Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ୯ ନମ୍ବର ୱାର୍ଡ ଟୀକାକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଜଣେ ୱେବ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିଲେ। ହେଲେ ସେଠାରେ କେତେଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ସାମ୍ବାଦିକଜଣଙ୍କ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନୁରୂପ ଭାବେ ଉକ୍ତ ସାମ୍ବାଦିକଙ୍କ ନାମରେ ମଧ୍ୟ ବାଣପୁର ଥାନାରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ଟୀକାକେନ୍ଦ୍ରରେ ୫୦ ଟଙ୍କା ବଟି ମାଗିବା ଏବଂ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅପରପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ଉଭୟ ପକ୍ଷର ଦୁଇ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବାବେଳେ ଆଜି ଜନୈକ ୱେବ ସାମ୍ବାଦିକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ସେହିପରି ଭାବେ ସାମ୍ବାଦିକ ଦେଇଥିବା ଏତଲାର ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇଯାଇଥିବାବେଳେ ଖୁବ ଶୀଘ୍ର ତାଙ୍କୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ନିଜ ପରିବାରର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇଛି। କିନ୍ତୁ ମୃତକ ଶ୍ରମିକଙ୍କୁ ନେଇଥିବା ଠିକାଦାର ସେହି ଗରିବ ପରିବାରକୁ ସାହାରା ହେବା ବଦଳରେ ମୃତ ଦେହ ଆଣିବା ପାଇଁ ଟଙ୍କା ମାଗିଥିବା  ଅଭିଯୋଗ ହୋଇଛି। ଏଭଳି ଏକ ଦୁଃଖଦ ଖବର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନିପପୁର ଗ୍ରାମ ପଞ୍ଚାୟତର ବାଲେଡିହ ଗ୍ରାମରେ ଘଟିଯାଇଛି। ସୂଚନା ଅନୁଯାୟୀ, ବାଲେଡିହ ଗ୍ରାମର ଜୟ ନାୟକ( ୪୦) ନାମକ ଜଣେ ଶ୍ରମିକ ପ୍ରାୟ ଏକ ମାସ ପୂର୍ବରୁ କାମ କରିବା ପାଇଁ ତାମିଲିନାଡୁ ଯାଇଥିଲେ। କାମ କରି ଘରକୁ ଦୁଇ ପଇସା ଦେବା ପୂର୍ବରୁ ହଠାତ ତାଙ୍କର ମୃତ ହୋଇଥିବା ନେଇ ପରିବାରଙ୍କୁ ଖବର ମିଳିଥିଲା। ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ତୁଳସୀ ନାୟକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଜୟଙ୍କ ସ୍ତ୍ରୀ ତୁଳସୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ନିଜପରିବାର…

Read More

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦ ସମର୍ଥନରେ ପିକେଟିଂ କରି ଆମ ଅଧିକାର ଓ ସି.ବି.ଟି.ୟୁ. ଶ୍ରମିକ ସଂଗଠନର ନେତା ଓ କର୍ମୀମାନେ ଆଜି ଗିରଫ ହୋଇଥିଲେ। ଦିନ ୯ ଘଟିକାରୁ ଉଭୟ ସଂଗଠନର ନେତା ଓ କର୍ମୀମାନେ ରାଜମହଲ ଛକରେ ରାସ୍ତାରୋକ କରି ବନ୍ଦ ସମର୍ଥନରେ ଜନସାଧାରଣଙ୍କୁ ସଚେତନ ଓ ଅବଗତ କରାଇଥିଲେ। ପରେ ଆମ ଅଧିକାରର ଆବାହକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସି.ବି.ଟି.ୟୁ.ର ମୁଖ୍ୟ ନବକିଶୋର ମହାନ୍ତି, ବିକ୍ରମ ନାୟକ, ପାର୍ଥସାରଥୀ ଜେନା, ସଞ୍ଜୟ ପରିଡ଼ା, ନଳିନୀକାନ୍ତ ନାୟକ, ବିଭୂତି ଭୂଷଣ ମହାପାତ୍ର, ବିଶ୍ୱଭୂଷଣ ମହାପାତ୍ର ଏବଂ ପ୍ରଗତିଶୀଳ ଶ୍ରମିକ ମଞ୍ଚର ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ଏଜି ଛକରେ ପହଞ୍ôଚବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପରେ କର୍ମୀମାନେ ପୋଲିସ୍ ଅବରୋଧ ଭାଙ୍ଗି ସଚିବାଳୟ ମାର୍ଗକୁ ଯିବାକୁ…

Read More

ଭୁବନେଶ୍ବର: ହିନ୍ଦୀ ସପ୍ତାହ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ବିଜେତା ହୋଇଥିବା ପ୍ରତିଯୋଗୀମାନଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଆଜି ପୁରସ୍କାର ବିତରଣ କରିଛନ୍ତି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ୪୭ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହିନ୍ଦୀ ସପ୍ତାହ ସମାପନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ପ୍ରମୁଖ ବିଭାଗୀୟ ଅଧିକାରୀ, ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଗତ ତ୍ରୟ-ମାସିକରେ ରାଜଭାଷାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା ଏବଂ ଆସନ୍ତା ତ୍ରୟ-ମାସିକ ପାଇଁ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳ କର୍ମଚାରୀଙ୍କୁ ଦିନକୁ ଦିନ ସରକାରୀ କାର୍ଯ୍ୟରେ ରାଜଭାଷା ହିନ୍ଦୀ ବ୍ୟବହାର ପାଇଁ ପରାମର୍ଶ କରିଥିଲେ। ଏହି ଅବସରରେ…

Read More

ଭୁବନେଶ୍ୱର: ଓଡ଼ିଶାର ଅନେକ ଦୁର୍ଗମ ତଥା ଆଭ୍ୟନ୍ତରୀଣ ଇଲାକାଗୁଡିକୁ ଅତ୍ୟାଧୁନିକ ୪ଜି ନେଟ୍‌ୱର୍କ ସଂପ୍ରସାରଣ ଜରିଆରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥାରୁ ବିଛିନ୍ନ ରହିଥିବା ହଜାର ହଜାର ଗାଁ ରେ ଡିଜିଟାଲ ବିପ୍ଳବର ପଥପ୍ରଶସ୍ତ କରିଛି ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ। ଏଥିସହିତ ଭାରତରେ ଡିଜିଟାଲ ତଥା ଦୂରସଂଚାର କ୍ଷେତ୍ରରେ ବୈପ୍ଳବିକ କରିବର୍ତନ ଆଣିଥିବା ରିଲାଏନ୍ସ ଜିଓ ଏପର୍ଯ୍ୟନ୍ତ ଯୋଗାଯୋଗ ଦୃଷ୍ଟିରୁ ବିଛିନ୍ନ ରହିଥିବା ଅଂଚଳଗୁଡିକୁ ଅତ୍ୟାଧୁନିକ ଡିଜିଟାଲ୍ ସେବା ସହ ଯୋଡିବା ଲକ୍ଷ୍ୟରେ ନିରନ୍ତର ଉଦ୍ୟମ ଜାରି ରଖି ଓଡ଼ିଶାର ହଜାର ହଜାର ଦୁର୍ଗମ ଗ୍ରାମାଂଚଳ ଏବଂ ଆଭ୍ୟନ୍ତରୀଣ ଅଂଚଳରେ ଡିଜିଟାଲ୍ ସେବା ପହଂଚାଇଛି। କୋଭିଡ-୧୯ ମହାମାରୀ ଯୋଗୁଁ ଲୋକମାନଙ୍କର ଭାବ ବିନିମୟ ଏବଂ ଯୋଗାଯୋଗ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆସିଛି। ଜନସାଧାରଣ ଯେଉଁଭଳି ଭାବରେ ଯୋଗଯୋଗ ସ୍ଥାପନ, ଶିକ୍ଷା ଆହରଣ, କାମ କରିବା, କିଣାକିଣି, ମନୋରଂଜନ ଏବଂ ଆର୍ଥିକ ଦୃଷ୍ଟିରୁ ଦେଣନେଣ କରୁଥିଲେ, ସେଥିରେ ବ୍ୟାପକ ପରିବର୍ତନ ଘଟିଛି। ଅଧିକରୁ ଅଧିକ ଲୋକେ…

Read More

ଭୁବନେଶ୍ଵର: ବାତ୍ୟା ଗୁଲାବ୍ ଏବଂ ଏହାର ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଫଳସ୍ୱରୂପ, ନିମ୍ନଲିଖିତ ଅନୁଯାୟୀ କିଛି ଟ୍ରେନ୍ ବାତିଲ୍ ହୋଇଛି- – 08417 ପୁରୀ-ଗୁଣୁପୁର ସ୍ପେଶାଲ ପୁରୀରୁ 27.09.2021 ଦିନ ବାତିଲ। – 08418 ଗୁଣୁପୁର-ପୁରୀ ସ୍ପେଶାଲ୍ ଗୁଣୁପୁର ରୁ 28.09.2021 ଦିନ ବାତିଲ। – 08528 ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ। – 08527 ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ରାୟପୁରରୁ 27.09.2021 ଦିନ ବାତିଲ। – 08522 ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ। – 08521 ଗୁଣୁପୁର-ବିଶାଖାପାଟନମ୍ ସ୍ପେଶାଲ୍ ଗୁନୁପୁରରୁ 27.09.2021 ଦିନ ବାତିଲ। – 08466 ପୁରୀ-ଶାଲୀମାର ସ୍ପେଶାଲ୍ ପୁରୀରୁ 27.09.2021 ଦିନ ବାତିଲ। – 08465 ଶାଲୀମାର-ପୁରୀ ସ୍ପେଶାଲ୍ ଶାଲିମାରରୁ 28.09.2021 ଦିନ ବାତିଲ। – 08516 ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ। – 08515 କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରୁଣ୍ଡୁଲରୁ…

Read More

ଭୁବନେଶ୍ବର: ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଏହି ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢୁଥିଲେ। ହେଲେ ଏଥିରେ ଅସିତ ତ୍ରିପାଠୀ ବିଜୟ ହାସଲ କରିଛନ୍ତି। ସେ ବିଜୟଙ୍କୁ  ୨୭୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତେବେ ଅସିତଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବାବେଳେ ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା। ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା। ଆଜି ଫଳାଫଳ ପ୍ରକାଶ ହେବା ପରେ ଅସିତ ତ୍ରିପାଠୀଙ୍କୁ ଏହି ମର୍ଯ୍ୟଦାଜନକ କ୍ଲବର ସଭାପତି ଭାବେ ନିର୍ବାଚିତ କରାଯାଇଛି।

Read More

କୋଲକୋତା: ପଶ୍ଚିମବଙ୍ଗର ଭବାନୀପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଆଜି ପ୍ରଚାର କରିବାକୁ ଆସିଥିବା ବିଜେପି ନେତା ଦିଲୀପ ଘୋଷଙ୍କୁ ଟିଏମସି କାର୍ଯ୍ୟକର୍ତ୍ତା ଠେଲା-ପେଲା କରିଥିବା ଦେଖାଯାଇଛି। ବିଜେପି ସାଂସଦ ଅର୍ଜୁନ ସିଂଙ୍କ ସହ ଘୋଷ ଥିଲେ। ଟିଏମସି କର୍ମୀମାନେ ଉଭୟ ନେତାଙ୍କୁ ଗୋଡ଼ାଇଥିଲେ। ଏହି ସମୟରେ ସେଠାରେ ବହୁତ ଉତ୍ତେଜନା ଦେଖାଯାଇଥିଲା। ବିଜେପି ନେତାଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ଉଭୟ ନେତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଥିଲେ। କିନ୍ତୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଅସ୍ତ୍ରଶସ୍ତ୍ର ବାହାର କରିବାକୁ ପଡ଼ିଲା। ଉଲ୍ଲେଖ ଯୋଗ୍ୟ ଯେ, ଉପ-ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସିର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପାଇଁ ପ୍ରିୟଙ୍କା ଟିବରେୱାଲ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନ ପାଇଁ ମତଦାନ ସେପ୍ଟେମ୍ବର 30 ତାରିଖରେ ଅନୁଷ୍ଠିତ ହେବ।

