Author: Samikhsya Bureau

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାରକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ବିଜେପି ବିରୋଧରେ ଶିବସେନା କର୍ମୀମାନେ ବିଭିନ୍ନ ସ୍ଥାନରେ ବିରୋଧ କରୁଛନ୍ତି। ଶିବ ସୈନିକମାନେ ମୁମ୍ବାଇର ଜୁହୁରେ ନାରାୟଣ ରାଣେଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନ ସମୟରେ ପୋଲିସ ଯୁବ ଶିବ ସୈନିକମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା, କିନ୍ତୁ ଏହା ସତ୍ତ୍ୱେ ବିକ୍ଷୋଭକାରୀମାନେ ନାରାୟଣଙ୍କ ଘର ନିକଟରେ ପହଞ୍ଚି ଯାଇଥିଲେ। ଏହି ସମୟରେ ରାଣେଙ୍କ ସମର୍ଥକ ଏବଂ ଯୁବ ଶିବ ସୈନିକଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଉଭୟ ପାର୍ଶ୍ୱରୁ ପଥର ଫିଙ୍ଗା ଯାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡୁଥିଲା। କିନ୍ତୁ ଏହା ସତ୍ତ୍ୱେ ଉଭୟ ପକ୍ଷର କର୍ମକର୍ତ୍ତାମାନେ ହଙ୍ଗମା କରିବାରକୁ ଲାଗିଥିଲେ। ନାରାୟଣ ରାଣେଙ୍କ ଘରେ ଶିବ ସୈନିକ ପ୍ରବେଶ କରିବାକୁ…

Read More

ରାୟପୁର: ଛତିଶଗଡର ମାଓବାଦୀ ପ୍ରଭାବିତ ସୁକମା ଜଙ୍ଗଲରେ ନକ୍ସଲ ଏବଂ ଜବାନଙ୍କ ମଧ୍ୟରେ ଏକ ଭୀଷଣ ମୁକାବିଲା ଚାଲିଛି। ଖବର ଅନୁଯାୟୀ ସୁକମା ଜିଲ୍ଲାର କୋଣ୍ଟା ବ୍ଲକର ଗୋମପାଦ ଜଙ୍ଗଲରେ ଏହି ଏନକାଉଣ୍ଟର ଚାଲିଛି। ଏପର୍ଯ୍ୟନ୍ତ ଦୁଇଜଣ ନକ୍ସଲଙ୍କୁ ହତ୍ୟା କରାଯାଇଛି। ଖବର ଅନୁଯାୟୀ, ଏହି ଏନକାଉଣ୍ଟର ସକାଳ ୫ ଟାରୁ ଚାଲିଛି। ଏନକାଉଣ୍ଟର ମଧ୍ୟରେ ପୋଲିସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏଥିରେ ଜଣେ ନକ୍ସଲ କମାଣ୍ଡରଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। ଅଗଷ୍ଟ ୧୬ ତାରିଖରେ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ କମାଣ୍ଡର କୁଞ୍ଜମଙ୍କ ଆତ୍ମସମର୍ପଣ ମଧ୍ୟ ମାଓବାଦୀଙ୍କ ପାଇଁ ଏକ ବଡ଼ ଝଟକା।

Read More

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତର ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଓଡ଼ିଶରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି, ଯାହା ରାଜ୍ୟରେ କୌଣସି ଗୋଟିଏ ଅପରେଟରଙ୍କ କ୍ଷେତ୍ରରେ ସର୍ବାଧିକ ଏବଂ ଓଡ଼ିଶାରେ ମୋଟ ଗ୍ରାହକ ବଜାରରେ ରିଲାଏନ୍ସ ଜିଓର ଅଂଶ ୪୩%ରୁ ଅଧିକ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ତାହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରିନଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି। ଏହାଦ୍ୱାରା ଜନସାଧାରଣଙ୍କ ବିଶେଷକରି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୪୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୪ ଲକ୍ଷ ୭୪ ହଜାର ୭୭୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୧୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୦ ହଜାର ୧୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୧୯  ହଜାର ୫୫୧ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୯ ଟି ଲୋକାଲ କେସ୍‌ ରହିଛ। ୬୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨ ହଜାର ୩୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୬ ହଜାର ୩୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୪୪୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୪୨୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୬ ଟି ଜିଲ୍ଲାରୁ ୬୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…

