Author: Samikhsya Bureau

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଦିର୍ଘ ଦିନ ହେଲା ଏକ ବାଇକ୍ ସୋ ରୁମ୍ ଚାଲିଥିଲା। ଭୁବନେଶ୍ୱରର ଏକ ନାମୀ ବାଇକ୍ ବିକ୍ରେତା ସୋ ରୁମ୍ ସହାୟତାରେ ନାଚୁଣୀରେ ବାଇକ୍ ସୋ ରୁମ୍ ଚାଲିଥିଲା। ସେଠାରେ ଗ୍ରାହକମାନଙ୍କୁ ବାଇକ୍ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱର ସୋ ରୁମ୍ ସହାୟତାରେ ବିନା ବ୍ୟବସାୟ ଚାଲୁଥିଲା। କିନ୍ତୁ ଏହି ବାଇକ୍ ସୋ ରୁମ୍ ପାଇଁ  ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୌଣସି  ଟ୍ରେଡ୍  ପ୍ରମାଣ ପତ୍ର  ମିଳି ନଥିଲା। ଏହାର ସୁରାକ୍ ପାଇ ପରି ବହନ ବିଭାଗ ଅଚାନକ ଚଢାଉ କରିଥିଲା। ଖୋର୍ଦ୍ଧା ଜିଲ୍ଲା ଆଂଚଳିକ ପରିବହନ ଅଧୀକାରୀ ପ୍ରଦୀପ ମହାନ୍ତିଙ୍କ ନିର୍ଦ୍ଧେଶରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ  ଜୁନିଅର ଏମଭିଆଇରୁ ରୁପାଲିନ୍  ବାହୁବଳେନ୍ଦ୍ର, ଟ୍ରାଫିକ୍ ଇନସପେକ୍ଟର ଆରକେ ଦୋରା ପ୍ରମୁଖ ସାମିଲ ହୋଇଥିଲେ। ଉକ୍ତ ଚଢାଉରେ ମୋଟ ୧୯ଟି…

Read More

ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ନେତା ଭାବେ ପୀୟୂଷ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପୀୟୂଷ ଗୋଏଲଙ୍କୁ ବିଜେପି ରାଜ୍ୟସଭାର ନେତା ଭାବେ ନିଯୁକ୍ତି ଦେଇଛି। ତାଙ୍କ ପୂର୍ବରୁ ଧାୱାରଚାନ୍ଦ ଗେହେଲେତ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରୁଥିଲେ। ଧାୱାରଚାନ୍ଦଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ପୀୟୂଷଙ୍କୁ ବିଜେପି ଏବେ ଏହି ଦାୟିତ୍ଵ ପ୍ରଦାନ କରିଛି। ତେବେ ପୀୟୂଷଙ୍କ ରାଜ୍ୟସଭାରେ ଆସନ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବ। ପୀୟୂଷ ୨୦୧୦ ମସିହାରୁ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ପଦବୀ ପାଇଁ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିଲା। ପୀୟୂଷ ଗୋଏଲ ରାଜ୍ୟସଭାରେ ନେତା ମନୋନୀତ ହେବା ପରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଅପରପକ୍ଷେ ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ କଂଗ୍ରେସର ଲୋକସଭା ନେତା ଭାବେ ନୂଆ…

Read More

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଆଜି କେନ୍ଦ୍ର ସରକାର ତାହାର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। କେନ୍ଦ୍ର କର୍ମଚାରୀଙ୍କ ପାଇଁ  ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଛି। କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ସରକାର ବୃଦ୍ଧି କରିଛି। ମୋଟ ୧୧ ପ୍ରତିଶତର ଏକ ବମ୍ପର ବୃଦ୍ଧି  କରିଛି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ପକ୍ଷରୁ ଜାନୁୟାରୀ ୧ ତାରିଖ ୨୦୨୦ ମସିହାରୁ ମହଙ୍ଗା ଭତ୍ତା ବନ୍ଦ ଥିଲା। ଏହା ପରେ ଜୁଲାଇ ୧ ତାରିଖ ୨୦୨୧ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଥିଲା। ତେବେ ଜୁଲାଇ ୧ ତାରିଖରୁ ଏହି ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଫଳରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଶ୍ଵସ୍ତିକର ଖବର ମିଳିଛି।

