Categories
ଆଜିର ଖବର ଜାତୀୟ ଖବର

ବାୟୁସେନା ଦିବସରେ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ବାୟୁସେନା ଦିବସରେ ସମସ୍ତ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା। ଭାରତୀୟ ବାୟୁସେନାର ବୀରତ୍ୱ, ପ୍ରତିବଦ୍ଧତା ଏବଂ ସମର୍ପଣ ପାଇଁ ଭାରତ ଗର୍ବିତ। ସେମାନଙ୍କ ସେବା ଏବଂ ବଳିଦାନ ଆମ ଆକାଶର ସୁରକ୍ଷାକୁ ସୁନିଶ୍ଚିତ କରେ।’

Categories
ଆଜିର ଖବର ଜାତୀୟ ଖବର

ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ଭାରତ ନଜର ରଖିଛି: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଚୀନକୁ ନେଇ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଉଛି ଏବଂ ବାୟୁସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆଜି ବାୟୁସେନା ଦିବସ ପୂର୍ବରୁ ଆୟୋଜିତ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ରଖିଛନ୍ତି।

ଯୁଦ୍ଧ ବିମାନର ସଂଖ୍ୟା ସହ ଜଡିତ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ବହୁ ସଂଖ୍ୟକ ବିମାନ ଥିଲେ ହିଁ ବିଜୟ ନିଶ୍ଚିତ ହେବା ଜରୁରୀ ନୁହେଁ। ବିଜୟ ପାଇଁ ଉନ୍ନତ ପ୍ରଶିକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ବାୟୁସେନା ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଭାରତୀୟ ବାୟୁସେନା ପାଳନ କଲା ଏହାର ୮୯ ତମ ବାର୍ଷିିକ ଉତ୍ସବ, ଆକାଶରେ ଚିତାକର୍ଷକ ପ୍ରଦର୍ଶନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ଏହାର ୮୯ ତମ ବାର୍ଷିକୀ ପାଳନ କରୁଛି। ଗତ ଆଠ ଦଶନ୍ଧି ମଧ୍ୟରେ ଭାରତୀୟ ବାୟୁସେନା ବୈଷୟିକ ଜ୍ଞାନକୈଶଳ ଅଗ୍ରଗତି କରିଛି ଏବଂ ଦେଶ ସମ୍ମୁଖରେ ଯେକୈଣସି ଆହ୍ବନର ମୁକାବିଲା ପାଇଁ ଯଥେଷ୍ଟ ଶକ୍ତି ହାସଲ କରିଛି। ଏହା ଭାରତୀୟ ଆକାଶର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶର ଲୋକଙ୍କୁ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ଦିବସ ଉପଲକ୍ଷ ଆଜି ପାରମ୍ପାରିକ ଭାବରେ, ଗାଜିଆବାଦର ହିନ୍ଦନରେ ଥିବା ବାୟୁସେନା କେନ୍ଦ୍ରରେ ରଂଗାରଂଗ ଉତ୍ସବ ପାଳନ କରାଯାଇଛି। ଅନେକ ବିମାନ ଚମତ୍କାର ଏରିଲ୍ କ୍ରୀଡା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବକୁ ପାଳନ କରିବା ପାଇଁ ଏକ ଗ୍ରାଣ୍ଡ ପରେଡ ଏବଂ ସାଜସଜ୍ଜା ସମାରୋହର ଆୟୋଜନ କରାଯାଇଥିଲା।

ଏୟାର ଷ୍ଟାଫ୍ ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୈଧୁରୀ ପରେଡ ପରିଦର୍ଶନ କରିଥିଲେ। ହିନ୍ଦନ ଏୟାରବେସରେ ଏହି ସମାରୋହକୁ ସମ୍ବୋଧିତ କରି ଭାରତୀୟ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଯେ କୈଣସି ମୂଲ୍ୟରେ ଦେଶର ସାର୍ବଭୌମତ୍ୱ ତଥା ଅଖଣ୍ଡତା ରକ୍ଷା କରିବା ବାୟୁସେନାର ସର୍ବୋଚ୍ଚ କର୍ତ୍ତବ୍ୟ।

ସେ କହିଛନ୍ତି ଯେ ବିଗତ ବର୍ଷରେ ଭାରତୀୟ ବାୟୁସେନା ଚ୍ୟାଲେଂଜର ହେବା ସହିତ ଅତ୍ୟନ୍ତ ସଫଳତା ହାସଲ କରିପାରିଛି। ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥିଲା ବାୟୁସେନା। ସେହି ସମୟରେ ବାୟୁସେନାର ଉଦ୍ୟମ ଏକ ପ୍ରମୁଖ ସଫଳତା ହୋଇପାରିଛି।