Author: Samikhsya Bureau

ଭୁବନେଶ୍ବର: ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଏହି ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଏବଂ ରାଜ୍ୟର ବିକାଶରେ ଏହା ଗୋଟିଏ ନୂତନ ଫର୍ଦ୍ଦ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଳାର ପାଟପୁର ଅଂଚଳରେ ଆୟୋଜିତ ‘ବିକାଶ ପଥେ ମୟୂରଭଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦାନ କରି କହିଛନ୍ତି । ଏହି ପରିପ୍ରେକ୍ଷୀରେ କପ୍ତିପଦା ଉପଖଣ୍ଡରେ ସମୁଦାୟ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡିଶା ଗଠନ କରିବା ପାଇଁ ଅଗ୍ରଣୀ ଭୂମିକା…

Read More

ଭୁବନେଶ୍ବର: ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଉତ୍ତମ ମହାନ୍ତି, ଏହାକୁ ଯେ କେହି ସ୍ବୀକାର କରିବ ଏଥିରେ ସନ୍ଦେହ ନାହିଁ। ସେ ଏପରି ଜଣେ ଅଭିନେତା ଯାହାଙ୍କୁ ସାରା ଓଡିଶାର ଘରେ ଘରେ ଜାଣନ୍ତି। ସେହିପରି ଅଭିନେତା ଶେଷରେ ନିଜର ଅଭିନୟ ସାରି ଫେରିଯାଇଛନ୍ତି। ତେବେ ତାଙ୍କର ପରଲୋକ ପରେ ପ୍ରଶ୍ନ ଉଠିଛି ଯେ, ଉତ୍ତମ ମହାନ୍ତି କଣ ପଦ୍ମଶ୍ରୀ ପାଇବା ପରି ବ୍ୟକ୍ତି ନୁହଁନ୍ତି କି ? ଓଡିଶାରେ କେତେ ଯୋଗ୍ୟ ବ୍ୟକ୍ତି ପଦ୍ମଶ୍ରୀ ପାଇଛନ୍ତି ତାହା ଆଲୋଚନା କରିବା ଅନାବଶ୍ୟକ। କାରଣ ପଦ୍ମଶ୍ରୀ ପାଇଥିବା ଅନେକ ବ୍ୟକ୍ତିଙ୍କର ଯୋଗ୍ୟତା କିପରି ମପାଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେମାନେ କେତେ ଯୋଗ୍ୟ ବା ଅଯୋଗ୍ୟ ତାହା ବଡ କଥା ନୁହେଁ। ହେଲେ ଦୁଃଖର କଥା ଯେଉଁମାନେ ଯୋଗ୍ୟ ସେମାନଙ୍କୁ କେମିତି କେହି ଭୁଲିଯିବ ? ଉତ୍ତମ ମହାନ୍ତି ଏପରି ଏକ ଅଭିନେତା ଯେ କି ଓଡିଆ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଭୁବନେଶ୍ବର ଡିସିପି ପିନାସ ମିଶ୍ରଙ୍କୁ ମଧ୍ୟ ବଦଳି କରାଯାଇଛି। ଦେଖନ୍ତୁ ପୁରା ତାଲିକା ପଢନ୍ତୁ- ରାଜ୍ୟ ସରକାର ଆଇପିଏ ସ୍ତରରେ କଲେ ବଡ ଧରଣର ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ଥିଲେ କେଉଁଠାକୁ ଗଲେ- CLICK HERE 1. ଡ଼ଃ ଉମାଶଙ୍କର ଦାଶ, ବର୍ତ୍ତମାନ ଅତିରିକ୍ତ ସିପି, ଭୁବନେଶ୍ୱର-କଟକ, ସେ ଡିଆଇଜି, ହୋମ୍ ଗାର୍ଡସ୍ ଏବଂ ଅଗ୍ନି ଶମନ ସେବା ଭାବରେ ନିଯୁକ୍ତ ହୋଇଛନ୍ତି। 2. ଶ୍ରୀ ଅଖିଲେଶ୍ଵର ସିଂହ, ବର୍ତ୍ତମାନ ଡିଆଇଜି, ଅପରେସନ୍ସ ସେ ଡିଆଇଜି, ଦକ୍ଷିଣ ପଶ୍ଚିମ ରେଞ୍ଜ ଭାବରେ ନିଯୁକ୍ତ ହୋଇଛନ୍ତି। 3. ଶ୍ରୀ ଚରଣ ସିଂହ ମୀନା, ବର୍ତ୍ତମାନ ଡିଆଇଜି, CA, କଟକ, ସେ ଡିଆଇଜି, ପ୍ରୋଭିଜନିଂ ଭାବରେ ନିଯୁକ୍ତ ହୋଇଛନ୍ତି। 4. ଶ୍ରୀ ପିନାକ ମିଶ୍ର, ବର୍ତ୍ତମାନ ଡିସିପି, ଭୁବନେଶ୍ୱର, ସେ ଡିଆଇଜି, ଏସଟିଏଫ, ଭୁବନେଶ୍ୱର ଭାବରେ ନିଯୁକ୍ତ ହୋଇଛନ୍ତି।…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି 26 ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି। ସେମାନେ ହେଲେ 1- ଶ୍ରୀ ଏସ.ଏମ. ନରବାଣେ, ବର୍ତ୍ତମାନ ନିଦେଶକ, ଛାପାଖାନା, ଷ୍ଟେସନେରୀ ଏବଂ ପ୍ରକାଶନ, ଓଡିଶା, କଟକ। ତାଙ୍କୁ ସ୍ବତନ୍ତ୍ର ଡିଜି ଓଏଚଆରପିସି ଭାବେ ବଦଳି 2- ଶ୍ରୀ ଦୀପ୍ତେଶ କୁମାର ପଟ୍ଟନାୟକ, ବର୍ତ୍ତମାନ CMD, OSRTC ଅଛନ୍ତି। ତାଙ୍କୁ ପୋଲିସ ଛାପାଖାନା, ଷ୍ଟେସନେରୀ ଏବଂ ପ୍ରକାଶନ ଭାବରେ ନିଯୁକ୍ତ ହୋଇଛନ୍ତି। 3- ଶ୍ରୀ ଯତିନ୍ଦ୍ର କୋୟଲ, ବର୍ତ୍ତମାନ ADGP, ପ୍ରୋଭିଜନିଂ, ଓଡିଶା, ସେ ADG, HRPC ଭାବରେ ନିଯୁକ୍ତ ହୋଇଛନ୍ତି। 4-  ଶ୍ରୀ ଏସ. ପ୍ରଭୀଣ କୁମାର, ବର୍ତ୍ତମାନ IGP, ପର୍ସୋନେଲ, ସେ IGP, ସେଣ୍ଟ୍ରାଲ ରେଞ୍ଜ, କଟକ  ନିଯୁକ୍ତ ହୋଇଛନ୍ତି। 5- ଶ୍ରୀ ନରସିଂହ ଭୋଳ, ବର୍ତ୍ତମାନ ଅବକାରୀ କମିଶନର ଅଛନ୍ତି, ସେ ଅତିରିକ୍ତ ପୁଲିସ କମିଶନର, ଭୁବନେଶ୍ୱର-କଟକ ଭାବରେ ନିଯୁକ୍ତ ହୋଇଛନ୍ତି।…