Read More

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ବାଚନ ରଣିନୀତିକାର ପ୍ରଶାନ୍ତ କିଶୋର ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗିପଡିଥିବା ବେଳେ ସେପଟେ ଶିବସେନା ସାଂସଦ ତଥା ପ୍ରବକ୍ତା ସଞ୍ଜୟ ରାଉତ ଏକ ବଡ ବୟାନ ଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ମୁକାବିଲା କରିବା ପାଇଁ ବିରୋଧୀ ଦଳ ପାଖରେ କୌଣସି ଚେହେରା ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି। ଯେପର୍ଯ୍ୟନ୍ତ ବିରୋଧୀ ଦଳ ପାଖକୁ କୌଣସି ବଡ ଚେହେରା ଆସିବ ନାହିଁ, ସେପର୍ଯ୍ୟନ୍ତ କୌଣସି ସୁଯୋଗ ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି। ତେବେ ଶିବସେନା ସାଂସଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁକାବିଲା କରିବା ପାଇଁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଉଚିତ ପ୍ରାର୍ଥୀ ଅଟନ୍ତି। ୨୦୨୪ ଲୋକସଭା ନିର୍ବାଚନରେ କୌଣସି ବଡ ଚେହେରା ବିନା ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବା କାଠିକର ପାଠ ହେବ। ତେଣୁ ଶରଦ ପାୱାର ଏହାର ସଠିକ ବିକଳ୍ପ ବୋଲି ଶ୍ରୀ ରାଉତ କହିଛନ୍ତି। ରାହୁଲ ଗାନ୍ଧୀ…

Read More

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଏବେ ଦେଶରେ ରାଜନୈତିକ ହଲଚଲ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ବର୍ଷ କେତୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ସହ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ହେବ। ଏହା ସହ ଏବେଠାରୁ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଦେଖାଯାଉଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ଏହାର ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି କି, ବର୍ତ୍ତମାନ ସବୁ ବିରୋଧୀ ଦଳଗୁଡିକୁ ଏକାଠି କରିବା ପାଇଁ ପ୍ରଶାନ୍ତ କିଶୋର ଲାଗିପଡିଛନ୍ତି। ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିବାକୁ ପ୍ରଶାନ୍ତ କିଶୋର ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି। ଉଲ୍ଲେଖାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନ ପରେ ଶାରଦ ପାୱାରଙ୍କ ସହ ପ୍ରଶାନ୍ତ କିଶୋର ୩ ଥର ସାକ୍ଷାତ କରିଥିଲେ। ତେବେ ଆସନ୍ତା ବର୍ଷ ୨୦୨୨ ମସିହାରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୯୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ, ଏବଂ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଜପତି ଜିଲ୍ଲାରୁ ୩ ଜଣ ଲେଖାଏଁ, ବାଲେଶ୍ଵର, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ କୁ ବୃଦ୍ଧି ହୋଇଥିବାବେଳେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୭୯୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୯ ଲକ୍ଷ ୪୬ ହଜାର ୭୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୪୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୪ ହଜାର ୭୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩୧ ହଜାର ୩୧୫ ଆକ୍ଟିଭ୍‌ କେସ୍ ରହିଛି।

Read More

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ଥାନୀ ଆତଙ୍କି ସାମିଲ ଅଛି। ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ଥାନର ଲସ୍କର ଆତଙ୍କି ଅୟାଜ ମୃତ୍ୟୁବରଣ କରିଛି। ଏଥିରେ ଭାରତୀୟ ସୈନ୍ୟ ଏବଂ ସିଆରପିଏଫ ସାମିଲ ଥିଲେ। ସୂଚନା ଅନୁଯାୟୀ, ପୁଲୱାମା ସହରସ୍ଥିତ ଜିଲ୍ଲା ଚିକିତ୍ସାଳୟ ନିକଟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାବାହିନୀଙ୍କୁ ମିଳିଥିଲା। ଏହାପରେ ସଂପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷାବାହିନୀ ଘେରାବନ୍ଦି କରିନେଇଥିଲେ। ଏହା ଜାଣିପାରି ଆତଙ୍କବାଦୀମାନେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଜବାବରେ ସୁରକ୍ଷାବାହିନୀ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏବଂ ୩ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲେ। ବର୍ତ୍ତମାନ ସହରରେ କର୍ଫ୍ୟୁ ଲଗାଇ ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୮୮୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୮ ହଜାର ୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ ହଜାର ୪୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୨୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୪୩ ଜଣ, କଟକ ଜିଲ୍ଲାରୁ ୨୮୩ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ମେଷ – ଆପଣ କଠିନ ପରିଶ୍ରମର ଫଳ ପାଇବେ। ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ, ଭ୍ରମଣ ଏବଂ ଚାକିରି ଅନୁକୂଳ ହେବ। ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ। ବିରୋଧୀମାନେ ସକ୍ରିୟ ରହିବେ। ଟଙ୍କା ପାଇବା ସହଜ ହେବ । ରିସ୍କ ନେବାକୁ ସାହସ କର। ସୁଖ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ବୃଷ – ଅତିଥିମାନେ ଆସିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ଚାକିରିରେ କିଛି ଅସୁବିଧା ହୋଇପାରେ। ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ମିଳିବ। ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯାଇପାରେ। ବିନିଯୋଗ ଭଲ ହେବ। ଆପଣ ଚାକିରିରେ ପଦୋନ୍ନତି…

