ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୩୨, କଟକରୁ ୭୫, ଜଗତସିଂହପୁରରୁ ୩୦, ଯାଜପୁରରୁ ୨୯, ପୁରୀରୁ ୨୨, ଭଦ୍ରକରୁ ୧୬, ମୟୂରଭଞ୍ଜରୁ ୧୪, ସମ୍ବଲପୁରରୁ ୧୨, ବାଲେଶ୍ବରରୁ ୧୧, ସୁନ୍ଦରଗଡରୁ ୧୧, କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳରୁ ୭, ନୟାଗଡରୁ ୭, ଅନୁଗୁଳରୁ ୬, ବରଗଡରୁ ୫, ଝାରସୁଗୁଡାରୁ ୫, ଦେବଗଡରୁ ୪, ଗଞ୍ଜାମରୁ ୪, କନ୍ଧମାଳରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ରାୟଗଡରୁ ୨, ବୌଦ୍ଧରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୩ ହଜାର ୮୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର…
Author: Samikhsya Bureau
ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବର୍ଷ ପୂରଣ କରିଛି। ଗୋଟିଏ ବର୍ଷ ଭିତରେ ସହରରେ ସବୁଠାରୁ ଅଧିକ ସଂଖ୍ୟକ ପେଟ-ସିଟି ସ୍କାନ୍ କରି ଖ୍ୟାତି ଅର୍ଜନ କରିଛି ଏହି ବିଭାଗ। ଗତ ବର୍ଷ ଜୁଲାଇରେ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ସମ୍ମମ୍ରେ ପ୍ରଭାବଶାଳୀ କ୍ୟାନ୍ସର ସ୍କ୍ରିନିଂ, ପରୀକ୍ଷଣ ଏବଂ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ବାୟୋଗ୍ରାଫ୍ ହୋରାଇଜନ୍ ଅଲ୍ଟ୍ରା ଏଚ୍ଡି ପେଟ-ସିଟି ସ୍କାନ୍ ଆରମ୍ଭ କରାଯାଇଥିଲା । ଏହି ଅତ୍ୟାଧୁନିକ ପେଟ୍-ସିଟି ସ୍କାନ ସେବା ଆରମ୍ଭ କରାଯିବା ପରେ ଲୋକମାନଙ୍କୁ ଉଚ୍ଚ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ଦ୍ୱାରା ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ସକ୍ଷମ ହୋଇପାରିଛି ସମ୍ମମ୍। ସମ୍ମମ୍ର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ହେଉଛି ଅଙ୍କୋ ସାଇନ୍ସେସ୍ର ହୋପ୍ ସ୍ପ୍ରିଙ୍ଗ୍ସ ବ୍ଲକ୍ ଯେଉଁଠାରେ ମେଡିକାଲ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ସର୍ଜିକାଲ୍ ଅଙ୍କୋଲୋଜି…
ଭୁବନେଶ୍ବର: ଶେଷ ହେଲା ପିପିଲି ଉପନିର୍ବାଚନ। ଫଳାଫଳ କଣ ହେବ ତାହା ଭିନ୍ନ କଥା। ହେଲେ ଏହି ଉପନିର୍ବାଚନ ରାଜ୍ୟ ରାଜନୀତିରେ କେତେକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସେଥିରୁ ଗୋଟିଏ ହେଲା ଦେଶର ବଳିଷ୍ଠ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପିପିଲି ପ୍ରଚାରରେ ସାମିଲ ନ ହେବା। ଅଶ୍ବିନୀ ନୂଆ ମନ୍ତ୍ରୀ ହେବା ପରେ ଏହି ପିପିଲି ଉପନିର୍ବାଚନ ଥିଲା ତାଙ୍କ ପାଇଁ ପ୍ରଥମ। ସେଥିପାଇଁ ତାଙ୍କ ନାମ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ଏଥିସହିତ ଓଡିଶାର ଆଉ ଦୁଇମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ଥିଲା। ସେଥିରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ। ହେଲେ ଏହି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଯାହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ। ଯେତେବେଳେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ବାହାରିଲା ସେତେବେଳେ ଅଶ୍ବିନୀଙ୍କ ନାମକୁ ଦେଖି…
