Author: Samikhsya Bureau

ଭୁବନେଶ୍ବର: ବାତ୍ୟା ଗୁଲାବ କେତେବେଳେ ସ୍ଥଳଭାଗ ଛୁଇଁବ ସେ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ପୂର୍ବରୁ ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ଗୁଲାବ ଆଜି ରାତି 9 ଟା ପରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି। ଏହି ଲ୍ୟାଣ୍ଡଫଲ୍ ପକ୍ରିୟା ପ୍ରାୟ 3 ଘଣ୍ଟା ଧରି ଚାଲିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହା ଗୋପାଳପୁର ଏବଂ କଳିଙ୍ଗପାଟାନମ ମଧ୍ୟରେ କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ 75ରୁ 85 କିଲୋମିଟରେ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ସ୍ଥାନେସ୍ଥାନେ ଏହା 95 କିଲୋମିଟର ବେଗକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି।

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୧ ର ଫାଇନାଲ୍ ପାଇଁ ପ୍ରାୟ ୨୦ ଦିନ ବାକି ଅଛି। କିନ୍ତୁ ବର୍ତ୍ତମାନ ପ୍ଲେ ଅଫ୍ ର ଚିତ୍ର ସ୍ପଷ୍ଟ ଦେଖାଯାଉଛି। ଶନିବାର ଦିନ ଡବଲ୍ ହେଡର୍ ଖେଳିବା ପରେ ଦିଲ୍ଲୀ ରାଜଧାନୀ ଦଳ ପ୍ଲେ ଅଫ୍ ଯିବାକୁ ପ୍ରଥମ ଦଳ ଭାବେ ଯୋଗ୍ୟତା ହାସଲ କରିଛି। ଏହା ସହ ପଞ୍ଜାବ କିଙ୍ଗ୍ସ ବିପକ୍ଷ ପରାଜୟ ପରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପ୍ଲେ ଅଫ୍ ରାସ୍ତା ବନ୍ଦ ହୋଇଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଶନିବାର ଦିନ ରାଜସ୍ଥାନ ରୟାଲ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୩୩ ରନରେ ପରାସ୍ତ କରିଛି। ଆଇପିଏଲର ୧୪ତମ ସଂସ୍କରଣରେ ଏହା ଦିଲ୍ଲୀ କ୍ୟାପିଟାଲ୍ସର ଅଷ୍ଟମ ବିଜୟ ଥିଲା ଏବଂ ଏହା ସହିତ ଦଳ ୧୬ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏପର୍ଯ୍ୟନ୍ତ, ଆଇପିଏଲ୍ ଇତିହାସରେ ୧୬ ଟି ପଏଣ୍ଟ…

Read More

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ସେଥି ମଧ୍ୟରୁ ରାଜ୍ୟର ଆଠଟି ଜିଲ୍ଲାକୁ ପୁରା ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ନୟାଗଡ଼, ଗଂଜାମ , ଗଜପତି, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡା ଏବଂ କୋରାପୁଟ। ଏସବୁ ଜିଲ୍ଲାରେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ପବନର ବେଗ 40-50 କିଲୋମିଟର ସହିତ ମଧ୍ୟମ ବର୍ଷା ଏବଂ ଘଡଘଡି ହେବ ବୋଲି କୁହାଯାଇଛି। ଏଥିରେ ଭୁବନେଶ୍ବର ଏବଂ କଟକ ଜିଲ୍ଲାରେ ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏହି ଜିଲ୍ଲାର ତଳିଆ ଅଞ୍ଚଳକୁ ଖାଲି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଉ ଏଗାରଟି ଜିଲ୍ଲାକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡିକ ହେଲା ମାଲକାନଗିରି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର,…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୩୨୬ ଜଣ କରୋନା ଅପଡେଟ୍ ହୋଇଥିବା ବେଳେ ୨୬୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୬ ଲକ୍ଷ ୫୨ ହଜାର ୭୪୫ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୯୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୨ ହଜାର ୩୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୩ ହଜାର ୪୭୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ  ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୦ ହଜାର ୧୮୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୦୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୫ କୁ ବୃଦ୍ଧି ହୋଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ  ୫୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୪୩ ଟି ଲୋକାଲ କେସ୍‌ ରହିଛ। ୫୮୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୯୬ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୦ ହଜାର ୧୮୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୦୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୭ ଟି ଜିଲ୍ଲାରୁ ୫୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