Read More

ନିରାକାରପୁର: ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଖଜୁରୀପଡା ବଡପୋଖରିଆ ରାସ୍ତାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ମୁତାବକ ଆଜି ସନ୍ଧ୍ୟାରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଦୁଇ ଜଣ ମହିଳା କର୍ମଚାରୀ ୩ ଟି ମହିଳା ଗ୍ରୃପରୁ ଟଙ୍କା ଆଦାୟ କରି ଏକ ସ୍କୁଟି ଦ୍ୱାରା ଫେରୁଥିବା ବେଳେ ଖଜୁରୀପଡା ବଡପୋଖରୀଆ ରାସ୍ତାରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ସ୍କୁଟି ସହିତ କଲେକ୍ସନ ହୋଇଥିବା ପାଖାପାଖି ୫୭ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ମହିଳା କର୍ମଚାରୀ ମାନେ ନିରକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗୁରୁତର ସହ ନେଇ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେବେ ସ୍କୁଟି ଟିକୁ ରାମେଶ୍ୱର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଳିଗୋବିନ୍ଦ ପୁର ଗ୍ରାମରେ ଏକ ବିବାହିତା ମହିଳାଙ୍କ ଅଭାବନୀୟ ମୃତ୍ୟୁ ଘଟିଛି। ଘଟଣା ପଛରେ ଯୌତୁକ ଜନିତ ହତ୍ୟା ବୋଲି ଝିଅର ପରିବାର ଲୋକେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଲିଖିତ ଏତଲା ମୁତାବକ ବାଣପୁର ଏନଏସି ଦକ୍ଷ ପ୍ରଜାପତି ସାହି ନିବାସୀ ସୁକାନ୍ତ ନାୟକଙ୍କ ବଡ଼ ଝିଅ ରିଙ୍କି ନାୟକଙ୍କ ମାଳିଗୋବିନ୍ଦ ପୁର ଗ୍ରାମର ସ୍ୱର୍ଗତ ମହେଶ୍ବର ରଣାଙ୍କ ସାନପୁଅ ଟିଟୁ ରଣାଙ୍କ ସହ ଚାରି ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ୩୦ ହଜାର ଟଙ୍କା ସହ ପାଖାପାଖି ୨ ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ଆସବାବପତ୍ର କନ୍ୟାପିତା ପ୍ରଦାନ କରିଥିଲେ। ତେବେ ଦୀର୍ଘ ଦିନ ଧରି ସ୍ୱାମୀ ଟିଟୁ ରଣା, ଶାଶୁ ପ୍ରମିଳା ବେୱା, ଦେଢଶୁର ବିନାୟକ ରଣା ଏବଂ ଅନ୍ୟ ସଦସ୍ୟମାନେ…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିରଳ ଫଟୋ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଛି। ଯେଉଁଥିରେ ନବୀନ ଏକ କଳା ଟିସାର୍ଟ ସହିତ ଧଳା ଲୁଙ୍ଗି ପିନ୍ଧି ବସିଥିବାର ଦେଖାଯାଇଛି। ତାଙ୍କ ପାଖରେ ଛିଡା ହୋଇଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ। ତେବେ ଏହି ଫଟୋଟି ଏଇଥି ପାଇଁ ବିରଳ ବୋଲି କୁହାଯାଉଛି, କାରଣ ଏପରି ଫଟୋ କେବେ କେହି ଦେଖି ନ ଥିଲେ। ପୁରା ଘରୋଇ ମିଜାଜରେ ବସିଛନ୍ତି ନବୀନ। ଏହି ଘରୋଇ ବେଶରେ ନବୀନ କେତେକ ମନ୍ତ୍ରୀଙ୍କ ସହିତ ଏକ ମଜାଦାର ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ସବୁବେଳେ ଅଫିସିୟାଲ ବୈଠକ କରିଥାନ୍ତି। ସେତେବେଳେ ନବୀନ ନିଜର ପ୍ରିୟ ପଂଜାବୀ ପିନ୍ଧି ବୈଠକ କରନ୍ତି। ହେଲେ ହଠାତ ଏକ ଖୁସି ମିଜାଜରେ ସେ ମନ୍ତ୍ରୀମାନଙ୍କ ସହିତ ଆଲୋଚନା ମଜି ରହିଛନ୍ତି। ଯାହାକୁ ନେଇ ଅନେକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ତେବେ ନବୀନଙ୍କ ଏମିତି…

