Author: Samikhsya Bureau

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି l କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସ ର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମ ର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଞ୍ଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥିଲେ…

Read More

କୋଲକାତା: ପଶ୍ଚିମବଙ୍ଗ ସରକାର ଚଳିତ ହୋଲି ପର୍ବକୁ ଏକତା ଏବଂ ସଦ୍ଭାବର ସହିତ ପାଳନ କରିବାକୁ ସମସ୍ତ ଧର୍ମର ଲୋକଙ୍କୁ ଆହ୍ୱାନ କରିଛନ୍ତି। ପ୍ରଥମ ଥର ପାଇଁ ଗତକାଲି କୋଲକାତାରେ ଦୋଳ ଏବଂ ହୋଲି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ହୋଲି ପାଳନ କରିବାକୁ ଅନୁରୋଧ କରିଥିଲେ। ଏଥିସହିତ ସେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷ ଆହୁରି ବଡ଼ ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ସମୟରେ ସେ ଦାଣ୍ଡିଆ ଏବଂ ଭାଙ୍ଗଡ଼ା ନୃତ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Read More

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା…

Read More

ଭୁବନେଶ୍ବର: ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି। ଏଠାରୁ ଶହ ଶହ ବନ୍ଧୁକ ତିଆରି ଜିନିଷ ଓ ମାଗାଜିନ୍ ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ଘଟଣାରୁ ଜଣାପଡିଛି ଯେ, ବୟାଳିଶି ମୌଜାର ଜଙ୍ଗଲ ଭିତରେ ଏକ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି ଚାଲିଥିଲା। ଏହି କାରଖାନା ଦୀର୍ଘ ଦିନ ହେବ ଚାଲି ଆସି ବ୍ୟବସାୟ କରୁଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଛି। ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି। ତେବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବର୍ତ୍ତମାନ ସୁଦ୍ଧା ଚଢାଉ କରୁଥିବାରୁ ସବିଶେଷ…

Read More

ଭୁବନେଶ୍ବର: ଶେଷରେ ବିଜେଡି ନେତା ତଥା ଚିଲିକା ନିର୍ବାଚନ ମଣ୍ଡଳିର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ଆଜି ଏ ନେଇ କ୍ରାଇମ ବ୍ରାଞ୍ଚ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂର କୋଟିକୋଟି ଟଙ୍କା ହେରେଫେର ମାମଲାରେ ଗିରଫ କରାଯାଇଛି। ସୂଚନା ଅନୁସାରେ ରାଜା ହାଇକୋର୍ଟ ଅନ୍ତିରୀଣ ସୁରକ୍ଷା ପ୍ରଦାନ କରିଥିଲେ। ତାହା ଗତକାଲି ଶେଷ ହୋଇଯାଇଛି। ଫଳରେ କ୍ରାଇମ ବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି। ରାଜା ଖଣିଜ ସଂପଦ ପରିବହନ ପାଇଁ ପ୍ରାୟ 15 ଶହ ଟ୍ରକ ପରିଚାଳନା କରୁଥିଲା। ତାଙ୍କ କାରବାରରେ ଦୁର୍ନିତି ରହିଥିବାର ପ୍ରମାଣ ମିଳିବା ପରେ ତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏଥିସହିତ ରାଜା ଚକ୍ରଙ୍କ ସହିତ କେଉଁ ବିଜେଡି ନେତା ସାମିଲ ରହିଥିଲେ ସେମାନଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଅନୁଧ୍ୟାନ କରୁଛି। ରାଜାଙ୍କୁ…

Read More

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ। ଏହା ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା ଅଭିଯାନ ଆରମ୍ଭ କରାଯିବ। ସୂଚନାଯୋଗ୍ୟ ଯେ, ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଜାନୁଆରୀ ୧୩ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ବୈଠକର…

