Author: Samikhsya Bureau

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ ମାସ ପଯ୍ୟନ୍ତ ଏହି ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହିତ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଗଲା। ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜମା କରାଗଲା । ଏହାଦ୍ବାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର‌୍ୟ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି । ସମୁଦାୟ ୩୨ ଲକ୍ଷ ଶ୍ରମିକ ୩୫୨ କୋଟି ଟଙ୍କାର ସହାୟତା ପାଇଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଗରିବ ଲୋକଙ୍କ ପାଇଁ ମୋ ହୃଦୟରେ ସବୁବେଳେ ସ୍ଵତନ୍ତ୍ର ସ୍ଥାନ ରହିଛି । ଗରିବ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଉପଜିଲ୍ଲାପାଳ ରୂପେ ଯୁବ ଆଇଏଏସ ଅଧିକାରୀ ଗୌରବ ଶିବାଜୀ ଇଶାଲୱର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଈଶାଲୱର ୨୦୧୯ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଧିକାରୀ। ନିକଟରେ ଉକ୍ତ ଅଧିକାରୀଙ୍କ ଦ୍ଵିତୀୟ ଫେଜ ଟ୍ରେନିଂ ସରିବା ପରେ ରାଜ୍ୟ ସରକାର ଶ୍ରୀ ଈଶାଲୱାରଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ତେବେ ଗତକାଲି ଶ୍ରୀ ଇଶାଲୱର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦୀର୍ଘ ବର୍ଷ ପରେ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଜଣେ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ପଦୋନ୍ନତି ହୋଇଥିଲା। ଫଳରେ ତାଙ୍କ ସ୍ଥାନରେ ଶ୍ରୀ ଇଶାଲୱରଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ଜଣେ ବୃଦ୍ଧକୁ ଟାଙ୍ଗିଆରେ ହାଣି ଆହତ କରିଦେଇଥିବା ଖବର ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲଇ ଗ୍ରାମର ରଘୁ ଦେହୁରୀ (୬୦) ଗାଁ ଛକରେ ଥିବା ବେଳେ ଗ୍ରାମର କମ୍ଭୁ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ହଠାତ୍ ରଘୁର ମୁଣ୍ଡକୁ ହାଣି ଫେରାର ହୋଇଯାଇଥିଲା। ଆହତ ରଘୁକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଥିବା ବେଳେ ଆକ୍ରମଣକାରୀ କମ୍ଭୁ ଫେରାର ଥିବା କିସିଣ୍ଡା ପୋଲିସ୍ ପ୍ରକାଶ କରିଛି। ଆହତ ରଘୁ ଦେହୁରୀର ଅଭିଯୋଗ କ୍ରମେ କିସିଣ୍ଡା ଥାନା କେସ୍ ନଂ ୩୯/୨୦୨୧ଦଫା ୩୪୧ , ୩୦୭ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡିଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଶଂସା କରିଛନ୍ତି। ଟ୍ବିଟ କରି ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡିଶାରେ ମାତ୍ର ୭୫ ଦିନରେ ୧୦ ହଜାର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ପ୍ରସ୍ତୁତ କରିଥିବାରୁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୧୪ ଟି ସ୍ଥାନରେ ଏହି ପ୍ରକଳ୍ପ ସ୍ଥାପନା ହୋଇଛି। ଓଡିଶାରେ ମୁକ୍ତା ଯୋଜନା ଅନୁଯାୟୀ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଚାଲିଛି।

Read More

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ଯୋଗୁ ସାଧାରଣ ଖାଉଟି ଅତିଷ୍ଠ ହେଲେଣି। ଏହା ସାଙ୍ଗକୁ ବସ୍ ଭଡ଼ା, ପରିବହନ ଭଡ଼ା ଓ ଅନ୍ୟାନ୍ୟ ଟିକସ ବୃଦ୍ଧି ଯୋଗୁ ଚାଉଳ, ଡ଼ାଲି, ତେଲ, ଚିନି ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ସରକାର ବାଦ ଦେବା ଫଳରେ ମୁନାଫାଖୋର ବ୍ୟବସାୟୀମାନେ ତାର ଫାଇଦା ନେଇ ଗ୍ରାହକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ତେଣୁ ବାମ ଦଳମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖ ଦିନ ଦିଆ ଯାଇଥିବା ସକାଳ ୬ ଘଟିକାରୁ ଦିବା ୧୨ ଘଟିକା ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Read More

ଭୁବନେଶ୍ୱର: ବାଲିଅନ୍ତା ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସରକାରଙ୍କ କୋଭିଡ଼ ନିୟମ ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ଓଝା, ବିଧାୟକ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ୍ ବଦ୍ରୀନାରାୟଣ ବେହେରା, ବିଧୂଭୂଷଣ ପଟ୍ଟନାୟକ, ସିଦ୍ଧେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସଭ୍ୟ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ କାମିନୀ…

