ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଆଜି ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଥିବା ଏବଂ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗାର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି। ସାର୍ବୋପରି କୋଭିଡ କଟକଣା ମଧ୍ୟରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରାଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି, ତାହା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀ ପୁରୀ ବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, ଆସନ୍ତା ମୌସୁମୀ ଅଧିବେସନ ପାଇଁ ତାରିଖ ଘୋଷଣା ହୋଇଛି। ସେହି ଅନୁସାରେ ଜୁଲାଇ 19 ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେସନ। ଏହି ଅଧିବେସନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୋଟ 19ଟି କାର୍ଯ୍ୟ ଦିବସ ରହିଛି। ଏଥରର ମୌସୁମୀ ଅଧିବେସନ ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିବ। ପ୍ରଥମ କଥା ହେଲା ଏଥର ଅଧିବେସନଟି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ବସିବ। ପ୍ରଥମ ଥର ପାଇଁ ନୂଆ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ତଥ୍ୟ ଉପସ୍ଥାପନା କରିବେ। ସେହିପରି କରୋନା ନେଇ ଏଥର ଗୃହ ସରଗରମ ହୋଇପାରେ, ଅନ୍ୟପକ୍ଷରେ ପଶ୍ଚିମବଂଗ ନିର୍ବାଚନ ପରବର୍ତ୍ତି ହିଂସା ଏବଂ ପ୍ରଶାସନିକ ଅଦଳବଦଳକୁ ନେଇ ମଧ୍ୟ ତୁମ୍ବି ତୋଫାନ ହେବାର ସମ୍ଭାବନା ରହିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଉଭୟ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ଦିନକୁ ଦିନ ରାହାଜାନି, ଲୁଟ ଆଦି ବଢ଼ୁଥୁବାରୁ ବର୍ତ୍ତମାନ ପର୍ଯ୍ୟଟକ ତଥା ବ୍ୟବସାୟୀ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଗତ ଦୁଇ ମାସ ଭିତରେ ଏଠାରେ ଦୁଇ ଥର ଲୁଟ ହୋଇଥିବାବେଳେ ଗତ କାଲି ରାତିରେ ପୁଣି ଶାଳିଆ ଡ୍ୟାମ ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ଦମ୍ପତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେବା ସହ ଦୁର୍ବୃତ୍ତମାନେ ମହିଳାଙ୍କୁ ଛୁରା ମାଡ଼ ମଧ୍ୟ କରିଛନ୍ତି। ଏନେଇ ଦମ୍ପତି ଜଣକ ଆଜି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ନୂଆଗାଁ ଅଞ୍ଚଳର କଲ୍ୟାଣ କୁମାର ଜେନା ଏବଂ ତାଙ୍କ ପତ୍ନୀ ପୂଜା ନାହାକ ଉଭୟ ଗତକାଲି…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଟି-୨୦ ମ୍ୟାଚ ଆରମ୍ଭ ହୋଇଯାଇଛି। ଏହି ସିରିଜର ପ୍ରଥମ ମ୍ୟାଚ ଇଂଲଣ୍ଡ ମହିଳା ଦଳ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚ ଭାରତୀୟ ମହିଳା ଦଳ ଜିତିନେଇଛି। ବର୍ତ୍ତମାନ ସିରିଜ ୧-୧ରେ ବରାବର ଅଛି। ହେଲେ ଦ୍ଵିତୀୟ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ଏକ ଚମତ୍କାର କ୍ୟାଚ ଦେଖିବାକୁ ମିଳିଥିଲା। ହରଲୀନ ଦେଓଲ ଏକ ଚମତ୍କାର କ୍ୟାଚ ନେଇ ଜନପ୍ରିୟତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରିୟଙ୍କା ଗାନ୍ଧୀ ଏବଂ ସଚିନ ତେନ୍ଦୁଲକର ପ୍ରମୁଖ ହରଲୀନଙ୍କୁ ଖୁବ ପ୍ରଶଂସା କରିଛନ୍ତି। https://twitter.com/sachin_rt/status/1413719913458409479 ୨୩ ବର୍ଷୀୟା ଏହି ଖେଳାଳିଜଣଙ୍କ ବାଉଣ୍ଡ୍ରୀକୁ ଯାଉଥିବା ବଲଟିକୁ ଅଟକାଇବା ସହ ଲମ୍ଫ ପ୍ରଦାନ କରି କ୍ୟାଚ ନେଇଥିଲେ। ୧୯ ତମ ଓଭରରେ ଶିଖା ପାଣ୍ଡେଙ୍କ ବଲକୁ ଇଂଲଣ୍ଡର ଏମି ଜୋନ୍ସ ଏକ ବଡ ସଟ ମାରିଥିଲେ। ହେଲେ ନିଶ୍ଚିତ ବାଉଣ୍ଡ୍ରୀକୁ ଯାଉଥିବା ଏହି ବଲଟିକୁ ହରଲୀନ ଚମତ୍କାର…
