ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ତାଳତୁମ୍ବ ଗ୍ରାମରେ ପରିବେଶ ସୁରକ୍ଷା ପାଇଁ ଏକ ନିଆରା ବିଭାଘର ଦେଖିବାକୁ ମିଳିଛି। ଦୁଇ ଔଷଧୀୟ ବୃକ୍ଷ ଅଶ୍ୱତ୍ଥ ଓ ବର ମଧ୍ୟରେ ଏକ ନିଆରା ବିଭାଘର ଦେଖିବାକୁ ମିଳିଛି। ଉକ୍ତ ଦୁଇ ବୃକ୍ଷ ବାୟୁମଣ୍ଡଳକୁ ଅଧିକ ଅମ୍ଲଜାନ ଯୋଗାଉ ଥିବାରୁ ଓ କରୋନାର ପ୍ରକୋପକୁ ପ୍ରତିହତ କରିବା ପାଇଁ ଏହି ଅଭିନବ ପ୍ରକ୍ରିୟା ହୋଇଥିଲା। ଗ୍ରାମର ସନାତନ ମହାପାତ୍ର, ପତ୍ନୀ ରମାମଣି ମହାପାତ୍ର, ପ୍ରଦୀପ ବାରିକ ଓ ପତ୍ନୀ ସୂର୍ଯ୍ୟକାନ୍ତି ବାରିକ ଉଭୟ ବୃକ୍ଷଙ୍କ ପିତାମାତା ସାଜି ଏହି ମହନୀୟ କାର୍ଯ୍ୟ ତୁଲାଇଛନ୍ତି। ପୁରୋହିତ ମନ୍ତ୍ରପାଠ କରିବା ସହିତ ଚତୁର୍ଦ୍ଦିଗରେ ଅଧ୍ୟାମିôକ ବାତାବରଣ ସୃଷ୍ଟି ହୋଇଥିଲା। ଏହା ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହିତ ନାରାୟଣ ଓ ଳକ୍ଷ୍ମୀ ସାରା ବିଶ୍ୱାବାସୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା ବୋଲି ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ, ସମାଜସେବୀ ନାରାୟଣ ଖୁଣ୍ଟିଆ ଏକ ପ୍ରେସ୍ ବାର୍ତ୍ତାରେ…
Author: Samikhsya Bureau
ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍) ପକ୍ଷରୁ ୩୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍ ଲିମିଟେଡ୍ର ୪୦.୯୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଏଥିନେଇ ଆର୍ଆର୍ଭିଏଲ୍, ଜଷ୍ଟ୍ ଡାଏଲ୍ ଲିମିଟେଡ୍ ଓ ଭିଏସ୍ଏସ୍ ମନିଙ୍କ ତରଫରୁ ଏକ ନିର୍ଦିଷ୍ଟ ଚୁକ୍ତି କାର୍ଯ୍ୟକାରୀ କରାଯାଇଛି । ସେହି ଚୁକ୍ତି ଅନୁଯାୟୀ ସେୟାର ପିଛା ୧୦୨୨.୨୫ ଟଙ୍କା ମୂଲ୍ୟରେ ୨.୧୨ କୋଟି ଇକ୍ୱିଟି ସେୟାରର ଅଗ୍ରାଧିକାର ଆବଂଟନ (ପ୍ରିଫରେନ୍ସିଆଲ ଆଲଟମେଂଟ୍) କରାଯି । ଭିଏସ୍ଏସ୍ ମଣିଙ୍କ ଠାରୁ ସେୟାର ପିଛା ୧୦୨୦ ଟଙ୍କା ମୂଲ୍ୟରେ ଆର୍ଆର୍ଭିଏଲ୍ ୧.୩୧ କୋଟି ସେୟାର (୧୫.୬୨%) ଅଧିଗ୍ରହଣ କରିବ। ସେବିର ଅଧିଗ୍ରହଣ ନିୟମ ଅନୁସାରେ ଜଷ୍ଟ୍ ଡାଏଲ୍ର ୨.୧୭ କୋଟି ଇକ୍ୱିଟି ସେୟାରକୁ (୨୬%) ଅଧିଗ୍ରହଣ କରିବା ଲାଗି ଆର୍ଆର୍ଭିଏଲ୍ ତରଫରୁ ସାର୍ବଜନୀନ ଅଂଶଧନକାରୀ (ପବ୍ଲିକ୍ ସେୟାରହୋଲ୍ଡର)ମାନଙ୍କ ପାଇଁ ସାର୍ବଜନୀନ ଘୋଷଣା କରାଯିବ। ଅଧିଗ୍ରହଣ ପରବର୍ତୀ ଅଭିବୃଦ୍ଧି ପର୍ଯ୍ୟାୟ ଲାଗି ଭିଏସ୍ଏସ୍…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪ ହଜାର ୯୯୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବରଗଡ ଜିଲ୍ଲାରୁ ୪ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଗଜପତି, ଯାଜପୁର, କଳାହାଣ୍ଡି, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯…
ସୀତାରାମ ଅଗ୍ରୱାଲ ଚିଲିକା: ପାରିବାରିକ କଳହ ଯୋଗୁଁ ମଧ୍ୟ ରାତ୍ରରେ ଘରୁ ବାହାରି ଶ୍ୱଶୁର ଘରକୁ ଯାଉଥିବା ବେଳେ ଦମ୍ପତିଙ୍କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି। ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ଷଣ୍ଢ ଛକ ନିକଟରେ ଦମ୍ପତିଙ୍କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଜଙ୍କିଆ ଥାନା ଗୋଳବାଇ ଗ୍ରାମର ସୁଶାନ୍ତ କୁମାର ସାହୁ(୩୮) ଗତ କିଛି ଦିନ ତଳେ ଟାଙ୍ଗୀ ଥାନା ନଇରୀ ଗ୍ରାମର ଛବି ସାହୁ(୧୮) ଙ୍କୁ ବିବାହ କରିଥିଲେ। ସୁଶାନ୍ତ ସାହୁଙ୍କର ଏହା ଥିଲା ଦ୍ୱୀତିୟ ବିବାହ। ପ୍ରଥମ ସ୍ତ୍ରୀ ମରିଯିବାରୁ ସେ ପୁଣି ଥରେ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହକୁ କେନ୍ଦ୍ର କରି ସୁଶାନ୍ତଙ୍କ ଭାଇମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଆସୁଥିଲା। ଗତ କାଲି ରାତିରେ ସୁଶାନ୍ତଙ୍କ ଭାଇମାନେ ପୁଣି ଥରେ ସୁଶାନ୍ତ ଓ ତାଙ୍କ ପତ୍ନୀ ଛବି ସାହୁଙ୍କ ସହ ଗଣ୍ଡଗୋଳ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୦ ଲକ୍ଷ ୬୪ ହଜାର ୯୦୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୩ ହଜାର ୯୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨ ଲକ୍ଷ ୨୨ ହଜାର ୭୯୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୨୪ ହଜାର ୪୨୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୯୨୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୫ ହଜାର ୫୨୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୯୨୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୧୦ ଜଣ, କଟକ ଜିଲ୍ଲାରୁ ୩୦୮ ଜଣ, ଅନୁଗୁଳ ଜିଲ୍ଲାରୁ…
ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ। ଅପରାହ୍ନ 5ଟା 30 ମିନଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁୟାଲ ମାଧ୍ୟମରେ ଏହି ବୈଠକ ହେବ। ଯେଉଁ ମନ୍ତ୍ରୀମାନେ ଜିଲ୍ଲାରେ ଅଛନ୍ତି ସେମାନେ ଜିଲ୍ଲା କାର୍ଯ୍ୟାଳୟରେ ଭିସିରେ ରହିବେ। ତେବେ ଏହି ବୈଠକରେ 12ଟି ଆଜେଣ୍ଡା ଅଛି ବୋଲି ଜଣାପଡିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରେ ଗ୍ରାମାଞ୍ଚଳ ଉନ୍ନତି ଉପରେ କିଛି ନିଷ୍ପତି ହେବ ବୋଲି ଜଣାପଡିଛି। ତେବେ ଏ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।
ଭୁବନେଶ୍ବର, ଗତକାଲି ମା ଲକ୍ଷ୍ମୀ ରାଗରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଇଥିଲେ। ସେଠାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଲେ। ଏହାପରେ ରାଗ ଶାନ୍ତ କରିବା ପାଇଁ କାଲି ରାତିରେ ଜଗନ୍ନାଥ ମା ଲକ୍ଷ୍ମୀଙ୍କ ଭେଟ ହୋଇଥିଲା। ଏହା ଥିଲା ଗତକାଲି ହେରା ପଞ୍ଚମୀର ରୀତି ନିତି। କଥିତ ଅଛି ପ୍ରଭୃ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଚାଲିଆସିଲେ। ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିଲେ ନାହିଁ। ଏହି ରାଗରେ ମା ଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ଭାଙ୍ଗିବା ପରଂପରା ରହିଛି।
କଟକ, ଓଡିଶା ପୋଲିସର ବାହାରିଥିବା ୪୪୭ଟି ସବ ଇନସ୍ପେକ୍ଟର ପଦବୀ ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ଦିନ। ସମସ୍ତ ଆବେଦନକୁ ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡିଛି ଯେ ମୋଟ ୧ ଲକ୍ଷ ୩୨ ହଜାର ୪୯୫ ଜଣ ଆବେଦନ କରିଛନ୍ତି। ତେବେ ଏହି ଆବେଦନ ପକ୍ରିୟାରେ ପ୍ରଥମ ଥର ପାଇଁ ୨୬ ଜଣ କିନ୍ନର ଆବେଦନ କରିଛନ୍ତି। ଏଥର ପୋଲିସର ଏହି ପଦବୀ ପାଇଁ ପୁରୁଷ ମହିଳା ସହିତ ଅନ୍ୟାନ୍ୟ ବର୍ଗ ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ସେହି ହିସାବରେ ଏଥର ପ୍ରଥମ ଥର ପାଇଁ କିନ୍ନରମାନେ ଆବେଦନ କରିଛନ୍ତି।
