Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୬, କଟକରୁ ୮୯, ଯାଜପୁରରୁ ୪୪, ବାଲେଶ୍ବରରୁ ୩୫, ମୟୂରଭଞ୍ଜରୁ ୨୯, ଅନୁଗୁଳରୁ ୨୬, ଜଗତସିଂହପୁରରୁ ୨୬, ଭଦ୍ରକରୁ ୧୯, ନୟାଗଡରୁ ୧୭, କେନ୍ଦ୍ରାପଡାରୁ ୧୫, ପୁରୀରୁ ୧୪, ବରଗଡରୁ ୧୩, ସୁନ୍ଦରଗଡରୁ ୧୩, ସମ୍ବଲପୁରରୁ ୧୧, କେନ୍ଦୁଝରରୁ ୧୦, ଦେବଗଡରୁ ୭, ମାଲକାନଗିରିରୁ ୬, ନବରଙ୍ଗପୁରରୁ ୬, ନୂଆପଡାରୁ ୬, ବଲାଙ୍ଗୀରିରୁ ୪, ଗଞ୍ଜାମରୁ ୩, ରାୟଗଡାରୁ ୩, କଳାହାଣ୍ଡିରୁ ୨, କୋରାପୁଟରୁ ୨, ବୌଦ୍ଧରୁ ୧, ଢେଙ୍କାନାଳରୁ ୧ ଏବଂ ଷ୍ଟେଟ ପୁଲରୁ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୮ ହଜାର ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…

Read More

ଭୁବନେଶ୍ୱର, ଏସୀୟ ବିକାଶ ବ୍ୟାଙ୍କ୍‌ ଦ୍ୱାରା ଆୟୋଜିତ ନବମ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଦକ୍ଷତା ବିକାଶ ନା ମାନବ ରୂପାନ୍ତରଣ ( ସ୍କିଲ ଡେଭଲପ୍‌ମେଣ୍ଟ ଅର୍‌ ହ୍ୟୁମାନ ଟ୍ରାନ୍ସଫରମେସନ) ବିଷୟବସ୍ତୁ ଉପରେ ଶ୍ରୀ ବାଗ୍‌ଚୀ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଦ୍ଦେଶରେ କିଭଳି ଓଡିଶା ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇପାରିଛି ସେ ସଂପର୍କରେ ସମସ୍ତଙ୍କୁ ଶ୍ରୀ ବାଗ୍‌ଚୀ ଅବଗତ କରାଇଥିଲେ। ଶ୍ରୀ ବାଗ୍‌ଚୀ ଏହି ଅବସରରେ କହିଥିଲେ ଯେ ନେତା, ନୀତି ର୍ନିଦ୍ଧାରକ ଏବଂ ଦକ୍ଷତା ବିକାଶ ସଂସ୍ଥାନମାନଙ୍କ ନିକଟରେ ଦକ୍ଷତା କ୍ଷେତ୍ରରେ ରହିଥିବା ଅସମାନତା ଦୂର କରିବା ପାଇଁ ଉତ୍ତମ ସୁଯୋଗ ରହିଛି। ସେମାନେ ନୀତି ର୍ନିଦ୍ଧାରଣ, ପୁଞ୍ଜିନିବେଶ ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ଲିଙ୍ଗଗତ ତାରତମ୍ୟ,…

Read More

ଭୁବନେଶ୍ୱର, ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ  କ୍ରମ ଏହି ଗ୍ରାମଗୁଡ଼ିକରେ ବ୍ୟବସ୍ଥା କରାଯାଇଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ବିଦୁ୍ୟତ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ୍‌ କାର୍ଡ ବ୍ୟବସ୍ଥା ଆଦି କରାଯାଇଛି । ସରକାରୀ ଅଧିକାରୀମାନେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ସୁବିଧା ଯୋଗାଇ ଦେଉଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ଗୃହ କମିଟିକୁ ଅବଗତ କରାଇଥିଲେ । ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ ଯୋଗଦେଇଥିବାବେଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,…

