ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୩୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୩ ଲକ୍ଷ ୭୭ ହଜାର ୯୦୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୫୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ ଲକ୍ଷ ୪୩ ହଜାର ୧୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮ ହଜାର ୨୧୨ ଆକ୍ଟିଭ୍ କେସ୍ ରହିଛି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୧୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, କେନ୍ଦୁଝର ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ ଏବଂ ପୁରୀ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, ମାଲକାନଗିରି ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୩ ହଜାର ୬୯ ଜଣ।…
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୬୨ ଜଣ ଚିହ୍ନଟ ହୋଇଥିବା ବେଳେ ୭୭୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୩ ହଜାର ୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮ ହଜାର ୯୧୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୪୩୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୯୦ ଜଣ, କଟକ ଜିଲ୍ଲାରୁ ୨୪୩ ଜଣ, ଅନୁଗୁଳ ଜିଲ୍ଲାରୁ…
ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ ୧- ଜନ୍ନଦାତା ପିତା, ୨- ପୁରୋହିତ, ୩-ବିଦ୍ୟାଦାତା, ୪- ଅନ୍ନଦାତା, ୫- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି। ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ବର: ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରଖିବ ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଲକ୍ଷ୍ମୀଙ୍କର ବିଧିବଦ୍ଧ ଭାବେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥା’ନ୍ତି। ଏହା ଦ୍ବାରେ ଘରେ ଧନ,ସମ୍ପତ୍ତି ଓ ସୁଖ ସର୍ବଦା ରହିଥାଏ। ତେବେ କେବେ କେବେ ଘରେ ବହୁ ପୂଜା ଅର୍ଚ୍ଚନା କରିବା ପରେ ମଧ୍ୟ ଘରେ ସବୁବେଳେ ଅଭାବ ଅନାଟନ ଲାଗିରହିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଶୁକ୍ରବାରଦିନ ବିଶେଷ ପ୍ରକାରର ପୂଜା କରିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି, ଅଧିକ ଖର୍ଚ୍ଚ ହେଉଛି, ତେବେ ଆପଣ ପୂଜାସ୍ଥଳରେ ମା’ଲକ୍ଷ୍ମୀଙ୍କର ଧନ ବର୍ଷା କରୁଥିବାର ଫଟୋ ଲଗାନ୍ତୁ। ଏହା ପରେ ମାଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଲଗାଇ ଅତର ଲଗାନ୍ତୁ। ଏହି ଅତରକୁ ସର୍ବଦା ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି…
