Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୦୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାରୁ ୮ ଜଣ, ବରଗଡ ଜିଲ୍ଲାରୁ ୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬ ଜଣ, ଅନୁଗୁଳ, ପୁରୀ, ରାୟଗଡା ଜିଲ୍ଲାରୁ ୫ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କନ୍ଧମାଳ, ମୟୂରାଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, କେନ୍ଦ୍ରାପଡା ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…

Read More

ନୂଆଦିଲ୍ଲୀ, ଆଜି ସକାଳୁ ଦେଶର ପ୍ରମୁଖ ଖବରକାଗଜ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଆୟକର ବିଭାଗ ଚଢାଉ କରିଛି। ଏହି ଗ୍ରୁପର ଥିବା ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର କାର୍ଯ୍ୟାଳୟରେ ଏହି ଚଢାଉ ଚାଲିଛି। ଏକ ବିଶେଷ ସୁତ୍ର ଅନୁସାରେ ଏକକାଳିନ ବହୁ ଅଧିକାରୀ ଏହି ଚଢାଉରେ ସାମିଲ ରହିଛନ୍ତି। ଏହି ଗ୍ରୁପର ପ୍ରକାଶିତ ଖବରକାଗଜ ଦୈନିକ ଭାସ୍କରରେ କୋଭିଡ ସଂପର୍କରେ ଖବର ପ୍ରକାଶିତ କରିବାରେ ଆଗରେ ରହିଛି। ଏଥିରେ କୋଭିଡ ଦ୍ବିତୀୟ ଲହର ରୋକିବାରେ କେନ୍ଦ୍ର ସରକାର କିପରି ବିଫଳ ହେଲେ ସେ ନେଇ ଖବର ପ୍ରକାଶିତ ହୋଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୩୮୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୨ ଲକ୍ଷ ୫୭ ହଜାର ୭୨୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୯ ହଜାର ୩୯୪ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଉପରେ କିଛି ସାମ୍ପ୍ରତିକ ଆଲୋଚନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ଆସାମର ଗୁଆହାଟୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ ଭାଗବତ କହିଛନ୍ତି ଯେ, ୧୯୩୦ ମସିହାରୁ ଦେଶରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି। ଏହାର କାରଣ ହେଉଛି, ଭାରତକୁ ପାକିସ୍ତାନ ତିଆରି କରିବା ପାଇଁ ପ୍ରୟାସ କରାଯାଉଛି। ପଞ୍ଜାବ, ସିନ୍ଧ, ଆସାମ, ବଙ୍ଗଳା ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ଏସବୁ ଯୋଜନା କରାଯାଇଥିଲା, ଯାହା କିଛି ମାତ୍ରାରେ ସେମାନଙ୍କୁ ସଫଳତା ମିଳିଥିଲା।  ମୋହନ ଭାଗବତ କହିଛନ୍ତି ଯେ, ବଙ୍ଗଳାରୁ ସେମାନଙ୍କୁ ଅଧା ମିଳିପାରିପାରିଥିଲା ବେଳେ ଆସାମରେ ସଫଳ ହୋଇପାରିନଥିଲେ। କିନ୍ତୁ ଏବେ ବି ସେମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରହିଛି। ସିଏଏ ଭାରତୀୟ ମୁସଲମାନମାନଙ୍କର କୌଣସି କ୍ଷତି କରେ ନାହିଁ: ଭାଗବତ ଏହି କାର୍ଯ୍ୟକ୍ରମରେ ମୋହନ ଭଗବତ ନାଗରିକତ୍ୱ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୨୦ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୬ ହଜାର ୯୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୬୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୨୪୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୮୦ ଜଣ, କଟକ ଜିଲ୍ଲାରୁ ୨୭୯ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ନୂଆଦିଲ୍ଲୀ, ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 41 କୋଟି 54 ଲକ୍ଷ କୋଭିଡ ଟିକା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ 34 ଲକ୍ଷ 25,000 ରୁ ଅଧିକ ଟିକା ଦିଆଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମଙ୍ଗଳବାର 36 ହଜାର 977 ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସଂକ୍ରମଣରୁ ସୁସ୍ଥ ହାର 97 ଦଶମିକ ତିନି-ଛଅ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡ ମହାମାରୀରୁ ତିନି କୋଟି ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ଚବିଶ ଘଣ୍ଟା ମଧ୍ୟରେ 42 ହଜାରରୁ ଅଧିକ ନୂତନ ରୋଗୀଙ୍କଠାରେ ସଂକ୍ରମଣ ନିଶ୍ଚିତ ହୋଇଥିଲା। ଦେଶରେ ମୋଟ କୋଭିଡ ରୋଗୀଙ୍କ ସଂଖ୍ୟା ଆହୁରି ଚାରି ଲକ୍ଷ ସାତ ହଜାରକୁ ହ୍ରାସ ପାଇଛି। ସାପ୍ତାହିକ ପଜିଟିଭିଟି ହାର ପାଞ୍ଚ ପ୍ରତିଶତରୁ ଦୁଇ ଦଶମିକ ଶୂନ ନଅ ପ୍ରତିଶତ ଏବଂ କ୍ରମାଗତ 30 ଦିନ ପାଇଁ ଦୈନିକ ପଜିଟିଭିଟି…

