ଭୁବନେଶ୍ୱର, ରାଜଧାନୀର ଏୟାର ଫିଲଡ଼ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଫେଜ -୧ ରେ ରହୁଥିବା ଜଣେ ମହିଳାଙ୍କୁ ବିଭସ୍ଛ ଭାବେ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରିଯାଇଛି। ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀରକୁ ଏୟାର ଫିଲଡ଼ ଥାନା ପୋଲିସ ଘର ଭିତରୁ ଜବତ କରିଛି। ସେହି ଘର ଭିତରୁ ଅନ୍ୟ ଜଣେ ଗୁରୁତର ଭାବେ ଆହତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ରାକେଶ ସାହୁ ଚିହ୍ନଟ କରିଛନ୍ତି,। ମୃତ ମହିଳାଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ସାହୁ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଏୟାର ଫିଲଡ଼ ଥାନା ଅଧିକାରୀ, ଏସିପି, ତଥା ଭୁବନେଶ୍ୱର ଡିସିପି ପହଂଛି ତଦନ୍ତ ଆରମ୍ଭ କରିସାରିଲେଣି। ସାଇଣ୍ଟିଫିକ ଟିମ ମଧ୍ୟ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ‘ନିପୁଣ ଭାରତ’କୁ ଉଦଘାଟନ କରିଛନ୍ତି, ଯାହାକି ପଢିବା ଦକ୍ଷତା ଏବଂ ଗଣତି କୌଶଳ ବୁଝିବା ପାଇଁ ଏକ ଭିନ୍ନ ପଦକ୍ଷେପ। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ପଢିବା, ଲେଖିବା ଏବଂ ଗଣିବା କୈଶଳ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିପୁଣ ଭାରତ ଆରମ୍ଭ କରି ଶ୍ରୀ ପୋଖରିଆଲ କହିଛନ୍ତି ଯେ ଏହି ପଦକ୍ଷେପ ନୂତନ ଶିକ୍ଷା ନୀତିର ଏକ ଦୃଢ ସ୍ତମ୍ଭ ହେବ। ସେ କହିଛନ୍ତି ଯେ ଏହି ପଦକ୍ଷେପ ପ୍ରାଥମିକ ଶିକ୍ଷା ସମୟରେ ପିଲାମାନଙ୍କ ମଧ୍ୟରେ ଶିକ୍ଷଣ ଏବଂ ଗଣନ କୌଶଳକୁ ମାଗଣା ବିକାଶରେ ସହାୟକ ହେବ। ସେ କହିଛନ୍ତି ଯେ ଏହି ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜରେ କିପରି ଗଣନା କାର୍ଯ୍ୟ କରିପାରିବେ ତାହା ଶିକ୍ଷା ପ୍ରଦାନ କରାଯିବ। ନିପୁଣ ଭାରତକୁ ଏକ ଚମତ୍କାର ପଦକ୍ଷେପ ବୋଲି ବର୍ଣ୍ଣନା କରି ରାଜ୍ୟ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋଟ୍ରେ କହିଛନ୍ତି…
ନୂଆଦିଲ୍ଲୀ, ଭାରତ ଆଜି ବିଭିନ୍ନ ଦେଶରୁ ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଡୋମେନର ପ୍ରତିନିଧୀଙ୍କ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛି। ଭର୍ଚୁଆଲ୍ ମାଧ୍ୟମରେ COVID-19 ଟୀକାକରଣ ଡିଜିଟାଲ ପ୍ଲାଟଫର୍ମର ସଫଳତା ଅଭିଜ୍ଞତା ପ୍ରଦାନ କରାଯିବ। ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହୁଁଥିବା ଯେକୈଣସି ଦେଶକୁ କୋ-ୱିନ୍ ପ୍ଲାଟଫର୍ମ ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୋୱିନ ଗ୍ଲୋବାଲ ସମ୍ମିଳନୀ ଅପରାହ୍ନ 3 ଟାରୁ ଆରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଏକ ବିଶେଷ ବାର୍ତ୍ତା ପ୍ରଦାନ କରିବେ। ଏହି ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଉଦ୍ଘାଟନ କରିବେ। ଭର୍ଚୁଆଲ୍ ସମ୍ମିଳନୀରେ କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ 50 ଟି ଦେଶର ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। କୋୱିନ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ କୌଣସି ଦେୟ…