ପୁରୀ, ଶେଷରେ ଘଡଘଡ ନାଦରେ ବଡଦାଣ୍ଡରେ ଚାଲିଛି ରଥ। ଭକ୍ତ ନ ଥିଲେ ମଧ୍ୟ ସେବକମାନେ ରଥକୁ ଟାଣି ଟାଣି ନେଉଛନ୍ତି। ଆଶ୍ଚର୍ଯର କଥା ପୂର୍ବ ନିର୍ଦ୍ଧାରିତ ସମୟର ଯଥେଷ୍ଠ ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇଛି। ଅର୍ଥାତ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଏହି ରଥଟଣା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ରଥଟଣା ଆଜି ଅପରାହ୍ନ 3ଟାରେ ଆରମ୍ଭ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ଆଜି ପ୍ରଭୃଙ୍କ ସମସ୍ତ ନୀତିକାନ୍ତି ଯଥେଷ୍ଠ ପୂର୍ବରୁ ଆରମ୍ଭ ହୋଇଛି। ଆଜି ସକାଳୁ 8ଟା 30ରେ ଆରମ୍ଭ ହୋଇ 11ଟା 30 ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡି ବିଜେ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପହଣ୍ଡି ବିଜେ ଦିନ 10ଟା ଭିତରେ ଶେଷ ହୋଇଯାଇଥିଲା। ସେହିପରି ଛେରା ପହଁରା ଦିନ 12ଟାରୁ 2ଟା 45 ମିନଟ ଭିତରେ ହେବ ବୋଲି କୁହାଯାଇଥିଲା। ହେଲେ ଛେରା ପହଁରା ଦିନ 12ଟା 30 ରେ ଶେଷ ହୋଇଯାଇଛି।…
ଭୁବନେଶ୍ବର, ଆଜି ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳ ତାହାର ନୂଆ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପବିତ୍ର ରଥଯାତ୍ରା ଅବସରରେ ଦଳର ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବା ସହ ଓଡ଼ିଆ ସ୍ବାଭିମାନର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିବ। ଓଡ଼ିଶାବାସୀଙ୍କ ସେବା ପାଇଁ ଏଠାରେ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ।’ ବର୍ତ୍ତମାନ କ୍ୟାପିଟଲ ହସପିଟାଲ ପଛପଟେ ଥିବା ବିଜେଡି କାର୍ଯ୍ୟାଳୟକୁ ନବେକଳେବର କରାଯିବ। ଏହି ଏକ ମହଲା ବିଶିଷ୍ଠ କାର୍ଯ୍ୟାଳୟକୁ 4 ମହଲା ବିଶିଷ୍ଠ କରାଯିବ ବୋଲି ଜଣାପଡିଛି। ଏକ କର୍ରପୋରେଟ ଅଫିସ ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ସେଥିପାଇଁ ଏକ…
ପୁରୀ, ଆଜି ପବିତ୍ର ରଥାଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଷ। ହେଲେ ସେହିପରିବେଷକୁ ଅନୁଭବ କରିବା ପାଇଁ ନାହାଁନ୍ତି ଭକ୍ତି। ବିନା ଭକ୍ତରେ ତିନିଠାକୁର ହୋଇଛନ୍ତି ରଥାଋଢ। ପ୍ରଥମେ ବଳଭଦ୍ର, ପରେ ମା ସୁଭଦ୍ରା ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାଋଢ କରାଯାଇଛି। ଆଜି ନିର୍ଦ୍ଧାରିତ ସମୟରେ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍ଣ୍ଣ କରାଯାଇ ପହଣ୍ଡି ପାଇଁ ପ୍ରସ୍ତୁତ କରାଯାଇଥିଲା। ମହାପ୍ରଭୃ ରଥାଋଢ ହେବା ପରେ ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ଛେରା ପହାଁରା ନିତି ଆରମ୍ଭ କରିଦେଇଛନ୍ତି। ଏହି ନୀତି ଦିନ 12ଟା 45ରୁ ଆରମ୍ଭ ହେବାର ଥିଲା। ହେଲେ ଗଜପତି ମହାରାଜା ଦୁଇଘଣ୍ଟା ପୂର୍ବରୁ ଏହି ନୀତି ଆରମ୍ଭ କରି ଦେଇଛନ୍ତି। ଗଜପତିଙ୍କ ଛେରା ପହଁରା ପ୍ରାୟ 12 ଟା ବେଳେ ଶେଷ ହେବ ବୋଲି ଜଣାପଡିଛି। ଛେରା ପହଁରା ସରିବା ପରେ ଅନ୍ୟା ରିତିନୀତି…
ନୂଆଦିଲ୍ଲୀ: ଉତ୍ତରଭାରତର ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କେତୋଟି ରାଜ୍ୟରେ ଗତକାଲି ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪୦ ଲୋକଙ୍କ ମୃତ୍ୟୁ ହୋଇଯାଇଛି। କାନପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୮ ଜଣ ଙ୍କ ଜୀବନ ଚାଲିଯାଇଥିବା ବେଳେ ପ୍ରୟାଗରାଜରେ ୧୪ ଜଣ, କୌଶାମ୍ବୀରେ ୪ ଜଣ, ଆଗ୍ରାରେ ୩ ଜଣ, ଉନ୍ନାବରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ପ୍ରତାପଗଡ଼, ବାରଣାସୀ ଏବଂ ରାୟବରେଲୀରେ ଜଣେ ଲେଖାଏଁ ଲୋକଙ୍କ ବଜ୍ରପାତ ଯୋଗୁଁ ପ୍ରାଣହାନୀ ଘଟିଛି। ଅନେକ ସ୍ଥାନରେ ଏହି ବଜ୍ରପାତ ଯୋଗୁଁ ପଶୁମାନଙ୍କ ମଧ୍ୟ ଜୀବନ ଚାଲିଯାଇଛି। ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଯୋଗୀ ସରକାର ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଅପରପକ୍ଷେ ରାଜସ୍ଥାନର ଆମେର କିଲ୍ଲା ନିକଟସ୍ଥ ଏକ ଟାୱାରରେ ଚଢି ସେଲ୍ଫି ଫଟୋ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୧୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୮ ଲକ୍ଷ ୭୪ ହଜାର ୩୭୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୭୬୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ହଜାର ୭୧୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୦ ହଜାର ୮୯୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୭ ଜଣ ଲେଖାଏଁ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ ଏବଂ ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବୌଦ୍ଧ, ଯାଜପୁର, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, ଜଗତସିଂହପୁର, ବାଲେଶ୍ଵର, କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀରି, ଗଜପତି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ କୁ ବୃଦ୍ଧି…
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୮୩୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୨ ହଜାର ୪୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୯୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୨୨ ଜଣ, କଟକ ଜିଲ୍ଲାରୁ ୨୯୭ ଜଣ, ଅନୁଗୁଳ ଜିଲ୍ଲାରୁ…
ଦିଲ୍ଲୀପ ହାଲି ଓଡ଼ିଆ ଜନମାନସ ସହ ଜଗନ୍ନାଥ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଆଉ ଏଥିରୁ ଓଡ଼ିଆ ଫିଲ୍ମ ଦୁନିଆ ବା ବାଦ୍ ପଡ଼ନ୍ତା କିଭଳି? ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣିତ କାହାଣୀକୁ ନେଇ ବିଭିନ୍ନ ସମୟରେ ଅନେକ ଓଡ଼ିଆ ଫିଲ୍ମ ନିର୍ମିତ ହୋଇଛି ଓ ବେଶ୍ ସଫଳତା ମଧ୍ୟ ପାଇଛି। ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ ହେବାର ଦୀର୍ଘ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ମହିମାକୁ ଭିତ୍ତିକରି ମୁକ୍ତିଲାଭ କରିଥିଲା ପ୍ରଥମ ଚଳଚ୍ଚିତ୍ର ‘ଲଳିତା’ । ଗୌରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ପ୍ରଯୋଜନା ଓ କଲ୍ୟାଣ ଗୁପ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଂଳାପ ଓ ଗୀତ ଲେଖିଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଲୋକନାଥ ମିଶ୍ର, ଉମା ଗୋଏଙ୍କା, ନନ୍ଦିନୀ ତ୍ରିପାଠୀ, ବୀଣା ଦେବୀ, ସୁମତୀ ଦେବୀ ପ୍ରମୁଖ କଳାକାର । ‘ଲଳିତା’ ପରେ ଜଗନ୍ନାଥଙ୍କ ସମ୍ପୂର୍ଣ୍ଣ…
ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରୁ ଅନୁକୂଳ ଲାଭ ଦେବ। ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଦିନ ସାରା ଅଳସୁଆ ହେବେ। ଘରେ ଶାନ୍ତି ଏବଂ ସୁଖ ରହିବ। ଉପକୃତ ହେବ । ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି…
ପୁରୀ, ଆଉ କିଛି ସମୟ ପରେ ତିନିଠାକୁର ରତ୍ନ ସିଂହାସନ ଛାଡି ରଥରେ ବିଜେ କରିବେ। ଏହାପରେ ଘଡଘଡ ନାଦରେ ଜନ୍ମବେଦୀକୁ ଯିବେ। ତେବେ କରୋନା ପାଇଁ ଭକ୍ତମାନଙ୍କୁ ବଡଦାଣ୍ଡ ମନା। ସେବକମାନେ ପ୍ରଭୃଙ୍କ ରଥା ଟାଣିଟାଣି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେବେ। ତେବେ କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ବଡଦାଣ୍ଡକୁ ସମ୍ପୂର୍ଣ ବିଶୋଧନ ବା ସାନିଟାଇଜ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଥିପାଇଁ ରାତିରେ ଅଗ୍ନିଶମ ଗାଡିରେ ପୁରା ବଡଦାଣ୍ଡକୁ ବିଶୋଧନ କରାଯାଇଛି। ଭକ୍ତଙ୍କ ଭିଡ ନ ଥିଲେ ମଧ୍ୟ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
ଭୁବନେଶ୍ବର, ଜଗତର ନାଥ ଜଗନ୍ନାଥ ଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି। ସେ ତାଙ୍କ ବାଲୁକା ଆନିମେସନ ରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଚିତ୍ରଣ କରିବା ସହିତ ବିଶ୍ୱ ପ୍ରସିଦ୍ଧ ରଥ ମାନ ଙ୍କ ର ଚିତ୍ରଣ କରିଛନ୍ତି। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଜଗନ୍ନାଥ ପ୍ରେମୀ ମାନଙ୍କୁ ରଥଯାତ୍ରା ର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକା ଆନିମେସନ ପ୍ରସ୍ତୁତ କରିବା ପାଇଁ ମାନସ ସାହୁ ଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ଆସନ୍ତା ୧୩ ତାରିଖ ଅପରାହ୍ନ ୫ଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମତବିନିମୟ କରିବେ । ଖେଳାଳୀମାନଙ୍କ କ୍ରୀଡାରେ ଅବତୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏପରି ବାର୍ତ୍ତା ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ । ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ । ଏହି ବାର୍ତ୍ତା ବିନିମୟ ସମାରୋହରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତୀଶ ପରମାଣିକ ଓ ଆଇନମନ୍ତ୍ରୀ ଶ୍ରୀ…
ନୂଆଦିଲ୍ଲୀ,ନିକଟରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଓଡିଶାର ସାଂସଦ ବିଶେଶ୍ବର ଟୁଡୁଙ୍କୁ ମିଳିଛି ଜଳ ମନ୍ତ୍ରଣାଳୟ। ମନ୍ତ୍ରୀ ହେବାର ସପ୍ତାହେ ଯାଇ ନାହିଁ ଓଡିଶାକୁ ଆସିଛି ଅନୁଦାନ। ତେବେ ଏହି ଅନୁଦାନ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ବିଶେଶ୍ବରଙ୍କୁ ଏହାର ଶ୍ରେୟ ଯାଉଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଅନ୍ତର୍ଗତ ଯୋଜନାରେ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୮୧୨.୧୫ କୋଟି ଟଙ୍କା ଥିଲା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓଡ଼ିଶାକୁ ଏହି ଚାରିଗୁଣ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ଘୋଷଣା କରିବା ସହିତ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ…