Read More

ମେଷ- ଆଜି ଏହି ରାଶିର ଲୋକଙ୍କ ପ୍ରଭାବ ଏବଂ ସମ୍ମାନ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ପାଇପାରେ। ଆଜି ଆପଣ ଅର୍ଥର ଲାଭ ପାଇବେ। କୌଣସି ଇଚ୍ଛା ପୂରଣ କରି ସୁଖ ପାଇବେ । ପ୍ରେମ ସମ୍ବନ୍ଧରେ ଆଜି ଆପଣଙ୍କୁ ଲାଭ ଦେଇପାରେ । ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଆଜି ମଧୁର ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକର ଯତ୍ନ ନିଅନ୍ତୁ । ଆଜି ତୁମର ଦାନ ପାଇଁ ଆଗ୍ରହ ବଢିପାରେ । ବୃଷ- ଆଜି କାର୍ଯ୍ୟ ଏବଂ ପାରିବାରିକ ପ୍ରସଙ୍ଗରେ କିଛି ତିକ୍ତତା ଏହି ରାଶିର ଲୋକଙ୍କୁ ବିବ୍ରତ କରିପାରେ । ଚାକିରି ଶ୍ରେଣୀର ଲୋକମାନେ ଆଜି କିଛି ଅତିରିକ୍ତ କାମ ପାଇପାରିବେ । ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଆଜି ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅ ଏବଂ ବିତର୍କ ପରିସ୍ଥିତିରୁ ନିଜକୁ ଦୂରେଇ ରଖ । ଟଙ୍କା…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ସ୍ନାନ ସହ ଜଡିତ ଅନେକ କଥା କହିଛନ୍ତି। ସେଥିରେ ଆମେ କେଉଁ ସମୟରେ ଗାଧୋଇବା ଉଚିତ ଏବଂ କେଉଁ ସମୟରେ ସ୍ନାନ କରିବା ଉଚିତ୍ ନୁହେଁ। ତେବେ କେଉଁ କେଉଁ ପରିସ୍ଥିତିରେ ଆମମାନଙ୍କୁ ଗାଧୋଇବା ନିହାତି ଆବଶ୍ୟକ ପଡେ ସେ ସଂପର୍କରେ ଚାଣକ୍ୟ ତଥ୍ୟ ରଖିଛନ୍ତି। ସାଧାରଣତଃ ଆମେ ପ୍ରତିଦିନ ସକାଳେ ସ୍ନାନ କରିଥାଉ, କିନ୍ତୁ ଆଚାର୍ଯ୍ୟଙ୍କ ଅନୁଯାୟୀ, ଯେତେବେଳେ ଆମେ ଏହି ପରିସ୍ଥିତିରେ ଥାଉ, ନିଶ୍ଚିତ ଭାବରେ ଗାଧୋଇବା ଉଚିତ। ଏହା ଯଦି ନ କରାଯାଏ ତେବେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିପାରେ, କାରଣ ଆମର ଖାଦ୍ୟ ସହିତ ଆମର ଦୈନନ୍ଦିନ କାର୍ଯ୍ୟ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଶରୀରକୁ ତେଲରେ ମାଲିସ୍ କରିବା ପରେ ସ୍ନାନ କରନ୍ତୁ – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଆମ ଶରୀରକୁ ଅଧିକ ପରିମାଣର ତେଲ ଦରକାର, କାରଣ ଏହା ଆମ ଶରୀରକୁ ଚମକଦାର…

