Author: Samikhsya Bureau

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବରେ “ଭାରତ ପାଭିଲିଅନ”କୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟରେ ଜାଭଡ଼େକର ଆଶା ପୋଷଣ କରିଛନ୍ତି ଯେ ବିଶ୍ୱ ଖୁବ୍‍ ଶୀଘ୍ର କରୋନା ମହାମାରୀମୁକ୍ତ ହେବ ଏବଂ ଲୋକମାନେ ପୁଣି ଥରେ ଥିଏଟର୍ସକୁ ଚଳଚ୍ଚିତ୍ର ଦେଖିବା ଲାଗି ଫେରିପାରିବେ । ୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜିତ ଭର୍ଚୁଆଲ୍‍ “ଭାରତ ପାଭିଲିଅନ”କୁ ଉଦ୍ଘାଟନ କରି ଜାଭଡ଼େକର କହିଲେ ଯେ ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ ଏହି ପାଭିଲିଅନ ଭର୍ଚୁଆଲ୍‍ ମୋଡ଼ରେ ଆୟୋଜନ କରାଯାଉଛି ସତ କିନ୍ତ ଏଥିରେ ବାସ୍ତବ ବ୍ୟବସାୟ ସଂପାଦନ କରାଯାଉଛି । ଏଥିରେ ସୃଜନଶୀଳତା, ପ୍ରଜ୍ଞା ଓ ପ୍ରଯୁକ୍ତି ସାମିଲ ରହିଛି ଏବଂ ଭାରତ ଏସବୁ ଦେବାରେ ସଦାବେଳେ…

Read More

ନୂଆଦିଲ୍ଲୀ, ଶେଷରେ ଜେଇଇ ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। କେନ୍ଦ୍ର ସରକାର ଶିକ୍ଷା ବିଭାଗର ଘୋଷଣା ଅନୁସାରେ ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ ପରୀକ୍ଷା। ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ। କରୋନା ପାଇଁ ସହର ଓ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଏହି ପରୀକ୍ଷା ଗତ ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାର ଥିଲା।

Read More

ଭୁବନେଶ୍ୱର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଆଜି ପାଞ୍ଚଟି ପ୍ରମୁଖ ପ୍ରକଳ୍ପର ସଂପ୍ରସାରଣକୁ ମଂଜୁରୀ ପ୍ରଦାନ କରିଛନ୍ତି। ଏହି ସବୁ ଶିଳ୍ପରେ ୧,୪୬,୧୭୨ କୋଟି ଟଙ୍କା ପୁଂଜି ବିନିଯୋଗ ହେବ। ଏହି ପାଞ୍ଚଟି ପ୍ରକଳ୍ପ ୨୬,୯୫୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ଓଡିଶାର ଇସ୍ପାତ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ସମସ୍ତ ପ୍ରକଳ୍ପର ଏକ ବଡ଼ ଧରଣର ଅଗ୍ରଗତି ଆବଶ୍ୟକତା ରହିଛି। ଏହି ସମସ୍ତ ପାଞ୍ଚଟି ପ୍ରକଳ୍ପ ୨୮ ମିଲିୟନ୍ ଟନ୍ ଅତିରିକ୍ତ ଇସ୍ପାତ ଉତ୍ପାଦନ କ୍ଷମତା ସୃଷ୍ଟି କରିବ। ଏହା ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତାକୁ ପ୍ରାୟ ଦୁଇଗୁଣ କରିବ ଯାହା ୫୮ ନିୟୁତ ଟନ୍ ଅଟେ, ଯାହା ବର୍ତ୍ତମାନ ବାର୍ଷିକ ୩୦ ନିୟୁତ ଟନ୍ ଅଟେ। ଏହା ୨୦୩୦ ସୁଦ୍ଧା ୧୦୦…

