ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ଏକ ସପ୍ତାହର ବିରତି ପରେ ଆସନ୍ତାକାଲି ପୁଣି ଥରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୯୦୦ ଲୋକଙ୍କୁ କେବଳ ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିଲିକା: ୪୫ ବର୍ଷରୁ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ୧ ତାରିଖ ଯାଏଁ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରାଯାଇଛି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲା: ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା । କଣ ରହିବ ବନ୍ଦ ଓ ଖୋଲା:…
ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମର ଚିନ୍ତା ବଢାଇଲା ଭଳି ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଦୁଇ ଜଣ ଖେଳାଳି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ହେଲେ ଯେଉଁ ଦୁଇଜଣ ଖେଳାଳି କରୋନା ଚିହ୍ନଟ ହୋଇଛନ୍ତି, ଏବେ ସେମାନେ ସୁସ୍ଥ ଅଛନ୍ତି। ଏହି ଦୁଇ ଖେଳାଳି ପୃଥକବାସରେ ରହିଛନ୍ତି। ସୂଚନା ମୁତାବକ, ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କରୋନା ପଜେଟିଭ ହୋଇଥିଲେ। ଏହି ଦୁଇ ଖେଳାଳିଙ୍କୁ ସର୍ଦ୍ଦି କାଶ ଭଳି ଲକ୍ଷଣ ଦେଖାଯାଇଥିଲା। ତେଣୁ ସେମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା। ସେହି ଦୁଇଜଣଙ୍କ ମଧ୍ୟରୁ ଜଣେ ଖେଳାଳି ଏବେ ନେଗେଟିଭ ହୋଇଛନ୍ତି। ବର୍ତ୍ତମାନ ଅନ୍ୟ ଖେଳାଳିଙ୍କୁ ମଧ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ୧୮ ତାରିଖ ପରେ ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା କରାଯିବ ବୋଲି କୁହାଯାଉଛି। କାରଣ ୧୮ ଜୁଲାଇକୁ ଖେଳାଳିମାନଙ୍କ ଆଇସୋଲେସନରେ ରହିବାର ଦଶମ ଦିନ ହେବ।
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗିରହିଛି। ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମନାନ୍ତର ଜାରି ରହିଛି। ହେଲେ ଏହା ଭିତରେ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଏକ ବଡ ବୟାନ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ମନାନ୍ତର ଶେଷ କରିବା ପାଇଁ ଏକ ନୂଆ ସୂତ୍ର ବାହାର କରିଛନ୍ତି। କ୍ୟାପଟେନ ଅମରୀନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଜାରି ରଖିବେ ଏବଂ ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ। ଏହାସହିତ ଦୁଇଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତି ପାଇବେ। ସେମାନେ ହିନ୍ଦୁ ଆଉ ଦଳିତ ସମ୍ପ୍ରଦାୟର ହୋଇଥିବେ। ଏହାକୁ ନେଇ ଖୁବଶୀଘ୍ର ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯିବ।