Read More

ନୂଆଦିଲ୍ଲୀ, ଶିଶୁଙ୍କ ଉପରେ କୋଭିଡ-୧୯ର ପ୍ରଭାବ, ସେମାନଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ଏବଂ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ଆଦି ସମେତ ବିଭିନ୍ନ ପ୍ରସଙ୍ଗରେ ନୂଆଦିଲ୍ଲୀସ୍ଥିତ ଲେଡି ହାର୍ଡିଙ୍ଗ ମେଡ଼ିକାଲ କଲେଜର ଶିଶୁ ରୋଗ ବିଭାଗ ନିର୍ଦ୍ଦେଶକ ଡା. ପ୍ରବୀଣ କୁମାରଙ୍କ ସହିତ ଏକ ସାକ୍ଷାତକାର.. ମହାମାରୀ କିଭଳି ଭାବେ ଶିଶୁମାନଙ୍କର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଛି? ଏହାର ଦୀର୍ଘକାଳୀନ ପ୍ରଭାବକୁ ହ୍ରାସ କରିବା ଲାଗି କ’ଣ କରିବାର ଆବଶ୍ୟକତା ରହିଛି? ମହାମାରୀ ଶିଶୁଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ। ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସେମାନେ ଘର ଭିତରେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଅଧିକନ୍ତୁ, ପରିବାରରେ ଅସୁସ୍ଥତା, ଅଭିଭାବକଙ୍କର ରୋଜଗାର ହ୍ରାସ ଚାପ ବୃଦ୍ଧି କରିଛି। ପିଲାମାନଙ୍କ ଠାରେ ମାନସିକ ହତାଶା (ଦୁଃଖ) କାରଣରୁ ସେମାନେ ଭିନ୍ନ ବ୍ୟବହାର କରିପାରନ୍ତି। କିଛି ପିଲା ନିରବ…

Read More

ପୁରୀ, ବିନା ଭକ୍ତରେ ମହାପ୍ରଭୃଙ୍କ ସୁନାବେଶ ସଂପର୍ଣ୍ଣ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନିତି ସଂପର୍ଣ୍ଣ ହୋଇଛି। ପୂଜା ବିଧି ଅନୁସାରେ ଅପରାହ୍ନରେ ଶ୍ରୀଜିୟୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଯାଇଥିଲା। ଏଥିରେ ପଂରପରା ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହୋଇଛନ୍ତି। ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି,…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ ୟୁଥ୍ ରେଡ୍‌କ୍ରସ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀକୁ ଆଖି ଆଗରେ ରଖି ଅଧ୍ୟକ୍ଷ ସୁଧିର କୁମାର ସାହୁ, ୟୁଥ୍ ରେଡ୍‌କ୍ରସ୍ର ସଂଯୋଜକ ଦେବେଶ କୁମାର ବିଶ୍ୱାଳ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପୁଷ୍ପାଞଳୀ ରବନା, ଅଧ୍ୟାପିକା ସ୍ୱେତାଶ୍ରୀ ପ୍ରଧାନ, ସଙ୍ଗୀତା ସେଟ୍, ଖେଳ ଶିକ୍ଷକ ଧନଞୟ ମହାକୁଡ, ଲାଇବ୍ରେରୀଆନ୍ ବିଭୂତି ଭୂଷଣ ସାହୁ, ଡେମୋଷ୍ଟେଟର୍ ସୁଦାମ ଚରଣ ସାହୁ ଗୋବିନ୍ଦ ସାହୁ, ସ୍ୱେଚ୍ଛାସେବୀ ମିନକେତନ, ରାକେଶ, ହେମନ୍ତ , ସୁଜାତା, ଲକ୍ଷ୍ମୀ, ଲୁସି, ପ୍ରଦୀପ, ଭୂବନ ପ୍ରମୁଖ ୫୦ ଗୋଟି ନିମ୍ବ ଗଛକୁ ଲଗାଇବା ସହ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। କଲେଜ ତରଫରୁ ଆଗାମୀ ଦିନରେ ବହୁ ଔଷଧିୟ ବୃକ୍ଷ ରୋପଣ କରାଯିବ ବୋଲି ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୯୪୩  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫୬,  କଟକରୁ ୨୬୩, ଯାଜପୁରରୁ ୨୪୨, ବାଲେଶ୍ବରରୁ ୧୪୩, ମୟୂରଭଞ୍ଜରୁ ୧୦୩, ଭଦ୍ରକରୁ ୯୪, ଜଗତସିଂହପୁରରୁ ୯୧, ସୁନ୍ଦରଗଡରୁ ୭୩, ନୟାଗଡରୁ ୭୦, ଅନୁଗୁଳରୁ ୬୫, ଢେଙ୍କାନାଳରୁ ୬୪, କେନ୍ଦ୍ରାପଡାରୁ ୫୪, କେନ୍ଦୁଝରରୁ ୩୫, ସମ୍ବଲପୁରରୁ ୩୦, ମାଳାକାନାଗିରିରୁ ୨୯, ପୁରୀରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ରାୟଗଡାରୁ ୨୧, ନବରଙ୍ଗପୁରରୁ ୧୪, ବରଗଡରୁ ୧୨, ବୌଦ୍ଧରୁ ୧୧, ସୋନପୁରରୁ ୯, ଗଞ୍ଜାମରୁ ୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୮, ଗଜପତିରୁ ୬, ଦେବଗଡରୁ ୫, ବଲାଙ୍ଗୀରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୬…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୋଲିସ ସେହି ଅଂଚଳର ଜଣେ ହାଡକୋର ଅସାମାଜିକ ବ୍ୟକ୍ତି ହେମନ୍ତ ସାହୁ (୨୦) ଙ୍କୁ ଜୀବନ୍ତ ବୋମା, ଗୁଳି ସମେତ ଦେଶୀ ବନ୍ଧୁକ, ଭୂଜାଲି ସହିତ ଗିରଫ କରିଥିବା କଳାହାଣ୍ଡି ପୋଲିସ ଏସପି ଙ୍କ ସୂତ୍ରରୁ ପ୍ରକାଶ। ଗତ ୨୦ ତାରିଖ ସକାଳେ ମ.ରାମପୁର ଥାନା ପୋଲିସ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ମୋହନଗିରି ପାଜିବାହାଲ ରାସ୍ତାରେ ଓଡି ୦୮ ଏମ ୩୬୩୨ ନମ୍ବର ବାଇକରେ ଜରି ବସ୍ତାରେ କିଛି ଜିନିଷ ବାନ୍ଧି ଯାଉଥିବା ପାଇଥିଲେ। ଅଟକିବାକୁ କହିବାପରେ ସଂପୃକ୍ତ ବ୍ୟକ୍ତି ଦୃତ ଗତିରେ ପଳାଇଯାଉଥିବା ବେଳେ ପୋଲିସ ପକ୍ଷରୁ ତାକୁ କବଜା କରାଯାଇଥିବା ପ୍ରକାଶ। ସଂପୃକ୍ତ ହେମନ୍ତ ସାହୁଙ୍କ ନାମରେ ମ.ରାମପୁର ଥାନା, ଭବାନୀପାଟଣା ସଦର ଥାନା, ବାଲିଗୁଡା ଥାନା ରେ କେଶ ଥିବାର ଏବଂ ସେ ପୋଲିସର ୱାନଟେଡ ଥିବା ଜଣାପଡିଥିଲା। ସଂପୃକ୍ତ ହେମନ୍ତର ବାଇକରେ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ହଜାରୀ ସେଠ (୬୮) ନାମକ ଜଣେ ବ୍ୟକ୍ତି ଆଜି ସନ୍ଧ୍ୟା ୭ ଟା ସମୟରେ ଶୌଚ ହେବା ଲାଗି ଟାଙ୍ଗୀ କଲେଜ ନିକଟସ୍ଥ ପୋଖରୀକୁ ଯାଇଥିଲେ। ହେଲେ ଅସାବଧନତା ଯୋଗୁଁ ପୋଖରୀ କୂଳରେ ତାଙ୍କ ଗୋଡ ଖସିଯାଇଥିଲା। ସେ ପୋଖରୀ ଭିତରେ ପଡିଯାଇଥିଲେ। ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଟାଙ୍ଗୀ ପୋଲିସ ଶବକୁ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ କରିବ ବୋଲି ଜଣାପଡିଛି। ଏବଂ ଏହି ଘଟଣାରେ କେସ ନଂ ୧୦/୨୧ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଭାରତ ବିପକ୍ଷ ଆଗାମୀ ଟେଷ୍ଟ ସିରିଜର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)  ୧୭ ଜଣିଆ ଦଳ ଘୋଷଣା କରିଛି। ଦଳର ଅଧିନାୟକ ଜୋ ରୁଟ୍ ରହିଥିବା ବେଳେ ପେସର ଓଲି ରବିନସନ ଇଂଲଣ୍ଡ ଦଳକୁ ଫେରିଛନ୍ତି। ପେସର୍ ଜୋଫ୍ରା ଆର୍ଚର ଏବଂ କ୍ରିସ୍ ୱକ୍ସ ଆଘାତ ହେତୁ ଦଳରୁ ବାଦ ପଡିଛନ୍ତି। ଇଂଲଣ୍ଡ ଦୁଇଟି ମ୍ୟାଚ୍‌ ପାଇଁ ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍, ଜନି ବେୟାରଷ୍ଟୋ ଏବଂ ସାମ୍ କୁରାନଙ୍କୁ ଦଳରେ ସାମିଲ କରିଛି। ଏହି ଖେଳାଳିମାନେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଜଡିତ ନଥିଲେ। ଏହି ସିରିଜରେ ଇଂଲଣ୍ଡକୁ ୧-୦ ରେ ପରାସ୍ତ ହେବାକୁ ପଡିଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୪ ରୁ ସେପ୍ଟେମ୍ବର ୧୪ ମଧ୍ୟରେ ଖେଳାଯିବ। ଏହି ସିରିଜ୍ ନଟିଂହାମରେ ଆରମ୍ଭ ହେବ।…

Read More

ଭୁବନେଶ୍ୱର: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କର ଜାତିଗତ ଜନଗଣନା ଉପରେ ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ଏବଂ ଓଡ଼ିଶାର ୫୦ଭାଗ ପଛୁଆବର୍ଗଙ୍କ ପାଇଁ ଅପମାନଜନକ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜେପିର ଏହି ବକ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଜାତିଗତ ଆଧାରରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ନେଇ ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରୁଥିବା ବେଳେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ପଛୁଆବର୍ଗ ରାଜନୀତିକୁ ଗ୍ରହଣ କରିନପାରି ଏହା ଉପରେ ଏଭଳି ବିବୃତ୍ତି ଦେବା ଦୁର୍ଭାଗ୍ୟଜନକ। ବିଜେପି ଦଳର ମଙ୍ଗୁଆଳ ସାଜିଥିବା ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଉଚ୍ଚଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅତୀତରେ ଓଡ଼ିଶା ସରକାର ପଛୁଆବର୍ଗ ସଂରକ୍ଷଣ ଅବିଳମ୍ବେ ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୭୯୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୪ ହଜାର ୪୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୬୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୮୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଅମୃତସର: ପଞ୍ଜାବ କଂଗ୍ରେସର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ଅନେକ ବିଧାୟକଙ୍କ ସହ ଆଜି ସ୍ଵର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ଆଜି ସକାଳୁ ତାଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଲାଗି ରହିଛି। ଅମରିନ୍ଦର ସିଂ କ୍ୟାମ୍ପର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସର୍ବସାଧାରଣରେ କ୍ଷମା ମାଗିବା ଦାବିକୁ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ବିଧାୟକ ପ୍ରତ୍ୟାଖ୍ୟାନ କରିଛନ୍ତି। ସିଦ୍ଧୁଙ୍କ ବାସଭବନରେ ଲୋକମାନେ ଉତ୍ସବ ପାଳନ କରିଥିବା ବେଳେ ଭିଡ଼ ବଢୁଥିବା ଦେଖି ପୋଲିସ କର୍ମଚାରୀମାନେ ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ହୋଇଥିବାରୁ ସେଠାରେ ଉପସ୍ଥିତ ଲୋକେ ପାରମ୍ପାରିକ ଡ଼୍ରମ୍ ବଜାଇ  ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ୬୨ ଜଣ ବିଧାୟକ ଉପସ୍ଥିତ ଥିବା ସିଦ୍ଧୁଙ୍କ ସମର୍ଥକମାନେ କହିଛନ୍ତି। ଜଳନ୍ଧର ଛାବନରୁ କଂଗ୍ରେସ ବିଧାୟକ ପରଗେଟ୍ ସିଂ କହିଛନ୍ତି, “ସିଦ୍ଧୁ କାହିଁକି କ୍ଷମା ମାଗିବେ? ଏହା ଏକ ସାଧାରଣ ପ୍ରସଙ୍ଗ ନୁହେଁ। ମୁଖ୍ୟମନ୍ତ୍ରୀ ଅନେକ ସମସ୍ୟାର ସମାଧାନ କରିନାହାଁନ୍ତି।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୩ ଶହ ୫୦ ଜଣ ନାଗରିକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ ଯେଉଁଥିରେ ବାଣପୁର ବ୍ଲକ ଓ ଏନଏସି ର ୫୦ ଜଣ ଗର୍ଭବତୀ ମହିଳା ପ୍ରଥମ ଡୋଜ ଟୀକା ନେବେ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୧୦୦ ଡୋଜ ( ତନ୍ମଧ୍ୟରୁ ଗର୍ଭବତୀ ମହିଳାଙ୍କୁ ୫୦ ଡୋଜ) ବାଣପୁରର ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ (ବାଲୁଗାଁ ଏନଏସି)- ୧୦୦ ଡୋଜ ୨- ବଡ଼କୁଳ ଉଚ୍ଚ ବିଦ୍ୟାଳୟ (ବଡ଼କୁଳ ଗ୍ରା.ପ)- ୫୦ ଡୋଜ ୩- ଲିଙ୍ଗରାଜ ନୋଡାଲ…

