Author: Samikhsya Bureau

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୬୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୯୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡିଶା ପାଇଁ ଏକ ଆନନ୍ଦର ଦିନ। ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୟୂରଭଞ୍ଜରେ…

Read More

ନିରାକରପୁର: ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ଭୂଷଣ୍ଡପୁର ମଧ୍ୟରେ ଏକ ଅଘଟଣ ଘଟିଯାଇଛି। ନିରାକାରପୁର-ଭୂଷଣ୍ଡପୁର ମଧ୍ୟରେ ରେଳ ଲାଇନ ମଧ୍ୟରେ ଦୁର୍ଘଟଣା ଘଟି ଜଣେ କାର୍ଯ୍ୟରତ ଟ୍ରାକ୍ ମ୍ୟାନଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ, ନିରଞ୍ଜନ ଜେନା (୩୨) ନିରାକାରପୁର ଷ୍ଟେସନରେ ଟ୍ରାକ୍ ମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ହେଲେ ଆଜି ଅପରାହ୍ନରେ ଟ୍ରାକ୍ ତଦାରଖ କରୁଥିବା ବେଳେ ଡାଉନ ଲାଇନରେ ଆସି ଏକ ମାଲବାହୀ ଟ୍ରେନଟି ନିରଞ୍ଜନଙ୍କୁ ଧକ୍କା ଦେଇଥିଲା। ଫଳରେ ନିରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।  ନିରଞ୍ଜନଙ୍କ ଘର ନିରାକାରପୁର ଥାନା ଲେଣ୍ଡୋ ଗୋବିନ୍ଦପୁର ଗାଁର ବୋଲି ଜଣାପଡିଛି। ଖବର ପାଇ ନିରାକାରପୁର ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି, ଓଆଇସି ଧରଣିଧର ପ୍ରଧାନ ଏବଂ ନିରାକରପୁର ଜିଆରପି ଫାଣ୍ଡି ଅଧିକାରୀ ଲିଙ୍ଗରାଜ ସେଠୀ ପହଞ୍ଚି କେସ ନମ୍ବର ୨୭/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ…

Read More

ଭୁବନେଶ୍ବର, ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ତାଙ୍କ ଜନ୍ମବେଦୀର ଲୀଳା ସାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାହୁଡା ପୂର୍ବଦିନ ସଂଧ୍ୟା ଦର୍ଶନ ଥିବାରୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହେବା କଥା। ହେଲେ କରୋନା କଟକଣା ପାଇଁ ସଂଧ୍ୟା ଦର୍ଶନ ବନ୍ଦ କରିଦିଆଯାଇଛି। ତେବେ ସାଧାରଣ ଭକ୍ତମନରେ ପ୍ରଶ୍ନ ଉଠେ ଆଡପ ମଣ୍ଡପରେ ଶ୍ରଜୀୟୁଙ୍କୁ ସବୁଦିନ ସଂଧ୍ୟାରେ ଭକ୍ତମାନେ ଦର୍ଶନ କରିଥାନ୍ତି। ହେଲେ ତାହାକୁ ସଂଧ୍ୟା ଦର୍ଶନ ନ କହି କେବଳ ବାହୁଡା ପୂର୍ବଦିନକୁ ସଂଧ୍ୟା ଦର୍ଶନ କାହିଁକି କୁହାଯାଏ। ଏହାର କାରାଣ ହେଲା ଯେ, ବାହୁଡା ପୂର୍ବଦିନ ଠାକୁରଙ୍କ ଆଡପ ମଣ୍ଡପରେ ଶେଷ ଦର୍ଶନ। ସାଧାରଣତଃ ସଂଧ୍ୟା ସମୟଟି ଦିନର ଶେଷ ସମୟ ହୋଇଥାଏ। ସେଥିପାଇଁ ଠାକୁରଙ୍କୁ ବାହୁଡା ପୂର୍ବଦିନ ସଂଧ୍ୟାରେ ଶେଷ ଦର୍ଶନ ହୋଇଥିବାରୁ ଏହାକୁ ସଂଧ୍ୟା ଦର୍ଶନ କୁହାଯାଇଥାଏ। ଏହିଦିନ ନବମୀ ତିଥି ଥିବାରୁ ଏହାକୁ ନବମୀ ସଂଧ୍ୟା ଦର୍ଶନ ମଧ୍ୟ କୁହାଯାଏ। ନବମୀ…