Read More

ଭୁବନେଶ୍ୱର,  ଆଜି ସ୍ଥାନୀୟ ଲୋକସେବା ଭବନରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ତୁଶାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫-‘ଟି’ ଉପକ୍ରମ ଅନୁସାରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏଥିରେ ସାଇବର ସିକୁ୍ୟରିଟି, ଭାରତ ନେଟ୍‌, ମୋ ସରକାର ଯୋଗାଯୋଗ ସେଣ୍ଟର, ମୋ ସେବା କେନ୍ଦ୍ର, ଓଡ଼ିଶା-ୱାନ୍‌ ପୋର୍ଟାଲ୍‌ର କାର୍ଯ୍ୟଧାରା ଉପରେ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବର୍ତ୍ତମାନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେଟ୍‌ ଡ୍ୟାସ୍‌ବୋର୍ଡ ଜରିଆରେ ଜନସାଧାରଣ କୋଭିଡ୍‌ ସଂପର୍କିତ ସୂଚନା ସହିତ ଟେଷ୍ଟିଂ ରିପୋର୍ଟ ଏବଂ ଅକ୍ସିଜେନ ଯୋଗାଣ ସଂପର୍କରେ ସୂଚନା ପାଇପାରୁଛନ୍ତି । ଏଥି ସହିତ ମୋ ସରକାର ଆନାଲିଟିକ୍‌ ଡ୍ୟାସ୍‌ବୋର୍ଡ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ କ୍ଲାସ୍‌ରୁମ୍‌, ଉଚ୍ଚଶିକ୍ଷା ବିଭାଗର ଅନ୍‌ଲାଇନ୍‌…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ଆଜିର ଦିନଟି ମୋର’ ଏବଂ ‘ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି। ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା ରଚିତ। ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି। ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି। କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା। ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। କବି ରବିପ୍ରିୟ ଦାଶଙ୍କ କବିତା ସକଳନ ‘ଉର୍ବଶୀର ଗାଁ’ ପୁସ୍ତକଟିରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି। ମୁଖ୍ୟମନ୍ତ୍ରୀ ପୁସ୍ତକର…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୨୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୨୭, କଟକରୁ ୫୪୩, ବାଲେଶ୍ବରରୁ ୨୭୧, ଯାଜପୁରରୁ ୨୫୫, ମୟୂରଭଞ୍ଜରୁ ୧୯୪, ପୁରୀରୁ ୧୭୧, ଭଦ୍ରକରୁ ୧୬୭, ଜଗତସିଂହପୁରରୁ ୧୩୫, ନୟାଗଡରୁ ୧୩୧, ମାଲକାନାଗିରିରୁ ୭୪, ଅନୁଗୁଳରୁ ୭୩, ଢେଙ୍କାନାଳରୁ ୭୧, କୋରାପୁଟରୁ ୬୪, କେନ୍ଦ୍ରାପଡାରୁ ୫୪, ନବରଙ୍ଗପୁରରୁ ୪୯, ରାୟଗଡାରୁ ୪୯, ସୁନ୍ଦରଗଡରୁ ୩୪, ବୌଦ୍ଧରୁ ୨୮, ସମ୍ବଲପୁରରୁ ୨୩, ଗଞ୍ଜାମରୁ ୨୨, ବରଗଡରୁ ୧୯, କେନ୍ଦୁଝରରୁ ୧୮, ଗଜପତିରୁ ୧୭, କନ୍ଧମାଳରୁ ୧୭, କଳାହାଣ୍ଡିରୁ ୧୫, ସୋନପୁରରୁ ୧୪, ବଲାଙ୍ଗୀରିରୁ ୧୦, ନୂଆପଡାରୁ ୮, ଝାରସୁଗୁଡାରୁ ୭, ଦେବଗଡରୁ ୩ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହଜାର ୯୫୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୦ ହଜାର ୩୨୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୨୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବିଭିନ୍ନ ଟୀକାକେନ୍ଦ୍ର ଗୁଡିକରେ ସ୍ଥାନୀୟ ଦଲାଲମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାର ଖବର ଗତକଲି ଏବଂ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ପ୍ରଶାସନ। ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ବ୍ୟକ୍ତିଗତ ଭାବେ କଳକଳେଶ୍ୱର, ବିରିବାଡି ଏବଂ ବଉଳାବନ୍ଧ ଟୀକା କେନ୍ଦ୍ର ଗୁଡିକ ପରିଦର୍ଶନକୁ ଯାଇ ଟୀକାକରଣ ପ୍ରକ୍ରିୟା ତଦାରଖ କରିଥିଲେ। ପ୍ରତି କେନ୍ଦ୍ରରେ ଟୀକାକରଣ କିପରି ସରଳିକରଣ ହେଇପାରିବ ଏବଂ ଟୀକା କେନ୍ଦ୍ରରେ ବାହ୍ୟ ହସ୍ତକ୍ଷେପ କିପରି ବନ୍ଦ ହେବ ସେ ନେଇ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ମାନଙ୍କ ସହ ଶ୍ରୀ ପଟ୍ଟନାୟକ ଆଲୋଚନା ମଧ୍ୟ କରିଥିଲେ। ସେହିପରି ଭାବେ ଗସ୍ତ ସମୟରେ ବିଭିନ୍ନ ନାଗରିକମାନଙ୍କୁ ଦ୍ଵିତୀୟ ଡୋଜର ଗୁରୁତ୍ୱ ବିଷୟରେ ଅବଗତ କରାଇବା ସହ ଦ୍ଵିତୀୟ ଡୋଜ ନେବାକୁ ଥିବା…

