Author: Samikhsya Bureau

କନ୍ଦର୍ପ ବେହରା ରେଢ଼ାଖୋଲ: ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୁବକ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡଇଁଚା ପଂଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ,ଆଜି ରାତି ୮ଟା ୩୦ ମିନିଟରେ ରେଢ଼ାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ନିଲୁ ସାହୁ (୨୮ବର୍ଷ )ଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା। ଉକ୍ତ ଆକ୍ରମଣରେ ନିଲୁଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ୱର, ମହତାବ ରୋଡରୁ ନାରାୟଣୀ କ୍ଲବ ରାସ୍ତାରେ ଭୀମଟାଙ୍ଗି ପ୍ରବେଶ ରାସ୍ତାରେ ଶେଷ ପଯ୍ୟାୟରେ ପହଂଚିଛି ଶ୍ରୀଜଗନାଥ ମନ୍ଦିର ନିର୍ମାଣ୍ଣ । ୨୫ପୁଟ୍‌ର ଏହି ମନ୍ଦିରରେ ଶ୍ରୀଜଗନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଲକ୍ଷ୍ମୀ ଓ ବିମଳାଙ୍କ ସ୍ୱତନ୍ତ୍ର ମନ୍ଦିର ମଧ୍ୟ ରହିଛି । ସ୍ଥାନୀୟ ଅଂଚଳର ୬୦ଜଣ ସଭ୍ୟ ମାଗିଯାଚି ଓ ଭେଦା କରି ଏହି ମନ୍ଦିରକୁ ନିର୍ମାଣ୍ଣ କରିଛନ୍ତି । ସ୍ଥାନୀୟ ଅଂଚଳରେ ଜଗନ୍ନାଥ ମନ୍ଦିର ନଥିବାରୁ ଏହି ମନ୍ଦିରରେ ଭକ୍ତଙ୍କୁ ବଡ଼ଠାକୁର ଦର୍ଶନ ଦେବେ । ଯାହା ଆସନ୍ତା ୯ତାରିଖରୁ ୩ଦିନ ଧରି ପ୍ରତିଷ୍ଠା କରାଯିବ । କୋଭିଡ଼୍ କଟକଣାରେ ୧୦୮କଳସ ତିର୍ଥ ଜଳ ଆସି ସ୍ଥାପନା ହେବ । ସାମାଜିକ ଦୂରତା ରକ୍ଷା କରି ହୋମ ଯଜ୍ଞ କରାଯିବ ମନ୍ଦିର ପ୍ରତିଷ୍ଠା ହେବ । ଏ ନେଇ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଭ୍ୟ ମାନସ ରଞ୍ଜନ ପଟ୍ଟନାୟକ, ସନତ ମିଶ୍ର ଓ ବୀଣାପାଣି ବୋଇତାଈ ସୂଚନା…