Read More

ନୂଆଦିଲ୍ଲୀ, ଓଡିଶା ମନୋରଂଜନ ଜଗତରେ ଆସିଛୁ ଆଉ ଏକ ବଡ ବିପ୍ଲବ। ତାହା ହେଲା ଦେଶର ନାମଜାଦା ମନୋରଂଜନ ଧର୍ମି ଟିଭି କଂପାନୀ ‘ଷ୍ଟାର ଇଣ୍ଡିଆ’ ଓଡିଶାରେ ଖୋଲୁଛି ଦୁଇଟି ନୂଆ ଚ୍ୟାନେଲ। ତାହାର ନାମ ହେଲା ‘ଷ୍ଟାର କିରଣ’ ଏବଂ ‘ଷ୍ଟାର କିରଣ ଏଚଡି’। ଏହି ଦୁଇଟି ଚ୍ୟାନେଲକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଲାଇସେନସ ପ୍ରଦାନ କରାଯାଇଛି। ଷ୍ଟାର ଟିଭି ବର୍ତ୍ତମାନ ବିଶ୍ବର ନାମଜାଦା ଟେଲିଭିଜନ କଂପାନୀ ଡିଜିନ୍ ଦ୍ବାରା ପରିଚାଳିତ ହେଉଛି। ଏହି କଂପାନୀକୁ ଚାରୋଟି ଚ୍ୟାନେଲ ପାଇଁ ଲାଇସେନସ ମିଳିଛି। ଓଡିଶା ପାଇଁ ଏହି ଦୁଇଟି ସହିତ ଷ୍ଟାର ସ୍ପୋର୍ଟସ ୱାନ ତେଲୁଗୁ ଏବଂ ଷ୍ଟାର ଗୋଲ୍ଡ ଫାମିଲି ଲାଇସେନସ ହାସଲ କରିଛି। ଏହି ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ ମିଳିବା ପୂର୍ବରୁ କଂପାନୀ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଏ ନେଇ କଂପାନୀର କୋଲକାତା ଏବଂ ମୁମ୍ବାଇ ଅଧିକାରୀମାନେ ଦୁଇଥର…

Read More

ମେଷ : ଜୀବନସାଥୀଙ୍କ ଉପରେ ପାରସ୍ପରିକ ଦୟା ରହିବ ।  ଶୀଘ୍ର ଟଙ୍କା ନଷ୍ଟ ହୋଇପାରେ। ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। କାମ ଶିଘ୍ର ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ । ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ବୃଷ : ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ । ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ । ବ୍ୟବସାୟ ଭଲ ହେବ । ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ । ପ୍ରତିଦ୍ୱନ୍ଦ୍ୱିତା ହେବ । ଆୟ ବୃଦ୍ଧି ପାଇବ । ଆଘାତ ଏବଂ ରୋଗ ବାଧା ଦେଇପାରେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ମିଥୁନ : ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ଆପଣ…

Read More

ଭୁବନେଶ୍ବର, ଓଡିଶା ପରିଦର୍ଶନ ସମାପ୍ତ କରି ନୂଆଦିଲ୍ଲୀ ଯିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ଭୁବନେଶ୍ୱର ଠାରେ ସମୀକ୍ଷା କରି ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ସଂଯୋଗ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ପୂର୍ବରୁ ବଲାଙ୍ଗୀର ଏବଂ ଭବାନୀପାଟଣା ଗସ୍ତ ସମୟରେ ରେଳମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାଥମିକତା ଦିଆଯାଉଛି। ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପାଇଁ କାର୍ଯ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ କରାଯାଉଅଛି ଯାହାକି ଦ୍ରୁତଗତିରେ ନିର୍ମାଣ ହୋଇ ଶୀଘ୍ର ସମାପ୍ତ ହୋଇପାରିବ। ବିଛୁପାଲ୍ଲୀରୁ ସୋନପୁର ଏବଂ ମହିପୁରରୁ ନୂଆଗାଁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ସଂସଦର ଷ୍ଟାଣ୍ଡିଂ କମିଟି ଅଫ ଡିଫେନ୍ସ (ଏସସିଓଡ଼ି ) ଆଜି ଭାରତୀୟ ନୌସେନାର ପ୍ରତିଷ୍ଠିତ ପ୍ରାରମ୍ଭିକ ନାବିକ ତାଲିମ ଅନୁଷ୍ଠାନ ଆଇଏନଏସ ଚିଲିକା ପରିଦର୍ଶନ କରିଛନ୍ତି। ପ୍ରତିରକ୍ଷା ନିମନ୍ତେ ପ୍ରତିରକ୍ଷା ନୀତିର ତଦାରଖ ତଥା ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ ଉଦ୍ଦେଶ୍ୟରେ ଭାରତୀୟ ସଂସଦ ଦ୍ୱାରା ଗଠିତ ସଂସଦର ମନୋନୀତ ସଦସ୍ୟଙ୍କ ଏକ ବିଭାଗ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି ହେଉଛି ଉକ୍ତ ‘ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଫ ଡିଫେନ୍ସ’। ଏକ ମିଳିତ ବିଶ୍ୱସନୀୟ ତଥା ଯୁଦ୍ଧ ପ୍ରସ୍ତୁତ ନୌସେନାର ବୃହତ ଲକ୍ଷ୍ୟ ହାସଲ ଦିଗରେ ସ୍ଥାପିତ ଉନ୍ନତ ପ୍ରଶିକ୍ଷଣ ସୁବିଧା ଉପରେ ଏକ ପ୍ରେରଣା ସହିତ ଭାରତୀୟ ନୌସେନାର ସାଂପ୍ରତିକ ବିକାଶର ସମୀକ୍ଷା କରିବାକୁ ଏହି ଟିମ୍ ଲକ୍ଷ ନେଇ ଆସିଥିଲା। ଆଇଏନଏସ ଚିଲିକା ହେଉଛି ଭାରତୀୟ ନୌସେନାର ଏକମାତ୍ର ପ୍ରାରମ୍ଭିକ ଟ୍ରେନିଂ ପ୍ରତିଷ୍ଠାନ, ଯାହାକି ବାର୍ଷିକ ୬୬୦୦ରୁ ଅଧିକ ସାମୁଦ୍ରିକ ଯୋଦ୍ଧାଙ୍କୁ ନିଯୁକ୍ତି ଦେଇଥାଏ। ଏସସିଓଡ଼ି…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ଆଲୋଚି ବାଗ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (କାଶ୍ମୀର) ବିଜୟ କୁମାର କହିଛନ୍ତି ଯେ, ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ବରିଷ୍ଠ କମାଣ୍ଡର ଲଶ୍କର/ଟିଆରଏଫ୍ ଅବ୍ବାସ ଶେଖ ଏବଂ ତାଙ୍କ ସହଯୋଗୀ (ଡେପୁଟି) ଶାକିବ ମଞ୍ଜୁରଙ୍କୁ ହତ୍ୟା କରାଯାଇଛି। ଏହି ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ବିଷୟରେ ଆମେ ଅବଗତ ଥିଲୁ। ସାଦା ୟୁନିଫର୍ମରେ ଥିବା ପୋଲିସ କର୍ମଚାରୀମାନେ ତୁରନ୍ତ ଏହି ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। କୁମାର କହିଛନ୍ତି ଯେ, “ଅବ୍ବାସ ଶେଖଙ୍କ ନିର୍ଦ୍ଦେଶରେ ଶାକିବ ମଞ୍ଜୁର ଅନେକ ହତ୍ୟା କରିଥିଲା। ସେମାନେ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ”ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଧରିବା ପାଇଁ ପ୍ରବର୍ତ୍ତାଉଥିବାରୁ ଅଞ୍ଚଳର ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ। ଏହି ସମୟରେ ଶ୍ରୀନଗରରେ ଆତଙ୍କ ସହ ଜଡିତ ଆଉ ଏକ…

Read More

ଭୁବନେଶ୍ୱର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ୨୪ ତାରିଖ ଦିନ ରାତିରେ ଭୁବନେଶ୍ୱରରେ ପହଁଚିବେ । ସେ ପାଂଚ ଦିନିଆ ଓଡିଶା କାର୍ଯ୍ୟକ୍ରମ ସାରି ଅଗଷ୍ଟ ୨୯ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୨୬ ତାରିଖ ଦିନ ପୁରୀ ଯାଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଏହା ପରେ ସଂଘର ବିଭିନ୍ନ ବୈଠକରେ ଯୋଗଦେବେ । ଏହି ବୈଠକରେ ସାଧାରଣତଃ ସାଂଗଠନିକ ବିଷୟ ଉପରେ ଧ୍ୟାନ ଦିଆଯିବ । ଏଥି ସହିତ କରୋନା ସଂକ୍ରମଣରେ…

