ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ଆଉ ଯୋଦ୍ଧା ସ୍ଥାନାନ୍ତରିତ ହେବ ନାହିଁ। ଏହି ଐତିହାସିକ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏନେଇ ବିରୋଧୀ ତଥା କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ତେବେ ବିରୋଧ ପରେ ଓଡିଶାର ସଂସ୍କୃତିର ପ୍ରତୀକ ଘୋଡାକୁ ରାଜ୍ୟ ସରକାର ସ୍ଥାନାନ୍ତରିତ କରିବା ନିଷ୍ପତ୍ତିକୁ ବଦଳାଇଛନ୍ତି,। ପୂର୍ବପରି ସେହି ସ୍ଥାନରେ ଘୋଡା ଆଉ ଯୋଦ୍ଧା ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।
Author: Samikhsya Bureau
ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଘଟଣାରେ ଗିରଫ ହେବା ପରେ ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଛି। ଅଶ୍ଳୀଳ ଚଳଚ୍ଚିତ୍ରର ନିର୍ମାଣ ମାମଲାରେ ଯେତେବେଳେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲା ସେତେବେଳେ ଶିଳ୍ପା ଶେଟ୍ଟି ସମସ୍ତଙ୍କ ସାମ୍ନାରେ ତାଙ୍କ ଉପରେ ରାଗି ଯାଇଥିଲେ। ସେ ଖୋଲାଖୋଲି ଭାବେ ପ୍ରଶ୍ନ ପଚାରିଥିଲେ, ଯେତେବେଳେ ଆମର ସବୁକିଛି ଅଛି, ତେବେ ଏସବୁ କରିବାର ଆବଶ୍ୟକତା କ’ଣ ଥିଲା? ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅତ୍ୟଧିକ ଦୁଃଖିତ ହୋଇଛନ୍ତି ବୋଲି କୁହାଯାଉଛି। ତାଙ୍କୁ ପ୍ରତିଦିନ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୬୩୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ଅନୁଗୁଳ, କଟକ ଜିଲ୍ଲାରୁ ୬ ଜଣ ଲେଖାଏଁ, କେନ୍ଦୁଝର, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ବୌଦ୍ଧ, ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ ଜିଲ୍ଲାରୁ ୨ ଜଣ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ, ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ…
ନୂଆଦିଲ୍ଲୀ: ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ତୀବ୍ର ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୃହ କାର୍ଯ୍ୟରେ କଂଗ୍ରେସ ବାଧା ସୃଷ୍ଟି କରୁଛି। ସେ କହିଛନ୍ତି ଯେ, ଯେତେବେଳେ କୋଭିଡ-୧୯ କୁ ନେଇ ବୈଠକ ଡକାଯାଇଥିଲା, ସେତେବେଳେ କଂଗ୍ରେସ ମଧ୍ୟ ବୈଠକକୁ ବହିଷ୍କାର କରିଥିଲା ଏବଂ ଅନ୍ୟ ଦଳକୁ ଆସିବାକୁ ବାରଣ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ କଂଗ୍ରେସ ଏବଂ ବିରୋଧୀଙ୍କ ଏହି ‘କାର୍ଯ୍ୟ’କୁ ଜନସାଧାରଣ ଏବଂଗଣମାଧ୍ୟମ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ପେଗାସସ୍ ମାମଲା ଏବଂ ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟସଭାକୁ ୬ ଥର ମୁଲତବୀ ରଖାଯାଇଥିଲା। ସଂସଦରେ ବିରୋଧୀ ସାଂସଦମାନେ ପୋଷ୍ଟର ସହିତ ଦିନସାରା ବିରୋଧ ପ୍ରଦର୍ଶନ କରିଥିଲେ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୪ ଲକ୍ଷ ୪୭ ହଜାର ୫୫୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯୮ ହଜାର ୧୦୦ ଆକ୍ଟିଭ୍ କେସ୍ ରହିଛି।
ମୁମ୍ବାଇ/ଭୁବନେଶ୍ୱର: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବର୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍ର “ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଦିଆଯାଇଛି। ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇ ସାଧାରଣ ଜନତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟିକା ଦେବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି। ଗତ ମାସରେ କଂପାନିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ସାଧାରଣ ଜନତାଙ୍କ ଟିକାକରଣ ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଏହି ମିସନକୁ ଦେଶବ୍ୟାପୀ ଲାଗୁ କରିବା ଏକ ବହୁତ ବଡ଼ କାର୍ଯ୍ୟ। କିନ୍ତୁ ଏହା ହେଉଛି ଆମର ଧର୍ମ। ସମସ୍ତ ଭାରତୀୟଙ୍କ ପାଇଁ ଏହା ହେଉଛି ଆମର କର୍ତବ୍ୟ, ସୁରକ୍ଷା ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା। ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମିଳିତ…