ସୀତାରାମ ଅଗ୍ରୱାଲ ଚିଲିକା/ଟାଙ୍ଗୀ : ଓଡିଶା ସରକାରଙ୍କ ବନବିଭାଗ ଦ୍ୱାରା ସାରା ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା କୋଭିଡ଼ କଟକଣା ଅନୁଯାୟୀ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଗ୍ନିଶମ ସେବା କେନ୍ଦ୍ର ଏବଂ ଆଜି ବାଲୁଗାଁ ଅଗ୍ନିଶମ ସେବା କେନ୍ଦ୍ର, ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ଓ ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ। ଟାଙ୍ଗୀ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ଅବିନାଶ ପୃଷ୍ଟି ଏବଂ ଟାଙ୍ଗୀ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ଉକ୍ତ ମହୋତ୍ସବ ପାଳନ କରାଯାଇଥିବା ବେଳେ ବାଲୁଗାଁ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା, ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା,…
ନୂଆଦିଲ୍ଲୀ, ନିକଟରେ ପଶ୍ଚିମବଂଗ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଚାଲିଥିଲା କଡା ଟକ୍କର। ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏବେବି କୋଲକାତା ରାଜନୀତି ଗରମ ରହିଛି। ଏପରି କ୍ଷେତ୍ରରେ ଆସିଛି ଏକ ନୂଆ ଖବର। ଯେଉଁ ଖବର ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସେହି ଖବରଟି ହେଲା ଯେ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା ଉଭୟ ପ୍ରଧାନମନ୍ତ୍ରୀ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଉପହାର। ଆଉ ତାହା ହେଲା ବାଙ୍ଗଲାଦେଶୀୟ ଦେଶୀ ଆମ୍ବ। ସୂଚନା ଅନୁସାରେ ଉଭୟଙ୍କ ନିକଟକୁ ହାସିନା ପ୍ରାୟ 26 କ୍ବିଣ୍ଟାଲ ବା 2600 କିଲୋଗ୍ରାମର ଆମ୍ବ ପଠାଇଛନ୍ତି। ଏହି ଆମ୍ବ ନାମ ହେଉଛି ହରିଭଙ୍ଗା , ଯାହା ଏକ ବିରଳ ପ୍ରକାରର ଆମ୍ବ। ଏହା ବାଙ୍ଗଲାଦେଶର ରଂଗପୁରା ଜିଲ୍ଲାରେ ବିଶେଷ ଭାବେ ହୋଇଥାଏ। ଏହି ଆମ୍ବକୁ 260ଟି କାର୍ଟୁନରେ ଭର୍ତ୍ତି କରି ଟ୍ରକରେ ପଠାଯାଇଛି। ଗତକାଲି ରବିବାରରେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୩୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୨୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୫ ଲକ୍ଷ ୮୫ ହଜାର ୨୨୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର ୭୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୪୩୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୨ ହଜାର ୭୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୪୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଓ କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଟକ, କନ୍ଧମାଳ, ନୟାଗଡ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୦ ହଜାର ୭୭୮ ଜଣ।…