ନୂଆଦିଲ୍ଲୀ: ପ୍ରତ୍ୟେକ ଘରେ ବାସୀ ରୁଟି ବଳକା ହୋଇଯାଇଥାଏ। ଅନେକ ଲୋକ ପଶୁମାନଙ୍କୁ ଖାଇବାକୁ ଦିଅନ୍ତି ଏବଂ ଅନେକ ଲୋକ ଏହାକୁ ଫିଙ୍ଗି ଦିଅନ୍ତି। ବାସୀ ରୁଟିରେ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଅନେକ ଭଲ ଗୁଣ ଲୁଚି ରହିଥାଏ। ଯାହାକୁ ଆପଣ ନିଜ ଚେହେରାକୁ ସୁନ୍ଦର ରଖିବା ପାଇଁ ବ୍ୟବହାର କରିପାରିବେ। ବାସ୍ତବରେ ବାସୀ ରୁଟିରେ ସେଲେନିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟଗୁଡ଼ିକ ଆପଣଙ୍କର ବ୍ରଣକୁ ବାହାର କରିଥାଏ। ଏହା ସହିତ, ଆପଣଙ୍କ ଚେହେରା କିଛି ଦିନ ମଧ୍ୟରେ ବ୍ରଣମୁକ୍ତ ହୋଇଯାଏ। କିନ୍ତୁ ଯଦି ଆପଣ ଭାବୁଛନ୍ତି ବାସୀ ରୁଟି ଦ୍ଵାରା ସୌନ୍ଦର୍ଯ୍ୟ ଆଣିପାରିବେ, ତେଣୁ ଏହା ଆଦୌ ସେପରି ନୁହେଁ। ବାସ୍ତବରେ, ବାସୀ ରୁଟିର ପ୍ୟାକ୍ ତିଆରି ଏବଂ ପ୍ରୟୋଗ କରିବା ବେଳେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। ପ୍ୟାକ୍ ତିଆରି ପାଇଁ ଏହି ଜିନିଷଗୁଡ଼ିକ ଦରକାର: ମୁହଁରେ ବାସୀ ରୁଟିର ଏକ ଫେସ୍ ପ୍ୟାକ୍…
ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପ୍ରଫେସର ରାଜକିଶୋର ମିଶ୍ରଙ୍କ 81 ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ତାଙ୍କର ଭୁବନେଶ୍ବରସ୍ଥିତ ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପ୍ରଫେସର ମିଶ୍ର ଓଡିଶା ସାହିତ୍ୟ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ସେ ଓଡିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଂଗର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମଧ୍ୟ ମିଶ୍ରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ଓଡିଶା ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ହରାଇଲା ବୋଲି କହିଛନ୍ତି।
ନୂଆଦିଲ୍ଲୀ: ଖାଦ୍ୟ ଏବଂ ପାନୀୟ କିମ୍ବା ରୋଗ ବିଷୟରେ, ପୁରୁଷମାନେ ପ୍ରାୟତଃ ଏକ ଅସାବଧାନତା ମନୋଭାବ ପୋଷଣ କରନ୍ତି। ଏବଂ ସମସ୍ୟା ଅଧିକ ନହେବା ପର୍ଯ୍ୟନ୍ତ ଏହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବେଳେବେଳେ ଲକ୍ଷଣ ଦେଖାଇବା ପରେ ମଧ୍ୟ ଅଣଦେଖା କରାଯାଏ। ଆଜି ଆମେ ଏପରି କିଛି ଲକ୍ଷଣ ବିଷୟରେ ଆଲୋଚନା କରିବା, ଯାହା ପୁରୁଷମାନେ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ୍। ଏହି ଲକ୍ଷଣ ପୁରୁଷମାନଙ୍କ ପାଇଁ ବିପଦଜନକ ହୋଇପାରେ, ଯଦି ଆରମ୍ଭରେ ଚିକିତ୍ସା କରା ନ ଯାଏ, ତେବେ ଏକ ବଡ଼ ସମସ୍ୟା ହୋଇପାରେ। ପରିସ୍ରା ପାସ କରିବାରେ ସମସ୍ୟା: ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗେ କିମ୍ବା ପରିସ୍ରା ପାସ କରିବାରେ ଯନ୍ତ୍ରଣା ଅନୁଭବ ହୁଏ, ତେବେ ଏହାକୁ ଗମ୍ଭୀରତାର ସହ ନିଅନ୍ତୁ। ଏହା ବ୍ୟତୀତ, ପରିସ୍ରାର ରଙ୍ଗ ଅଲଗା ଦେଖାଯାଉଥିଲେ କିମ୍ବା ରକ୍ତ ପଡୁଥିଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। କିଡନୀରେ ପଥରଠାରୁ ଆରମ୍ଭ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଦାମିଆ ବରବରା ଜଙ୍ଗଲ ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଅଟେ। ଏହି ଶାଗୁଆନ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ କଡାକଡି କରାଯାଉଛି। ଏହି ଜଙ୍ଗଲ ମଧ୍ୟରେ ସାଧାରଣ ଜନତା ପ୍ରବେଶ କରିବା ତ ଦୂରର କଥା, ଏଠି ମାଛି ପଡିଲେ ନବଖଣ୍ଡ। କିନ୍ତୁ ଏହାର ସୁଯୋଗ ନେଇ ବନ ବିଭାଗ କର୍ମଚାରୀ ଶାଗୁଆନ କାଠ ଚୋରୀ କରି ମାଫିଆଙ୍କୁ ଦେଉଥିବା ଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି। କେବଳ ଅଭିଯୋଗ ନୁହେଁ, ବନ ବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀ ଆଣ୍ଠେଇ ବସେଇଥିବା ଭଳି ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ବନ ସୁରକ୍ଷାରେ ଥିବା କର୍ମଚାରୀମାନେ ଗଛ କାଟି ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡି ହଟହଟା ହୋଇଛନ୍ତି। ଜଙ୍ଗଲର ସୁରକ୍ଷା ପାଇଁ ସିଆରପିଏଫ ହାତକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ …
ମୁମ୍ବାଇ: ଆଦାନୀ ଗ୍ରୁପ୍ ବ୍ୟବସାୟୀ ଆଦାନୀଙ୍କ ସମ୍ପତ୍ତି ଦୈନିକ ୧ ହଜାର କୋଟି ଟଙ୍କା ହିସାବରେ ଗତ ଏକ ବର୍ଷରେ ୩,୬୫,୭୦୦ କୋଟି ଟଙ୍କା ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ, ଭାରତରେ ୧୭୯ ଅଧିକ ଲୋକ ବଡ ଧନୀ ତାଲିକାରେ ସାମିଲ ହୋଇଛନ୍ତି। ବର୍ଷକ ମଧ୍ୟରେ ଦେଶରେ ଏଭଳି ସୁପର-ଧନୀଙ୍କ ସଂଖ୍ୟା ୧ ହଜାର ମାର୍କ ଅତିକ୍ରମ କରିଛି। ତେବେ ଏହି ତାଲିକାରେ ମୁକେଶ ଅମ୍ବାନୀ କ୍ରମାଗତ ଦଶମ ବର୍ଷ ପାଇଁ ୭,୧୮,୦୦୦ କୋଟି ଟଙ୍କା ମୂଲ୍ୟର ତାଲିକାରେ ଶୀର୍ଷରେ ରହିଛନ୍ତି। ଭୌଗଳିକ ଦୃଷ୍ଟିରୁ ଏହି ଧନୀ ଲୋକମାନେ ପାଞ୍ଚଟି ନୂତନ ସହରରୁ ଆସିଛନ୍ତି, ଏହିପରି ସହରଗୁଡିକର ମୋଟ ସଂଖ୍ୟା ୧୧୯ ରେ ପହଞ୍ଚିଛି। ୨୦୨୧ ମସିହାରେ ଅତି-ଧନୀ ୧ ହଜାର ୭ ଜଣ ବ୍ୟକ୍ତିଙ୍କ ୫୧ ପ୍ରତିଶତ ଅଧିକ ଧନ ହାସଲ କରିଛନ୍ତି। ଚଳିତ ବର୍ଷ ହାରାହାରି ୨୫ପ୍ରତିଶତ ଧନ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ କରୋନା ଭାଇରସ…
