ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ଭାରତ ନଜର ରଖିଛି: ବାୟୁସେନା ମୁଖ୍ୟ

Published: Oct 4, 2022, 10:35 pm IST

ନୂଆଦିଲ୍ଲୀ: ଚୀନକୁ ନେଇ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଉଛି ଏବଂ ବାୟୁସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆଜି ବାୟୁସେନା ଦିବସ ପୂର୍ବରୁ ଆୟୋଜିତ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ରଖିଛନ୍ତି।

ଯୁଦ୍ଧ ବିମାନର ସଂଖ୍ୟା ସହ ଜଡିତ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ବହୁ ସଂଖ୍ୟକ ବିମାନ ଥିଲେ ହିଁ ବିଜୟ ନିଶ୍ଚିତ ହେବା ଜରୁରୀ ନୁହେଁ। ବିଜୟ ପାଇଁ ଉନ୍ନତ ପ୍ରଶିକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ବାୟୁସେନା ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି।

Related posts