ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ଅନୁମୋଦନ ପାଇଁ ଓମ୍ବାଡିସିଙ୍କୁ ପ୍ରେରଣ କରାଯାଇଥିଲା । ଓମ୍ବାଡିସି ବୋର୍ଡ କମିଟି ଦ୍ୱାରା ଗୃହୀତ ହୋଇଥିଲା ଏବଂ ୫୩୩ କୋଟି ୪୦ ଲକ୍ଷ ଟଙ୍କା ଓମ୍ବାଡିସି ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହା ଦ୍ୱାରା…
Author: Samikhsya Bureau
ଭୁବନେଶ୍ବର: ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଗାମୀ ସପ୍ତାହର ଗସ୍ତ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି । ଆଜି ଭୁବନେଶ୍ୱରରୁ ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବେ । ଏଥିରେ ଗୋଷ୍ଠୀ ଗୃହ, ବିଦ୍ୟାଳୟ କକ୍ଷ, ଆଦର୍ଶ ପୋଖରୀ, ଆଡି ବନ୍ଧ, ଉଠା ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ରାସ୍ତା, ଅଙ୍ଗନୱାଡି କେନ୍ଦ୍ର, ଭାଗବତ ଟୁଙ୍ଗି, ଶ୍ମଶାନ ମଣ୍ଡପ, କଲ୍ୟାଣ ମଣ୍ଡପ, ସ୍ମାର୍ଟ କ୍ଲାସ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ପାନୀୟ ଜଳ ପ୍ରକଳ୍ପ, ପଞ୍ଚାୟତ ଗୃହ, ପାଠାଗାର ଗୃହ, ଶିଶୁ ପାର୍କ ପ୍ରଭୃତି ଅନ୍ତର୍ଭୁକ୍ତ । ୩୦ ସେପ୍ଟେମ୍ୱର ଦିନ ସିଦ୍ଦେଶ୍ୱର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର, କୁଶପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର, କେଦାରପୁର, ପତାଣ୍ଡ ଏବଂ କୁଶପଡା ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ଅକ୍ଟୋବର ୧ତାରିଖରେ ସକାଳ ୯.୧୦ ଘଟିକାରେ ପ୍ରେସ୍ କ୍ଲବ, ବ୍ରହ୍ମପୁରର ଏକ ସମ୍ୱର୍ଦ୍ଧନା…
ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ କ୍ରୀଡ଼ା ପ୍ରତିଯୋଗିତା କ’ଣ ଏହାର ସର୍ବଶେଷ ଉଦାହରଣ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଥିଲା। ପଞ୍ଜାବ ଅଧିନାୟକ କେ.ଏଲ ରାହୁଲଙ୍କ ନିଶ୍ଚିତ ଆଉଟକୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଭାବନାର ପ୍ରମାଣ ଦେଖାଇ ଖେଳିବାକୁ ସୁଯୋଗ ଦେଇଥିଲା। ପଞ୍ଜାବର ଇନିଂସର ଷଷ୍ଠ ଓଭରରେ ରାହୁଲ ନନ-ଷ୍ଟ୍ରାଇକ ଉପରେ ଠିଆ ହୋଇଥିଲେ ଏବଂ କ୍ରିସ ଗେଲ ବ୍ୟାଟିଂ କରୁଥିଲେ। କ୍ରୁନାଲ ପାଣ୍ଡ୍ୟା ମୁମ୍ବାଇ ପାଇଁ ବୋଲିଂ କରୁଥିଲେ। ଏହି ସମୟରେ କ୍ରୁନାଲଙ୍କ ବଲକୁ ଗେଲ୍ ସିଧା ସଟ୍ ମାରିଥିଲେ, ଯାହା ନନ-ଷ୍ଟ୍ରାଇକ୍ ଉପରେ ଠିଆ ହୋଇଥିବା କେ.ଏଲ୍ ରାହୁଲଙ୍କ ପାଦକୁ ଯାଇଥିଲା, ଏବଂ ପରେ ବଲଟି କ୍ରୁନାଲ ଆଡକୁ ଯାଇଥିଲା। ବଲ ଯୋଗୁଁ ରାହୁଲ ଝୁଣ୍ଟି ପଡ଼ିଥିଲେ ଏବଂ ଠିକ୍ ସମୟରେ ତାଙ୍କ କ୍ରିଜକୁ ଫେରିପାରିନଥିଲେ। ଏଭଳି ପରିସ୍ଥିତିରେ ସୁଯୋଗ ନେଇ କ୍ରୁନାଲ ଷ୍ଟମ୍ପ ଉପରେ ବଲ ମାରିବା ସହ ରନ୍ ଆଉଟ୍ କରିଥିଲେ।