ନୂଆଦିଲ୍ଲୀ, ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ। ସେ କହିଛନ୍ତି ଯେ, ରଥଯାତ୍ରା ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଓଡିଶାର ପୁରୀରେ ଭଗବାନ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ସ୍ଥାନୀୟ ତଥା ସମ୍ପୂର୍ଣ୍ଣ ଭାରତବର୍ଷର ଭକ୍ତମାନଙ୍କ ନିମନ୍ତେ ଏକ ବହୁ ପ୍ରତିକ୍ଷୀତ ଓ ଆବେଗମୟ ମୁହୂର୍ତ୍ତ। ଏହା ଆମର ବିବିଧତାର ପ୍ରତୀକ ଓ ଭକ୍ତମାନଙ୍କ ପାଇଁ ଅନେକ ଆଧ୍ୟାତ୍ମିକ ମହତ୍ୱ ରଖିଥାଏ। ଭଗବାନ ଜଗନ୍ନାଥଙ୍କ ନାମାନୁସାରେ ‘ଜଗତର ନାଥ’ଙ୍କ ଏହି ଯାତ୍ରା ଅତୁଳନୀୟ ଓ ବିଗ୍ରହମାନଙ୍କୁ ରଥରେ ବସାଇନେବା ଦୃଶ୍ୟ ଅନନ୍ୟ । କୋଭିଡ-୧୯ ଯୋଗୁଁ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ଏକ ଗୁରୁତର ପରିସ୍ଥିତି ଦେଇ ଗତି କରୁଛି । କୋଭିଡ ମାର୍ଗଦର୍ଶିକା ପାଳନ କରି ଏହି ଯାତ୍ରା ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ରଥଯାତ୍ରା ସହ ନିହିତ ପବିତ୍ର…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୮୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୩୯୮, ଖୋର୍ଦ୍ଧାରୁ ୩୯୬, ବାଲେଶ୍ବରରୁ ୨୪୫, ମୟୂରଭଞ୍ଜରୁ ୨୦୨, ଯାଜପୁରରୁ ୧୯୦, କେନ୍ଦ୍ରାପଡାରୁ ୧୫୪, ଜଗତସିଂହପୁରରୁ ୧୪୪, ଭଦ୍ରକରୁ ୧୪୧, ପୁରୀରୁ ୧୨୬, ନୟାଗଡରୁ ୧୦୬, କେନ୍ଦୁଝରରୁ ୧୦୧, ଢେଙ୍କାନାଳରୁ ୮୨, ମାଲକାନାଗିରିରୁ ୬୯, ସୁନ୍ଦରଗଡରୁ ୬୧, କୋରାପୁଟରୁ ୫୮, ଅନୁଗୁଳରୁ ୫୨, ରାୟଗଡରୁ ୪୫, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୨୩, ସମ୍ବଲପୁରରୁ ୨୨, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୧୯, ବରଗଡରୁ ୧୮, ସୋନପୁରରୁ ୧୩, ଗଜପତିରୁ ୧୧, ବୌଦ୍ଧରୁ ୯, ନୂଆପଡାରୁ ୯, ବଲାଙ୍ଗୀରିରୁ ୬, ଝାରସୁଗୁଡାରୁ ୬, ଦେବଗଡରୁ ୫ ଏବଂ ଷ୍ଟେଟ ପୁଲରୁ ୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୭୦୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ବ୍ରହ୍ମପୁର, ବର୍ତ୍ତମାନ କରୋନା ପରିସ୍ଥିତିରେ କେହି ଶ୍ରୀମନ୍ଦିର ଯିବା ସମ୍ଭବ ହୋଇପାରୁ ନାହିଁ। ହେଲେ ଘରେ ବସି କିମ୍ବା ପାଖ ମନ୍ଦିରକୁ ଯାଇ ଭକ୍ତମାନେ ନିଜର ଅଭିଳାଷାକୁ ପରିପୂରଣ କରୁଛନ୍ତି। ତେବେ ଏସବୁଥିରୁ ଯେଉଁମାନେ ବଞ୍ଚିତ ସେମାନେ ଘରେ ବସି ଧ୍ୟାନ କରୁଛନ୍ତି। ଏସବୁ ଘଡିଷନ୍ଧି ମୂହୁର୍ତ୍ତରେ ଘରେ ବସି ଅନେକ ଲୋକ ନିଜନିଜ ମାଧ୍ୟମରେ ଭକ୍ତି ଅର୍ଘ ଦେଉଛନ୍ତି। ସେମିତି ଜଣେ ବାଳକ ହେଉଛନ୍ତି ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଦିଲୀପ ମହାରଣା। ଯାହାର ବୟସ ୧୮ ବର୍ଷ। ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣା ସେ ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତତିନି ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର। ଦିଲୀପ ଚଳିତ ରଥଯାତ୍ରା ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଏକ କାଠରେ ତିଆରି ୪ ଇଞ୍ଚି ମୂଳ ପୀଠ ସହ ୫.୬ ଇଞ୍ଚର, ଏକ ଜଗନ୍ନାଥଙ୍କର ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରଟିକୁ ଯେ କେହି…