ଭଉବନେଶ୍ବର, ରାଜ୍ୟରେ ଯେଉଁ କରୋନା କଟକଣା ଲାଗୁ କରାଯାଇଛି ତାହାର ଅବଧି ଆସନ୍ତାକାଲି ଶେଷ ହେଉଛି। ସେ ନେଇ ଆଜି ଦିନ 2 ଟା 30 ମନିଟରେ ମୁଖ୍ୟ ଶାସନ ସଚିବ ବିଶେଷ ସୂଚନା ଦେବେ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ କେତେକ ଜିଲ୍ଲାରେ ଉନ୍ନତି ପରିଲକ୍ଷିତ ହୋଇ ନାହିଁ। ମୁଖ୍ୟତଃ ଖୋର୍ଦ୍ଧା, କଟକ ଜିଲ୍ଲାରେ ଏହି ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହେଉ ନାହିଁ। ସେଥିପାଇଁ ଏହି ଦୁଇ ଜିଲ୍ଲାରେ ପୁଣି କଟକଣା ବଢିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୮୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୮୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୯ ଲକ୍ଷ ୮୭ ହଜାର ୮୮୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୯୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩୨ ହଜାର ୪୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଦେଶରେ ଯେପରି ହୁହୁ ହୋଇ ତେଳ ଦର ବଢିଚାଲିଛି ସେଥିରେ ସାଧାରଣ ଖାଉଟି ହନ୍ତସନ୍ତ ହେବାରେ ଲାଗିଛନ୍ତି। ଏହାର ପ୍ରତିବାଦ କରି ଆଜି ବିଭିନ୍ନ ବାମଦଳ ତରଫରୁ 6 ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିଛି। ଆଜି ସକାଳୁ କର୍ମିମାନେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପତାକା ଧରି ବିକ୍ଷୋଭ କରିଛନ୍ତି। ବିଶେଷ କରି କେନ୍ଦ୍ରସରକାରଙ୍କ ବିଭିନ୍ନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶ କରାଯାଇଛି। ଭୁବନେଶ୍ବରର ମାଷ୍ଟରକ୍ୟାଟିନ ଛକ ସହିତ ଚନ୍ଦ୍ରଶେଖରପୁର ଆଇଓସିଏଲ ଅଫିସ ଆଗରେ ମଧ୍ୟ ବିକ୍ଷୋଭ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ମଧ୍ୟ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୮୬୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ବାଲେଶ୍ଵର ଜିଲ୍ଲାରୁ ୮ ଜଣ ଏବଂ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୦ ହଜାର ୬୪୬ ଜଣ। ରାଜ୍ୟରେ ଏବେ…
ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଆରମ୍ଭ ହେବ ବିରଳ ଏକମୋ ଚିକିତ୍ସା। ଭୁବନେଶ୍ବରର ଏମସ ହସପିଟାଲରେ ଏହା ଆରମ୍ଭ ହେବ। ଆଜି ଏମସର ପ୍ରତିଷ୍ଠା ଦିବସରେ ଏହି ଭିନ୍ନ ଚିକିତ୍ସା କରାଯିବ ବୋଲି ଏମସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। 15 ଦିନ ତଳେ ଏମସକୁ ଆସିଥିବା ଏହି ଏକମୋ ମେସିନ ବର୍ତ୍ତମାନ ଚିକିତ୍ସା ପାଇଁ ନିୟୋଜିତ କରାଯିବ। ରାଜ୍ୟରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା। ଫଳରେ ଏହି ଚିକିତ୍ସା ବ୍ୟୟ ବହୁଳ ହୋଇପଡୁଥିଲା। ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଚିକିତ୍ସାର ଗୁରୁତ୍ବ ବଢିଯାଇଛି। ଖୁବ ଶିଘ୍ର ରାଜ୍ୟ ସରକାର ଆଉ 15ଟି ଏକମୋ ମେସିନ ଆଣିବେ ବୋଲି ଘୋଷଣା କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୮୯୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୦ ହଜାର ୬୪୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ ହଜାର ୨୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୫୮ ଜଣ, କଟକ ଜିଲ୍ଲାରୁ ୩୨୩ ଜଣ, ଅନୁଗୁଳ ଜିଲ୍ଲାରୁ…