Read More

ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ଅଖିଲେଶ ସିଂହଙ୍କୁ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଭାବେ ବଦଳି ହୋଇଥିବା ବେଳେ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଜିଲ୍ଲା, ରାହୁଲ ଜୈନଙ୍କୁ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡା ଜିଲ୍ଲା, କେଆର ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଜିଲ୍ଲା, ପିଏସ ମିନାଙ୍କୁ ମାଲକାନାଗିରି ଜିଲ୍ଲା ଏବଂ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛି। ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟକୁ ଆଇଜିପି ଭାବେ ନିଯୁକ୍ତି ହୋଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୭୮, କଟକରୁ ୪୪୦, ବାଲେଶ୍ବରରୁ ୩୯୭, ଯାଜପୁରରୁ ୨୧୦, ପୁରୀରୁ ୧୮୧, କେନ୍ଦ୍ରାପଡାରୁ ୧୭୮, ଜଗତସିଂହପୁରରୁ ୧୭୭, ଭଦ୍ରକରୁ ୧୭୬, ମୟୂରଭଞ୍ଜରୁ ୧୪୩, ନୟାଗଡରୁ ୧୦୭, ମାଲକାନାଗିରିରୁ ୯୮, ଅନୁଗୁଳରୁ ୯୪, କେନ୍ଦୁଝରରୁ ୯୪, ସୁନ୍ଦରଗଡରୁ ୬୭, ଢେଙ୍କାନାଳରୁ ୫୭, ରାୟଗଡାରୁ ୫୭, କୋରାପୁଟରୁ ୫୨, ବୌଦ୍ଧରୁ ୪୨, ବରଗଡରୁ ୨୯, ସମ୍ବଲପୁରରୁ ୨୬, ସୋନପୁରରୁ ୨୬, କନ୍ଧମାଳରୁ ୨୫, ବଲାଙ୍ଗୀରିରୁ ୨୧, ନବରଙ୍ଗପୁରରୁ ୨୧, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୧୧, ଗଜପତିରୁ ୯, ଗଞ୍ଜାମରୁ ୯, ନୂଆପଦରୁ ଦେବଗଡରୁ ଏବଂ ଷ୍ଟେଟ ପୁଲରୁ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬ ହଜାର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର ଗରିବ ଲୋକଙ୍କ ହିତ ପାଇଁ ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଗରିବର ମୁଣ୍ଡ ଉପରେ ଛାତ। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ହେଉଥିବାର ଅଭିଯୋଗ କରିଛି ବିରୋଧୀ ଦଳ ବିଜେପି। ରାଜ୍ୟରେ ପ୍ରକୃତ ହିତାଧିକାରୀ ଉକ୍ତ ଯୋଜନାର ସୁଫଳ ପାଉନଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁମୋଦିତ ଅର୍ଥକୁ ଚଂଚକତା କରି ହରିଲୁଟ ହେଉଥିବାର ଅଭିଯୋଗ କରିଛି ବିଜେପି। ଏହି ଆଧାରରେ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଅନୁରୂପ ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ବିଜେପି ତରଫରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ନେ ବ୍ଲକ ଫାଟକ ସମ୍ମୁଖରେ ଧାରଣା ଦେବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ବିଜେପି ବିଭିନ୍ନ ଦାବି ସହ କେନ୍ଦ୍ର ସରକାରଙ୍କ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୁଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଗତକାଲି ରାତିରେ କନ୍ଧମାଳ ଜିଲ୍ଲାରୁ ଏକ ଗଞ୍ଜେଇ ବୋଝେଇ କାର ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଖବର ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା  ଜାଣିବାକୁ ପାଇଥିଲେ। ବିଳମ୍ୱ ନକରି ଉକ୍ତ କାରକୁ ଧରିବା ନିମନ୍ତେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସପି। ତେବେ ଟାଉନ ଥାନା ଏସଆଇ ରଶ୍ମିରଞ୍ଜନ ଦାସ, ଦିଗବିଜୟ ବିଶ୍ୱାଳ, ବିଜୟ କେତନ ବେହରା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ତୁରନ୍ତ ଏକ ଟିମ ଗଠନ କରାଯାଇ ଉକ୍ତ ଗାଡିର ତାଲାସୀ ଜାରି ରହିଥିଲା। ପରିଶେଷରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ସ୍ଥିତ ପ୍ରଫୁଲ୍ଲ ପାଲେସ ସମ୍ମୁଖରୁ (ଓଆର-୦୨-ଏଡ଼ି-୮୮୩୩) ନମ୍ବର ବିଶିଷ୍ଟ…