Read More

ନୂଆଦିଲ୍ଲୀ, ବାସ୍ତୁ ଶାସ୍ତ୍ର ଜୀବନର ସନ୍ତୁଳନ ପ୍ରଦାନ କରେ । ଯେତେବେଳେ ଏହି ସନ୍ତୁଳନ ଅସମାନ ହୁଏ, ମଣିଷ ଏକାକୀ ଏବଂ ସମୁଦାୟ ଭାବରେ ଅନେକ ପ୍ରକାରର ଅସୁବିଧା ଏବଂ ସମସ୍ୟାର ଶିକାର ହୁଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ପାଞ୍ଚଟି ଉପାଦାନରୁ ସୃଷ୍ଟି ହୋଇଥିବା ଜୀବଙ୍କର ଦକ୍ଷତା ବିକାଶ କରିବାର ଶକ୍ତି ସ୍ୱୟଂଚାଳିତ ଭାବରେ ପାଞ୍ଚଟି ଉପାଦାନ – ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶର ଉପଯୁକ୍ତ ବ୍ୟବହାର ଦ୍ୱାରା ନିର୍ମିତ ଏକ ବାସଗୃହରେ ସୃଷ୍ଟି ହୁଏ। ମାନବ ଶରୀର 5 ଟି ଉପାଦାନରେ ଗଠିତ – ବାସ୍ତୁ ଏକ ପ୍ରାଚୀନ ବିଜ୍ଞାନ । ଆମ ସାଧୁମାନେ ଏହି ବିଜ୍ଞାନକୁ ଆମ ଚାରିପାଖରେ ଥିବା ବିଶ୍ବରେ ଥିବା ନକାରାତ୍ମକ ଶକ୍ତିରୁ ରକ୍ଷା କରିବାର ଲକ୍ଷ୍ୟରେ ବିକଶିତ କରିଥିଲେ । ବାସ୍ତୁ ବେଦରୁ ଉତ୍ପନ୍ନ ହୋଇଛି, ଯାହା ଅଥର୍ବବେଦର ଏକ ଅଂଶ । ଏହି ସୃଷ୍ଟି ସହିତ ମାନବ ଶରୀର…

Read More

ଭୁବନେଶ୍ବର, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଚାରୁକଳା ଓ ଭାସ୍କର୍ଯ୍ୟଶିଳ୍ପୀ ,ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ବିପ୍ରଚରଣ ମହାନ୍ତିଙ୍କ ଦ୍ଵାଦଶ ବାର୍ଷିକ ଶ୍ରାଦ୍ଧୋତ୍ସଵ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ପାଳିତ ହୋଇଯାଇଛି। ଓଡିଶାରେ ବ୍ରୋଞ୍ଜ ମୃତ୍ୟିର ଜନକ ଥିଲେ ବିପ୍ରଚରଣ। ବର୍ତ୍ତମାନ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ଯେଉଁ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ହୋଇଛି ତାହା ହେଉଛି ଶିଳ୍ପୀ ବିପ୍ରଚରଣଙ୍କ ହାତର କମାଲ।

Read More

ଭୁଵନେଶ୍ବର , ଆୟଗିରି ନନ୍ଦିନୀ , ପୃଥିବୀ ମଂଥନ ପରି ଗୀତ ପ୍ରସ୍ତୁତ କରିଥିବା ସୁପରହିଟ ଯୋଡି ଗାୟିକା ସୁସ୍ମିତା ଦାସ ଏବଂ ନିର୍ଦେଶକ ଦେବ ମେହର ଏହି ସ୍ୱାଧୀନତା ଦିବସ ପରିପେକ୍ଷୀରେ ସ୍ରୋତାଙ୍କୁ ଆଉ ଏକ ସୁନ୍ଦର ଗୀତ ଭେଟି ଦେଇଛନ୍ତି। ଯାହାର ନାମ ରହିଛି ‘ନୂଆ ଠିକଣା’।ଏହି ଗୀତ ଟି ରେ ଏକ ଝିଅ ଏବଂ ତାର ବାଇକରେ ଯାତ୍ରା କୁ ଦର୍ଶାଯାଇଛି। ଗୀତଟିର ଭିଡ଼ିଓ ରେ ମଧ୍ୟ ସିନେମା ରେ ଦେଖାଯାଉଥିରେ ପାହାଡ , ପର୍ବତ , ଝରଣା , ନଈ ଆଦି କୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି। ମୁଜ଼ୀକ ଭିଡ଼ିଓ ର ଏକ ନୂଆ ରୂପରେ ଦର୍ଶାଯାଇଛି , ଯେଉଁଠି ଏକ ମହିଳା ତାର ପାରିବାରିକ ଦୁଃଖକଷ୍ଟ କୁ ଭୁଲାଇବାକୁ ଯାଇ ଅଧା ରାତିରେ ବାଇକ ଟିଏ ଧରି ବାହାରିପଡିଛି ଏବଂ ତାର ଏହି ଯାତ୍ରା ରେ ନାନାଦି ସମସ୍ୟା ରୁ କିପରି ସମ୍ମୁଖୀନ…