Read More

ଭୁବନେଶ୍ବର, ଗତବର୍ଷ ଏହି ରଥଯାତ୍ରା ବେଳକୁ ବହୁ ବାଦବିବାଦ ପରେ ଶେଷରେ ରଥ ବଡ ଦାଣ୍ଡରେ ରଥ ଗଡିଥିଲା। ହେଲେ ସେତେବେଳେ ଜଗତର ନାଥ ଜଗନ୍ନାଥଙ୍କ ଏହି ଲୀଳାକୁ କେହି ବୁଝିପାରିଲେ ନାହିଁ। ବହୁ ନାଟ ଖେଳିବା ପରେ ଶେଷରେ ରଥଯାତ୍ରା ସଂପର୍ଣ୍ଣ ହୋଇଥିଲା। କେବଳ ସେତିକି କହିଲେ ହେବ ନାହିଁ, ବହୁ ଶୃଙ୍ଖଳିତ ଭାବେ ରଥଯାତ୍ରା ସଂପର୍ଣ୍ଣ ହୋଇଥିଲା। ତେବେ ସୁପ୍ରିମକୋର୍ଟଙ୍କ କଟକଣା ପାଇଁ କୌଣସି ଭକ୍ତ ବଡଦାଣ୍ଡକୁ ଯାଇପାରିଲେ ନାହିଁ ସତ, ହେଲେ ଟେଲିଭିଜନ ମାଧ୍ୟମରେ ଜଗନ୍ନାଥଙ୍କ ଏହି ଲୀଳାକୁ ଦେଖି ନିଜ ମନକୁ ଶାନ୍ତ କରିଥିଲେ। ତେବେ ଗତବର୍ଷର ବିରଳ ରଥ ଯାତ୍ରା ବିଭିନ୍ନ କ୍ଷେତ୍ରକୁ ନେଇ ବେଶ୍ ଚମତ୍କାରିତା ମଧ୍ୟ ରହିଛି। ଗତବର୍ଷ ରଥଯାତ୍ରା ବେଳକୁ ଦେଖାଦେଇଥିଲା ଛଅଟି ଚମତ୍କାରିତା। ସେ ବିଷୟରେ ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ହେବେ। 1-ଗତବର୍ଷ ଯେତେବେଳ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରିବାକୁ ରାୟ ଶୁଣାଇଲେ ସେତେବେଳେ ସାରା ବିଶ୍ବର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହଜାର ୩୫୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୯ ହଜାର ୬୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୨୧୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୭୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ମହାମାରୀ କରୋନାର ଭୟାବହ ସଂକ୍ରମଣରେ ଅମ୍ଳଜାନ ଓ ରକ୍ତ ଅଭାବରୁ ଶହ ଶହ ଜୀବନ ଚାଲିଯାଉଛି। ପ୍ରତିଦିନ ଖବର କାଗଜ ଓ ଦୂରଦର୍ଶନରେ ଏହିସବୁ ଘଟଣା ହତବାକ କରିଦେଉଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଭୀମପୁର ଗ୍ରାମର ଯୁବକମାନେ ରକ୍ତ ଦାନ କରି ଜୀବନ ବଞ୍ଚାଇବାର ଶପଥ ନେଇଛନ୍ତି। “ଚିନ୍ତାମଣି ବାଳଚର ଯୁବ ସେବା ସଂଘ” ଓ “ଦି ବ୍ଲଡ଼ ଡୋନର୍ସ୍ ଓଡ଼ିଶା” ର ମିଳିତ ଆନୁକୁଲ୍ୟରେ ଭୀମପୁର ଗ୍ରାମର ବାନାମ୍ବର୍ ନୋଡାଲ ହାଇସ୍କୁଲ ପ୍ରାଙ୍ଗଣରେ ଉକ୍ତ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସେବାସଂଘର ବରିଷ୍ଟ ଉପଦେଷ୍ଟା ପ୍ରଫେସର୍ ନଳିନୀ କାନ୍ତ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପାତ୍ର ଓ ଅଧ୍ୟାପକ ବିନୟ ଭୂଷଣ ମିଶ୍ର ମିଳିତ ଭାବରେ ଉଦଘାଟନ କରି ଯୁବ ରକ୍ତ ଦାତାଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଉପଲକ୍ଷେ ସେବାସଂଘର ସଭାପତି ଆନନ୍ଦ ଚନ୍ଦ୍ର…

