ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଗୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ହେବାକୁ ଯାଉଛି । ଭାରତୀୟ ଜାତୀୟ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବାପାଇଁ ନିଷ୍ପତି ନେଇଛି । ଏହି ଭାରତ ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି । ଏହି ମର୍ମରେ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତିମାନଙ୍କ ପତ୍ର ଲେଖିଛନ୍ତି। ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠାର କର୍ମକର୍ତା, ସାଂସଦ ଓ ବିଧାୟକ ପ୍ରାର୍ଥର୍ୀ, କୃଷକ, ଶ୍ରମିକ ଓ ଜନସାଧାରଣ ଏହି…
Author: Samikhsya Bureau
ନୂଆଦିଲ୍ଲୀ: ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା। ସୌଭ।ଗ୍ୟ ଯୋଜନା ପ୍ରବର୍ତ୍ତିତ ହେବା ପରଠ।ରୁ ଚଳିତବର୍ଷ ମ।ର୍ଚ୍ଚ ମ।ସ ସୁଦ୍ଧ। ୨. ୮୨ କୋଟି ଘରକୁ ବିଦ୍ୟୁତ ଶକ୍ତି ଯୋଗ।ଇ ଦିଆଯ।ଇଛି । ୨୦୧୯ ମ।ର୍ଚ୍ଚ ମ।ସ ସୁଦ୍ଧ। ୧୮ମ।ସ ମଧ୍ୟରେ ଗ୍ର।ମ।ଞ୍ଚଳ ଓ ସହର।ଞ୍ଚଳରେ ୨. ୬୩ କୋଟି ଉତ୍ସୁକ ଗ୍ର।ହକଙ୍କ ଘରକୁ ରେକର୍ଡ ସମୟ ମଧ୍ୟରେ ବିଦ୍ୟୁତ ଶକ୍ତି ଯୋଗ।ଇ ଦିଆଯ।ଇଥିଲ।। ପରେ ପରେ ସ।ତଟି ର।ଜ୍ୟ ଯଥ।- ଆସ।ମ, ଛତିଶଗଡ, କର୍ଣ୍ଣ।ଟକ, ମଣିପୁର, ର।ଜସ୍ଥ।ନ ଓ ଉତ୍ତରପ୍ରଦେଶର ୩୧ମ।ର୍ଚ୍ଚ ୨୦୧୯ ଚିହ୍ନଟ ପୂର୍ବରୁ ଅନିତ୍ସୁକ ଥିବ। ୧୮.୮୫ଲକ୍ଷ ବିଦ୍ୟୁତିକରଣ ହୋଇ ନ ଥିବା ଘର ମ।ଲିକ ପରେ ସଂଯୋଗ ନେବାକୁ ଇଚ୍ଛା ପ୍ରକଟ କରିବାରୁ ସେମ।ନଙ୍କୁ ମଧ୍ୟ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି। ସୌଭ।ଗ୍ୟ ହେଉଛି ବିଶ୍ୱର ସର୍ବବୃହତ ବିଦ୍ୟୁତିକରଣ ଅଭିଯାନ। ପ୍ରଧ।ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ସେପ୍ଟେମ୍ବର ୨୦୧୭ରେ ସୌଭ।ଗ୍ୟ ଯୋଜନା ଘୋଷଣା କରିଥିଲେ…
ନୂଆଦିଲ୍ଲୀ: ଆଜି ଆମେରିକାରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉଦଘାଟନ ଉଦବୋଧନ ଦେଇଛନ୍ତି। ସେ ଯାହା କହିଛନ୍ତି ତାହାର ଓଡିଆ ରୂପାନ୍ତର ହେଲା.. ରାଷ୍ଟ୍ରପତି ମହୋଦୟ, ସର୍ବପ୍ରଥମେ ଆମ ସମସ୍ତଙ୍କୁ, ଭାରତୀୟ ପ୍ରତିନିଧି ଦଳକୁ ବନ୍ଧୁତାପୂର୍ଣ୍ଣ ଏବଂ ସହୃଦୟତା ଭରା ସ୍ବାଗତ ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। ୨୦୧୬ରେ ଏବଂ ୨୦୧୪ରେ ମଧ୍ୟ ଆପଣଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବାର ସୌଭାଗ୍ୟ ମୋତେ ମିଳିଥିଲା। ସେ ସମୟରେ ଆପଣ ଭାରତ-ଆମେରିକା ସମ୍ପର୍କ ଲାଗି ଆପଣଙ୍କର ଦୂରଦୃଷ୍ଟି ସମ୍ପର୍କରେ ଯାହା କହିଥିଲେ ତାହା ବାସ୍ତବରେ ପ୍ରେରଣାଦାୟୀ ଥିଲା। ଆଜି ଆପଣ ରାଷ୍ଟ୍ରପତି ଭାବେ ସେହି ଦୂରଦୃଷ୍ଟିକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରୁଛନ୍ତି, ପଦକ୍ଷେପ ଗ୍ରହଣ କରୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ସ୍ବାଗତ କରୁଛି। ଭାରତରେ ବାଇଡେନ୍ ସାଙ୍ଗିଆଧାରୀ ଲୋକମାନଙ୍କ ସମ୍ପର୍କରେ ଆପଣ ବିସ୍ତୃତ…
ଭୁବନେଶ୍ବର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଓଡିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶି ମଞ୍ଜୁର କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାର୍ଶଦାତା ମାନସ ମଙ୍ଗରାଜ ଟୁଇଟ କରି ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ସକାଳୁ ମୁଣ୍ଡୁଳି ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ଏନଡିଆରଏଫ ଟିମ ଏକ ବୋଟ ନେଇ ନଦୀ ଭିତରକୁ ଯାଇଥିଲେ। ସେହି ବୋଟରେ ଅରିନ୍ଦମ ଏବଂ ତାଙ୍କର କ୍ୟାମେରାମ୍ୟାନ ମଧ୍ୟ ଥିଲେ। ହାତୀକୁ ଘଉଡାଇବା ବେଳେ ହଠାତ ବୋଟଟି ଓଲଟି ପଡିଥିଲା। କିଛି ବୁଝିବା ପୂର୍ବରୁ ବୋଟରେ ଥିବା ଏନଡିଆରଏଫ ଟିମ ଏବଂ…
ସୀତାରାମ ଅଗ୍ରୱାଲ ବାଣପୁର: ବାରହା ଶିକାର କରି ଦୁଇ ଶିକାରୀ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ପଦ୍ମପୁର ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ଼ିପିଏଫ ରୁ କିଛି ଦୁର୍ବୁତ୍ତ ଏକ ବରହାକୁ ଶିକାର କରି ନେଉଥିବାର ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ଖବର ପାଇଥିଲେ। କାଳ ବିଳମ୍ବ ନ କରି ଶ୍ରୀ ମହାନ୍ତି ତୁରନ୍ତ ଏକ ଟିମ ଧରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ ମୃତ ବାରହାକୁ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲେ। ଗିରଫ ଦ୍ବୟ ଅଭିଯୁକ୍ତମାନେ ହେଲେ ବାଣପୁର ଥାନା ଅଞ୍ଚଳର ରଞ୍ଜନ ନାୟକ ଏବଂ ପ୍ରକାଶ ନାୟକ। କିନ୍ତୁ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଏ ସଂକ୍ରାନ୍ତରେ ବନବିଭାଗ ବନ୍ୟପ୍ରାଣୀ ଅପରାଧ ଅଧିନିୟମ ଅନୁଯାୟୀ କେସ ନମ୍ବର ୫/୨୧-୨୨ ରେ ଏକ ମାମଲା…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ସନ୍ଧ୍ଯାରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବା ଆକଳନ କରାଯାଉଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ବାତ୍ୟା ଗତିକରୁଛି। ତୀବ୍ର ଅବପାତଟି ଗୋପାଳପୁର ଠାରୁ ୪୭୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି। କଳିଙ୍ଗପାଟନମ୍ ଠାରୁ ୪୭୦ କିଲୋମିଟର ପୂର୍ବରେ ରହିଛି। ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମାହାପାତ୍ର ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ୭ ଟି ଜିଲ୍ଲା କ୍ଷତିଗ୍ରସ୍ତ ହେବା ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସତର୍କ କରିଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଜିଲ୍ଲାଗୁଡିକ ଅଧିକ ପ୍ରଭାବିତ ହେବେ। ତେଣୁ ପ୍ରସ୍ତୁତି ରହିବା ପାଇଁ ଏହି ୭ ଟି ଜିଲ୍ଲାର…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨ ଜଣ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୭୩୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୯ ହଜାର ୫୮୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୦ କୁ ବୃଦ୍ଧି ହୋଇଛି।