Read More

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ପୂଜା ଅବସରରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେ ବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁ ବନ୍ଧନ” । ଅନିଶ୍ ଏଣ୍ଟରନେମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ତପନ କୁମାର ଦାଶ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲ୍ଲୀପ ବଳବନ୍ତରାୟ । ଫିଲ୍ମର ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ । କେବଳ ଓଡିଆ ନୁହେଁ ବରଂ ବଙ୍ଗଳା ଭାଷାରେ ମଧ୍ୟ। ଏହି ଫିଲ୍ମ ର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ରାଜେନ୍ଦ୍ର ମହାନ୍ତ। ସ୍ୱାର୍ଥ ଓ ଭ୍ରମ ଭଳି…

Read More

ନୂଆଦିଲ୍ଲୀ, ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ବର୍ତ୍ତମାନ ସଂକ୍ରିୟ ମାମଲା ୩ ଲକ୍ଷ ୨୨ ହଜାର ୩୨୭ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୯% ଅଟେ। ସମଗ୍ର ଦେଶରେ ସମୁଦାୟ ୩ କୋଟି ୧୭ ଲକ୍ଷ ୫୪ ହଜାର ୨୮୧ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ୧୬୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୬୭% କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୧୨ ହଜାର ୩୬୬ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨ ହଜାର ୭୭୬ ଜଣ।  ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୪୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୭୫୮…

Read More

ଭୁବନେଶ୍ୱର,  ରାଜ୍ୟରେ ଆଜି ୬୯ କରୋନା ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭ ହଜାର ୫୬୨ କୁ ବୃଦ୍ଧି ପାଇଛି। ଜିଲ୍ଲା ସ୍ତରୀୟ ମୃତ୍ୟୁ ସଂଖ୍ୟା ହେଲା ଅନୁଗୁଳ ୨ ଜଣ, ବାଲେଶ୍ୱର ୩ ଜଣ, ଭଦ୍ରକ ୧ ଜଣ, କଟକ ୨୫ ଜଣ, ଢେଙ୍କାନାଳ ୯ ଜଣ, ଗଞ୍ଜାମ ୨ ଜଣ, ଜଗତସିଂହପୁର ୨୧ ଜଣ, କେନ୍ଦୁଝର ୧ ଜଣ, ଖୋର୍ଦ୍ଧା ୩ ଜଣ, ପୁରୀ ୨ ଜଣ,

Read More

ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୧୫ ଜଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ୬୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଜା ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧- ଅନୁଗୁଳ ଜିଲ୍ଲାରୁ –  ୨୭ ୨- ବାଲେଶ୍ୱର ଜିଲ୍ଲାରୁ –  ୫୬ ୩- ବରଗଡ଼ ଜିଲ୍ଲାରୁ –  ୯ ୪- ଭଦ୍ରକ ଜିଲ୍ଲାରୁ –  ୯ ୫- ବୌଦ୍ଦ ଜିଲ୍ଲାରୁ –  ୧ ୬- କଟକ ଜିଲ୍ଲାରୁ –  ୧୧୯ ୭- ଦେବଗଡ଼ ଜିଲ୍ଲାରୁ –  ୯ ୮- ଢେଙ୍କାନାଳ ଜିଲ୍ଲାରୁ –  ୧୬ ୯- ଗଜପତି ଜିଲ୍ଲାରୁ –  ୩ ୧୦- ଗଞ୍ଜାମ ଜିଲ୍ଲାରୁ –  ୨ ୧୧- ଜଗତସିଂହପୁର ଜିଲ୍ଲାରୁ –…

Read More

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଆର୍କିଟେକ୍ଚର, ଫାର୍ମାସୀର ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ବିପିୟୁଟି ୱେବସାଇଟ www.bputexam.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି।