Read More

ଭୁବନେଶ୍ବର: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ମାଧ୍ୟମରେ ସମ୍ଭବ୍ୟ ବାତ୍ୟା ଗୁଲାବ ସମୀକ୍ଷା କରିବେ। ଏହି ବୈଠକରେ ମୁଖ୍ୟଶାସନ ସଚିବ, ଏସଆରସି, ରାଜସ୍ବ ସଚିବ ଏବଂ ପୋଲିସ ଡିଜି ପ୍ରମୁଖ ବରିଷ୍ଠ ଅଧିକାରୀ ରହିବେ। ବର୍ତ୍ତମାନ ପରିସ୍ଥିତି କିପରି ରହିଛି ଏବଂ କଣ ପଦକ୍ଷେପ ନିଆଯାଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ଆଜି ସଂଧ୍ୟାରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଜିଲ୍ଲା ସହିତ ପୁରୀ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ପ୍ରଭାବିତ ହେବ। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି।

Read More

ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡିଆସୁଛି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଆଜି ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ବର୍ତ୍ତମାନ ରାଜଧାନୀ ସମେତ ଦକ୍ଷିଣ ଓଡିଶାର ବର୍ଷା ସହିତ ସାମାନ୍ୟ ପବନ ଆରମ୍ଭ ହୋଇଯାଇଛି। ରାଜଧାନୀରେ ସକାଳୁ ସକାଳୁ ପାଗ ସାମାନ୍ୟ ଭଲ ଥିବା ବେଳେ 9ଟା ବେଳକୁ ଏଥିରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ ମେଘୁଆ ପାଗ ହେବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ଅନୁଭୂତ ହୋଇଛି। ସଂଧ୍ୟା ବେଳକୁ ଏହାର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ…

Read More

ଭୁବନେଶ୍ବର: ମହିଳା ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟି ସଚେତନତା ସୃଷ୍ଟି ପାଇଁ ସେପେଫମ୍ବର ମାସରେ ସମଗ୍ର ରାଜ୍ୟରେ ପାଳିତ ହେଉଛି ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସ । ପୂର୍ବରୁ ମଧ୍ୟ ଅନୁଷ୍ଠିତ ହେଉଥିବା ବିିଭିନ୍ନ ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଓ ଶିଶୁମାନଙ୍କ ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିବା ସହ ରକ୍ତହୀନତା ହ୍ରାସ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଜନଆନ୍ଦୋଳନ ଏବଂ ଗୋଷ୍ଠୀସ୍ତରରେ ପୁଷ୍ଟିର ଗୁରୁତ୍ୱ ପାଇଁ କି୍ରୟାଶୀଳତା ସୃଷ୍ଟି ମାଧ୍ୟମରେ ପୋଷଣ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଚଳିତ ବର୍ଷ ସେପେଫମ୍ବର ମାସର ୪ଟି ସପ୍ତାହ ପାଇଁ ୪ଟି ଭିନ୍ନ ଭିନ୍ନ ବିଷୟବସ୍ତୁ ସ୍ଥିର କରାଯାଇଛି । ‘ପୋଷଣ ବାଟିକା’ ସୃଷ୍ଟି ପାଇଁ ବିଭିନ୍ନ ଉପକାରୀ ବୃକ୍ଷରୋପଣ, ପୁଷ୍ଟିସାଧନ ପାଇଁ ଯୋଗ ଏବଂ ଆୟୁଷର ଉପକାରିତା, ପୁଷ୍ଟିସାଧନ ସ୍ତରରେ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରୟାସ ଜାରି ରହିଥିବା…