Read More

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଏବଂ ବିକ୍ରୟ ମାମଲାରେ ଜଣେ ପ୍ରସିଦ୍ଧ ମଡେଲ ଏକ ବଡ଼ ଖୁଲାସା କରିଛନ୍ତି। ଅଭିନେତ୍ରୀ ତଥା ପ୍ରସିଦ୍ଧ ମଡେଲ ସାଗରିକା ଶୋନା ସୁମନ କହିଛନ୍ତି ଯେ, ରାଜ କୁନ୍ଦ୍ରାଙ୍କ ପିଏ ଉମେଶ କାମତ ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଉମେଶ କାମତ ରାଜ କୁନ୍ଦ୍ରାଙ୍କ  ଡାହାଣ ହାତ ବୋଲି କୁହାଯାଉଛି। ସାଗାରିକା କହିଛନ୍ତି ଯେ, ଉମେଶ କାମତ ନିଜେ ଅଶ୍ଳୀଳ ଚଳଚ୍ଚିତ୍ର ପାଇଁ ତାଙ୍କ ନିକଟକୁ ଯାଇଥିଲେ। ତେବେ ସେ ତୁରନ୍ତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଜୁନାଗଡ ଠାରେ ଥିବା ଏଫସିଆଇ ଅଫିସା ସାମନାରେ ଜିଲ୍ଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି। କେନ୍ଦ୍ର ସରକାର ଓଡିଶାକୁ ସବସିଡି ବାବଦକୁ ୬୫୦୦ କୋଟୀ ଟଙ୍କା ଦେବାକୁ ଥିବା ବେଳେ ଏଫସିଆଇ ମାଧ୍ୟମରେ ଚାଉଳ ଉଠାଣରେ ବିଲମ୍ବ କରୁଥିବା ଅଭିଯୋଗ କରାଯାଇଛି। କେସିଙ୍ଗା ଠାରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଙ୍କ ନେତୃତ୍ୱ ରେ ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଗୋବର୍ଦ୍ଧନ ଦାସ ପ୍ରମୂଖ ଙ୍କ ଉପସ୍ଥିତିରେ ବହୁ ବିଜେଡି କର୍ମୀ କେନ୍ଦ୍ର ଉପରେ ବର୍ଷିଥିଲେ। ସେହିପରି ଜୁନାଗଡସ୍ଥିତ ଏଫସିଆଇ କାର୍ଯ୍ୟାଲୟ ସମ୍ମୁଖରେ ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ସାମିଲ ହୋଇ କେନ୍ଦ୍ର ଉପରେ ବର୍ଷି ଥିଲେ। ଧାନ କିଣା ବାବଦକୁ…

Read More