Read More

ନୂଆଦିଲ୍ଲୀ: ବନ୍ଧୁତା ଜୀବନର ସବୁଠାରୁ ବିଶେଷ ସମ୍ପର୍କ ମଧ୍ୟରୁ ଗୋଟିଏ। ବୋଧହୁଏ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଏଥିରେ ସହମତ ହେବେ। ଏହି ସମ୍ପର୍କ ଅନ୍ୟ ସମ୍ପର୍କଠାରୁ ମଧ୍ୟ ବହୁତ ଭିନ୍ନ। ପିତାମାତା, ଭାଇ ଓ ଭଉଣୀମାନେ, ଆପଣ ଜନ୍ମ ହେବା ପରେ ଏହି ସମସ୍ତ ସମ୍ପର୍କ ପାଆନ୍ତି। କିନ୍ତୁ ବନ୍ଧୁ ସଂମ୍ପର୍କ ଆପଣଙ୍କ ନିଜ ପସନ୍ଦରେ ସ୍ଥାପନ କରିପାରିବେ। ଆପଣ କାହା ସହିତ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛନ୍ତି ଏବଂ କାହା ସହିତ ବନ୍ଧୁ ହେବା ପାଇଁ ଇଚ୍ଛା କରନ୍ତି ନାହିଁ, ତାହା ଆପଣ ସ୍ଥିର କରିପାରିବେ। କିନ୍ତୁ ବନ୍ଧୁତ୍ୱର ଏହି ଦୃଢ ସମ୍ପର୍କରେ ମଧ୍ୟ କିଛି ଜିନିଷର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବେଳେବେଳେ ଛୋଟ ଛୋଟ ଭୁଲ୍ ମଧ୍ୟ ଏହି ଅଦ୍ଭୁତ ସଂପର୍କରେ ଏକ ବିଭେଦ ଆଣିଥାଏ। ତେବେ ଆସନ୍ତୁ ଜାଣିବା ସେହି ଭୁଲଗୁଡ଼ିକ ବିଷୟରେ ଯାହା ସାଙ୍ଗମାନଙ୍କ ମଧ୍ୟରେ କେବେବି କରାଯିବା ଉଚିତ ନୁହେଁ। ୧- ଟଙ୍କା…

Read More

ନୂଆଦିଲ୍ଲୀ: ଲୋକଙ୍କ ମଧ୍ୟରେ ବ୍ରଣ ସମସ୍ୟା ଅତି ସାଧାରଣ ଅଟେ। ବ୍ରଣ ଆମ ଚେହେରାର ସୌନ୍ଦର୍ଯ୍ଯକୁ ନଷ୍ଟ କରିଥାଏ। ସାଧାରଣତଃ ତେଲିଆ ଚର୍ମ ଥିବା ଲୋକଙ୍କ ପାଇଁ ଏହା ଅଧିକ। ଏହାଦ୍ବାରା ଚର୍ମରେ ପୋଡାଜଳା ଏବଂ ଯନ୍ତ୍ରଣା ମଧ୍ୟ ହୁଏ। ଅଧିକାଂଶ ଲୋକ ବ୍ରଣ କମ କରିବା ପାଇଁ ଚର୍ମ ଯତ୍ନ ଉତ୍ପାଦ ବ୍ୟବହାର କରନ୍ତି, କିନ୍ତୁ ସେଥିରେ ଥିବା ରାସାୟନିକ ପଦାର୍ଥ ବେଳେବେଳେ ଲାଭ ବଦଳରେ ସେମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ କ୍ଷତି ପହଞ୍ଚାଇଥାଏ। ଏପରି ପରିସ୍ଥିତିରେ, ଆପଣ କେବଳ ଘରୋଇ ଉପଚାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ରୋଷେଇ ଘରେ ଏକ ସୁସ୍ଥ ଡାଏଟ୍ କରି ଆପଣ ବ୍ରଣକୁ ବିଦାୟ ଦେଇପାରିବେ। ୧- କଖାରୁ ମଞ୍ଜି: କଖାରୁ ମଞ୍ଜିରେ ଭିଟାମିନ୍ ଇ ଏବଂ ଜିଙ୍କ ଥାଏ ଯାହା ଚର୍ମକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ରଣ ଏବଂ ଆମର ମୃତ ଚର୍ମକୁ ଦୂର କରିବାରେ ମଧ୍ୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୧, କଟକରୁ ୧୩୦, ଯାଜପୁରରୁ ୭୨, ବାଲେଶ୍ବରରୁ ୬୫, ଜଗତସିଂହପୁରରୁ ୩୯, ଅନୁଗୁଳରୁ ୨୨, ଢେଙ୍କାନାଳରୁ ୨୨, ପୁରୀରୁ ୧୯, ନୟାଗଡରୁ ୧୮, ସୁନ୍ଦରଗଡରୁ ୧୭, କେନ୍ଦୁଝରରୁ ୧୪, ବରଗଡରୁ ୧୧, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୯, ବଲାଙ୍ଗୀରିରୁ ୮, ଗଞ୍ଜାମରୁ ୮, କଳାହାଣ୍ଡିରୁ ୮, ଦେବଗଡରୁ ୬, ସମ୍ବଲପୁରରୁ ୬, ଝାରସୁଗୁଡାରୁ ୫, ମାଲକାନଗିରିରୁ ୫, କୋରାପୁଟରୁ ୪, ନବରଙ୍ଗପୁରରୁ ୪, ସୋନପୁରରୁ ୨, ବୌଦ୍ଧରୁ ୧, ନୂଆପଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୭ ହଜାର ୩୬୯ ଜଣ ସୁସ୍ଥ ହୋଇ…