Read More

ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କ ପାଇଁ ଉଦ୍‌ଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ରାଜଧାନୀର ଏକ କେନ୍ଦ୍ରସ୍ଥଳ ଭାବେ ସହିଦନଗର ରହିଥିଲେ ମଧ୍ୟ ଓ ୧୯୬୭ ମସିହାରୁ ଏଠାରେ ଏକ ହାଟ ଚାଲିଥିଲା । ଏହା ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୧୦ହଜାର ଲୋକ ନିର୍ଭର କରନ୍ତି । ତେବେ ସ୍ଥାୟୀ ହାଟ ପାଇଁ ନିର୍ଦ୍ଧିଷ୍ଟ ଜମି ନଥିବାରୁ ବ୍ୟବସାୟୀମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିଲେ । ବହୁ ସମୟରେ ସେମାନଙ୍କର ଦୋକାନକୁ ଜବରଦଖଲ ଦର୍ଶାଇ ଉଠାଇ ଦିଆଯାଉଥିଲା ଓ କେତେ ବେଳେ ଭାଙ୍ଗି ମଧ୍ୟ ଦିଆଯାଉଥିଲା। ତେବେ ଦୀର୍ଘଦିନରୁ ରହିଆସିଥିବା ଏହି ସମସ୍ୟାର ସମାଧାନ ନହେବା ପରେ ବ୍ୟବସାୟୀମାନଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ଏ ସଂପର୍କରେ ଅବଗତ କରିବା ପରେ ଶ୍ରୀମତୀ ଷଡଙ୍ଗୀ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ୨୦୨୫ ଜାନୁଆରୀ ୪ତାରିଖରେ…

Read More

ଭୁବନେଶ୍ବର: ଓଡିଆ ଚଳିଚତ୍ରର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବରମୁଣ୍ଡା ବାସଭବନରେ ଥିବା ତାଙ୍କ ପ୍ରାର୍ଥୀବ ଶରୀର ଉପରେ ଫୁଳମାଳ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଓଡିଆ ଚଳଚିତ୍ର ଜଗତର ଏହି ପ୍ରଖ୍ୟାତ ଅଭିନେତାଙ୍କ ଗତକାଲି ରାତିରେ ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି। ଆଜି ସକାଳେ ତାଙ୍କର ପ୍ରାର୍ଥୀବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କର ପ୍ରଶଂସକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହାପରେ ତାଙ୍କ ବାସଭବନରେ ମଧ୍ୟ ଲୋକଙ୍କ ପ୍ରବଳ ଗହଳି ଲାଗିରହିଥିଲା। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସଂଧ୍ୟାରେ ସତ୍ୟନଗର ମଶାଣୀରେ ତାଙ୍କର ଶେଷକୃତ୍ୟ କରାଯିବ।

Read More

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଓଡିଆ ଚଳଚିତ୍ର ପାଇଁ ଯେଉଁ ଅବଦାନ ଦେଇଛନ୍ତି ତାହା ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ। ସେଥିପାଇଁ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ନେତା ଅଭିନେତା ପ୍ରଯ୍ୟନ୍ତ ସମସ୍ତେ ଶୋକପ୍ରକାଶ କରିଛନ୍ତି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉତ୍ତମ ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,  “ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଉତ୍ତମ ମହାନ୍ତିଙ୍କ ବିୟୋଗ ସମ୍ବାଦ ଜାଣି ମୁଁ ମର୍ମାହତ। ଶ୍ରୀ ମହାନ୍ତି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରର ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଜଣେ ମିଷ୍ଟଭାଷୀ ଓ ଅମାୟିକ ଭଦ୍ରବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ…

Read More

ଭୁବନେଶ୍ବର: ଆଜି ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଶଂସକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ବିମାନ ବନ୍ଦରରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ ଜମିଥିଲା। ତାଙ୍କ ପୁତ୍ର ତଥା ଅଭିନେତା ବାବୁସାନ ବାପାଙ୍କ ପ୍ରାର୍ଥୀବ ଶରୀର ବିମାନ ବନ୍ଦରରୁ ଆଣିବା ପରେ ବହୁ ଲୋକ କାନ୍ଦୁଥିବାର ପରିଲକ୍ଷିତ ହୋଇଛି। ବିମାନ ବନ୍ଦର ନିକଟରେ କିଛି ସମୟ ରଖିବା ପରେ ତାଙ୍କର ପ୍ରାର୍ଥୀବ ଶରୀର ବରମୁଣ୍ଡାସ୍ଥିତ ଜଗନ୍ନାଥ ବିହାରକୁ ଅଣାଯାଇଥିଲା। ତା ପୂର୍ବରୁ ସେଠାରେ ମଧ୍ୟ ତାଙ୍କ ପ୍ରଶଂସକଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ଜଗନ୍ନାଥ ବିହାର ବାସଭବନରେ ଓଡିଆ ଚଳଚିତ୍ର ଜଗତର ବହୁ ଅଭିନେତା ତଥା ଅଭିନେତ୍ରୀ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଆଜି ସଂଧ୍ୟାରେ ସତ୍ୟନଗର ମଶାଣୀରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ।