…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୯୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ଜଗତସିଂହପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୮୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୨ ହଜାର ୧୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୫୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୯୨ କୁ ବୃଦ୍ଧି ହୋଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୭ ଲକ୍ଷ ୧୬ ହଜାର ୪୫୧ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୭ ହଜାର ୭୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୭ ହଜାର ୬୨୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୮୨ ହଜାର ୫୨୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୨୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୭ ଟି ଲୋକାଲ କେସ୍ ରହିଛ। ୫୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୬୩ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୮୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୨ ହଜାର ୧୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୫୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୮୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୫ ଟି ଜିଲ୍ଲାରୁ ୫୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ଭୁବନେଶ୍ବର: ପିପିଲି ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି କମ୍ପାନୀ ବି.ଏସ୍.ଏଫଙ୍କ ସହ ପ୍ରାୟ ୨୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ପୁରୀ ଅରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩୨ ଗୋଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି ଯାହାକୁ କି ୭ ଜଣ ଡି.ଏସ୍.ପି ଓ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହାୟତା କରିବେ । ନିର୍ବାଚନ ମଣ୍ଡଳୀର ୩୪୮ ଗୋଟି ବୁଥ୍ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସସସ୍ତ୍ର ବଳ ଏବଂ ମାଇକ୍ରୋ ଅବଜରଭର, ଓ୍ୱେବ୍ କ୍ୟାମେରା ଇତ୍ୟାଦିକୁ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ନିର୍ବାଚନ କାର୍ଯ୍ୟରେ…