Read More

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦକୁ ନେଇ କେନ୍ଦ୍ର ସରକାରକୁ କଂଗ୍ରେସ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋଦୀ ସରକାର ଆଇନ ଏବଂ ସମ୍ବିଧାନକୁ ହତ୍ୟା କରୁଛି। ଜାତୀୟ ସୁରକ୍ଷା ସହ ଖେଳୁଥିବା ମୋଦୀ ସରକାର ଦେଶଦ୍ରୋହ କାମ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ମୋଦୀ ସରକାର ମଧ୍ୟ ଶୋଇବା ଘରର କଥାବାର୍ତ୍ତା ଶୁଣୁଛି। ସୁରଜେୱାଲା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନେତା ଏବଂ ସାମ୍ବାଦିକଙ୍କୁ ଗୁଇନ୍ଦାଗିରି କରାଯାଇଛି। ବିଜେପିକୁ ଭାରତୀୟ ଗୁଇନ୍ଦାଗିରି ପାର୍ଟି ନାମରେ ନାମିତ କରାଯିବା ଉଚିତ୍। ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ବିଭାଗର ମୁଖ୍ୟମାନଙ୍କୁ ମଧ୍ୟ ଗୁଇନ୍ଦାଗିରି କରାଯାଇଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଯାଞ୍ଚ କରାଯାଉ। ଆମେ ସଂସଦରେ ଏହି ସମଗ୍ର ପ୍ରସଙ୍ଗ ଉଠାଇବୁ। ଏଥି ସହ ଆଧୀର ରଂଜନ…

Read More

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍‌-୧୯ ଗାଇଡଲାଇନ୍‌କୁ ପାଳନ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ସହଯୋଗରେ ଆଜି ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କେବଳ ମହିଳାମାନେ ରକ୍ତଦାନ କରିଛନ୍ତି ଓ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ପାରିଛି । ରାଜ୍ୟରେ ରକ୍ତଦାନ ଅଭାବକୁ ଦୂର କରିବା ନିମନ୍ତେ ୨୦୧୫ ମସିହାରେ ମାନ୍ୟବର ବିଜେଡି ସଭାପତିଙ୍କ ସାମାଜିକ ପ୍ରତିବଦ୍ଧତା ଓ ଦୂରଗାମୀ ନିଷ୍ପତ୍ତି ଏବେ ଏହି ରକ୍ତଦାନ କାର‌୍ୟ୍ୟକ୍ରମ ‘ଜୀବନ ବିନ୍ଦୁ’କୁ ଏକ ସାମାଜିକ ଅଭିଯାନରେ ପରିଣତ କରିପାରିଛି । ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଲାଗି ରହୁଥିବାବେଳେ ଆଜି ଏତେ ସଂଖ୍ୟକ…

Read More

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକଲି ସକାଳ ୮ ଟା ୩୦ ଯାଏଁ ୨୨ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧୧ ଶହ ଲୋକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ) ୨- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ) ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୧୦ ଡୋଜ) ୫– ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୯୦ଡୋଜ ( ଗର୍ଭବତୀ ମହିଳାଙ୍କୁ ୧୦ ଡୋଜ) ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟୁଇଟି କରିବା ଘଟଣା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ପଡିଛି। ତାହା ହେଉଛି ତାଙ୍କୁ ସବୁଦିନ ପାଇଁ ଅଫିସରୁ ଛୁଟି କରି ଦିଆଯାଇଛି। ସେ ହେଉଛନ୍ତି ଦେଶର ନାମଜାଦା ନ୍ୟୁଜ ଚ୍ୟାନେଲ ଆଜତକ ର ସାମ୍ବାଦିକ ଶ୍ୟାମ ମିରା ସିଂ। ଶ୍ୟାମ ତାଙ୍କ ଟୁଇଟରେ ଇଣ୍ଡିଆ ଟୁଡେ ଗ୍ରୁପ ତାଙ୍କୁ ବହିସ୍କାର କରିବା ଖବର ଜଣାଇଛନ୍ତି। ସେ କହିଛନ୍ତି ଯେ ମୋଦିଙ୍କ ବିରୋଧରେ ମୋ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟରେ ଲେଖୁଥିଲି। ହେଲେ ମୋର କଂପାନୀ ତାଗିଦ କରିବା ପରେ ମୋତେ ବହିସ୍କାର କରିଛନ୍ତି। ତେବେ ଏଥିରେ ମୁଁ ନ ଡରି ଆହୁରି ଲେଖିବି ବୋଲି ଶ୍ୟାମ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।

