Categories
ଆଞ୍ଚଳିକ

ଚିଲିକାରେ ଡିଜେ ବ୍ୟାନ ମାମଲା: ସାମ୍ବାଦିକ ସମ୍ମିଳନୀ କଲା ସଂଘ, ଉପଜିଲ୍ଲାପାଳଙ୍କ ନାଁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ମା’ ଭଗବତୀ ବ୍ୟାଣ୍ଡ ଓ ସାଉଣ୍ଡ ସଂଘ ବାଲୁଗାଁ-ବାଣପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ବୈଠକରେ ସଂଘ ସଭାପତି କବିରାଜ ସାହୁଙ୍କ ପୌରହିତ୍ୟରେ ବାଲୁଗାଁ ପୋଲିସ ସବଡିଭିଜନରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା ଫଳରେ ଜୀବିକା ଉଜୁଡୁଥିବା ସମ୍ପର୍କିତ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ଡିଜେ ବନ୍ଦ କରିବା ଫଳରେ ନିଜର ବ୍ୟବସାୟରେ ପ୍ରବଳ କ୍ଷତି ସହିବା ସହ ପରିବାର ପୋଷଣ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ଋଣ ଆଣି ସଂସ୍ଥା କରିଥିବାବେଳେ ଡିଜେ ନ ବାଜିବାରୁ ଋଣ ଭାରରେ ବୁଡିରହିଛନ୍ତି। ଏହାକୁ ସଂଘମତ ଭାବେ ପୁନର୍ବାର ଡିଜେ ବଜାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅବଗତ କରାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ବୈଠକରେ ବିଚାର ବିମର୍ଷ କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଏସମ୍ପର୍କରେ ଅବଗତ କରାଇଥିବା ସଦସ୍ୟମଣ୍ଡଳୀ କହିଛନ୍ତି।

ଏନେଇ ସଂଘ ସଭାପତି ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଡିଜେ ବନ୍ଦ ହେବା ଦ୍ୱାରା ଆମେ ଆମର ଜୀବିକା ହରେଇଛୁ।ଚଳିବୁ କେମିତି ତା ଛଡା ଏତେ ଟଙ୍କା ବିନିଯୋଗ କରି ଏକ ସଂସ୍ଥା କରିଥିଲୁ ତାହାର ଭରଣ କିଏ ଦେବ ବୋଲି କହିଥିଲେ। ତତସହିତ ନିକଟରେ ଜିଲ୍ଲା ପ୍ରଶାସନ ଅନୁମତି ସତ୍ତ୍ୱେ ବାଲୁଗାଁ ପୋଲିସ ଲାଉଡ଼ସ୍ପିକର ଗାଡ଼ି ସିଜ କରିଦେଇଥିବାର ଅଭିଯୋଗ କରିଥିଲେ ଶ୍ରୀ ସାହୁ।

ତେବେ ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଯୋଗାଯୋଗ କରିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଲାଉଡ଼ସ୍ପିକରରେ ଶବ୍ଦର ପରିଧି ମାପିବା ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ ଅଟେ। ଉକ୍ତଦିନ ସମ୍ପୃକ୍ତ ଗାଡ଼ିରେ ଉକ୍ତ ଯନ୍ତ୍ର ନଥିଲା ଏବଂ ଉଚ୍ଚ ଶବ୍ଦରେ ଲାଉଡ଼ସ୍ପିକର ବାଜିବାରୁ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ କ୍ରମେ ତାହା ଜବତ ହୋଇଥିବାର କହିଛନ୍ତି ଶ୍ରୀ ଦାସ।