Read More

ସ୍ୱାସ୍ଥ୍ୟ ଟିପ୍ସ: କୋରୋନା ସଂକ୍ରମଣର ସମ୍ମୁଖୀନ ହୋଇଥିବା ଲୋକମାନେ କୋଭିଡ -୧୯ ପରେ ଉପୁଜୁଥିବା ସମସ୍ୟା ବିଷୟରେ ଅବଗତ ଅଛନ୍ତି। ଥକାପଣ, ନିଶ୍ଵାସ ପ୍ରଶ୍ଵାସରେ ସମସ୍ୟା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ଦୁର୍ବଳ ଲାଗିବା ଭଳି ଅନେକ ଲକ୍ଷଣ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଦେଖାଯାଏ। କିନ୍ତୁ ଯଦି ଆପଣ ଗଣ୍ଠି ଯନ୍ତ୍ରଣା, ସ୍ମୃତି ସମସ୍ୟା, ଅତ୍ୟଧିକ ଥକାପଣ କିମ୍ବା ନିଦ୍ରାହୀନତା ଭଳି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଆପଣ ଫାଇବ୍ରୋମାୟଲଜିଆରେ ପୀଡିତ ହୋଇପାରନ୍ତି। ଫାଇବ୍ରୋମାୟଲଜିଆ କିମ୍ବା ଫାଇବ୍ରୋମାୟଲଜିଆ ସିଣ୍ଡ୍ରୋମ ହେଉଛି ଏକ ଅବସ୍ଥା ଯାହା ଶରୀରରେ ଯନ୍ତ୍ରଣା, ଥକାପଣ ସୃଷ୍ଟି କରିଥାଏ। ଫାଇବ୍ରୋମାୟଲଜିଆର ଲକ୍ଷଣଗୁଡିକ ଆର୍ଥ୍ରାଇଟିସ୍ କିମ୍ବା ଗଣ୍ଠି ଫୁଲିବା ଭଳି ସମସ୍ୟା ଦେଖାଯାଏ। ଅବଶ୍ୟ, ଆର୍ଥ୍ରାଇଟିସ୍ ପରି ଏହା ଗଣ୍ଠି ଯନ୍ତ୍ରଣା କିମ୍ବା ମାଂସପେଶୀ ଫୁଲିବା ଏବଂ କ୍ଷତି ଘଟାଉଥିବା ଦେଖିବାକୁ ମିଳେ ନାହିଁ। ଡାକ୍ତରଙ୍କ କହିବା ଅନୁଯାୟୀ, ଫାଇବ୍ରୋମାୟଲଜିଆ ଏକ ଯନ୍ତ୍ରଣାଦାୟକ ଅବସ୍ଥା। ଏହି ଯନ୍ତ୍ରଣା ସାଧାରଣତଃ…

Read More

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନେ ଆଜି ‘ଭାରତ ବନ୍ଦ’ ଡକରା ଡାକିଛନ୍ତି। ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ କୃଷକମାନେ ରାସ୍ତା ଅବରୋଧ କରି ବସିଛନ୍ତି। ଏହି ସମୟରେ ସିନ୍ଧୁ ସୀମାରେ ବସିଥିବା ଜଣେ କୃଷକ ଭଗେଲ ରାମଙ୍କର ଭାରତ ବନ୍ଦ ସମୟରେ ହୃଦଘାତରେ ମୃତ୍ୟୁ ଘଟିଛି। ୫୪ ବର୍ଷୀୟ ଭଗେଲ ରାମ ଜଲନ୍ଧର ବାସିନ୍ଦା ଥିଲେ। ଆଜି ସକାଳେ ସୋନିପତ ପୋଲିସକୁ ତାଙ୍କର ମୃତ୍ୟୁ ଖବର ଦିଆଯାଇଥିଲା। ପଞ୍ଜାବ, ହରିୟାଣା ସମେତ ଅନେକ ରାଜ୍ୟରେ ଭରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି। କୃଷକମାନେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Read More