ନୂଆଦିଲ୍ଲୀ: ଆଜି ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜନ୍ମ ଦିନ। ଆଜି ସେ 76 ବର୍ଷ ବୟସରେ ପଦାର୍ପଣ କଲେ। କୋବିନ୍ଦ 1941 ମସିହା ଅକ୍ଟୋବର 1 ତାରିଖରେ ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ପରୌଙ୍ଖ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ 2017 ଜୁଲାଇ 25 ତାରିଖରେ ଦେଶର 14 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଆଜି ସକାଳୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନ ଯାଇ କୋବନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ ରାଷ୍ଟ୍ରପତି ହେଉଛନ୍ତି ଜଣେ ନମ୍ର ବ୍ୟକ୍ତି, ସେଥିପାଇଁ ତାଙ୍କୁ ଦେଶର ଲୋକେ ଭଲ ପାଆନ୍ତି। ଦେଶର ଗରିବମାନେ ଉନ୍ନତି କରିବା ହିଁ ତାଙ୍କର କର୍ତ୍ତବ୍ୟ ହୋଇଛି। ତାଙ୍କର ଦୀର୍ଘ ଜୀବନ କାମନା କରୁଛି। ସେହିପରି ବିଶିଷ୍ଠ ବ୍ୟକ୍ତିମାନେ ତାଙ୍କର ଜନ୍ମଦିନରେ ଶୁଭେଚ୍ଛା ଦେବାରେ ଲାଗିଛନ୍ତି।
ନୂଆଦିଲ୍ଲୀ: ଅଗଣିତ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ନେଇଥିବା ଏୟାର ଇଣ୍ଡିଆକୁ ଜଣେ କ୍ରେତା ମିଳିଛି। ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଛି। ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସରକାରୀ ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆର ବିକ୍ରୟ ପାଇଁ କରାଯାଇଥିବା ଦୁଇଟି ବିଡ ମଧ୍ୟରୁ ସରକାର ଟାଟା ଗ୍ରୁପକୁ ଚୟନ କରିଛନ୍ତି। ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସ ଜେଟର ଚେୟାରମ୍ୟାନ୍ ଅଜୟ ସିଂ ଶେଷ ପ୍ରସ୍ତାବ ଦେଇଥିଲେ। ୧୯୩୨ରେ ଟାଟା ଗ୍ରୁପ୍ ଦ୍ୱାରା ଏୟାର ଇଣ୍ଡିଆ ଆରମ୍ଭ ହୋଇଥିଲା। ଟାଟା ଗ୍ରୁପ୍ ର ଜେ.ଆର.ଡି. ଟାଟା ଏହାର ପ୍ରତିଷ୍ଠାତା ଥିଲେ। ପରେ ଏୟାର ଇଣ୍ଡିଆର ନାମ ଟାଟା ଏୟାର ସର୍ଭିସ ଭାବରେ ରଖାଗଲା। ୧୯୩୮ ସୁଦ୍ଧା, କମ୍ପାନୀ ଏହାର ଘରୋଇ ବିମାନ ଆରମ୍ଭ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହାକୁ ଏକ ସରକାରୀ କମ୍ପାନୀ କରାଯାଇଥିଲା। ସ୍ୱାଧୀନତା…
ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାରେ ଚମକିଲେ ବାଣପୁରର ଛାତ୍ରୀ। ସାରା ରାଜ୍ୟରେ ହେଲେ ଟପ୍ପର। ନିକଟରେ ୨୦୨୧ ଶିକ୍ଷାବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇଛି। ଯେଉଁଥିରେ ପ୍ଲାଷ୍ଟିକ ଇଂଜିନିୟରିଙ୍ଗରେ ଏମ.ଟେକ ବିଭାଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଛାତ୍ରୀ ସାଇସ୍ୱପ୍ନା ରାଉତରାୟ ଓଡ଼ିଶା ଟପ୍ପର ହୋଇଛନ୍ତି। ସାଇସ୍ୱପ୍ନା ହେଉଛନ୍ତି ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଧମୁଣ୍ଡେଇ ଗ୍ରାମର ଶିକ୍ଷକ ରାଜକିଶୋର ରାଉତରାୟ ଏବଂ ବିନୋଦିନୀ ରାଉତରାୟଙ୍କର ଝିଅ। ସାଇସ୍ୱପ୍ନା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନ (ସମ୍ମାନ ) ରେ ସ୍ନାତକ କରିଥିବାବେଳେ ଭୁବନେଶ୍ୱର ସ୍ଥିତ ସିପେଟ-ଆଇପିଟି କଲେଜରୁ ପଲିମର ସାଇନ୍ସରେ ସ୍ନାତକୋତ୍ତର କରିଛନ୍ତି। ସାଇସ୍ୱପ୍ନା ପିଲାଟିଦିନରୁ ମେଧାବୀ ଛାତ୍ରୀ ରହିଥିବା ବେଳେ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଆସୁଛନ୍ତି। ତେବେ ସ୍ନାତକୋତ୍ତର ପରେ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ ବିଷୟରେ ଉଚ୍ଚଶିକ୍ଷା ନିମନ୍ତେ ସାଇସ୍ୱପ୍ନା ଏମ.