ସେହିପରି ଭାବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଯୋଗାଯୋଗ କରାଯିବାରୁ ଜିଲ୍ଲା ପ୍ରଶାସନର ଅନୁମତି ପତ୍ର ବିନା ଡିଜେକୁ କୌଣସି ମତେ ବାଲୁଗାଁ ସବଡିଭିଜନରେ ଅନୁମତି ଦିଆଯିବ ନାହିଁ ବୋଲି ରୋକଠୋକ କହିଛନ୍ତି। କେବଳ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଡିଜେ ବାଜିପାରିବ ବୋଲି ଶ୍ରୀ ବାରିକ କହିଛନ୍ତି। ଏଥିସହିତ ଡିଜେ ବାଜିବା ସମୟରେ ଯଦି କୌଣସି ନାଗରିକଙ୍କ ସ୍ୱାସ୍ଥ୍ୟଜନିତ ଅଘଟଣ ଘଟେ, ଏଥିପ୍ରତି ଉତ୍ତରଦାୟୀ କିଏ ରହିବ ବୋଲି ଏସଡିପିଓ ଶ୍ରୀ ବାରିକ ସିଧାସଳଖ କହିଛନ୍ତି। ଯଦି ଉକ୍ତ ନିର୍ଦ୍ଦେଶନାମାରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିବା ସହ ଏଥିପାଇଁ ସମ୍ପୃକ୍ତ ଥାନା ଅଧିକାରୀମାନେ ସତର୍କ ରହିଥିବା କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ ଡ଼ିଜେ ଅନୁମତି କାହାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ତତସହିତ ସାଉଣ୍ଡ ଲାଇଟ ମାଲିକମାନେ ସରକାରୀ ନିୟମ ମୁତାବକ ୬୫ ଡେସିବିଲ ମଧ୍ୟରେ ଲାଉଡ଼ସ୍ପିକର ବଜାଇପାରିବେ, କିନ୍ତୁ ଡିଜେ ବଜାଇପାରିବେ ନାହିଁ ବୋଲି କହିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ଆସିବା ଫଳରେ ଏନେଇ ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ଡିଜେକୁ ବ୍ୟାନ କରାଯାଇଥିଲା। ଏଥିସହିତ ଡିଜେ ବଜାଇବା ପାଇଁ କିଛି ନିୟମାବଳୀ ଅନୁସରଣ କରିବାସହ ଉପଜିଲ୍ଲାପାଳଙ୍କ ଅନୁମତି ଅପରିହାର୍ଯ୍ୟ ହୋଇଥିବା ବେଳେ ଡିଜେ ମାଲିକମାନେ ଏହାକୁ ଖୁଲାମଖୁଲା ଉଲଙ୍ଘନ କରିବାରୁ ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଭଳି ଅଭିଯୋଗମାନ ଆସିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଉପଖଣ୍ଡରେ ଏହି ଦିନ ଲାଗିବ ଧାରା ୧୪୪, ନିୟମ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

ଖୋର୍ଦ୍ଧା: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଳନ ଉପରେ କଟକଣା କରିଛନ୍ତି। ସାଧାରଣତଃ ଏହି ଦିନ ଶ୍ରଦ୍ଧାଳୁମାନେ ସମୁଦ୍ର ତଟ, ନଦୀ, ପୁଷ୍କରିଣୀ ଆଦିରେ ବୁଡ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି।

ସେହିପରି ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ମଧ୍ୟ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଖଣ୍ଡରେ ମଧ୍ୟ ମକର ସଂକ୍ରାନ୍ତି ଉପଲକ୍ଷେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇସାଲୱାର ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା ସମସ୍ତ ମନ୍ଦିର ଗୁଡିକରେ ଧାରା ୧୪୪ ଜାରି କରିଛନ୍ତି। ମନ୍ଦିର ମଧ୍ୟରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। କେବଳ ୫ ଜଣ ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ପୂଜା ହେବ ବୋଲି ସ୍ପଷ୍ଟ କରାଯାଇଛି।

ତେବେ ଏହାକୁ ପ୍ରଚାର ପ୍ରସାର ସମେତ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଆଇଆଇସି, ତହସିଲଦାର, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ପ୍ରଥମ ବାଣପୁର ଗସ୍ତ: ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ନିର୍ମାଣ ସ୍ଥାନ କଲେ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପ୍ରଥମ ଥର ପାଇଁ ଖୋର୍ଦ୍ଧା ନୂତନ ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇଶାଲୱର ବାଣପୁର ଗସ୍ତରେ ଯାଇଥିଲେ। ବନବାସପୁର ନିକଟରେ ବାଣପୁର ଏନଏସି ଦ୍ୱାରା ନିର୍ମାଣ ହେବାକୁ ଥିବା ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାନ ପରିଦର୍ଶନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ଇଶାଲୱ ଯାଇଥିଲେ ଏବଂ ପ୍ଲାଣ୍ଟର ବ୍ଲୁ ପ୍ରିଣ୍ଟ ବିଷୟରେ ସ୍ଥାନୀୟ ପ୍ରଶାସନଠାରୁ ପଚାରି ବୁଝିଥିଲେ।

ଏହାପରେ ଉପଜିଲ୍ଲାପାଳ ବାଣପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ତହସିଲ କର୍ମଚାରୀଙ୍କ ସହ ସ୍ୱଳ୍ପ ସମୟ ପାଇଁ ଆଲୋଚନା ମଧ୍ୟ କରିଥିଲେ।  ଉପଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ତରୁଣ କୁମାର ଦାସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଉପଜିଲ୍ଲାପାଳ ଭାବେ ଯୋଗ ଦେଲେ ଯୁବ ଆଇଏଏସ ଅଧିକାରୀ ଗୌରବ ଶିବାଜୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଉପଜିଲ୍ଲାପାଳ ରୂପେ ଯୁବ ଆଇଏଏସ ଅଧିକାରୀ ଗୌରବ ଶିବାଜୀ ଇଶାଲୱର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଈଶାଲୱର ୨୦୧୯ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଧିକାରୀ। ନିକଟରେ ଉକ୍ତ ଅଧିକାରୀଙ୍କ ଦ୍ଵିତୀୟ ଫେଜ ଟ୍ରେନିଂ ସରିବା ପରେ ରାଜ୍ୟ ସରକାର ଶ୍ରୀ ଈଶାଲୱାରଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ତେବେ ଗତକାଲି ଶ୍ରୀ ଇଶାଲୱର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦୀର୍ଘ ବର୍ଷ ପରେ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଜଣେ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ପଦୋନ୍ନତି ହୋଇଥିଲା। ଫଳରେ ତାଙ୍କ ସ୍ଥାନରେ ଶ୍ରୀ ଇଶାଲୱରଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାର ଏହିସବୁ ଅଞ୍ଚଳକୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ସଂକ୍ରମଣ ବର୍ତ୍ତମାନ ଶୀର୍ଷରେ ଅଛି। ପ୍ରତିଦିନ ବାଣପୁର, ବାଲୁଗାଁ ଏବଂ ଚିଲିକାରୁ ଏକାଧିକ ପଜିଟିଭ ଚି଼ହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଚିହ୍ନଟ ହୋଇଥିବା ଅଞ୍ଚଳଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ବାଲୁଗାଁ ଏନଏସି:

ୱାର୍ଡ ନମ୍ବର ୧ ଅଶୋକ ନଗରର ରବୀନ୍ଦ୍ର ସେଠିଙ୍କ ଘରଠାରୁ ନୀଳମଣି ସାହୁଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ବାଣପୁର ବ୍ଲକ:

ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମର ଗୋଡିପଦର ସାହି ଖଲି ବାରିକଙ୍କ ଘର ଠାରୁ ଲକ୍ଷ୍ମୀନାରାୟଣ ସାହୁଙ୍କ ଘର ପର୍ଯ୍ୟନ୍ତ (ମୋଟ ୭୬ ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

କୁଲେଇ ପଞ୍ଚାୟତ ଆନ୍ତର୍ଗତ ମାନସିଂହପୁର ଗ୍ରାମର ଜ୍ଞାନ ସାହୁଙ୍କ ଘରଠାରୁ ସୁବାସ ଦଳାଇଙ୍କ ଘର ପର୍ଯ୍ୟନ୍ତ( ମୋଟ ୭୫ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଉକ୍ତ ସବୁ ଅଞ୍ଚଳରେ ଆଜି ସଂଧ୍ୟା ୭ ଘଟିକାରୁ ୨୦ ମଇ ରାତି ୯ ଘଟିକା ଯାଏଁ କଟକଣା  ବଳବତ୍ତର ରହିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଉପଜିଲ୍ଲାପାଳଙ୍କ ନିଆରା ପ୍ରୟାସ: ବାଲୁଗାଁରେ ଆକ୍ରାନ୍ତଙ୍କ ସହ ପ୍ରତ୍ୟେକ୍ଷ ଭାବେ କଥା ହୋଇ ବଢାଇଲେ ମନୋବଳ

