ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୭୦୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ, ଅନୁଗୁଳ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୫ ଜଣ, ବରଗଡ, ପୁରୀ, ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, କନ୍ଧମାଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି ଜିଲ୍ଲାରୁ ୨ ଜଣ, ଭଦ୍ରକ, କଟକ, ଜଗତସିଂହପୁର, ମାଳାକାନଗିରି, ନୟାଗଡ, ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୭ କୁ ବୃଦ୍ଧି…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୯୮୮ ଜଣ ଚିହ୍ନଟ ହୋଇଥିବା ବେଳେ ୭୧୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୯ ହଜାର ୩୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୪୧୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୬୩୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୭୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୮୬ ଜଣ, କଟକ ଜିଲ୍ଲାରୁ ୨୪୦ ଜଣ,…
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି। ଫେରାର ଅଭିଯୁକ୍ତ ଜଣଙ୍କ ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ବୋଲି ଜଣାପଡିଛି। ୨୦୧୩ ମସିହାରେ ଚୋରି ଘଟଣାରେ ସଂପୃକ୍ତ ଯୁବକ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା। ସେହିଦିନ ଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ରହିଥିଲେ। ତେବ ଯୁବକ ଜଣଙ୍କୁ ପୋଲିସ ଧରିବା ସହିତ ଥାନାରେ ଦୁଇଦିନ ଧରି ଅଟକ ରଖିଥିଲା। ଗତକାଲି ରାତି ୧୦ଟା ସମୟରେ ଅଭିଯୁକ୍ତ ଜଣକ ଥାନାରୁ ଫେରାର ହୋଇଯାଇଛି। ଫେରାର ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରାପଡିନାହିଁ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମରେ ତିନି ମାସ ପୂର୍ବେ ଏକ ନଳକୂପ ଖୋଳାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଉକ୍ତ ସ୍ଥଳରେ କେବଳ ବୋରିଂ କରି ଛାଡିଦିଆଯାଇଛି। ଯାହା ଫଳରେ ଉକ୍ତ ବୋରିଂ ପାଇପ କୁ ଗ୍ରାମବାସୀ ମାନେ ଗୋରୁଙ୍କୁ ବାନ୍ଧିବା ନିମନ୍ତେ ଖୁଣ୍ଟ ହିସାବରେ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାର ପାନୀୟ ଜଳ ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଥିବା ବେଳେ ଏହାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗ୍ରୀଷ୍ମ ଦିନେ ନଳକୂପ ଖୋଳାଯାଇଥିବା ବେଳେ ବର୍ଷା ଦିନ ଆସିଲାଣି ତଥାପି ସରକାରୀ ବାବୁମାନଙ୍କ ଅବା ସରପଞ୍ଚଙ୍କ ନିଦ ଭାଙ୍ଗୁନାହିଁ। ପାଣି ପାଇଁ ଗ୍ରାମବାସୀ ମାନେ ଡହଳ ବିକଳ ହେଉଥିବାବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପ ପୋତି ହୋଇଗଲାଣି। ଏବଂ ନୂଆ…
ନୂଆଦିଲ୍ଲୀ: ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି। ୧- ଔଷଧ କିମ୍ବା ଔଷଧ ବିଷୟରେ- ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ । ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ୨- ଘରର ତ୍ରୁଟି- ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା…