Read More

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦରକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବନ୍ଦ କରିବା, କୋଭିଡ଼ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା, ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷର ସୁରକ୍ଷା କରିବା, କୃଷି ଓ କୃଷକ ବିରୋଧୀ ତିନିଗୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତଙ୍କୁ ମାଗଣା କୋଭିଡ଼ ଭ୍ୟାକ୍ସିନ ପ୍ରଦାନ କରିବା, ରାଫେଲ ଓ ପେଗାସେସ ଘଟଣାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି ଦ୍ୱାରା ତଦନ୍ତ କରାଇବା, ସମସ୍ତ ବେକାର ଯୁବକଙ୍କୁ କର୍ମନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ଦାବିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ପ୍ରତିବାଦ, ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…

Read More

ଭୁବନେଶ୍ୱର, କରୋନାର ସଙ୍କଟମୟ ସମୟରେ ଦେବଦୂତ ଭଳି କାର୍ଯ୍ୟ କରିଥିବା ବରିଷ୍ଠ ଡ଼ାକ୍ତର କର୍ଣ୍ଣେଲ ବିରଞ୍ଚି ନାରାୟଣ ପାଣିଙ୍କୁ ଗତକାଲି ରକ୍ଷାବନ୍ଧନର ପବିତ୍ର ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ବ୍ୟାଚ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ସେ ଭାବବିହ୍ୱଳ ହୋଇ କହିଥିଲେ ଯେ, ଭଗବାନ ଆମକୁ ଯେଉଁ ବିଦ୍ୟାରେ ପ୍ରବୀଣ କରିଛନ୍ତି, ତାହାକୁ ଆମେ କେବଳ ପ୍ରୟୋଗ କରିଛୁ । ସମସ୍ତ ଡ଼ାକ୍ତରଙ୍କର ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ, ଶ୍ରୀମତୀ ବିଜ୍ଞାନ ପ୍ରଜ୍ଞା ତ୍ରିପାଠୀ, ଶ୍ରୀମତୀ ନନ୍ଦିନୀ ଜେନା, ବିଜୟ କୁମାର ଜେନା ଓ ଶ୍ରୀମତୀ ଅତସୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ୨୪, କୋକିଳା କଟେଜ, ସୁନ୍ଦରପଦାଠାରେ ଅନୁଷ୍ଠିତ ହୋଇଥିଲା । ଶେଷରେ…

Read More

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥଙ୍କ ନେତୃତ୍ୱରେ ଆଜି ଦିବା ୧୧ ଘଟିକା ସମୟରେ ଜୟଦେବ ବିହାର ଛକଠାରୁ ଶହ ଶହ ସଂଖ୍ୟାର ବିଜେପି କାର୍ଯ୍ୟକର୍ତ୍ତାମାନେ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୱାର୍ଡ଼ ନଂ-୨୭ ଅଞ୍ଚଳରେ ବିଜୁ ପଟ୍ଟନାୟକ କଲେଜ ଛକ ଠାରୁ ନେଇ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ଜାଗାରେ ଖାଲ ହୋଇଅଛି। ଯାହାଫଳରେ କି ପ୍ରତିଦିନ ସେହି ରାସ୍ତାରେ ଯାଉଥିବା ବାଟୋଇମାନେ ସେହି ଖାଲରେ ପଡ଼ି କ୍ଷତବିକ୍ଷତ ହେଉଛନ୍ତି। ତା ସହିତ ଏକାମ୍ର କାନନ ପାର୍କ ପାଖରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନେଜ ବିଭିନ୍ନ ଜାଗାରେ ଅଣଚଉଡ଼ା ହୋଇଯିବା ହେତୁ ଲେନ୍‌-୩ ଏବଂ ଲେନ୍‌-୪ ଅଞ୍ଚଳରେ ରହୁଥିବା ବାସିନ୍ଦାମାନଙ୍କ ଘର ଭିତରେ ପାଣି ପଶିଯାଉଛି। ଯାହାଫଳରେ କି ଲେନ୍‌-୩, ଲେନ୍‌-୪ରେ ରହୁଥିବା ବାସିନ୍ଦାମାନେ ବିଭିନ୍ନ ଅସୁବିଧାର…