ସୀତାରାମ ଅଗ୍ରୱାଲ

ଚିଲିକା: ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଆକ୍ରାନ୍ତଙ୍କ ମନୋବଳ ବଢାଇବା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଏକ ନିଆରା ପ୍ରୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥୁବା ହେତୁ ପ୍ରାୟତଃ ବିଶେଷ ଲକ୍ଷଣ ନଥିବା ବହୁ ବ୍ୟକ୍ତି ହୋମ ଆଇସୋଲେସନରେ ରହି ଚିକିତ୍ସତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଏନଏସିରେ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିବା ସମସ୍ତ କୋଭିଡ ରୋଗୀଙ୍କୁ ନେଇ ଅନ ଲାଇନ(ଗୁଗଲ ମିଟ) ମାଧ୍ୟମରେ ଏକ ଭର୍ଚୁଆଲ ମିଟ୍ କାର୍ଯ୍ୟକ୍ରମ ଆଜି ସଂଧ୍ୟାରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଭିଡ ରୋଗୀମାନଙ୍କୁ ଠିକ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି କି ନାହିଁ ବୁଝିବା ସହ ସେମାନଙ୍କଠାରୁ ବିଭିନ୍ନ ମତାମତ ମଧ୍ୟ ଉପଜିଲ୍ଲାପାଳ ଗ୍ରହଣ କରିଥିଲେ।

ତେବେ ସମସ୍ତ ହୋମ ଆଇସୋଲେସନରେ ଥିବା କୋଭିଡ ଆକ୍ରାନ୍ତମାନେ ଏନଏସି ଏବଂ ମେଡିକାଲ ପ୍ରଶାସନର ତଦାରଖ କାର୍ଯ୍ୟକ୍ରମକୁ ଭୁୟଂସୀ ପ୍ରଶଂସା କରିଥିବା ଉପଜିଲାପାଳ ପ୍ରକାଶ କରିଛନ୍ତି। ଏହାସହ ପ୍ରତ୍ୟେକ୍ଷ ଭାବେ ଶ୍ରୀ ବେହୁରିଆଙ୍କ ଆଲୋଚନା ଯୋଗୁଁ ଘରେ ରହିଥିବା ଆକ୍ରାନ୍ତମାନେ ଉତ୍ସାହିତ ହୋଇଥିବାର ପରିପ୍ରକାଶ କରଥିଲେ।

ତତସହିତ ସେମାନଙ୍କୁ ଅମ୍ଳଜାନ ପରୀକ୍ଷା ନିମନ୍ତେ ଆବଶ୍ୟକ ଉପକରଣ ଯୋଗାଇଦେବାକୁ ଅନୁରୋଧ ମଧ୍ୟ କରିଥିଲେ। ଅନ୍ୟପକ୍ଷରେ କଣ୍ଟାକ୍ତ ଟ୍ରେସିଂ ଜୋରଦାର କରିବା, ଅଗ୍ନିଶମ ବିଭାଗ ଦ୍ୱାରା ବରାବର ବିଶୋଧନ କରିବା, ଆରଆରଟି ଦ୍ୱାରା ଘରେ ଘରେ ସର୍ଭେକୁ ଜୋରଦାର କରିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ ଟେଷ୍ଟ କରାଇବା, ମାଇକ୍ରୋ କଣ୍ଟେନମେଣ୍ଟକୁ କଡ଼ାକଡ଼ି କରିବା ଏବଂ ରେଳରେ ଆସୁଥିବା ସମସ୍ତ ପ୍ରବାସୀମାନଙ୍କ ପଞ୍ଜିକରଣକୁ କଡ଼ାକଡ଼ି କରିବା ଆଦି ବହୁ ମତାମତ ବୈଠକରେ ଉପସ୍ଥିତି ଥିବା ସାମ୍ବାଦିକ ମାନେ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କା ଏବଂ ଏମ ଆଇ ଏସ ସୌମ୍ୟ ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ତେବେ ଉପଜିଲ୍ଲାପାଳଙ୍କ ଏହା ତୃତୀୟ ଅନଲାଇନ ବୈଠକ ଥିବାବେଳେ ପରବର୍ତ୍ତୀ ସମୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଉପଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆକ୍ରାନ୍ତ ଚିହ୍ନଟ ପରେ ବାଲୁଗାଁର ଏହି ଅଞ୍ଚଳକୁ ସାତ ଦିନ ପାଇଁ ସଟଡ଼ାଉନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିରେ କରୋନା କ୍ଷିପ୍ରଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ବାଲୁଗାଁ ଏନଏସି ର ଅଶୋକ ନଗରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚିଲିକାର ଅତିରିକ୍ତ ତହସିଲଦାର ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ।

ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ମଇ ୧ ତାରିଖ ସଂଧ୍ୟା ୭ ଘଟିକାରୁ ମଇ ୭ ତାରିଖ ରାତି ୯ ଘଟିକା ଯାଏଁ ଅଶୋକ ନଗରର ଡ଼ା ଦିବ୍ୟସିଂହ ମିଶ୍ରଙ୍କ ଘର ଠାରୁ ଦେବ ମହାପାତ୍ରଙ୍କ ଘର(୭ ଗୋଟି ଘର) ପର୍ଯ୍ୟନ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଛନ୍ତି।

ଉକ୍ତ ସମୟରେ ଏହି ଅଂଚଳର କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ଅଂଚଳବାସୀଙ୍କୁ ଜରୁରୀକାଳନ ସାମଗ୍ରୀ ଯୋଗାଣ, ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ, ଆରଆରଟି ଦ୍ୱାରା ଘରକୁ ଘର ସର୍ଭେ କରାଯିବ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ନିଯୁକ୍ତ ହୋଇଥିବା ନୋଡାଲ ଅଧିକାରୀମାନେ ଏହି ସବୁ କାର୍ଯ୍ୟ କରିବେ। ଚିଲିକା ତହସିଲଦାର ପୁନମ ମହାପାତ୍ର ଉକ୍ତ ସମସ୍ତ କାର୍ଯ୍ୟର ତଦାରଖ କରିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକର ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନାର ଦ୍ଵିତୀୟ ଲହର କ୍ଷିପ୍ର ଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ଚିଲିକା ବ୍ଲକରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ବାଣପୁର ବ୍ଲକରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବ୍ଲକରେ ବର୍ତ୍ତମାନ କରୋନା ସ୍ଥିତି ସମାନ ରହିଛି।

ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ବର୍ତ୍ତମାନ କୌଣସି ଅଞ୍ଚଳରେ ପଜିଟିଭ ଚି଼ହ୍ନଟ ହେଲେ, ସେହି ଅଞ୍ଚଳକୁ ସଙ୍ଗେ ସଙ୍ଗେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛି। ଯାହାଫଳରେ କରୋନାକୁ ପ୍ରତିହିତ କରିହେବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ବାଣପୁର ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଓଡଗାଁର କିଛି ଅଂଶ, ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳର କିଛି ଅଂଶ ଏବଂ ନାଚୁଣୀ ପଞ୍ଚାୟତ ଅନ୍ତର୍ଗତ ନାଚୁଣୀ ବଜାରର କିଛି ଅଂଶକୁ ଆଜିଠାରୁ ୩୦ ଏପ୍ରିଲ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକ ବିଶୋଧନ ହେବା ସହ କଣ୍ଟାକ୍ତ ଟ୍ରେସିଂ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

କଟକ ଜିଲ୍ଲାର ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

କଟକ: କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡୁଆଳି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗାଁରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଖଣ୍ଡୁଆଳି ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ପୃଥକ ବାସ ରଖାଯାଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Categories
ଆଞ୍ଚଳିକ