Read More

ନୂଆଦିଲ୍ଲୀ: ଲୋକସଭାରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଦଳର ଅସନ୍ତୋଷ ତଥା ସ୍ଲୋଗାନ ମଧ୍ୟରେ ମନ୍ତ୍ରୀ ପରିଷଦରେ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ପରିଚିତ କରାଇଥିଲେ। ଏହି ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଦଳିତ-ପଛୁଆ ବର୍ଗ (ଏସସି ଏସଟି, ଓବିସି ମନ୍ତ୍ରୀ) ଏବଂ ମହିଳାମାନେ ମନ୍ତ୍ରୀ ହେବା କିଛି ଲୋକେ ପସନ୍ଦ କରନ୍ତି ନାହିଁ। ଏହି ମାସରେ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ ୩୬ ଜଣ ନୂତନ ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି ଦଳିତ ଭାଇମାନେ ମନ୍ତ୍ରୀ ହୋଇଛନ୍ତି। ଆଦିବାସୀ ସମ୍ପ୍ରଦାୟର ଅନେକ ସାଥୀ ମନ୍ତ୍ରୀ ହୋଇଛନ୍ତି, ଏଥିପାଇଁ ଗୃହର ସମସ୍ତ ସଦସ୍ୟ ଖୁସି ହେବା କଥା। ଏଥର ବହୁ କୃଷକ ପରିବାର ଏବଂ ଗ୍ରାମାଞ୍ଚଳ, ସାମାଜିକ, ଅର୍ଥନୈତିକ ପଛୁଆ ବର୍ଗର ଲୋକମାନେ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି।…