Read More

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ସମ୍ପର୍କ ରଖିବା ପରେ ପ୍ରେମୀଯୁଗଳ ବିବାହ କରିବାକୁ ସ୍ଥିର କରନ୍ତି। ଯଦି ଆପଣ ମଧ୍ୟ ପ୍ରେମ ସଂପର୍କରେ ଅଛନ୍ତି ଏବଂ ଆପଣ ମଧ୍ୟ ନିଜ ସାଥୀଙ୍କୁ ବିବାହ କରିବା ପାଇଁ ଆଗ୍ରହ ରଖିଛନ୍ତି। କିଛି ଜିନିଷ ଅଛି ଯାହା ବିବାହ ପୂର୍ବରୁ ଆପଣଙ୍କୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ବିବାହ ପରେ ଆପଣଙ୍କୁ ଅସୁବିଧା ହୋଇପାରେ। କୌଣସି ଏକ ଭଲ କଥା ପାଇଁ ଯଦି ଜଣେ ସାଥି ବାଧା ଦେଇଥାଏ, ତେବେ ତାହା ଭଲ କଥା। କିନ୍ତୁ ବିନା କାରଣରେ କୌଣସି କଥାକୁ ବୁଝି ଯଦି ଜଣେ ସାଥୀ ଅନ୍ୟକୁ ବାରମ୍ବାର ବାଧା ଦିଏ କିମ୍ବା ଓଲଟା ପ୍ରତିକ୍ରିୟା କରେ, ତେବେ ତାହା ଆଦୌ ଭଲ ହୋଇନଥାଏ। ଏଭଳି ସମସ୍ୟା ବାରମ୍ବାର ହେଉଥିଲେ, ଏହା ଭବିଷ୍ୟତରେ ଅନେକ ଅସୁବିଧା ସୃଷ୍ଟି କରିପାରେ। ଯଦି ଜଣେ ସାଥି ଅନ୍ୟ ସାଥି ଉପରେ ସନ୍ଦେହ କରି ପ୍ରତ୍ୟେକ…

Read More

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି। ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି। ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା। ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୩, କଟକରୁ ୧୩୪, ବାଲେଶ୍ବରରୁ ୬୬, ଜଗତସିଂହପୁରରୁ ୪୧, ସମ୍ବଲପୁରରୁ ୩୯, ମୟୂରଭଞ୍ଜରୁ ୩୭, ଅନୁଗୁଳରୁ ୩୦, ଯାଜପୁରରୁ ୨୩, ସୁନ୍ଦରଗଡରୁ ୨୩, କେନ୍ଦ୍ରାପଡାରୁ ୨୨, ଭଦ୍ରକରୁ ୨୦, ନୟାଗଡରୁ ୨୦, ବରଗଡରୁ ୧୯, ରାୟଗଡାରୁ ୯, କଳାହାଣ୍ଡିରୁ ୭, ନୂଆପଡାରୁ ୬, ଦେବଗଡରୁ ୫, ଗଞ୍ଜାମରୁ ୫, କନ୍ଧମାଳରୁ ୫, କେନ୍ଦୁଝରରୁ ୫, ଝାରସୁଗୁଡାରୁ ୪, ବୌଦ୍ଧରୁ ୩, ମାଲକାନଗିରିରୁ ୩, ବଲାଙ୍ଗୀରିରୁ ୨, କୋରାପୁଟରୁ ୨, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୬ ହଜାର ୩୩୪ ଜଣ ସୁସ୍ଥ ହୋଇ…

Read More

ଭୁବନେଶ୍ୱର: କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍ କୋଭିଡ୍‌-୧୯” କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଆଇଆଇ ଇଣ୍ଡଷ୍ଟ୍ରିଆଲ୍ କାର୍ନିଭାଲ୍‌ର ଏହି ମେଗା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସଫ୍‌ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ଓଡ଼ିଶା କାର୍ଯ୍ୟାଳୟ ଏବଂ ନ୍ୟାସ୍‌ନାଲ୍ ଇନ୍‌ଫର୍ମାଟିକ୍ସ ସେଂଟର୍‌ (ଏନ୍‌ଆଇସି) ର ସହଯୋଗରେ ଆୟୋଜିତ ହୋଇଥିବା ବେଳେ ଏଥିରେ କୋଭିଡ୍ ମହାମାରୀ ସମୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଉତମ କାର୍ଯ୍ୟ ପ୍ରଣାଳୀକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟସେବାକୁ ନେଇ ସେବା କାଟେଗୋରୀରେ ସମ୍ମାନ ପାଇବା କ୍ଷେତ୍ରରେ ଓଡ଼ିଶାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ହେଉଛି ଏକମାତ୍ର ହସ୍ପିଟାଲ୍।

