ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୭୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ଝାରସୁଗୁଡା, କନ୍ଧମାଳ, ରାୟଗାଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୩୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୮୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୨ ଲକ୍ଷ ୯୩ ହଜାର ୬୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୯ ହଜାର ୪୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪ ଲକ୍ଷ ୬୮ ହଜାର ୭୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫ ହଜାର ୫୧୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୦୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୦୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୯ ହଜାର ୧୬୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୨୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୩୦୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୧୮ ଜଣ, କଟକ ଜିଲ୍ଲାରୁ ୨୫୬ ଜଣ, ଅନୁଗୁଳ ଜିଲ୍ଲାରୁ…
ମେଷ :- କମ୍ ପରିଶ୍ରମ ଦ୍ୱାରା ସଫଳତା ହାସଲ ହେବ। ଲାଭ ସୁଯୋଗ ଆସିବ। ରୋଜଗାର ବୃଦ୍ଧି ପାଇବ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେୟାର ବଜାରରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ। ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ । ଅସଦାଚରଣ ହେତୁ କ୍ଷତି ହେବ। ବୃଷ :- ଦୁଷ୍ଟ ଲୋକମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ସେମାନେ କ୍ଷତି କରିପାରିବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଖରାପ ଖବର ଯେ କୌଣସି ସ୍ଥାନରୁ ଆସିପାରେ। ରିସ୍କ ନେବାକୁ ସାହସ କର। ଆୟ ଜାରି ରହିବ। ଭାଇମାନଙ୍କର ସମର୍ଥନ ପାଇବେ। ବିନିଯୋଗ ଭଲ ହେବ। ଆସନ୍ତାକାଲି ପାଇଁ ଆଜିର କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ। ବିବେକ ବ୍ୟବହାର କରନ୍ତୁ। ଉପକୃତ ହେବ। ମିଥୁନ- ଶୀଘ୍ର କୌଣସି କାରବାର କରନ୍ତୁ ନାହିଁ । ଆଜିର ଦିନଟି ଭଲ…
ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି। ଏ ନେଇ ଆଜି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି। ସେ 4 ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ। ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ବବିଦ୍ୟାଳୟର ପର୍ସନାଲ ମ୍ୟାନଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିଲେସନସ ବିଭାଗରେ କାର୍ଯ୍ୟ କରୁଛନ୍ତି। ସେ ଏହି କ୍ଷେତ୍ରରେ ପ୍ରାୟ 10ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ଅଧିନରେ ଏ ପର୍ଯ୍ୟନ୍ତ 17 ଜଣ ପିଏଚଡି ଏବଂ 40 ଜଣ ଏମଫିଲ କରିଛନ୍ତି।