Read More

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଆରଆଇଇ – ଏନସିଇଆରଟି କ୍ୟାମ୍ପସ୍ ଅଡିଟୋରିୟମଠାରେ ଅନୁଷ୍ଠିତ ଚତୁର୍ଥ କୁମାର କୃଷ୍ଣ ଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସମାବେଶୀ ବିକାଶ, ସାମାଜିକ ଦାୟିତ୍ୱବୋଧ ଏବଂ ନୈତିକ ଶାସନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦିବଂଗତ ବିଶିଷ୍ଟ ସାମାଜିକ କର୍ମୀ କୁମାର କୃଷ୍ଣ ଚନ୍ଦ୍ର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ସ୍ୱର୍ଗତ ରାୟଙ୍କର ସାମାଜିକ ନ୍ୟାୟ, ଶିକ୍ଷା ଏବଂ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଉଦ୍ୟମ ସଂପର୍କରେ ଆଲୋକପାତ କରିଥିଲେ। ଯେତେବେଳେ ସମାଜର ସବୁଠାରୁ ପଛୁଆ ବର୍ଗର ଲୋକଙ୍କର ଉତ୍‌ଥାନ ହୋଇଥାଏ ସେତେବେଳେ ପ୍ରକୃତ ପ୍ରଗତି ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି କହିଥିଲେ। ଏହି ସ୍ମାରକୀ ବକ୍ତୃତା କେବଳ ସ୍ୱର୍ଗତ ରାୟଙ୍କର କୃତୀ ଓ କିର୍ତ୍ତୀ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ତାଙ୍କ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ସ୍ମରଣ କରାଇଦିଏ । ଅଗଣିତ ଅବହେଳିତ ଲୋକଙ୍କର ଜୀବନର…

Read More

ଭୁବନେଶ୍ବର: ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦ ପକ୍ଷରୁ ଆୟୋଜିତ ୨ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୫ ରବୀନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମର ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ଶ୍ରୀ ଆହୁଜା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର ସମସ୍ତ କର୍ମକତ୍ତା ଓ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ। ସରକାରଙ୍କ ବିଭିନ୍ନ କାର୍ଯ୍ୟନିୟମ, ସାଧାରଣ ସେବା ନିୟମ ଏବଂ ସର୍ତ୍ତାବଳୀ ଆଦି ସଂପର୍କରେ ସରକାରୀ ବିଭାଗଗୁଡ଼ିକୁ ପରାମର୍ଶ ଦେବା ତଥା ପ୍ରଶାସନିକ ସଂସ୍କାରରେ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା…

Read More

ଭୁବନେଶ୍ୱର:୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍‌/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ସିଆଇଆଇ ଓଡିଶା ଷ୍ଟେଟ ଆନୁଆଲ ଡେ’ ୨୦୨୫ରେ ଏହି ଘୋଷଣା କରାଯାଇଛି । ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ବେଦାନ୍ତ ଲିମିଟେଡର ଝାରସୁଗୁଡା, ଲାଞ୍ଜିଗଡସ୍ଥିତ ପ୍ଲାଂଟ  ସମେତ ଖଣି ବ୍ୟବସାୟର ରଣନୈତିକ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ୨୯ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ସହିତ ସେ  ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଓ ପରିଚାଳନାଗତ ଦକ୍ଷତା ହାସଲ କରିବା ଦିଗରେ ବେଦାନ୍ତ ଆଲୁମିନିୟମର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କମ୍ପାନୀକୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଭାବେ ଦୃଢ ଭାବେ ସ୍ଥାପିତ କରିଛନ୍ତି । ସେ…

Read More

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ଵପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦିକା ରୋଜାଲୀନା ତିର୍କୀ ଯୋଗ ଦେଇଥିଲେ। ପ୍ରଭାରୀ ଶ୍ରୀ ଲଲ୍କୁ ଓଡ଼ିଶାରେ ଗତ କିଛିଦିନ ଭିତରେ କଂଗ୍ରେସ ଦଳ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କର ପ୍ରିୟ ଭାଜନ ହେବାରେ ସନ୍ତୋଷ ପ୍ରକାଶ କରିବା ସହିତ ବିଜେପି ଶାସନ ସମୟରେ ନାରୀ ଓ କୋମଳମତି ବାଳିକାଙ୍କ ଉପରେ ହେଉଥ‌ିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଦଳ ଆହୁରି ପ୍ରଭାବୀ ଢ଼ଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ବୈଠକ ସଂପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ, ଓଡ଼ିଶାରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ଓ ଶିଶୁମାନଙ୍କ…