କୋଲକୋତା: ପଶ୍ଚିମବଙ୍ଗ ବିଜେପିର ନିର୍ବାଚନରେ ​​ପରାଜୟ ପରେ ଆଉ ଏକ ସମସ୍ୟା ସାମ୍ନାକୁ ଆସୁଥିବା ଜଣାପଡିଛି। ବାବୁଲ ସୁପ୍ରିଓଙ୍କ ପରେ ହୁଗଲିର ବିଜେପି ସାଂସଦ ଲକେଟ୍ ଚାଟାର୍ଜୀଙ୍କ ଦଳ ଛାଡିବା ନେଇ ଏବେ କଳ୍ପନାଜଳ୍ପନା ଚାଲିଛି। ସୂଚନାନୁସାରେ ଟିଏମସି ନେତୃତ୍ୱ ଲକେଟ୍ ଚାଟାର୍ଜୀଙ୍କ ସହ ଆଲୋଚନା କରୁଛନ୍ତି। ଟିଏମସି ସାଧାରଣ ସମ୍ପାଦକ କୁନାଲ ଘୋଷ ଦାବି କରିଛନ୍ତି ଯେ, ଲକେଟ୍ ଚାଟାର୍ଜୀ ଭବାନୀପୁରରେ ବିଜେପି ପାଇଁ ପ୍ରଚାର କରିବାକୁ ମନା କରି ଦେଇଛନ୍ତି। କୁନାଲ ଘୋଷ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୁନାଲ ଘୋଷଙ୍କ ଟ୍ୱିଟ ପରେ କଳ୍ପନାଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁଯାୟୀ, ବିଭିନ୍ନ କାରଣରୁ ଲକେଟ୍ ଚାଟାର୍ଜୀ ପାର୍ଟିରେ ନିଜକୁ ଭିନ୍ନ ଅନୁଭବ କରୁଛନ୍ତି। ସେ ବଙ୍ଗଳାର ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟ ଥିଲେ। କିନ୍ତୁ ଲକେଟଙ୍କ ବଦଳରେ ଅଗ୍ନିମିତ୍ର ପାଲଙ୍କୁ ମହିଳା ମୋର୍ଚ୍ଚାର ଦାୟିତ୍ଵ ଦିଆଯାଇଥିଲା। ମୋଦୀ କ୍ୟାବିନେଟରେ ସ୍ଥାନ ପାଇନଥିବାରୁ ଲକେଟ୍ ଅସନ୍ତୋଷ ଅଛନ୍ତି।…

Read More

ଭୁବନେଶ୍ୱର: ସମ ଆଲଟିମେଟ ମେଡିକେୟାର ରେ ଶନିବାର ଦିନ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିଆର) ବିରାଜ ମୋହନ ମିଶ୍ର, ଫ।ର୍ମାସୀ ବିଭାଗ ମୁଖ୍ୟ ଶୁଭ୍ରକାନ୍ତ ନାୟକ, କ୍ଲିନିକାଲ ଫ।ର୍ମାକୋଲୋଜି ବିଭାଗର ମୁଖ୍ୟ ସନ୍ତୋଷ କୁମାର ନାୟକ ଏବଂ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ‘ଫାର୍ମାସିଷ୍ଟ —ଅଲୱେଜଟ୍ରଷ୍ଟେଡ଼ଫରୟୋର ହେଲଥ’ ପ୍ରସଂଗ କୁ ନେଇ ହସ୍ପିଟାଲ ପକ୍ଷରୁ ସେପ୍ଟେମ୍ବର ୧୮ ତାରିଖରୁ ଆୟୋଜିତ ଫ।ର୍ମାସୀ ସପ୍ତାହ -୨୦୨୧ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ବିଭାଗର ବିଭିନ୍ନ ସଦସ୍ୟ ମାନଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏକ ସ୍ୱତନ୍ତ୍ର କେକ ମଧ୍ୟ କଟା ଯାଇଥିଲା। ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ ଗାଇଡ଼ଲାଇନ ପାଳନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି କରାଯିବ। ଏହି ଯୋଜନା ରବିବାର ଠାରୁ ୬ ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ କରାଯାଇଛି। ଆଜି ଆରମ୍ଭ ହୋଇଥିବା ଲାଲ କିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଘୋଷଣା କରାଯାଇଛି। ଏହା ଅଧୀନରେ ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟର ସମ୍ପର୍କିତ ତଥ୍ୟ ଗୋଟିଏ ଆଇଡିରେ ରହିବ। ଆଧାର କାର୍ଡ ପରେ ବର୍ତ୍ତମାନ ଲୋକଙ୍କ ଡିଜିଟାଲ୍ ସ୍ୱାସ୍ଥ୍ୟ କାର୍ଡ ତିଆରି ହେବ। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦାଦରା ନାଗର ହାଭେଲି ଏବଂ ଦାମନ ଦିୟୁ, ଲଦାଖ, ଲକ୍ଷଦୀପ ଏବଂ ପୁଡୁଚେରୀର ୬ଟି କେନ୍ଦ୍ରଶାସିତରେ ଏହା କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି। ଚିକିତ୍ସା, ପରୀକ୍ଷା ଏବଂ ଯେଉଁ ଡାକ୍ତରଙ୍କଠାରେ ଚିକିତ୍ସା କରାଯାଇଥିଲା, ସେ ସମ୍ବନ୍ଧରେ ଏହି ସ୍ୱାସ୍ଥ୍ୟ କାର୍ଡରେ ସୂଚନା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗତ ସାତ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ କରିବା ଅଭିଯାନ ଆଜିଠାରୁ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଆଜି ଏକ ମିଶନ ଆରମ୍ଭ ହେଉଛି, ଯାହାର ଭାରତର ସ୍ୱାସ୍ଥ୍ୟ ସୁବିଧାକୁ କ୍ରାନ୍ତିକାରୀ ପରିବର୍ତ୍ତନ କରିବାର ଶକ୍ତି ଅଛି। ତେବେ ଏହି ଯୋଜନାରେ ସମସ୍ତଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ ମିଳିବ। ସମସ୍ତ ନାଗରିକଙ୍କ ପାଇଁ ହେଲ୍ଥ ଆଇଡି ପ୍ରସ୍ତୁତ କରାଯିବ। ଏହି ଆଇଡିରେ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ପ୍ରଥମେ କେତୋଟି ରାଜ୍ୟରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରାଯିବ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବେଆଇନ ପଥର ଖଣି ମାଫିଆଙ୍କ ଆତଙ୍କରାଜ ବଢି ଚାଲିଛି। ରାତି ଅଧରେ ମାଫିଆମାନେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ପଥର କାରବାର କରୁଛନ୍ତି। ଫଳରେ ବହୁଳ ପରିମାଣର ସରକାରୀ ରାଜସ୍ୱ ହାନି ହେଉଛି। ତେବେ ସେହି ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଟାଙ୍ଗୀ ପୋଲିସ୍ ଚଢାଉ ଆରମ୍ଭ କରିଥିଲା। ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ପୋଲିସ୍ ଉଗ୍ରତାରା ରୋଡ୍ ରେ ଚଢାଉ କରି ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ କରିଥିଲା। ଏହା ସହ ୩ ଜଣ ଟ୍ରାକ୍ଟର ଚାଳକଙ୍କୁ ମଧ୍ୟ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୬ ହଜାର ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୬ ଲକ୍ଷ ୭୮ ହଜାର ୭୮୬ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୭ ହଜାର ୧୯୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୬୧ ହଜାର ୫୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୯୯ ହଜାର ୬୨୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୬ ଟି ଲୋକାଲ କେସ୍‌ ରହିଛ। ୪୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୫୯ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୭୬୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୦ ହଜାର ୮୨୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୭୦୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୪୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…

Read More

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦ୍ୱାରା ସିମ୍‌ଲେସ୍ ଅନ୍‌ଲାଇନ ପ୍ଲାର୍ଟଫର୍ମ ସୃଷ୍ଟି ହେବ, ଯାହା ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଇଣ୍ଟରପୋଟେବିଲିଟି ସୁବିଧା ଯୋଗାଇବ। ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ। ଏହା ପରେ ସେ ଏଥିରେ ଉଦ୍‌ବୋଧନ ଦେବେ । ୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଳାର ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଥିଲେ । ସମ୍ପ୍ରତି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ଆଗୁଆ ପ୍ରକଳ୍ପ (ପାଇଲଟ୍ ପ୍ରକଳ୍ପ) ଭାବେ ଛ’ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚ୍‌ଏ ଏହାର ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତିପାଳନ କରିବା ଅବସରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶବ୍ୟାପୀ କାର‌୍ୟ୍ୟକାରୀ ହେବ ।…