Read More

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଶାଢୀ ଟାଣିବା ଅଭିଯୋଗରେ ୬ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଉତ୍ତରପ୍ରଦେଶର ଲଖୀମପୁରୀ ଖିରୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଲମ୍ବନ ହୋଇଥିବା ୬ ଜଣ ପୋଲିସ କର୍ମୀଙ୍କ ମଧ୍ୟରୁ ଜଣେ ସିଓ, ଦୁଇ ଜଣ ଇନିସପେକ୍ଟର ଏବଂ ତିନି ଜଣ ସବ-ଇନିସପେକ୍ଟର ସାମିଲ ଅଛନ୍ତି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ଯାହାକୁ ଖୋଜିବାରେ ୪ ଟି ଟିମକୁ ଲଗାଯାଇଛି। ତେବେ ଭାଇରାଲ ହେଉଥିବା ଭିଡିଓରେ ବିଜେପି ସାଂସଦ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେଖା ବର୍ମାଙ୍କ ପ୍ରତିନିଧି ନଜର ଆସୁଛନ୍ତି। ଭାଇରାଲ ଭିଡିଓରୁ ପୋଲିସ ତାଙ୍କୁ ଚିହ୍ନି ପାରିଛି। ପୀଡ଼ିତା ମହିଳା ଜଣଙ୍କ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ବୋଲି ଜଣା ପଡିଛି। ଏହି ଘଟଣାରେ ପାସଗାଁ ଥାନାରେ ଏତଲା ଦିଆଯାଇଛି। ଏଥିରେ ଦୁଇ ଜଣ ବିଜେପି କର୍ମୀଙ୍କ ସମେତ ଅନେକ ଅଜ୍ଞାତ ଲୋକଙ୍କ…

Read More

ଭୁବନେଶ୍ୱର: କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି। ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ “ଇଚ ୱାନ, ପ୍ଲାଂଟ ୱାନ’ (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ସ୍ୱେଚ୍ଛାସେବୀ ନିଜ ଘରର ଚତୁଃପାଶ୍ୱର୍ ଏବଂ ନିକଟବର୍ତୀ ଅଂଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି। ବନମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ ରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯଦି ପ୍ରକୃତି ଡାଇନୋସୋର ଭଳି କେତେକ ପ୍ରଜାତିର ଜୀବକୁ ଲୋପକରିପାରେ ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ…

