ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏକ ନୂଆ ଯୋଜନା “ଭାରତ କୋଭିଡ-୧୯ ଜରୁରୀ ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜ୍-ପଯ୍ୟାୟ-୨” କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୨୩,୧୨୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜର ପଯ୍ୟାୟ-୨ରେ କେନ୍ଦ୍ରୀୟ କ୍ଷେତ୍ର (ସିଏସ) ଏବଂ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଉପାଦାନ ସାମିଲ ରହିଛି। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଉପାଦାନରେ ଯାହା ସାମିଲ କରାଯାଇଛି। ସିଏସଏସ ଉପାଦାନ ଅନ୍ତର୍ଗତ, ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ମହାମାରୀ ବିରୋଧରେ ପ୍ରଭାବୀ ଏବଂ ତ୍ୱରିତ ମୁକାବିଲା ନିମନ୍ତେ ଜିଲ୍ଲା ଓ ଉପଜିଲ୍ଲାସ୍ତରରେ କ୍ଷମତାକୁ ସୁଦୃଢ଼ କରିବା। ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ରାଜ୍ୟର ସ୍ବାସ୍ଥ୍ୟ କ୍ଷମତା ବୃଦ୍ଧି ପାଇଁ କଣ ପଦକ୍ଷେପ…
Author: Samikhsya Bureau
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏକ ନୂଆ ଯୋଜନା “ଭାରତ କୋଭିଡ-୧୯ ଜରୁରୀ ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜ୍-ପଯ୍ୟାୟ-୨” କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୨୩,୧୨୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି -ଶିଶୁ ଚିକିତ୍ସା ସେବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ଉଚିତ ପରିଣାମ ଉପରେ ଗୁରୁତ୍ବାରୋପ କରାଯାଇ ପ୍ରାରମ୍ଭିକ ନିରାକରଣ, ଚିହ୍ନଟ ଏବଂ ପରିଚାଳନା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା। ଏହି ପ୍ୟାକେଜର ପଯ୍ୟାୟ-୨ରେ କେନ୍ଦ୍ରୀୟ କ୍ଷେତ୍ର (ସିଏସ) ଏବଂ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଉପାଦାନ ସାମିଲ ରହିଛି। କେନ୍ଦ୍ରୀୟ କ୍ଷେତ୍ର ଉପାଦାନରେ ଯାହା ସାମିଲ କରାଯାଇଛି ସେଗୁଡିକ ହେଲା 1- କେନ୍ଦ୍ରୀୟ ଡାକ୍ତରଖାନା, ଏମ୍ସ ଏବଂ ଡିଓଏଚଏଏଫଡବ୍ଲୁ ଅଧୀନରେ…
ଭୁବନେଶ୍ୱର: ରେଳ ବିଭାଗକୁ ବର୍ଷକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିଲା ବେଳେ ଓଡ଼ିଶା ଅନୁଦାନ ଆକାରରେ ହାରାହାରି ପାଉଛି ୩ ରୁ ୪ ହଜାର ଟଙ୍କା। ଓଡ଼ିଶା ତୁଳନାରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ରେଳ ସାନ୍ଦ୍ରତା ଯଥାକ୍ରମେ ୪୨ କିଲୋମିଟର ଥିଲାବେଳେ ୪୨ ଓ ୩୫ କିଲୋମିଟର ପ୍ରତି ହଜାର ବର୍ଗକିଲୋମିଟରେ ଥିଲା ବେଳେ ଓଡ଼ିଶାରେ ତାହା ମାତ୍ର ୧୫ କି.ମି.। ଓଡ଼ିଶାର ବହୁ ଜିଲ୍ଲା ସଦର ମହକୁମାକୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ରେଳ ଲାଇନ ଯାଇପାରିଲା ନାହିଁ। ନୂଆ ରେଳମନ୍ତ୍ରୀ ଓଡ଼ିଶାର ସାଂସଦ ହୋଇଥିବା ଯୋଗୁ ଓଡ଼ିଶା ପ୍ରତି କରାଯାଇଥିଲା ରେଳ ବିଭାଗର ଚରମ ଅବହେଳାକୁ ସୁଧାରିବା ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ନୂଆ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଦାବି କରି ଏକ ପତ୍ର ଲେଖାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା…