Read More

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଛି। ତେବେ ରାଣେଙ୍କୁ ଗିରଫ ପରେ ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ କହିଛି ଯେ, କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫଦାରୀ ଗଣତାନ୍ତ୍ରିକ ନୁହେଁ। ସେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯାହା କହିଛନ୍ତି ତାହା ସହ ସହମତ ନୁହଁନ୍ତି, କିନ୍ତୁ ତାଙ୍କ ବିରୋଧରେ ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେପି ସଭାପତି ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଜୀଙ୍କୁ ଗିରଫ କରିବା ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ। ଏହିପରି କାର୍ଯ୍ୟ ଦ୍ୱାରା ଆମେ ଭୟଭୀତ ହେବୁ ନାହିଁ। ଜନ-ଆଶୀର୍ବାଦ ଯାତ୍ରାରେ ବିଜେପିକୁ ମିଳୁଥିବା ସମର୍ଥନକୁ ନେଇ ଏହି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେ ଗଣତାନ୍ତ୍ରିକ ଉପାୟରେ ଯୁଦ୍ଧ ଜାରି ରଖିବୁ, ଜଣ-ଆଶୀର୍ବାଦ…

Read More

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟକୁ ଛାଡି ଉତ୍ତରପ୍ରଦେଶ ଶୀର୍ଷରେ ପହଞ୍ଚିଛି। ଦେଶରେ ଦୁଗ୍ଧ ଉତ୍ପାଦନରେ ଉତ୍ତରପ୍ରଦେଶ ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ କ୍ଷୀର ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାରୀ ମୁଖପାତ୍ରଙ୍କ କହିବାନୁସାରେ, ୨୦୧୬-୧୭ ରେ ୟୁପିରେ ଦୁଗ୍ଧ ଉତ୍ପାଦନ ୨୭୭.୬୯୭ ଲକ୍ଷ ମେଟ୍ରିକ୍ ଟନ୍ ଥିଲା, ଯାହା ୨୦୧୯-୨୦ ରେ ୩୧୮.୬୩୦ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଗତ ଚାରିବର୍ଷ ମଧ୍ୟରେ ରାଜ୍ୟରେ ୧,୨୪୨.୩୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷୀର ଉତ୍ପାଦନ ହୋଇଛି। ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ହେତୁ ୟୁପିରେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଚାରି ବର୍ଷ ମଧ୍ୟରେ ଅମୁଲ ସମେତ ୬ ଟି ବଡ କମ୍ପାନୀ ଦୁଗ୍ଧ ପ୍ରକଳ୍ପରେ ୧୭୨ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏଥି ସହିତ, ଅନ୍ୟ ସାତୋଟି କମ୍ପାନୀ ମଧ୍ୟ ଏଠାରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି। ଏଥିସହ, ୧୫ ନିବେଶକ ସେମାନଙ୍କ ୟୁନିଟ୍ ସ୍ଥାପନ…

