ଭାରତୀୟ ବାୟୁସେନା ପାଳନ କଲା ଏହାର ୮୯ ତମ ବାର୍ଷିିକ ଉତ୍ସବ, ଆକାଶରେ ଚିତାକର୍ଷକ ପ୍ରଦର୍ଶନ

Published: Oct 8, 2021, 12:10 pm IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ଏହାର ୮୯ ତମ ବାର୍ଷିକୀ ପାଳନ କରୁଛି। ଗତ ଆଠ ଦଶନ୍ଧି ମଧ୍ୟରେ ଭାରତୀୟ ବାୟୁସେନା ବୈଷୟିକ ଜ୍ଞାନକୈଶଳ ଅଗ୍ରଗତି କରିଛି ଏବଂ ଦେଶ ସମ୍ମୁଖରେ ଯେକୈଣସି ଆହ୍ବନର ମୁକାବିଲା ପାଇଁ ଯଥେଷ୍ଟ ଶକ୍ତି ହାସଲ କରିଛି। ଏହା ଭାରତୀୟ ଆକାଶର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶର ଲୋକଙ୍କୁ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ଦିବସ ଉପଲକ୍ଷ ଆଜି ପାରମ୍ପାରିକ ଭାବରେ, ଗାଜିଆବାଦର ହିନ୍ଦନରେ ଥିବା ବାୟୁସେନା କେନ୍ଦ୍ରରେ ରଂଗାରଂଗ ଉତ୍ସବ ପାଳନ କରାଯାଇଛି। ଅନେକ ବିମାନ ଚମତ୍କାର ଏରିଲ୍ କ୍ରୀଡା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବକୁ ପାଳନ କରିବା ପାଇଁ ଏକ ଗ୍ରାଣ୍ଡ ପରେଡ ଏବଂ ସାଜସଜ୍ଜା ସମାରୋହର ଆୟୋଜନ କରାଯାଇଥିଲା।

ଏୟାର ଷ୍ଟାଫ୍ ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୈଧୁରୀ ପରେଡ ପରିଦର୍ଶନ କରିଥିଲେ। ହିନ୍ଦନ ଏୟାରବେସରେ ଏହି ସମାରୋହକୁ ସମ୍ବୋଧିତ କରି ଭାରତୀୟ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଯେ କୈଣସି ମୂଲ୍ୟରେ ଦେଶର ସାର୍ବଭୌମତ୍ୱ ତଥା ଅଖଣ୍ଡତା ରକ୍ଷା କରିବା ବାୟୁସେନାର ସର୍ବୋଚ୍ଚ କର୍ତ୍ତବ୍ୟ।

ସେ କହିଛନ୍ତି ଯେ ବିଗତ ବର୍ଷରେ ଭାରତୀୟ ବାୟୁସେନା ଚ୍ୟାଲେଂଜର ହେବା ସହିତ ଅତ୍ୟନ୍ତ ସଫଳତା ହାସଲ କରିପାରିଛି। ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥିଲା ବାୟୁସେନା। ସେହି ସମୟରେ ବାୟୁସେନାର ଉଦ୍ୟମ ଏକ ପ୍ରମୁଖ ସଫଳତା ହୋଇପାରିଛି।

Related posts