ଭୁବନେଶ୍ବର: ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଦିନ ଅର୍ଥାତ୍ ତା ୩୦-୦୯- ୨୦୨୧ ରିଖରେ ନିର୍ବାଚନ ମଣ୍ଡଳୀରେ ଭୋଟର ମାନଙ୍କ ପାଇଁ ସବୈତିନିକ ଛୁଟି ମଞ୍ଜୁର କରାଯାଇଛି। ଏତଦ୍ ବ୍ୟତୀତ ବାଣିଜ୍ୟିକ ଅନୁଷ୍ଠାନ ଓ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ଭୋଟର ହୋଇଥିବେ ସେମାନଙ୍କ ପାଇଁ ମଧ୍ୟ ସବୈତିନିକ ଛୁଟି ଘୋଷଣା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବା ନିମନ୍ତେ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିବେଦନ କରିଛନ୍ତି ।
ଭୁବନେଶ୍ବର: କୋଭିଡ୍-୧୯ ମହାମାରୀ ଯୋଗୁଁ ସ୍ଥଗିତ ଥିବା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ଦିନ ଭୋଟ ଗ୍ରହଣ ହେବ। ସେଥିପାଇଁ ଚୁଡାନ୍ତ ପ୍ରସ୍ତୁତି ହୋଇ ସାରିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ପ୍ରକାଶ କରିଛନ୍ତି।ଏଥର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନିରବ ସମୟ ୪୮ ଘଣ୍ଟାରୁ ୭୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଫଳରେ ମତଦାନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। ସେହି ଅନୁସାରେ ମଙ୍ଗଳବାର ବୁଧବାର ଦୁଇଦିନ ପାଇଁ ପ୍ରଚାର ବନ୍ଦ କରାଯାଇଛି। ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ଗୋଟି ପୁଲିଂ ପାର୍ଟି ନିୟୋଜିତ ହୋଇ ବୁଥ୍ ମାନଙ୍କୁ ଯିବେ । କୋଭିଡ-୧୯ ଦୃଷ୍ଟି କୋଣରୁ ନିୟୋଜିତ ହୋଇଥିବା ପୁଲିଂ ପାର୍ଟିମାନଙ୍କୁ ତିନି ଗୋଟି ପର୍ଯ୍ୟାୟରେ ବୁଥଗୁଡିକୁ ପ୍ରେରଣ କରାଯିବାକୁ ସ୍ଥିର କରାଯାଇଛି । ସକାଳ ୬ ଟା ୩୦ ମିନିଟ ରୁ ସକାଳ ୧୦ ଟା ଯାଏ ପ୍ରଥମ…
ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା କଲେଜର ବିଲଡିଂ, କ୍ଲାସ୍ରୁମ୍, ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧିକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥିଲେ । ଆଧୁନିକ ଜ୍ଞାନକୌଶଳ ନିର୍ମିତ କ୍ୟାମ୍ପସ୍ରେ ତିନିମହଲା ବିଶିଷ୍ଟ ଆକାଡେମୀକ୍ ବ୍ଲକ୍ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛି । ଏଥି ସହିତ ଆକାଡେମୀକ୍ ବ୍ଲକରେ ସ୍ମାର୍ଟ କ୍ଲାସ୍ରୁମ୍, ଲାବ୍, ସେମିନାର୍ ହଲ୍, ସ୍ୱତନ୍ତ୍ର ଟୁ୍ୟଟୋରିଆଲ୍ ହଲ୍, ସେମିନାର୍ ହଲ୍, ଆଲୁମିନି ହଲ୍, ଫାକଲଟି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମାରୋହରେ ଶ୍ରୀ ମୋଦୀ ନବନିର୍ମିତ ରାୟପୁର ସ୍ଥିତ ଜାତୀୟ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟ ଗୁଡିକୁ ଗ୍ରୀନ୍ କ୍ୟାମ୍ପସ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । ନୂଆ ନୂଆ ପଦ୍ଧତି ଅନୁସରଣ କରୁଥିବା ଚାଷୀମାନଙ୍କ ସହ ମତ ବିନିମୟ କରିବା ଲାଗି ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେଇଥିଲେ । ଜମ୍ମୁ ଓ କଶ୍ମୀର ରାଜ୍ୟର ଗନ୍ଦରବାଲସ୍ଥିତ ଶ୍ରୀମତୀ ଜୟତୁନ ବେଗମଙ୍କ ସହ କଥାବାର୍ତ୍ତା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବେଗମ୍ କିପରି ଅତ୍ୟାଧୁନିକ କୃଷି ପଦ୍ଦତି ପ୍ରୟୋଗ କରି ଅନ୍ୟାନ୍ୟ ଚାଷୀମାନଙ୍କୁ ତାଲିମ ଦେବା ସହ ଉପତ୍ୟକାରେ ବାଳିକା ଶିକ୍ଷାକୁ ଆଗେଇ ନେବା…
ମେଷ : ଭ୍ରମଣ ଲାଭଦାୟକ ହେବ। ଉପହାର ଏବଂ ଉପହାର ଗ୍ରହଣ କରାଯିବ। କୌଣସି ବଡ ସମସ୍ୟାର ସମାଧାନ ସହଜ ହେବ। ସମୟ ଅନୁକୂଳ ଅଟେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ସେୟାର ବଜାର, ମ୍ୟୁଚୁଆଲ୍ ଫଣ୍ଡରୁ ଅନୁକୂଳ ଲାଭ ମିଳିବ। ଚାକିରୀ ଉଦ୍ୟମ ସଫଳ ହେବ। ବୃଷ : ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା ରହିବ। ଚିନ୍ତା ଏବଂ ଟେନସନ ହେବ। ତତ୍ପରତା ନାହିଁ । ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। ଅପଚୟ ଖର୍ଚ୍ଚ ହେବ। ଆଶା ବିଳମ୍ବ ହେବ। କାରବାରକୁ ଶୀଘ୍ର କର ନାହିଁ। କୌଣସି ବ୍ୟକ୍ତି ଦ୍ୱାରା ପ୍ରତାରିତ ହୁଅନ୍ତୁ ନାହିଁ। ମିଥୁନ : ଆୟ ବୃଦ୍ଧି ପାଇବ। ଲାଭ ବୃଦ୍ଧି ପାଇବ। ବ୍ୟବସାୟ ବୃଦ୍ଧି ପାଇବ। ସେୟାର ବଜାରରୁ ଲାଭ ମିଳିବ। ବ୍ୟବସାୟ ଭଲ…
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ପରିବାର ପେନସନ ସୁବିଧା ପାଉଥିବା ମୃତ ସାମରିକ ର୍କମଚାରୀଙ୍କୁ ଭିନ୍ନକ୍ଷମ ପିଲା ବା ଭାଇଭଉଣୀଙ୍କ ମାସିକ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାରୀରିକ ଓ ମାନସିକ ନ୍ୟୁନ ଏଭଳି ପିଲାଙ୍କ ମାସିକ ଆୟ ସୀମା ଯାହା ୯୦୦୦ ଟଙ୍କା ଥିଲା ତାହାକୁ ବଢାଇ ଦିଆଯାଇଛି । ଏହି ପରିବାର ପେନସନ୍ ଭୋଗୀଙ୍କ ସମୁଦାୟ ମାସିକ ଆୟରେ ଏବେ ସେମାନେ ପାଉଥିବା ପେନସନ୍କୁ ମିଶାଯାଇ ହିସାବ କରାଯିବ ନାହିଁ । ପେନସନ୍ ବ୍ୟତୀତ ସେମାନଙ୍କର ଯାବତୀୟ ସୂତ୍ରରୁ ମାସିକ ହେଉଥିବା ଆୟକୁ ହିଁ ବାସ୍ତବ ଆୟ ସୀମା ବିବଚେନା କରାଯିବ । ସମ୍ପୃକ୍ତ ଉତ୍ତରାଧିକାରୀଙ୍କୁ ଆୟ ମାସିକ ୯୦୦୦ଟଙ୍କାରୁ କମ୍ ରହିଲେ ସେ ଜୀବନବ୍ୟାପି ପେନସନ୍ ସୁବିଧା ପାଇବେ । ୨୦୨୧ ଫବେୃୟାରୀ ଆଠ ତାରିଖଠାରୁ ପିଛିଲା ଭାବେ ଏହା ଲାଗୁ ହବେ । ପରିବାର ପନେସନ୍ ସମ୍ପୃକ୍ତ ମୃତ ର୍କମଚାରୀଙ୍କ ଶଷେ ବତେନର ୩୦%…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନିଡିଏମଏ)ର ୧୭ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ପ୍ରତିଷ୍ଠା ଦିବସର ବିଷୟବସ୍ତୁ “ହିମାଳୟ କ୍ଷେତ୍ରରେ ବିପର୍ଯ୍ୟୟ ଘଟଣାଗୁଡ଼ିକର