Read More

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ଟାଉନ୍ ପ୍ଲାନିଂ ଆଣ୍ଡ  ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ (ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍) ନିୟମାବଳୀ, ୨୦୨୧ (ବିଜ୍ଞପ୍ତି ନଂ ୪୬୭, ତାରିଖ ୨୧.୦୨.୨୦୨୫) ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍ ) ନିୟମ, ୨୦୨୦ (ବିଜ୍ଞପ୍ତି ନଂ ୪୬୮, ତାରିଖ ୨୧.୦୨.୨୦୨୫)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସଂଶୋଧନ ରାଜ୍ୟର ସ୍ୱତନ୍ତ୍ର ଓ ବହୁ ମହଲା ବିଶିଷ୍ଟ ଶିଳ୍ପ କୋଠା, ବିଶେଷକରି ଏମ୍ଏସ୍ଏମ୍ଇ କ୍ଷେତ୍ର ଏବଂ ଆଇଟି/ଆଇଟିଇଏସ୍ ଉଦ୍ୟୋଗପାଇଁ ବିଶେଷ ଆଶ୍ୱସ୍ତି ଆଣିଛି । ଏହି ବିଜ୍ଞପ୍ତି ପ୍ରକାଶିତ ସଂଶୋଧନ ଦ୍ୱାରା ଓଡ଼ିଶାରେ ଅର୍ଥନୈତିକ ସ୍ୱାଧୀନତା ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି ପାଇବ। ଏହି ସଂଶୋଧନ ଦ୍ୱାରା  ଗ୍ରାଉଣ୍ଡ କଭରେଜର ଆବଶ୍ୟକତା ଦୂର ହେବ, ପାର୍କିଂ ଏବଂ ବିପର୍ଯ୍ୟୟ ହ୍ରାସ ହେବ ଏବଂ କାରଖାନା ଏବଂ ଆଇଟି/ଆଇଟି…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ। ସେ ଆସନ୍ତା 24 ତାରିଖରେ ଓଡିଶା ଆସୁଥିବାର ଜଣାପଡିଛି। ସେ ସେହିଦିନ ମଧ୍ୟାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ନୟାଗଡ କଣ୍ଟିଲୋ ଯିବେ। ସେଠାରେ ସେ ନୀଳମାଧବଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଜଗନ୍ନାଥ ସଂସ୍କୃତିର ମୂଳପିଠ ଭାପୁର ବ୍ଲକ ଅଧିନରେ ଥିବା କାଳିଆପଲ୍ଲୀ ଜଙ୍ଗଲକୁ ଯିବେ। ସେଠାରେ ଥିବା ଶବର ରାଜା ବିଶ୍ବାବସୁ ଏବଂ ଲଳିତାଙ୍କ ଜନ୍ମପିଠ ପରିଦର୍ଶନ କରିବେ। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ନୟାଗଡ ଜିଲ୍ଲାପାଳ ଏବଂ ଏସପି କଣ୍ଟିଲୋ ଓ କାଳିଆପଲ୍ଲୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।

Read More

ଭୁବନେଶ୍ବର: ବିବାହ କରିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ।  ତାଙ୍କର ବାହାଘର ଗୋଆରେ ହେବ ବୋଲି ସ୍ଥିର ହୋଇଛି। ସେଥିପାଇଁ ଉଭୟଙ୍କର ହଳଦୀ ଉତ୍ସବ ଶେଷ ହୋଇଛି। ଉଭୟ ବରକନ୍ୟା ହଳଦିଆ ବସ୍ତ୍ର ପରିଧାନ କରି ବେଶ ସୁନ୍ଦର ଦେଖାଯାଉଥିଲେ। ତେବେ ସମସ୍ତେ ଉତକଣ୍ଠା ହେଉଥିବା ଯେ, ପ୍ରଦୀପ ବିବାହ କରୁଥିବା କନ୍ୟା କିଏ ସେ। ସେ ହେଉଛନ୍ତି ଜଣେ ସାମ୍ବାଦିକା। ଯାହାଙ୍କର ନାମ ହେଉଛି ସୁଶ୍ରୀ। ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ। ସେ ନବରଂଗପୁରରୁ କଂଗ୍ରେସ ଦଳରୁ ସାଂସଦ ଥିଲେ। ହେଲେ 2024ରେ ସେ ବିଜେଡି ସାମିଲ ହୋଇ ସେହି ନବରଂଗପୁରରୁ ଲଢେଇ କରି ହାରିଯାଇଛନ୍ତି।