ମେଷ: – ଆଜି, ଯଦି ଆପଣ ଫଳାଫଳ ବିଷୟରେ ଚିନ୍ତା ନକରି କଠିନ ପରିଶ୍ରମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅନାବଶ୍ୟକ ଆର୍ଥିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପ୍ରତିବନ୍ଧକ ହଟିଯିବ । ପରିବାର ସଦସ୍ୟଙ୍କ ସହ ତୀବ୍ର ଯୁକ୍ତିତର୍କ ହେତୁ ମନ ଦୁଃଖୀ ହୋଇପାରେ । ତୁମେ ତୁମର ପ୍ରିୟଙ୍କ ସହିତ ସମୟ ବିତାଇବା ଆବଶ୍ୟକ, ଯାହାଫଳରେ ତୁମେ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିପାରିବେ ଏବଂ ବୁଝିପାରିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ବୌଦ୍ଧିକ ଆଲୋଚନା ଠାରୁ ଦୂରରେ ରୁହନ୍ତୁ । ଆଜି ଟଙ୍କା ସହ ଜଡିତ କୈଣସି ବଡ ନିଷ୍ପତ୍ତି ନିଅ ନାହିଁ । ଦିନଟି ପରିବାର ସଦସ୍ୟଙ୍କ ସହିତ ହସ, ଥଟ୍ଟା ଏବଂ ଆନନ୍ଦରେ ବିତାଇପାରେ । ବୃଷ: – ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ତୁମର ଖାଦ୍ୟର ବିଶେଷ…
ନୂଆଦିଲ୍ଲୀ, ନୂଆ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଆଜି ରାତି 12 ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିଛନ୍ତି। ବିଶେଷ କରି ଓଡିଶାର 25ଟି ରେଳ ପ୍ରକଳ୍ପ ଉପରେ ଏହି ସମୀକ୍ଷା ବୈଠକ କରିଥିଲେ। ଆଜି ବିଭାଗୀୟ ଅଧିକାରୀଙ୍କୁ ଓଡିଶାର ରେଳ ପ୍ରକଳ୍ପର ସ୍ଥିତି ବିଷୟରେ ଅବଗତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଅଧିକାରୀମାନେ ସମସ୍ତ ରେକର୍ଡ ନେଇ ତାଙ୍କ ଅଫିସରେ ହାଜର ହୋଇଥିଲେ। ତେବେ ଏହି ସମୀକ୍ଷା ଶେଷ ହେବା ବେଳକୁ ରାତି 12 ବାଜି ଯାଇଥିଲା।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ରିୟାନ୍ୱୟନ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଅଧୀନରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସାମିଲ ରହିଛି । ଭାରତ ସରକାରଙ୍କ ଏହିସବୁ ଯୋଜନାଗୁଡ଼ିକର କେତେକ ବ୍ୟବସ୍ଥାକୁ ସଂଶୋଧନ କରାଯାଇଛି ଓ ସେଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ଏହି ପଦକ୍ଷେପ ଆଗାମୀ ପାଞ୍ଚବର୍ଷ ନିମନ୍ତେ ଜାରି ରହିବ ଯାହା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆରମ୍ଭ କରାଯିବ । ଏହି ମଂଜୁରୀ ଏଇଥିପାଇଁ ପ୍ରଦାନ କରାଯାଇଛି , ଯଦ୍ୱାରା ପ୍ରାଣୀଧନ କ୍ଷେତ୍ରର ବିକାଶକୁ ଅଧିକ ପ୍ରୋତ୍ସାହନ ମିଳିପାରିବ ଯେଉଁ କାରଣ ଯୋଗୁ ପଶୁପାଳନ କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଦେଶର ପ୍ରାୟ ୧୦ କୋଟି କୃଷକଙ୍କୁ ଫାଇଦା ମିଳିପାରିବ । ଏହି ପ୍ୟାକେଜ୍ ଅଧୀନରେ କେନ୍ଦ୍ର ସରକାର ଆଗାମୀ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫୪,୬୧୮ କୋଟି ଟଙ୍କାର ମୋଟ…
ଭୁବନେଶ୍ବର, ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଆଶାଥିଲା ପେଟ୍ରୋଲିୟମ ଆଉ ଇସ୍ପାତ ବିଭାଗ ଯାଉ ପଛେ ରାଜ୍ୟସଭାରେ ବିଜେପି ସଂସଦୀୟ ନେତା ପଦ ମିଳୁ। ହେଲେ ସେଥିରେ ମଧ୍ୟ ତାଙ୍କୁ ହତାସ ହେବାକୁ ପଡିଛି। ଆଜି ପୀୟୁଶ ଗୋଏଲଙ୍କୁ ବିଜେପି ଏହି ପଦ ପାଇଁ ମନୋନିତ କରିଛି। ତେବେ ଧର୍ମେନ୍ଦ୍ର କଣ ପାଇବେ ଆଉ ନ ପାଇବେ ତାହା ବଡ କଥା ନୁହେଁ। ବଡକଥା ହେଲା ଯେଉଁ ଗଣମାଧ୍ୟମ ତାଙ୍କୁ ମୋଦି ବେଶ ଗୁରୁ ଦାୟିତ୍ବ ଦେଇଛନ୍ତି ଏବଂ ଆଉ ଦେବେ ବୋଲି ପ୍ରଚାର କରୁଥିଲେ ସେମାନେ ଏବେ କହିବେ କଣ ? ଧର୍ମେନ୍ଦ୍ରଙ୍କୁ ଯେତେବେଳେ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗରୁ ବାହାର କରି ଶିକ୍ଷା ମନ୍ତ୍ରୀ କରାଗଲା ସେତେେବଳେ ଏହି ଗଣମାଧ୍ୟମଗୁଡିକର ପ୍ରଚାର ଥିଲା ଭିନ୍ନ। ଏମାନେ ଧର୍ମେନ୍ଦ୍ରଙ୍କୁ ମୋଦି ବେଶ ଗୁରୁତ୍ବ ଦେଇଛନ୍ତି ବୋଲି ପ୍ରଚାର କରିଥିଲେ। ଶିକ୍ଷା ବିଭାଗର ଗୁରୁତ୍ବ କେତେ ସେହିମାନେ ହିଁ ଜାଣିଥିବେ, ହେଲେ ସାଧାରଣ…