Read More

ସୀତାରାମ ଅଗ୍ରୱାଲ ଚିଲିକା: କରୋନା ମହାମାରୀ କାରଣରୁ ତାଲାବନ୍ଦ ସମୟରେ ରାଜ୍ୟର ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ପରିଣାମ ସ୍ବରୂପ ବିଭିନ୍ନ ମନ୍ଦିର ର ପୂଜକ ଓ ସେବାୟତ ମାନେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଏହାକୁ ହୃଦୟଙ୍ଗମ କରି ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ସାରା ରାଜ୍ୟରେ ସେବାୟତ ଓ ପୂଜକଙ୍କ ନିମନ୍ତେ ବିଭିନ୍ନ ପ୍ରକାର ରାସନ ସାମଗ୍ରୀ ପ୍ରଦାନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ଇଞ୍ଜନପୁର ଗ୍ରାମ ସ୍ଥିତ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ଚିଲିକା ଅଞ୍ଚଳର ୪୦ ରୁ ଉର୍ଦ୍ଧ ପୂଜକ ଓ ସେବାୟତଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ହିନ୍ଦୁ ଜାଗରଣ ମଞ୍ଚ (ପୂର୍ବ) ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ ତନ୍ମୟ ଦାଶ ଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିଲିକାର ଅଗ୍ରଣୀ ସାମ୍ବାଦିକ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୪୮୪,  ଖୋର୍ଦ୍ଧାରୁ ୩୮୬, ଯାଜପୁରରୁ ୨୯୦, ବାଲେଶ୍ବରରୁ ୨୭୮, ପୁରୀରୁ ୨୨୯, ମୟୂରଭଞ୍ଜରୁ ୧୯୭, ନୟାଗଡରୁ ୧୭୪, ଜଗତସିଂହପୁରରୁ ୧୪୫, ଭଦ୍ରକରୁ ୧୩୬, ଅନୁଗୁଳରୁ ୧୧୦, କେନ୍ଦ୍ରାପଡାରୁ ୧୧୦, ଢେଙ୍କାନାଳାରୁ ୧୦୫, କେନ୍ଦୁଝରରୁ ୯୩, ରାୟଗଡାରୁ ୮୦, ସୁନ୍ଦରଗଡରୁ ୬୭, କୋରାପୁଟରୁ ୬୬, ମାଲକାନାଗିରିରୁ ୫୦, ନବରଙ୍ଗପୁରରୁ ୪୯, କନ୍ଧମାଳରୁ ୪୩, କଳାହାଣ୍ଡିରୁ ୩୩, ବଲାଙ୍ଗୀରିରୁ ୩୧, ବରଗଡରୁ ୨୬, ସମ୍ବଲପୁରରୁ ୨୫, ସୋନପୁରରୁ ୨୧, ବୌଦ୍ଧରୁ ୧୮, ଗଜପତିରୁ ୧୬, ଗଞ୍ଜାମରୁ ୧୩, ନୂଆପଡାରୁ ୭, ଝାରସୁଗୁଡାରୁ ୬, ଦେବଗଡରୁ ୫ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…

Read More

ଭୁବନେଶ୍ୱର, ରାଜଧାନୀ ବରିଷ୍ଠ ଖବର କାଗଜ ବିତରକ ଗୌରାଙ୍ଗ ସାମଲଙ୍କ ବିୟୋରେ ଅଲ ନିଉଜପେପର ସପ୍ଲାୟର୍ସ ସୋସିଆଲ ୱେଲଫେୟାର ଆସୋସିଏସନ ଏବଂ ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘର ମିଳିତ ସହଯୋଗରେ ମାର୍କେଟ ପରିସରରେ (ସିଆରପି ଜୋନ) ପରିସରରେ ଆଜି ଏକ ଶୋକ ଶଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ବ୍ୟବସାୟୀ ସଂଘର ସଭାପତି ଶରତ ଚନ୍ଦ୍ର ରାଉତ । ଖବରକାଗଜ ବିତରକ ସଂଘର ସଭାପତି ଅଭୟ ଯୋଗାଣିଆ, ବରିଷ୍ଠ ବ୍ୟବସାୟୀ ଭାସ୍କର ଚନ୍ଦ୍ର ବେହେରା, ବରିଷ୍ଠ ପୋଲିସ କର୍ମଚାରୀ ଶତର ଚନ୍ଦ୍ର ତ୍ରୀପାଠୀ, ପ୍ରମେୟର ଡିଜିଏମ ରମାକାନ୍ତ ବାରିକ, ସମାଜର ବରିଷ୍ଠ ପ୍ରସାର ପରିଚାଳକ ଯଦୁମଣି ମହାନ୍ତି, ସକାଳ ପ୍ରସାରର ପରିଚାଳକ ବିଜୟ କୁମାର ସାସ୍‌ମଲ, ସମ୍ବାଦ ପ୍ରସାର ବିଭାଗର କୈଳାସ ଚନ୍ଦ୍ର ସାହୁ, ସାମ୍ବାଦିକ ତଥା ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ରଙ୍କ ସମେତ ବିର୍ତକ ସଂଘର କମଳାକାନ୍ତ ପରିଡ଼ା, ଗୋବର୍ଦ୍ଧନ ପାଳ, କୃଷ୍ଣଚନ୍ଦ୍ର ବେହେରା,…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ଛଅ ଦିନର ବ୍ୟବଧାନ ପରେ ଆସନ୍ତାକାଲି ପୁଣି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧୯ ଶହ ଲୋକଙ୍କୁ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- 200 ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ) ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ…