ପ୍ରଭାବ ନିରାକରଣ” ରଖାଯାଇଛି। ଏହି ଅବସରରେ ଶ୍ରୀ ଅମିତ ଶାହ ଆପଦା ମିତ୍ର ଯୋଜନାର ପ୍ରଶିକ୍ଷଣ ମାନୁଆଲ ସହିତ ଆପଦା ମିତ୍ର ଏବଂ ସାଧାରଣ ସତର୍କତା ନିୟମ ଯୋଜନାର ଦସ୍ତାବିଜ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, ଅଜୟ କୁମାର ମିଶ୍ର ଏବଂ ନିଶିଥ ପ୍ରମାଣିକଙ୍କ ସମେତ କେନ୍ଦ୍ର ଗୃହ ସଚିବ, ଏନଡିଏମର ସଦସ୍ୟ ଏବଂ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାଛଡ଼ା ବିପଯ୍ୟୟ ପରିଚାଳନା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଆଜି ଲଦାଖ କେନ୍ଦ୍ରଶାସିତ ଅର୍ନ୍ତଗତ ଲେହର ସିନ୍ଧୁ ସଂସ୍କୃତି କେନ୍ଦ୍ର ଠାରେ ଅନୁଷ୍ଠିତ ପାଞ୍ଚ ଦିନିଆ ‘ପ୍ରଥମ ହିମାଳୟାନ ଚଳଚ୍ଚିତ୍ର ମହୋତ୍ସବ’ ର ଉଦଯାପନୀ ସମାରୋହରେ ଯୋଗ ଦେଇଥିଲେ । ଏହି ପାଞ୍ଚ ଦିନିଆ ଚଳଚିତ୍ର ମହୋତ୍ସବ ହେଉଛି ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ‘ଆଜାଦି କା ଅମୃତ ମହୋତ୍ସବ’ ଉତ୍ସବର ଏକ ଅଂଶ । ଶ୍ରୀ ଅପୂର୍ବ ଚନ୍ଦ୍ର ତାଙ୍କ ସମ୍ବୋଧନରେ କହିଛନ୍ତି ଯେ “ଚଳଚିତ୍ର ମହୋତ୍ସବ ସୃଜନଶୀଳତା ଏବଂ ମନୋରଞ୍ଜନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ ଉଭା ହୋଇଛି । ସେ କହିଛନ୍ତି ଯେ ‘ଚଳଚ୍ଚିତ୍ର ମହୋତ୍ସବ’ ସର୍ବଭାରତୀୟ ସ୍ତରରେ ସ୍ଥାନୀୟ ଚଳଚ୍ଚିତ୍ର ର୍ନିମାତାମାନଙ୍କ ପାଇଁ ସେମାନଙ୍କ କାହାଣୀକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଏକ ସୁଯୋଗ ପ୍ରଦାନ କରୁଛି । ଏହି…
ନୂଆଦିଲ୍ଲୀ: ଦେଶର ବରିଷ୍ଠ ନାଗରିକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସ୍କମାନଙ୍କ ସହାୟତା ପାଇଁ ଦେଶର ପ୍ରଥମ ସର୍ବଭାରତୀୟ ହେଲ୍ପ ଲାଇନ ନମ୍ବର: ଏଲ୍ଡର ଲାଇନ (ନିଃଶୁଳ୍କ ନଂ – ୧୪୫୬୭)ର ଶୁଭାରମ୍ଭ କରାଯାଇଛି। ଏହି ହେଲ୍ପ ଲାଇନ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ପେନସନ, ଆଇନଗତ ପ୍ରସଙ୍ଗରେ ମାର୍ଗଦର୍ଶନ ଦିଆଯିବା ସହିତ ସେମାନଙ୍କୁ ଭାବଗତ ସମର୍ଥନ ମଧ୍ୟ ଯୋଗାଇ ଦିଆଯିବ। ଉତ୍ପୀଡ଼ନର ଶିକାର ହେଉଥିବା ବରିଷ୍ଠ ନାଗରିକଙ୍କ ମାମଲାରେ ହସ୍ତକ୍ଷେପ କରିବା ସହ ବାସହୀନ ବୟସ୍କମାନଙ୍କୁ ମଧ୍ୟ ଉଦ୍ଧାର କରିବା କ୍ଷେତ୍ରରେ ଏହା ସହାୟକ ହୋଇପାରିବ। ସାରା ଦେଶରେ ଏହି ଗୋଟିଏ ମଞ୍ଚ ଜରିଆରେ ବୟସ୍କ ନାଗରିକମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ ଏବଂ ଅଭିଯୋଗ କରିପାରିବେ। ସେମାନଙ୍କୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସୂଚନା ଏବଂ ପରାମର୍ଶ ହେଲ୍ପଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ। ୨୦୫୦ ସୁଦ୍ଧା…