Read More

କଲିକତା: ପଶ୍ଚିମବଙ୍ଗରେ ବିଧାନ ପରିଷଦର ଗଠନ ପାଇଁ ମଞ୍ଜୁରୀ ମିଳିଛି। ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସମ୍ବିଧାନ ଧାରା ୧୬୯ ଜରିଆରେ ରାଜ୍ୟରେ ବିଧାନ ପରିଷଦର ଗଠନକୁ ନେଇ ପ୍ରସ୍ତାବ ପାରିତ ହୋଇଛି। ବର୍ତ୍ତମାନ ଏହାକୁ ଲାଗୁ କରିବା ପାଇଁ ହେଲେ ସଂସଦର ଉଭୟ ଗୃହରେ ପାରିତ କରିବାକୁ ପଡିବ। ପଶ୍ଚିମବଙ୍ଗ ବିଧାନସଭାରେ ଏହି ପ୍ରସ୍ତାବକୁ ପାରିତ କରିବା ପାଇଁ ଭୋଟିଂ କରାଯାଇଥିଲା। ଭୋଟିଂରେ ୨୬୫ ଜଣ ବିଧାନସଭା ସଦସ୍ୟ ଭାଗ ନେଇଥିଲେ। ଯେଉଁଥିରେ ୧୯୬ ଜଣ ଏହି ପ୍ରସ୍ତାବ ସମର୍ଥନରେ ଭୋଟ କରିଥିବା ବେଳେ ୬୯ ଜଣ ବିରୋଧରେ ଭୋଟ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବା ଲାଗି ପ୍ରତିଶୃତି ଦେଇଥିଲେ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୪୫୦ ଲୋକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଉକ୍ତ ଟୀକା କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ଦିଆଯିବାକୁ ଥିବାବେଳେ ଚିଲିକାରେ କେବଳ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଦ୍ଵିତୀୟ ଡୋଜ ଦିଆଯିବ ଏବଂ ଅନ୍ୟ କେନ୍ଦ୍ର ଗୁଡିକରେ ଉଭୟ ଡୋଜ ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ ବାଣପୁରର…

Read More

ଭୁବନେଶ୍ୱର: ଭୁବନେଶ୍ୱର ଏମସ୍ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଧିକାରୀଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ। ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି। ଏମସ୍ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ କଟକସ୍ଥିତ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ବୁର୍ଲା ଭିମସାରରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି। ସାରା ରାଜ୍ୟରେ ବର୍ତ୍ତମାନ ୩୩୮ ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ଆପଦ ସମୟରେ ଲୋକଙ୍କୁ ସେବା ଯୋଗାଉଛି।

Read More

ଭୁବନେଶ୍ବର: ନୟାଗଡ ଜିଲ୍ଲାରେ ୨ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅବକାରୀ ସବ ଇନ୍ସପେକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅବକାରୀ ସବ ଇନ୍ସପେକ୍ଟର ଧନଞ୍ଜୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନୟାଗଡ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ବଦଳି ଆଦେଶ ହୋଇଛି। ଧନଞ୍ଜୟଙ୍କୁ ତୁରନ୍ତ ରିଲିଭ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ ଅବକାରୀ ସୁପରିଣ୍ଟେଣ୍ଡ ଏନେଇ ସୂଚନା ଦେଇଛନ୍ତି।

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଗତ ୪ ଜୁଲାଇ ରେ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ଆଜି ଅଟକ ୬ ଜଣଙ୍କ ନାମରେ ହତ୍ୟାମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ରେଢାଖୋଲ ପୋଲିସ୍। ସୂଚନା ଯୋଗ୍ୟ ଯେ- ଗତ ୪ ଜୁଲାଇରେ ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ତାଙ୍କ ବଂଶର ଭାଇ ମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ। ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିଲା। ଏପରିକି ମୃତ୍ୟୁ ବରଣ କରିଥିବା ନିଲୁ ସାହୁର ବାପା ଫକିର…

