ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୮୯୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୭ ଲକ୍ଷ ୯ ହଜାର ୫୫୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୪୩ ହଜାର ୮୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୬୦ ହଜାର ୭୦୪ ଆକ୍ଟିଭ୍ କେସ୍ ରହିଛି।
Author: Samikhsya Bureau
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ ହୋଇଯାଇଛି। ୮୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ବୀରଭଦ୍ର ଆଜି ଭୋର ୩ ଟା ୪୦ ମିନିଟରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗତ ୨ ମାସ ହେଲା ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୀରଭଦ୍ର ଦୁଇ ଦୁଇ ଥର କରୋନାକୁ ପରାସ୍ତ କରିଥିଲେ। ହେଲେ ଗତ ଦୁଇ ଦିନ ହେଲା ସେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ସେ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ୯ ଥର ବିଧାୟକ ଭାବେ ନିର୍ବାଚିତା ହୋଇଥିଲେ।
ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ହାରିବା ପରେ ଭାରତର କ୍ରିକେଟପ୍ରେମୀ ନିରାଶ ହୋଇପଡିଛନ୍ତି। କିନ୍ତୁ ଜୁଲାଇ ୧୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଉପରେ ବର୍ତ୍ତମାନ ଖେଳପ୍ରେମୀଙ୍କ ନଜର ରହିଛି। ଶିଖର ଧବନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ। ଏହି ସିରିଜ ବଡ ରୋମାଞ୍ଚକ ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ସିରିଜ ପାଇଁ ଅଭିଜ୍ଞ ଖେଳାଳିକୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଏହି ଟିମରୁ ଆଗାମୀ ଟି-୨୦ ବିଶ୍ବକପ ମ୍ୟାଚ ପାଇଁ ମଧ୍ୟ କିଛି ଖେଳାଳି ମନୋନୀତ ହୋଇପାରନ୍ତି। ତେଣୁ ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ଜଲୱା ଦେଖାଇବା ପାଇଁ ଆତୁର ହୋଇପଡିଛନ୍ତି। କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ: ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର ସୋନି ଚ୍ୟାନେଲକୁ ଦିଆଯାଇଛି।…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୧୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଗଞ୍ଜାମ, ନୟାଗଡ, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଓ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ମାଲକାନଗିରି ଜିଲ୍ଲାରୁ ୨ ଜଣ, ବାଲେଶ୍ଵର, କଟକ, ଦେବଗଡ, ମୟୂରଭଞ୍ଜ ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୩୦…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୫୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୪୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୮୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୭ ହଜାର ୫୮୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୩୫୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୫୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୪୨୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୨୨ ଜଣ, ଅନୁଗୁଳ ଜିଲ୍ଲାରୁ ୬୦ ଜଣ,…
ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ । ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା…
ନୂଆଦିଲ୍ଲୀ, ମୋଦି ମନ୍ତ୍ରୀ ମଣ୍ଡଳରେ ମୋଟ 45 ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ 1- ଶ୍ରୀପଦ ୟେସୋ ନାୟକ – ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ 2- ଶ୍ରୀ ଫଗନ ସିଂ କୁଲାଷ୍ଟେ – ଇସ୍ପାତ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ; ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ 3- ଶ୍ରୀ ପ୍ରହଲଦ ସିଂ ପଟେଲ- ଜଳ ଶକ୍ତି ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ; ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ 4– ଶ୍ରୀ ଅଶ୍ୱିନୀ କୁମାର ଚୈବେ – ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ 5– ଶ୍ରୀ ଅର୍ଜୁନ ରାମ ମେଘୱାଲ – ସଂସଦୀୟ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ;…
ନୂଆଦିଲ୍ଲୀ, ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ସଂପୂର୍ଣ୍ଣ ସ୍ବାଧୀନ ଦାୟିତ୍ବ ପ୍ରଦାନ କରାଯାଇଛ। ସେମାନେ ହେଲେ 1-ରାଓ ଇନ୍ଦରଜିତ ସିଂ- ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ); ଯୋଜନା ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ); ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ 2- ଜିତେନ୍ଦ୍ର ସିଂ – ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ); ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ମନ୍ତ୍ରୀ; କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ; ପରମାଣୁ ଶକ୍ତି ବିଭାଗରେ ରାଜ୍ୟ ମନ୍ତ୍ରୀ; ଏବଂ ମହାକାଶ ବିଭାଗରେ ରାଜ୍ୟ ମନ୍ତ୍ରୀ ରାଜ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଭାରତର ରାଷ୍ଟ୍ରପତି ମନ୍ତ୍ରୀ ପରିଷଦର ନିମ୍ନଲିଖିତ ସଦସ୍ୟମାନଙ୍କ ମଧ୍ୟରେ ପୋର୍ଟଫୋଲିଓ ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି: ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ : ବ୍ୟକ୍ତିଗତ ମନ୍ତ୍ରଣାଳୟ, ଜନ ଅଭିଯୋଗ ଏବଂ ପେନ୍ସନ୍; ପରମାଣୁ ଶକ୍ତି ବିଭାଗ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ; ଏବଂ ଅନ୍ୟ ସମସ୍ତ ପୋର୍ଟଫୋଲିଓ କୈଣସି ମନ୍ତ୍ରୀଙ୍କୁ ବଣ୍ଟନ କରାଯାଇ ନାହିଁ । କ୍ୟାବିନେଟ୍ ମିନିଷ୍ଟର୍ସ ୧। ଶ୍ରୀ ରାଜ ନାଥ ସିଂ- ପ୍ରତିରକ୍ଷା ମନ୍ତ୍ରୀ ୨। ଶ୍ରୀ ଅମିତ ଶାହା- ଗୃହମନ୍ତ୍ରୀ ଏବଂ ସହଯୋଗ ମନ୍ତ୍ରୀ 3 ଶ୍ରୀ ନିତିନ ଜୟରାମ ଗଡକରୀ- ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ 4- ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ- ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ 5 ଶ୍ରୀ ନରେନ୍ଦ୍ର ସିଂ ତୋମାର-କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ 6 ସୁବ୍ରମଣ୍ୟମ ଜୟଶଙ୍କର- ବୈଦେଶିକ ବ୍ୟାପାର ମନ୍ତ୍ରୀ 7 ଶ୍ରୀ ଅର୍ଜୁନ ମୁଣ୍ଡା…