Read More

ଭୁବନେଶ୍ବର: ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ପରଲୋକ ଗତ ଆତ୍ମାର ସଡଗତି କାମନା କରିବା ସହିତ…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ 68 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇ ନୂଆଦିଲ୍ଲୀର ମେଦାନ୍ତ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମରଶରୀର ଭୁବନେଶ୍ବର ଅଣାଯିବ। ସତ୍ୟନଗର ମଶାଣୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି। ନୂଆଦିଲ୍ଲୀରେ ତାଙ୍କର ପୁଅ ବାବୁସାନ ଅଛନ୍ତି। ସେଠାରେ ତାଙ୍କର ଧର୍ମପତ୍ନୀ ଅପରାଜିତା ଥିବା ବେଳେ ଆଜି ସେ ଭୁବନେଶ୍ବର ଫେରିଆସିଛନ୍ତି। ଉତ୍ତମ ମହାନ୍ତି ଗତ 6 ତାରିଖରେ ଅସୁସ୍ଥ ହୋଇପଡିଥିଲେ। ଫଳରେ ତାଙ୍କୁ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ପରିସ୍ଥିତି ଭଲ ନ ରହିବାରୁ ତାଙ୍କୁ ଏୟାର ଲିଫ୍ଟ କରି ନୂଆ ଦିଲ୍ଲୀ ନିଆଯାଇଥିଲା।

Read More

ଭୁବନେଶ୍ୱର: ଆଜି ରବୀନ୍ଦ୍ରମଣ୍ଡପରେ ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ପକ୍ଷରୁ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ୩ୟ ‘ଛନ୍ଦବିଭା’  ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରସିଦ୍ଧ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ୱାଇଁ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଡଃ ଅରୁଣା ମହାନ୍ତି, ସଂସ୍କୃତି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ,ଓଡିଶୀ ନୃତ୍ୟ ଗୁରୁ ସ୍ନେହ ପ୍ରଭା ସାମନ୍ତରାୟ. ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହାପରେ ଅତିଥି ମାନଙ୍କୁ ମାନପତ୍ର ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଗୁରୁ ଶର୍ମିଲା ବିଶ୍ୱାସ, ଗୁରୁ ରାମହରି ଦାସ ଓ ପ୍ରଫେସର ଜଗନ୍ନାଥ କୁଅଁରଙ୍କୁ ‘ଛନ୍ଦବିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ କଲିକତାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶର୍ମିଳା ବିଶ୍ୱାସ ଓ ରିତୁପର୍ଣ୍ଣା ଘୋଷଙ୍କ ଦ୍ଵାରା ଅଷ୍ଟପଦୀ ସଖୀ ହେ କେଶୀ ମଥନ ମୁଦା ରମ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଭୁବନେଶ୍ବରରେ ପହଞ୍ଚିଛନ୍ତି। ତାଙ୍କୁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ନେତା ଗୋଲକ ମହାପାତ୍ର, ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ସ୍ବାଗତ କରିଥିଲେ। ଆଜି ନଡ୍ଡା ପୁରୀରେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକମାନେ ଉପସ୍ଥିତ ରହିବେ। ଏହାପରେ ସେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ  ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା (2024-25) ସମୁଦାୟ ଖର୍ଚ୍ଚ ପରିମାଣ ଅନ୍ୟୁନ 85 ପ୍ରତିଶତ କରିବାକୁ ପରାମର୍ଶ ଦେଇଛନ୍ତି । 2023-24 ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ପରିମାଣ ମୋଟ ବଜେଟର 81 ପ୍ରତିଶତ ଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ନିର୍ବାଚନ, ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣ ଏବଂ ସଂପୂର୍ଣ୍ଣ ବଜେଟ ସେପ୍ଟେମ୍ୱର ମାସରେ ହୋଇଥିବାରୁ ଖର୍ଚ୍ଚ ହେବାରେ ସମସ୍ୟା ରହିଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗର ଖର୍ଚ୍ଚ ପରିମାଣ ସନ୍ତୋଷଜନକ ରହିଛି । ତେବେ ଆଉ ଯେଉଁ ଗୋଟିଏ ମାସ ସମୟ ରହିଲା, ତାକୁ ସଂପୂର୍ଣ୍ଣ ଉପଯୋଗ କରି ବଜେଟର ଅନ୍ୟୁନ 85 ପ୍ରତିଶତ ଖର୍ଚ୍ଚ କରିବାକୁ ସେ କହିଥିଲେ। ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଭାଗୀୟ…