ଚିଲିକାରେ କୋଭିଡସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ: ଲଗାତାର ତୃତୀୟ ଦିନରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଅଣାୟତ୍ତ ହେଲାଣି କରୋନା। କୋଭିଡ ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ରଣନୀତି ପ୍ରୟୋଗ କରୁଛି। ପ୍ରତିଦିନ ଚିଲିକା ନିର୍ବାଚନମଣ୍ଡଳୀକୁ ଜିଲ୍ଲା ଅଧିକାରୀମାନଙ୍କ ଗସ୍ତ ଲାଗି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅପରାହ୍ନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ କରୋନା ସେବକମାନଙ୍କ ଟିମକୁ ଉତ୍ସାହିତ ମଧ୍ୟ କରିଥିଲେ। କରୋନା ସେବକ ମାନେ ଆଗାମୀ ଦିନରେ ଜନସାଧାରଣମାନଙ୍କୁ ସଚେତନ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସ୍ୱତଃ ପ୍ରବୃତ ଭାବେ କୋଭିଡ ଟେଷ୍ଟିଙ୍ଗ କରାଇବା ପାଇଁ ଉତ୍ସାହିତ କରିବେ ଏବଂ ସେମାନଙ୍କ ମନୋବଳ ମଧ୍ୟ ବଢ଼ାଇବେ।

ଏହା ସହିତ ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପଜିଟିଭ ବଢୁଥିବା ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେହି ଗ୍ରାମ ଗୁଡିକ ହେଲା- 

୧-ଚିଲିକା ବ୍ଲକର ବିରିବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆସାହିକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୮.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

୨-ବାଣପୁର ବ୍ଲକର ଦାମିଆ ବରବରା ଗ୍ରାମ ପଞ୍ଚାୟତର ଦାମିଆ ବରବରା ଗ୍ରାମ ଏବଂ ନନ୍ଦପୁର ଗ୍ରାମପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୫.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।

୩-ବାଣପୁର ଏନ.ଏ.ସି ର ୱାର୍ଡ ନମ୍ବର ୪, ୱାର୍ଡ ନମ୍ବର ୧୧ ର ବଡ଼ହନ୍ତୁଆଡ଼ ହରିଜନ ସାହି ଏବଂ ରଙ୍କନାଥପାଟଣା ରେ ଆଜି ତା ୧୮.୦୯ ୨୦୨୦ ଠାରୁ ୨୨.୦୯.୨୦ ପର୍ଯ୍ୟନ୍ତ କଟକଣା ଲଗୁ ରହିବ।

Categories
ଆଞ୍ଚଳିକ

ଆଜି ପୁଣି ବାଣପୁର ବ୍ଲକର ଏହି ସବୁ ଗ୍ରାମ ହେଲା କଣ୍ଟେନମେଣ୍ଟ ଜୋନ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ବିଶେଷ କରି ବାଣପୁର ଗ୍ରାମାଞ୍ଚଳରେ ସ୍ଥିତି ବର୍ତ୍ତମାନ ବେଶ ଗମ୍ଭୀର ଅଛି। ଗତକାଲି ବାଣପୁର ବ୍ଲକର ଏକାଧିକ ଗ୍ରାମ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାସ୍ଥଳେ ଆଜି ମଧ୍ୟ ବାଣପୁର ବ୍ଲକର ଏକାଧିକ ଗ୍ରାମଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେଗୁଡିକ ହେଲା-

ନନ୍ଦପୁର ଗ୍ରାମ ପଞ୍ଚାୟତର ସୁନାକେରା ଗ୍ରାମ, ଦେଓଗାଁ ଗ୍ରାମ ପଞ୍ଚାୟତର ଦେଓଗାଁ ଏବଂ ଓଡଗାଁ ଗ୍ରାମ, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଗ୍ରାମ ଏବଂ ତୁମୁରାପୁଟ ଗ୍ରାମ ପଞ୍ଚାୟତର ପ୍ରତାପ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୭.୦୯.୨୦ ଠାରୁ ୨୪.୦୯.୨୦ ଯାଏଁ କଟକଣା ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଉପଜିଲ୍ଲାପାଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଆସନ୍ତା ସେପ୍ଟେମ୍ବର 15 ଯା‌ଏ ମନୋରମା ଉପଜିଲ୍ଲାପାଳ ଦାୟିତ୍ବ ତୁଲାଇବେ । ଆଜି ଭଦ୍ରକରୁ 76 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଭଦ୍ରକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 545 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1ହଜାର 775 । ସେହିପରି ଜିଲ୍ଲାରେ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 758ଜଣ ।