ନୂଆଦିଲ୍ଲୀ, ଓଡିଶାର ସାଂସଦ ବିଶେଶ୍ବର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ସହିତ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ସେ ମୟୁରଭଂଜ ଜିଲ୍ଲାରୁ ବିଜେପି ସାଂସଦ ଅଛନ୍ତି। ସେ ଜଣେ ଆଦିବାସୀ ନେତା ଭାବେ ବେଶ୍ ଜଣାଶୁଣା। ସେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚାର ନ ଥିଲେ। ହେଲେ ଆଦିବାସୀଙ୍କ କାର୍ଡ ଖେଳିବା ପାଇଁ ତାଙ୍କୁ ମନ୍ତ୍ରୀ କରାଯାଇଛି। ସେହିପରି ମନସୁଖ ମାଣ୍ଡଭିୟଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ କରାଯାଇଛି। ଏହି ଦାୟିତ୍ବରେ ଥିଲେ ଡ ହର୍ଷବର୍ଦ୍ଧନ। ତାଙ୍କୁ ବାହାର କରାଯାଇ ମନସୁଖଙ୍କୁ ଦିଆଯାଇଛି। ମନସୁଖ ହେଉଛନ୍ତି ଗୁଜୁରାଟର ସାଂସଦ
ନୂଆଦିଲ୍ଲୀ, ଅନୁରାଗ ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ଏକ ବଡ ଦାୟତ୍ବ ପ୍ରଦାନ କରିଛନ୍ତି। ତାହା ହେଲା ଅନୁରାଗଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ଏଥିସହିତ ତାଙ୍କୁ ଖେଳ ବିଭାଗ ଦାୟିତ୍ବ ମଧ୍ୟ ଦିଆଯାଇଛି। ସେ ପୂର୍ବରୁ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ହେଲେ ଏଥିର ତାଙ୍କୁ କ୍ୟାବିନେଟକୁ ପ୍ରମୋଶନ କରାଯିବା ସହିତ ଏକ ଗୁରୁତ୍ବ ପୂର୍ଣ୍ଣ ବିଭାଗ ଦାୟିତ୍ବ ପ୍ରଦାନ କରାଯାଇଛି। ବର୍ତ୍ତମାନ କୋଭିଡ ମହାମାରି ସମୟରେ ସରକାର ଯେପରି ପ୍ରଚାର ପ୍ରସାରରେ ପଛରେ ନ ପଡନ୍ତି ସେଥିପାଇଁ ତାଙ୍କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ ପଡିବ। ସେହିପରି ମିଡିଆ ପରିଚାଳନା କରିବା ମଧ୍ୟ ତାଙ୍କୁ କରିବାକୁ ପଡିବ।
ନୂଆଦିଲ୍ଲୀ, ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେବା ପରେ ବର୍ତ୍ତମାନ ବିଭିନ୍ନ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଅଶ୍ବିନୀ ବୈଷ୍ଣବଙ୍କ ମିଳିଲା ରେଳ ମନ୍ତ୍ରୀ। ଏଥିସହିତ ତାଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟ ଦିଆଯାଇଛି। ପୂର୍ବରୁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯିବ ବୋଲି ଶୁଣାଯାଉଥିଲା। ସେହିପରି ଓଡିଶାର ଶକ୍ତିଶାଳୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପେଟ୍ରୋଲିୟମ ଏବଂ ଇସ୍ପାତ ବିଭାଗରୁ ଖସାଇ ଦିଆଯାଇଛି। ଧର୍ମେନ୍ଦ୍ରଙ୍କୁ ବର୍ତ୍ତମାନ ଶିକ୍ଷା ମନ୍ତ୍ରୀ ହେବେ। ଏଥିସହିତ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ବିଭାଗ ତାଙ୍କ ହାତରେ ରହିବ। ଏହି ବିଭାଗ ପୂର୍ବରୁ ରମେଶ ପୋଖରୟାଲ ନିଶଙ୍କ ଦାୟିତ୍ବରେ ଥିଲେ।
କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତୈଳ ଦରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଏହାସହ “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଏବଂ ଟୀକା ବିଷୟରେ କହିବା ଆବଶ୍ୟକ ବୋଲି ମମତା କହିଛନ୍ତି। ବବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ହଟାଯିବା ପରେ ମମତା କହିଛନ୍ତି ଯେ, ୨୦୨୪ ପୂର୍ବରୁ ବିଜେପି ପରାଜିତକୁ ମାନିନେଇଛି। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟର ସମସ୍ୟା ଉପରେ ଦେଇଥିବା ଚିଠିକୁ ନେଇ ପ୍ରଧାନମନ୍ତ୍ରୀ ଏଯାଏଁ କୌଣସି ଉତ୍ତର ଦେଇନାହାନ୍ତି। ରାଜ୍ୟପାଳ ଜଗଦୀପ ଧନଖଡକୁ ହଟାଇବା ପାଇଁ କହିଥିଲେ ମଧ୍ୟ ତାହା ଶୁଣାଯାଉନି।
