ଭୁବନେଶ୍ବର: ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସହୀଦ ରାଜକିଶୋର ମୁଣ୍ଡା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ ଗ୍ରାମର ରାଜକିଶୋର ମୁଣ୍ଡା ବିହାର ରେଜିମେଣ୍ଟ ର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସ୍ବର୍ଗତ ମୁଣ୍ଡା ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଠାରେ କର୍ତ୍ତବ୍ୟରତ ଥିବା ବେଳେ ଗତ ୨୯ ତାରିଖରେ ସହୀଦ ହୋଇଯାଇଛନ୍ତି।
Author: Samikhsya Bureau
କଟକ: ଆଜି କଟକ ନିକଟସ୍ଥ ନିର୍ଗୁଣ୍ଡିଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ପଶ୍ଚିମବଂଗର ଏବଂ ତାଙ୍କ ନାମ ହେଉଛି ଶୁଭଙ୍କର ରାୟ। ସେହିପରି ଅନ୍ୟ ୬ ଆହତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଯେଉଁମାନେ ସାଧାରଣ ଆହତ ହୋଇଥିଲେ ସେମାନଙ୍କୁ ଚିକିତ୍ସା କରି ଛାଡି ଦିଆଯାଇଛି। ଆଜି ଦିନ ପ୍ରାୟ ୧୧ଟା ୪୫ ସମୟରେ କାମାକ୍ଷା ଏକ୍ସପ୍ରେସ ନିର୍ଗୁଣ୍ଡି ଷ୍ଟେସନ ପାର ହୋଇ ଆଗକୁ ଯାଉଥିଲା। ହଠାତ ଏକ ପ୍ରଚଣ୍ଡ ଶଦ୍ଧ କରି ଟ୍ରେନ ଏକ ଝଟକା ମାରିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଲେ। ତାପରେ ଜଣାପଡିଲା ଯେ, ଟ୍ରେନ ବଗି ଲାଇନ ବାହାରୁ ଚାଲିଯାଇଛି। ଫଳରେ ଭୟଭୀତ ଯାତ୍ରୀମାନେ ତଳକୁ ଓହ୍ଲାଇପଡିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଏହି ଦୁର୍ଘଟଣା ପରେ ପୂର୍ବତଟ ରେଳ ବିଭାଗ ତରଫରୁ ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା ୧୨୮୨୨ ପୁରୀ-ହାୱାଡା…
ଭୁବନେଶ୍ବର: ଆଜି ବିଧାନସଭା ପରିସରକୁ ଯିବା ପାଇଁ ଚେଷ୍ଠା କରୁଥିବା କଂଗ୍ରେସର ଦୁଇ ବିଧାୟକଙ୍କୁ ପୋଲିସ ଭିତରକୁ ଛାଡି ନାହିଁ। ଫଳରେ ବିଧାନସଭା ଗେଟ ଆଗରେ ଧାରଣା ଦେଲେ ଦୁଇ ବିଧାୟକ। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଉପନେତା ଅଶୋକ ଦାସ। ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ବାଚସ୍ପତି ଗୃହରୁ ନିଲମ୍ବନ କରିଛନ୍ତି। ତା ସତ୍ବେ କଂଗ୍ରେସ ଏହି ଦୁଇ ବିଧାୟକ ଆଜି ଯିବା ପାଇଁ ଉଦ୍ୟମ କରୁଥିଲେ। ତେବେ ସେମାନେ ଗୃହ ଭିତରକୁ ଯାଇଥାଆନ୍ତେ କି ନାହିଁ ତାହା ଜଣାପଡି ନାହିଁ। ହେଲେ ବିଧାନସଭା ପରିସରକୁ ମଧ୍ୟ ସେମାନଙ୍କୁ ଯିବାକୁ ଦିଆଗଲା ନାହିଁ। ପୋଲିସ ବାରିକେଟ କରି ଗେଟ ସାମନାରେ ଉଭୟ ଅଟକାଇ ରଖିଲା। ଫଳରେ ସେମାନେ ରାସ୍ତାରେ ବସି ଧାରଣା ଦେଇଥିଲେ।
ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେମାନେ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସମସ୍ତେ ଭିନ୍ନ ଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଥିବା ବେଳେ ଆଜି ଦିଲ୍ଲୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି। ତେବେ ସେମାନେ ଓଡିଶା ଆସିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସଭାରେ ଯୋଗଦାନ କରିବା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସଂଧ୍ୟାରେ ଭୁବନେଶ୍ବରର କୃଷକ ସମାଜରେ ଆୟୋଜିତ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଭୁବନେଶ୍ବର: ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କୁଆଡେ ରାଜ୍ୟ ସଭାପତି ଚୟନ ବୋଲି ଜଣାପଡିଛି। ନଡ୍ଡା ଆସନ୍ତା ଏପ୍ରିଲ 12 ତାରିଖରେ ଆସିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ। ଓଡିଶା ବିଜେପି ସଭାପତି କିଏ ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରୁ ନାହିଁ। ଜାନୁୟାରୀ, ଫେବୃୟାରୀ ଘୋଷଣା ହେବା ବୋଲି ବାରମ୍ବାର ଓଡିଶା ପ୍ରଭାରୀ ବିଜୟ ସିଂ ତୋମାର କହି ଆସୁଛନ୍ତି। ହେଲେ ଘୋଷଣା ହୋଇପାରୁ ନାହିଁ। ତେବେ ଏପ୍ରିଲରେ ପଣା ସଂକ୍ରାନ୍ତି ପରେ ବିଜେପି ସଭାପତିଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି।
ଭୁବନେଶ୍ବର: ଓରେରା ଅଧ୍ୟକ୍ଷ ଭାବେ ଗୋପାଳ ପଟ୍ଟନାୟକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ପରବର୍ତ୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ସେ ବର୍ତ୍ତମାନ ଓରେରାର ସଦସ୍ୟ ଅଛନ୍ତି। ଅଧ୍ୟକ୍ଷ ପଦ ଖାଲି ଥିବାରୁ ତାଙ୍କୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓରେରା ଗଠନ ହେବା ବେଳଠାରୁ ଏହାର ଅଧ୍ୟକ୍ଷ ଥିଲେ ବରିଷ୍ଠ ଆଇଏଫଏସ ଅଧିକାରୀ ସିଦ୍ଧାନ୍ତ ଦାସ। ଏଥିସହିତ ସେ ସିଇସି ବା Central Empowered Committee ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ହେଲେ କେନ୍ଦ୍ରରେ ସେ ପୂର୍ଣ୍ଣକାଳୀନ କାମ ଆବଶ୍ୟକ ହେବାରୁ ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ନୂଆ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଗୋପାଳ ପଟ୍ଟନାୟକଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ଭୁବନେଶ୍ବର: ଶେଷରେ ଆଇଏଏସ ଚାକିରୀକୁ ବାଏ ବାଏ କଲେ ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ। ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ। କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିଥିବାର ସୂଚନା ମିଳିଛି। ସୁଜାତା ବର୍ତ୍ତମାନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି 2000 ବ୍ୟାଚର ଆଇଏଏସ। ସୁଜାତା ଗତ ନିର୍ବାଚନ ବେଳେ ବେଶ ଚର୍ଚ୍ଚାରେ ଥିଲେ। କାରଣ ତାଙ୍କର ସ୍ବାମୀ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ପାଣ୍ଡିଆନ ଆଇଏସ ଚାକିରୀ କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ତଥା ରାଜନୈତିକ କଥା ବୁଝୁଥିଲେ। ସେହିପରି ସୁଜାତା ମଧ୍ୟ ସେତେବେଳେ ମିଶନ ଶକ୍ତିର ସଚିବ ଥିବା ବେଳେ ଏସଏଚଜି ମହିଳାଙ୍କୁ ବିଜେଡି ପାଇଁ କାମ କରିବାକୁ କହୁଥିଲେ ବୋଲି…
ପୁରୀ: ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହେବାରେ ଆଜିକୁ ଏଗାର ଦିନ ହୋଇଯାଇଛି। ସେହି ଉପଲକ୍ଷେ ଆଜି ତାଙ୍କର ଏକାଦଶାହ ପାଳନ କରାଯାଉଛି। ତାଳଚେରରେ ତାଙ୍କର ବାସଭବନରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ଦେବେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏଥିସହିତ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମବେଦନା ଦେଇଛନ୍ତି। ତେବେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ନିଜର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଦେବେନ୍ଦ୍ରଙ୍କ ପ୍ରତିକୃତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଏହି କଳାରେ ଉଲ୍ଲେଖ କରିଛନ୍ତି ଯେ, ସ୍ମୃତିରେ ସଜଳ ଆପଣା ମଣିଷ ସିଦ୍ଧପୁରଷ। ସେହିପରି ସେ ଇଂରାଜୀରେ Tribute to Dr. Debendra Pradhan. ବିଭିନ୍ନ ସମୟରେ ସୁଦର୍ଶନ ବିଶିଷ୍ଠ ବ୍ୟକ୍ତିଙ୍କ ବାଲୁକା କଳା କରି ବେଶ ଚର୍ଚ୍ଚାରେ ଆସିଛନ୍ତି। ସେହିପରି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବାଲୁକା କଳା ମଧ୍ୟ ପୁରୀ ବେଳାଭୂମିକୁ…
ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବରର ପିଏମଜି ଛକ। କଂଗ୍ରେସ ଆନ୍ଦୋଳନ ବର୍ତ୍ତମାନ ପାଲଟିଛି ଯୁଦ୍ଧ। ପୋଲିସ ଏବଂ କଂଗ୍ରେସ କର୍ମିଙ୍କ ମଧ୍ୟରେ ଚାଲିଛି ଧସ୍ତାଧସ୍ତା। ଗୋଟିଏ ପରେ ଗୋଟିଏ ବାରିକେଟ ଭାଙ୍ଗିବା ପରେ କର୍ମିମାନେ ବିଧାନସଭାକୁ ପଶିବାକୁ ଉଦ୍ୟମ କରୁଥିଲେ। ହେଲେ ପୋଲିସ ପ୍ରଥମେ ଲାଠି ଚାର୍ଯ୍ୟ ଆରମ୍ଭ କରିଥିଲା। ଏହାକୁ ଦେଖି କଂଗ୍ରେସ କର୍ମୀମାନେ ସଭା ପାଇଁ ଆସିଥିବା ଚ୍ୟାୟର ପୋଲିସ ଉପରକୁ ଫିଙ୍ଗିଥିଲେ। ତେବେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହେବା ପରେ କର୍ମିଙ୍କ ଉପରକୁ ପୋଲିସ ପାଣିମାଡ ଆରମ୍ଭ କରିଛନ୍ତି। ଫଳରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ରହିଛି। ଶତାଧିକ କର୍ମି ଉତେକ୍ତ ହୋଇ ପୋଲିସ ଉପରେ ହିଂସ୍ର ହୋଇପଡିଛି। କଂଗ୍ରେସ କର୍ମିମାନେ ପ୍ରାୟ ଚାରିଟି ବ୍ୟାରିକେଟ ଭାଙ୍ଗି ଆଗକୁ ମାଡିବାରେ ଲାଗିଛନ୍ତି। ତେବେ ପରିସ୍ଥିତି ଦେଖି ପୋଲିସ ଅଧିକ ଫୋର୍ସ ମୁତୟନ କରିଛନ୍ତି।
ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆରମ୍ଭ କରିଛି। ରାମମନ୍ଦିର ଛକରୁ ରାଜ୍ୟର ବରିଷ୍ଠ ନେତାଗଣ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଧାନସଭା ଆଡକୁ ଆସୁଛନ୍ତି। ସେହିପରି ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସୁଥିବା କର୍ମିମାନେ ବିଧାନସଭାକୁ ସଂଯୋଗ ହୋଇଥିବା ରାସ୍ତାରେ ଶୋଭାଯାତ୍ରା କରି ଆସୁଛନ୍ତି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଏହି ଘେରାଉ କରାଯାଉଛି। ଅନ୍ୟପକ୍ଷରେ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ 80 