Read More

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଶ୍ବିନୀ ବୈଷ୍ଣବଙ୍କ କ୍ଷମତା ବୃଦ୍ଧି ଏବଂ ଧର୍ମେନ୍ଦ୍ରଙ୍କ ଶକ୍ତିହ୍ରାସ ପରେ ଚିନ୍ତାରେ ରାଜ୍ୟ ବିଜେପି। କାରଣ ହେଲା ବର୍ତ୍ତମାନ ଓଡିଶାର ବିଭିନ୍ନ ପୋଷ୍ଟର ବ୍ୟାନରରେ ବିଜେପିର ମୁଖ୍ୟ ଆକର୍ଷଣରେ କିଏ ରହିବ। ଏ ନେଇ ଦଳ ଭିତରେ ଚାଲିଛି ଘଣ୍ଟାଚକଟା । ପୂର୍ବରୁ ଶକ୍ତିଶାଳୀ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ଓଡିଶା ବିଜେପିରେ ଅଖଣ୍ଡ କ୍ଷମତା ଥିଲା। ସେହି ଆଧାରରେ ସେ ଓଡିଶା ବିଜେପିର ଅଘୋଷିତ ସୁପ୍ରିମୋ ଭାବେ କାର୍ଯ୍ୟ କରୁଥିଲେ। ବିଜେପିର ସମସ୍ତ କାର୍ଯ୍ୟକ୍ରମର ପ୍ରଚାର ପତ୍ରରେ ଧର୍ମେନ୍ଦ୍ର ମୁଖ୍ୟ ଆକର୍ଷଣ ହୋଇଛନ୍ତି। ଅନେକ ପୋଷ୍ଟର ଏବଂ ହୋଡିଂସରେ ଧର୍ମେନ୍ଦ୍ରଙ୍କ ବଡମୁଣ୍ଡ ଏବଂ ରାଜ୍ୟର ଅନ୍ୟ ନେତାମାନଙ୍କ ଛୋଟ ମୁଣ୍ଡ ରହୁଥିଲା। ତାଙ୍କୁ ଧରି ବର୍ତ୍ତମାନ ବିଜେପି ରାଜ୍ୟରେ ରାଜନୀତି କରୁଛି। ତେବେ ବର୍ତ୍ତମାନ ଅଶ୍ବିନୀ ବୈଷ୍ଣବ ପାୱାରଫୁଲ ମନ୍ତ୍ରୀ ହେବା ପରେ ତାଙ୍କୁ ପୋଷ୍ଟରବଏ କରାଯିବ କି ନାହିଁ ସେହି ଚିନ୍ତା ବିଜେପି ନେତାଙ୍କୁ ଘାରିଛି।…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି। ଆଜି ସକାଳେ ଆଜମ ଖାନଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଦଳ ଜେଲରେ ପହଞ୍ଚିଥିଲା। ତାଙ୍କର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ଆଜାମ ଖାନଙ୍କୁ ବର୍ତ୍ତମାନ ସୀତାପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ସୀତାପୁର ଜେଲ୍ ସାମ୍ନାରେ ବହୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଆଜମ ଖାନଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା। କରୋନା ସଂକ୍ରମଣ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ପାଖାପାଖି ଅଢେଇ ମାସ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଥିଲା। ହେଲେ ହସ୍ପିଟାଲରୁ ଛୁଟି ମିଳିବା ପରେ ପୁଣିଥରେ ସେ ଅସୁସ୍ଥ ହୋଇପଡିଛନ୍ତି। ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଗତ ବର୍ଷ ଫେବୃୟାରୀ ମାସରୁ ସୀତାପୁର ଜେଲରେ ଅଛନ୍ତି। ଅବୈଧ ଭାବେ ଜମି ଦଖଲ…

Read More

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଉତ୍ତେଜନା ସହିତ ଆରମ୍ଭ ହୋଇଥିଲା। ସୋମବାର ଲୋକସଭାରେ କଂଗ୍ରେସ, ଟିଏମସି, ବିଏସପି ଏବଂ ଅକାଳି ଦଳର ସାଂସଦମାନେ ମୁଦ୍ରାସ୍ଫୀତି, କୃଷକଙ୍କ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଗୃହ ମଧ୍ୟରେ ପହଞ୍ଚିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ସରକାରଙ୍କ ନୂତନ ମନ୍ତ୍ରୀମାନଙ୍କୁ ପରିଚିତ କରାଇ ପାରି ନ ଥିଲେ। ଉତ୍ତେଜନା ଯୋଗୁଁ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଲୋକସଭାରେ ମନ୍ତ୍ରୀଙ୍କ ପରିଚୟ ସମୟରେ ହୋହାଲ୍ଲାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଯେଉଁ ମହିଳାମାନେ ଏହି ଗୃହରେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ପରିଚିତ କରାଉଛି। କିନ୍ତୁ କିଛି ଲୋକ ଏନେଇ ବହୁ କଷ୍ଟ ଅନୁଭବ କରୁଛନ୍ତି। ଏହା କ’ଣ ମହିଳା ବିରୋଧୀ ମାନସିକତା? ଦୀର୍ଘ ସମୟ ପରେ ସଂସଦର ଏହି ଅଧିବେଶନରେ ବିରୋଧୀ ମୁଦ୍ରାସ୍ଫୀତି, କରୋନା ମହାମାରୀ, କୃଷକ ଆନ୍ଦୋଳନ ଭଳି ପ୍ରସଙ୍ଗରେ ସରକାରଙ୍କୁ…