Categories
ଆଞ୍ଚଳିକ

ବାଣପୁର ଏନ.ଏ.ସି କରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ, ଭୋଜିଭାତ କଲେ ଜେଲ୍

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ସ୍ଥିତି ନେଇ ଆଜି ଖୋର୍ଦ୍ଧା ଉପ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଆଗକୁ କରୋନା ମହାମାରୀ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି।

ଉପ ଜିଲ୍ଲାପାଳ ଅଶୋକ ବେଉରିଆ ବାଣପୁର ଏନ.ଏ.ସି ଗସ୍ତ କରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଉପଜିଲ୍ଲାପାଳ ବାଣପୁର ସହରାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବାଣପୁର ଏନ.ଏ.ସି ରେ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟା ତ୍ୱରାନ୍ୱିତ ହେବ, କଣ୍ଟେନମେଣ୍ଟ ଜୋନ ଗଠନ ଠିକ୍ ଭାବେ ହେବ, ପୋଲିସ ମୁତୟନ ଏବଂ ପାଟ୍ରୋଲିଂ କଡ଼ାକଡ଼ି ହେବ, ୱାର୍ଡ କମିଟି ମେମ୍ବର ମାନେ ପ୍ରତି ୱାର୍ଡର ଘରେ ଘରେ ବୁଲି କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରିବାକୁ ବୈଠକରେ ଆଲୋଚନା ହୋଇଛି।

ବାହାଘର ଏବଂ ବ୍ରତଘର ଭୋଜି ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। ଥାନା ଆଇଆଇସିଙ୍କ ଠାରୁ ଅନୁମତି ନେଇ ବାହାଘର କରିପାରିବେ, କିନ୍ତୁ ଭୋଜିଭାତ କେହି କରିପାରିବେ ନାହିଁ। ଯଦି ଭୋଜିଭାତ କେହି କରନ୍ତି ସେ ସମ୍ପର୍କରେ ତହସିଲଦାର କିମ୍ବା ପୋଲିସକୁ ସୂଚନା ଦେବାପାଇଁ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଇନ ଉଲ୍ଲଂଘନ କଲେ ଆୟୋଜକଙ୍କ ଉପରେ ଜରିମାନା ପଡିବ, ଏପରିକି ଜେଲ ବି ହୋଇପାରେ।

ଆଜି ବାଣପୁର ହସ୍ପିଟାଲରୁ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ ଚି଼ହ୍ନଟ ହେବାପରେ ବାଣପୁର ଡାକ୍ତରଖାନାର ଓପିଡ଼ି ଆଗକୁ ବନ୍ଦ ରହିପାରେ ବୋଲି ଉପଜିଲ୍ଲାପାଳ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହି ଅବସରରେ ବାଣପୁରର କିଛି ସଚେତନ ସାମାଜିକ କର୍ମୀ, ମହିଳା ସଂଘ ଏବଂ ସାମ୍ବାଦିକମାନେ ଅଞ୍ଚଳରେ କରୋନା ମହାମାରୀକୁ ପ୍ରତିହିତ କରିବା ପଥରେ ଉପୁଜିଥିବା ପାଖାପାଖି ୧୦ଟି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଯଥାଶୀଘ୍ର ଏସବୁର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

ଉକ୍ତ ବୈଠକରେ ଉପ ଜିଲ୍ଲାପାଳଙ୍କ ସହ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାଃ ଧୂର୍ଜଟି ପ୍ରସାଦ ମହାପାତ୍ର, ସିଡ଼ିପିଓ ସୁପରଭାଇଜର, ସମସ୍ତ ସ୍ଵେଛାସାଥି, ସି.ଓ ଏବଂ ୱାର୍ଡ ଅଫିସର ମାନେ ଉପସ୍ଥିତ ଥିଲେ।