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ‘ଦେଶଭକ୍ତି ପାଠ୍ୟକ୍ରମ’ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ପିଲାମାନଙ୍କୁ ଦେଶଭକ୍ତି ଏବଂ ଦେଶପ୍ରେମର ଶିକ୍ଷା ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୭୪ ବର୍ଷ ମଧ୍ୟରେ ଆମେ ଆମ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶିକ୍ଷା ଦେଇଛୁ। କିନ୍ତୁ ପିଲାମାନଙ୍କୁ ଦେଶପ୍ରେମ ଶିକ୍ଷା ଦେଇନାହୁଁ। ଦେଶଭକ୍ତ ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ ନିଜ ଦେଶକୁ ଭଲ ପାଇବା ଶିକ୍ଷା ଦିଆଯିବ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ୭୪ ବର୍ଷ ମଧ୍ୟରେ ଆମେ ଆମ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶିକ୍ଷା ଦେଇଛୁ। କିନ୍ତୁ ଆମ ପିଲାମାନଙ୍କୁ ଦେଶପ୍ରେମ ଶିକ୍ଷା ଦେଇନାହୁଁ, ମୁଁ ଖୁସି ଯେ ଆଜି ଦିଲ୍ଲୀ ସରକାର ଏହା ଆରମ୍ଭ କରିଛନ୍ତି। ଦେଶଭକ୍ତ ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଦିଲ୍ଲୀର ସମସ୍ତ ସରକାରୀ…
ପାଟନା: ବିହାରର ବର୍ତ୍ତମାନର ସରକାର ବେଶୀ ଦିନ ଚାଲିବ ନାହିଁ ବୋଲି ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଦାବି କରିଛି। ବିହାରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦଳ କେବଳ ଦୁଇଟି ଉପ-ନିର୍ବାଚନ ନୁହେଁ, ବିଧାନସଭା ନିର୍ବାଚନ ପାଇଁ ୨୪୩ ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ଦଳର ବିହାର ରାଜ୍ୟ ଗଣମାଧ୍ୟମ ପ୍ରଭାରୀ ତଥା ମୁଖପାତ୍ର କୃଷ୍ଣ ସିଂ କଲୁ ମଙ୍ଗଳବାର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି। ସେ କହିଛନ୍ତି ଯେ, ଦୁଇଟି ଆସନରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ଜେଡିୟୁ ପୁଣି ଥରେ ଏହାର ସ୍ଥିତି ଜାଣିବାକୁ ପାଇବ। ଦଳ ପକ୍ଷରୁ କୁହାଯାଇଛି, “ବିହାରରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୨ ଟି ଆସନ ମଧ୍ୟରୁ ଗୋଟିଏ ଆସନ ହେଉଛି ମୁଙ୍ଗେରର ତାରାପୁର ଏବଂ ଅନ୍ୟଟି ହେଉଛି ଦରଭଙ୍ଗାର କୁଶେଶ୍ୱରସ୍ଥାନ। ମୁଙ୍ଗେରରେ ଲାଲାନ ସିଂ ତାଙ୍କ ନିର୍ବାଚନମଣ୍ଡଳୀରେ ଆସନ ସଂରକ୍ଷଣ କରିବାରେ ସକ୍ଷମ…
ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏସ ଏଜେନ୍ସି ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ୟୁଏସଏଡ୍) ପକ୍ଷରୁ ଆରମ୍ଭ କରାଯାଇଥିବା ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଜରିଆରେ ସମଗ୍ର ଦେଶରେ ଦଶଟି ସଂଗଠନ ଅନୁଗ୍ରହୀତ ଭାବରେ ମନୋନୀତ ହୋଇଛନ୍ତି। ଏହି ପ୍ରୟାସ ଜରିଆରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟ ଦୂର କରିବା ଦିଗରେ ସହାୟତା କରିବାକୁ ୧୧ କୋଟି ଟଙ୍କାରୁ ଅଧିକ (୧.