ଭୁବନେଶ୍ୱର: କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର। କରୋନା କିଛି ଲୋକଙ୍କ ଜୀବନ ନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲା ଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି। ଯଦି ଲକଡ଼ାଉନ ଓ ସଟଡ଼ାଉନ ଏକମାତ୍ର ବିକଳ୍ପ, ତେବେ ଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି? ଜର୍ମାନ, ଆମେରିକା ଭଳି ଦେଶରେ ଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ସବୁବର୍ଗଙ୍କୁ ଟଙ୍କା ବଣ୍ଟାଯାଇଛି। ହେଲେ ଏଠି କେବଳ ଲୋକଙ୍କୁ ଭିକାରୀ ପରି ଚାଉଳ ଗଣ୍ଡେ ଫିଙ୍ଗିଦେଇ ସରକାର ତାଙ୍କ ନୈତିକ ଦାୟିତ୍ୱ ଶେଷ କରିଦେଉଛନ୍ତି। ଗତ ଦେଢବର୍ଷରୁ ଉର୍ଦ୍ଧ୍ୱ କରୋନା କାଳରେ ସେଲୁନ, ସ୍ପା, କ୍ଷୁଦ୍ର ବ୍ୟବସାୟୀ, ମଟର ସଂଘ, ଚାଷୀ, କଳାକାର ସମସ୍ତେ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ରୋଜଗାରକ୍ଷମବର୍ଗ ଦିନମଜୁରିଆଙ୍କ ହାତ ସରକାର ଗୋଟେପଟେ ବାନ୍ଧି ଦେଇଥିଲା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୪୯୬, ଖୋର୍ଦ୍ଧାରୁ ୪୪୦, ବାଲେଶ୍ବରରୁ ୩୯୬, ମୟୂରଭଞ୍ଜରୁ ୨୧୯, ପୁରୀରୁ ୧୮୮, ଯାଜପୁରରୁ ୧୬୨, ନୟାଗଡରୁ ୧୩୦, ଭଦ୍ରକରୁ ୧୨୮, ମାଳାକାନାଗିରିରୁ ୮୮, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡାରୁ ୭୦, କୋରାପୁଟରୁ ୪୯, ଢେଙ୍କାନାଳରୁ ୪୫, କେନ୍ଦୁଝରରୁ ୩୮, ଅନୁଗୁଳରୁ ୩୫, ସମ୍ବଲପୁରରୁ ୩୧, ନବରଙ୍ଗପୁରରୁ ୩୦, ସୁନ୍ଦରଗଡରୁ ୨୧, ରାୟଗଡାରୁ ୨୦, ସୋନପୁରରୁ ୨୦, ବୌଦ୍ଧରୁ ୧୯, ବରଗଡରୁ ୧୬, ଝାରସୁଗୁଡାରୁ ୧୬, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୫, କନ୍ଧମାଳରୁ ୧୪, ବଲାଙ୍ଗୀରିରୁ ୧୨, ନୂଆପଡାରୁ ୧୨, ଗଜପତିରୁ ୯, ଦେବଗଡରୁ ୨ ଏବଂ ଷ୍ଟେଟ ପୁଲରୁ ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ…
ଭୁବନେଶ୍ବର: ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି। ଗତବର୍ଷ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏବର୍ଷ ମଧ୍ୟ ଯେପରି ରଥଯାତ୍ରା ସୁଚାରୁ ରୂପେ ପାଳିତ ହେବ ଏବଂ ଭକ୍ତ ମାନେ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁରୀ ସହରବାସୀ, ସେବାୟତ ମାନଙ୍କର ସହଯୋଗ କାମନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ଅସାଧାରଣ ପରିସ୍ଥିତିରେ ହେବାକୁ ଯାଉଛି। ସାରା ବିଶ୍ଵ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ। ତେଣୁ ମହାପ୍ରଭୁଙ୍କ ନୀତି ଠିକ ସମୟରେ…
ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ। ଏହି ଅବସରରେ ଅଲମ୍ପିୟାନ ଦୁତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡିଶାର ଯୁବ ସମାଜ ପାଇଁ ରୋଲମଡେଲ ପାଲଟିଯାଇଛ। ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ। କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହି ଅବସରରେ ଅଲମ୍ପିକସ ପଦକ ବିଜେତାଙ୍କ ପାଇଁ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୬୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ହଜାର ୬୮୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୦ ହଜାର ୯୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୮୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୯୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନ ମଣ୍ଡଳୀରେ ମାତ୍ର ୫୦୦ ଲୋକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଉକ୍ତ ଟୀକା କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ଦିଆଯିବ। କିନ୍ତୁ ଚିଲିକାର ଟୀକାକେନ୍ଦ୍ରରେ ଉଭୟ ଡୋଜ ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିଲିକା: ୧- ସରକାରୀ ୟୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(କୁମଣ୍ଡଳ ଗ୍ରା.ପ)- ୧୦୦ ଡୋଜ ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ- ସକାଳ ୯ ରୁ ମଧ୍ୟାହ୍ନ…
ନୂଆଦିଲ୍ଲୀ: କେନ୍ଦ୍ରର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ଆଜି ସନ୍ଧ୍ୟା ୫ ଟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ କୃଷି ଭଳି ସ୍ୱାସ୍ଥ୍ୟ ଉପରେ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୩ ହଜାର କୋଟି ଟଙ୍କାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ତେବେ କରୋନା ଲଢେଇ ପାଇଁ ସ୍ଵତନ୍ତ୍ର ପାଣ୍ଠିରୁ ରାଜ୍ୟଗୁଡିକୁ ସହାୟତା ପ୍ରଦାନ କରାଯିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସାମ୍ବାଦିକ ସମ୍ମିଳନୀରେ ଏକ ବିବୃତ୍ତି ଦେଇଛନ୍ତି। କରୋନା ପ୍ୟାକେଜରେ ସଠିକ ଉପଯୋଗ ହୋଇଛି। ତୃତୀୟ ଲହରୀ ପାଇଁ କେନ୍ଦ୍ର ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ତୃତୀୟ ଲହରୀକୁ ଦେଖି ଦେଶରେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି। ଦେଶରେ ୨୦ ହଜାର ଆଇସିୟୁ ଶଯ୍ୟା ପାଇଁ ବ୍ୟବସ୍ଥା କରାଯାଉଛି। ଦେଶର ସବୁ ଜିଲ୍ଲାରେ ପିଏସୟୁ ରହିବ। ପ୍ରତ୍ୟେକ…
