ୍ବନର ମୁକାବିଲା ପାଇଁ ଯଥେଷ୍ଟ ଶକ୍ତି ହାସଲ କରିଛି। ଏହା ଭାରତୀୟ ଆକାଶର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶର ଲୋକଙ୍କୁ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଦିବସ ଉପଲକ୍ଷ ଆଜି ପାରମ୍ପାରିକ ଭାବରେ, ଗାଜିଆବାଦର ହିନ୍ଦନରେ ଥିବା ବାୟୁସେନା କେନ୍ଦ୍ରରେ ରଂଗାରଂଗ ଉତ୍ସବ ପାଳନ କରାଯାଇଛି। ଅନେକ ବିମାନ ଚମତ୍କାର ଏରିଲ୍ କ୍ରୀଡା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବକୁ ପାଳନ କରିବା ପାଇଁ ଏକ ଗ୍ରାଣ୍ଡ ପରେଡ ଏବଂ ସାଜସଜ୍ଜା ସମାରୋହର ଆୟୋଜନ କରାଯାଇଥିଲା। ଏୟାର ଷ୍ଟାଫ୍ ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୈଧୁରୀ ପରେଡ ପରିଦର୍ଶନ କରିଥିଲେ। ହିନ୍ଦନ ଏୟାରବେସରେ ଏହି ସମାରୋହକୁ…
ଭୁବନେଶ୍ବର: ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ। ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧/୭/୨୦୨୧ ରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।
ଭୁବନେଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌର ଜଜ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜର ହୋଇଛନ୍ତି। ଗତ ମାସ ୮ ତାରିଖରେ ବାଲୁଗାଁ ନଗର ବିଜେପି ସଭାପତିଙ୍କ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ତଳ କୋର୍ଟରେ ପ୍ରଶାନ୍ତ ହାଜର ହେବା ସହ ଜାମିନ ଆବେଦନ କରିଥିବା ସୂଚନା ରହିଛି। ଗତ ୫ ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବାଦନକୁ ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଥିଲେ।
ଆଇପିଏଲ୍ ୨୦୨୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ୍ ୧୪ ର ଶେଷ ଲିଗ୍ ରାଉଣ୍ଡ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଏହି ମ୍ୟାଚ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସର ପରାଜୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଆଜି ଖେଳାଯିବାକୁ ଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କଲେ ମଧ୍ୟ ପ୍ଲେ ଅଫରେ ପହଞ୍ଚିବା ସମ୍ଭବ ନୁହେଁ। ବାସ୍ତବରେ ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ କେକେଆର ୮୩ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ କେକେଆର୍ ୧୪ ପଏଣ୍ଟ ପାଇଛି। ହାଇଦ୍ରାବାଦକୁ ପରାସ୍ତ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ୧୪ ପଏଣ୍ଟ ପାଇପାରେ, କିନ୍ତୁ ନେଟ୍ ରନ୍ ହାରରେ କେକେଆର୍ ବହୁତ ଆଗରେ ଅଛି। କେକେଆର ର ନିଟ୍ ରନ୍ ହାର ହେଉଛି +୦.୫୮୭। ଏଥି ସହିତ, ମୁମ୍ବାଇ ଇଣ୍ଡିଆନ୍ସର ନିଟ୍ ରନ୍ ହାର…
ଭୁବନେଶ୍ବର: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ ଜିଆଇଏସ ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୪୦୦ ଓ ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ଜିଆଇଏସ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ମଚାରୀ ମାନଙ୍କ ପାଇଁ ଜିଆଇଏସଏକ ସାମାଜିକ ସୁରକ୍ଷା ଯୋଜନା। ଚାକିରୀରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୧ ହଜାର ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୯ ଲକ୍ଷ ୧୫ ହଜାର ୫୬୯ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୧୨୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୨୫ ହଜାର ୨୨୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୪୦ ହଜାର ୨୨୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୧୮ ଟି ଲୋକାଲ କେସ୍ ରହିଛ। ୫୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୫ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୫୧୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୭ ହଜାର ୧୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୧୧୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୩୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୫୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ନୂତନ କନ୍ଭେନ୍ସନ୍ ହଲଠାରେ ଏଗ୍ରି-କନ୍କ୍ଲେଭ୍ ୨୦୨୧ ଆୟୋଜିତ ହେବ । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି କନ୍କ୍ଲେଭ୍ରେ ଦେଶର ଅନେକ ବଡ଼ ବଡ଼ କମ୍ପାନୀ ଯୋଗଦେବେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୫୦ଟି ବଡ଼ କମ୍ପାନୀ ଅଂଶଗ୍ରହଣ ପାଇଁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୨୪ଟି କମ୍ପାନୀ ଅନ୍ଲାଇନ୍ ମାଧ୍ୟମରେ ନାମ ପଂଜୀକୃତ କରିସାରିଥିବା ଜଣାପଡ଼ିଛି । ଏଥି ସହିତ ୪୧ଟି ସଂସ୍ଥା ୱେବଲିଙ୍କ୍ ଯୋଗେ ତାଙ୍କର ଯୋଗଦାନର ସ୍ୱୀକୃତି ଦେଇଥିବା ପ୍ରକାଶ । ଓଡ଼ିଶାରେ କାର୍ଯ୍ୟ କରୁଥିବା ସମସ୍ତ କୃଷିଭିତ୍ତିକ କମ୍ପାନୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଇପିକଲ ତରଫରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବକୁ ସିଧା…
ବାସ୍ତୁ ଶାସ୍ତ୍ର: ହିନ୍ଦୁ ଧର୍ମରେ ନବରାତ୍ରୀ ପର୍ବ ସ୍ୱତନ୍ତ୍ର ବିବେଚନା କରାଯାଏ। ନବରାତ୍ରୀ ପର୍ବ ସମସ୍ତ ପ୍ରକାରର ତ୍ରୁଟି ଦୂର କରିବାରେ ସକ୍ଷମ ଅଟେ। ନବରାତ୍ରିରେ ପାଳନ କରାଯାଉଥିବା ଉପବାସ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୁଏ। ନବରାତ୍ରିରେ ୯ ଟି ବିଭିନ୍ନ ପ୍ରକାରର ମା’ ଦୁର୍ଗାଙ୍କୁ ପୂଜା କରାଯାଏ। ମାତାଙ୍କର ଏହି ୯ ସ୍ୱରୂପର ବିଶେଷ ମହତ୍ତ୍ୱ ରହିଛି। ପୂଜାପାଠ ଏବଂ ନବରାତ୍ରୀ ସମୟରେ କିଛି ପଦକ୍ଷେପ ଦ୍ୱାରା ଘରର ବାସ୍ତୁ ଦୋଷ ମଧ୍ୟ ଅପସାରଣ କରାଯାଇପାରିବ। ଜାଣନ୍ତୁ ଏହା କିପରି ସମ୍ଭବ- ନକାରାତ୍ମକ ଶକ୍ତି- ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ନକାରାତ୍ମକ ଶକ୍ତିର ଉପସ୍ଥିତି ଥିବାରୁ ଏହା ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପ୍ରତ୍ୟେକ କାର୍ଯ୍ୟରେ ବାଧା ସହିତ ସବୁବେଳେ ଅର୍ଥର ଅଭାବ ରହିଥାଏ। ଏହା ସହିତ ବିବାହିତ ଜୀବନରେ ଟେନସନ, କଳଙ୍କ ପରିସ୍ଥିତି ମଧ୍ୟ ଦୃଶ୍ୟମାନ ହୁଏ। ଘରର ସଦସ୍ୟମାନଙ୍କର ଅଗ୍ରଗତି ବନ୍ଦ…