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତକାଲି ରାତିରୁ ଏହି ଫୋର୍ସ ଜଗି ରହିଛନ୍ତି। ସେହିପରି ବିଧାନସଭା ସହିତ ସଂଯୋଗ ରାସ୍ତାକୁ ପୋଲିସ ସିଲ କରିଦେଇଛି। ବିଶେଷ କରି ଗାନ୍ଧୀ ମାର୍ଗରେ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଯେପରି ବିକ୍ଷୋଭକାରୀ ବିଧାନସଭା ଭିରତକୁ ନ ପଶିପାରିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଭୁବନେଶ୍ବର: ଆଜି ବିଧାନସଭା ଘେରାଉ କରିବ ପ୍ରଦେଶ କଂଗ୍ରେସ। ରାଜରାସ୍ତାରେ କରିବ ଗର୍ଜ୍ଜନ। ସେଥିପାଇଁ ଦଳ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ କର୍ମିଙ୍କୁ ଅଣାଯାଇ ବିଧାନସଭା ଭିତରକୁ ପ୍ରବେଶ କରିବାକୁ କରିବ ଚେଷ୍ଠା। ଭକ୍ତ ଦାସ ସଭାପତି ହେବା ପରେ ଏହା ହେଉଛି ତାଙ୍କର ଆଉ ଏକ ବଡ କାର୍ଯ୍ୟକ୍ରମ। ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିବା ବିରୋଧରେ ଗର୍ଜ୍ଜନ କରିବ କଂଗ୍ରେସ। ବିଜେପି ସରକାରର ଗୁଣ୍ଡାରାଜ ବିରୋଧରେ କରିବ ପ୍ରତିବାଦ।ରାଜ୍ୟରେ ମହିଳା ନିର୍ଯ୍ୟାତନା ବୃଦ୍ଧି ବିରୋଧରେ ପ୍ରତିବାଦ କରିବ ଦଳ। ବିଧାନସଭାରେ କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନା ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। ଏହାର ପ୍ରତିବାଦ କରିବ କଂଗ୍ରେସ। ଆଜି ଦିନ ୧୦ ଟାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଲୋଏର ପିଏମ୍ଜି ଠାରେ ଏହି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା…
କଟକ: ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ହରିଶ ଟଣ୍ଡନ। ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଆଡ଼ଭୋକେଟ ଜେନେରାଲ, ବିଭାଗୀୟ ସଚିବଙ୍କ ସମେତ ବରିଷ୍ଠ ଆଇନଜୀବୀ, ଅବସରପ୍ରାପ୍ତ ବିଚାରପତି ଉପସ୍ଥିତ ରହିଥିଲେ। ଜଷ୍ଟିସ ଟଣ୍ଡନ କୋଲକାତା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ଗତକାଲି ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ।
ଭୁବନେଶ୍ବର: ବିଧାନସଭା ଭିତରେ ଏବଂ ବିଧାନସଭା ପରିସର ବାହାରେ ଆଜି ଜିନ ତମାମ ଚାଲିଛି ହାଙ୍ଗାମା। କାରଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ କଂଗ୍ରେସ ଏହି ଆନ୍ଦୋଳନ କରିଛି। ବିଧାନସଭା ପରିସର ବାହାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିବା ବେଳେ ଭିତରେ ଦୁଇ ବିଧାୟକ ତାରା ଓ ରମେଶ ମଧ୍ୟ ହାଙ୍ଗାମା କରିଛନ୍ତି। ଗୃହ ଭିତରେ ଘଣ୍ଟ ବଜାଇ ଦୁଇ ବିଧାୟକ ବିଶୃଙ୍ଖଳିତ କରିଥିବା ନେଇ ବାଚସ୍ପତି ଆଜି ତାଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି। ଗତକାଲି ବାଚସ୍ପତି କଂଗ୍ରେସର 12 ବିଧାୟକଙ୍କୁ ନିଲମ୍ବନ କରିଛନ୍ତି, ଫଳରେ ସେମାନେ ଆଜି ବିଧାନସଭା ଯାଇପାରି ନ ଥିଲେ। ତେବେ କଂଗ୍ରେସର କେବଳ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବାକି ଅଛନ୍ତି। ଫଳରେ ଆଜି ଏହି ଦୁଇ ବିଧାୟକ କଂଗ୍ରେସ ନେତାଙ୍କ ସହିତ ଘଣ୍ଟ ବାଡେଇ ବାଡେଇ ଶୋଭାଯାତ୍ରାରେ ବିଧାନସଭା ଆଡକୁ ଯାଇଥିଲେ। ହେଲେ ବାଟରେ ପୋଲିସ ସମସ୍ତଙ୍କୁ ଅଟକାଇଥିବା ବେଳେ କେବେଳ ତାରା…
