ରେଭ୍ ପାର୍ଟି ଉପରେ ଚଢାଉ, ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ପୋଲିସର ଅଟକ

Published: Oct 3, 2021, 12:32 pm IST

ନୂଆଦିଲ୍ଲୀ, ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏନସିବି ବା ନାରୋକଟିକ୍ସ କ୍ରାଇମ ବ୍ୟୁରୋ ଏକ କ୍ରୁଜ୍ ରେ ଆୟୋଜିତ ରେଭ୍ ପାର୍ଟି ଉପରେ ଚଢାଉ କରିଛି। ଏଥିରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ଅନେକ ଲୋକଙ୍କୁ ଅଟକ ରଖାଯାଇଛି। ଆର୍ଯ୍ୟନଙ୍କ ସମେତ ବହୁ ସାଙ୍ଗ ଏକ କ୍ରୁଜ ଭଡାରେ ନେଇ ସମୁଦ୍ର ମଝିରେ ଡ୍ରଗସ ପାର୍ଟି କରୁଥିବାର ଖବର ମିଳିଥିଲା।

ଆଜି ସକାଳେ ଜଣେ ବଲିଉଡ ଷ୍ଟାର ପୁଅଙ୍କୁ ଗିରଫ କରାଯିବା ନେଇ ଚର୍ଚ୍ଚା ସାମ୍ନାକୁ ଆସିଥିଲ। ହେଲେ ସେ କିଏ ସେ ବୋଲି ସ୍ପଷ୍ଟ ହୋଇ ନ ଥିଲା। ପରେ  ଏନସିବି ସ୍ପଷ୍ଟ କରିଛନ୍ତି ଯେ ସେ ହେଉଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟ ଖାନ। ମୁମ୍ବାଇ ଏନସିବି ନିର୍ଦ୍ଦେଶକ ସମୀର ୱାନକେଡେ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ରେଭ ପାର୍ଟିରେ ଆର୍ଯ୍ୟଙ୍କ ସମେତ 8 ଜଣଙ୍କୁ ପଚରାଉଚରା ଚାଲିଛି।

Related posts