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଷରେ ଆସି ମା’ ଆଉ ପୁଅର ମୃତ୍ୟୁ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ବାରବାଙ୍କ ଗ୍ରାମର ଯଶୋଦା ସାହୁ (୬୫) ଓ ସୁଶାନ୍ତ ସାହୁ (୩୦) ଘରେ ଥିବା ଫ୍ୟାନ୍ ର ବିଦ୍ୟୁତ୍ ସଂସ୍ପର୍ଷରେ ଆସିଥିଲେ। ଫ୍ୟାନରେ କୌଣସି କାରଣରୁ ବିଦ୍ୟୁତ୍ ସଂଯୋଗ ହୋଇ ଯାଇଥିବାରୁ ମା, ପୁଅ ତାରି ସଂଶ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଚାରମାଳ ପୋଲିସ୍ ଖବର ପାଇ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରଖିଛି। ଏହି ଘଟଣାରେ ଚାରମାଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁକୁ କରି ତଦନ୍ତ ଜାରି ରଖିଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ହଜାର ୩୪୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୦ ହଜାର ୬୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୬୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୮୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ, ଆଜି ରାଷ୍ଟ୍ରପତି ଭବନରେ ଓଡିଶା ମୟୁରଭଂଜର ସାଂସଦ ବିଶେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପ୍ରଥମ ଥର ପାଇଁ ବିଜେପିରୁ ସାଂସଦକୁ ନିର୍ବାଚିତ ହୋଇ ଯାଇଛନ୍ତି। ସେ ନାଲକୋର ଜଣେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଛନ୍ତି। ବିଶେଶ୍ବରଙ୍କୁ ମିଶାଇ ବର୍ତ୍ତମାନ କେନ୍ଦ୍ରରେ ଓଡିଶାର 3 ଜଣ ମନ୍ତ୍ରୀ ହେଲେ। କ୍ୟାବିନେଟ ମନ୍ତ୍ରୀ ଭାବେ ଓଡିଶା ସାଂସଦ ଅଶ୍ବିନୀ ବୈଷ୍ଣବ ଶପଥ ନେଇଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୯୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୬, କଟକରୁ ୨୮୬, ବାଲେଶ୍ବରରୁ ୨୫୧, କେନ୍ଦ୍ରାପଡାରୁ ୨୧୬, ଯାଜପୁରରୁ ୧୯୨, ପୁରୀରୁ ୧୭୬, ଭଦ୍ରକରୁ ୧୬୦, ମୟୂରଭଞ୍ଜରୁ ୧୫୧, ଜଗତସିଂହପୁରରୁ ୧୪୮, ନୟାଗଡରୁ ୮୫, ଢେଙ୍କାନାଳରୁ ୭୨, କୋରାପୁଟରୁ ୭୨, ଅନୁଗୁଳରୁ ୬୦, ରାୟଗଡାରୁ ୫୯, ମାଲକାନାଗିରିରୁ ୫୮, ବରଗଡରୁ ୪୨, କେନ୍ଦୁଝରରୁ ୩୮, ସୁନ୍ଦରଗଡରୁ ୩୨, କଳାହାଣ୍ଡିରୁ ୨୮, ସମ୍ବଲପୁରରୁ ୨୮, କନ୍ଧମାଳରୁ ୨୭, ନବରଙ୍ଗପୁରରୁ ୨୫, ଗଞ୍ଜାମରୁ ୧୭, ସୋନପୁରରୁ ୧୭, ବୌଦ୍ଧରୁ ୧୬, ଗଜପତିରୁ ୧୬, ନୂଆପଡାରୁ ୧୪, ବଲାଙ୍ଗୀରିରୁ ୧୧, ଝାରସୁଗୁଡାରୁ ୪ ଏବଂ ଷ୍ଟେଟ ପୁଲରୁ ୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୨୮୨ ଜଣ…
ଭୁବନେଶ୍ୱର: ଭାରତରେ ଅସନ୍ତୁଳିତ ଜନସଂଖ୍ୟା ବିସ୍ଫୋରଣ କେବଳ ସାମାଜିକ ସମସ୍ୟା ତିଆରି କରୁନାହିଁ ତା ସହିତ କୁପୋଷଣ, ଅପପୁଷ୍ଟ ଆଦି ସ୍ୱାସ୍ଥ୍ୟଗତ ସମସ୍ୟା ସାଙ୍ଗକୁ ଅପରାଧ, ପାନୀୟଜଳର ଅଭାବ, ଗରିବୀ, ପରିବେଶ ପ୍ରଦୂଷଣ, ଜଳବାୟୁରେ ପରିବର୍ତ୍ତନ, ବେକାରୀ ସଂଖ୍ୟା ବୃଦ୍ଧି, ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ କୃଷି ଜମିର ପରିମାଣ ତୀବ୍ର ଗତିରେ କମିବାରେ ଲାଗିଛି। ବିପୁଳ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆମ ଦେଶର ସରକାର ପ୍ରଦାନ କରୁଥିବା ଜନହିତକାରୀ ଯୋଜନା ଗୁଡ଼ିକ ସମସ୍ତଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଯାହାର ସଦ୍ୟ ଉଦାହରଣ ହେଉଛି କରୋନା ପ୍ରତିଷେଧକ ବ୍ୟବସ୍ଥା ଓ ସଚେତନତା। ତା ସାଙ୍ଗକୁ ଜନସଂଖ୍ୟାର ସୁଚିନ୍ତିତ ବିସ୍ଫୋରଣ ଆଗାମୀ ଦିନରେ ଆମ ଦେଶରେ ସନାତନ ଧର୍ମ ଓ ହିନ୍ଦୁ ସଂସ୍କୃତିକୁ ଇତିହାସରେ ପରିଣତ କରିଦେବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଜନସଂଖ୍ୟା ବିସ୍ଫୋରଣ ରୋକିବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବିଗତ ୧୩ବର୍ଷ ହେଲା ଦେଶର ପ୍ରାୟ ସବୁ…
କନ୍ଦର୍ପ ବେହେରା ରେଢାଖୋଲ: ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଣ୍ଡଳ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ। ବିଦ୍ୟାଳୟରେ ଅଭାବ ଥିବା ଶିକ୍ଷକ ତଥା ଅନ୍ୟାନ୍ୟ ପଦବୀ ଓ ଶ୍ରେଣୀ ପ୍ରକୋଷ୍ଠ ସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ସୂଚନା ଦେଇଥିଲେ। ଶିକ୍ଷକମାନେ ଅନଲାଇନ୍ରେ ପିଲାମାନଙ୍କୁ ପାଠପଢାଇବା ଉପରେ ଗୁରୁତ୍ୱ ଦେବା ସହ ଅଧିକ ବିଦ୍ୟାର୍ଥୀ କିପରି ଭାଗ ନେଇ ପାରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟରେ ଚାଲି ଥିବା କୋଠା ଓ ଅନ୍ୟାନ୍ୟ ନିର୍ମାଣ କାମର ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିଦର୍ଶନ ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷା ଅଧିକାରୀ ଚନ୍ଦନ ଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା କର୍ମଚାରୀ ଯୋଗଦେଇଥିଲେ।
ନୂଆଦିଲ୍ଲୀ, ଆଜି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସାଂସଦ ଅଶ୍ବିନୀ ବୈଷ୍ଣବ। ଆଜି 12 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଅଶ୍ବିନୀ ବୈଷ୍ଣବ 6 ନମ୍ବର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ କ୍ୟାବିନେଟରେ ଏକ ଗୁରୁତ୍ବ ପୂର୍ଣ୍ଣ ବିଭାଗ ମିଳିବ ବୋଲି ଜଣାପଡିଛି। ଅଶ୍ବିନୀଙ୍କ ପୂର୍ବରୁ ଯେଉଁ ପାଞ୍ଚ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେମାନେ ହେଲେ ନାରାୟଣ ରାଣେ- ମହାରାଷ୍ଟ୍ର, ସର୍ବନନ୍ଦ ସୁନୱାଲ- ବିଧାୟକ ଆସାମ,ଡାକ୍ତର ବିରେନ୍ଦ୍ର କୁମାର- ମଧ୍ୟପ୍ରଦେଶ,ଜ୍ୟୋତିରଦିତ୍ୟ ସିନ୍ଧିଆ- ମଧ୍ୟପ୍ରଦେଶ , ରାମଚନ୍ଦ୍ର ପ୍ରତାପ ସିଂ- ଜେଡିୟୁ, ବିହାର
ନୂଆଦିଲ୍ଲୀ, ଶେଷରେ ମୋଦି ମନ୍ତ୍ରୀମଣ୍ଡଳର ବରିଷ୍ଠ ଦୁଇ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ହେଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ତଥା ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକର। ମୋଦି ମନ୍ତ୍ରୀ ମଣ୍ଡଳରେ ଏହି ଦୁଇ ଜଣ ବେଶ୍ ପ୍ରମୁଖ ଭୂମିକାରେ ଥିଲେ। ହେଲେ ଏହି ଦୁଇ ଜଣଙ୍କୁ କାହିଁକି ମନ୍ତ୍ରୀ ମଣ୍ଡଳରୁ ଛୁଟି ଦିଆଯାଇଛି। ବର୍ତ୍ତମାନ ମୋଦି ମନ୍ତ୍ରୀ ମଣ୍ଡଳରେ ତିନିଜଣ ହେଭି ୱେଟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପ୍ରକାଶ ଜଭେଦକର ଏବଂ ରବିଶଙ୍କର ପ୍ରସାଦ। ଏହି ତିନିଜଣ ମୋଦି ମନ୍ତ୍ରୀ ମଣ୍ଡଳରେ ବେଶ୍ ସକ୍ରିୟ ରହିଥିଲେ। ତେବେ ଏମାନଙ୍କୁ ଦଳର ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ମନ୍ତ୍ରୀ ପଦରୁ ଛୁଟି ଦିଆଗଲା ବୋଲି କୁହାଯାଉଛି।