ନୂଆଦିଲ୍ଲୀ: ଭାରତ ଏହାର ପ୍ରଥମ ସ୍ୱଦେଶୀ ମ୍ୟାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ ବା ଏମଆରଆଇ (MRI) ମେସିନ୍ ବିକଶିତ କରିଛି, ଯାହା ଅକ୍ଟୋବର ସୁଦ୍ଧା ନୂଆଦିଲ୍ଲୀ ଏମସ୍ ରେ ପରୀକ୍ଷଣ ପାଇଁ ସ୍ଥାପନ ହେବାକୁ ଯାଉଛି। ଏହି ପଦକ୍ଷେପ ଚିକିତ୍ସା ଖର୍ଚ୍ଚ ଏବଂ ଆମଦାନୀ ହୋଇଥିବା ଚିକିତ୍ସା ଉପକରଣ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟ ରଖିଛି। କାରଣ ଏହି ମେସିନ ନିର୍ମାଣ କରିବା ପାଇଁ ବର୍ତ୍ତମାନ ୮୦-୮୫ ପ୍ରତିଶତ ଉପକରଣ ଆମଦାନୀ କରାଯାଉଛି। ସ୍ୱଦେଶୀ ଏମଆରଆଇ ମେସିନ୍ ଭାରତକୁ ଚିକିତ୍ସା ପ୍ରଯୁକ୍ତିବିଦ୍ୟାରେ ଅଧିକ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ। ସାମ୍ବାଦିକମାନଙ୍କ ସହ ଆଲୋଚନା କରି, ଏମସ୍ ନୂଆଦିଲ୍ଲୀର ନିର୍ଦ୍ଦେଶକ ଏମ ଶ୍ରୀନିବାସ କହିଛନ୍ତି ଯେ ଏହି ପଦକ୍ଷେପ ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ ଏବଂ ଦେଶରେ ବିଶ୍ୱର ସର୍ବୋତ୍ତମ ଉପକରଣ ଭାବେ ପ୍ରତିଷ୍ଠା ଆଣିପାରିବ।
ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା ୫୦୦ କୋଟି ଟଙ୍କା। ତେବେ ପ୍ରଶ୍ନ ଉଠିଛି ଏତେ ଟଙ୍କା କିଏ ଦେଲା ଏବଂ କାହିଁକି ଦେଲା। ତେବେ କଥାଟି ହେଲା ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ବିଭିନ୍ନ ପ୍ରକଳ୍ପଗୁଡିକର ପରିଚାଳନା ସହ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ସୁବିଧା ସୁଯୋଗ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ କରାଯିବ। ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ କର୍ପସ ପାଣ୍ଠି ପ୍ରଦାନ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ବଜେଟରେ ବିଧିବଦ୍ଧ ଭାବେ କର୍ପସ ପାଣ୍ଠିର ବ୍ୟବସ୍ଥା କରାଯିବା ପରେ ଶ୍ରୀମନ୍ଦିର ପିଏଲ ଆକାଉଣ୍ଟକୁ ସରକାର ଏହି ଅନୁଦାନ ପ୍ରଦାନ କରିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଚର ଅରବିନ୍ଦ ପାଢୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଭୁବନେଶ୍ବର: ବିଧାନସଭା ଗୃହ ଭିତରେ ଧାରଣା ଦେଇଥିବା କଂଗ୍ରେସ ବିଧାୟକଙ୍କୁ ଗତକାଲି ରାତିରେ ପୋଲିସ ଜବରଦସ୍ତ ବାହାର କରିଦେଇଛି। ରାତି ପ୍ରାୟ ଦୁଇଟା ବେଳେ ସମସ୍ତ ସଦସ୍ୟଙ୍କୁ ଗୃହ ଭିତରୁ ପୋଲିସ ଧକ୍କା ମାରି ଟେକିଟେକି ବାହାର କରିଦେଇଛି ବୋଲି ଅଭିଯୋଗ। ଏପରିକି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବେକରୁ ସୁନା ଚେନ ମଧ୍ୟ ପୋଲିସ ନେଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିଧାନସଭା ଭିତରୁ ପୋଲିସ ବାହାର କରିଦେବା ପରେ ବିଧାୟକମାନେ ସେହି ରାତିରେ କଂଗ୍ରେସ ଭବନ ସାମନା ରାସ୍ତାରେ ଶୋଇ ଧାରଣା ଦେଲେ। ପୋଲିସର ଏପରି କାର୍ଯ୍ୟକୁ ନେଇ କଂଗ୍ରେସ ତରଫରୁ ତୀବ୍ର ନିନ୍ଦା କରାଯାଇଛି। ସ୍ବାଧୀନତା ପରଠାରୁ ସରକାରୀ ଦଳର ଏପରି କାର୍ଯ୍ୟ କେବେ ହୋଇ ନ ଥିଲା ବୋଲି କଂଗ୍ରେସ କହିଛି। ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି।
