ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୯, କଟକରୁ ୮୩, ବାଲେଶ୍ବରରୁ ୧୮, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୮, ପୁରୀରୁ ୧୮, ନୟାଗଡରୁ ୧୦, ଭଦ୍ରକରୁ ୯, କେନ୍ଦ୍ରାପଡାରୁ ୯, ସୁନ୍ଦରଗଡରୁ ୮, ମୟୂରଭଞ୍ଜରୁ ୭, ରାୟଗଡାରୁ ୭, ଝାରସୁଗୁଡାରୁ ୬, ସମ୍ବଲପୁରରୁ ୬, ଗଞ୍ଜାମରୁ ୫, ବରଗଡରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ଦେବଗଡରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୯ ହଜାର ୫୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩ କୁ ବୃଦ୍ଧି ହୋଇଥିବାବେଳେ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ମହାମାରୀ କରୋନାକୁ ପ୍ରତିହତ ପାଇଁ ଏକ ମାତ୍ର ବିଶଲ୍ୟ କରଣୀ ଟୀକାକରଣ ହୋଇଥିବାବେଳେ ସରକାର ଟିକାକରଣ ବ୍ୟବସ୍ଥାକୁ ବ୍ୟାପକ କରୁଛନ୍ତି। ଟୀକାକରଣ ଅଭିଯାନକୁ ସରଳିକରଣ କରିବାପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଏବଂ ପଂଚାୟତ ସ୍ତରରେ ବିଭିନ୍ନ କେନ୍ଦ୍ରରେ ଟୀକା ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ସୁପରିଚାଳନା ନିମିତ୍ତ କିଛି ଟୀକା କେନ୍ଦ୍ରରେ ଅନଲାଇନ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଟୀକା କେନ୍ଦ୍ରରେ ଅଫଲାଇନ ଜରିଆରେ ଟୀକାକରଣ କରାଯାଉଛି। ଯାହାର ଫାଇଦା ନେଇ ଟିକାକେନ୍ଦ୍ରଗୁଡିକ କିଛି ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଏପରିକି ଟୀକା ପାଇଁ ଦିଆଯାଉଥିବା ଟୋକନ ଗୁଡିକ ସେମାନେ ନିଜ ସମ୍ପର୍କୀୟଙ୍କୁ ତଥା କିଛି ସ୍ଥାନୀୟ କୁଜିନେତାଙ୍କୁ ଦେଉଥିବାବେଳ ସାଧାରଣ ଜନତା ଏଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଟୀକା କେନ୍ଦ୍ରରେ ସମାନ ଧରଣର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ବିଳମ୍ବିତ ରାତ୍ରିରେ ଶ୍ୱଶୁର ଘରେ ଜ୍ୱାଇଁକୁ ଭୂଜାଲିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ରେଢାଖୋଲ ଥାନା ଝାଙ୍କରପଡା ଗ୍ରାମର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଧୁଡିଆପଡା ଗାଁରେ ବିବାହ କରିଥିଲେ। ଶୁଶୁର ଘରେ ପାରିବାରିକ ସମସ୍ୟା ଦେଖା ଦେବାରୁ ସେ ନିଜ ବାପ ଘରକୁ ୮ ମାସ ହେଲା ଫେରି ଆସିଥିଲେ। ଗତକାଲି ପୁଷ୍ପାଞଳିର ସମସ୍ୟାର ସମାଧାନ ପାଇଁ ରତ୍ନାବଡମାଳ ଗ୍ରାମର ଜ୍ୱାଇଁ ପ୍ରେମାନନ୍ଦ ବେହେରା ଶ୍ୱଶୁର ଘର ଝାଙ୍କରପଡା ଗାଁକୁ ଯାଇଥିଲେ। ରାତିରେ ଶୋଇଥିବା ସମୟରେ ୩ ଜଣ ଲୋକ ଏକ ମୋଟର ସାଇକେଲରେ ଆସି ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ। ଗାଁ ଲୋକମାନେ ଆସିଯିବାରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଦୁର୍ବୃତ୍ତ ୩ ଜଣ ଆଣିଥିବା ମୋଟର ସାଇକେଲ୍, ଭୁଜାଲି ଛାଡି ଚମ୍ପଟ ମାରିଥିଲେ। ଆହତକୁ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା…