ମିଳିତ ଜାତିସଂଘ: ପାକିସ୍ତାନ ପୁଣିଥରେ କାଶ୍ମୀରକୁ ନେଇ ୟୁଏନଜିଏ ବୈଠକରେ କୁମ୍ଭୀର କାନ୍ଦଣା କରିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ବାସ୍ତବତାକୁ ଅଣଦେଖା କରି ଇମ୍ରାନ ଖାନ ନିଜକୁ ଶିକାର ବୋଲି ବର୍ଣ୍ଣନା କରିଛନ୍ତି। ଇମ୍ରାନ ଖାନଙ୍କ ମିଥ୍ୟା ଅଭିଯୋଗର ଜବାବ ଦେବାବେଳେ ଭାରତ କହିଛି ଯେ, ଇମ୍ରାନ ଖାନ ଆତଙ୍କବାଦର ଶିକାର ହେଉଛନ୍ତି। ରାଇଟ୍ ଟୁ ଜବାବ ବ୍ୟବହାର କରି ଇମ୍ରାନ ଖାନଙ୍କ ଭାଷଣ ପରେ ପାକିସ୍ତାନର ମିଥ୍ୟା ଅଭିଯୋଗ ପ୍ରକାଶ ପାଇଛି। ଭାରତ ପକ୍ଷରୁ ପ୍ରଥମ ସଚିବ ସ୍ନେହା ଦୁବେ ପକ୍ଷ ରଖିଥିଲେ। ଯେତେବେଳେ ଇମ୍ରାନ ଖାନ କାଶ୍ମୀର ଉପରେ କାନ୍ଦୁଥିଲେ, ଭାରତ ମଧ୍ୟ ଏହାର ଜବାବ ଦେଇଥିଲା। କୂଟନୀତିଜ୍ଞ ସ୍ନେହା ଦୁବେ କହିଛନ୍ତି ଯେ, କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୬ ଲକ୍ଷ ୨୪ ହଜାର ୪୧୯ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୬୫୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୮ ଲକ୍ଷ ୭୬ ହଜାର ୩୧୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୧୬୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୪୯ ଟି ଲୋକାଲ କେସ୍ ରହିଛ। ୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୯ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୭୩୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୯ ହଜାର ୫୮୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୬୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୬ ଟି ଜିଲ୍ଲାରୁ ୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ସୀତାରାମ ଅଗ୍ରୱାଲ ଚିଲିକା: ବନ୍ଧୁକ ଦେଖାଇ ଗାଡ଼ି ଡ୍ରାଇଭର ଏବଂ ସହଯୋଗୀଙ୍କ ନିକଟରୁ ମୋବାଇଲ, ବ୍ରେସଲେଟ ଓ ଟଙ୍କା ଦୁର୍ବୁତ୍ତ ମାନେ ଲୁଟିନେଇଛନ୍ତି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସର ବ୍ରାହ୍ମଣକୁଶଡିହ ଛକ ନିକଟରେ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ଦୁଇ ଘଟିକା ସମୟରେ ବ୍ରହ୍ମପୁରରୁ ଭଦ୍ରକ ଅଭିମୁଖେ (ଓଡ଼ି -୦୪-ଏନ -୧୩୨୦) ନମ୍ବର ବିଶିଷ୍ଟ ଏକ ଫଳ ବୋଝେଇ ମହିନ୍ଦ୍ରା ମିନି ଟ୍ରକ ଯାଉଥିବା ବେଳେ ବାଣପୁର-ବାଲୁଗାଁ ବାଇପାସ ବ୍ରାହ୍ମଣକୁଶଡିହ ଛକ ନିକଟରେ ଗାଡିଟି ଖରାପ ହୋଇଯାଇଥିଲା। ତେବେ ଖରାପ ହେବାର ଦଶ ମିନିଟ ମଧ୍ୟରେ ଉକ୍ତ ଗାଡିକୁ ପୂର୍ବରୁ ପିଛା କରୁଥିବା ଏକ ନମ୍ବର ବିହୀନ ହଳଦିଆ ରଙ୍ଗର ଟାଟା ଏସି ଗାଡ଼ିରେ ୮ ଜଣ ଦୁର୍ବୁତ୍ତ ଆସି ଫଳ ବୋଝେଇ ଗାଡ଼ି ଚାଳକ ଅରକ୍ଷିତ ସାହୁ(୨୭) ଏବଂ ସହଯୋଗୀ ମାନସ ରାଉତ(୨୫) ଙ୍କୁ ବନ୍ଧୁକ ଦେଖାଇବା…
ମେଷ- ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ। ବୃଷ– ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ। କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ। ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି,…