ଭୁବନେଶ୍ବର, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ସତ, ହେଲେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ସ୍ଥିତି ସେମିତି ରହୁଛି। ଗତ କିଛି ଦିନ ଧରି ଏହି ଦୁଇ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ପାଞ୍ଚଶହ ତଳେ ସ୍ଥିର ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସଦ୍ୟତମ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ହେଲା.. ୧- ଅନୁଗୁଳ ଜିଲ୍ଲାରୁ – ୯୭ ୨- ବାଲେଶ୍ୱର ଜିଲ୍ଲାରୁ – ୧୫୫ ୩- ବରଗଡ଼ ଜିଲ୍ଲାରୁ – ୧୭ ୪- ଭଦ୍ରକ ଜିଲ୍ଲାରୁ – ୧୩୧ ୫- ବଲାଙ୍ଗୀର ଜିଲ୍ଲାରୁ – ୩ ୬- ବୌଦ୍ଦ ଜିଲ୍ଲାରୁ – ୨୧ ୭- କଟକ ଜିଲ୍ଲାରୁ – ୪୪୧ ୮- ଦେବଗଡ଼ ଜିଲ୍ଲାରୁ – ୯ ୯- ଢେଙ୍କାନାଳ ଜିଲ୍ଲାରୁ – ୬୭ ୧୦- ଗଜପତି ଜିଲ୍ଲାରୁ – ୧୦ ୧୧- ଗଞ୍ଜାମ ଜିଲ୍ଲାରୁ – ୨୦…
ଭୁବନେଶ୍ବର, ରାଜ୍ୟରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସଦ୍ୟତମ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨,୮୦୩ ନୂଆ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫ଶହ ୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୬ଟି । ଗତକାଲି ରାଜ୍ୟରୁ ୨ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ମେଷ: – ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକ୍କା ଏବଂ ଅଳସୁଆତା ଏବଂ ମନରେ ଅସ୍ଥିରତା ଅନୁଭବ ହେବ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା ଜାରି ରଖନ୍ତୁ । ଧାର୍ମିକ ଭ୍ରମଣର ଆୟୋଜନ କରାଯାଇପାରିବ । ବୃଷ: – ଆଜି ଦିନଟି ଯତ୍ନର ସହ ବିତାନ୍ତୁ । ଆଜି କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଭାବରେ କ୍ଲାନ୍ତ ଏବଂ ମାନସିକ ସ୍ତରରେ ବିବ୍ରତ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ କ୍ଲାନ୍ତ ଅନୁଭବ କରିବେ । ମିଥୁନ: – ଆଜି ଆପଣଙ୍କର ଦିନ ସୁଖ-ପ୍ରମୋଦ ଏବଂ ଉପଭୋଗ-ବିଳାସରେ ବିତାଇବ । ବିପରୀତ ଲିଙ୍ଗର…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଅନେକ କଥା କହିଛନ୍ତି ଯାହା ସାଧାରଣ ଜୀବନରେ ବେଶ୍ ଉପଦେୟ ଅଟେ। ସେ ନାରୀମାନଙ୍କ ଉପରେ ବିଭିନ୍ନ ସମୟରେ ଅନେକ କଥା କହିଛନ୍ତି, ଯାହା ସେମାନଙ୍କ ପାଇଁ ବେଶ ଉପାଦେୟ। ସେହିପରି ଚାଣକ୍ୟ ନାରୀରର ଋତୁଶ୍ରାବକୁ ନେଇ ସୁନ୍ଦର କଥା କହିଛନ୍ତି। ଅନେକ ନାରୀ ଋତୁ ଶ୍ରାବ ବେଳେ ଛୁଆଁ, ଏକାକୀ ରହିବା ପ୍ରଭୃତି କାର୍ଯ୍ୟ କରି ଥାନ୍ତି। ହେଲେ ଚାଣକ୍ୟ କହିଛନ୍ତି ଯେ, ନାରୀରର ମାସିକା ଋତୁ ଶ୍ରାବ ହେଲେ ତାହାର ଶରୀର ଶୁଦ୍ଧ ହୁଏ। ଏଥିସହିତ ସ୍ବାସ୍ଥ୍ୟଗତ ସମସ୍ୟା କିଛି ରହେ ନାହିଁ। ଯଦି ଏହା ଠିକରେ ନ ହୁଏ ତେବେ ନାନାଦି ସମସ୍ୟା ସୃଷ୍ଟି ହେବ। ଏହାକୁ କେତେକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ପାଉଁଶରେ କଂସା ମାଜିଲେ ତାହା ପରିଷ୍କାର ହୁଏ, ପିତ୍ତଳ ଜିନିଷକୁ ଖଟାରେ ମାଜିଲେ ତାହା ପରିଷ୍କାର ହୁଏ, ନଦୀର ଜଳ ପ୍ରବାହିତ…