ଟେକ (ଓଜେଇଇ) ରେ ସଫଳ ହେବା ପାଇଁ ବହୁ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ଦିନିକିଆ ଟେଷ୍ଟରେ ଶତକ ହାସଲ କରିଥିବା ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି। କେବଳ ଏତିକି ନୁହେଁ, ସ୍ମୃତି ମନ୍ଧାନାଙ୍କ ଶତକ ଯୋଗୁଁ ଭାରତୀୟ ଦଳ ବହୁତ ଭଲ ସ୍ଥିତିରେ ଅଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ଗତକାଲି ଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲୀୟ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଭାରତର ଓପନର୍ ସ୍ମୃତି ମନ୍ଧାନା ଏବଂ ଶେଫାଲୀ ବର୍ମା ଭୁଲ ପ୍ରମାଣିତ କରିଛନ୍ତି। ସ୍ମୃତି ମନ୍ଧାନା ୧୭୦ ଟି ବଲ ଖେଳି ୧୯ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ସ୍ମୃତି ମନ୍ଧାନାଙ୍କର ପ୍ରଥମ ଶତକ। ତେବେ ସ୍ମୃତି…
ଜଙ୍କିଆ: ଜଂକିଆ ଖେଳପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ରଣପୁରର ରାଜେଶ କୁମାର ପାଣ୍ଡିଙ୍କର ଏକ ଗ୍ୟାରେଜ ଅଛି। ରାକେଶ ଗ୍ୟାରେଜରେ ଭେରୁପଡା ଗ୍ରାମର ସୈ।ମ୍ୟରଂଜନ କାମ ଶିଖୁଥିଲେ। ସବୁଦିନ ରାତିରେ ସୌମ୍ୟ କାମ ସାରି ଘରକୁ ଫେରୁଥିବା ବେଳେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ରାଜେଶ ଓ ରଂଜନ ଏକ ପଲସର ବାଇକ ଯୋଗେ ଜଂକିଆ ପଟୁ ଗୋଳବାଇ ଆଡକୁ ଯାଉଥିଲେ। କିନ୍ତୁ ଜାତୀୟ ରାଜପଥ ଉପରେ ରଞ୍ଜନଙ୍କ ମୃତ୍ୟୁବରଣ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଦୁର୍ଘଟଣାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କୁ ରାଜେଶ କହିଥିଲେ। ତେବେ ସ୍ଥାନୀୟ ଲୋକେ ଏହା ଜାଣିପାରି ଜଙ୍କିଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏବଂ ପ୍ରାଥମିକ ତଦନ୍ତରୁ ରଞ୍ଜନଙ୍କ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୦୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ, ମୟୂରଭଞ୍ଜ, ନୟାଗଡ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୯୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୩ ହଜାର ୧୪୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୫୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୦୨ କୁ ବୃଦ୍ଧି ହୋଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୬ ହଜାର ୭୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୭ ଲକ୍ଷ ୬୬ ହଜାର ୭୦୭ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୮ ହଜାର ୩୩୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୪୩ ହଜାର ୧୪୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୭୫ ହଜାର ୨୨୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୯ ଟି ଲୋକାଲ କେସ୍ ରହିଛ। ୪୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୪ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୯୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୩ ହଜାର ୧୪୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୫୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୯୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୨ ଟି ଜିଲ୍ଲାରୁ ୪୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ନୂଆଦିଲ୍ଲୀ: ମୋଟର ଯାନ ଆଇନ ସହ ଜଡିତ କାଗଜପତ୍ର ବୈଧତା ପୁଣି ଥରେ ବୃଦ୍ଧି କରାଯାଇଛି। ସେହି ଅନୁସାରେ ଗାଡି କାଗଜପତ୍ର ବୈଧତା 31 ଅକ୍ଟୋବର 2021 ପର୍ଯ୍ୟନ୍ତ ବୈଧ ବୋଲି ଘୋଷଣା କରାଯାଇଛି। ସେହି ଅନୁସାରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପରାମର୍ଶ ଜାରି କରିଛି। ଫଳରେ ମୋଟର ଯାନ ନିୟମ 1988 ଏବଂ ସେଣ୍ଟ୍ରାଲ୍ ମୋଟର ଯାନ ନିୟମ, 1989 ଅଧିନରେ ଗାଡିର ଫିଟନେସ୍, ଅନୁମତି (ସମସ୍ତ ପ୍ରକାର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟାନ୍ୟ ସଂପୃକ୍ତ ଡକ୍ୟୁମେଣ୍ଟଗୁଡିକ 31 ଅକ୍ଟୋବର ପର୍ଯ୍ୟନ୍ତ ବୈଧତା ରହିବ। ଅର୍ଥାତ ଯେଉଁମାନଙ୍କର ଏହି କାଗଜପତ୍ରର ବୈଧତା ଶେଷ ହେଉ ଯାଉଛି ତାହା କାୟମ ରହିବ। ଏନଫୋର୍ସମେଣ୍ଟ୍ କର୍ତ୍ତୃପକ୍ଷଙ୍କୁ ଏହି ଦଲିଲଗୁଡ଼ିକୁ ଅକ୍ଟୋବର 2021 ପର୍ଯ୍ୟନ୍ତ ବୈଧତା ଭାବେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ । ଏସବିଏମ-ୟୁ ୨.୦ ଏବଂ ଅମୃତ ୨.୦ ଆମର ସମସ୍ତ ନଗରୀଗୁଡିକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଏହି ପ୍ଲାଗସିପ ଅଭିଯାନ ଦୃତ ଗତିରେ ବୃଦ୍ଧି ପାଉଥିବା ସହରୀକରଣ ଆହ୍ୱାନର ମୁକାବିଲା ସହ ୨୦୩୦ ମସିହା ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳ ବିକାଶ ମନ୍ତ୍ରୀଗଣ ଏଥିରେ ଉପସ୍ଥିତ ରହିବେ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ -ସିପେଟ ଜୟପୁରଠାରେ ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ ରାଜସ୍ଥାନର ବାଂସୱାଡା, ସିରୋହୀ, ହନୁମାନଗଡ ଓ ଦଉସା ଜିଲ୍ଲାରେ ଚାରୋଟି ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଛନ୍ତି । ସିପେଟ ପ୍ରତିଷ୍ଠାନ ଓ ଚାରିଟି ନୂତନ ମେଡିକାଲ କଲେଜ ନିମନ୍ତେ ସେ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ୨୦୧୪ ମସିହା ପରେ କେନ୍ଦ୍ର ସରକାର ରାଜସ୍ଥାନ ପାଇଁ ୨୩ଟି ମେଡିକାଲ କଲେଜ ଅନୁମୋଦନ କରିଥିଲେ ଓ ସେଥିରୁ ସାତଟିର କାର୍ୟ୍ୟ ଶେଷ ହୋଇଛି ବୋଲି ସେ କହିଛଛନ୍ତି। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ବିଗତ ଶହେ ବର୍ଷ ମଧ୍ୟରେ ସବୁଠାରୁ ବଡ ବୈଶ୍ୱିକ ମହାମାରୀ ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏକ ବଡ ଶିକ୍ଷା ଦେଇଛି । ପ୍ରତ୍ୟେକ ଦେଶ ନିଜ ନିଜ ଉପାୟରେ ଏହାର ମୁକାବିଲା କରୁଛନ୍ତି । ଏଭଳି…
ମେଷ: ଭ୍ରମଣ ଲାଭଦାୟକ ହେବ। ଉପହାର ଗ୍ରହଣ କରିପାରନ୍ତି। କୌଣସି ବଡ ସମସ୍ୟାର ସମାଧାନ ସହଜ ହେବ। ସମୟ ଅନୁକୂଳ ରହିବ। ସେୟାର ବଜାର, ମ୍ୟୁଚୁଆଲ୍ ଫଣ୍ଡରୁ ଅନୁକୂଳ ଲାଭ ମିଳିବ। ବେକାରୀ ଉଦ୍ୟମ ସଫଳ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମୂଲ୍ୟବାନ ସାମଗ୍ରୀ ପାଖରେ ରଖନ୍ତୁ। ବୃଷ: ପ୍ରେମ ସମ୍ବନ୍ଧରେ ସୁସଙ୍ଗତତା ରହିବ। ବ୍ୟବସାୟ ଲାଭଦାୟକ ହେବ। ରିସ୍କ ନେବାକୁ ସାହସ କରନ୍ତୁ। ଭାଇମାନଙ୍କ ସମର୍ଥନ ମିଳିବ। ମାନସିକ ଅସ୍ଥିରତା ଦେଖାଯିବ। ସବୁ ଦିଗରୁ ସଫଳତା ଆସିବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଅପାରଗତା ଉପରେ ଅଧିକ ଖର୍ଚ୍ଚ ହେବ। ଆଇନଗତ ପ୍ରତିବନ୍ଧକକୁ ହଟାଇ ଲାଭର ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ: ବ୍ୟବସାୟ ବୃଦ୍ଧି ପାଇବ। ସେୟାର ବଜାରରୁ ଲାଭ ମିଳିବ। ବ୍ୟବସାୟ ଭଲ ହେବ। ଏହାର ପ୍ରଭାବରେ ଚାକିରିରେ ବୃଦ୍ଧି ପାଇବ। ସମୟର ଅନୁକୂଳତାର ସୁଯୋଗ ନିଅନ୍ତୁ। ବିରୋଧୀମାନେ…
ଭୁବନେଶ୍ବର: ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ତିନି ମାସ ପାଇଁ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷ ଠାରେ ତପସ୍ୱିନୀ ସ୍ପେଶାଲ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୩୦ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ଗଡ଼ପୋଷ ଠାରେ ରହଣି କରିବ। ୦୮୪୫୨ ପୁରୀ-ହାଟିଆ ତପସ୍ୱିନୀ ସ୍ପେଶାଲ ଗଡ଼ପୋଷ ଠାରେ ଭୋର ୦୬ଘ.୧୬ମି.ରେ ପହଞ୍ଚିବ ଏବଂ ଭୋର ୦୬ଘ.୧୭ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ। ସେହିଭଳି, ୦୮୪୫୧ ହାତିଆ-ପୁରୀ ସ୍ପେଶାଲ୍ ଗଡ଼ପୋଷ ଠାରେ ରାତ୍ରି ୮ଘ.୧୦ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୧୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। ୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ଅକ୍ଟୋବର ୧ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ବଇଣ୍ଡା ଏବଂ ରେଢ଼ାଖୋଲରେ ଷ୍ଟପେଜ୍ ପ୍ରଦାନ କରିବ। ୦୮୪୫୨ ପୁରୀ-ହାତିଆ ତପସ୍ୱିନୀ ସ୍ପେଶାଲ ବଇଣ୍ଡା ଠାରେ ରାତ୍ରି ୦୧ଘ.୫୦ମି.ରେ…