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୯୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୬୯୦ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୭ ହଜାର ୩୮୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୭୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୭୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୬୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୨ ଜଣ, କଟକ ଜିଲ୍ଲାରୁ ୧୬୦ ଜଣ,…
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ ଅଛନ୍ତି…
ନୂଆଦିଲ୍ଲୀ: ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ଏହା ୨୫ ଜୁଲାଇରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅପାର ଆଶୀର୍ବାଦ ପ୍ରାପ୍ତ ହୁଏ। ଶ୍ରାବଣ ମାସ ସୋମବାର ଦିନ ଉପବାସ ପାଳନ କରି ଅବିବାହିତ ଝିଅମାନେ ଇଚ୍ଛା କରୁଥିବା ବର ପାଆନ୍ତି। ଅନ୍ୟପକ୍ଷରେ, ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ମିଳିଥାଏ। କୁହାଯାଏ ଯେ, ଶ୍ରାବଣର ଉପବାସ ପାଳନ କରୁଥିବା ଲୋକଙ୍କୁ (ବିଶେଷ କରି ମହିଳା) କିଛି ନିୟମ ପାଳନ କରିବାକୁ ପଡିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଶ୍ରାବଣ ମାସ ପାଇଁ ଉପବାସ କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ଉପବାସ ସମୟରେ ଉଲ୍ଲେଖ କରାଯାଇଥିବା ଏହି ନିୟମକୁ ଅନୁସରଣ କରନ୍ତୁ। ଯଦି ଆପଣ ଶ୍ରାବଣ ଉପବାସ ପାଳନ କରୁଛନ୍ତି, ତେବେ ସକାଳୁ ଉଠି ସ୍ନାନ କରିବା ସହ ବିଧି ବିଧାନ ଅନୁଯାୟୀ ପୂଜା କରିବା ଉଚିତ୍।…
ନୂଆଦିଲ୍ଲୀ: ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି ଆମେ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଆମର ଖାଦ୍ୟ ଏବଂ ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ। ଅନିୟମିତ ଖାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଏହି ରୋଗ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ମଧୁମେହ ଅତି ଶୀଘ୍ର ବ୍ୟାପୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୋଗକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣ ଅନ୍ୟାନ୍ୟ ରୋଗର ଶିକାର ମଧ୍ୟ ହୋଇଯିବେ। ରକ୍ତଚାପ ବୃଦ୍ଧି ଫୁସଫୁସ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିପାରେ। ଏହା ସହିତ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ରକ୍ତ ଶର୍କରା ସମସ୍ୟାରୁ…
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ରାଶିଫଳ। ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି।…