Read More

ନୂଆଦିଲ୍ଲୀ: ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ୭ ୱିକେଟରେ ଜିତିନେଇଛି। ଟିମ ଇଣ୍ଡିଆର ଏହି ବିଜୟରେ ଅଧିନାୟକ ଶିଖରଙ୍କ ମୁଖ୍ୟ ଭୂମିକା ଥିଲା। ସେ ଏହି ମ୍ୟାଚରେ ୮୬ ରନର ଅପରାଜିତ ପାଳି ଖେଳିଥିଲେ। ଏହି ପାଳିରେ ଧୱନ ଅନେକ ରେକର୍ଡ ତାଙ୍କ ନାମରେ ପ୍ରତିଷ୍ଠା କରିଥିଲେ। ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଧୱନ ଦ୍ରୁତ ୬୦୦୦ ରନ ପୂରଣ କରିବାରେ ଭାରତର ଦ୍ଵିତୀୟ ବ୍ୟାଟ୍ସମ୍ୟାନ ଭାବେ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହାସହିତ ୬୦୦୦ ରନ ପୂରଣ କରିବାରେ ସେ ଦଶମ ଭାରତୀୟ ଖେଳାଳି ଭାବେ ତାଲିକାରେ ସାମିଲ ହୋଇଛନ୍ତି। ଏହି ମ୍ୟାଚରେ ୨୩ ରନ ପୂରଣ କରିବା ପରେ ସୌରଭ ଗାଙ୍ଗୁଲିଙ୍କୁ ଧୱନ ପଛରେ ପକାଇଦେଇଛନ୍ତି। ୧୪୦ ଟି ମ୍ୟାଚରେ ଧୱନ ୬୦୦୦ ରନ ପୂରଣ କରିଥିବା ବେଳେ ଗାଙ୍ଗୁଲି ୧୪୭ ଟି ପାଳିରେ ଏହି କାରନାମା କରିଥିଲେ। ଏହି ତାଲିକାରେ ବିରାଟ…