ନୂଆଦିଲ୍ଲୀ: ହିମାଲୟାନ୍ ଚଳଚ୍ଚିତ୍ର ମହୋତ୍ସବକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଉଦଘାଟନ କରିଛନ୍ତି । ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ଉଦ୍ଘାଟନ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ହସ୍ତୀ ଯୋଗଦାନ କରିଥିଲେ । ଏହା ପ୍ରଥମ ହିମାଲୟାନ୍ ଚଳଚ୍ଚିତ୍ର ମହୋତ୍ସବ ଯାହାକି କେନ୍ଦ୍ରଶାସିତ କ୍ଷେତ୍ର ଲଦାଖର ଲେହର ସିନ୍ଧୁ ସଂସ୍କୃତି କେନ୍ଦ୍ରଠାରେ ଆୟୋଜନ କରାଯାଇଛି । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା “ଆଜାଦୀ କା ଅମୃତ ମହୋତ୍ସବ”ର ଅଂଶବିଶେଷ ସ୍ୱରୂପ ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯାଇଛି । “ଜନ ଭାଗୀଦାରୀ”ର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଚଳଚ୍ଚିତ୍ର ମହୋତ୍ସବରେ ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନେ ସକ୍ରିୟ ଭାବେ ଭାଗ ନେଇପାରିବେ ଏବଂ । ସେଥିପାଇଁ ଏହି ଉତ୍ସବରେ ହିମାଳୟ ପର୍ବତମାଳା ସହିତ ସଂଶ୍ଳିଷ୍ଟ ହୋଇ ରହିଥିବା ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ବିଭିନ୍ନ ପ୍ରତିଭାଧରମାନଙ୍କ ବିଭିନ୍ନ କଳା…
ଭୁବନେଶ୍ବର: ଶହ ଶହ ବର୍ଷ ଧରି ଓଡିଶା ଏହାର ରମଣୀୟ ସିଲ୍କ ବିଶେଷ କରି ଟସର ପ୍ରଜାତି ସିଲ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡିଶାର ସିଲ୍କ ବୁଣାଳୀମାନେ କଞ୍ଚାମାଲ ପାଇଁ ପୁରାପୁରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ରାଜ୍ୟ ଉପରେ ନିର୍ଭରଶୀଳ ହେବା ସହ ଅଧିକ ମୂଲ୍ୟ ଦେଇ ସିଲ୍କ ସୂତା କ୍ରୟ କରିଥାନ୍ତି । ମାତ୍ର ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ଐତିହାସିକ ନିଷ୍ପତ୍ତିକ୍ରମେ କଟକ ଜିଲ୍ଲା ଚୌଦ୍ୱାରଠାରେ ରାଜ୍ୟର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି କେନ୍ଦ୍ର ଟସର ସିଲ୍କ ସୂତା ସ୍ଥାନୀୟ ବୁଣାକାର ମାନଙ୍କୁ ଯୋଗାଇବା ସହ କର୍ମନିଯୁକ୍ତି ସୁଯୋଗ ଓ ସିଲ୍କ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ କରିପାରିବ । ଟସର ସିଲ୍କ ହେଉଛି ସର୍ବୋତ୍ତମ…
ନୂଆଦିଲ୍ଲୀ: ଯଦି ଆପଣ ଚା’କୁ ଭଲ ପାଆନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଆୟୁର୍ବେଦିକ ଚା’ର ଉପକାର ବିଷୟରେ ଶୁଣିଥିବେ। ଯଦିଓ ଆପଣ ଶୁଣି ନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ, ଏହା ଜାଣି ଆପଣ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ କରିପାରିବେ। ଏହି ଚା’ ବ୍ୟବହାର କରିବା ଦ୍ଵାରା ମେଟାବୋଲିଜିମର ଉନ୍ନତି ସହିତ ଆପଣଙ୍କ ହଜମ ପ୍ରକ୍ରିୟାକୁ ଲାଭ ଦିଏ। ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଶରୀରକୁ ସୁସ୍ଥ ରଖିବା ଜଣାଶୁଣା। ଅନେକ ଥର ପେଟ ଫୁଲିବା ଏବଂ ପେଟ ସହିତ ଜଡିତ ଅନେକ ସମସ୍ୟା ଅଛି, ଯେଉଁ କାରଣରୁ ଆପଣ ବହୁତ କ୍ଲାନ୍ତ ଏବଂ ଅଶାନ୍ତ ଅନୁଭବ କରନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ, ଆପଣ ଏହି ଆୟୁର୍ବେଦିକ ଚା’ ପିଇ ପାରିବେ, ଯାହା ଆପଣଙ୍କୁ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ଦେବ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେମାନଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକ କରୁଛନ୍ତି।ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ପ୍ରଥମ ବୈଠକ। ଏହି ବୈଠକରେ ଆଫଗାନିସ୍ତାନ, ବାଣିଜ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରାଯାଇପାରେ। ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିଥିଲେ, ଯେତେବେଳ ସେ ଉପରାଷ୍ଟ୍ରପତି ଥିଲେ। ଏହାପୂର୍ବରୁ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ଏବଂ ଜାପାନର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ସୂଚନା ଅନୁଯାୟୀ, ‘କ୍ଵାଡ’ ଦେଶ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଆଜି ମଧ୍ୟ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୯, କଟକରୁ ୮୩, ବାଲେଶ୍ବରରୁ ୧୮, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୮, ପୁରୀରୁ ୧୮, ନୟାଗଡରୁ ୧୦, ଭଦ୍ରକରୁ ୯, କେନ୍ଦ୍ରାପଡାରୁ ୯, ସୁନ୍ଦରଗଡରୁ ୮, ମୟୂରଭଞ୍ଜରୁ ୭, ରାୟଗଡାରୁ ୭, ଝାରସୁଗୁଡାରୁ ୬, ସମ୍ବଲପୁରରୁ ୬, ଗଞ୍ଜାମରୁ ୫, ବରଗଡରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ଦେବଗଡରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୯ ହଜାର ୫୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩ କୁ ବୃଦ୍ଧି ହୋଇଥିବାବେଳେ…
ସୀତାରାମ ଅଗ୍ରୱାଲ ବାଣପୁର: ମହାମାରୀ କରୋନାକୁ ପ୍ରତିହତ ପାଇଁ ଏକ ମାତ୍ର ବିଶଲ୍ୟ କରଣୀ ଟୀକାକରଣ ହୋଇଥିବାବେଳେ ସରକାର ଟିକାକରଣ ବ୍ୟବସ୍ଥାକୁ ବ୍ୟାପକ କରୁଛନ୍ତି। ଟୀକାକରଣ ଅଭିଯାନକୁ ସରଳିକରଣ କରିବାପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଏବଂ ପଂଚାୟତ ସ୍ତରରେ ବିଭିନ୍ନ କେନ୍ଦ୍ରରେ ଟୀକା ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ସୁପରିଚାଳନା ନିମିତ୍ତ କିଛି ଟୀକା କେନ୍ଦ୍ରରେ ଅନଲାଇନ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଟୀକା କେନ୍ଦ୍ରରେ ଅଫଲାଇନ ଜରିଆରେ ଟୀକାକରଣ କରାଯାଉଛି। ଯାହାର ଫାଇଦା ନେଇ ଟିକାକେନ୍ଦ୍ରଗୁଡିକ କିଛି ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଏପରିକି ଟୀକା ପାଇଁ ଦିଆଯାଉଥିବା ଟୋକନ ଗୁଡିକ ସେମାନେ ନିଜ ସମ୍ପର୍କୀୟଙ୍କୁ ତଥା କିଛି ସ୍ଥାନୀୟ କୁଜିନେତାଙ୍କୁ ଦେଉଥିବାବେଳ ସାଧାରଣ ଜନତା ଏଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଟୀକା କେନ୍ଦ୍ରରେ ସମାନ ଧରଣର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ବିଳମ୍ବିତ ରାତ୍ରିରେ ଶ୍ୱଶୁର ଘରେ ଜ୍ୱାଇଁକୁ ଭୂଜାଲିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ରେଢାଖୋଲ ଥାନା ଝାଙ୍କରପଡା ଗ୍ରାମର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଧୁଡିଆପଡା ଗାଁରେ ବିବାହ କରିଥିଲେ। ଶୁଶୁର ଘରେ ପାରିବାରିକ ସମସ୍ୟା ଦେଖା ଦେବାରୁ ସେ ନିଜ ବାପ ଘରକୁ ୮ ମାସ ହେଲା ଫେରି ଆସିଥିଲେ। ଗତକାଲି ପୁଷ୍ପାଞଳିର ସମସ୍ୟାର ସମାଧାନ ପାଇଁ ରତ୍ନାବଡମାଳ ଗ୍ରାମର ଜ୍ୱାଇଁ ପ୍ରେମାନନ୍ଦ ବେହେରା ଶ୍ୱଶୁର ଘର ଝାଙ୍କରପଡା ଗାଁକୁ ଯାଇଥିଲେ। ରାତିରେ ଶୋଇଥିବା ସମୟରେ ୩ ଜଣ ଲୋକ ଏକ ମୋଟର ସାଇକେଲରେ ଆସି ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ। ଗାଁ ଲୋକମାନେ ଆସିଯିବାରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଦୁର୍ବୃତ୍ତ ୩ ଜଣ ଆଣିଥିବା ମୋଟର ସାଇକେଲ୍, ଭୁଜାଲି ଛାଡି ଚମ୍ପଟ ମାରିଥିଲେ। ଆହତକୁ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା…
ନୂଆଦିଲ୍ଲୀ: ଅଧିକାଂଶ ଘରେ ମଇଦାରୁ ଜଳଖିଆ ପ୍ରସ୍ତୁତ କରାଯାଇଥାଏ। ଲୋକେ ପ୍ରତିଦିନ କଚୋରୀ, ସିଙ୍ଗଡା ପରି ଜିନିଷ ଖାଆନ୍ତି। କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ତାହା ଆପଣ ଜାଣନ୍ତି କି? ଏପରିକି ସମସ୍ତ ଜଙ୍କ୍ ଫୁଡ୍ ରେ ମଇଦା ମିଳିଥାଏ। ଏହା ଘରଠାରୁ ହୋଟେଲ ବେକେରୀ ପର୍ଯ୍ୟନ୍ତ ମଧ୍ୟ ବ୍ୟବହୃତ ହୁଏ। ମଇଦାରେ ତିଆରି ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକର ଅଟେ। ଜାଣନ୍ତୁ ମଇଦାରୁ ତିଆରି ଜିନିଷ ଖାଇବାର କ୍ଷତି: ୧- ବେଞ୍ଜୋଏଲ୍ ପେରକ୍ସାଇଡ୍- ମଇଦାକୁ ଧଳା ରଙ୍ଗ ଦେବା ପାଇଁ ବ୍ୟବହୃତ ବେଞ୍ଜୋଏଲ୍ ପେରକ୍ସାଇଡ୍ ହେଉଛି ଏକ ବ୍ଲିଚିଂ ଏଜେଣ୍ଟ। ବେଞ୍ଜୋଏଲ୍ ପେରକ୍ସାଇଡ୍ ଏକ ବିପଜ୍ଜନକ ରାସାୟନିକ ପଦାର୍ଥ ଯାହା ଆମ ଶରୀରରେ ଅନେକ ରୋଗର ଆଶଙ୍କା ବଢାଇଥାଏ। ପିଜା, ବରଗର ଭଳି ମଇଦାରେ ତିଆରି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ। ୨- ହଜମ ସମସ୍ୟା- ମଇଦାରୁ ତିଆରି ଜିନିଷ ଖାଇବା ଦ୍ୱାରା…
ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ‘ଓ’ଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ଆଜି ଅକାଳ ବିୟୋଗ ହୋଇଯାଇଛି। କଟକ ମୁଣ୍ଡୁଳିଠାରେ ମହାନଦୀରେ ଏକ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ଓଲଟି ପଡିବାରୁ ସେ ଭାସିଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶେଷରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ସହିତ ଯାଇଥିବା କ୍ୟାମେରାମ୍ୟାନ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ, ଆଜି ସକାଳୁ ପଲେ ହାତୀ ମୁଣ୍ଡୁଳି ମହାନଦୀରେ ଫସି ଯାଇଥିଲେ। ସବୁ ହାତି ପାଣିରୁ ବାହାରି ପଳାଇଯାଇଥିଲେ ମଧ୍ୟ ଗୋଟିଏ ହାତୀ ବାହାରିପାରି ନ ଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ଏନଡିଆରଏଫ ଟିମ ଏକ ବୋଟ ନେଇ ନଦୀ ଭିତରକୁ ଯାଇଥିଲେ। ସେହି ବୋଟରେ ଅରିନ୍ଦମ ଏବଂ ତାଙ୍କର କ୍ୟାମେରାମ୍ୟାନ ମଧ୍ୟ ଥିଲେ। ହାତୀକୁ ଘଉଡାଇବା ବେଳେ ହଠାତ ବୋଟଟି ଓଲଟି…

