ଖୋର୍ଦ୍ଧାର ନୂତନ ଉପଜିଲ୍ଲାପାଳ ଭାବେ ଯୋଗ ଦେଲେ ଯୁବ ଆଇଏଏସ ଅଧିକାରୀ ଗୌରବ ଶିବାଜୀ

Published: Jul 9, 2021, 9:18 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଉପଜିଲ୍ଲାପାଳ ରୂପେ ଯୁବ ଆଇଏଏସ ଅଧିକାରୀ ଗୌରବ ଶିବାଜୀ ଇଶାଲୱର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଈଶାଲୱର ୨୦୧୯ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଧିକାରୀ। ନିକଟରେ ଉକ୍ତ ଅଧିକାରୀଙ୍କ ଦ୍ଵିତୀୟ ଫେଜ ଟ୍ରେନିଂ ସରିବା ପରେ ରାଜ୍ୟ ସରକାର ଶ୍ରୀ ଈଶାଲୱାରଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ତେବେ ଗତକାଲି ଶ୍ରୀ ଇଶାଲୱର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦୀର୍ଘ ବର୍ଷ ପରେ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଜଣେ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ପଦୋନ୍ନତି ହୋଇଥିଲା। ଫଳରେ ତାଙ୍କ ସ୍ଥାନରେ ଶ୍ରୀ ଇଶାଲୱରଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Related posts