ମେଷ ରାଶି: ଉତ୍ସାହଜନକ ସୂଚନା ପ୍ରାପ୍ତ ହେବ। ଅଯଥା ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଆତ୍ମ ସମ୍ମାନ ରହିବ। କଠିନ ପରିଶ୍ରମ ଅଧିକ ହେବ। ଲାଭରେ ହ୍ରାସ ହୋଇପାରେ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଆୟ ଜାରି ରହିବ। ବୃଷ ରାଶି: କଠିନ ପରିଶ୍ରମ ଫଳ ଦେବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ରିସ୍କ ନେବାକୁ ସାହସ କରନ୍ତୁ। ବିନିଯୋଗ ଭଲ ହେବ। ସାମାଜିକ କାର୍ଯ୍ୟ କରିବାକୁ ଭଲ ପାଇବେ। ତୁମେ ସମ୍ମାନ ପାଇବ। ଚାକିରିରେ ଉପରସ୍ଥ ଅଧିକାରୀମାନେ ଖୁସି ହେବେ। ଶତ୍ରୁ ଏବଂ ଈର୍ଷାପରାୟଣ ବ୍ୟକ୍ତିଙ୍କଠାରୁ ସତର୍କତା ଆବଶ୍ୟକ। ସମୟ ଅନୁକୂଳତା ରହିବ। ମିଥୁନ ରାଶି: ଭାଇମାନଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟ ଲାଭଦାୟକ ହେବ। ଚାକିରିରେ କାର୍ଯ୍ୟଭାର ରହିବ। ପୁରୁଣା ସାଙ୍ଗମାନଙ୍କୁ ଭେଟିପାରନ୍ତି। ରିସ୍କ ନେବାକୁ ସାହସ କରିବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ, ସାବଧାନ…
ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଆହ୍ୱାନରେ ଟିପିସିଓଡିଏଲ୍ର ବିରୋଧରେ ଗଣ ଆନ୍ଦୋଳନ ଆଜି ସ୍ଥାନୀୟ ଫୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କରାଯାଇଥିଲା । କଂଗ୍ରେସ ତରଫରୁ ଜନହିତକର ଦାବିଗୁଡ଼ିକୁ ନେଇ ଏହି ଗଣଆନ୍ଦୋଳନ କରାଯାଇଥିଲା । କୋଭିଡ ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସମୟରେ ଦେଢ଼ ବର୍ଷ ଆଦାୟ ହୋଇନଥିବା ବିଦ୍ୟୁତ ବିଲ୍କୁ ଜୋର ଜବରଦସ୍ତ ଆଦାୟ କରୁଥିବାରୁ ଭୁବନେଶ୍ୱର ଜିଲ୍ଲାର ତିନିନମ୍ବର ଜୋନର ସଭାପତି ବ୍ରହ୍ମାନନ୍ଦ ସାହୁ ଓ ଦୁଇ ନମ୍ବର ବ୍ଲକ ସଭାପତି ଶ୍ରୀ ଅଶୋକ ଦାସଙ୍କ ନେତୃତ୍ୱରେ ଆଜି ଏ ଧାରଣା କାର୍ଯ୍ୟକମ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଉପସଭାପତି ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ,…
ଭୁବନେଶ୍ୱର : ସମନ୍ୱିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ କୃଷି ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ରାଜ୍ୟ କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓସ୍ୱାନ୍ ମାଧ୍ୟମରେ ଅନୁଷ୍ଠିତ ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ସମନ୍ୱିତ କୃଷି ପଦ୍ଧତି ମାଧ୍ୟମରେ ହିଁ କୃଷିର ବିବିଧିକରଣ ସମ୍ଭବ ହୋଇପାରିବ । ସମନ୍ୱିତ କୃଷିର ମୂଳଦୁଆ ଭାବେ ରବି ଫସଲକୁ ମନ୍ତ୍ରୀ ଅଭିହିତ କରିଛନ୍ତି । ଧାନ ଉତ୍ପାଦନରେ ଓଡ଼ିଶା ଦେଶର ଚତୁର୍ଥ ବୃହତ୍ ଓ ଧାନ ବଳକା ରାଜ୍ୟ ଭାବେ ମାନ୍ୟତାପ୍ରାପ୍ତ ହୋଇଥିଲେ ମଧ୍ୟ ଧାନଚାଷରେ ଚାଷୀ ବିଶେଷ ଲାଭବାନ ହୋଇପାରୁନାହିଁ । ତେଣୁ କୃଷିର ବିବିଧିକରଣ, ବିଶେଷ କରି ରବି ଫସଲ…
ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଟିଜି ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ଅନ୍ଲାଇନ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଏହି ପରୀକ୍ଷା ଚଳିତ ଅକ୍ଟୋବର ୨୫ ତାରିଖରୁ ୨୮ ତାରିଖ ମଧ୍ୟରେ ହେବ । ୨୫ ତାରିଖରେ ଟିଜିଟି-ପିଜିଏମ୍, ୨୬ରେ ଟିଜିଟି-ସିବିଜେଡ୍ ଓ ୨୭ ଏବଂ ୨୮ ତାରିଖରେ ଟିଜିଟି ଆର୍ଟସ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବା ସ୍ଥିର ହୋଇଛି । ପ୍ରାର୍ଥୀମାନେ ୧୬ ଅକ୍ଚୋବରରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ । ଆଜି ସନ୍ଧ୍ୟାରେ ବିଭାଗୀୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହିତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟର ଉପସ୍ଥିତ ଥିଲେ । ପରୀକ୍ଷାର ବିଶଦ କାର୍ଯ୍ୟକାରୀ ଆସନ୍ତାକାଲି ୱେବ୍ସାଇଟ୍ରେ ପ୍ରକାଶିତ ହେବ…