ଭୁବନେଶ୍ବର, ରେଳ ବାଇର ନିଷ୍ପତି ଅନୁସାରେ ବିଶାଖାପାଟନମ୍-ଗୁଣୁପୁର, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ ଟ୍ରେନ ଚଳାଚଳ କରିବ। ସେହି ଅନୁସାରେ ଉଭୟ ଟ୍ରେନ ପାଇଁ ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି। ୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ଉଭୟ ଦିଗରୁ ୨୭ ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ବିଶାଖାପାଟନମରୁ ଭୋର ୫ଘ.୩୫ମି.ରେ ଛାଡି ଗୁଣୁପୁରରେ ଅପରାହ୍ନ ୧୨ଘ.୨୦ମି.ରେ ପହଞ୍ଚିବ। ସେହିଭଳି ଏହା ଗୁଣୁପୁରରୁ ଅପରାହ୍ନ ୧ଘ.୩୫ମି.ରେ ଛାଡି ବିଶାଖାପାଟନମ ରେ ରାତ୍ରି ୮ଘ.୪୫ମି.ରେ ପହଞ୍ଚିବ। ୦୫୪୮୮/୦୫୪୮୭ ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ଏସି ସ୍ପେସିଆଲ ୩୧ ଜୁଲାଇ, ୨୦୨୧ ଅଗରତାଲାରୁ ଏବଂ ୩ ଅଗଷ୍ଟ, ୨୦୨୧ ଠାରୁ ବାଙ୍ଗାଲୋର କ୍ୟାଣ୍ଟରୁ ଛାଡି ପରବର୍ତ୍ତୀ ପରାମର୍ଶ ପର୍ୟ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସକାଳ ୬ଘ.୧୦ମି.ରେ ଅଗରତାଲାରୁ ଛାଡି ବାଙ୍ଗାଲୋର କ୍ୟାଣ୍ଟ ଅଭିମୁଖେ ଯାତ୍ରା କରିବ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ପ୍ରତ୍ୟକ ମଙ୍ଗଳବାର ଦିନ ପୂର୍ବାହ୍ନ…
ପୁରୀ, ଆଜି ମହାସମାରୋହରେ ସଂପର୍ଣ୍ଣ ହୋଇଛି ତିନିଠାକୁରଙ୍କ ଅଧରପଣା ନୀତି। ତିନିଠାକରୁଙ୍କ ଅଧରକୁ ଛୁଇଁବା ପରି ମାଟି ହାଣ୍ଡିରେ ପଣା ଭୋଗ କରାଯାଇଥାଏ। ଏହି ଭୋଗପରେ ସେହି ମାଟି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ସାଧାରଣତଃ ଠାକୁର ଶ୍ରୀମନ୍ଦିରକୁ ଫେରିବା ପୂର୍ବରୁ ଚଣ୍ଡିଚାମୁଣ୍ଡା ସହିତ ପାର୍ଶ୍ବ ଦେବାଦେବୀଙ୍କୁ ପଣାଦେଇ ସନ୍ତୁଷ୍ଠ କରିବା ପାଇଁ ସେହି ପଣା ଭୋଗକୁ ରଥରେ ଉପରେ ଭାଙ୍ଗି ସେମାନଙ୍କୁ ପ୍ରଦାନ କରାଯାଇଥାଏ। ଏହି ମାଟିହାଣ୍ତିଗୁଡିକ ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ପଣା ପ୍ରସ୍ତୁତ କରିଥାନ୍ତି।
ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୱେବ୍ଭିତ୍ତିକ ଓକାକ୍ ଟାୱାର ମ୍ୟାନେଜ୍ମେଣ୍ଟ ଆପ୍ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, ବିଭିନ୍ନ ଦେୟ ସଂଗ୍ରହ, ସବ୍ସିଡି ପରିଚାଳନା ଓ ଆପତ୍ତି-ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତରିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ୱୟଂକ୍ରିୟ ସେବା ପ୍ରଦାନ କରିବ । କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଆପ୍ର ଶୁଭାରମ୍ଭ କରି ସରକାରଙ୍କ ପ୍ରଶାସନିକ ପରିଚାଳନା ନିମନ୍ତେ ୫-‘ଟି’ ଉପକ୍ରମରେ ରହିଥିବା ସ୍ୱଚ୍ଛତାକୁ ଏହା ଗୁରୁତ୍ୱ ଦେବ ବୋଲି ପ୍ରକାଶ କରିଛନ୍ତି । ବିଭିନ୍ନ ଅଫିସ୍ ପରିଚାଳନା ବ୍ୟବସ୍ଥାରେ ଏହି ଆପ୍ ତା’ର ପାରଦର୍ଶୀ ସହଯୋଗ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକଟ କରିବା ସହିତ ଓକାକ୍ ଟାୱାରରୁ କାର୍ଯ୍ୟକରୁଥିବା…