ଭୁବନେଶ୍ବର, କଳା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଆଜି ବହୁତ ଲାଭଦାୟକ ପ୍ରମାଣିତ ହେବ । କାର୍ଯ୍ୟରେ ବ୍ୟସ୍ତ ରହିବେ, ଯେଉଁଥିପାଇଁ ଦିନ ଜଣା ପଡିବ ନାହିଁ । ଭବିଷ୍ୟତରେ ଛୋଟ ଆବଶ୍ୟକତାକୁ ଧ୍ୟାନରେ ରଖି ସଞ୍ଚୟ କରିବାକୁ ମନ ପ୍ରସ୍ତୁତ କରିବାକୁ ଆଶା କରନ୍ତୁ। ପାରିବାରିକ ପରିବେଶ ଖୁସି ହେବ ଏବଂ ତୁମେ ସୁଖ ପାଇବ । ଆଜି ତୁମର ପ୍ରକୃତ ପ୍ରେମ ଖୋଜିବାର ସମସ୍ତ ସମ୍ଭାବନା ଅଛି । ବ୍ୟବସାୟ ଯାତ୍ରା ସଫଳ ହେବ । ଆପଣ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହିତ ଭଲ ଭୋଜନ କରିବାର ସୁଯୋଗ ପାଇପାରନ୍ତି । କର୍ମକ୍ଷେତ୍ରରେ ଲୀଳା ଭିତରକୁ ଯିବା ପାଇଁ ଆପଣଙ୍କୁ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଆପଣ ସେହି ବ୍ୟକ୍ତିଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ ଯିଏ ଥରେ ଟଙ୍କା ସାହାଯ୍ୟ କରିଥିଲେ । ବୈଦ୍ଧିକ ଆଲୋଚନାରେ, ଅଭ୍ୟାସ ମାଧ୍ୟମରେ ବିବାଦର ସମାଧାନ…
ତୂଳା: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ସେମାନଙ୍କ ସହ ବସି ଘରର ସମସ୍ୟା ଉପରେ ଆଲୋଚନା ହେବ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ପାଇଁ ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନୁ : – ଆଜି ତୁମର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅ । ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ କରିବାକୁ ସମର୍ଥ ହେବେ । ଆର୍ଥିକ ଲାଭ ହେବ । ଧାର୍ମିକ ଭ୍ରମଣର ସମ୍ଭାବନା ଅଛି । ସମ୍ପର୍କୀୟଙ୍କୁ ଭେଟିବା ମନରେ ଆନନ୍ଦ ଆସିବ ।
ମେଷ: – ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକ୍କା ଏବଂ ଅଳସୁଆତା ଏବଂ ମନରେ ଅସ୍ଥିରତା ଅନୁଭବ ହେବ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ମୀନ: – ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ । ଉଚ୍ଚ ପଦାଧିକାରୀଙ୍କ କୃପା ଯୋଗୁଁ ଆଜି ଏକ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ବାପା ଏବଂ ବୟସ୍କମାନଙ୍କଠାରୁ ଲାଭ ମିଳିବ । ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିବ ।
ବୃଷ: – ଆଜି ଦିନଟି ଯତ୍ନର ସହ ବିତାନ୍ତୁ । ଆଜି କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ସିଂହ: – ଆଜି ଏକ ଖୁସିର ଦିନ ହେବ । ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ପ୍ରିୟଜନଙ୍କ ସହିତ ସାକ୍ଷାତ ଶୁଭ ହେବ, ଦିନସାରା ମନ ଖୁସି ରହିବ । ଆପଣ ଶିଶୁର ଅଗ୍ରଗତି ବିଷୟରେ ଖବର ପାଇବେ ।
ବିଛା : – ଆଜି ସରଳ ଲାଭର ଦିନ । ଅନାବଶ୍ୟକ ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ପରିବାର ଭିତରେ ଝଗଡା ନ ହେବା ପାଇଁ ଚେଷ୍ଠା କରନ୍ତୁ। ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ । କର୍କଟ : – ଆଜି ଆପଣଙ୍କୁ ଭଲ ଦିନ ମିଳିବ । ଘରେ ଶାନ୍ତି ଏବଂ ସୁଖର ପରିବେଶ ରହିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ସଫଳତା ପାଇବେ । ଘରେ ପରିବାର ସହିତ ଭଲ ସମୟ ଅତିବାହିତ ହେବ ।
କନ୍ୟା: – ଆଜି ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ଅସୁବିଧା ହେତୁ ମନ ବିଚଳିତ ହେବ । ଉତ୍ସାହର ଅଭାବ ରହିବ । ସମ୍ପର୍କୀୟଙ୍କ ସହ ମତଭେଦ ହେବ। ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । କୁମ୍ଭ: – ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଏକ ଶୁଭ ଦିନ । ଚାକିରି ଏବଂ ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ସାମାଜିକ କ୍ଷେତ୍ରରେ ତୁମର ଖ୍ୟାତି ବୃଦ୍ଧି ପାଇବ । ପିଲା ସହିତ ସମନ୍ୱୟ ଭଲ ହେବ ।
