ଭୁବନେଶ୍ବର, ନିକଟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାର ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଉଛି। କାରଣ ଏଥର ଓଡିଶାର ତିନିଜଣ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା, ଅଶ୍ବିନୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ଅନ୍ୟତମ କାରଣ। ସେଥିପାଇଁ ଦଳମତ ନିର୍ବିଶେଷରେ ଏହି ତିନିଜଣଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଟୁଇଟରେ ସବୁବେଳେ ସକ୍ରିୟ ଥିବା ବୈଜୟନ୍ତ ପଣ୍ଡା କାହାକୁ ବି ସ୍ବାଗତ କରି ନାହାଁନ୍ତି। ନା ଧର୍ମେନ୍ଦ୍ର, ନା ଅଶ୍ବିନୀ କିମ୍ବା ନା ବିଶେଶ୍ବର। ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଓଡିଶାର ଏହି ତିନି ଜଣ ମନ୍ତ୍ରୀଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ସହିତ ବିଜେଡିର କେତେକ ନେତା ମଧ୍ୟ ସ୍ବାଗତ କରିଛନ୍ତି। ବିଜେପି ଦଳର ପ୍ରାୟ ସମସ୍ତ ନେତା ମଧ୍ୟ ଏହି ତିନିଜଣଙ୍କୁ ସ୍ବାଗତ କରିଛନ୍ତି। ହେଲେ ବୈଜୟନ୍ତ ପଣ୍ଡା ପୁରା ନିରବକୁ ନେଇ ଦଳ ଭିତରେ ଚାଲିଛି ଆଲୋଚନା।…
Author: Samikhsya Bureau
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ରାଜ୍ୟର ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ବିଧାନସଭା ନିର୍ବାଚନ ପରେ ତାଙ୍କ ଦଳ ସରକାର ଗଠନ କରିବା ପରେ କୋଭିଡ-୧୯ ରିପୋର୍ଟର ତଦନ୍ତ କରିବ ବୋଲି ଅଖିଲେଶ କହିଛନ୍ତି। ତଦନ୍ତ ପରେ କରୋନା ସମ୍ବଧୀୟ ତଥ୍ୟ ଲୁଚାଉଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଲେଶ କହିଛନ୍ତି ଯେ, ତଥ୍ୟ ଲୁଚାଇବା ଦ୍ଵାରା ସଂକ୍ରମଣ ବୃଦ୍ଧି ପାଇଛି। ଯାହା ଫଳରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। କିନ୍ତୁ ରାଜ୍ୟରେ ସଠିକ ଭାବେ କେତେ ଲୋକ କରୋନାରେ ମୃତ୍ୟୁ ହୋଇଛି, ତାହା ସରକାର ଲୁଚାଇବାକୁ ଚେଷ୍ଟା କରୁଛି। ତେଣୁ ମୃତକଙ୍କ ସମ୍ପର୍କୀୟମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଯୋଗୀ ସରକାର ଚାହୁଁ ନହିଁ ବୋଲି ଅଖିଲେଶ ଅଭିଯୋଗ କରିଛନ୍ତି।
ପୁରୀ, ଆସନ୍ତାକାଲି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତିନି ରଥ ସିଂହଦ୍ବାରରେ ଲାଗିଛି। ଆଜି ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ବଜ ରଥକୁ ସିଂହଦ୍ବାର ନିକଟକୁ ନିଆଯାଇ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୃ ଏହି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଯିବେ। ପଂରପରା ଅନୁସାରେ ରଥଯାତ୍ରା ପୂର୍ବଦିନ ରଥ ନିର୍ମାଣର ସମସ୍ତ କାର୍ଯ୍ୟ ଶେଷ ହୋଇଥାଏ। ରଥଖଳାରେ ଏହା ନିର୍ମାଣ ହେଉଥିବାରୁ ସିଂହଦ୍ବାରଠାରୁ ଏହା ଅଳ୍ପ ଦୂରରେ ରୁହେ। ହେଲେ ରଥଯାତ୍ରା ପାଇଁ ତା ପୂର୍ବଦିନ ରଥକୁ ଦକ୍ଷଣିମୋଡ କରାଯାଇ ସିଂହଦ୍ବାର ନିକଟକୁ ନିଆଯାଇଥାଏ। ଫଳରେ ଠାକୁର ଶ୍ରୀମନ୍ଦିରରୁ ବାହାରି ସିଧା ରଥରେ ବସିପାରିବେ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ରାତିରୁ ପୁରୀ ସହରରେ…