ନୂଆଦିଲ୍ଲୀ: ବନ୍ଦ ହେଲା ଓଡିଆ ମନୋରଂଜନ ଧର୍ମୀ ଚ୍ୟାନେଲ କଲରସ ଓଡିଆ। ରିଲାଏନସ ଇଣ୍ଡଷ୍ଟ୍ରିର ଏକ କଂପାନୀ ଭାୟାକମ 18 ଅଧିନରେ ଏହି ଚ୍ୟାନେଲ ଓଡିଆରେ ପ୍ରସାରଣ ହେଉଥିଲା। ତେବେ ଏହି ଓଡିଆ ଚ୍ୟାନେଲ ଭଲ ପ୍ରଦର୍ଶନ କରି ନ ପାରିବାରୁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି। ଭାୟାକମ 18 ଏବଂ ଅନ୍ୟତମ ମିଡିଆ କଂପାନୀ ଡିଜିନି ଷ୍ଟାର ମିଶ୍ରଣ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କଲରସ ଓଡିଆର ଭୁବନେଶ୍ବରର ଖାରବେଳ ନଗରରେ ତାହାର ଅଫିସ କାର୍ଯ୍ୟ କରୁଥିଲା। ଏଥିରେ ପ୍ରାୟ 15 ଜଣ କର୍ମଚାରୀ କାମ କରୁଥିଲେ। ତେବେ କଂପାନୀ ବନ୍ଦ ଘୋଷଣା ପୂର୍ବରୁ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ କର୍ମଚାରୀମାନେ ଇସ୍ତଫା ଦେଇ ଫେବୃୟାରୀ 27 ତାରିଖରୁ ଆଉ ଅଫିସ ଆସି ନ ଥିଲେ। ଏହାପରେ କଂପାନୀ ଅଫିସର ସମସ୍ତ ଜିନିଷପତ୍ର କୋଲକତା ନେଇଯାଇଥିଲା। କେବଳ କଲରସ ଓଡିଆ ନୁହେଁ…
ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସ୍ଆଇ) ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ସର୍ବସମ୍ମତିକ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଯୁବସୁଲଭ ନୂଆ ଟିମ୍ର ନିର୍ବାଚନ ଚାପ୍ଟରକୁ ଏକ ନୂତନ ଶିଖରକୁ ନେଇଯିବା ସହିତ ଓଡ଼ିଶାରେ ଲୋକସମ୍ପର୍କ ବୃତ୍ତିକୁ ଅଧିକ ସମୃଦ୍ଧ କରିବାକୁ ଯାଉଛି। ଜଣେ ଅଭିଜ୍ଞ ପ୍ରଫେସନାଲ ତଥା ବ୍ୟାପକ ଅନୁଭୂତି ରଖୁଥିବା ଏବଂ ସମ୍ପ୍ରତି ହେଡ୍ ଅଫ କର୍ପୋରେଟ ଆଫେୟାର୍ସ, ପାରାଦୀପ ଫସଫେଟସ୍ ଲିମିଟେଡ, ଶ୍ରୀ ସୁଧି ରଂଜନ ମିଶ୍ର ପିଆରଏସ୍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ନିଜର ଦୃଢ ନେତୃତ୍ୱ ନେବାର କୌଶଳ ଏବଂ ଶିଳ୍ପ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିଥିବା ଶ୍ରୀ ମିଶ୍ରଙ୍କର ଆଗାମୀ ଅବଧି ନିମନ୍ତେ ରହିଥିବା ଲକ୍ଷ୍ୟ ମଧ୍ୟରେ ଲୋକସମ୍ପର୍କର ବୃତ୍ତିଗତ ମାନରେ ଉନ୍ନତି ସାଧନ କରିବା…
ଭୁବନେଶ୍ବର: ଆଜି ରାତିରେ କଂଗ୍ରେସ ନେତା ଏବଂ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଧାନସଭା ଭିତରେ ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟଙ୍କୁ ଦେଖିବା ପାଇଁ କଂଗ୍ରେସର ପୂର୍ବତନ ବିଧାୟକ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ତାଙ୍କୁ ଭିତରକୁ ଛାଡି ନ ଥିଲା। ଫଳରେ ବିଧାନସଭା ଆଗରେ ପୋଲିସ ଓ କଂଗ୍ରେସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ବିରୋଧୀ ଦଳର ନେତା ନରସିଂହ ମିଶ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଏବଂ ସଭାପତି ଭକ୍ତ ଦାସ ବିଧାନସଭାକୁ ପ୍ରବେଶ କରିବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ପୋଲିସ ଅଟକାଇଥିଲା। ସେମାନଙ୍କ ଅଭିଯୋଗ ହେଲା ଯେ, ଗୃହ ଭିତରେ କଂଗ୍ରେସ ସଦସ୍ୟ ଧାରଣ ଦେଇଛନ୍ତି। ସେମାନେ ଖାଇଲେ କି ନାହିଁ, କେମିତି ସ୍ବାସ୍ଥ୍ୟ ଅବସ୍ଥା ରହିଛି ତାହା ଜାଣିବା ପାଇଁ ଆମେ ବିଧାନସଭାକୁ ଯାଉଥିଲୁ।…
ବାଣପୁର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଲିକା ଗସ୍ତ ଶେଷର ବାତିଲ ହୋଇଯାଇଛି। ଆସନ୍ତା ୨୮ ତାରିଖରେ ସେ ବାଣପୁର ଗସ୍ତ କରିଥାଆନ୍ତେ। ସେଠାରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥାଆନ୍ତେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ କାର୍ଯ୍ୟ ପାଇଁ ତାହାକୁ ବାତିଲ କରାଯାଇଛି। ତେବେ ପୁଣି କେବେ ସେହି କାର୍ଯ୍ୟକ୍ରମ ହେବା ତାହା ଜଣାପଡି ନାହିଁ। ତେବେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାର୍ଚ୍ଚ ୩୦ ତାରିଖ ଆସିବେ ବୋଲି ନିର୍ଦ୍ଧାରିତ ହୋଇଥିଲା। ସେଥିପାଇଁ ଖୋର୍ଦ୍ଧା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ହେଲେ ତାହାକୁ ଘୁଞ୍ଚାଇ ମାର୍ଚ୍ଚ ୨୮ ତାରିଖରେ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି କରାଗଲା। ଫଳରେ ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ବାଣପୁର ଗସ୍ତ କରି ପ୍ରସ୍ତୁତି ତଦାରଖ କରିଥିଲେ। ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଠାରେ “ଗୋଦାବରୀଶ ମିଶ୍ର…
ଭୁବନେଶ୍ବର: ଆଜି ମଧ୍ୟ ବିଧାନସଭାରେ ଅସ୍ବାଭିବିକ ପରିସ୍ଥିତି ସୃଷ୍ଟି ହୋଇଛି। ପୁଣି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟରେ ଘଣ୍ଟ, ଗିନି ଏବଂ ବଂଶୀ ବଜାଇ ପ୍ରତିବାଦ କରିଛନ୍ତି। ଫଳରେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବି ରଖିଥିଲେ। ହେଲେ ଅପରାହ୍ନରେ ପୁଣି ଗୃହ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ସେହିପରି ଘଣ୍ଟପିଟି ପ୍ରତିବାଦ କରିଥିଲେ। ଫଳରେ କଂଗ୍ରେସର 12 ଜଣ ବିଧାୟକଙ୍କୁ 7 ଦିନ ପାଇଁ ଗୃହରୁ ନିଲମ୍ବନ କଲେ ବାଚସ୍ପତି। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ବୁଧବାର ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ। ଗୃହ ମୁଲତବି ହୋଇଥିଲେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଗୃହ ଛାଡି ନ ଥିଲେ। ସେମାନେ କହିଥିଲେ ଯେ, ଆସନ୍ତାକାଲି ପର୍ଯ୍ୟନ୍ତ ସେମାନେ ଏହି ଗୃହରେ ରହି ପ୍ରତିବାଦ କରିବେ। ସେମାନଙ୍କ କଥା ନ ଶୁଣିବା ପର୍ଯ୍ୟନ୍ତ ଗୃହରେ ପ୍ରତିବାଦ କରାଯିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବାରୁ ସେ ନେଇ ଗୃହରେ ଆଲୋଚନା…