Read More

ପୁରୀ, ତିନିଠାକୁର ଆଜି ଅପରାହ୍ନରେ ତିନି ରଥରୁ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ନଅ ଦିନ ଧରି ସେ ନିଜ ଜନ୍ମ ବେଦୀରେ ରହିବେ। ହେଲେ ଦୁଃଖର କଥା ତିନି ଠାକରୁ ଏକା ଏକା ବସିବେ ସିନେ କୌଣସି ଭକ୍ତଙ୍କୁ ଦେଖିପାରିବେ ନାହିଁ। ଏହା ଉଭୟ ଭକ୍ତ ଏବଂ ଭଗବାନଙ୍କ ପାଇଁ ଏକ ଦୁଃଖଦାୟକ ଘଟଣା ପାଲଟି ଯାଇଛି। କରୋନା କଟକଣା ପାଇଁ ପୁରୀରେ କର୍ଫୁ ଜାରି କରାଯାଇଛି। ସଂକ୍ରାମଣକୁ ରୋକିବା ପାଇଁ ପୁରୀ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏପରିକି ପୁରୀର ସମସ୍ତ ରାସ୍ତାକୁ ମଧ୍ୟ ସିଲ୍ କରି ଦିଆଯାଇଛି। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟ  ଦୂରତା ବଢିଯାଇଛି। ରଥଯାତ୍ରା ଦିନ ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିବା ପରେ ସଂଧ୍ୟା ଆଳତି କରାଯାଇଥିଲା। ଏହାପରେ ରଥରେ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସଂଧ୍ୟାରେ ସରାପାଲି ପଂଚାୟତର ଜେମାଜୁରୀ ଗ୍ରାମରେ ଜନୈକ ଯୁବକ ମଟର ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ପଂଚାୟତର ଜେମାଜୁରି ଗ୍ରାମର ମନୋଜ କିସାନ୍‌(୨୪) ନାମକ ଯୁବକ ଗାଧୋଇବା ପାଇଁ ଟୁଲୁ ମୋଟର ଲାଇନରେ ସଂଯୋଗ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ଆହତ ମନୋଜ କିସାନକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ନାକଟିଦେଉଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ଆସନ୍ତାକାଲି ରେଢାଖୋଲ ଡାକ୍ତରଖାନାକୁ ପଠାଯିବ ବୋଲି ଜଣା ପଡିଛି।