ନୂଆଦିଲ୍ଲୀ: ଅଧିକାଂଶ ଘରେ ମଇଦାରୁ ଜଳଖିଆ ପ୍ରସ୍ତୁତ କରାଯାଇଥାଏ। ଲୋକେ ପ୍ରତିଦିନ କଚୋରୀ, ସିଙ୍ଗଡା ପରି ଜିନିଷ ଖାଆନ୍ତି। କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ତାହା ଆପଣ ଜାଣନ୍ତି କି? ଏପରିକି ସମସ୍ତ ଜଙ୍କ୍ ଫୁଡ୍ ରେ ମଇଦା ମିଳିଥାଏ। ଏହା ଘରଠାରୁ ହୋଟେଲ ବେକେରୀ ପର୍ଯ୍ୟନ୍ତ ମଧ୍ୟ ବ୍ୟବହୃତ ହୁଏ। ମଇଦାରେ ତିଆରି ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକର ଅଟେ। ଜାଣନ୍ତୁ ମଇଦାରୁ ତିଆରି ଜିନିଷ ଖାଇବାର କ୍ଷତି: ୧- ବେଞ୍ଜୋଏଲ୍ ପେରକ୍ସାଇଡ୍- ମଇଦାକୁ ଧଳା ରଙ୍ଗ ଦେବା ପାଇଁ ବ୍ୟବହୃତ ବେଞ୍ଜୋଏଲ୍ ପେରକ୍ସାଇଡ୍ ହେଉଛି ଏକ ବ୍ଲିଚିଂ ଏଜେଣ୍ଟ। ବେଞ୍ଜୋଏଲ୍ ପେରକ୍ସାଇଡ୍ ଏକ ବିପଜ୍ଜନକ ରାସାୟନିକ ପଦାର୍ଥ ଯାହା ଆମ ଶରୀରରେ ଅନେକ ରୋଗର ଆଶଙ୍କା ବଢାଇଥାଏ। ପିଜା, ବରଗର ଭଳି ମଇଦାରେ ତିଆରି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ। ୨- ହଜମ ସମସ୍ୟା- ମଇଦାରୁ ତିଆରି ଜିନିଷ ଖାଇବା ଦ୍ୱାରା…
ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ‘ଓ’ଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ଆଜି ଅକାଳ ବିୟୋଗ ହୋଇଯାଇଛି। କଟକ ମୁଣ୍ଡୁଳିଠାରେ ମହାନଦୀରେ ଏକ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ଓଲଟି ପଡିବାରୁ ସେ ଭାସିଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶେଷରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ସହିତ ଯାଇଥିବା କ୍ୟାମେରାମ୍ୟାନ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ, ଆଜି ସକାଳୁ ପଲେ ହାତୀ ମୁଣ୍ଡୁଳି ମହାନଦୀରେ ଫସି ଯାଇଥିଲେ। ସବୁ ହାତି ପାଣିରୁ ବାହାରି ପଳାଇଯାଇଥିଲେ ମଧ୍ୟ ଗୋଟିଏ ହାତୀ ବାହାରିପାରି ନ ଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ଏନଡିଆରଏଫ ଟିମ ଏକ ବୋଟ ନେଇ ନଦୀ ଭିତରକୁ ଯାଇଥିଲେ। ସେହି ବୋଟରେ ଅରିନ୍ଦମ ଏବଂ ତାଙ୍କର କ୍ୟାମେରାମ୍ୟାନ ମଧ୍ୟ ଥିଲେ। ହାତୀକୁ ଘଉଡାଇବା ବେଳେ ହଠାତ ବୋଟଟି ଓଲଟି…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମରେ ଜନୈକା ମହିଳାକୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ମହିଳା ଜଣଙ୍କ ହେଲେ ସୁମିତ୍ରା ଦେହୁରୀ (୫୫)। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମର ସୁମିତ୍ରା ଦେହୁରୀ ନିଜ ସ୍ୱାମୀ ଇ-ଶ୍ରମକାର୍ଡ କରିବାକୁ ନିକଟସ୍ଥ ପଥୁରିଆ ଗ୍ରାମକୁ ଯାଇଥିଲେ। ରାତି ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ଫେରିନଥିବାରୁ ହାତରେ ଏକ ଟର୍ଚ୍ଚ ଧରିି ସୁମିତ୍ରା ଖୋଜିବା ବାହାରିଥିଲେ। ହେଲେ ସୁମିତ୍ରା ରାସ୍ତାରେ ଯାଉଥିବା ବେଳେ ଗ୍ରାମ ଠାରୁ କିଛି ଦୂରରେ ହାତୀ ପଲ ହାବୁଡରେ ପଡିଯାଇଥିଲେ। ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ସୁମିତ୍ରାର ମୃତ୍ୟୁ ହୋଇଥିବା ଜଣା ପଡିଥିଲା। ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନବିଭାଗର ରେଞ୍ଜ ଅଧୀକାରୀ ମୈତ୍ରୀ ମଂଜିତ ବିଶ୍ୱାଳ,…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୋର୍ଟକୁ ଆସିଥିବା ଜିତେନ୍ଦ୍ର ଗୋଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ହତ୍ୟା ରୋହିଣୀ କୋର୍ଟର ରୁମ୍ ନମ୍ବର -୨୦୭ ଭିତରେ ହୋଇଥିଲା। ତେବେ ପୋଲିସ ଘଟଣାସ୍ଥଳରେ ଆକ୍ରମଣକାରୀଙ୍କୁ ଏନକାଉଣ୍ଟର କରିଛି। ଗୁଳି ବିନିମୟରେ ତିନିରୁ ଚାରି ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟରରେ ଟିଲୁ ଗ୍ୟାଙ୍ଗର ଦୁଇଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଆକ୍ରମଣକାରୀମାନେ ଓକିଲଙ୍କ ପୋଷାକ ପିନ୍ଧି ରୋହିଣୀ କୋର୍ଟରେ ପ୍ରବେଶ କରିଥିଲେ। ସେମାନେ ଜିତେନ୍ଦ୍ର ଗୋଗୀଙ୍କୁ ଗୁଳି କରିଥିଲେ। ଟିଲୁ ଗ୍ୟାଙ୍ଗର ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ରାଜଧାନୀରେ ଏହି ଘଟଣା ପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଜିତେନ୍ଦ୍ର ଗୋଗୀ କିଏ?: ଦିଲ୍ଲୀର ଶ୍ରେଷ୍ଠ ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ ଜିତେନ୍ଦ୍ର ଗୋଗୀଙ୍କୁ ଗଣନା କରାଯାଏ।…
ଭୁବନେଶ୍ବର: ମହାନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ରବର ବୋଟଟି ଓଲଟି ଯାଇଛି। ମହାନଦୀ ମୁଣ୍ଡୁଳି ବ୍ୟାରେଜ ନିକଟରେ ବୋଟଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବୋଟରେ ଓଡ୍ରାଫ ଟିମ ସହ ୨ ଜଣ ଗଣମାଧ୍ୟମର ପ୍ରତିନିଧି ରହିଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପି ଏବଂ ନିଶାଦ ପାର୍ଟି ମଧ୍ୟରେ ବୁଝାମଣା ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ଆଜି ସଞ୍ଜୟ ନିଶାଦଙ୍କୁ ଭେଟିଛନ୍ତି। ଏହା ପରେ ଉଭୟ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୟୁପି ନିର୍ବାଚନ ପାଇଁ ବିଜେପି ଏବଂ ନିଶାଦ ପାର୍ଟିର ଏକ ଆନୁଷ୍ଠାନିକ ମେଣ୍ଟ ହୋଇଛି। ଆପ୍ନା ଦଳ ମଧ୍ୟ ବିଜେପି ସହ ମିଳିତ ଭାବେ ନିର୍ବାଚନ ଲଢିବ। ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୨୦୨୨ ୟୁପି ବିଧାନସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଲୋକଙ୍କ ବିଶ୍ୱାସ ରହିଛି। ୨୦୨୨ ନିର୍ବାଚନରେ ବିଜେପି ସଫଳ ହେବ। ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ମୋର ବିଶ୍ୱାସ ୨୦୨୨ ନିର୍ବାଚନରେ ପ୍ରତ୍ୟେକ ସମାଜକୁ ସାଥିରେ ନେବା ପାଇଁ ବିଜେପି ସଫଳ ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆଜି ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ତାହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଟ୍ୱିଟ୍ କରିଛନ୍ତି। ରାକେଶ ଟିକାଏତ ଆମେରିକାର ରାଷ୍ଟ୍ରପତିଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରି ଲେଖିଛନ୍ତି ଯେ, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟନ୍ତି, ସେତେବେଳେ ସେ ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଉଚିତ୍। ରାକେଶ ଟିକାଏତ ଲେଖିଛନ୍ତି ଯେ, ଆମେ ଭାରତୀୟ କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରୁଛୁ, ଯାହା ପ୍ରଧାନମନ୍ତ୍ରୀ ମୋଦୀ ସରକାର ଆଣିଛି। ୧୧ ମାସର ବିକ୍ଷୋଭ ସମୟରେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। ଆମକୁ ଏହି କଳା ଆଇନରୁ ସୁରକ୍ଷିତ କରାଯିବା ଉଚିତ୍। ଗତକାଲି ରାତିରେ କରାଯାଇଥିବା ଅନ୍ୟ ଏକ ଟୁଇଟ୍ରେ ସୂଚନା ଦିଆଯାଇଛି ଯେ, ଆଜି ୱାଶିଂଟନ୍ ଡିସିରେ ୨ ଟା ୩୦ ମିନିଟରେ ତିନୋଟି କୃଷି ଆଇନକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍ଟେମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି। ପ୍ରଥମ ଥର ପାଇଁ ବ୍ୟକ୍ତିଗତ ସାକ୍ଷତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ। ଏଥିପୂର୍ବରୁ ଜୁନ ୨୦୨୧ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପକୁ ସେମାନେ ସହୃଦୟତାର ସହିତ ସ୍ମରଣ କରିଥିଲେ। ଆଫଗାନିସ୍ତାନ ପ୍ରସଙ୍ଗ ସମେତ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏଥିସହିତ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଦୁଇ ନେତା ନିଜ ନିଜ ଦେଶରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଟିକାକରଣ ପ୍ରୟାସକୁ ଗତିଶୀଳ କରିବା ଏବଂ ଜରୁରି ଔଷଧ, ଚିକିତ୍ସାବିଧାନ ଏବଂ ସ୍ୱାସ୍ଥ୍ୟ ସେବା ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଜରିଆରେ ମହାମାରୀକୁ ପ୍ରତିହତ କରିବା ନେଇ ସେମାନେ ଆଲୋଚନା କରିଥିଲେ।…
ମୁମ୍ବାଇ: ଭାରତୀୟ ଷ୍ଟକ ମାର୍କେଟ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସ ୬୦ ହଜାର ସଂଖ୍ୟାକୁ ଛୁଇଁଛି। ଆଜି ସକାଳେ ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ ସେନ୍ସେକ୍ସ ୨୭୩ ପଏଣ୍ଟକୁ ଡେଇଁ ୬୦ ହଜାରରୁ ଅଧିକ ସଂଖ୍ୟାରେ ପହଞ୍ଚିଯାଇଥିଲା। ୨୭୩ ପଏଣ୍ଟ ବୃଦ୍ଧି ସହିତ ସେନ୍ସେକ୍ସ ୬୦,୧୫୮.୭୬ ରେ ଖୋଲିଲା। ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତକାଲି ସେନସେକ୍ସ ୫୯,୮୮୫ ପଏଣ୍ଟରେ ବନ୍ଦ ହୋଇଥିଲା। ଗୁରୁବାର ଦିନ, ବିଏସଏ ସେନସେକ୍ସରେ ୯୫୮ ପଏଣ୍ଟ ଲମ୍ଫ ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ମଧ୍ୟ ସେନ୍ସେକ୍ସରେ ଏକ ବିରାଟ ଲମ୍ଫ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ଆଜି ଇତିହାସ ସୃଷ୍ଟି କରିପାରିବ। ନିଫ୍ଟି ୧୮ ହଜାର ସଂଖ୍ୟା ଅତିକ୍ରମ କରିବା ଠାରୁ ନିଫ୍ଟି ମାତ୍ର କିଛି ପଏଣ୍ଟ ପଛରେ ଅଛି। ଗୁରୁବାର ଦିନ ନିଫ୍ଟି ୨୭୬.୩୦ ପଏଣ୍ଟ…
କୋଲକାତା: ପଶ୍ଚିମବଙ୍ଗର ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏବଂ ଭବାନୀପୁର ବିଧାନସଭା ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ସମେତ ଅନେକ ନେତାଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟ କାଲିଘାଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିବାରୁ ସୁକାନ୍ତ ମଜୁମଦାର ଏବଂ ପ୍ରିୟଙ୍କା ତିବ୍ରୁୱାଲଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରିଛି। କାଲିଗାଟ ପୋଲିସ ଷ୍ଟେସନରେ ଆଇପିସିର ଧାରା ୧୪୩/୧୪୫/୧୪୭/୧୪୯/୨୮୩/୩୫୩ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି। ଗତ ନିର୍ବାଚନ ପରବର୍ତ୍ତୀ ହିଂସାରେ ମଗରହାଟ (ପଶ୍ଚିମ) ର ବିଜେପି ନେତା ଧୁରଜୋତି ଆହତ ହେବା ପରେ ବୁଧବାର ଦିନ ମୃତ୍ୟୁ ଘଟିଥିଲା। ଯାହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ନିକଟ କାଲିଘାଟ ଅଞ୍ଚଳରେ ଧୁରଜୋତିଙ୍କ ମୃତ ଦେହକୁ ଧରି ବିଜେପି ନେତାମାନେ ବିରୋଧ ପ୍ରଦର୍ଶନ କରିଥିଲେ। କୋଲକାତା ପୋଲିସ ବିଜେପି ନେତାଙ୍କୁ ବେଆଇନ ସଭା, ଦଙ୍ଗା, ବାଧା ଦେବା, ଅପରାଧିକ ବଳ…