ନୂଆଦିଲ୍ଲୀ, ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ” ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଦେଇଥିବା ବିବୃତି ଦେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ “ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଜି ରାଜ୍ୟସଭାରେ ଯାହା ବିବୃତି ରଖିଲେ ତାହାର ଅବିକଳ ଓଡିଆ ରୂପାନ୍ତର ହେଲା.. “ମାନନୀୟ ଅଧ୍ୟକ୍ଷ ମହୋଦୟ, ମୁଁ କିଛି ଲୋକମାନଙ୍କର ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର ଦୁରୂପଯୋଗ ସହ ଜଡ଼ିତ ଖବର ସଂକ୍ରାନ୍ତର ବିବୃତି ଦେବା ଲାଗି ଛିଡ଼ା ହୋଇଛି। ୧୮ ଜୁଲାଇ, ୨୦୨୧ରେ ଏକ ୱେବ ପୋର୍ଟାଲରେ ଅତ୍ୟନ୍ତ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଥିଲା। ଏହି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଇସ୍ପାତ (ସ୍ପେସିଆଲିଟି ଷ୍ଟିଲ୍) ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଅବଧି ବର୍ଷ ୨୦୨୩-୨୪ ଠାରୁ ୨୦୨୭-୨୮ ପର୍ୟ୍ୟନ୍ତ ପାଞ୍ଚ ବର୍ଷ ଲାଗି ହେବ। ୬୩୨୨ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏହି ଯୋଜନା ଫଳରେ ପାଖାପାଖି ୪୦,୦୦୦କୋଟି ଟଙ୍କାର ନିବେଶ ହେବ ଏବଂ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ୨୫ ମିଲିୟନ ଟନ୍ କ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଯୋଜନା ଫଳରେ ପାଖାପାଖି ୫,୨୫,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଏଥିମଧ୍ୟରୁ ୬୮,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ହେବ। ସ୍ୱତନ୍ତ୍ର ଇସ୍ପାତକୁ ଲକ୍ଷ୍ୟ ବର୍ଗ ଆକାରରେ ଚୟନ କରାଯାଇଛି କାରଣ ୨୦୨୦-୨୧ରେ ଉତ୍ପାଦନ ହୋଇଥିବା ୧୦୨ ମିଲିୟନ ଟନ୍ ଇସ୍ପାତ ମଧ୍ୟରୁ ଦେଶରେ ମୂଲ୍ୟ-ବର୍ଦ୍ଧିତ ଇସ୍ପାତ/ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ପରିମାଣ ମାତ୍ର ୧୮ ମିଲିୟନ ଟନ୍…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୨୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୪, କଟକରୁ ୩୧୮, ବାଲେଶ୍ବରରୁ ୧୭୩, କେନ୍ଦ୍ରପଡାରୁ ୧୩୧, ପୁରୀରୁ ୧୨୭, ମୟୂରଭଞ୍ଜରୁ ୧୧୨, ଭଦ୍ରକରୁ ୯୮, ସୁନ୍ଦରଗଡରୁ ୯୪, ଯାଜପୁରରୁ ୯୨, ଅନୁଗୁଳରୁ ୮୮, ଜଗତସିଂହପୁରରୁ ୮୦, ନୟାଗଡରୁ ୬୩, ଢେଙ୍କାନାଳରୁ ୪୪, କେନ୍ଦୁଝରରୁ ୩୦, ମାଳାକାନାଗିରିରୁ ୨୮, କନ୍ଧମାଳରୁ ୨୫, ରାୟଗଡାରୁ ୨୨, ସମ୍ବଲପୁରରୁ ୧୯, ବଲାଙ୍ଗୀରିରୁ ୧୭, କୋରାପୁଟରୁ ୧୭, ଗଜପତିରୁ ୧୩, ବୌଦ୍ଧରୁ ୧୦, ଗଞ୍ଜାମରୁ ୧୦, ନବରଙ୍ଗପୁରରୁ ୧୦, ସୋନପୁରରୁ ୮, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୬, ବରଗଡରୁ ୫, ଦେବଗଡରୁ ୩, ନୂଆପଡାରୁ ଜଣେ ଏବଂ ଷ୍ଟେଟ ପୁଲରୁ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଜିନ୍ସ ପିନ୍ଧିବାରୁ ଜଣେ ୧୭ ବର୍ଷର ନାବାଳିକାକୁ ପିଟିପିଟି ହତ୍ୟା କରାଯାଇଛି। ଅଭିଯୋଗ ହୋଇଛି ଯେ ଝିଅର ଜେଜେବାପା ତାଙ୍କୁ ଜିନ୍ସ ବଦଳାଇବାକୁ କହିଥିଲେ କିନ୍ତୁ ଝିଅ ଏଥିରେ ରାଜି ହୋଇନଥିଲେ। କ୍ରୋଧିତ ଜେଜେବାପା ତାଙ୍କୁ ହତ୍ୟା କରିବାକୁ ପୁଅମାନଙ୍କୁ ଆଦେଶ ଦେଇଥିଲେ। ଫଳରେ ବାପାଙ୍କ ଆଦେଶ ମାନି ତାଙ୍କୁ ହତ୍ୟା କରି ପୁଅମାନେ ନଦୀରେ ଫିଙ୍ଗିଦେଲେ। କିନ୍ତୁ ତାଙ୍କ ମୃତଦେହ ନଦୀରେ ପଡ଼ି ନଥିଲା ଏବଂ ଲୁହା ବ୍ରିଜର ଏକ କୋଣରେ ଅଟକି ଯାଇ ଝୁଲି ରହିଥିଲା। ସକାଳେ ଯାତ୍ରୀମାନେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ, ରାତି ପ୍ରାୟ ୭.୩୦ ସମୟରେ ଝିଅଟି ଗାଧୋଇବା ପରେ ଜିନ୍ସ ପିନ୍ଧିଥିଲା। ଜେଜେବାପା ତାଙ୍କୁ ଦେଖି ବିରକ୍ତ ହୋଇ ତୁରନ୍ତ ପୋଷାକ ବଦଳାଇବାକୁ ତାଙ୍କୁ ନିର୍ଦ୍ଦେଶ ଦେଲେ। ହେଲେ ଝିଅଟି ଜିନ୍ସ ବଦଳାଇବା ପାଇଁ ମନା କରିଦେଇଥିଲା। ଫଳରେ ଜେଜେବାପା ଏହାକୁ ସହ୍ୟ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ବରହପୁରା ଛକ ନିକଟରରେ ଦୁଇ କାର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥ ଚାରମାଳ ଥାନା ଅନ୍ତର୍ଗତ ବରହମପୁରା ଛକ ଠାରେ ବୌଦ୍ଧରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇନୋଭା ଗାଡ଼ି ନଂ ଓଡ଼ି ୦୫ ଏଏସ ୪୪୬୬ ବିଶିଷ୍ଟ ଗାଡି ବିପରୀତ ଦିଗରୁ ଆସୁଥିବା ବେଲପାହାଡ଼ରୁ ରେଢ଼ାଖୋଲ ସହର ନିକଟସ୍ଥ ଡିମିରିକୁଦାକୁ ଆସୁଥିବା ମାରୁତି ୮୦୦ କାର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବେଲପାହାଡ଼ ସ୍କୁଲ ପଡ଼ାର ମୋନରମା ଦାସ(୪୫) ଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ରୁପେଶ ଦାସ, ଅଜିତ ଦାସ, ପାଲ ଦାସ, ଧୀର ଦାସ, ଓ ଇନୋଭା ଗାଡ଼ି ର ଡ୍ରାଇଭର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୧୭୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୪ ହଜାର ୭୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୭୨୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୯୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ ପୁରୁଣାଗଡ ଛକରେ ସବଇନ୍ସପେକ୍ଟର ସୈାମ୍ୟରଂଜନ ମାହାଳିକଙ୍କ ନେତୃତ୍ୱରେ ନାକାଡ୍ୟୁଟି ଚାଲିଥିବା ବେଳେ ସଂଧ୍ୟା ପ୍ରାୟ ୭ ଟାରେ ବୈାଦ୍ଧ ପଟୁ ଧୂସର ରଙ୍ଗର ଏକ ୭୦୮ ମିନି ଟ୍ରକ (ଓଆର୍ ୦୨ବିକେ୩୭୪୮)କୁ ପୋଲିସ୍ ଅଟକାଇ ଥିଲା। ଗାଡଟିକୁ ଚେକିଙ୍ଗ କରୁଥିବା ବେଳେ ଗାଡିର ଆଭ୍ୟନ୍ତରିଣ ସ୍ଥାନରୁ ୧୫୩ ପ୍ୟାକେଡ୍ (୨୩୦କେଜି) ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା ଏବଂ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରି ଆଣୁଥିବା ଏକ ସୁଇଟ୍ ଡିଜାର କାରକୁ (ଓଡି ୦୨ ଏଏଲ୍୦୩୯୭) ମଧ୍ୟ ପୋଲିସ୍ ଧରିବାରେ ସଫଳ ହୋଇଛି। ଏଥିସହ ନଗଦ…