Read More

ପୁରୀ: ବର୍ତ୍ତମାନ ଦୃତଗତିରେ ଜଳବାୟୁ ପ୍ରଦୂଷିତ ହେବାରେ ଲାଗିଛି। ଯାହା ଫଳରେ ସମଗ୍ର ବିଶ୍ଵ ଏବେ ବିପଦ ଆଡକୁ ଗତି କରୁଛି। ଆଧୁନିକ ଯୁଗରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଳକାରଖାନା, ଯାନବାହାନ ବୃଦ୍ଧି ଯୋଗୁଁ ଜଳାବାୟୁ ପ୍ରଦ୍ୟୁଷଣ ହେବାରେ ଲାଗିଛି। ସେଥିପାଇଁ ପରିବେଶବିତମାନେ ବାରମ୍ବାର ସତର୍କ କରୁଛନ୍ତି। ଅନେକ ରାଷ୍ଟ୍ର ପରିବେଶକୁ ରକ୍ଷା କରିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ ପରିବେଶକୁ ରକ୍ଷା କରିବା ପାଇଁ ପୁରୀ ଜିଲ୍ଲା ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ଅଣ୍ଟା ଭିଡିଛି। ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ବୃକ୍ଷରୋପଣ କରାଯାଇ ପରିବେଶକୁ ରକ୍ଷା କରିବା ପାଇଁ ପ୍ରୟାସ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ଉକ୍ତ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ସଂଗଠନ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାହୁପଡା (କଣାସ, ପୁରୀ), ନୂଆ ଜଗନ୍ନାଥ ସଡକର ସିଦ୍ଧେଶ୍ଵର ମନ୍ଦିର ନିକଟରୁ ମଇନ୍ଦିପୁର ଛକ ପର୍ଯ୍ୟନ୍ତ ପ୍ରାୟ ୨.୫ କି. ମି.,  କବରେଶ୍ୱର…

Read More

ଭୁବନେଶ୍ବର: ଆଜି ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ଅଫଲାଇନ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କର ପରୀକ୍ଷା ଫଳ ଆଜି ଅପରାହ୍ନ ସାଢେ ୩ ଟାରେ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ, କରୋନା ଯୋଗୁଁ ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା। ହେଲେ ପୂର୍ବ ପରୀକ୍ଷାକୁ ଦେଖି ଗଣଶିକ୍ଷା ବିଭାଗ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫଳ ମୂଲ୍ୟାୟନ କରିଥିଲା। ହେଲେ ପରୀକ୍ଷା ଫଳରେ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରି ଅଫଲାଇନ ପରୀକ୍ଷା ଦେଇଥିଲେ।

Read More

କାବୁଲ: ଆଫଗାନିସ୍ତାନରେ ଏକ ୟୁକ୍ରେନର ବିମାନକୁ ଅପହରଣ କରାଯାଇଛି। ବିମାନଟି ଅପହରଣ ହୋଇଥିବା ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି। ଦାବି ହେଉଛି ଯେ, ୟୁକ୍ରେନ ବିମାନ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବାକୁ ଆସିଥିଲା। ବିମାନଟି ଅପହରଣ ପରେ ଇରାନକୁ ନିଆଯାଇଛି ବୋଲି ଦାବି କରାଯାଇଛି। ବିମାନରେ ମୋଟ ୮୩ ଜଣ ଯାତ୍ରୀ ଥିବା ସୂଚନା ରହିଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ଅଗଷ୍ଟ ୨୫ ତାରିଖ) ରେ ୧ ହଜାର ୭୧୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୫ ଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ: ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ) ୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୭୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ ୨- କୃତିବାସ ଭବନ: ପ୍ରଥମ ଡୋଜ- ୮୦ (କେବଳ ୧୮-୪୪ ବର୍ଷୀୟ ନାଗରିକ), ଗର୍ଭବତୀ ମହିଳା – ୨୦ ଟି ପ୍ରଥମ ଡୋଜ ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ…

Read More

ଭୁବନେଶ୍ବର: ଆଜି ଓବିସି ପ୍ରସଙ୍ଗରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରାଯାଇଛି। ଏହା ଦ୍ଵାରା ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡିବ। ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜାଣିଲେ ସେମାନଙ୍କ ବିକାଶ କରାଯାଇପାରିବ। ଏହା ସହିତ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ପାଇଁ ବିଜେଡ଼ି ଦାବି କରିଛି। ବିଭିନ୍ନ ବର୍ଗର ଜନସଂଖ୍ୟା ଅନୁପାତରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଭିନ୍ନ ଅଟେ। ଓଡିଶାରେ ୫୪ ପ୍ରତିଶତ ଲୋକ ଓବିସି ଥିବା ବେଳେ ୪୦ ପ୍ରତିଶତ ଲୋକ ଏସସି/ଏସଟି ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ଅନେକ ରାଜ୍ୟ ମଧ୍ୟ ସମର୍ଥନ କରୁଛି। ସେହିଭଳି ଏନଡିଏର ଅଂଶୀଦାର ଦଳ ମଧ୍ୟ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଅଛନ୍ତି। ଦାବି ପୂରଣ ନହେବା ଯାଏଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରହିବ। ସେଥିପାଇଁ ବିଜେପି ନେତା ମାନେ ଏହା…

Read More