ମୂଳ ରଚନା- ଆଉଡ୍ରେ ଟ୍ରୁସକେ ଅନୁସୃଜନ- ଜ୍ୟୋତି ନନ୍ଦ ତଥାକଥିତ “ଗ୍ରାଣ୍ଡ ମୋଗଲ”ଶ୍ରେଣୀର କହିବାକୁ ଗଲେ ଶେଷ ପ୍ରତିନିଧି ଆଉରଙ୍ଗଜେବ୍ ନିଜ ସମୟର ଘଡିଟିକୁ ପଛେଇଦେବାକୁ ଚାହିଁଥିଲେ ଓ ଏହି ପ୍ରକ୍ରୀୟାରେ ଘଡିଟି ବଂଦ ଓ ଧ୍ୱଂସ ହୋଇଯାଇଥିଲା। (ପଣ୍ଡିତ ଜବାହାରଲାଲ ନେହେରୁ) ୨୦୧୫ ସାଲଟି ଆଉରଙ୍ଗଜେବ ଙ୍କ ପାଇଁ ଅଶୁଭ ଥିଲା। ଏଇ ବର୍ଷ ଦିଲ୍ଲୀର ଗୋଟିଏ ପ୍ରମୁଖ ରାସ୍ତା ଯାହା ଏହି ମୋଗଲସମ୍ରାଟ ଙ୍କ ନାଆଁରେ ନାମିତ ହୋଇରହିଥିଲା ତାହାର ନାଆଁକୁ ପରିବର୍ତ୍ତନ କରିବା ପାଇଁ ଏକ ବଡ ଧରଣର ବିତର୍କ ଆରମ୍ଭ ହୋଇଥିଲା।ଏହାର କାରଣ ହିସାବରେ ଗୋଟିଏ ସ୍ଥାନୀୟ ଶିଖ ଦଳ ଏଇ ଧାରଣାଟି ଉପସ୍ଥାପନ କରିଥିଲେ ଯେ ଆଉରଙ୍ଗଜେବ୍ ହେଉଛନ୍ତି “ଭାରତରେ ଅସହିଷ୍ଣୁତା ଓ ଅମାନବୀୟ ବର୍ବରୋଚିତ ଅପରାଧ ର ଜଣେ ଅତ୍ଯନ୍ତ ଉତ୍ପୀଡକ କ୍ଳେଶପ୍ରଦାୟକ କୁକୃତ୍ୟକାରୀ ନରପତି”। ଭାରତୀୟ ଜନତା ପାର୍ଟିର କିଛି ସାଂସଦ ଏହି ଉଦ୍ୟମରେ ତତକ୍ଷଣାତ୍ ଯୋଗଦେଇ ଦିଲ୍ଲୀ ଇତିହାସର ଏଇଭଳି ଦୁଃଖଦ…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ପେଟରେ ଅମ୍ଳତା ବା ଏସିଡିଟି ରହିବା ଅତି ସାଧାରଣ ଅଟେ। କିନ୍ତୁ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିବ। ଏସିଡିଟିର ଗମ୍ଭୀର ସମସ୍ୟା ହୁଏ ଯେତେବେଳେ ଆମର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ କାମ କରେ ନାହିଁ। ଏସବୁର କାରଣ ପାଇଁ ଆମେ ହିଁ ଦାୟୀ। କାରଣ ଠିକ୍ ସମୟରେ ନ ଖାଇବା, ଭୋଜନ ମଧ୍ୟରେ ଅତ୍ୟଧିକ ଫାଙ୍କା ରହିବା। ବିଭିନ୍ନ ବାହାର ଜିନିଷ ଖାଇବା କିମ୍ବା ଅତ୍ୟଧିକ ଖାଇବା ପରି କାମ କରିଥାଉ। ଏହିପରି କାର୍ଯ୍ୟ ଆମେ ଦୈନନ୍ଦିନ ଜୀବନରେ କରିଥାଉ କିନ୍ତୁ ଆମର ଭୁଲ ପ୍ରତି ଧ୍ୟାନ ଦେଇନଥାଉ। ଏହି କାରଣରୁ ଆମର ପେଟର ଅମ୍ଳତା, ଉତ୍ତେଜନା ଏବଂ ପେଟ ବଢେ। ଆଜି ଆମେ ଆପଣଙ୍କୁ ଅମ୍ଳତା ସହିତ ଜଡିତ କିଛି ଘରୋଇ ଉପଚାର ବିଷୟରେ କହୁଛୁ, ଏହାକୁ ଗ୍ରହଣ କରି ଆପଣ ଶୀଘ୍ର ଅମ୍ଳତାରୁ ସମ୍ପୂର୍ଣ୍ଣ ଆରାମ…
ମେଷ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଉ ଜଣେ ଯୁବ ଖେଳାଳି ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। ଚିଲିକା ବ୍ଲକ ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ଆଶିଷ ସ୍ଵାଇଁ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। କିଟ୍ ରେ ଆଜିଠୁ ଅଗଷ୍ଟ ୨୩ ତାରିଖ ଯାଏଁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ବେଳେ ଏଥିରୁ ଆଗାମୀ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ପାଇଁ ଚୁଡାନ୍ତ ୧୪ ଜଣିଆ ଦଳ ମନୋନୀତ ହେବେ। ବର୍ତ୍ତମାନ ଦେଶର ମୋଟ ୨୧ ଜଣ ମନୋନୀତ ଖେଳାଳିଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ରହିଛି। ତେବେ ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇରାନର ତେହେରାନରେ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ଆୟୋଜିତ ହେବ। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୮୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୮, କଟକରୁ ୩୦୨, ଯାଜପୁରରୁ ୧୪୭, ବାଲେଶ୍ବରରୁ ୧୧୫, ପୁରୀରୁ ୯୯, ଜଗତସିଂହପୁରରୁ ୯୪, ଅନୁଗୁଳରୁ ୮୧, କୋରାପୁଟରୁ ୨୪, ମାଳାକାନାଗିରିରୁ ୨୪, ସମ୍ବଲପୁରରୁ ୨୪, ରାୟଗଡାରୁ ୨୦, ବରଗଡରୁ ୧୪, କନ୍ଧମାଳରୁ ୧୪, କେନ୍ଦୁଝରରୁ ୮, ବଲାଙ୍ଗୀରିରୁ ୭, ଗଞ୍ଜାମରୁ ୭, କଳାହାଣ୍ଡିରୁ ୭, ନବରଙ୍ଗପୁରରୁ ୭, ଗଜପତିରୁ ୫, ସୋନପୁରରୁ ୫, ଝାରସୁଗୁଡାରୁ ୪, ବୌଦ୍ଧରୁ ୩, ଦେବଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୪୩ ହଜାର ୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯…