ଖୋର୍ଦ୍ଧା: କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ କମିଥିବାବେଳେ ପୁଣିଥରେ ଗୋରୁ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଗତକାଲି ନାଚୁଣୀରୁ ୪ ଗୋଟି ଗୋରୁକୁ ପୋଲିସ ଉଦ୍ଧାର କରିଥିବାବେଳେ ଆଜି ପୁଣି ୭ ଗୋଟି ଗୋରୁଙ୍କୁ ବାଘମାରୀ ପୋଲିସ ଉଦ୍ଧାର କରିଛି। ଏହା ସହ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି। ସୂଚନା ମୁତାବକ ଆଜି ସଂଧ୍ୟାରେ ଏକ ବେଆଇନ ଗୋରୁ ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ବାଘମାରି ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ସୂଚନା ମିଳିଥିଲା। ଗୋରୁ ବୋଝେଇ ଟାଟା ଏସି ଗାଡ଼ି (ଓଡ଼ି-୦୨-୧୪୦୯) କଟକ ଜିଲ୍ଲା ବାଙ୍କୀ ଥାନା ନରଗଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତରତୁଆ ଗ୍ରାମକୁ ଯାଉଥିବାର ଆଇଆଇସିଙ୍କୁ ଖବର ମିଳିଥିଲା। ବିଳମ୍ବ ନକରି ତୁରନ୍ତ ଆଇଆଇସି ଏବଂ ଟିମ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରି ରଖିଥିଲେ। ପରିଶେଷରେ ସାରୁଅ ବ୍ରିଜ ନିକଟରୁ ଉକ୍ତ ଗାଡିକୁ ପୋଲିସ ଠାବ…
ସୀତାରାମ ଅଗ୍ରୱାଲ ବାଣପୁର: ଲକଡ଼ାଉନ ସମୟରେ ବେଧଡକ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରିବାକୁ ବେପାରୀମାନେ ପଛାଉନାହାନ୍ତି। ଏହାକୁ ନେଇ ପୋଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ। ସୂଚନା ମୁତାବକ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗମ୍ଭାରୀମୁଣ୍ଡା ଏବଂ ପାରିନୂଆଗାଁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗମ୍ଭାରୀମୁଣ୍ଡାରୁ ବଟୁ ବରାଳଙ୍କ ନିକଟରୁ ୧୯.୯୬୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ପାରିନୁଆଗାଁରୁ କେଦାର ବାରିକଙ୍କ ନିକଟରୁ ୪.୨୦୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଉଭୟଙ୍କ ବିରୋଧରେ…
ଭୁବନେଶ୍ବର: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ବାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି। କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ ହିଁ ରହିଛି। ଏହି ପ୍ରକଳ୍ପ ମଧ୍ୟରେ ୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ଲିମିଟେଡର ସମନ୍ବିତ ଇସ୍ପାତ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରୁ ବର୍ତ୍ତମାନ ୩ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ବର୍ତ୍ତମାନ ଏଥିରୁ ୭.