Read More

ମେଷ : ବ୍ୟବସାୟ ଯାତ୍ରା ଅନୁକୂଳ ଲାଭ ଦେବ। ଲାଭ ପାଇଁ ସୁଯୋଗ ବାରମ୍ବାର ଆସିବ। ନିଜ ବିବେକ ବ୍ୟବହାର କରନ୍ତୁ। ଅଦରକାରୀ ଜିନିଷରେ ସମୟ ନଷ୍ଟ କର ନାହିଁ । ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି । ବ୍ୟବସାୟର ଗତି ବୃଦ୍ଧି ପାଇବ। ଲାଭ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବୃଷ : କେହି ଜଣେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ଦକ୍ଷତାରେ ଉନ୍ନତି କରିବ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ରହିବ। ପ୍ରଭାବର କ୍ଷେତ୍ର ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। କୈଣସି କ୍ରନିକ ରୋଗ ଅସୁବିଧା ସୃଷ୍ଟି କରିବ। ବିରୋଧୀମାନେ ସକ୍ରିୟ ରହିବେ। ମିଥୁନ : ବ୍ୟବସାୟ ଭଲ ରହିବ। ବିନିଯୋଗ ଭଲ ହେବ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ…

Read More

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଆଜି ଏଠାରେ ଏକ ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ, ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ବଙ୍ଗୋପସାଗରରେ ଥିବା ଗଭୀର ଅବପାତର ସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଛନ୍ତି ଯାହା ଆଜି ସନ୍ଧ୍ୟା ସୁଦ୍ଧା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ୭୫ରୁ ୮୫ କିଲୋମିଟର ବେଗରେ ଏବଂ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୯୫ କିଲୋମିଟର ବେଗରେ ପବନ ଏବଂ ପ୍ରବଳ ବର୍ଷା ସହିତ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ଏହା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଏବଂ ବିଶାଖାପାଟନମ୍…

Read More

ନୂଆଦିଲ୍ଲୀ: କଦଳୀ ଖାଇବାକୁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ଦିନର ଯେକୌଣସି ସମୟରେ କଦଳୀ ଖାଇବା ଦ୍ୱାରା ଲାଭ ବଦଳରେ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଭୁଲ ସମୟରେ ଖାଇଥିବା ଏକ କଦଳୀ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ତେଣୁ ଆମେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ୍। ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ କଦଳୀ ପାଚିବାର ପ୍ରକ୍ରିୟା ଅଛି। ଏଥିରୁ ଆମେ ଜାଣିପାରିବା କେଉଁ କଦଳୀ ଆପଣଙ୍କ ପାଇଁ ଲାଭଦାୟକ ଏବଂ କେଉଁଟି କ୍ଷତିକାରକ। ପୋଟାସିୟମ୍, ଫୋଲେଟ୍, କାର୍ବସ୍ ଏବଂ ଟ୍ରାଇପଟୋଫାନରେ ଭରପୂର କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଅନେକ ପୁଷ୍ଟିକର ଉପାଦାନରେ ଭରପୂର ସତ୍ତ୍ୱେ ଅନେକ ଚିହ୍ନ ବିଶିଷ୍ଟ କଦଳୀ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। କଦଳୀ ଓଜନ ବଢାଇଇପାରେ: ଯେଉଁମାନେ ନିଜର ଓଜନ ବଢାଇବାକୁ ଚାହାଁନ୍ତି, ସେମାନଙ୍କ ପାଇଁ କଦଳୀ ହେଉଛି ସର୍ବୋତ୍ତମ ବିକଳ୍ପ। କିନ୍ତୁ ଯେଉଁମାନେ ଓଜନ ହ୍ରାସ କରିବାକୁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ୍  ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟର।” ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ଏକାଡେମିକ୍‌, ରିସର୍ଚ୍ଚ ସ୍କଲାର୍ସ ଏବଂ ଶିଳ୍ପ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଶନିବାର ଦିନ ଶେଷ ହୋଇଥିବା ଏହି ସମ୍ମିଳନୀ ନୂତନ ସାମଗ୍ରୀ ଏବଂ ଏହାର ବ୍ୟବହାର ସହିତ ଥର୍ମାଲ୍‌ ଇଞ୍ଜିନିୟରିଂ, ଡିଜାଇନ୍ ଏବଂ ମାନୁଫ୍ୟାକ୍‌ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଏବଂ ରିନ୍ୟୁଆଲ୍ ଏନର୍ଜି ରିସର୍ଚ୍ଚ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ଓ ଏକାଡେମୀ ଏବଂ ଶିଳ୍ପକୁ ଏକତ୍ରିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏହି ସମ୍ମିଳନୀର କନ୍‌ଭେନର୍ ଡ. ପ୍ରେମାନନ୍ଦ ପ୍ରଧାନ କହିଛନ୍ତି। ଆମେ ବିଶ୍ୱର ବିଭିନ୍ନ ଦେଶରୁ ୧୫୬ ଟି ଗୁଣାତ୍ମକ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତିଙ୍କ ସ୍କୁଟିକୁ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ସଂପୂର୍ଣ୍ଣ ପୋଡିଦେଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଧୂଆଁଳ ଗ୍ରାମର ସନାତନ ସାହୁ (୫୦) ସବୁଦିନ ପରି ନିଜ ଟିଭିଏସ ଜୁପିଟର ସ୍କୁଟର (ଓଡ଼ି-୦୨-ଏଇ-୬୩୦୨) କୁ ଘର ବାହାରେ ରଖିଥିଲେ। ତେବେ ଆଜି ସକାଳୁ ଉଠି ଦେଖିଲାବେଳକୁ ସ୍କୁଟିଟି ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ତେବେ କିଏ କ’ଣ ପାଇଁ ଏପରି କାଣ୍ଡ କରିଛି ଜଣାପଡିନଥିବା ବେଳେ ଏ ନେଇ ସନାତନ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ତଦନ୍ତ ଆରମ୍ଭ କରିଦେବା ସହ ସହ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