Read More

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ତିନିଟି ବିବାଦୀୟ ନୂଆ କୃଷି ଆଇନ ବିରୋଧରେ କିଶାନ ମୋର୍ଚ୍ଚା ସାମ୍ମୁଖ୍ୟ ସୋମବାର, ସେପ୍ଟେମ୍ବର 27 ରେ 10 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ଗତବର୍ଷ ସେପ୍ଟେମ୍ବର 27 ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ତିନିଟି ବିଲ୍ ପାଇଁ ନିଜର ସମ୍ମତି ପ୍ରଦାନ କରିଥିଲେ। ଫଳରେ ଏହାର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଏହି ବନ୍ଦ ଡାକରା ଦିଆଯାଇଛି। ଦୀର୍ଘ ମାସ ଧରି ଏହି ତିନୋଟି ବିଲକୁ ବିରୋଧ କରୁଥିବା କୃଷକଙ୍କ ସଂଘ କହିଛି ଯେ ସୋମବାର ଦିନ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ହେବ ଏବଂ ଜନସାଧାରଣ ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କୌଣସି ଘରୋଇ ଏବଂ ବେସରକାରୀ ପରିବହନ ଅନୁମତି ନାହିଁ ଏହାର ଗାଇଡଲାଇନରେ କୃଷକ ସାମ୍ମୁଖ୍ୟ କହିଛି ଯେ ଭାରତ ବନ୍ଦ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବଜାର, ଦୋକାନ, କାରଖାନା, ବିଦ୍ୟାଳୟ, କଲେଜ…

Read More

ମେଷ : କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାବଧାନତାର ସହିତ ନିଅନ୍ତୁ। ବ୍ୟବସାୟ ଭଲ ହେବ। ଧାର୍ମିକ ରୀତିନୀତି, ପୂଜା ଇତ୍ୟାଦିର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ। କୋର୍ଟ କାର୍ଯ୍ୟ ଅନୁକୂଳ ହେବ। ମାନସିକ ଶାନ୍ତି ରହିବ। ଲାଭ ସୁଯୋଗ ଆସିବ। ସମୟ ଅନୁକୂଳ ଅଟେ। ବୃଷ : ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଭଲ ହେବ। ଘର ବାହାରେ ସୁଖ ମିଳିବ। ସହଭାଗୀମାନେ ସମର୍ଥନ ପାଇବେ। ପ୍ରଲୋଭିତ ହୁଅ ନାହିଁ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ଶାରୀରିକ ଯନ୍ତ୍ରଣା ସମ୍ଭବ। ମିଥୁନ : କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ରହିବ। ତୁମେ ସମ୍ମାନ ପାଇବ। ତୁମେ ସୁଖର ମାଧ୍ୟମ ପାଇବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ତୁରନ୍ତ କୌଣସି ଲାଭ ହେବ ନାହିଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ 3 ଦିନିଆ ଆମେରିକା ଗସ୍ତରୁ ଫେରିବା ପରେ ଦୁଇଟି ବୈଠକ କରି  ନୂତନ ସଂସଦ ଭବନର ନିର୍ମାଣ ସ୍ଥାନକୁ ଅଚାନକ ପରିଦର୍ଶନ କରିଛନ୍ତି। ପୂର୍ବରୁ ସୂଚନା ନ ଦେଇ ଏବଂ ବିନା ସୁରକ୍ଷାରେ ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାତି 8 ଟା 45 ରେ ନିର୍ମାଣ ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଧରି ନୂତନ ସଂସଦ ଭବନର ନିର୍ମାଣ ସ୍ଥିତିର ଯାଞ୍ଚ କରିଥିଲେ। ଏହି ନୂତନ ସଂସଦ ଭବନ ନିର୍ମାଣ ଏବଂ କେନ୍ଦ୍ର ଭିସ୍ତା ଆଭେନ୍ୟୁର ପୁନଃ ନିର୍ମାଣ ପାଇଁ ସରକାର ଏପର୍ଯ୍ୟନ୍ତ 238 କୋଟି ଖର୍ଚ୍ଚ କରିଛନ୍ତି। ସେଥିରେ କେବଳ ନିର୍ମାଣ ପାଇଁ 63 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆନୁମାନିକ 971 କୋଟି ଟଙ୍କା ବ୍ୟୟରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଆସନ୍ତା ବର୍ଷ ଅକ୍ଟୋବର ସୁଦ୍ଧା ଏହା ଶେଷ…

Read More