Read More

ନୂଆଦିଲ୍ଲୀ: ୪୦ ରୁ ୫୦ ବର୍ଷ ବୟସ ପରେ ଅଧିକାଂଶ ଲୋକ କ୍ୟାରିୟର ସ୍ଥିରତା ଆଣିଥାନ୍ତି। ଏହି ସମୟରେ ଅଧିକାଂଶ ଲୋକ ଟଙ୍କା ରୋଜଗାର ସହିତ ଭବିଷ୍ୟତ ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରଥାନ୍ତି। ଆପଣଙ୍କର ସଞ୍ଚିତା ଟଙ୍କାକୁ କେଉଁଠାରେ ଏବଂ କିପରି ବିନିଯୋଗ କରିବେ, ତାହା ଉପରେ ଆପଣଙ୍କ ଜୀବନ ନିର୍ଭର କରେ। ଜୀବନର ଏହି ସମୟରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଇପାରେ। ଏହି ସମୟରେ ଆପଣଙ୍କର ଛୋଟ ଭୁଲଟିଏ, ଆପଣଙ୍କ ଭବିଷ୍ୟତ ପ୍ରତି ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହା ବିଷୟରେ ଜାଣନ୍ତୁ- ସର୍ବଦା ଏକ ଜରୁରୀକାଳୀନ ପାଣ୍ଠି ରଖନ୍ତୁ: ୪୦ ବର୍ଷ ବୟସ ପରେ, ଜଣେ ବ୍ୟକ୍ତି ସର୍ବଦା ତାଙ୍କ ପାଇଁ କିଛି ଜରୁରୀକାଳୀନ ପାଣ୍ଠି ରଖିବା ଉଚିତ୍। ବେଳେବେଳେ ଜୀବନରେ କିଛି ଖର୍ଚ୍ଚ ଅଛି, ଯାହା ବିନା ଯୋଜନାରେ ଆସେ। ଅସୁସ୍ଥତା କିମ୍ବା ଚାକିରି ହରାଇବା…

Read More

ନୂଆଦିଲ୍ଲୀ: ପଞ୍ଜାବ ପରେ ଏବେ ଛତିଶଗଡ କଂଗ୍ରେସର ଲଢେଇ ଏବେ ଦିଲ୍ଲୀରେ ପହଞ୍ଚିଛି। ସୂଚନାନୁସାରେ ଆସନ୍ତାକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଦିଲ୍ଲୀ ଆସୁଛନ୍ତି। କୁହାଯାଉଛି ଯେ, ଛତିଶଗଡ କଂଗ୍ରେସର ଦାୟିତ୍ୱରେ ଥିବା ପିଏଲ ପୁନିଆଙ୍କ ସହ ଉଭୟ ନେତା ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କୁ ଭେଟି ପାରିବେ। ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ହୋଇ ନ ଥିବାରୁ ଟି.ଏସ୍ ସିଂଦେବ ଅସନ୍ତୋଷ ଥିବା ସୂଚନା ରହିଛି। ଗତ ମାସରେ କଂଗ୍ରେସ ବିଧାୟକ ବୃହସ୍ପତି ସିଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେବଙ୍କ ଉପରେ ହତ୍ୟା ଧମକ ଦେବା ଅଭିଯୋଗ କରିଥିଲେ। ସେବେଠାରୁ ସମଗ୍ର ରାଜ୍ୟର ରାଜନୈତିକ ମହୋଲ ଗରମ ଅଛି। ବିଧାୟକ ଅଭିଯୋଗ କରିଥିଲେ ଯେ, ଯେବେଠାରୁ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଶଂସା କରିବା ସହ ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଥାକୁ ଅସ୍ୱୀକାର କରିଥିଲେ, ସେବେ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେବଙ୍କ ଟାର୍ଗେଟରେ ସେ…

Read More

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଏହି ସର୍ବଦଳୀୟ ବୈଠକ ଅଗଷ୍ଟ ୨୬ ତାରିଖରେ ସକାଳ ୧୧ ଟାରେ ଅନୁଷ୍ଠିତ ହେବ। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ଟୁଇଟ୍ ଜରିଆରେ ଲେଖିଛନ୍ତି, “ଆଫଗାନିସ୍ତାନରେ ଘଟିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଦେଶିକ ମନ୍ତ୍ରଣାଳୟକୁ ରାଜନୈତିକ ଦଳର ନେତାମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିକ ଏନେଇ ଆହୁରି ଅଧିକ ସୂଚନା ଦେବେ।” ବାସ୍ତବରେ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଥିଲେ ଯେ, ଭାରତ ସରକାର ଆଫଗାନିସ୍ତାନରେ ବହୁତ ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାକୁ…

Read More