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଶନିବାର ଅପରାହ୍ଣ ସୁଦ୍ଧା ଏହା ଉତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି ସିଇସି ବୁଲେଟିନ୍ରେ କୁହାଯାଇଛି। ଏହାର ପ୍ରଭାବରେ ଜୁଲାଇ ୨୨ ତାରିଖ ରାତିରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଯାଜଯୁର, କେନ୍ଦ୍ରାପଡା, ଢ଼େଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନ୍ପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡା ଏବଂ ରାୟଗଡା ପ୍ରଭୃତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକାରେ ମାତ୍ର ୧୦୦ ଗୋଟି ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ଉକ୍ତ ୧୦୦ ଡୋଜ ଟୀକା କେବଳ ଚିଲିକା ବ୍ଲକରେ ଦିଆଯିବ। ବାଣପୁରରେ ଟୀକାକରଣ ବନ୍ଦ ରହିବ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ଭାଲେରି ଉଚ୍ଚ ବିଦ୍ୟାଳୟ, ଚାଷଙ୍ଗରା (ନିମିକ୍ଷେତା ଗ୍ରା.ପ)- ୫୦ ଡୋଜ ୨- ମଣ୍ଡଳପାଟଣା ୟୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କୁମାଣ୍ଡଳ ଗ୍ରା.ପ)- ୫୦ ଡୋଜ ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।
ଖୋର୍ଦ୍ଧା: ଆପଣ ବିଦେଶକୁ ଚାକିରୀ ଉଦ୍ଦେଶ୍ୟରେ ଯିବା ପାଇଁ ଚାହୁଁଛନ୍ତି କି? ଆପଣ ଟୀକା ନେଇ ପାରିନଥିବାରୁ ବିଦେଶ ଯାତ୍ରା ପାଇଁ ବାଧା ସୃଷ୍ଟି ହେଉଛି କି? ବିଦେଶରେ ଚାକିରୀ କରିଥିବା ଯୁବକମାନଙ୍କ ମଧ୍ୟରେ ବର୍ତ୍ତମାନ ଏଭଳି ସମସ୍ୟା ଉପୁଜୁଛି। ତେବେ ବିଦେଶଗସ୍ତ କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୋର୍ଦ୍ଧା ଜିଲ୍ଲାରେ ଟୀକାକରଣରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଦେଶଗସ୍ତ ପାଇଁ ଟୀକାକୁ ଅପେକ୍ଷା କରିଥିବା ବ୍ୟକ୍ତି ଯଦି ପ୍ରଥମ ଡୋଜର କୋଭିସିଲ୍ଡ ଟୀକା ନେଇଛନ୍ତି, ତେବେ ଦ୍ଵିତୀୟ ଡୋଜ ନେବା ଲାଗି ତାଙ୍କୁ ଆଉ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ରଥମ ଡୋଜ ନେଇଥିବା ଲୋକ ଏବେ ୨୮ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନେଇ ବିଦେଶ ଗସ୍ତ କରିପାରିବ। ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲାବାସୀଙ୍କ ପାଇଁ ପ୍ରାଣନାଥ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଟୀକା କେନ୍ଦ୍ର କରାଯାଇଛି।…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୁରୁବାର ଦିନ ଝଡ଼ ଆରମ୍ଭ ହୋଇଛି। ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୁରୁବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ରଖିବାକୁ ପଡିଥିଲା। ଲୋକସଭାରେ ବିରୋଧୀ ସାଂସଦମାନେ ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ବିରୋଧୀଙ୍କ ହଟ୍ଟଗୋଳକୁ ଅନ୍ୟାୟ ବୋଲି କହିଛନ୍ତି ଏବଂ ଗୃହର ମର୍ଯ୍ୟାଦା ବଜାୟ ରଖିବା ମଧ୍ୟ ବିରୋଧୀଙ୍କ ଦାୟିତ୍ୱ ବୋଲି କହିଛନ୍ତି। ଗଣତନ୍ତ୍ରକୁ ସଶକ୍ତ କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ କହିଥିଲେ। ଜନସାଧାରଣ ଆମକୁ ହଙ୍ଗାମା ସୃଷ୍ଟି କରିବାକୁ ଏବଂ ପ୍ଲାକାର୍ଡ ଦେଖାଇବାକୁ ପଠାଇ ନାହାଁନ୍ତି। ଗୃହ ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟା ସରକାରଙ୍କୁ ଜଣାଇବାକୁ ସେ ସାଂସଦମାନଙ୍କୁ ନିବେଦନ କରିଥିଲେ। ଜାରି ରହିଥିବା ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ବିର୍ଲା ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଯେତେବେଳେ ପୁନର୍ବାର ପ୍ରକ୍ରିୟା ଅପରାହ୍ନ…
ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅଭିନବ ଉପାୟରେ କେତେଜଣ ଦୁର୍ବୃତ୍ତ ରନ୍ଧନ ଗ୍ୟାସ ଟାଙ୍କି ଚୋରୀ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ୨ ଟି ଟାଙ୍କି ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମରେ ଦୁଇଜଣ ଦୁର୍ବୃତ୍ତ ନିଜକୁ ହିନ୍ଦୁସ୍ତାନ ପେଟ୍ରୋଲିୟମ କଂପାନୀର କର୍ମଚାରୀ ପରିଚୟ ଦେଇ ମହିଳା ମାନଙ୍କୁ ଗ୍ୟାସ ଟାଙ୍କି ରିଫିଲିଙ୍ଗ୍ ପାଇଁ ମାଗୁଥିଲେ। ଗ୍ୟାସ ରିଫିଲଙ୍ଗ୍ ନକରିଲେ ଗ୍ୟାସ ଖାତା କଟିଯିବ କହି ମହିଳା ମାନଙ୍କୁ ସେମାନେ ପ୍ରବର୍ତ୍ତାଉଥିଲେ। ଫଳରେ ମହିଳାଙ୍କ ଠାରୁ ଉଭୟ ଦୁର୍ବୃତ୍ତ ଟାଙ୍କି ନେବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମହିଳାମାନେ ଯେତେ ବେଳେ ଏହା ଏକ ଚୋରୀ ଘଟଣା ବୋଲି ଜାଣିବାକୁ ପାଇଲେ, ସେମାନେ ତୁରନ୍ତ ନିଜ ସମ୍ପର୍କୀୟଙ୍କୁ ଜଣାଇଲେ। ତେବେ ଫେରାର ହେବା ବେଳେ ସେହି ଦୁଇଜଣ ଦୁର୍ବୃତ୍ତଙ୍କୁ…
ନୂଆଦିଲ୍ଲୀ: କେନ୍ଦ୍ରର ତିନୋଟି ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଆଜି ଠାରୁ ସଂସଦ ପଦଯାତ୍ରା ଆରମ୍ଭ କରୁଛନ୍ତି। ପ୍ରବଳ ସୁରକ୍ଷା ମଧ୍ୟରେ କୃଷକମାନେ ଜନ୍ତର ମନ୍ତ୍ରରେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିବେ ଏବଂ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବେ। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ୯ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତିଦିନ ସର୍ବାଧିକ ୨୦୦ କୃଷକଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ପାଇଁ ବିଶେଷ ଅନୁମତି ଦେଇଛନ୍ତି। ଦିଲ୍ଲୀ ପୋଲିସର ସୂତ୍ରରୁ ପ୍ରକାଶ ଯେ, ପୋଲିସ ସୁରକ୍ଷା ସହିତ ପ୍ରତିଦିନ ଚାରିଟି ବସ୍ରେ ୨୦୦ ଚାଷୀଙ୍କ ଏକ ଦଳ ବସ୍ରେ ସିଙ୍ଗୁ ସୀମାରୁ ଜନ୍ତର ମନ୍ତରକୁ ଆସିବେ ଏବଂ ସକାଳ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ସେଠାରେ ବିରୋଧ କରିବେ। କଂଗ୍ରେସ ସାଂସଦମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂସଦ ଗୃହ କମ୍ପ୍ଲେକ୍ସରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ସୀମାରେ କୃଷକମାନଙ୍କୁ ନେଇ ଯାଉଥିବା ବସ୍କୁ…