ମେଷ: – ଆଜି ଆପଣଙ୍କ ପାଇଁ ଏକ ଖୁସି ଏବଂ ଚମତ୍କାର ଦିନ ହେବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ବିଷୟରେ ସଚେତନ ରୁହନ୍ତୁ । ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ ଏବଂ ବୁଝାମଣା କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ । ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆଚରଣକୁ ସକାରାତ୍ମକ ରଖନ୍ତୁ । ଶୀଘ୍ର ସଫଳତାର ଦ୍ୱାର ଖୋଲିବ । ତୁମର ରହସ୍ୟକୁ ତୁମର ବିରୋଧୀଙ୍କୁ କୁହ ନାହିଁ । ଆର୍ଥିକ ଦୃଷ୍ଟିରୁ ଉନ୍ନତି ହେବ । ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ କାର୍ଯ୍ୟରେ ଦ୍ୱିଧା କର ନାହିଁ । ସନ୍ଧ୍ୟାରେ ଏକ ପୁରୁଣା ବନ୍ଧୁଙ୍କୁ ଭେଟିବା ସମ୍ଭବ । ବୃଷ: – ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି । ପରିବାରରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ନୂତନ ଗ୍ରାହକଙ୍କ ସହ…
ଭୁବନେଶ୍ଵର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ। ସୋଆ ଭାବେ ପରିଚିତ ଏହି ଡିମ୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି । ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଦେଶ ତଥା ବିଦେଶରୁ ୧୨୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ସଂସଦ ଅଧିବେଶନ ଆରମ୍ଭ ହେବ ପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ମାମଲା ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ଶରଦ ପାୱାର ଏବଂ ଏକେ ଆଣ୍ଟୋନୀ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି। ଏନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଚୀନ ମାମଲାରେ ସେହି ଦୁଇ ନେତାଙ୍କୁ ଚୀନ ମାମଲାରେ ସୂଚନା ଦେଇଛନ୍ତି। ଏହି ବୈଠକରେ ସିଡିଏସ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ସାମିଲ ଥିଲେ। ସଂସଦ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବରିଷ୍ଠ ନେତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଏଭଳି ଆଲୋଚନା ଏକ ସାଧାରଣ ଶିଷ୍ଟାଚାର ବୋଲି କୁହାଯାଉଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି। ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର ଗନ୍ଧ ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜଳ ସାରସ୍ବତ ପ୍ରତିଭାର ପ୍ରତିଶୃତି ବହନ କରୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୨୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୧୯୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୨୪୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୯୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୩୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୦, କଟକରୁ ୪୫୦, ପୁରୀରୁ ୧୫୦, ବାଲେଶ୍ବରରୁ ୧୪୯, ମୟୂରଭଞ୍ଜରୁ ୧୨୨, ଜଗତସିଂହପୁରରୁ ୯୬, ଭଦ୍ରକରୁ ୯୩, ନୟାଗଡରୁ ୭୨, କେନ୍ଦୁଝରରୁ ୬୦, ଅନୁଗୁଳରୁ ୫୮, ସୁନ୍ଦରଗଡରୁ ୫୭, କେନ୍ଦ୍ରାପଡାରୁ ୫୬, ଢେଙ୍କାନାଳରୁ ୪୮, କୋରାପୁଟରୁ ୪୨, ରାୟଗଡାରୁ ୩୮, ମାଲକାନାଗିରିରୁ ୩୪, ସମ୍ବଲପୁରରୁ ୨୪, କନ୍ଧମାଳରୁ ୨୩, ସୋନପୁରରୁ ୧୨, ବୌଦ୍ଧରୁ ୧୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୮, ଗଞ୍ଜାମରୁ ୬, ନବରଙ୍ଗପୁରରୁ ୫, ଦେବଗଡରୁ ୪, ବରଗଡରୁ ୩, ଗଜପତିରୁ ୩, ବଲାଙ୍ଗୀରିରୁ ୨, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୨୫ ହଜାର…
ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁରେ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୋଲିସର ସୂଚନା ମୁତାବକ, ଟ୍ରେନିଂ ଏକାଡେମୀର ହେଲିକ୍ୟାପ୍ଟରରେ ଜଣେ ମହିଳାଙ୍କ ସମେତ ଦୁଇଜଣ ପାଇଲଟ ଥିଲେ। ଟ୍ରେନିଂ ଚାଲିଥିବା ବେଳେ ହେଲିକ୍ୟାପ୍ଟରଟି କୌଣସି ଏକ କାରଣବଶତଃ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ଜଣେ ଆହତ ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୭୦୦ ଲୋକଙ୍କୁ କେବଳ ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୧୦୦ ଡୋଜ ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୨୦୦ ଡୋଜ ୨ – ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୩- ଜରିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ଟୀକାକରଣ…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଅଙ୍ଗାବିରା ଗ୍ରାମରେ ଜନୈକ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଥିବା ଜଣା ପଡିଛି। ଖବରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଅଙ୍ଗାବିରା ଗ୍ରାମର ରାଜା ସ୍ୱାଇଁ ନାମକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା କରି ତାକୁ ପୁଣି ରେଢାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଥିବା ଜଣା ପଡିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଅତ୍ୟାବଶ୍ୟକୀ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ/ସହରାଞ୍ଚଳରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନମଣ୍ଡଳୀର ସଂଗଠକ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଘଣ୍ଟ ବାଡେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ଓଡିଶାର ପୂର୍ବତନ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଯୋଗଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଲାଗି ସୁରେଶ ରାଉତରାୟ ଏବଂ ପ୍ରଦୀପ କୁମାର ସ୍ୱାଇଁ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ।…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସହରର ଦେହୁରିସାହିରେ ଜଣେ ଯୁବକ ଗତକାଲି ରାତିରେ ବେକରେ ରଶିଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା ଗୋଗୁଆ ପଂଚାୟତ ମଙ୍ଗଳପୁର ଗ୍ରାମର ମୁଟୁ ସାହୁଙ୍କ ପୁଅ ପପୁନ୍ ସାହୁ (୨୧) ରେଢାଖୋଲ ଦେହୁରିସାହିରେ ଭଡା ଘରେ ରହୁଥିଲେ। ସେ ଜିଓ କଂପାନୀରେ କାମ କରୁଥିଲେ। ଗତକାଲି ରାତିରେ ସେ ଆତ୍ମ ହତ୍ୟା କରିଥିବା ପୋଲିସକୁ ସୂଚନା ମିଳିଥିଲା। ରାତି ସାରା ପୋଲିସ୍ ଜଗି ରହିଥିଲା। ଖବର ଲେଖା ହେବା (ପୂର୍ବାହ୍ନ ୧୧.୫୩ )ପର୍ଯ୍ୟନ୍ତ ଶବକୁ ଜବତ କରିପାରି ନ ଥିଲା ପୋଲିସ୍। ସାଇନ୍ଟିଫିକ୍ ଟିମ୍ ଓ ମାଜିଷ୍ଟେଟ୍ ଆସିଲା ପରେ ଏହାର ତଦନ୍ତ କରାଯାଇ ଶବକୁ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ କରାଯିବ ବୋଲି ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ପରିବାର ଲୋକେ ପୁଅକୁ ହତ୍ୟା କରାଯାଇ ବେକରେ ରଶି ଲଗାଇ…