୫୫ ମିଲିଅନ ଟନ୍ ଇସ୍ପାତ ଉତ୍ପାଦିତ ହେବ। ଏହି ସଂପ୍ରସାରିତ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ଖୁସି ଆଣିଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୬୮, କଟକରୁ ୪୨୦, ବାଲେଶ୍ବରରୁ ୨୩୮, ଯାଜପୁରରୁ ୧୫୩, ପୁରୀରୁ ୧୪୯, ଜଗତସିଂହପୁରରୁ ୧୧୦, ଅନୁଗୁଳରୁ ୧୦୨, ମୟୂରଭଞ୍ଜରୁ ୧୦୧, ନୟାଗଡରୁ ୮୦, ଢେଙ୍କାନାଳରୁ ୭୫, କେନ୍ଦୁଝରରୁ ୭୪, କେନ୍ଦ୍ରାପଡାରୁ ମାଲକାନାଗିରିରୁ ୫୭, ସୁନ୍ଦରଗଡରୁ ୫୫, କୋରାପୁଟରୁ ୪୧, ନବରଙ୍ଗପୁରରୁ ୨୮, ସମ୍ବଲପୁରରୁ ୨୫, ରାୟଗଡାରୁ ୨୪, କନ୍ଧମାଳରୁ ୨୦, ସୋନପୁରରୁ ୧୭, ବଲାଙ୍ଗୀରିରୁ ୧୬, କଳାହାଣ୍ଡିରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୯, ଗଜପତିରୁ ୯, ନୂଆପଡାରୁ ୯, ଦେବଗଡରୁ ୮, ବରଗଡରୁ ୭, ଝାରସୁଗୁଡାରୁ ୩ ଏବଂ ଷ୍ଟେଟ ପୁଲରୁ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୨୦ ହଜାର ୬୪୬…
କନ୍ଦର୍ପ ବେହେରା ରେଢାଖୋଲ: ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗରେ ଆଜି ନାକଟିଦେଉଳ ବିଜେପି ତରଫରୁ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। କେନ୍ଦ୍ର ସରକାର ୨୦୨୨ ମସିହା ପର୍ଯ୍ୟନ୍ତ ଦେଶରେ ସମସ୍ତ ଗରୀବ ଲୋକଙ୍କୁ ପକ୍କାଘର ପ୍ରଦାନ କରିବାକୁ ଲକ୍ଷ୍ୟ କରିଥିବା ବେଳେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରିଥିବା ବିଜେପି ଅଭିଯୋଗ କରିଛି। ୨୦୧୯ ମସିହାରେ ଜିଓ ଟ୍ୟାଗିଂ ଓ ଘର ସର୍ବେକ୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ସର୍ଭେ କାମରେ ଭୁଲ କରିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀ ଶାସକ ଦଳ ସହିତ ରାଜନୈତିକ ସଂପର୍କ ରଖି ଘର ହାତେଇଥିଲେ। ବହୁ ଗରୀବ ହିତାଧିକାରୀ ବାଦ୍ ପଡିଥିଲେ ମଧୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରାଯାଇ ପାରି ନ ଥିବା ବିଜେପି ଅଭିଯୋଗ କରିଛି। ଯେଉଁ ମାନେ ଏହି ଭ୍ରଷ୍ଟାଚାର କାମ କରିଛନ୍ତି ସେମାନଙ୍କ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୦୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୮୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୬୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୫୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର, ରାଜ୍ୟରେ ବିଜୁଳି ଦଳ ବୃଦ୍ଧି ଘଟିଛି। ଏହା ଯେ ଖାଉଟିଙ୍କ ଉପରେ ବୋଝ ତାହା ଯେକେହି ସାଧାରଣ ଲୋକ କହିବ। କାରଣ ଏହାଦ୍ବାରା ବିଶେଷ କରି ମଧ୍ୟବିତ ପରିବାର ହଇରାଣ ହେବେ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ବିକ୍ଷୋଭ କରୁଛି। ଆସନ୍ତା 16 ତାରିଖରେ ସାତଦିନ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟାଳୟର ବିକ୍ଷୋଭ କରିବ। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବିଜେପିର ଦର ବୃଦ୍ଧି ପ୍ରତିବାଦକୁ ଲୋକେ ଗ୍ରହଣ କରିବେ କି ? ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେପିର ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତିକୁ ବିରୋଧ କରିବାର ଅଧିକାର ରହିଛି। ଏହି ଅଧିକାର ସାମ୍ବିଧାନିକ। ସେଥିରେ କାହାରି କିଛି କହିବାର ନାହିଁ। ହେଲେ ବର୍ଷ ବର୍ଷ ଧରି ସାରା ଦେଶବାସୀ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧିରେ ତ୍ରାହିତ୍ରାହି ଡାକୁଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟର ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦରେ ଦଳ ବିକ୍ଷୋଭ କରୁଛି।…