ଭୁବନେଶ୍ବର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଆୟୋଜିତ ନକ୍ସଲ ମୁକାବିଲା ବୈଠକରେ ଯୋଗଦେବେ। ଗୃହମନ୍ତ୍ରୀ ଅମିତ ସାହାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହି ବୈଠକ ଆସନ୍ତା ରବିବାର ଦିନ ବସିବ। ସେ ସେହିଦିନ ବୈଠକ ଶେଷ ଭୁବନେଶ୍ବର ଫେରିଆସିବେ। କେନ୍ଦ୍ର ସରକାର ନକ୍ସଲ ମୁକାବିଲା ପାଇଁ ଏହି ବୈଠକ ଡାକିଥାନ୍ତି। ଏହି ମାଓ ଦମନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବଳ ଯୋଗାଇ ଦେବା ସହିତ ଆର୍ଥିକ ଅନୁଦାନ ମଧ୍ୟ ଦେଇଥାନ୍ତି। ତେବେ ଓଡିଶାକୁ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାୟ ନଅ ଶହ କୋଟି ଟଙ୍କା ବାକି ରହିଛି। ସେହି ବକେୟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଉଠାଇପାରନ୍ତି ବୋଲି ଜଣାପଡିଛି। ବହୁଦିନ ପରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ଅବକାରୀ ବିଭାଗକୁ ଆଜି ସକାଳେ ଏକ ବଡ଼ ସଫଳତା ମିଳିଛି। ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସୂଚନା ମୁତାବକ ଜଙ୍କିଆ ଥାନା ଛଣଗିରି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ବିଭାଗ ପୂର୍ବରୁ ଖବର ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଏକ ସୁପରିକଳ୍ପିତ ଯୋଜନା କରି ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଛଣଗିରି ଗ୍ରାମ ତାରିଣୀ ମନ୍ଦିରରେ ଚଢ଼ାଉ କରାଯାଇଥିଲା। ମନ୍ଦିରରୁ ଅରୁଣ ବେହେରା (୪୬) ଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଉକ୍ତ ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଟାଙ୍ଗୀ ଅବକାରୀ ପକ୍ଷରୁ ପିଆର ନମ୍ବର ୪୦/୨୧-୨୨…
ଭୁବନେଶ୍ବର: ଆଜି ଭୁବନେଶ୍ଵର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି। କୋର୍ଟ ପରିସରରୁ ୧୫ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବି ପଜିଟିଭ ଚିହ୍ନଟ ପରେ ବିଏମସି ଏଭଳି ପଦକ୍ଷେପ ନେଇଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କୋର ପରିସରକୁ ସିଲ୍ କରାଯାଇଛି। ଏହି ସମୟରେ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ ଅଫିସ ବନ୍ଦ ରହିବ। ପରିସର ମଧ୍ୟରେ ଥିବା ବାର ଆସିସିଏସନକୁ ମଧ୍ୟ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ସବୁ କର୍ମଚାରୀମାନଙ୍କ ଆରଟିପିସିଆର ଟେଷ୍ଟ ପାଇଁ ୨୭ ତାରିଖ କ୍ୟାମ୍ପ ଖୋଲାଯିବ।