Read More

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶୋପିୟା ଜିଲ୍ଲାରେ ଲସ୍କର-ଏ-ତୋଏବା ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ ମୃତ୍ୟୁମୁଖରେ ପହଞ୍ଚାଇ ଦେଇଛନ୍ତି। ସୁରକ୍ଷାବାହିନୀଙ୍କୁ ଏହା ଏକ ବଡ ସଫଳତା ମିଳିଛି। ସୂଚନା ମୁତାବକ, ସନ୍ଦିଗ୍ଧ ଆତଙ୍କିଙ୍କ ଖବର ପାଇ ସୁରକ୍ଷା ବାହିନୀ ତଦନ୍ତ ଅଭିଯାନଙ୍କୁ କଡାକଡି କରିଥିଲା। ଏହି ସମୟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଫଳରେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ କିଛି ଆତଙ୍କବାଦୀ ଲୁଚି ଥିବା ସନ୍ଦେହରେ ସେହି ଅଞ୍ଚଳକୁ ଆହୁରି ତଦନ୍ତ କରାଯାଉଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ସଟ୍ ଡାଉନ୍ ରେ ଲୋକେ ଘରେ ରହୁଥିବା ବେଳେ ଜୁଆଡି ବେଧଡକ ଭାବେ ଜୁଆ ଖେଳୁଥିବା ଦେଖାଯାଉଛି। ଜୁଆଡିମାନଙ୍କୁ ନା ରହୁଛି କରୋନା ମହାମାରୀର ଚିନ୍ତା ନା ପରିବାର ଚଳାଇବାର ସେମାନଙ୍କ ପାଖେ ନୈତିକ ଦାୟିତ୍ୱ ରହିଛି। ଜୁଆଡିମାନେ ବାରମ୍ବାର ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିଲେ ବି ସେଥିପ୍ରତି ନିଘା ନାହିଁ। ତେଣୁ ସେହି ଜୁଆଡିମାନଙ୍କ ଉପରେ ପୋଲିସ କଡା ନଜର ରଖୁଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରୁଛି। ହେଲେ ଏଭଳି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସେମାନେ ଆଦୌ ପ୍ରୟାସ କରୁନାହାନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଆଡ୍ଡା ଚାଲୁଥିବା ଦେଖାଯାଉଛି। ପୋଲିସ ବାରମ୍ବାର ସେହି ଜୁଆ ଆଡ୍ଡା ଉପରେ ଚଢାଉ କରି ଏହି ମହାମାରୀ ସମୟରେ ଅନେକ ଜୁଆଡିଙ୍କୁ ଗିରଫ କରୁଛି। ଜୁଆ ଖେଳ ଚାଲିଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୁଆଡିମାନଙ୍କୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜାତୀୟ ରାଜପଥ-୨୬ କୁ ଚୋରା ବେପାରୀ ସୁଗମ୍ୟ ପଥ ବୋଲି ବିବେଚନା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ ଦ୍ୱାରା ଶାଢୀ ପାକେଟ ଭିତରେ ଗଂଜେଇ ଚାଲାଣ କରୁଥିବା ଅବସ୍ଥାରେ ଜବତ କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଗଂଜେଇକୁ ପଲିଥିନ ପାକେଟ କରାଯାଇ ଶାଢୀ ଭିତରେ ପ୍ୟାକିଂ କରାଯାଇ ଶାଢୀ ବେପାର କରୁଥିବା ଭ୍ରମ ସୃଷ୍ଟି କରିବା ଶୈଳୀରେ ୧୬୬ କେଜି ୩୧୪ ଗ୍ରାମ ଗଂଜେଇ ବିହାରର ଛାପ୍ରା ଜିଲ୍ଲାକୁ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଜବତ କରିଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକଙ୍କ ସୂତ୍ରରୁ ପ୍ରକାଶ। ଏସଂପର୍କରେ କେସିଙ୍ଗା ଥାନା କେଶନଂ.୨୬୭ ତା.୧୭.୦୭.୨୦୨୧ ଏନଡିପିଏସ ଆଇନ ଧାରା ୨୦ (ବି) (ସି) ରେ ଏକ ମାମଲା ରୁଜ୍ଜୁ କରାଯାଇ ସଂପୃକ୍ତ ବୋଲେରୋ ଜେଏଚ ୦୫-ଏକ୍ସ ୬୨୬୩ ସମେତ ଚୋରା ଚାଲଣକାରୀ ଅଭିଯୁକ୍ତ ବିହାର ଶରନ ଜିଲ୍ଲାର ମହମ୍ମଦ ଟିପୁ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୧୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୯୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୧ ଲକ୍ଷ ୪୪ ହଜାର ୨୨୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୪ ହଜାର ୧୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୮ ହଜାର ୪୫୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୨୧ ହଜାର ୬୬୫ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୧୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, କଟକ, ପୁରୀ, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୦ ହଜାର ୪୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୦୫୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୬୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୩୩୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩୦ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ମେଷ ରାଶି-ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଆରାମ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ କରିବ। ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ଚାଲିବ। ବୃଷ ରାଶି- ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ରୋଜଗାର ବୃଦ୍ଧି ପାଇବ। ଚାକିରିରେ ଅଧିକାର ବଢିପାରେ। ଅର୍ଥନୈତିକ କାର୍ଯ୍ୟରେ ସଫଳତା ପାଇ ଆପଣ ଖୁସି ହେବେ। ସୁଖୀ ଭବିଷ୍ୟତର ସ୍ୱପ୍ନ ସାକାର ହେବ। ଧାରଣା ସକରାତ୍ମକତା ବୃଦ୍ଧି କରିବ। ବିପଦ କାର୍ଯ୍ୟକୁ ସାହସ କର ନାହିଁ। ବ୍ୟବସାୟରେ ଇଚ୍ଛାଯୁକ୍ତ ଲାଭ ହେବ। ମିଥୁନ ରାଶି-ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ବ୍ୟବସାୟ ଭଲ କରିବ। ଆପଣ ଭଲ ଲୋକଙ୍କୁ ଭେଟିବ ଯେଉଁମାନେ ଉପକାରକାରୀ ହେବେ। ଯୋଜନା ସଫଳ ହେବ। ଚାକିରିରେ ପଦୋନ୍ନତି ଅଛି। ଅଳସୁଆରୁ ଦୂରେଇ ରୁହନ୍ତୁ। ପରିବାର ଲୋକେ ସାହାଯ୍ୟ କରିବେ।…

Read More