ନାଗପୁର: ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ଷ୍ଟ୍ରୋକ: ହଠାତ୍ ମୁଣ୍ଡବିନ୍ଧା ଏବଂ ଯଦି ଶରୀରର ଗୋଟିଏ ଅଂଶ କାମ ବନ୍ଦ କରିଦିଏ, ତେବେ ଏହା ଷ୍ଟ୍ରୋକର ଲକ୍ଷଣ ହୋଇପାରେ। ମସ୍ତିଷ୍କ ଟ୍ୟୁମର୍: ବିନା କାରଣରେ ମୁଣ୍ଡବିନ୍ଧା କ୍ରମାଗତ ଭାବରେ ଲାଗିରହିବା ଯଦି ସାଧାରଣ ଚିକିତ୍ସାରେ ଭଲ ନ ହୁଏ ତେବେ ଏହା ମସ୍ତିଷ୍କ ଟ୍ୟୁମରର ସଙ୍କେତ ହୋଇପାରେ। ମସ୍ତିଷ୍କ ଆଘାତ: ଯଦି ଆପଣଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କରେ କୈଣସି ପ୍ରକାରର ଆଘାତ ହେତୁ ହୋଇପାରେ। ଚାପ: କ୍ରମାଗତ ଚାପ ଯୋଗୁଁ ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଯାହା ମସ୍ତିଷ୍କକୁ…
ନୂଆଦିଲ୍ଲୀ: ସନାତନ ଧର୍ମର ୧୮ ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଗରୁଡ ପୁରାଣ ଶାସ୍ତ୍ରରେ ଭଗବାନ ବିଷ୍ଣୁ ଏବଂ ଗରୁଡଙ୍କ ମଧ୍ୟରେ ବାର୍ତ୍ତାଳାପକୁ ବର୍ଣ୍ଣନା କରେ। ଗରୁଡ ଏକ ପକ୍ଷୀ ଯାହାକି ଭଗବାନ ବିଷ୍ଣୁଙ୍କ ଯାନ ବୋଲି ବିଶ୍ୱାସ କରାଯାଏ। ଗରୁଡ ପୁରାଣ ବିଷ୍ଣୁ ପୁରାଣର ଏକ ଅଂଶ ଯାହାକି ହିନ୍ଦୁ ଧର୍ମର ମୃତ୍ୟୁ, ପୁନର୍ଜନ୍ମ ଏବଂ ଅନ୍ତିମ ସଂସ୍କାର ସହିତ ଜଡିତ। ଏହି ପୁରାଣରେ ଭଗବାନ ବିଷ୍ଣୁ ଏହା ମଧ୍ୟ କହିଛନ୍ତି ଯେ, ସେହି କାର୍ଯ୍ୟଗୁଡ଼ିକ କ’ଣ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟ ଆସେ। ମଇଳା ଏବଂ ମଇଳା ପୋଷାକ ପିନ୍ଧିଥିବା ଲୋକମାନେ: ଗରୁଡ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସର୍ବଦା ମଇଳା ଏବଂ ମଇଳା ପୋଷାକ ପିନ୍ଧନ୍ତି, ତେବେ ମାତା ଲକ୍ଷ୍ମୀ ତାଙ୍କ ଉପରେ କ୍ରୋଧିତ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ, ମାତା ଲକ୍ଷ୍ମୀ ସ୍ୱଚ୍ଛତାକୁ ବହୁତ ଭଲ ପାଆନ୍ତି ଏବଂ ସେ…
ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ। ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ।…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମରେ ଦୀର୍ଘ ଦିନ ଧରି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କୁ ନେଇ ଜାରି ରହିଥିବା ବିବାଦ ଥମିବାର ନାଁ ଧରୁ ନାହିଁ। ପରିସ୍ଥିତି ଏପରି ହେଲାଣି ଯେ ଆଜି ଉକ୍ତ ଗ୍ରାମର ପ୍ରାୟ ୮୦ ରୁ ଊର୍ଦ୍ଧ୍ଵ ପୁରୁଷ ଓ ମହିଳା ମାନେ ସୁଦୂର ଖୋର୍ଦ୍ଧା ଗସ୍ତକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗ୍ରାମର ଦୁଇ ଗୋଟି ଅଙ୍ଗନବାଡି କେନ୍ଦ୍ରର ଦୁଇ ଜଣ କର୍ମୀଙ୍କ ବହିଷ୍କାର ଦାବିରେ ଉକ୍ତ ଧାରଣା ଦିଆଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦେଢ଼ ବର୍ଷ ହେଲା ଅଙ୍ଗନବାଡି କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ଅଙ୍ଗନବାଡି କେନ୍ଦ୍ର ବନ୍ଦ ହୋଇ ରହିଛି। ଯାହାଫଳରେ ଶିଶୁ ଏବଂ ଗର୍ଭବତୀ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଦାବି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅନ୍ତର୍ଗତ କୁହୁଡି ଛକ ନିକଟରେ ଏକ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଚାରି ଜଣ ଆହତ ହୋଇଛନ୍ତି। କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ସୂଚନା ଅନୁଯାୟୀ ଆଜି ରାତି ୯ ଘଟିକା ସମୟରେ ଦୁଇ ଜଣ ବ୍ୟକ୍ତି କୁହୁଡିରୁ ଚାଲି ଚାଲି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ ଏକ ବାଇକ ହଠାତ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ଲାଗି ଜାତୀୟ ରାଜପଥରେ ଟ୍ରାଫିକର ଲମ୍ବା ଲାଇନ ଲାଗିବାରୁ ଉକ୍ତ ସମୟରେ ଏକ କାରକୁ ପଛପଟୁ ଅନ୍ୟ ଏକ ବାଇକ ଅସାବଧାନତା ବଶତଃ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଚାରି ଜଣ ଆହତ ହୋଇଥିଲେ। ଖବର ପାଇ କୁହୁଡି ଫାଣ୍ଡି ପୋଲିସ ଦୁର୍ଘଟଣାସ୍ଥଳରେ ପହଁଚି ଚାରି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ୨ ବାଇକ ଜବତ କରି ତଦନ୍ତ…
ନୂଆଦିଲ୍ଲୀ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବସବରାଜ ବୋମାଇଙ୍କ ନାମ ବିଜେପି ଘୋଷଣା କରିଛି। ବର୍ତ୍ତମାନ କର୍ଣ୍ଣାଟକର ଗୃହମନ୍ତ୍ରୀ ଭାବେ ବସବରାଜ କାର୍ଯ୍ୟ କରୁଥିଲେ। ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ବିଧାନସଭା ସଦସ୍ୟ ମଧ୍ୟ ଥିଲେ। କର୍ଣ୍ଣାଟକର ଗୃହ, ଆଇନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ସହ ହାଭେରୀ ଏବଂ ଉଡୁପୀ ଜିଲ୍ଲା ପ୍ରଭାରି ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ଜଳ ସମ୍ପଦ ଏବଂ ସହଯୋଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜାନୁଆରୀ ୨୮ ତାରିଖ ୧୯୬୦ ମସିହାରେ ହୁବଲିରେ ବସବରାଜ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୨ ମସିହାରେ ଭୁମାରାଡି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ବିଇ ଡିଗ୍ରୀ ହାସଲ କରିଥିଲେ।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୯୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୬, କଟକରୁ ୩୧୨, ବାଲେଶ୍ବରରୁ ୧୬୧, ଯାଜପୁରରୁ ୧୨୩, ଜଗତସିଂହପୁରରୁ ୧୧୩, କେନ୍ଦ୍ରାପଡାରୁ ୯୪, ନୟାଗଡରୁ ୭୮, ଭଦ୍ରକରୁ ୭୫, ମୟୂରଭଞ୍ଜରୁ ୭୫, ପୁରୀରୁ ୬୩, ଅନୁଗୁଳରୁ ୬୧, ସୁନ୍ଦରଗଡରୁ ୩୬, ଢେଙ୍କାନାଳରୁ ୩୪, ସମ୍ବଲପୁରରୁ ୩୨, ରାୟଗଡାରୁ ୨୯, ମାଲକାନଗିରିରୁ ୨୫, କନ୍ଧମାଳରୁ ୧୭, ବରଗଡରୁ ୧୪, କେନ୍ଦୁଝରରୁ ୧୩, ଗଜପତିରୁ ୧୦, କୋରାପୁଟରୁ ୧୦, ଗଞ୍ଜାମରୁ ୯, ବୌଦ୍ଧରୁ ୭, ନବରଙ୍ଗପୁରରୁ ୭, ସୋନପୁରରୁ ୬, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୫, ନୂଆପଡାରୁ ୫, ଦେବଗଡରୁ ୩ ଜଣ, ବଲାଙ୍ଗୀରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯…
ଭୁବନେଶ୍ବର: ବଙ୍ଗୋପସାଗର ଏବଂ ତାହାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଉତ୍ତର-ବଙ୍ଗୋପସାଗର ତଥା ସଂଲଗ୍ନ ବଙ୍ଗଳାଦେଶ ଅଞ୍ଚଳରେ ଏକ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଆଗଣି ୩ ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଆଗାମୀ ୩୦ ଜୁଲାଇ ଯାଏଁ ଓଡିଶାର ଅନେକ ଜିଲ୍ଲାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବିତ ବର୍ଷା ପ୍ରଭାବରେ ଖାଲୁଆ ଜମିଗୁଡିକରେ ସାମୟିକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାସହିତ ଏହି ଅଞ୍ଚଳରେ ବର୍ଷା ଜଳ ଜମିବା ସହିତ ଯାତାୟାତରେ ବାଧା ସୃଷ୍ଟି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୫୮୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୭୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୬୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୟାଗଡ: ସାପ କାମୁଡ଼ାରେ ୪ ବର୍ଷ ର ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଟଭାଡିହ ଗାଁରେ ଏଭଳି ଘଟଣା ଘଟିଯାଇଛି। ଏହି ଗାଁର ମୁରଲୀ ପ୍ରଧାନଙ୍କ ୪ ବର୍ଷର ଝିଅ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଆଜି ସକାଳ ସମୟରେ ଏକ ବିଷଧର ସାପ କାମୁଡି ଥିଲା। ଜ୍ୟୋତିର୍ମୟୀକୁ ତୁରନ୍ତ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଝିଅର ସତ୍କାର ତଥା ସହାୟତା ପାଇଁ ରଣପୁର ତହସିଲଦାରଙ୍କୁ ଏହି ଗରିବ ପରିବାର ଲିଖିତ ନିବେଦନ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ପୋଲିସର ଉଦ୍ୟମ କ୍ରମେ ଦୀର୍ଘ ବର୍ଷ ପରେ ନିଜ ପରିବାରକୁ ଫେରିଛନ୍ତି ଦୁଇ ନିଖୋଜ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ଫାଣ୍ଡି ଅଂଚଳର ଦୁଇ ନିଖୋଜ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ସୂଚନା ମୁତାବକ ଦୁଇ ବର୍ଷ ତଳେ ନାଚୁଣି ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିବାସ୍ଥଳେ ଗତ ବର୍ଷ ମଧ୍ୟ ଉକ୍ତ ଗ୍ରାମର ଅନ୍ୟ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ତେବେ ଉଭୟ ନାବାଳିକାଙ୍କ ନିଖୋଜକୁ ନେଇ ଉଭୟଙ୍କ ପରିବାରବର୍ଗ ନାଚୁଣୀ ଫାଣ୍ଡିରେ ପୃଥକ ପୃଥକ ଭାବେ ଦୁଇଟି ଲିଖିତ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ କେସ ନମ୍ବର ୩୨୫/୧୯ ଏବଂ ୪୩/୨୦ ରେ ଦୁଇଗୋଟି ନିଖୋଜ ମାମଲା ରୁଜୁ କରାଯାଇଥିଲା। ପରିଶେଷରେ ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକଙ୍କ ସଫଳ ପ୍ରୟାସରେ ଗତକାଲି ନିଖୋଜ ନାବାଳିକା…
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ଵିତୀୟ ଟି-୨୦ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚ୍ କୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ ବୁଧବାର (ଜୁଲାଇ ୨୮) ରେ ଖେଳାଯିବା ସମ୍ଭାବନା ରହିଛି। କୃନାଲ ପଜେଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ପୃଥକ ବାସରେ ଅଛନ୍ତି। ଭାରତର ଅବଶିଷ୍ଟ ଖେଳାଳିଙ୍କ ଆରଟିଓପିସିଆର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ସନ୍ଧ୍ୟା ୬ ଟା ସୁଦ୍ଧା ଆସିବ ଏବଂ ଯଦି ସମସ୍ତଙ୍କର ରିପୋର୍ଟ ନେଗେଟିଭ ବୋଲି ଜଣାପଡେ ତେବେ ଆସନ୍ତାକାଲି ମ୍ୟାଚ୍ ଅନୁଷ୍ଠିତ ହେବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ ୩୮ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ କୃନାଲ ମାତ୍ର ଦୁଇଟି ଓଭର ବୋଲିଂ କରି…
ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଆସୁଛନ୍ତି। ଡାକ୍ତରଖାନାର ଔଷଧ ଦୋକାନ (ଫାର୍ମାସି)ରୁ ଅନେକ ଔଷଧ ମଧ୍ୟ କିଣୁଛନ୍ତି। ତେବେ କରୋନା ମହାମାରୀ ସମୟରେ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଔଷଧ ଦୋକାନରେ କ୍ୟାସ୍ଲେସ୍ ଟ୍ରାଞ୍ଜାକ୍ସନ୍ ନିମନ୍ତେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ଫାର୍ମାସୀକୁ କେତେ ଗୁଡିଏ ପଏଂଟ ଅଫ୍ ସେଲ୍ (ପିଓଏସ୍) ବା ସ୍ୱାଇପ୍ ମେସିନ୍ ପ୍ରଦାନ କରାଯାଇଛି। ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କର ଭୁବନେଶ୍ୱର ଜୋନାଲ୍ ଅଫିସର ଜୋନାଲ୍ ମ୍ୟାନେଜର ସଞ୍ଜୀବ ଭରଦ୍ୱାଜ ମଙ୍ଗଳବାର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମେସିନ୍ ଗୁଡ଼ିକର ଉଦ୍ଘାଟନ କରିଛନ୍ତି।…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୪ ଶହ ଜଣ ନାଗରିକଙ୍କୁ ଉଭୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ସବୁ ବର୍ଗର ନାଗରିକ (ଉଭୟ ଡୋଜ) ୧- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୧୦୦ ଡୋଜ ମଧ୍ୟରୁ ପ୍ରଥମ ଡୋଜ- ୫୦, ଦ୍ଵିତୀୟ ଡୋଜ- ୩୦ଏବଂ ଗର୍ଭବତୀ ମହିଳା- ୨୦ (ଉଭୟ ଡୋଜ ) ବାଣପୁରର ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ) ୧- ରାମପୁର ପ୍ରାଥମିକ ବିଦ୍ୟାଳୟ (ବାଲୁଗାଁ ଏନଏସି )- ୧୦୦ ଡୋଜ ୨- ସୀଙ୍ଗେଶ୍ୱର ପ୍ରାଥମିକ ବିଦ୍ୟାଳୟ (ସୀଙ୍ଗେଶ୍ୱର ଗ୍ରା.ପ)- ୫୦ ଡୋଜ ୩- ବ୍ରାହ୍ମଣକୁଶଡିହ ବାତ୍ୟା ଆଶ୍ରୟସ୍ଥଳୀ (ଆଙ୍କୁଲା ଗ୍ରା.ପ)- ୫୦…
ନୂଆଦିଲ୍ଲୀ: ପଦ୍ମ ପୁରଷ୍କାରକୁ ନେଇ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛି। ଚଳିତ ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରକୁ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ନାମ ଦିଲ୍ଲୀ ସରକାର ସୁପାରିଶ କରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ପଦ୍ମ ପୁରସ୍କାର କେନ୍ଦ୍ରକୁ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ସୁପାରିଶ କରିବ। ସର୍ବସାଧାରଣଙ୍କ ପାଇଁ ଦିଲ୍ଲୀ ସରକାର ଏକ ଇ-ମେଲ୍ ଆଇଡି ମଧ୍ୟ ଜାରି କରିବ, ଯେଉଁଥିରେ ସିଧା ସଳଖ ଲୋକେ ଏହାର ମତାମତ ଦେବେ। ଇ-ମେଲ୍ ଆଇଡି ମାଧ୍ୟମରେ ଡାକ୍ତରଙ୍କ ନାମ ଲେଖିବା ସହ ସେମାନଙ୍କୁ କାହିଁକି ପଦ୍ମ ପୁରଷ୍କାର ମିଳିବା ଉଚିତ, ତାହାର କାରଣ ଲେଖି ଲୋକେ ସରକାରଙ୍କ ନିକଟକୁ ପଠାଇପାରିବେ। ସେଥିପାଇଁ ଏକ ଇ-ମେଲ୍ ଆଇଡି ଦିଲ୍ଲୀ ସରକାର ଜାରି କରିଛି। ଅଗଷ୍ଟ ୧୫ ସୁଦ୍ଧା [email protected] ଇ-ମେଲ୍ ଆଇଡି ଜରିଆରେ…
ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହ, ଲୋକସଭା ଏବଂ ରାଜ୍ୟସଭାରେ ପେଗାସସ୍ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଥିଲା। ସେଥିପାଇଁ ଉଭୟ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ମୁଲତବୀ ପରେ ଯେତେବେଳେ ଲୋକସଭାରେ ପ୍ରକ୍ରିୟା ଆରମ୍ଭ ହେଲା, ସେତେବେଳେ ବିରୋଧୀଙ୍କ ପୁଣିଥରେ ସ୍ଲୋଗାନ ସହ ହୋ-ହାଲ୍ଲା ଜାରି ରହିଥିଲା। ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ବ୍ୟକ୍ତ କରିବା ସହ ସାଂସଦମାନଙ୍କୁ ଏହି ସ୍ଲୋଗାନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ କହିଥିଲେ ଏବଂ ଜନସାଧାରଣଙ୍କ ସମସ୍ୟା ବିଷୟ ଉଠାଇବା ପାଇଁ ବିରୋଧୀଙ୍କୁ ବାଚସ୍ପତି ପରାମର୍ଶ ଦେଇଥିଲେ।