ଭୁବନେଶ୍ବର: ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଠାର ହାଇଦରର ମୃତ୍ୟୁ ହୋଇଛି। ଚୌଦ୍ଵାର ଜେଲରୁ ବାରିପଦା ଜେଲ ଯାଉଥିବା ବେଳେ ପୋଲିସ ସହ ହାଇଦର ଧସ୍ତାଧସ୍ତି କରିଥିଲା। ଏନେଇ ହାଇଦରକୁ ୱାର୍ଣ୍ଣିଂ ଦେଇଥିଲା। ହେଲେ ସେ ପୋଲିସ ବନ୍ଧୁକ ଛଡାଇବା ପାଇଁ ପ୍ରୟାସ କରିଥିଲା। ପରବର୍ତ୍ତୀ ସମୟରେ ସେ ଖସି ଚାଲିଯିବାକୁ ଉଦ୍ୟମ କରିଥିଲା। ଫଳରେ ପୋଲିସ ତାକୁ ସିମୁଳିଆ ନିକଟରେ ଏନକାଉଣ୍ଟର କରିଥିଲା। ଏନକାଉଣ୍ଟରରେ ତା ଦେହରେ ୩ ଟି ଗୁଳି ବାଜିଥିବା ବେଳେ ତାକୁ ବାଲେଶ୍ଵର ହସ୍ପିଟାଲରେ ପୋଲିସ ଭର୍ତ୍ତି କରିଥିଲା। ଏନେଇ ଡିସିପି ସୂଚନା ଦେଇଛନ୍ତି। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଦେହର ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି। ବ୍ୟବଚ୍ଛେଦ ପରେ ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୦୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୬୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୬୯୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୮୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୩୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ ରେଢାଖୋଲ ଏନ୍ଏସି ର କେଳାକଟା ଗ୍ରାମରେ ଘରୋଇ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପ୍ରକାଶ ଯେ, ରେଢାଖୋଲ ଥାନା କେଳାକଟା ଗ୍ରାମର ପ୍ରତିମା ବୈଠାରୁ ପାରିବାରିକ କଳହକୁ କେନ୍ଦ୍ରକରି ସକାଳେ ବେକରେ ରଶି ଦେଇ ଫଙ୍ଖାରେ ଝୁଲି ଆତ୍ମ ହତ୍ୟା କରିଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ରେଢାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି।
ଭୁବନେଶ୍ବର: ଆଜି ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ results.cisce.org ୱେବସାଇଟରେ ଉପଲବ୍ଧ ହେଉଛି। କରୋନା ଯୋଗୁଁ ଚଳିତ ବର୍ଷ ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ହୋଇପାରନଥିଲା। ତେବେ ପୂର୍ବ ପରୀକ୍ଷା ଆଧାରରେ ଏହି ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ ସିବିଏସଇ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ଏଯାଏଁ ଘୋଷଣା ହୋଇପାରିନାହିଁ। ଖୁବ ଶୀଘ୍ର ସେହି ପରୀକ୍ଷାର ଫଳ ପ୍ରକାଶ କରିବା ପାଇଁ ସିବିଏସଇ କର୍ତ୍ତୁପକ୍ଷ ଉଦ୍ୟମ ଜାରି ରଖିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ମହାମାରି କରୋନାର କରାଳରେ ପୀଡିତ ହୋଇ ତା ୦୨/୦୫/୨୧ ରିଖରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଅନ୍ତରକିଆରୀ ଗ୍ରାମର ସରୋଜ ସାମନ୍ତରାୟ।ସ୍ତ୍ରୀ, ପୁଅ ଓ ଝିଅକୁ ଏକାକରି ସେ ଚାଲିଯାଇଥିଲେ। ହେଲେ ପରିବାରର ଏଭଳି ଦୁର୍ଦ୍ଦିନ ସମୟରେ ସରୋଜଙ୍କ ବନ୍ଧୁମାନେ ସହାୟତାର ହାତ ବଢାଇଛନ୍ତି। ସରୋଜଙ୍କ ୧୯୮୪ ମସିହା ବାଣପୁର ଗୋଦାବରୀଶ ବିଦ୍ୟାପୀଠର ସ୍କୁଲ ସହପାଠୀମାନେ, ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ପୂର୍ବରୁ ମାନସିକ ଓ ଶାରୀରିକ ଭାବେ ସାହାଯ୍ୟ କରିଆସିଥିବା ବେଳେ ଆଜି କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି। ସରୋଜଙ୍କ ସ୍କୁଲ ସହପାଠୀ ମାନେ ଆର୍ଥିକ ସହଯୋଗର ହାତ ବଢାଇ ଏକ ଲକ୍ଷ ଟଙ୍କାର ଫିକ୍ସ ଜମା ରାଶି ବଣ୍ଡ ଆଜି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ହସ୍ତାନ୍ତର କରିଥିଲେ। ଏହି ମହତ୍କାଂକ୍ଷୀ କାର୍ଯ୍ୟରେ ସୁଶାନ୍ତ ପଟ୍ଟନାୟକ, ଲଷ୍ମୀଧର ପ୍ରଧାନ, ଶ୍ରୀମନ୍ତ ମହାପାତ୍ର, ସୁନୀଲ କୁମାର ନନ୍ଦ,…
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ଏକ ଭଲ ଆରମ୍ଭ କରିଛି। ପୁଲ ଏ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ଭାରତୀୟ ଦଳ ଏହାର ପ୍ରଥମ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ଉପରେ ଭାରତକୁ ଏହି ଅଗ୍ରଣୀ ଦେବା ପାଇଁ ରୁପିନ୍ଦର ପାଲ ସିଂ ଏବଂ ହରମାନପ୍ରୀତ ସିଂ ଭାରତ ପାଇଁ ସ୍କୋର କରିଥିଲେ। ଭାରତ ପ୍ରମଥାର୍ଦ୍ଧରେ ନ୍ୟୁଜିଲ୍ୟାଣ୍ଡଠାରୁ ୩-୧ରେ ଅଗ୍ରଣୀ ହାସଲ କରିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ଗୋଲ ସ୍କୋର କରି ଗୋଲ ସଂଖ୍ୟାକୁ ବୃଦ୍ଧି କରିଥିଲା। କିନ୍ତୁ ଭାରତ ରକ୍ଷଣାତ୍ମକ କ୍ଷେତ୍ରରେ ମଜବୁତ ପ୍ରଦର୍ଶନ କରି ବିରୋଧୀ ଦଳକୁ ଗୋଲ କରିବାରେ ସୁଯୋଗ ଦେଇନଥିଲା। ତେବେ ଭାରତୀୟ ହକି ଦଳ ଆସନ୍ତାକାଲି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଭେଟିବ। ସେହିପରି ଆଜି ଭାରତୀୟ ମହିଳା ହକି ଦଳ ମଧ୍ୟ ଦ୍ୱିତୀୟ ଦିନରେ ଏହାର ଅଭିଯାନ ଆରମ୍ଭ କରିବ।
ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଆୟରା ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଏହା ସହିତ, ସେ ତାଙ୍କର ନୂତନ ପୋଷ୍ଟ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଆୟରା ଖାନ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ କାହାଣୀରେ ଏକ ପୋଷ୍ଟ ଲେଖି ପ୍ରକାଶ କରିଛନ୍ତି ଯେ, ଯେତେବେଳେ ସେ ବଡ ହେଉଥିଲେ, ତାଙ୍କ ମା ଏବଂ ଚଳଚ୍ଚିତ୍ର ନିର୍ମାତା ରୀନା ଦତ୍ତା ତାଙ୍କୁ ଯୌନ ଶିକ୍ଷା ଉପରେ ଏକ ପୁସ୍ତକ ଦେଇଥିଲେ। ଆୟରା ଖାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ପୋଷ୍ଟରେ ଅଗସ୍ତୁ ଫାଉଣ୍ଡେସନକୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଆୟରା ଖାନ ତାଙ୍କ ପୂର୍ବ ପୋଷ୍ଟରେ ଏହା ପ୍ରକାଶ କରିଥିଲେ, “ମୁଁ ୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି। ଏସବୁ ବିଷୟରେ ମୁଁ ସେତେବେଳେ ଜାଣିନଥିଲି, କିନ୍ତୁ ଯେତେବେଳେ ମୁଁ ଜାଣିଲି ମୁଁ ଏଥିରୁ ଦୂରେଇ ଯାଇଥିଲି। ହଁ,…
ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ମୃତ୍ୟୁ ମୁଖରେ ପହଞ୍ଚାଇଛନ୍ତି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଏହି କାର୍ଯ୍ୟକୁ ଆହୁରି ତୀବ୍ର କରିଛି। ଏହାପୂର୍ବରୁ ବାରାମୁଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଜଣେ ପୋଲିସ୍ ଅଧିକାରୀ ଏନେଇ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଉତ୍ତର କାଶ୍ମୀରର ବାନ୍ଦିପୋରାର ସୁମ୍ବାଲାର ଅଞ୍ଚଳରେ ଶୋଖବାବା ଜଙ୍ଗଲରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ସୁରକ୍ଷାବାହିନୀ ପାଲଟା ଆକ୍ରମଣ କରିଥିଲେ। ଫଳରେ ଇ ଆକ୍ରମଣରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେମାନେ କେଉଁ ଆତଙ୍କବାଦୀ ସଂଗଠନର ବୋଲି ତାହା ଜଣା ପଡିଛି ବୋଲି ପୋଲିସ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଅଶୋକ ଦାସଙ୍କ ପରଲୋକ ହୋଇଯାଇଛି। ଅଶୋକ ଦାସଙ୍କ ୭୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୫୧ ମସିହା ଡିସେମ୍ବର ମାସ ୫ ତାରିଖରେ ବାଣପୁର ମାଟିର ବରପୁତ୍ର ସ୍ଵର୍ଗତ ବାମନ ଚରଣ ଦାସଙ୍କ କୋଳରୁ ଜନ୍ମିତ ଅଶୋକ ଚିଲିକା ଅଞ୍ଚଳରେ ଅନେକ ସଂଗଠନ ପାଇଁ କାର୍ଯ୍ୟ କରି ଜନ ସେବା କରୁଥିଲେ। ଶ୍ରୀ ଦାସଙ୍କ ବିୟୋଗ ଯୋଗୁଁ ଚିଲିକା ଅଞ୍ଚଳ ପାଇଁ ଏକ ବଡ କ୍ଷତି ହୋଇଛି। ସେ ଅଞ୍ଚଳର ଅନେକ ସମାଜ ସେବା କାର୍ଯ୍ୟରେ ପ୍ରତ୍ୟେକ୍ଷ ଭାବେ ଜଡିତ ରହୁଥିଲେ। ଅଶୋକ ମଧ୍ୟ ଜଣେ ଜନପ୍ରିୟ ନେତା ଭାବେ ପରିଚିତ ଥିଲେ। ସେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ଯାହା ଏବେ ବି ଲୋକଙ୍କ ମନରୁ ଲିଭିନି। ଅଶୋକ ଦାସ ୧୯୯୨ ମସିହାରୁ ୧୯୯୭…
ନୂଆଦିଲ୍ଲୀ: ଆଜି ଭାରତ ପାଇଁ ଏକ ଭଲ ଦିନ। କାରଣ ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ସଫଳତା ମିଳିଛି। ଭାରତ ଆଜି ଟୋକିଓ ଅଲମ୍ପିକରେ ପ୍ରଥମ ପଦକ ହାସଲ କରିଛି। ଭାରତୀୟ ଭାରତ୍ତୋଳନ ଖେଳାଳି ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ ହାସଲ ହୋଇଛି। ମହିଳା ୪୯ କିଲୋଗ୍ରାମର ଭାରତ୍ତୋଳନରେ ମୀରାବାଈଙ୍କୁ ରୌପ୍ୟ ପଦକ ମିଳିଛି। ତାଙ୍କର ଏଭଳି ସଫଳତା ଯୋଗୁଁ ଭାରତ ପାଇଁ ଆଜି ଏକ ଖୁସିର ଦିନ ବୋଲି କୁହାଯିବ। ମୀରାବାଈ ଆଜି ଏହି ପଦକ ଜିତିବା ପରେ ୧୩୫ କୋଟି ଭାରତୀୟ ଗର୍ବ ଅନୁଭବ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ ନେତା ତାଙ୍କୁ ଶୁଭେଚ୍ଛାର ଜଣାଇଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳୁ ସକାଳୁ ବାଟଗାଁ ପଂଚାୟତର ଗଦାଧରପୁର ଗାଁରେ ନିଜ ବିଲକୁ ଚାଷ କାମରେ ଯାଇଥିବା ବେଳେ ୨ ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ବନବିଭାଗ ତରଫରୁ ସୂଚନା ମିଳିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ଗଦାଧରପୁର ଗ୍ରାମର ରବି ବେହେରା(୫୫), ଏବଂ ସେହି ଗାଁର ସର ବେହେରା (୪୫) ଜମିକୁ ଚାଷ କାମରେ ଯାଇଥିବା ବେଳେ ସେମାନଙ୍କୁ ଗୋଟିଏ ଭାଲୁ ଆସି ଅଚାନକ ଆକ୍ରମଣ କରିିଥିଲା। ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ରବି ବେହେରାଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିଥିବା ବେଳେ ସର ବେହେରାଙ୍କର ହାତରେ ମଧ୍ୟ ଆଘାତ ଲାଗିଥିବା ଜଣା ପଡିଛି। ବର୍ତ୍ତମାନ’ ସେମାନଙ୍କ ଅବସ୍ଥା ଠିକ୍ ଥିବା ଜଣା…