ଭୁବନେଶ୍ବର, ଆଜି ହେଉଛି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ 64 ତମ ଶ୍ରାଦ୍ଧ ଦିବସ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ନିକଟସ୍ଥ ଚାଷଙ୍ଗରାର ଭାଲେରୀ ହାଇସ୍କୁଲ ନିକଟରେ ଲୋକାର୍ପିତ ହୋଇଛି ଗୋଦାବରୀଶ ପ୍ରତିମୂର୍ତ୍ତି। ସ୍ଥାନୀୟ କାନ୍ଥମହଲ ଶାନ୍ତି କମିଟ ଏବଂ ଉତ୍କଳ ସ୍ବାଭିମାନ ମଞ୍ଚର ମିଳିତ ସହଯୋଗରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାଲେରୀ ହାଇସ୍କୁଲରେ ପାଞ୍ଚଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରାଯାଇଛି। ଏଥିରେ ମହାତ୍ମା ଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ, ମଧୁସୂଦନ ଦାସ, ସୁବାସ ଚନ୍ଦ୍ର ବୋଷ ଏବଂ ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଏଥିରେ ଭାଲେରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ପୂର୍ବତନ ଶିକ୍ଷକ ଗୌରାଙ୍ଗ ବିଶ୍ବାଳ, ଶିକ୍ଷକ ବୈଷ୍ଣବ ନାୟକ ଏବଂ ଚାଷଙ୍ଗରା ଗ୍ରାମର ସଭାପତି ସୋମନାଥ ନରେନ୍ଦ୍ରସିଂ ବର୍ମା ଯୋଗଦେଇଥିଲେ। ସେହିପରି ସ୍କୁଲର ପୂର୍ବତନ ଛାତ୍ର ଏସବିଆଇ ବାଲୁଗାଁ ଅଧିକାରୀ ବୃନ୍ଦାବନ ନାୟକ…
ନୂଆଦିଲ୍ଲୀ: ଚଳିତ ବର୍ଷର ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବା ନେଇ ଘୋଷଣା ହୋଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆଇଆଇଟିରେ ନାମ ଲେଖା ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷା ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: କୋଟି କୋଟି ପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସି ଖବର ମିଳିଛି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ୨୦୨୦-୨୧ ବର୍ଷ ପାଇଁ ୮.୫ ପ୍ରତିଶତ ହାରରେ ଏହି ସପ୍ତାହ ଶେଷ ସୁଦ୍ଧା ପିଏଫ ଆକାଉଣ୍ଟରେ ଜମା କରିପାରେ। ବର୍ଷସାରା ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ଏହା ପ୍ରାପ୍ତ ସୁଧ ହେବ। ଆଶା କରାଯାଉଛି ଯେ ଏହି ମାସ ଶେଷ ପୂର୍ବରୁ, ଇପିଏଫଓ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ସୁଧ ରାଶି ପ୍ରଦାନ କରିବ। ତେଣୁ, ସମସ୍ତ ଆକାଉଣ୍ଟଧାରୀମାନେ ଏହି ସପ୍ତାହ ଶେଷ ସୁଦ୍ଧା ସେମାନଙ୍କର ବାଲାନ୍ସ ଯାଞ୍ଚ କରିବା ଉଚିତ୍। ଇପିଏଫଓ ଆକାଉଣ୍ଟଧାରୀମାନେ ଉଭୟ ଆକାଉଣ୍ଟରେ ବା ଅଫଲାଇନରେ ବାଲାନ୍ସ ଯାଞ୍ଚ କରିପାରିବେ। ଏହିପରି ଏସଏମଏସ ମାଧ୍ୟମରେ ବାଲାନ୍ସ ଯାଞ୍ଚ କରନ୍ତୁ: ଯେକୌଣସି ପିଏଫ ଆକାଉଣ୍ଟ ଧାରକ ଯେକୌଣସି ସମୟରେ ଏସଏମଏସ ମାଧ୍ୟମରେ ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ବିଷୟରେ ସୂଚନା ପାଇପାରିବେ। ଏଥିପାଇଁ “EPFOHO UAN…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ୨୨୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୩୫୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୫୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୧୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୨୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୯, କଟକରୁ ୩୩୦, ଯାଜପୁରରୁ ୨୨୩, ଜଗତସିଂହପୁରରୁ ୧୨୦, ମୟୂରଭଞ୍ଜରୁ ୯୭, ପୁରୀରୁ ୮୩, ଅନୁଗୁଳରୁ ୭୪, ଭଦ୍ରକରୁ ୭୪, ନୟାଗଡରୁ ୫୯, କେନ୍ଦ୍ରାପଡାରୁ ୫୦, ସୁନ୍ଦରଗଡରୁ ୪୫, ଢେଙ୍କାନାଳରୁ ୪୩, ମାଲକାନଗିରିରୁ ୩୨, କେନ୍ଦୁଝରରୁ ୨୭, ସମ୍ବଲପୁରରୁ ୨୪, ନବରଙ୍ଗପୁରରୁ ୧୯, ରାୟଗଡାରୁ ୧୮, ବଲାଙ୍ଗୀରିରୁ ୧୭, ବରଗଡରୁ ୧୫, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୧୨, କୋରାପୁଟରୁ ୧୨, ସୋନପୁରରୁ ୧୧, ଗଞ୍ଜାମରୁ ୧୦, ଝାରସୁଗୁଡାରୁ ୧୦, ନୂଆପଡାରୁ ୬, ଗଜପତିରୁ ୫, ଦେବଗଡରୁ ଜଣେ ଏବଂ ଷ୍ଟେଟ ପୁଲରୁ ୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୪୭ ହଜାର ୩୮୧…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୬ ଶହ ୬୦ ଜଣ ନାଗରିକଙ୍କୁ ଉଭୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ସବୁ ବର୍ଗର ନାଗରିକ (ଉଭୟ ଡୋଜ) ୧- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୨୬୦ ଡୋଜ ମଧ୍ୟରୁ ପ୍ରଥମ ଡୋଜ- ୧୦୦, ଦ୍ଵିତୀୟ ଡୋଜ- ୯୦, ଗର୍ଭବତୀ ମହିଳା- ୪୦ (ଉଭୟ ଡୋଜ ), ସ୍ୱତନ୍ତ୍ର ଶ୍ରେଣୀର ବ୍ୟକ୍ତିବିଶେଷ- ୩୦ (ଉଭୟ ଡୋଜ ) ୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ, ଦ୍ଵିତୀୟ ଡୋଜ- ୮୦, ଗର୍ଭବତୀ ମହିଳା- ୨୦ (ଉଭୟ ଡୋଜ) ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)…
ଅଙ୍ଗୋଲା: ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ। କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ ପାଇଁ ମାତ୍ର କେଇଟି ଟଙ୍କାରେ ନିଜକୁ ଦେହକୁ ନିଲାମ କରିଦେଉଥିବାର ଏକ ଜଘନ୍ୟ ସତ୍ୟ ସାମ୍ନାକୁ ଆସିଛି। ଏହିପରି କିଛି ଘଟଣା ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ହେଉଥିବାର ସୂଚନା ମିଳିଛି। ଜଣେ ଝିଅ ନିଜ ପରିବାରକୁ ମୁଠାଏ ଦାନା ଦେବା ପାଇଁ ନିଜକୁ ମାତ୍ର ୨୨ ଟଙ୍କାରେ ବିକ୍ରି କରିଦେଉଛି। କ୍ଷୁଧାର୍ତ୍ତ ଓ ସଂଘର୍ଷର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକାର କିଛି ଅଞ୍ଚଳରେ। ଖାଦ୍ୟ ସାମଗ୍ରୀ ଜୁଟେଇବା ପାଇଁ ଅଳ୍ପବୟସ୍କା ଝିଅମାନେ ମାତ୍ର ୨୨ ଟଙ୍କାରେ ଦେହ ବିକ୍ରି କରୁଛନ୍ତି। ଏପରି କାମ ପାଇଁ ଅଧିକରୁ ଅଧିକ ୭୦ – ୮୦ ଟଙ୍କା ରୋଜଗାର କରୁଛନ୍ତି…
ନୂଆଦିଲ୍ଲୀ: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ? – ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ । – ସାଢ ସାତୀ ବା ଦେଢା…
ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତିନି ଜଣ ଖେଳାଳି ଆହତ ହେବା ପରେ କିଛି ନୂତନ ଖେଳାଳିଙ୍କୁ ସାମିଲ କରାଯାଇଛି। ଶ୍ରୀଲଙ୍କାରେ ଟି-୨୦ ସିରିଜ ଖେଳୁଥିବା ପୃଥ୍ବୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଡକାଯାଇଛି। ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର, ଦ୍ରୁତ ବୋଲର ଆଭେଶ ଖାନ ଏବଂ ଓପନର୍ ଶୁବମାନ ଗିଲ ଆହତ କାରଣରୁ ଇଂଲଣ୍ଡ ଗସ୍ତରୁ ବାଦ ପଡିଛନ୍ତି। ୱାଶିଂଟନ୍ ସୁନ୍ଦରଙ୍କ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଥିବାବେଳେ ଆବେଶ ଖାନଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏଥି ସହିତ ଶୁଭମାନ ଗିଲଙ୍କ ବାମ ଗୋଡରେ ଆଘାତ ଲାଗିଛି। ସେ ଟେଷ୍ଟ ଚାମ୍ପିଅନସିପରେ ଆହତ ହୋଇଥିଲେ। ବର୍ତ୍ତମାନ ଏହି ଖେଳାଳିଙ୍କ ବଦଳରେ ଶ୍ରୀଲଙ୍କାରେ ଟି…
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ପେଗାସସ୍ ଫୋନ୍ ହ୍ୟାକିଂ ସ୍କାମର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି ପ୍ୟାନେଲର ଅବସରପ୍ରାପ୍ତ ବିଚାରପତି ଏମ.ଭି ଲୋକର ଏବଂ ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷ ହେବେ। ତୃଣମୂଳ କଂଗ୍ରେସ ସାଂସଦ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଇସ୍ରାଏଲ୍ ଦ୍ୱାରା ପ୍ରସ୍ତୁତ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଗୁପ୍ତଚର ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ହ୍ୟାକିଂ କିପରି କରାଯାଇଥିଲା ସେନେଇ ତଦନ୍ତ ହେବ ବୋଲି ମମତା କହିଛନ୍ତି। ଆଶା କରେ ଏହି ଛୋଟ ପଦକ୍ଷେପ ଅନ୍ୟମାନଙ୍କୁ ଜାଗ୍ରତ କରିବ। ଆମେ ଯଥାଶୀଘ୍ର ଏକ ଅନୁସନ୍ଧାନ କରିବାକୁ ଚାହୁଁଛୁ। ବଙ୍ଗଳାର ଅନେକ ଲୋକଙ୍କ ଫୋନ୍ ଟ୍ୟାପ୍ ହୋଇଛି। ଉଲ୍ଲେଖ ଯୋଗ୍ୟ ଯେ, ପେଗାସସ୍ ପ୍ରସଙ୍ଗରେ ବିରୋଧୀମାନେ କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି…