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡ ନିର୍ବାଚନକୁ ନେଇ ଆମ ଆଦ୍ମି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅରବିନ୍ଦ କେଜ୍ରିୱାଲ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୨ ମସିହାରେ ହେବାକୁ ଥିବା ଏହି ନିର୍ବାଚନରେ ଆପର ସରକାର ଗଠନ ହେଲେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମୁକ୍ତରେ ମିଳିବ। ଏହାସହ କୃଷକଙ୍କୁ ମୁକ୍ତରେ ବିଜୁଳି ଦିଆଯିବ ଏବଂ ପୁରୁଣା ବିଦ୍ୟୁତ ଦେୟକୁ ମଧ୍ୟ ଛାଡ କରାଯିବ। ରାଜ୍ୟରେ ୨୪ ଘଣ୍ଟିଆ ବିଜୁଳି ବ୍ୟବସ୍ଥା କରାଯିବ। ଦିଲ୍ଲୀ ଭଳି ଉତ୍ତରାଖଣ୍ଡରେ କେବେ ପାୱାର କଟ ହେବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ଅରବିନ୍ଦ ଆଜି ଡେରାଡୁନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେଉଁଭଳି ଚକ୍କିର ଭିତର ପାର୍ଶ୍ଵ ମାଧ୍ୟମରେ ଗହମ ପେସା ଯାଉଛି, ସେହିଭଳି ଉତ୍ତରାଖଣ୍ଡ ଜନତାଙ୍କୁ ଦୁଇଟି…
ଭୁବନେଶ୍ବର: ଆଜି ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ପୋଲିସ ଡିଜି ହସ୍ପିଟାଲ ଗସ୍ତ କରିଥିଲେ। ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ଡିଜି ଯାଇଥିଲେ। ସେଠାରେ ଆହତ ଯବାନମାନଙ୍କ ସହ କଥା ବାର୍ତ୍ତା ହେବା ସହ ଶୀଘ୍ର ସୁସ୍ଥ ହେବା ପାଇଁ ଡିଜି ଆଶା ପ୍ରକଟ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଫୁଲବାଣୀ-ବୌଦ୍ଧ ସୀମାରେ ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁଁ ଦୁଇ ଜଣ ଯବାନ ଆହତ ହୋଇଥିଲେ। ଗୁରୁତର ଯବାନଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଥିଲା। କୋରାପୁଟ-ମାଲକାନଗିରି ଗସ୍ତରେ ଯାଇଥିବା ପୋଲିସ ଡିଜି ଗସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନିଜ ହେଲିକ୍ୟାପ୍ଟରରେ ଆହାତ ଜବାନଙ୍କୁ ଡିଜି ଭୁବନଶ୍ଵର ଏୟାରଲିଫ୍ଟ କରିଥିଲେ। ବର୍ତ୍ତମାନ ଆହତ ଯବାନ ଦ୍ୱୟ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ…
ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ପାଳନ କରିବାକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ଲାଗିରହିଛି। ଗତ ମାର୍ଚ୍ଚ ମାସ ଠାରୁ ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ଲାଗିରହିଛି। ତେବେ ଏହା ଭିତରେ ସରକାରର ନୂଆ ନିୟମ ହିସାବରେ ଜଣେ ଅଧିକାରୀଙ୍କୁ ଅଭିଯୋଗ ଶୁଣିବା ପାଇଁ ଟ୍ବିଟର ନିଯୁକ୍ତି ଦେଇଛି। ଅଭିଯୋଗ ଶୁଣାଣି ଅଧିକାରୀ ଭାବେ ବିନୟ ପ୍ରକାଶଙ୍କୁ ଟ୍ବିଟର ନିଯୁକ୍ତି ଦେଇଛି। ଟ୍ବିଟର ପକ୍ଷରୁ ବିନୟଙ୍କ ଇ-ମେଲ ଆଇଡିକୁ ଦିଆଯାଇଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବାଘଛାଲ ଦଲାଲ ସକ୍ରୀୟ ଥିବା ବେଳେ ଜଙ୍ଗଲ ବିଭାଗ ତରଫରୁ ଚଢାଉ କରାଯାଇ ୯ ଟି ବାଘଛାଲ ଜବତ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଅନ୍ୟ ରାଜ୍ୟର ଜନୈକ ଗ୍ରାହକଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ମରାମପୁର ଓ ନର୍ଲା ରେଂଜ ଅଂଚଳରେ ବାଘ ଛାଲ କାରବାର ହେଉଥିବା ସଂପର୍କରେ ବନ ବିଭାଗ ଖବର ପାଇବା ପରେ ସେହି ରାକେଟକୁ ଦରିବାକୁ ଯୋଜନା କରାଯାଇଥିଲା। ବନବିଭାଗ ଓ ଜବଲପୁର ୱାଇଲ୍ଡ ଲାଇଫ କ୍ରାଇମ ବ୍ୟୁରୋ ର ଜନୈକ ସଦସ୍ୟ ଗ୍ରାହକ ସାଜି ବାଘଛାଲ ବେପାରୀଙ୍କ ଠାରୁ କିଣିବା ବାହାନାରେ ବାଘଛାଲ ଜବତ କରିଥିବା ଜଣାପଡିଛି । ମଦନପୁର ରାମପୁର ଅଂଚଳରୁ ୩ଟି ବାଘଛାଲ ଜବତ କରାଯାଇଥିବା ବେଳେ ସବିଶେଷ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତ ବେପାରୀ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତମ ଭୋଇ, ବଫଲା ଗ୍ରାମର ରଙ୍ଗାଚରଣ ଭୋଇ, ଅମାଠର କାର୍ତିକ ରଣାଙ୍କୁ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୯୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, କେନ୍ଦୁଝର, ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ , ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଏବଂ ନୟାଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, କେନ୍ଦ୍ରପଡା, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, ବାଲେଶ୍ଵର, ବଲାଙ୍ଗୀରି, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡ, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୫୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୮ ଲକ୍ଷ ୩୭ ହଜାର ୨୨୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୪୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୭୫ ହଜାର ୬୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୪ ହଜାର ୧୧୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଅଶ୍ବିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେତେକ ଲୋକ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଶୁଭେଚ୍ଛା କରୁଛନ୍ତି। ସୌମ୍ୟବାବୁଙ୍କୁ ଫୋନ କରି କହୁଛନ୍ତି, ଆପଣ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା। ସୌମ୍ୟବାବୁ ଏପରି ଫୋନ କଲ ପାଇ ସେଦିନ ଆଉ ସମ୍ଭାଳିପାରିଲେ ନାହିଁ। ସମସ୍ତଙ୍କୁ ମୁଁ ଅଶ୍ବିନୀ ବୈଷ୍ଣବ ନୁହେଁ ବୋଲି କହି କହି ବ୍ୟସ୍ତ ହେଲେ। ସାଧାରଣତଃ ଯେ କେହି ମନ୍ତ୍ରୀ ହେଲେ ଚିହ୍ନା ଅଚିହ୍ନା ଲୋକେ ଶୁଭେଚ୍ଛା ଦେଇଥାନ୍ତି। ହେଲେ ଲୋକେ ଅଶ୍ବିନୀବାବୁଙ୍କ ଶୁଭେଚ୍ଛା ନ କରି ତାଙ୍କୁ ଶୁଭେଚ୍ଛା କରିବାକୁ ନେଇ ଖୋଦ ସୌମ୍ୟବାବୁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ। ଏହିପରି ବାରମ୍ବାର ଶୁଭେଚ୍ଛା କଲ ଆସିବା ପରେ ସୌମ୍ୟବାବୁ ନିଜେ ମଧ୍ୟ ଏହା ପଛର କାରଣ କଣ ଜାଣିବା ପାଇଁ ଇଚ୍ଛୁକ ହେଲେ। ଯେଉଁମାନେ ଫୋନ କରି ତାଙ୍କୁ ଶୁଭେଚ୍ଛା…
ନୂଆଦିଲ୍ଲୀ: ଏଣିକି ଧାର୍ମିକ ପରିଚୟ ଲୁଚାଇ ବିବାହ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ବ୍ୟକ୍ତି ନିଜର ଧର୍ମ ଲୁଚାଇ ଅନ୍ୟ ସମ୍ପ୍ରଦାୟର ମହିଳାଙ୍କୁ ବିବାହ କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଧର୍ମର ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ। ଆସାମର ବିଜେପି ସରକାର ଏଭଳି ଆଇନ ଆଣିବାକୁ ଯାଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧର୍ମ ପରିଚୟ ଏବଂ ସୂଚନା ଲୁଚାଇ ଅନ୍ୟ ସମ୍ପ୍ରଦାୟରେ ବିବାହ କରୁଥିବା ମହିଳାଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବହୁତ ଶୀଘ୍ର ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଉଭୟ ହିନ୍ଦୁ ଏବଂ ମୁସଲାମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ହିନ୍ଦୁ ଯୁବକ ମଧ୍ୟ ନିଜର ପରିଚୟ ଲୁଚାଇ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ବିବାହ…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୩୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୯୬୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯ ହଜାର ୬୩୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୩୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୯୨ ଜଣ, କଟକ ଜିଲ୍ଲାରୁ ୨୮୯ ଜଣ, ଅନୁଗୁଳ ଜିଲ୍ଲାରୁ…
ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଖାତିର ନକରି ଭାରତ ଏହି ଋତୁରେ ଆମ୍ବ ରପ୍ତାନୀ ବ୍ୟବସାୟକୁ ସଂପ୍ରସାରଣ କରିଛି। ଏକ ପ୍ରମୁଖ ପଦକ୍ଷେପ ସ୍ବରୁପ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ମିଳିଥିବା ଜିଆଇ ସାର୍ଟିଫାଏଡ୍ ଫାଜିଲ୍ ଆମ୍ବ କିସମକୁ ବାହାରିନ ଦେଶକୁ ରପ୍ତାନି କରାଯାଇଛି। ଭାରତ ସରକାରଙ୍କ APEDA ରେ ପଞ୍ଜୀକୃତ କୋଲକାତାର DM ଉଦ୍ୟୋଗ ଦ୍ବାର ଏହି ଆମ୍ବ ରପ୍ତାନି ହୋଇଛି। ଏହାକୁ ବାହାରିନର ଅଲ ଜଜିରା ଗ୍ରୁପ କିଣି ନେଇଛି। ରାଜ୍ୟରୁ ଆମ୍ବ ରପ୍ତାନି ବୃଦ୍ଧି ପାଇଁ APEDA ପଦକ୍ଷେପ ଆରମ୍ଭ କରିଛି। ଆମ୍ବ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏହା କ୍ରେତା-ବିକ୍ରେତା ମଧ୍ୟରେ ଭର୍ଚୁଆଲ୍ ବୈଠକ ଏବଂ ଫେଷ୍ଟିଭାଲର ଆୟୋଜନ ମଧ୍ୟ କରାଯାଉଛି। ବାହାରିନକୁ ଏହି ରପ୍ତାନୀ ପରେ କତାରର ଦୋହାକୁ ମଧ୍ୟ ଆମ୍ବ ରପ୍ତାନୀ ପାଇଁ ଅର୍ଡର ଆସିଛି। ଏହି ଦେଶକୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଜିଆଇ ମାର୍କା ନଅ ପ୍ରକାରର ଆମ୍ବ…
ମେଷ: ଆଜି ନୂତନ ସମ୍ପର୍କର ସାହାଯ୍ୟରେ ଆର୍ଥିକ ଅସୁବିଧା ଦୂର ହେବ, ସମ୍ପର୍କରେ ପରିବାର ସଦସ୍ୟଙ୍କ ବିରୋଧ ଯୋଗୁଁ ମନ ଦୁଃଖିତ ହେବ । ଆଜି ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସାମାଜିକ କଥାବାର୍ତ୍ତା ଆପଣଙ୍କୁ ଖୁସି ରଖିବ । ତୁମର ଦୁଃଖରେ ସମ୍ପର୍କୀୟମାନେ ଅଂଶୀଦାର ହେବେ । ସେମାନଙ୍କ ସମସ୍ୟାକୁ ସେମାନଙ୍କ ସହିତ ବାଣ୍ଟିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ଅନେକ ଜିନିଷ ତୁମର ଧର୍ଯ୍ୟ ପରୀକ୍ଷା କରିବ । ବିବାହିତ ଜୀବନ ସୁଖଦ ହେବ । ବୃଷ: – ଯୋଜନାଗୁଡ଼ିକର ଫଳପ୍ରଦତା ହେତୁ ଆଜି ଆପଣଙ୍କ ମନ ଖୁସି ହେବ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବେପରୁଆ ହୁଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ହେବ । ଆଜି ଆପଣ କର୍ମକ୍ଷେତ୍ରରେ ଆପଣଙ୍କର ଶକ୍ତି ଏବଂ ଦୁର୍ବଳତା ଜାଣିବାକୁ ସମର୍ଥ ହେବେ । ନିଜ ପତିଙ୍କୁ ନ ପଚାରି ଯୋଜନା ପ୍ରସ୍ତୁତ କରନ୍ତୁ ନାହିଁ ନଚେତ୍…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଜି ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡ. ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକ ଭୂୟାଁ, ସି.ଜେ.ଏମ୍ ପ୍ରିୟରଞ୍ଜନ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍ ଶଶୀରେଖା ମିଶ୍ର, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର ସୁଦିପା ପାତ୍ର, ମହିଳା କୋର୍ଟ ଜଜ୍ ରଶ୍ମିତା ସାହୁ, ମୁନସିଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ସୁପରିଚାଳନା କରିଥିଲେ। ଉକ୍ତ ଲୋକ ଅଦାଲତରେ…
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ୧୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି। ସମ୍ବିଧାନର ଧାରା ୩୧୧ (୨, ସି) ଅନୁଯାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଚାକିରିରୁ ବହିସ୍କୃତ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣ ଅନନ୍ତନାଗ ଓ ୩ ଜଣ ବଡଗାମ ଜିଲ୍ଲାର ସରକାରୀ କର୍ମଚାରୀ ଅଛନ୍ତି। ସେହିଭଳି ଶ୍ରୀନଗର, ପୁଲୱାମ ଏବଂ କୂପୱାଡାରୁ ଜଣେ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ବହିସ୍କୃତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିକ୍ଷା ବିଭାଗ କର୍ମଚାରୀ, ୨ ଜଣ ଜମ୍ମୁ-କାଶ୍ମୀର ପୋଲିସ ଏବଂ କୃଷି, ଦକ୍ଷତା ବିଭାଗ, ବିଦ୍ୟୁତ, ଏସକେଆଇଏମଏସ ଏବଂ ସ୍ୱାସ୍ଥ୍ୟ ବିଭାଗରୁ ଜଣେ ଲେଖାଏଁ କର୍ମଚାରୀ ବହିସ୍କୃତ ହୋଇଛନ୍ତି। ଆତଙ୍କବାଦୀ ବିଚାରଧାରାକୁ ସମର୍ଥନ କରିବା ଓ ପ୍ରଚାର କରିବା ଅଭିଯୋଗରେ ଅନନ୍ତନାଗ ଜିଲ୍ଲାର ଦୁଇ ଜଣଙ୍କ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାସହିତ ପୋଲିସ…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ପୁର୍ବ ଶତୃତାକୁ କେନ୍ଦ୍ରକରି ଜଣେ ବୃଦ୍ଧକୁ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା। ହେଲେ ଆକ୍ରମଣ କରିବା ପରେ ଅଭିଯୁକ୍ତଜଣଙ୍କ ଫେରାର୍ ହୋଇଯାଇଥିଲା। ଗତକାଲି ରାତିରେ ଅଭିଯୁକ୍ତଜଣଙ୍କୁ କିସିଣ୍ଡା ପୋଲିସ୍ ଗିରଫ କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୯ ଜୁଲାଇ ସକାଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲଇ ଗ୍ରାମର ରଘୁ ଦେହୁରୀ (୬୦)ଗାଁ ଛକରେ ଥିବା ବେଳେ ଗ୍ରାମର କମ୍ଭୁ ପଟ୍ଟନାୟକ ନାମକ ଜଣେ ଯୁବକ ରଘୁର ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ପକାଇଥିଲା। ଗାଁ ଲୋକମାନେ ପାଟିତୁଣ୍ଡ କରିବାରୁ ଟାଙ୍ଗିଆ ଛାଡି ଆକ୍ରମଣ କାରୀ ଫେରାର ହୋଇଯାଇଥିଲା। ରଘୁର ବେକକୁ କମ୍ଭୁ ଟାଙ୍ଗିଆରେ ଚୋଟ ମାରିବାକୁ ଉଦ୍ୟମ କରୁଥିବାବେଳେ ସୌଭାଗ୍ୟକୁ ରଘୁ ବେକକୁ ନୁଆଁଇ ଦେବାରୁ ନିଜ ମୁଣ୍ଡରେ ଟାଙ୍ଗିଆଟି ବାଜି ଯାଇଥିଲା। ସେଠାରେ ସେ ତଳେ ପଡିଯାଇଥିଲେ। ଆହତ ରଘୁକୁ ସଙ୍ଗେ ସଙ୍ଗେ ନାକଟିଦେଉଳ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଡାକ୍ତରଙ୍କୁ ରୋଗୀଙ୍କସମ୍ପର୍କୀୟମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବହିଃବିଭାଗକୁ ପଶି ଡାକ୍ତରଙ୍କୁ ୬ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସମ୍ପୃକ୍ତ ଡାକ୍ତର ଜଣଙ୍କ ଲହୁ ଲୁହାଣ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ନୟାଗଡ ଜିଲ୍ଲା ଚାନ୍ଦପୁର ଶାସ୍ତ୍ରୀନଗରର ଜଣେ ମହିଳା ଚିକିତ୍ସା ପାଇଁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଜଣେ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିଥିଲେ। କିନ୍ତୁ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେହି ଶିଶୁର ଚିକିତ୍ସା କରିଥିଲେ। ଏଥିରେ ମହିଳା ରୋଗୀଙ୍କ ସଂପର୍କୀୟ ଉତ୍ୟକ୍ତ ହୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାଡ ମାରିଥିଲେ। ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତରଙ୍କ ଆଖି, ବେକ, ମୁହଁରେ ଆଘାତ ଲାଗିଛି। ଏହା ସହ ଡାକ୍ତରଙ୍କୁ ଜୀବନରେ ମାରି ଦେବା ପାଇଁ…
ଭୁବନେଶ୍ୱର: ଓଡ଼ିଶାର ବିଦ୍ୱାନମାନଙ୍କର ଅଗ୍ରଣୀ ଅନୁଷ୍ଠାନ, ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଏକ ଦୁଇଦିନିଆ ଆଲୋଚନାଚକ୍ର ଆଜି ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ ଉଦ୍ଘାଟିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରାଜଭବନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ସମ୍ବନ୍ଧୀୟ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଭାଷଣରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଲେ ଯେ, ‘ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆର ମଉଡ଼ମଣି। ଏ ଜାତିର ପ୍ରାଣ ଓ ପରିଚୟ। ଇତିହାସକୁ ଅବଲୋକନ କଲେ ଜଣାଯାଏ ବହୁ ଘାତ ପ୍ରତିଘାତ ଭିତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଓଡ଼ିଆମାନେ ରକ୍ଷା କରିବାକୁ ଅନେକ ବଳିଦାନ ଦେଇଛନ୍ତି। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଅତିଶୀଘ୍ର ଏ କରୋନା ମହାମାରୀ ଦୂର ହେଉ ଏବଂ ଜନସାଧାରଣ ପୁନର୍ବାର ଶାନ୍ତି ଓ ମୈତ୍ରୀର ବାତାବରଣରେ ଜୀବନଯାପନ କରନ୍ତୁ।’ ପୁରୀ ଗଜପତି ମହାରାଜା କହିଲେ ଯେ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ଅତ୍ୟନ୍ତ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୩୯୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୧ ହଜାର ୬୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୦୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୫୯୫, ଖୋର୍ଦ୍ଧାରୁ ୫୪୨, ବାଲେଶ୍ବରରୁ ୨୫୮, ଯାଜପୁରରୁ ୨୦୪, ମୟୂରଭଞ୍ଜରୁ ୧୯୩, ପୁରୀରୁ ୧୭୯, ଭଦ୍ରକରୁ ୧୪୪, ନୟାଗଡରୁ ୧୦୪, ଜଗତସିଂହପୁରରୁ ୮୭, କୋରାପୁଟରୁ ୭୭, କେନ୍ଦ୍ରାପଡାରୁ ୭୬, ମାଲକାନାଗିରିରୁ ୬୪, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୮, ସୁନ୍ଦରଗଡରୁ ୫୩, ରାୟଗଡାରୁ ୫୧, କେନ୍ଦୁଝରରୁ ୫୦, କନ୍ଧମାଳରୁ ୩୭, ବରଗଡରୁ ୩୪, ନବରଙ୍ଗପୁରରୁ ୩୩, ବଲାଙ୍ଗୀରିରୁ ୨୫, ସମ୍ବଲପୁରରୁ ୧୮, କଳାହାଣ୍ଡିରୁ ୧୬, ସୋନପୁରରୁ ୧୪, ଗଞ୍ଜାମରୁ ୧୦, ଝାରସୁଗୁଡାରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୮, ଦେବଗଡରୁ ୭, ଗଜପତିରୁ ୬ ଏବଂ ଷ୍ଟେଟ ପୁଲରୁ ୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ…