Read More

ଭୁବନେଶ୍ବର: ଏଣିକି ଟିଭି ମିଡିଆରେ ମନଇଚ୍ଛା କୌଣସି ମତ ଦେଇପାରିବେ ନାହିଁ। ଯଦି କିଛି କହିବାର ଅଛି ତେବେ ପିସିସି ସଭାପତି କିମ୍ବା ମିଡିଆ କମିଟ ଅଧ୍ୟକ୍ଷଙ୍କ ସହ କଥା ହେବେ। ଏହିପରି ଏକ ବିଜ୍ଞପ୍ତି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଦସ୍ତଖତରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଯେ, ଦଳର ନେତାଙ୍କ ଗୋଟିଏ ପ୍ରସଂଗରେ ଭିନ୍ନ ଭିନ୍ନ ମତ ରହୁଛି। ଫଳରେ ପାର୍ଟି ଆଭିମୁଖ୍ୟ ଠିକ ରହିପାରୁ ନାହିଁ। ନିକଟରେ କିଟ ବିଶ୍ବବିଦ୍ୟାଳୟ ନେପାଳି ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସର କେତେକ ନେତା ଭିନ୍ନ ଭିନ୍ନ ମତ ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ଅଡୁଆରେ ପଡିଯାଇଛି। କିଟ୍ ଘଟଣାରେ କଂଗ୍ରେସର ଦୁଇ ପ୍ରକାର ମତ ଆସିବାରୁ ବିଭିନ୍ନ ମହଲରେ ତାହାକୁ ନେଇ ସମାଲୋଚନା କରାଯାଇଛି। ଫଳରେ ଭବିଷ୍ୟତରେ ଯେପରି ଏମିତି ନ ହୁଏ ସେଥିପାଇଁ ଏହି ବିଜ୍ଞପ୍ତି ଜାରୀ କରାଯାଇଛି।

Read More

ଭୁବନେଶ୍ବର: ଆଗାମୀ ମାର୍ଚ୍ଚ ୩  ତାରିଖ, ସୋମବାର ଦିନ ମୁଖ୍ୟମନ୍ତ୍ରୀ  ଶ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି  କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଫେବୃୟାରୀ ୨୮ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ ଏବଂ ସର୍ବାଧିକ ୧୦୦୦ ଜଣ  ପଞ୍ଜୀକରଣ କରିପାରିବେ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ  ( https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ…

Read More

ଭୁବନେଶ୍ୱର: ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ପରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୋଦିଜୀ ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ତାଙ୍କ ନେତୃତ୍ୱରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ୩ ମାସ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ ସମ୍ବିଳନୀଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ ଆଦି ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖରେ ପ୍ରଥମ ଥର ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ନଡ୍ଡା ଆଜିଠାରୁ ଦୁଇଦିନଆ ଓଡ଼ିଶା ଗସ୍ତରେ…