୫ ନିୟୁତ ଆମେରିକୀୟ ଡଲାରରୁ ଅଧିକ) ନିବେଶ କରାଯାଇସାରିଛି ଏବଂ ଏଥିମଧ୍ୟରୁ ଏହି ସମସ୍ୟାର ସମାଧାନ ଦିଗରେ ନବୀନତମ ପ୍ରୟାସ ହାତକୁ ନେବା ସକାଶେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡିକ ପାଇଁ ରିଲାଏନ୍ସ ଫାଉଣ୍ଡେସନ ୮.୫ କୋଟି ଟଙ୍କା (୧.୧ ନିୟୁତ ଆମେରିକୀୟ ଡଲାରରୁ ଅଧିକ) ସହାୟତା ଯୋଗାଇ ଦେଇଛି। ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଏବଂ ପ୍ରଯୁକ୍ତି ଜରିଆରେ ମହିଳାଙ୍କର ଅର୍ଥନୈତିକ ସଶକ୍ତିକରଣରେ ବୃଦ୍ଧି ଘଟାଇବା ଦିଗରେ ଏହି ପ୍ରୟାସରୁ ଓଡିଶା ସମେତ ଦେଶର ୧୭ଟି ରାଜ୍ୟରେ ୩ ଲକ୍ଷରୁ ଅଧିକ (୩୦୦,୦୦୦)…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୬୯, କଟକରୁ ୭୩, ଭଦ୍ରକରୁ ୩୧, ବାଲେଶ୍ବରରୁ ୩୦, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୭, ପୁରୀରୁ ୧୯, ମୟୂରଭଞ୍ଜରୁ ୧୪, ଅନୁଗୁଳରୁ ୧୩, ସମ୍ବଲପୁରରୁ ୧୨, କେନ୍ଦ୍ରାପଡାରୁ ୯, ଢେଙ୍କାନାଳରୁ ୮, ସୁନ୍ଦରଗଡରୁ ୬, ଝାରସୁଗୁଡାରୁ ୫, କୋରାପୁଟରୁ ୪, ବରଗଡରୁ ୩, ଗଜପତିରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୩, କନ୍ଧମାଳରୁ ୨, କେନ୍ଦୁଝରରୁ ୨, ରାୟଗଡାରୁ ୨, ବଲାଙ୍ଗୀରିରୁ ୧, ଦେବଗଡରୁ ୧, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୨ ହଜାର ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଭାରତୀୟ ରେଳ ବୋର୍ଡର ଯାତ୍ରୀ ସୁବିଧା କମିଟି (ପିଏସି) ସଦସ୍ୟମାନେ ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିଦର୍ଶନକୁ ଆସି ଯାତ୍ରୀ ମାନଙ୍କ ସୁବିଧା ସମ୍ବନ୍ଧୀୟ ବିଭିନ୍ନ ବ୍ୟବସ୍ଥାଗୁଡିକୁ ଯାଞ୍ଚ କରିଥିଲେ। ଏହି କମିଟିର ସଦସ୍ୟ ଦିଲୀପ ମଲ୍ଲିକ, ଅଜୟ କୁମାର ଯାଦବ, ଅଭିଜିତ ଦାସ, ରାମ କୁମାର ପହାନ, ଅଭିଲାଶ ପାଣ୍ଡେ, ବିଚିତ୍ର ନାରାୟଣ କଳିତା ଏବଂ ସୁନୀଲ ରାମ ରହିଛନ୍ତି। ରେଳ ଷ୍ଟେସନର ଯାଞ୍ଚ ସମୟରେ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ ଜିନିଷ ଯଥା ପାନୀୟ ଜଳ ବ୍ୟବସ୍ଥା , ଶୌଚାଳୟ, ପ୍ରତୀକ୍ଷାଳୟ , ପ୍ଲାଟଫର୍ମ ସେଡ୍, ଯାତ୍ରୀମାନଙ୍କ ପାଇଁ ବସିବାର ବ୍ୟବସ୍ଥା ଇତ୍ୟାଦି ବିଷୟଗୁଡିକୁ ଯାଞ୍ଚ କରାଯାଇଥିଲା। ଷ୍ଟେସନ ପରିସରର ପରିଷ୍କାର ପରିଚ୍ଛନ୍ନତା ମଧ୍ୟ କମିଟି ସଦସ୍ୟଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା। ତେବେ ସମସ୍ତ ପ୍ଲାଟଫର୍ମ ଗୁଡିକର ପ୍ରଥମରୁ ଶେଷ ଯାଏଁ ସଂପୂର୍ଣ୍ଣ ସେଡ ବ୍ୟବସ୍ଥା…