Read More

ଭୁବନେଶ୍ଵର: ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ପରୀକ୍ଷା ଫଳ ପ୍ରକାଶ କରିବାକୁ ପ୍ରଚେଷ୍ଟା ଚଲାଇଛୁ। ପରୀକ୍ଷା ଫଳ ପ୍ରକାଶ କରିବା ଲାଗି ପ୍ରକ୍ରିୟା ଜାରି ରହିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଗର୍ଭବତୀ ମହିଳାଙ୍କୁ କୋଭିଡ ଟୀକାକରଣରେ ସାମିଲ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ୧୫ ତାରିଖରୁ ଗର୍ଭବତୀମାନଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ୧୫ ତାରିଖ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡି, ସ୍ଵାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଶେଷ ହେବାକୁ କୁହାଯାଇଛି। ତେବେ ଏହାକୁ ନେଇ ଆଜି ଗାଇଡଲାଇନ ସ୍ଥିର କରାଯିବ। ଯେଉଁ ଜିଲ୍ଲାରେ ଯେଉଁ ଟୀକା ଉପଲବ୍ଧ ହେଉଛି, ସେହି ଜିଲ୍ଲାରେ ସେହି ଟୀକା ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୩୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୭ ଲକ୍ଷ ୫୨ ହଜାର ୯୫୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୯୩୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୮୮ ହଜାର ୨୮୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୮ ହଜାର ୭୨୭ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ବିସ୍ତାର ହୋଇଯାଇଥିବା ବେଳେ ମନ୍ତ୍ରୀମାନେ କାମ ଆରମ୍ଭ ମଧ୍ୟ କରିସାରିଲେଣି। ହେଲେ ଏହି କ୍ୟାବିନେଟରେ ଉତ୍ତରପ୍ରଦେଶର ସାଂସଦ ବରୁଣ ଗାନ୍ଧୀ ସାମିଲ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ। ତେବେ ଏହାକୁ ନେଇ ବରୁଣଙ୍କ ମା’ ତଥା ସାଂସଦ ମେନକା ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ମେନକା ଗାନ୍ଧୀ କହିଛନ୍ତି ଯେ, ସଂସଦରେ ୬୦୦ ରୁ ୬୫୦ ଜଣ ସାଂସଦ ଅଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ଜାଗା ଦେଇପାରିବେ। କିନ୍ତୁ ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ଟିମରେ ସାମିଲ କରିଛନ୍ତି, ସେମାନେ ସମସ୍ତେ ଦକ୍ଷ ଅଟନ୍ତି। ମେନକା ବର୍ତ୍ତମାନ ଦୁଇ ଦିନିଆ ସୁଲତାନପୁର ଗସ୍ତ ଯାଇଛନ୍ତି। ଯେଉଁଠି ସେ ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ମେନକାଙ୍କୁ ଶିଶୁ ବିକାଶ ମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା। କିନ୍ତୁ ଦ୍ଵିତୀୟ ପାଳିରେ ତାଙ୍କୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୮୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୬୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩ ହଜାର ୧୭୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୭ ହଜାର ୪୨୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୭୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୯୦ ଜଣ, କଟକ ଜିଲ୍ଲାରୁ ୪୪୧ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୭୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଗଞ୍ଜାମ, ମୟୂରଭଞ୍ଜ, ପୁରୀ ଜିଲ୍ଲାରୁ ୬ ଜଣ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ, କେନ୍ଦୁଝର ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଟକ, ଢେଙ୍କାନାଳ, ନୟାଗଡ ଜିଲ୍ଲାରୁ ୨ ଜଣ, ବୌଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, ରାୟଗଡ, ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩ ହଜାର ୧୭୮…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଟ୍ରକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ରାଉରକେଲା କଇଡ଼ାରୁ ଆଇରନ ନେଇ ଏକ ଟ୍ରକ (ଓଡ଼ି-୦୯-ସି-୪୫୧୫) ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଯାଉଥିଲା। ସୁବୁଦ୍ଧିପାଟଣା ଛକ ନିକଟରେ ଟ୍ରକଟିର ଚକା ଫାଟିଯିବାରୁ ଟ୍ରକ ଚାଳକ ଗାଡିକୁ ସେଠାରେ ଠିଆ କରିଥିଲେ। ତେବେ ଭୋର ୫ ଘଟିକା ସମୟରେ ଭୁବନେଶ୍ୱର ଆଡୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ ବାଲି ବୋଝେଇ ଟ୍ରକଟି (ଏପି-୩୧-ଟିଜି-୯୫୬୯) ଭାରସାମ୍ୟ ହରାଇ ପୂର୍ବରୁ ଛିଡା ହୋଇଥିବା ଆଇରନ ବୋଝେଇ ଟ୍ରକଟିକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବାଲି ବୋଝେଇ ଟ୍ରକ ଚାଳକ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିଲେ। ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ…

Read More

ମେଷ-ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ । ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ। ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ। ଏହି ସପ୍ତାହରେ ଦୀର୍ଘ ଯାତ୍ରା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ବୃଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ। ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ। ଖାଦ୍ୟ ନିୟନ୍ତ୍ରଣ ଏବଂ ବକ୍ତବ୍ୟରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ମିଥୁନ-ତୁମର ସଂଗଠିତ କାର୍ଯ୍ୟ ଶୈଳୀ ଏବଂ କର୍ମକ୍ଷେତ୍ରରେ ଦକ୍ଷତାର ସହିତ କାର୍ଯ୍ୟ ପାଇଁ ତୁମେ ସମ୍ମାନ ପାଇବ। ଉଦାରତାରେ କରାଯାଇଥିବା…

Read More

ଭୁବନେଶ୍ବର, ଜମି କିଣିବିକା କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରିବା ପାଇଁ ଆଜି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ବିଭାଗର ଏକ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଅନଲାଇନରେ କରାଯାଉଥିଲେ ମଧ୍ୟ ଜମି କ୍ରେତା ଓ ବିକ୍ରେତାଙ୍କୁ ଅଫିସ ଆସିବାକୁ ପଡୁଛି। ହେଲେ ସବ ରେଜେଷ୍ଟ୍ରି ଅଫିସ ନ ଆସି କିପରି ଏହି କିଣିବିକା ହେବ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। ଲୋକସେବା ଭବନରେ ଆୟୋଜିତ ଏକ ଭର୍ଚ୍ୟୁୟାଲ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଥିଲ। ସେ କହିଥିଲେ ଯେ, ବର୍ତ୍ତମାନ ଜମି ଦାଖଲ ଖାରଜ ସମୟ ସୀମା ପୂର୍ବରୁ 90 ଦିନ ଥିଲା। ହେଲେ ବର୍ତ୍ତମାନ ଏହା 7 ଦିନକୁ ହ୍ରାସ ପାଇଛି। ଅଂଶୀଦାରଙ୍କ ଅଭିଯୋଗ ନ ଥିଲେ ବର୍ତ୍ତମାନ 7 ଦିନ…

Read More