ନୂଆଦିଲ୍ଲୀ: ମୋଦୀ ମନ୍ତ୍ରୀମଣ୍ଡଳର ବିସ୍ତାର ଏବଂ ଅଦଳବଦଳ ପରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୫ ଟା ସମୟରେ ମୋଦୀ ସରକାରର ନୂଆ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ମଣ୍ଡିଗୁଡିକର ସଶକ୍ତିକରଣ କରିବାକୁ ସରକାର ଚାହୁଁଛି। ଏହି ବୈଠକରେ ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଯାହା ମଣ୍ଡି ଜରିଆରେ ୧ ଲକ୍ଷ କୋଟି ଟଙ୍କା କୃଷକଙ୍କ ପାଖରେ ପହଞ୍ଚିବ। ସେହିଭଳି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, କୃଷି ବିକାଶ ପାଇଁ ଏହି ବୈଠକରେ ଏକାଧିକ ନିଷ୍ପତ୍ତି ହୋଇଛି। ଏପିଏମସି ମଣ୍ଡିଗୁଡିକୁ ଅଧିକ ମଜବୁତ କରାଯାଉଛି। ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ସମ୍ଭାବନା ନାହିଁ। ନାରିକେଳ ଉନ୍ନୟନ ବୋର୍ଡରେ ନିଯୁକ୍ତି ହେବେ ସିଇଓ। କିଷାନ ସମ୍ପ୍ରଦାୟକୁ ୨ କୋଟି ଟଙ୍କାର ଋଣ ଦିଆଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ହେଲେ ଟୀକାକରଣ ଅପରିହାର୍ଯ୍ୟ ହୋଇପଡିଛି। ଏଥିନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ନାଗରିକମାନଙ୍କ ଟୀକାକରଣକୁ ପ୍ରାଥମିକତା ଦେଉଛନ୍ତି। ତେବେ ଆଗଧାଡିର କରୋନା ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ରାଜ୍ୟ ସରକାର ସାମିଲ କରିଥିବା ବେଳେ ଚବିଶ ଘଣ୍ଟା ରୋଗୀଙ୍କୁ ସଂଜୀବନୀ ଯୋଗାଉଥିବା ସାରା ରାଜ୍ୟର ଔଷଧ ଦୋକାନୀମାନେ ଏଥିରୁ ବାଦ ପଡିଛନ୍ତି। ଯାହାଦ୍ୱାରା ସେମାନଙ୍କୁ ଆଗ ଧାଡ଼ିର ଯୋଦ୍ଧାଙ୍କ ଭଳି ସ୍ୱତନ୍ତ୍ର ଟୀକାକରଣରେ ସାମିଲ କରାଯାଇନଥିଲା। ହେଲେ ଏହାକୁ ତୀବ୍ର ବିରୋଧ କରିଥିଲା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ। ଯାହାଫଳରେ ନିକଟରେ ରାଜ୍ୟ ଅତରିକ୍ତି ଶାସନ ସଚିବ ସମସ୍ତ ଜିଲ୍ଲପାଳ ଏବଂ ମ୍ୟୁନିସିପାଲ କମିଶନରମାନଙ୍କୁ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରେଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପ ଭାବେ ନିକଟରେ ସମସ୍ତ ସେବାୟତମାନଙ୍କୁ ମଧ୍ୟ…
ଖୋର୍ଦ୍ଧା: ବେଆଇନ ଖୁଚୁରା ମେଡ଼ିସିନ ଦୋକାନ ଉପରେ ଚଢାଉ କରି ଖୋର୍ଦ୍ଧା ଡ୍ରଗ୍ସ ଇନସପେକ୍ଟର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମ୍ପୃକ୍ତ ଦୋକାନରୁ ଲକ୍ଷାଧୀକ ଟଙ୍କାର ଔଷଧ ଜବତ କରିବା ସହ ଦୋକାନକୁ ସିଲ୍ କରାଯାଇଛି। ସୂଚନା ମୁତାବକ ଖୋର୍ଦ୍ଧା ବଜାରରେ ଅବସ୍ଥିତ ଥିବା ମହାବୀର ମେଡ଼ିସିନ ଷ୍ଟୋର ନାମକ ଏକ ଔଷଧ ଦୋକାନ ବିନା ଲାଇସେନ୍ସରେ ଚାଲିବା ସହ ସେଠାରେ ନିମ୍ନ ମାନର ଔଷଧ ବିକ୍ରି ହେଉଥିବାର ଅଭିଯୋଗ ହୋଇଥିଲା। ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀଏହି ବିଷୟରେ ଜାଣିପାରି ସମ୍ପୃକ୍ତ ଦୋକାନ ଉପରେ ଚଢାଉ ଆରମ୍ଭ କରିଥିଲେ। ବିନା ଲାଇସେନ୍ସ ସହ ନିମ୍ନମାନର ଔଷଧ ବିକ୍ରି କରିବା ବେଆଇନ ହୋଇଥିବାରୁ ଆଜି ମଧ୍ୟାହ୍ନରେ ସମ୍ପୃକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା। ଡ୍ରଗସ ବିଭାଗ ଇନସପେକ୍ଟର ଉକ୍ତ ଦୋକାନରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରି ଦୋକାନକୁ ସିଲ କରିଛନ୍ତି ଏବଂ କେତେଗୋଟି ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ମଧ୍ୟ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଆସନ୍ତା ୧୦ତାରିଖ ଶନିବାର ଦିନ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କ୍ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍,ଜଳ ଓ ଅନ୍ୟାନ୍ୟ ବିଲ୍, ଦେୟ ଜନିତ ବିବାଦ (ସାଲିସ୍ ବିହିନ ବିବାଦ)କୁ ବାଦ୍ ଦେଇ ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତରାୟ ବୈଧ ଓ ଚୂଡାନ୍ତ ଅଟେ। କେବଳ ବିଚାରାଧୀନ ମୋକଦ୍ଦମା ନୁହେଁ ପ୍ରାକ୍-ମୋକଦ୍ଦମା ସ୍ତରୀୟ କଚେରୀରେ ଦାୟର ହୋଇ ନଥିବା ,ଚେକ୍ ବାଉନ୍ସ୍…
ନୂଆଦିଲ୍ଲୀ: ଦେଶରେ ନୂତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଅଶ୍ଵିନୀ ବୈଷ୍ଣବ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନିଜର ଦାୟିତ୍ଵ ଗ୍ରହଣ କରିବା ପରେ ସୋସିଆଲ ମିଡିଆକୁ କଡା ସନ୍ଦେଶ ଦେଇଛନ୍ତି। ଭାରତ ସରକାର ଏବଂ ଟ୍ବିଟର ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ସେ କଡା ପ୍ରତିକ୍ରିୟା ରଖିଛନ୍ତି। ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ଦେଶରେ ଆଇନ ସବୁଠାରୁ ଉପରେ। ତେଣୁ କେନ୍ଦ୍ର ସରକାର ଦ୍ଵାରା ଲାଗୁ କରାଯାଇଥିବା ନୂଆ ଆଇନକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାନିବାକୁ ବାଧ୍ୟ। ଦେଶରେ ରହିବାକୁ ହେଲେ ସମସ୍ତେ ଭାରତ ସରକାରଙ୍କ ନୂଆ ଆଇନକୁ ମାନିବା ଉଚିତ ବୋଲି ଅଶ୍ଵିନୀ କହିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: କଟକ-ପାରାଦ୍ୱିପ ମୁଖ୍ୟ ରାସ୍ତାର କୁଜଙ୍ଗ ପଥୁରିଆ ଛକ ନିକଟରେ ଆଜି ସକାଳୁ ଦୁଇଟି ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଆଜି ସକାଳୁ ପାରାଦ୍ବୀପ ଅଭିମୁଖେ ଆସୁଥିବା ଏକ ପାଉଁରୁଟି ବୋଝେଇ ପିକଅପ୍ ଭ୍ୟାନ୍ ସହ କଟକ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ପାକଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପାଉଁରୁଟି ବୋଝେଇ ପିକଅପ୍ ଭ୍ୟାନ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ କୋଇଲା ବୋଝେଇ ପିକଅପ୍ ଭ୍ୟାନର ଡ୍ରାଇଭର୍ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ମୃତ ଡ୍ରାଇଭରର ଘର ପାରାଦ୍ବୀପ ଲକ୍ ଥାନା ଅଞ୍ଚଳର ନରେନ୍ଦ୍ରପୁର ଗ୍ରାମରେ ହୋଇଥିବା ବେଳେ ସେ ରବିନ୍ଦ୍ର ମଲ୍ଲିକଙ୍କ ପୁଅ ବାଦଲ ମଲ୍ଲିକ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।