Read More

ଜୀବନ ଶୈଳୀ: ହୋଲି ହେଉଛି ରଙ୍ଗର ପର୍ବ। ସମସ୍ତେ ବିଭିନ୍ନ ରଂଗ ଧରି ଖେଳିଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ହୋଲି ଦିନ ମଧ୍ୟ ବିଭିନ୍ନ ଦୋଷ ଦୂର ପାଇଁ ଭିନ୍ନ ଉପାଚାର କରାଯାଇଥାଏ। ଏହା ଏପରି ଏକ ପର୍ବ ଯାହାକି ସବୁଠୁ ବଡ ସମସ୍ୟାକୁ ଦୂର କରିପାରିବ, ଖରାପ ସମୟକୁ ଭଲରେ ପରିଣତ କରିପାରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ସୌଭାଗ୍ୟ କରିପାରିବ। ଜାଣନ୍ତୁ ହୋଲି ଦିନ କଣ ଉପାଚାର କଲେ ଭାଗ୍ୟ ରଂଗୀନ ହେବ। ୧- ଯଦି ଆପଣ ମାନସିକ ଚାପର ଶିକାର ହେଉଛନ୍ତି ଏବଂ ଆପଣଙ୍କର ଅର୍ଥନୈତିକ ଏବଂ ପାରିବାରିକ ପରିସ୍ଥିତି ଭଲ ନୁହେଁ, ତେବେ ହୋଲି ରାତିରେ ଚନ୍ଦ୍ରକୁ କ୍ଷୀର ଦେଇ କିଛି ଧଳା ମିଠା ଦିଅନ୍ତୁ। ଏହା କରିବା ଦ୍ବାରା ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ। ୨- ପରିବାରରେ ଯଦି କୈଣସି…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ରାମଗୁଲାମ ଘୋଷଣା କରିଥିଲେ ଯେ ମରିସସ୍ ଜାତୀୟ ଦିବସ ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଆଣ୍ଡ୍ କି ଅଫ୍ ଦି ଇଣ୍ଡିଆନ୍ ଓସେନ୍ (ଜିସିଏସକେ)’ ପ୍ରଦାନ କରିବ। ଏହି…

Read More

ଭୁବନେଶ୍ବର: ହୋଲି ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ସଂଯୋଗ ଯୋଜନା କରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି | ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ନିୟମିତ ଟ୍ରେନ୍‌ଗୁଡ଼ିକରେ ଭିଡ଼ କମ କରିବାରେ ସାହାଯ୍ୟ କରିବ | ବିଶାଖାପାଟଣା-ପାଟନା ହୋଲି ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତଟ ରେଳପଥ ମଧ୍ୟରୁ ପୁଣି ଗୋଟିଏ ସ୍ୱତନ୍ତ୍ର ଟ୍ରେନ ରାୟଗଡା-ଟିଟିଲାଗଡ଼-ସମ୍ବଲପୁର-ରାଉରକେଲା ମାର୍ଗ ଦେଇ ବିଶାଖାପାଟଣା ଏବଂ ପାଟନା ମଧ୍ୟରେ ଚଳାଚଳ କରାଇବ : * ଟ୍ରେନ୍ ନମ୍ବର 08537/08538 ବିଶାଖାପାଟଣା-ପାଟନା-ବିଶାଖାପାଟଣା ହୋଲି ସ୍ପେଶାଲ୍ ଟ୍ରେନ * ବିଶାଖାପାଟଣାରୁ: ପ୍ରତି ରବିବାର (16 ମାର୍ଚ୍ଚ ରୁ 30 ମାର୍ଚ୍ଚ 2025) ଦିନ 1930 ଘଣ୍ଟାରେ ଛାଡିବ * ପାଟନାରୁ: ପ୍ରତି ସୋମବାର (17 ମାର୍ଚ୍ଚ ରୁ 31…

Read More

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଏବଂ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଭାରତରେ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ପରେ, ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ। ଏହା ସାହାଯ୍ୟରେ, ସେହି ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକୁ ମଧ୍ୟ ସହଜରେ ସଂଯୋଗ କରାଯାଇ ପାରିବ ଯେଉଁଠାରେ ସଂଯୋଗ ଯୋଗାଇବା କଷ୍ଟକର ରହିଛି। ଜିଓ ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର ହୋଇଥିବା ବେଳେ, ଷ୍ଟାରଲିଙ୍କ୍ ବିଶ୍ୱର ଅଗ୍ରଣୀ ଲୋ ଆର୍ଥ ଅର୍ବିଟ (ଲିଓ) ସାଟେଲାଇଟ୍ କନଷ୍ଟେଲେସନ ଅପରେଟର। ଏହି ଚୁକ୍ତିନାମା ଅନୁସାରେ ଜିଓ ଗ୍ରାହକମାନଙ୍କ ପାଇଁ ଷ୍ଟାରଲିଙ୍କ ସମାଧାନଗୁଡ଼ିକ ଜିଓ ଷ୍ଟୋର ସମୂହ ଏବଂ ଅନଲାଇନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ ସ୍ପେସଏକ୍ସ ସହିତ ଚୁକ୍ତିନାମାରେ ସମଗ୍ର ଭାରତରେ ସମସ୍ତ ଉଦ୍ୟୋଗ, କ୍ଷୁଦ୍ର…