Read More

ଭୁବନେଶ୍ୱର: ନ୍ୟାସ୍‌ନାଲ୍ ଏଗ୍ରିକଲ୍‌ଚରାଲ୍ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍  ଇଣ୍ଡିଆ ଲିମିଟେଡ୍ (ନାଫେଡ୍‌) ଦ୍ୱାରା ଓଡ଼ିଶାରେ ସଂଗଠିତ ୬୭ଟି କୃଷକ ଉତ୍ପାଦକ ସଂଘ (ଏଏଫ୍‌ପିଓ) ମଧ୍ୟରୁ ୨୫ଟି ଏଫ୍‌ପିଓର ବିକାଶ ଦାୟିତ୍ୱ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦିଆଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଠାରେ ଶନିବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନାଫେଡ୍‌ର ଆଂଚଳିକ ମୁଖ୍ୟ ଭବ୍ୟା ଆନନ୍ଦ ଏହା ପ୍ରକାଶ କରିଛନ୍ତି। ଶନିବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସହକାରିତା ସମ୍ମିଳନୀର ସିଧା ପ୍ରସାରଣ ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା। ଏହି ସମ୍ମିଳନୀରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇଥିଲେ। ଏଫ୍‌ପିଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଶ୍ରୀମତି ଆନନ୍ଦ କହିଥିଲେ ଯେ ସୋଆକୁ ଓଡ଼ିଶାରେ ଏଫ୍‌ପିଓ ଗୁଡ଼ିକର ବିକାଶ ନିମନ୍ତେ ଏକ କ୍ଲଷ୍ଟର ବେସ୍‌ଡ ବିଜିନେସ ଅର୍ଗାନାଇଜେସନ୍‌ ଭାବେ ମନୋନୀତ କରାଯାଇଛି। ସରକାର ୧୦,୦୦୦…