Read More

ଭୁବନେଶ୍ବର: ଗତକାଲି ମହାଶିବରାତ୍ରି ପାଇଁ ସାରା ଓଡିଶା  ଉତ୍ସବ ମୁଖର ଥିବା ବେଳେ ଅନ୍ୟପଟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ରୁଦ୍ଧଦ୍ବାର ବୈଠକ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ହଠାତ ଶିବରାତ୍ରୀରେ କିଏ କୁଆଡେ ମନ୍ଦିର ବୁଲୁଥିବା ବେଳେ ମାତ୍ର ଅଳ୍ପ ସଂଖ୍ୟକ ନେତାଙ୍କୁ ନେଇ ଏପରି ବୈଠକ କାହିଁକି କରାଗଲା ସେ ନେଇ ପ୍ରଶ୍ନ ଉଠିଛି। ମିଡିଆରେ ପ୍ରଚାର କରାଗଲା ଯେ, ବିଭିନ୍ନ ନିଗମ ଅଧ୍ୟକ୍ଷ ପଦବୀ ପାଇଁ ଆଲୋଚନା ହେଉଛି। ତେବେ ଏହା ତ କୌଣସି ଗୁପ୍ତ କଥା ନ ଥିଲା। ତାହା ବିଜେପି କାର୍ଯ୍ୟାଳୟରେ କରାଯାଇ ପାରି ଥାଆନ୍ତା। ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପୁଣି ମହାଶିବରାତ୍ରୀରେ କରିବାର ଉଦ୍ଦେଶ୍ୟ କଣ ତାହା ସମସ୍ତଙ୍କର ସନ୍ଦେହ ସୃଷ୍ଟି କରିଛି। ଏହି ବୈଠକରେ ଯେଉଁମାନେ ଥିଲେ ସେମାନେ ହେଲେ ଖୋଦ ବାସଭବନ ମାଲିକ କନକ ବର୍ଦ୍ଧନ ସିଂହଦେଓ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ସଭାପତି ମନମୋହନ…

Read More

ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଘଟିଲା ମହା ଅଘଟଣ। ମହାଦୀପ ନେଇ ମନ୍ଦିର ଉପରକୁ ସେବକ ଯିବା ବେଳେ ସେ ଖସିପଡି ତଳେ ପଡିଯାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ କ୍ୟାପିଟାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଯୋଗେନ୍ଦ୍ର ସମର୍ଥା ବୋଲି ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ମହାଦୀପ ଧରି ସେବକମାନେ ମନ୍ଦିର ପରିକ୍ରମା କରୁଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ତଳେ ଗଣ୍ଡଗୋଳ ଚାଲିଥିବା ବେଳେ ମନ୍ଦିର ବେଢା ଉପରେ ଛିଡା ହୋଇଥିବା ଯୋଗେନ୍ଦ୍ର ମହାଦୀପ ଛଡାଇ ନେଇ ମନ୍ଦିର ଉପରକୁ ତରତର ହୋଇ ଚଢିଯାଇଥିଲେ। ଫଳରେ ତାଙ୍କର ଗୋଡ ଖସିଯାଇଥିଲା। ତେବେ ସେ ଦୀପ ସହିତ ତଳେ ପଡିଥିବାରୁ ଏଥିରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସେବକ ହୋଇଥିବା ବେଳେ ଆଉ ଜଣେ ପୋଲିସ ଅଧିକାରୀ ବୋଲି ଜଣା ପଡିଛି। ଏମାନଙ୍କ ଗୋଡରେ ତେଲ ପଡି…

Read More

ଭୁବନେଶ୍ବର: ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର 40 ମିନିଟ ବିଳମ୍ବରେ ଉଠିଛି। ଭକ୍ତମାନେ ଅତୁର ଚିତରେ ଏହି ମହାଦୀପ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ସେବକମାନେ ମନ୍ଦିର ଶିଖରକୁ ଉଠିବା ପରେ ପୁରା ମନ୍ଦିର ହରିବୋଲ ହୁଳହୁଳିରେ ଉଛୁଳି ପଡିଥିଲା। ତେବେ ଏହି ମହାଦୀପ ନେବା ବେଳେ ଏକ ଅଘଟଣ ଘଟିଥିଲା। ତାହା ହେଲା ମହାଦୀପ ନେଇ ମନ୍ଦିର ଉପରକୁ ଚଢିବା ବେଳେ ଜଣେ ସେବକ ମନ୍ଦିର ଉପରୁ ମହାଦୀପ ଧରି ଖସି ପଡିଲେ। ଫଳରେ ଅନ୍ୟଜଣେ ସେବକ ସେହି ମହାଦୀପ ଧରି ମନ୍ଦିର ଚୂଡାକୁ ଯାଇଥିଲେ। ଖସିପଡିଥିବା ସେବକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