Read More

ଭୁବନେଶ୍ବର, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ସ୍ବସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି। ତାଙ୍କର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି।  କିଛିଦିନ ତଳେ ସେ କରୋନା ପଜେଟିଭ ଚିହ୍ନଟ ହୋଇ ଘରେ କ୍ବାରଣ୍ଟାଇନରେ ରହିଥିଲେ। ହେଲେ ଆଜି ସକାଳେ ତାଙ୍କର ଗୁରୁତର ହେବାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

Read More

ଭୁବନେଶ୍ବର, ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ନବୀନ ନିବାସରେ ଆରମ୍ଭ ହେଲାଣି। ଏଥିରେ ପାଞ୍ଚରୁ ଆଠଜଣ ମନ୍ତ୍ରୀଙ୍କୁ ବାହାର କରାଯିବ ବୋଲି ସଙ୍କେତ ମିଳିଲାଣି। ଏଥିସହିତ ଡଜନେ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ନବୀନ ପ୍ରଥମ ବାଚସ୍ପତିଙ୍କ ଆଡୁ ଅଦଳବଦଳ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି। ନବୀନ ଦେଖିଲେଣି ଯେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଯୁବ ନେତାଙ୍କ ସହିତ ବରିଷ୍ଠ ନେତାଙ୍କ ଦକ୍ଷତା ଆବଶ୍ୟକ ରହିଛି। ସେସବୁକୁ ଦୃଷ୍ଟିରେ ରଖି ସେ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ସହିତ ବରିଷ୍ଠଙ୍କୁ ସୁଯୋଗ ଦେବେ। ସେଥିପାଇଁ ଦଳର ଟାଣୁଆ ବରିଷ୍ଠ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ସେହିପରି ଦଳର ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ହେଲେ ସେ ବାଚସ୍ପତି ହେବାରୁ କୈଣସି ଦଳୀୟ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ସେହି…

Read More

ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ 89 ବର୍ଷିୟ କଲ୍ୟାଣ ସିଂ ଶରୀରରୁ ପ୍ରବଳ ଝାଳ ବାହାରିଥିଲା। ଏହାପରେ ସେ ଅଚେତ ହୋଇପଡିଥିଲେ। ଫଳରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅସୁସ୍ଥତା ଖବର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହସପିଟାଲ ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ଗତ ବର୍ଷ କଲ୍ୟାଣଙ୍କୁ କରୋନା ଆକ୍ରାନ୍ତ କରିଥିଲା। ସେ ପ୍ରାୟ ଏକ ମାସ ଧରି ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ରାଜସ୍ଥାନ ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Read More

Uttar Pradesh Election2022: ଆସନ୍ତା ବର୍ଷ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ସେଥିପାଇଁ ସବୁଦଳ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସେହିପରି ଶାସକ ବିଜେପି ମଧ୍ୟ ନିର୍ବାଚନ ପୂର୍ବରୁ ବିଭିନ୍ନ ନୂଆନୂଆ ପ୍ରକଳ୍ପ ଘୋଷଣା କରିବା ଆରମ୍ଭ କଲେଣି। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଉପରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ସେଥିପାଇଁ ଚଳିତ ମାସରେ ନଅଟି ନୂତନ ମେଡିକାଲ କଲେଜ ଉଦଘାଟନ କରାଯିବ ବୋଲି ନିଷ୍ପତି ହୋଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ତେବେ ଏ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ସୂଚନା ଅନୁସାରେ ୟୁପିର ନୂତନ ମେଡିକାଲ କଲେଜଗୁଡ଼ିକ ଦେବରିଆ, ଏତା, ଫତେହପୁର, ଗାଜୀପୁର, ହରଦେଇ, ଜୋନପୁର, ମିର୍ଜାପୁର, ପ୍ରତାପଗଡ ଏବଂ ସିଦ୍ଧାର୍ଥନଗର ଜିଲ୍ଲାରେ ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ…

Read More

ନୂଆଦିଲ୍ଲୀ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଜି ତାଙ୍କ ପୁର୍ଣ୍ଣ୍ୟତିଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ଦେଶର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦ ଜଣେ ଉତ୍ସାହୀ ଜାତୀୟତାବାଦୀ, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ, ବିଶିଷ୍ଟ ବକ୍ତା ତଥା ଅତୁଳନୀୟ ବୁଦ୍ଧିଜୀବୀ। ସେ ସର୍ବଭାରତୀୟ ଭାଇଚାରା ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ। ଶ୍ରୀ ନାଇଡୁ କହିଛନ୍ତି ଯେ ସ୍ବାମୀ ବିବେକାନନ୍ଦ ମହାନ ଭାରତ ତଥା ଏହାର ସମୃଦ୍ଧ ସଂସ୍କୃତି ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ବିଶିଷ୍ଟ ଜୀବନ ଏବଂ ମୂଲ୍ୟବାନ ଶିକ୍ଷା ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା ହୋଇ ରହିଥାଏ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୃତ୍ୟୁ ବାର୍ଷିକୀରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ କେବଳ ଜଣେ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏକ ଜନହିତ ମାମଲା ଦାୟର କରଯାଇଛି। ଯେଉଁଥିରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଅନ୍ୟ ବୋର୍ଡରେ ଦଶମ ଏବଂ ଦ୍ୱ୍ବାଦଶ ପରୀକ୍ଷା ଶୁଳ୍କ ଫେରାଇବା ଆଦେଶ ପାଇଁ ଆବେଦନ କରାଯାଇଛି। କରୋନା ଯୋଗୁଁ ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ କୁ ଫେରାଇଦେବାପାଇଁ ଉଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଛି। ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏଭଳି ଆବେଦନ ଦୀପା ଜୋସେଫ ନାମକ ଜଣେ ଓକିଲ କରିଛନ୍ତି। ଦୀପା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ହେବା ସହ ତାଙ୍କର ଜଣେ ପିଲା ସିବିଏସଇର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ କହିଛନ୍ତି ଯେ, ପରୀକ୍ଷା ବାତିଲ ହେବା ପରେ ପରୀକ୍ଷା ବାବଦକୁ ଆଦାୟ କରାଯାଇଥିବା ଫି’ କୁ ରଖିବା ଅନୁଚିତ। ପରୀକ୍ଷା ଫି’ ରୂପେ ସିବିଏସଇକୁ କୋଟି କୋଟି ଟଙ୍କା ମିଳିଛି ବୋଲି ଦୀପା କହିଛନ୍ତି।

Read More

ନୂଆଦିଲ୍ଲୀ, ସାରା ଦେଶରେ ଟୀକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ 35 କୋଟି 12 ଲକ୍ଷ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତକାଲି 63 ଲକ୍ଷ 87 ହଜାରରୁ ଅଧିକ ଟିକା ଡୋଜ ଗୋଟିଏ ଦିନରେ ଦିଆଯାଇଥିଲା। ଏହି ସମୟରେ, କୋଭିଡରୁ ଦେଶରେ ସୁସ୍ଥ ହାର 97.09 ପ୍ରତିଶତକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଗତକାଲି 52 ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ 43 ହଜାରରୁ ଅଧିକ ନୂତନ କୋଭିଡ ରୋଗୀ ଚିହ୍ନଟ ହୋଇଥିଲେ। ଗତ 52 ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଏହି ମହାମାରୀରୁ 2 କୋଟି 96 ଲକ୍ଷ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି। 4 ଲକ୍ଷ 85 ହଜାର 350 ରୋଗୀ ଚିକିତ୍ସିତ ହେଉଛନ୍ତି। ଗତକାଲି କୋଭିଡରେ 9 ଶହ…

Read More

ନୂଆଦିଲ୍ଲୀ, ଜବରଦସ୍ତ ଧର୍ମାନ୍ତରୀକରଣ ମାମଲାରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର 6ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଯାଞ୍ଚ କରିଛି। ନିର୍ଦ୍ଦେଶାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଆତଙ୍କବାଦୀ ବିରୋଧୀ ଶକ୍ତି ବା ଏଟିଏସ୍ ର ଉତ୍ତରପ୍ରଦେଶରେ ଏକ ଏଫଆଇଆର କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ଜବରଦସ୍ତ ଧର୍ମାନ୍ତରୀକରଣରେ ମନି ଲଣ୍ଡରିଂ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ସେସବୁ ଆଧାରରେ ମନି ଲଣ୍ଡରିଂ ମାମଲ ସଂପର୍କରେ ଯାଞ୍ଚ କରାଯାଉଛି ବୋଲି ଇଡି ତରଫରୁ କୁହାଯାଇଛି। ସେହି ଏଫ୍ଆଇଆରରେ ମହମ୍ମଦ ଉମର ଗୌତମ, ତାଙ୍କ ସହଯୋଗୀ ମୁଫତି କାଜି ଜାହଙ୍ଗୀର କାସୀମ ଏବଂ ଅନ୍ୟମାନେ ଟଙ୍କା ଲୋଭରେ ଇସଲାମ ଧର୍ମ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରଲୋଭିତ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ତିନୋଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସର୍ଚ୍ଚ କରିଥିଲା। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଉମରଙ୍କ ବାସଭବନ ଏବଂ ତାଙ୍କ ସହାୟକ ତଥା ଦିଲ୍ଲୀର ଜାମିଆ ନାଗରରେ…

Read More

ନୂଆଦିଲ୍ଲୀ: ମାଓବାଦୀମାନେ ସହିଦ ଦିବସ ପାଳନ କରିବାକୁ ଯାଉଛନ୍ତି। ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସଂଗଠନର ସଂସ୍ଥାପକ ଚାରୁ ମଜୁମଦାର ଏବଂ ଅନ୍ୟ ସାଥିଙ୍କ ପାଇଁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରି ଶ୍ରଦ୍ଧାଞ୍ଜଳି ଦେଇଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମାଓବାଦୀ କେନ୍ଦ୍ର କମିଟି ଏନେଇ ସୂଚନା ଦେଇଛି। ମାଓବାଦୀ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବାର୍ତ୍ତାରେ କୁହାଯାଇଛି କି, ଗତ ଏକ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୭୨ ଜଣଙ୍କ ରେକର୍ଡ ତାଙ୍କ ପାଖରେ ନାହିଁ। ତେବେ ୧୬୦ ମରୁତ ମାଓବାଦୀଙ୍କ ମଧ୍ୟରୁ ସର୍ବାଧିକ ଦଣ୍ଡକାରଣ୍ୟରେ ୧୦୧ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାର-ଝାଡ଼ଖଣ୍ଡରେ ୧୧ ଜଣ, ଓଡିଶାରେ ୧୪ ଜଣ, ଏମେମସିରେ ୮ ଜଣ, ଓଡିଶା-ଆନ୍ଧ୍ରା ସୀମାରେ ୧୧ ଜଣ, ତେଲେଙ୍ଗନାରେ ୧୪ ଜଣ ଏବଂ ପଶ୍ଚିମୀ ଘାଟିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି।…

Read More

ଭୁବନେଶ୍ବର, କୋଭିଡ ଟୀକାକରଣ ଅଭିଯାନରେ ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରାଜ୍ୟରେ ମୋଟ 3 କୋଟି 38 ଲକ୍ଷ 57 ହଜାର 372 ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ପ୍ରଦୀୟ ବ୍ୟାସ କହିଛନ୍ତି ଯେ ଟୀକାକରଣ କ୍ଷେତ୍ରରେ ଗତକାଲି ମହାରାଷ୍ଟ୍ର ପୁଣି ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଶନିବାର ସଂଧ୍ୟା ସାତଟା ସୁଦ୍ଧା ମୋଟ ସାତ ଲକ୍ଷ 85 ହଜାର 311 ଟୀକା ପ୍ରଦାନ କରାଯାଇଛି। ଯାହାକି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟୀକାକରଣ ଅଟେ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୫ ଲକ୍ଷ ୪୫ ହଜାର ୪୩୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର ୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୬ ଲକ୍ଷ ୫୮ ହଜାର ୭୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୫ ହଜାର ୩୫୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୯୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ନୟାଗଡ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୭ ହଜାର ୪୨୦ ଜଣ।…

Read More