ନୂଆଦିଲ୍ଲୀ: ଦେଶରେ କରୋନା ସକ୍ରିୟ ମାମଲା ହ୍ରାସ ପାଇଛି। ଦେଶରେ ଏବେ ୩ ଲକ୍ଷ ୧୬୨ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୩୧ ହଜାର ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୫ ଲକ୍ଷ ୯୪ ହଜାର ୮୦୩ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୩୬୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୮ ଲକ୍ଷ ୪୮ ହଜାର ୨୭୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୧୬୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୬୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୯ ହଜାର ୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୮୨୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୬୩ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୧୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୨୩ ଟି ଲୋକାଲ କେସ୍ ରହିଛ। ୫୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୭ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୯ ହଜାର ୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୮୨୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୫୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୫ ଟି ଜିଲ୍ଲାରୁ ୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ନୂଆଦିଲ୍ଲୀ: ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ପରେ ଏବେ ଭାରତ ସରକାର ସେହିପରି ନିଷ୍ପତି କରିଛନ୍ତି। ଆୟୁଶମାନ ଭାରତ ଯୋଜନାରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଡିଜିଟାଲ ସ୍ବାସ୍ଥ୍ୟ ପରିଚୟ ପତ୍ର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ଏହି ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନର ଦେଶବ୍ୟାପୀ ଶୁଭାରମ୍ଭ ନେଇ ଘୋଷଣା କରିବେ। ଏହା ଅଧୀନରେ ହିତାଧିକାରୀଙ୍କୁ ଏକ ସ୍ୱତନ୍ତ୍ର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ କରାଯିବ, ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ରହିବ।
ଭୁବନେଶ୍ବର: ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି), ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍ ଗୁଡିକ ହେଉଛି 01. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ 02. 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ବିଶେଷ ଟ୍ରେନ 03. 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ 04. 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ 05. 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ବିଶେଷ ଟ୍ରେନ 06. 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ ଉପରୋକ୍ତ ଟ୍ରେନ ଗୁଡିକ ବ୍ୟତୀତ ଯାତ୍ରୀ ମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ସିଜିନ ଟିକେଟ୍ (ଏମଏସଟି) , ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ।