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ଗାଡିକୁ ଜବତ କରିଛି ପୋଲିସ। ସୂଚନା ମୁତାବକ ଆଜି ଅପରାହ୍ନରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକ ପାଟ୍ରୋଲିଂ କରୁଥିବା ବେଳେ ଚିଲିକା ବ୍ଲକରୁ ନାଚୁଣୀ ଆଡକୁ ଆସୁଥିବା ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ (ଓଡ଼ି-୦୨-ଏଭି-୧୧୪୦) ପୋଲିସକୁ ଦେଖି ବଡ଼ପଦର ଗ୍ରାମ ନିକଟରେ ଗାଡିକୁ ଛାଡି ଚାଳକ ଫେରାର ହୋଇଯାଇଥିଲା। ପୋଲିସ ଉକ୍ତ ଗାଡିକୁ ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଏବଂ ସମସ୍ତ ଗୋରୁଙ୍କୁ ଜଟଣୀ ଗୋଶାଳାକୁ ହସ୍ତାନ୍ତର କରିଥିଲା। ବାଣପୁର ଥାନାରେ ଏନେଇ କେସ ନମ୍ବର ୨୪୭/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: କରୋନା ସଂକ୍ରମଣ ଭୟରେ ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ରାଜ୍ୟସରକାରଙ୍କ ପକ୍ଷରୁ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ଗତ ବର୍ଷ ଭଳି ଏଥର ମଧ୍ୟ କୌଣସି ଧାର୍ମିକସ୍ଥଳରୁ କାବାଡିଆମାନେ ଜଳ ଉଠାଇପାରିବେ ନାହିଁ। ସେହିଭଳି କୌଣସି ଶିବ ମନ୍ଦିରରେ କାଉଡିଆମାନଙ୍କୁ ଜଳାଭିଷେକ ପାଇଁ ବାରଣ କରାଯାଇଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୨୭୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୬୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୩୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୪୪୨, ଖୋର୍ଦ୍ଧାରୁ ୩୪୨, ବାଲେଶ୍ବରରୁ ୨୩୬, ଯାଜପୁରରୁ ୧୮୮, ମୟୂରଭଞ୍ଜରୁ ୧୮୬, ପୁରୀରୁ ୧୫୦, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୧୭, ନୟାଗଡରୁ ୯୨, କେନ୍ଦ୍ରପଡାରୁ ୮୫, ଅନୁଗୁଳରୁ ୮୨, ଝାରସୁଗୁଡାରୁ ୩୦, ରାୟଗଡାରୁ ୨୬, ସମ୍ବଲପୁରରୁ ୨୬, କନ୍ଧମାଳରୁ ୨୨, ବୌଦ୍ଧରୁ ୧୯, ନବରଙ୍ଗପୁରରୁ ୧୫, ସୋନପୁରରୁ ୧୦, ବରଗଡରୁ ୮, ଗଜପତିରୁ ୭, ନୂଆପଡାରୁ ୭, ଦେବଗଡରୁ ୬, ଗଞ୍ଜାମରୁ ୬, ବଲାଙ୍ଗୀରିରୁ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା 15 ତାରିଖରେ ବାରାଣାସୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପ୍ରଧାନମନ୍ତ୍ରୀ ବିଏଚୟୁରେ 100 ଶଯ୍ୟା ବିଶିଷ୍ଟ MCH ୱିଙ୍ଗ୍, ଗୋଡାଉଲିଆରେ ମଲ୍ଟି ଲେଭଲ୍ ପାର୍କିଂ, ଗଙ୍ଗା ନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ-ରୋ ଜାହାଜ ଏବଂ ବାରାଣାସୀ ଗାଜିପୁରରେ ତିନି ଲେନ ଫ୍ଲାଏ ଓଭର ବ୍ରିଜ୍ ସମେତ ବିଭିନ୍ନ ଜନସାଧାରଣ ପ୍ରକଳ୍ପ ଏବଂ କାର୍ଯ୍ୟର ଉଦଘାଟନ କରିବେ। ବାରଣାସୀ ଗାଜିପୁର ରାଜପଥ ପାଇଁ ପାଖାପାଖି 744 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ। ସେ ପ୍ରାୟ 839 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ। ପ୍ରାୟ 12:15 PM ରେ ପ୍ରଧାନମନ୍ତ୍ରୀ ଜାପାନ ସହଯୋଗରେ ନିର୍ମିତ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର – ରୁଦ୍ରକାଶକୁ ଉଦଘାଟନ କରିବେ।…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ତିନି ଦଫା ଦାବି ନେଇ ଆଜି ଟିପିସିଓଡିଏଲ ଠିକା କର୍ମଚାରୀ ଧାରଣାରେ ବସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟିପିସିଓଡିଏଲ ଠିକା କର୍ମଚାରୀମାନେ ଧାରଣାରେ ବସିଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲୁଗାଁ ଡିଭିଜନ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ବାଣପୁର, ବାଲୁଗାଁ, ଟାଙ୍ଗୀ, ରଣପୁର ଅଞ୍ଚଳର ପାଖାପାଖି ୭୦ ରୁ ଉର୍ଦ୍ଧ୍ବ ଠିକା କର୍ମଚାରୀ ମାନେ ଧାରଣାରେ ବସିଥିଲେ। ଉକ୍ତ କର୍ମଚାରୀ ମାନେ ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ଦାଇତ୍ୱରେ ଅଛନ୍ତି। ତେବେ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଦୀର୍ଘ ଦିନ ହେବ ଟିପିସିଓଡିଏଲ ଅଧୀନରେ କାର୍ଯ୍ୟ କରୁଥିଲେ ସୁଦ୍ଧା ବିନା ନୋଟିସରେ ସେମାନଙ୍କୁ କମ୍ପାନୀରୁ ଛଟେଇ କରିଦିଆଯିବାର ବାରମ୍ବାର ଧମକ ଦିଆଯିବା ସହ ସେମାନଙ୍କୁ ଉପଯୁକ୍ତ ବେତନ ଦିଆଯାଉନାହିଁ। ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ…

Read More