Read More

ନୂଆଦିଲ୍ଲୀ: ବିହାରରେ ଆଜି ମନ୍ତ୍ରୀ ପରିଷଦର ସଂପ୍ରସାରଣ କରାଯାଇଛି। ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସାତ ଜଣ ନୂତନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ପାଟନା ରାଜଭବନରେ ଆଜି ସନ୍ଧ୍ୟାରେ ଶପଥ କରାଇଛନ୍ତି। ଏଥିରେ ବିଜେପି କୋଟାରୁ ସାତ ଜଣ ବିଧାୟକଙ୍କୁ ଶପଥ ପାଠ କରିଛନ୍ତି। ଶପଥ ଗ୍ରହଣ କରିଥିବା ନୂତନ ମନ୍ତ୍ରୀମାନେ ହେଲେ ସଞ୍ଜୟ ସାରୋଗୀ, କୃଷ୍ଣ କୁମାର ମଣ୍ଟୁ, ଡକ୍ଟର ସୁନୀଲ କୁମାର, ମୋତିଲାଲ ପ୍ରସାଦ, ରାଜୁ କୁମାର ସିଂହ, ବିଜୟ କୁମାର ମଣ୍ଡଳ ଏବଂ ଜୀବେଶ କୁମାର। ଏହି ସଂପ୍ରସାରଣ ପରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ସଂଖ୍ୟା ମୁଖ୍ୟମନ୍ତ୍ରୀ ସମେତ ୩୬ ରେ ପହଞ୍ଚିଛି। ଆସନ୍ତା ଅକ୍ଟୋବର ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବିଧାୟକଙ୍କ ମଧ୍ୟରୁ ଚାରି ଜଣ ମିଥିଳା ଅଞ୍ଚଳର, ଯାହାକୁ ବିଜେପିର ଗଡ ବୋଲି କୁହାଯାଏ। ଜୀବେଶ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସ୍ଏସ୍ଏଲ୍)ର ପାରମ୍ପରିକ/ମିଠା ମଞ୍ଜି ସମ୍ବନ୍ଧରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସଏସଏଲ) ପାରମ୍ପରିକ ମଞ୍ଜି ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ନିରନ୍ତର ପ୍ରୟାସ କରୁଛି। ଏହି ବୈଠକରେ କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଖରିଫ-2025 ଠାରୁ ଦେଶର ବିଭିନ୍ନ ଅଞ୍ଚଳର ବଛା ବଛା ପାରମ୍ପରିକ ମଞ୍ଜିଗୁଡ଼ିକର ଜୈବିକ ଉତ୍ପାଦନ ଏବଂ ବଜାରରେ ସେଗୁଡ଼ିକର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ମଞ୍ଜିଗୁଡ଼ିକ ମଧ୍ୟରେ ଅମ୍ରେଲି ମିଲେଟ୍‌ (ଗୁଜରାଟ), ଉତ୍ତରାଖଣ୍ଡ ଗହତ୍‌ (କୋଳଥ), ଉତ୍ତରାଖଣ୍ଡ ମଣ୍ଡୁଆ (ମାଣ୍ଡିଆ), ବୁନ୍ଦେଲଖଣ୍ଡ ମେଥି, କାଠିଆ ଗହମ, ମୁନସିୟାରୀ ରାଜମା, କାଲା ଭଟ୍ଟ, ଚାରପି ପ୍ରକାରର କାଲା…

Read More