Read More

ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ସଂସ୍କୃତ ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଅଗ୍ନିକାଣ୍ଡ ଯୋଗୁଁ ବିଶ୍ୱବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବ ପତ୍ର ଜଳି ଯାଇଥିବା ଶୁଣିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ଅଗ୍ନିଶମ ବାହିନୀକୁ ପକ୍ଷରୁ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।

Read More

ଭୁବନେଶ୍ବର, ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ ମେ 2015 ମସିହାରେ ଯୋଗ ଦେଇଥିଲେ। ଛଅ ବର୍ଷ ଧରି ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କର କାର୍ଯ୍ୟକାଳ ସରିଯାଇଥିବାରୁ ଆଜି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ତ୍ରିପୁରୀ ରାଜ୍ୟପାଳ ରମେଶ ବାଏସଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଛି। ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଫେରିଆସିବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଓଡିଶା ଆସିବା ପରେ ସେ ପରବର୍ତ୍ତି ପଦକ୍ଷେପ ଉପରେ କିଛି ନିଷ୍ପତି ନେବେ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇନାହାନ୍ତି। କେବଳ ପୁରୀରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା କରିବା ପାଇଁ ଦାବି ହେଉଥିଲା। ଏନେଇ ଓଡିଶା ଉଚ୍ଚ ନ୍ୟାୟଳୟରେ ଏକ ଆବେଦନ କରାଯାଇଥିଲା। ହେଲେ ଓଡିଶା ଉଚ୍ଚ ନ୍ୟାୟଳୟ ଏହାର ଶୁଣାଣି କରି କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହାର ବିଚାର କରି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସହିତ ସହମତ ହୋଇଛନ୍ତି। ଫଳରେ ଅନ୍ୟ ସହରରେ ରଥଯାତ୍ରା ଅନୁଷ୍ଠିତ କରାଇବା ଲାଗି ହୋଇଥିବା ଆବେଦନ ଖାରଜ…

Read More

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନିଶ୍ଚିତ ହୋଇଛି। କାରଣ କେନ୍ଦ୍ରୀୟ ମନ୍ତ୍ରୀ ଥାବର ଚାନ୍ଦ ଗେହଲଟଙ୍କୁ ଆଜି କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ 8ଟି ରାଜ୍ୟର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। ସେହି ଅନୁସାରେ ବନ୍ଦାରୁ ଦତ୍ତାତ୍ରୟ ହେଲେ ହରିୟାଣା ରାଜ୍ୟପାଳ, ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଥିଲେ ହରି ବାବୁ କମ୍ଭମପତି ହେଲେ ମିଜୋରାମ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ ଥାବର ଚାନ୍ଦ ଗେହଲଟ ହେଲେ କର୍ଣ୍ଣାଟକ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ହେଲେ ତ୍ରିପୁରା ରାଜ୍ୟପାଳ, ପୂର୍ବରୁ ହରିୟାଣା ରାଜ୍ୟପାଳ ଥିଲେ ରମେଶ ବାଏସ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ, ପୂର୍ବରୁ ତ୍ରିପୁରା ରାଜ୍ୟପାଳ ଥିଲେ ପିଏସ୍.ଶ୍ରୀଧରନ ପିଲ୍ଲାଇ ହେଲେ ଗୋଆ ରାଜ୍ୟପାଳ, ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ

Read More

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ – CBSE ଚଳିତ ଏକାଡେମିକ୍ ଅଧିବେଶନ 2021-22 କୁ ଦୁଇ ଅବଧିରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଅବଧୀରେ ପ୍ରାୟ ପଚାଶ ପ୍ରତିଶତ ପାଠ୍ୟକ୍ରମ ରହିବ। ଏହାକୁ ବୋର୍ଡ ଟର୍ମ-1 ଏବଂ ବୋର୍ଡ ଟର୍ମ- 2 ବୋଲି ନାମିତ କାରଯିବ। ସିବିଏସ୍ଇ କହିଛି ଯେ ବିଭାଜିତ ସିଲାବସ୍ ଆଧାରରେ ବୋର୍ଡ ପ୍ରତ୍ୟେକ କାର୍ଯ୍ୟକାଳ ଶେଷରେ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟରେ ବୋର୍ଡ ଟର୍ମ- I ପରୀକ୍ଷା  ନଭେମ୍ବର-ଡିସେମ୍ବର 2021 ମଧ୍ୟ ଭାଗରେ ଅନୁଷ୍ଠିତ ହେବ। ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବା ପରେ ବୋର୍ଡ ଟର୍ମ-୨ ର ସଂଶୋଧିତ ସିଲାବସ୍ ଉପରେ ଆଧାର କରି ବର୍ଷ ଶେଷରେ ପରୀକ୍ଷା କରିବ। ଏହି ପାଠ୍ୟକ୍ରମରେ ସମୁଦାୟ ପାଠ୍ୟକ୍ରମର ପ୍ରାୟ ପଚାଶ ପ୍ରତିଶତ ଅଂଶ ରହିବ। ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମାର୍ଚ୍ଚ-ଏପ୍ରିଲ 2022 ମଧ୍ୟରେ ଏହି ପରୀକ୍ଷା କରାଯିବ। ବର୍ତ୍ତମାନ ବୋର୍ଡ ଏହି…

Read More

ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସଂପ୍ରସାରଣ ତଥା ଅଦଳ ବଦଳ ନେଇ ଆଜି ସକାଳୁ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ବଡବଡ ନେତାଙ୍କ ଘରେ ପଂଇତରା ମାରିବା ଆରମ୍ଭ କରିଦେଲେଣି। କେତେକ ବିମାନ ବନ୍ଦରରେ ଡେରା ପକାଇଛନ୍ତି। କିଏ ସେ ଦିଲ୍ଲୀ ଆସୁଛି ସେ ନେଇ ଖବର ସଂଗ୍ରହ କରିବା ଆରମ୍ଭ ହୋଇଯାଇଛି। ସୁତ୍ର ଅନୁସାରେ ବର୍ତ୍ତମାନ ଧିରେ ଧିରେ ନୂଆ ଦିଲ୍ଲୀକୁ ନେତାମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ 3 ଟା 30ରେ ଦିଲ୍ଲୀରେ ପହଁଚୁଥିବାର ଜଣାପଡିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆଉ କେତେକ ନେତା ମଧ୍ୟ ଆଜି ଅପରାହ୍ନରେ ଦିଲ୍ଲୀର ପହଞ୍ଚୁଥିବା ଜଣାପଡିଛି। ଏକ ବିଶେଷ ସୁତ୍ରର ଖବର ଅନୁସାରେ ଆଜି ଅପରହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ କୁଜଙ୍ଗ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ, ବର୍ତ୍ତମାନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ କୁଜଙ୍ଗ ଓ ବାଲିକୁଦାରେ ଅଧିକ ହେଉଛି। ବର୍ତ୍ତମାନ କୋଭିଡ୍ ସଂକ୍ରମଣ ୧୦ ପ୍ରତିଶତରୁ ତଳେ ୭ ପ୍ରତିଶତ ରହିଛି ଏବଂ ଜିଲ୍ଲାରେ ୫ ପ୍ରତିଶତରୁ ଅଧିକ ରହୁଛି। ଟୀକାକରଣ ପ୍ରକ୍ରିୟା ଜିଲ୍ଲାରେ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨ଲକ୍ଷ ୨୦ହଜାର ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି। ଏବେ ସୁଦ୍ଧା ବହୁଲୋକ ଟୀକା ନେଇନାହାଁନ୍ତି। ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଦୋକାନ ଗୁଡିକରେ ଭିଡ ନକମିବାରୁ ଓ ଲୋକମାନେ ସଚେତନ ନହେବାରୁ ବାଧ୍ୟହୋଇ କୁଜଙ୍ଗ ବଜାରକୁ ସଟଡାଉନ୍ କରିବାକୁ ପଡିଲା। ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ମାନଙ୍କର ଜୀବିକାକୁ ଦୃଷ୍ଟିରେ ରଖି ଗତକାଲି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୭୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୬ ଲକ୍ଷ ୧୯ ହଜାର ୯୩୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୫୨ ହଜାର ୨୯୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୬୪ ହଜାର ୩୫୭ ଆକ୍ଟିଭ୍‌ କେସ୍ ରହିଛି।

Read More