ମିଥୁନ: – ଆଜି ଆପଣଙ୍କର ଦିନ ସୁଖ-ପ୍ରମୋଦ ଏବଂ ଉପଭୋଗ-ବିଳାସରେ ବିତାଇବ । ବିପରୀତ ଲିଙ୍ଗର ଲୋକଙ୍କ ସହ ଆଲୋଚନା ହେବ । ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଏକ ଆନନ୍ଦଦାୟକ ରହଣି ହୋଇପାରେ । ମକର : – ଆଜି ଆପଣ ସାବଧାନ ହେବା ଆବଶ୍ୟକ । ଆଜି ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀଙ୍କ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ।
ନୂଆଦିଲ୍ଲୀ, ଆସନ୍ତାକାଲି ୫ ଜୁଲାଇ, ୨୦୨୧ ଅପରାହ୍ନ ୩ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାଯ୍ୟାଳୟ ତରଫରୁ ଟ୍ଵିଟ୍ କରାଯାଇଛି ଯେ, “ଆସନ୍ତାକାଲି ୫ ଜୁଲାଇ, ୨୦୨୧ ଅପରାହ୍ନ ୩ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ” ।
ନୂଆଦିଲ୍ଲୀ, କୋଭିଡ ୧୯ ମହାମାରୀର ବ୍ୟାପକତା ଏବଂ କୋଭିଡ ଟିକା ଉତ୍ପାଦନ ବୃଦ୍ଧିର ଆବଶ୍ୟକତାକୁ ବିଚାର କରି ଟିକା ପରୀକ୍ଷଣ ଏବଂ ଟିକାଗୁଡ଼ିକ ପାଇଁ ଆଗୁଆ ପ୍ରମାଣପତ୍ର ଜାରି କରିବା ସୁବିଧା ପ୍ରଦାନ କରିବା ନିମନ୍ତେ ସରକାର ସକ୍ରିୟ ଭାବେ ଦୁଇଟି ଅତିରିକ୍ତ ପରୀକ୍ଷାଗାର ବିକଶିତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ, ଦେଶରେ କସୌଲି ଠାରେ ଗୋଟିଏ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର (ସିଡିଏଲ) ରହିଛି। ଭାରତରେ ମାନବ ଉପଯୋଗ ଲାଗି ଉଦ୍ଦିଷ୍ଟ ଇମ୍ୟୁନୋବାୟୋଲୋଜିକାଲ(ଟିକା ଓ ଆଣ୍ଟିସେରା) ର ପରୀକ୍ଷା ଓ ଆଗୁଆ ପ୍ରମାଣପତ୍ର ଜାରି କରିବା ନିମନ୍ତେ ଏହା ଜାତୀୟ କେନ୍ଦ୍ରୀୟ ପରୀକ୍ଷାଗାର ଭାବେ କାଯ୍ୟ କରୁଛି। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଜୈବପ୍ରଯୁକ୍ତି ବିଭାଗ ପକ୍ଷରୁ ବ୍ୟାଚ୍ ଟେଷ୍ଟିଂ ଓ ଟିକାଗୁଡ଼ିକର ଗୁଣବତ୍ତା ପରୀକ୍ଷଣ ନିମନ୍ତେ ଏହାର ଦୁଇଟି ସ୍ବୟଂଶାସିତ ଗବେଷଣା ସଂସ୍ଥାନ ପୁଣେସ୍ଥିତ ନ୍ୟାସନାଲ ସେଣ୍ଟର ଫର ସେଲ୍ ସାଇନ୍ସ (ଏନସିସିଏସ)…
କନ୍ଦର୍ପ ବେହେରା ରେଢାଖୋଲ: କରୋନା ମହାମାରୀ ସମୟରେ ସାରା ଦେଶର ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଓଡିଶାର ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଅନ୍ ଲାଇନ୍ ଚିତ୍ରକଳା କର୍ମଶାଳା। ଏହି ଚିତ୍ରକଳା କର୍ମଶାଳାରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ଯୁବ ଚିତ୍ରଶିଳ୍ପୀ ସୁଧୀର କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି। ଏହି କର୍ମଶାଳାକୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏଥିରେ ଲଳୀତ କଳା ଏକାଡେମୀର ସଚିବ ପଂଚାନନ ସାମଲ ଜୁମ୍ ମିଟ୍ କୁ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ସଚିବ ବିଷ୍ନୁପଦ ସେଠୀ, ଉପସଭାପତି ଶ୍ରୀନିବାସ ପଢିଆରୀ, ସଭାପତି ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳା ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ୪ ଜୁଲାଇ…