Read More

ଖୋର୍ଦ୍ଧା/ଜଙ୍କିଆ: ଆଜି ଜଙ୍କିଆ ପୋଲିସକୁ ଏକ ବଡ ସଫଳତା ମିଳିଛି। ଏକ ବଡ ଧରଣର ଡକାୟତି ଯୋଜନାକୁ ଜଙ୍କିଆ ପୋଲିସ ପଣ୍ଡ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୀତା ଇଞ୍ଜିନିଅରିଙ୍ଗ କଲେଜ ପଛପାର୍ଶ୍ୱରେ କିଛି ଦୁର୍ବୁତ୍ତ ଗୋଡିପଡା ଟୋଲ ଗେଟରେ ଡକାୟତି ଯୋଜନା କରୁଥିବାର ଯୋଜନା ପ୍ରସ୍ତୁତ କରୁଥିଲେ। ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଏହି ଖବର ପାଇବା ମାତ୍ରେ ଖୋର୍ଦ୍ଧା ଏସପିଙ୍କୁ ଅବଗତ କରିଥିଲେ। ପରେ ଏସପିଙ୍କ ନିର୍ଦ୍ଦେଶ ମୁତାବକ ସଦର ଏସଡ଼ିପିଓଙ୍କ ତତ୍ୱାବଧାନରେ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଜି ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ତେବେ ଉକ୍ତ ଚଢ଼ାଉରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ଦୁଇଟି ଅଫୁଟା ବୋମା, ଖଣ୍ଡା, ୬ ଗୋଟି ମୋବାଇଲ ଫୋନ, ଲୁହା ରଡ଼, ମଦ ବୋତଲ, ବାରୂଦ, ଗୋଟାଏ ବାଇକ…

Read More

ନୂଆଦିଲ୍ଲୀ: ନ୍ୟାସନାଲ କନଫେରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ତାଲିବାନ ସହ ଆଲୋଚନା କରିବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଯେତେବେଳେ ଆମେ ସେହି ଦେଶରେ ଏତେ ବିନିଯୋଗ କରିଛୁ, ସେତେବେଳେ ସେମାନଙ୍କ ସହ ସମ୍ପର୍କ ରଖିବାରେ କ’ଣ କ୍ଷତି ହେବ? ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, “ଆଫଗାନିସ୍ତାନରେ ତାଲିବାନର ଶକ୍ତି ଅଛି। ଆଫଗାନିସ୍ତାନରେ ପୂର୍ବ ଶାସନ କାଳରେ ଭାରତ ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ବର୍ତ୍ତମାନର ଆଫଗାନିସ୍ତାନ ତାଲିବାନ ସହ କଥା ହେବା ଉଚିତ୍। ଆମେ ସେହି ଦେଶରେ ବହୁତ ବିନିଯୋଗ କରିଛୁ, ତେଣୁ ସେମାନଙ୍କ ସହିତ ସମ୍ପର୍କ ରଖିବାରେ କ୍ଷତି କଣ? ” ଗତ ଶାସନ କାଳରେ ଭାରତ ଆଫଗାନିସ୍ତାନରେ ୨୩ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି। ଭାରତ ଆଫଗାନିସ୍ତାନର ସଂସଦ ଭବନ ନିର୍ମାଣ କରିଛି…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ୟୁନିୟନ ପକ୍ଷରୁ ଦୁର୍ଦ୍ଧଶ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସ ଏବଂ ଜଗତସିଂହପୁର ଜିଲ୍ଲାର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱର୍ଗତ ପିତାମ୍ବର ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରି ସମୂହ ଦ୍ୱୀପ ଦାନ ଓ ସ୍ମୃତିସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକ ଶୁଭଙ୍କର ଜେନା, ରମାକାନ୍ତ ଦାଶ, ପିନାକୀ ମହାନ୍ତି, ଶଶାଙ୍କ ଶେଖର ପଣ୍ଡା,ଆର୍ତ୍ତତ୍ରାଣ ପତି, ପ୍ରଭାତ ମହାନ୍ତି, ଜ୍ୟୋତି ରଂଜନ ପରିଡ଼ା, ସରୋଜ କାନ୍ତ ସାହୁ, ବିପିନ ସେଠୀ, ସରୋଜ କୁମାର ନାୟକ, ତପନ ରାଉତରାୟ, ତାରାପଦ ମହାନ୍ତି, ରମେଶ ମହାନ୍ତି, ପ୍ରତାପ କୁମାର ସିଂ, ତପନ କୁମାର ଦାସ,ସାରଦା ଦାସ, ସଂଗ୍ରାମ କେଶରୀ ପଟ୍ଟନାୟକ, ବାସୁଦେବ ବେହେରା, ପ୍ରଶାନ୍ତ ମଲ୍ଲିକ, ଜ୍ୟୋତି ପ୍ରକାଶ ନାୟକ, ଶିକ୍ଷକ ରଞ୍ଜନ ମହାନ୍ତି, ଅରୁଣ ମହାରଣା, ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅରିନ୍ଦମଙ୍କ…