Read More

ଭୁବନେଶ୍ବର: ଆଜି ବିଧାନସଭା ପରିସରରେ ଧାରଣା ଦେଇଥିବା ସାମ୍ବାଦିକମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ବାଦିକମାନେ ବସିଥିବା ସ୍ଥାନକୁ ଆସି ବୁଝାସୁଝା କରିବା ପରେ ଏହି ଧାରଣରୁ ସେମାନେ ହଟିଛନ୍ତି। ତେବେ ଆଜି ବିଧାନସଭା ପରିସରରେ ଥିବା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଫଳରେ ସେମାନେ ଆଜି ପ୍ରଶ୍ନକାଳ ବୟକଟ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ହେଲେ ପରେ ମନ୍ତ୍ରୀ ଆସିବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।

Read More

ଭୁବନେଶ୍ବର: ଏଥର ହୋଲି ପାଇଁ କଟକଣା ଜାରୀ କରିଛି ପୋଲିସ। ଏଥର ହୋଲିରେ ମଦପିଇ ମସ୍ତି କଲେ ସିଧା ବନ୍ଧା ହେବ ଆଉ ଭିତରକୁ ଯିବ। ଏହିପରି ଏକ କଡାବାଣୀ ଶୁଣାଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ଅତୀତରେ ହୋଲିବେଳେ ଏପରି ଅଘଟଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ହୋଲି ଦିନ ପୂର୍ବରୁ ଦୁର୍ଘଟଣା ହୋଇଥିବା ସ୍ଥାନଗୁଡିକ ଉପରେ ପୋଲିସ ତୀକ୍ଷ୍ମ ନଜର ରହିବ। ଏଥିସହିତ ସେଦିନ ପୋଲିସ ପୁରା ରାଜଧାନୀରେ ପଇଁତରା ମାରିବ। ଯେଉଁଠାରେ ମଦ ପିଇ କିଏ ମସ୍ତି କରୁଥିଲେ ତାକୁ ଗିରଫ କରାଯିବ। ଏଥର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ନିବେଦନ କରାଯାଇଛି।

Read More

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଅର୍ଥ ବିଭାଗ ତରଫରୁ ୨୦୨୪-୨୫  ଆର୍ଥିକ ବର୍ଷ ମାର୍ଚ୍ଚ ୬ ତାରିଖ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚ ସମୀକ୍ଷା କରାଯିବା ସହିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ, ଆଇଜିଓଟି  କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀ ତଥା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ ଗତ ୨୦୨୩-୨୪  ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ  ବିଭିନ୍ନ ବିଭାଗକୁ ବଜେଟ୍ ଅନୁମୋଦନ ଅନୁସାରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିଲା।ଏହାକୁ ଦୃଷ୍ଟିରେ ରଖି ବିଭାଗମାନଙ୍କ ଦ୍ୱାରା ବଜେଟ୍ ପ୍ରାବଧାନ ଅନୁସାରେ ଖର୍ଚ୍ଚ  ବୃଦ୍ଧି ନିମନ୍ତେ  ପ୍ରଚେଷ୍ଟା କରାଯାଇଥିଲା। ବୈଠକରୁ ଜଣାଯାଇଛି  ଯେ,  ବିଭିନ୍ନ ବିଭାଗ ଦ୍ୱାରା ଚଳିତ…

Read More

ଭୁବନେଶ୍ବର: ଆଜି ବିଧାନସଭା କାର୍ଯ୍ୟରେ ଯୋଗଦେଇ ନାହାଁନ୍ତି କଂଗ୍ରେସ ବିଧାୟକ। ଗତକାଲି ତାରା ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପର୍ଯ୍ୟନ୍ତ ଗୃହରୁ ନିଲମ୍ବନ କରିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହ ଭିତରକୁ ନ ଯାଇ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ସେମାନେ ହାତରେ ପ୍ଲାକାର୍ଡ ଧରି ଏହି ପ୍ରତିବାଦ କରୁଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ବିଜେପି ବିଧାୟକମାନେ ମୋତେ ମାରିଦେବାକୁ ଆସିଥିଲେ। ସେମାନେ ସଂସଦୀୟ ମନ୍ତ୍ରୀଙ୍କ ଡକରାରେ ମୋ ଉପରକୁ ମାଡିଆସିଥିଲେ। ଏହା କଣ ବିଜେପିର ଗଣତନ୍ତ୍ର କି ବୋଲି ପ୍ରଶ୍ନ କରିଥିଲେ ତାରା। ତେବେ ତାରାଙ୍କ ଉପରୁ ବାଚସ୍ପତି ନିଲମ୍ବନ ନ ହଟାଇବା ପର୍ଯ୍ୟନ୍ତ କଂଗ୍ରେସ ବିଧାୟକମାନେ ଧାରଣା ଦେବେ ବୋଲି ନିଷ୍ପତି କରିଛନ୍ତି।

Read More