ଭୁବନେଶ୍ୱର: ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ। ସମ୍ କୋଭିଡ ହସ୍ପିଟାଲ୍ରୁ ପୁଣି ଜଣେ ବୟୋଜ୍ୟେଷ୍ଠ।। ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାଲେଶ୍ୱର ଅଂଚଳର ଶ୍ରୀମତି ଚଂଚଳା ବେହେରା ଗତ ଜୁନ୍ ମାସ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍ରେ ଭର୍ତ୍ତି ହେବା ସମୟରେ ସେ ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ସମସ୍ୟା ଯୋଗୁଁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ପୂର୍ବରୁ ହୃଦରୋଗ ଜନିତ ସମସ୍ୟା ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଯାଇଥିଲା। ତେବେ ସମ୍ କୋଭିଡ୍ ଟିମ୍ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଚିକିତ୍ସା, ସେବା ଓ ଯତ୍ନ ଫଳରେ…
ଭୁବନେଶ୍ବର: ରାଜ୍ୟରେ ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମ ବ୍ୟବସ୍ଥା ଆରମ୍ଭ ହୋଇଛି। http://vtputkal.odisha.gov.in ମାଧ୍ୟମରେ ଛାତ୍ରଛାତ୍ରୀ ଇ-ପାଠ୍ୟକ୍ରମ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିପାରିବେ। ଏହି ୱେବସାଇଟରେ କଳା, ବିଜ୍ଞାନ ଓ ବାଣିଜ୍ୟର ୧୧ ଟି ବିଷୟରେ ପାଠ ପଢା ବ୍ୟବସ୍ଥା ହେବ। ଏଥିରେ ପଢା ଯାଉଥିବା ବିଷୟର ଭିଡିଓକୁ ମଧ୍ୟ ଛାତ୍ରଛାତ୍ରୀ ଡାଉନଲୋଡ କରି ରଖିପାରିବେ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ମିଳିତ ଆନୁକୂଲ୍ୟରେ ନାଲିବର ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାମିଲି କୋର୍ଟ ଜଜ୍ ଜୀବନଜ୍ୟୋତି ରଥ ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର୍ ସଦିପା ପାତ୍ର, ମୁନସଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ, ଫରେଷ୍ଟ ରେଞ୍ଜ ଅଧିକାରୀ ବଳରାମ ସାହୁ, ଫରେଷ୍ଟର୍ ସୁକାନ୍ତ ବେହେରା, ବାନାମ୍ବର ବିଶ୍ୱାଳ, ବିଜୟିନୀ ବିଶ୍ୱାଳ, ନାଲିବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ,ଆଇନଜୀବୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀଗଣ ଓ କୋର୍ଟର କର୍ମକର୍ତ୍ତାମାନେ ଉପସ୍ଥିତ…
ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ। ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ…
ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଟପ କମାଣ୍ଡରସାମିଲ ଅଛି। ଜମ୍ମୁ-କାଶ୍ମୀରର ହିଜବୁଲ ମୁଜାହିଦିନ ଟପ କମାଣ୍ଡର ସମେତ ୫ ଜଣଙ୍କୁ ସୁରକ୍ଷା ବାହିନୀ ମାରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଅନ୍ତର୍ଗତ ପୁଛଲ ଅଞ୍ଚଳରେ ଲସ୍କର ତୋଏବାର ଦୁଇ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ ମାରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ସେହି ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ତଦନ୍ତ ଅଭିଯାନ ଜାରି ରଖିଛନ୍ତି। ଗତ ୭ ଦିନ ମଧ୍ୟରେ ୧୦ ଜଣ ଆତଙ୍କିଙ୍କୁ ସୁରକ୍ଷାବାହିନୀ ଏନକାଉଣ୍ଟର କରିଛନ୍ତି।