Read More

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୬ ତମ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦକୁ ରାଜନୈତିକ ସାଧନ ଭାବରେ ବ୍ୟବହାର କରୁଥିବା ଦେଶଗୁଡିକ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ସହିତ ସେମାନଙ୍କୁ ବୁଝିବାକୁ ପଡିବ ଯେ, ଆତଙ୍କବାଦ ସେମାନଙ୍କ ପାଇଁ ସମାନ ବିପଦ ଅଟେ। ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାଶ୍ମୀର ପ୍ରସଙ୍ଗ ଉପରେ ଭାରତ ପ୍ରତିକ୍ରିୟା ଦେବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଦୃଢ ପ୍ରତିକ୍ରିୟା ଆସିଛି। ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ବିଶ୍ୱ ସାମ୍ନାରେ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ଏବଂ ଉଗ୍ରବାଦର ଧମକ ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ, ସମଗ୍ର ବିଶ୍ୱକୁ ବିଜ୍ଞାନ-ଆଧାରିତ, ଯୁକ୍ତିସଙ୍ଗତ ଏବଂ ପ୍ରଗତିଶୀଳ ଚିନ୍ତାଧାରାକୁ ବିକାଶର ଆଧାର ଭାବରେ ପ୍ରସ୍ତୁତ କରିବାକୁ ପଡିବ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୬୦, କଟକରୁ ୬୭, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ବାଲେଶ୍ବରରୁ ୨୭, ମୟୂରଭଞ୍ଜରୁ ୨୨, କୋରାପୁଟରୁ ୧୫, ପୁରୀରୁ ୧୧, ଅନୁଗୁଳରୁ ୧୦, ସୁନ୍ଦରଗଡରୁ ୧୦, ବରଗଡରୁ ୮, କେନ୍ଦ୍ରାପଡାରୁ ୮, ମାଲକାନଗିରିରୁ ୮, ସମ୍ବଲପୁରରୁ ୮, ଭଦ୍ରକରୁ ୭, ନୟାଗଡରୁ ୬, ଗଞ୍ଜାମରୁ ୫, ଝାରସୁଗୁଡାରୁ ୪, କେନ୍ଦୁଝରରୁ ୨, ରାୟଗଡାରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୦ ହଜାର ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୭୩୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ…

Read More

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଗତବର୍ଷ ପ୍ରଣୀତ ତିନୋଟି ନୂଆ କୃଷି ଆଇନ୍ ବିରୁଦ୍ଧରେ ସଂଯୁକ୍ତ କିଷାନମୋର୍ଚ୍ଚା ଆସନ୍ତା ୨୭ ତାରିଖ ଦିନ ‘ଭାରତ ବନ୍ଦ’ ଡ଼ାକରା ଦେଇଛି। ସୋମବାର ଦିନ ହେବାକୁ ଥିବା ଏହି ଭାରତ ବନ୍ଦ ଡାକରାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ଏହି ବନ୍ଦକୁ ନିଜର ଦଳର ସମର୍ଥନ ଘୋଷଣା କରି କହିଛନ୍ତି ଯେ, ଦୀର୍ଘ ୧୦ ମାସ ହେଲା ଖରା, ବର୍ଷା, ଶୀତ ଓ କାକରରେ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ନିଜର ଜିଦ୍ ଓ ଅହଙ୍କାର ଯୋଗୁ କୃଷକମାନଙ୍କ ସହିତ କଥାବାର୍ତ୍ତା ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ବାଧ୍ୟ ହୋଇ କୃଷକମାନେ ଏହି ତିନୋଟି କଳା ଆଇନ ବାତିଲ ଦାବିରେ ଯେଉଁ ଭାରତ…

Read More