ନୂଆଦିଲ୍ଲୀ, ଅକ୍ଟୋବର 31 ପର୍ଯ୍ୟନ୍ତ ସରକାର ମୁଗ ବ୍ୟତୀତ ସମସ୍ତ ଡାଲିର ଷ୍ଟକ୍ ଉପରେ ଏକ ସୀମା ଧାର୍ଯ୍ୟ କରିଛନ୍ତି। ହୋର୍ଡିଂ ଯାଞ୍ଚ ଏବଂ ମୁଦ୍ରାସ୍ଫୀତି ଯାଞ୍ଚ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଆଦେଶ , ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀ, ମିଲର୍ ଏବଂ ଆମଦାନୀକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ହୋଲସେଲରଙ୍କ ପାଇଁ ଷ୍ଟୋରେଜ୍ ସୀମା 200 ଟନ୍ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପାଞ୍ଚ ଟନ୍ ହେବ। କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକ ପଦକ୍ଷେପ ଯୋଗୁଁ ଡାଲି ଏବଂ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗତ ଆର୍ଥିକ ବର୍ଷରେ ପ୍ରମୁଖ ଡାଲିର ସର୍ବାଧିକ ଉତ୍ପାଦନ ଦୁଇ ଶହ ପାଞ୍ଚ ଲକ୍ଷ ଟନରୁ ଅଧିକ ହୋଇଛି।
Author: Samikhsya Bureau
ନୂଆଦିଲ୍ଲୀ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ 19 ରୁ ଆରମ୍ଭ ହେଉଛି। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି। ଏଥିରେ ମୋଟ 20 କାର୍ଯ୍ୟ ଦିବସ ରହିଛି। ସଂସଦୀୟ ବ୍ୟାପାର ଉପରେ କ୍ୟାବିନେଟ କମିଟି ଜୁଲାଇ 19 ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନକୁ ସୁପାରିଶ କରିଥିଲା। ଏହି 20 କାର୍ଯ୍ୟ ଦିବସ ଅଧିବେଶନରେ ଅନେକ ବିଲ୍ ଉପସ୍ଥାପିତ ହେବାର ସମ୍ଭାବନା ଅଛି।
ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ ରାଜ୍ୟରେ ସାଇବର ଠକାମି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ସାଇବର ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଏଥିରୁ ବାଦ ପଡ଼ିନି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳ। ବିଦେଶରେ ଚାକିରୀ ଦେବେ କହି ବାଣପୁରର ଜଣେ ଯୁବକଙ୍କ ନିକଟରୁ ସାଇବର ଠକ ବିଭିନ୍ନ କିସ୍ତିରେ ଆକାଉଣ୍ଟରୁ ୬୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ନେଇଗଲେ। ଅନ୍ୟପଟେ ବିଦେଶରେ ନକଲି ଚାକିରୀ ଅଫର ଲେଟର ପାଇ ଖୁସିରେ ନିଜର ବର୍ତ୍ତମାନ ଚାକିରୀ ମଧ୍ୟ ଛାଡିଦେଲେ ଯୁବକ। ଶେଷରେ ବାଣପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ସାଇବର ଲୁଟର ଶିକାର ହୋଇଥିବା ଯୁବକ ଜଣକ। ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନିଲ କୁମାର ମାଝୀ(୨୭) ମୁମ୍ବାଇରେ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ତେବେ ଜୁନ ମାସ ୧୫ ତାରିଖ ଦିନ ଅନିଲଙ୍କ ଇ-ମେଲ…
ମୁମ୍ବାଇ, ବଲିଉଡ ଅଭିନେତା ଅମୀର ଖାନଙ୍କ ଦ୍ୱିତୀୟ ବିବାହ ମଧ୍ୟ ଭାଙ୍ଗି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ କିରଣ ରାଓଙ୍କୁ ପରସ୍ପର ସହମିତ ଦେଇ ଛାଡପତ୍ର କରିଛନ୍ତି। ଦୁହେଁ 2005 ମସିହା ଡିସେମ୍ବର 28ରେ ବିବାହ କରିଥିଲେ। 15 ବର୍ଷ ପରେ ଉଭୟ ନିଜ ବିବାହ ଭାଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଛାଡପତ୍ର ସମ୍ପର୍କରେ ଅମୀର ଏବଂ କିରଣ ମଧ୍ୟ ଏକ ଅଫିସିୟାଲ ବିବୃତ୍ତି ଜାରି କରିଛନ୍ତି। ଦୁହେଁ ଲେଖିଛନ୍ତି, ‘ଆମେ ଏକାଠି ବିତାଇଥିବା 15 ବର୍ଷ ମଧ୍ୟରେ, ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ହସ ସହିତ ଖୁସିର ଜୀବନ ବିତାଉଥିଲୁ ଏବଂ ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ସହିତ ଆମର ସମ୍ପର୍କ ବଢିବାକୁ ଲାଗିଲା। ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ। ଯାହାକୁ ସ୍ବାମୀ ସ୍ତ୍ରୀ ବୋଲି କୁହାଯିବ ନାହିଁ। ଆମେ କିଛି ଦିନ ପୂର୍ବରୁ ଆମର ଅଲଗା ହେବାର ଯୋଜନା କରିଥିଲୁ…
ଭୁବନେଶ୍ବର, ଭୁବନେଶ୍ବରସ୍ଥିତ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୧ରେ ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ବାଲେଶ୍ୱର ସହର ଠାରୁ ୨୦ କି.ମି ଦୂରରେ ଅବସ୍ଥିତ ରେମୁଣା ବ୍ଲକ୍ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଛି । ପ୍ରତ୍ନତତ୍ତ୍ୱବିତ୍ ଡ. ସୁନୀଲ କୁମାର ପଟ୍ଟନାୟକ କହିଥିଲେ, ଦୁର୍ଗାଦେବୀର ପ୍ରତ୍ନତାତ୍ତ୍ୱିକ ଅବଶେଷର ପର୍ୟ୍ୟାଲୋଚନା ପରେ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଠାରୁ ଉତ୍ଖନନ ନିମନ୍ତେ ସ୍ୱୀକୃତି ପତ୍ର ମିଳିଥିଲା । ଉତ୍ଖନନ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇ ମଇ ୫ ଯାଏ ଚାଲିଥିଲା । ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟଭାଗରେ ପ୍ରାୟ ୫ କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ପ୍ରାଚୀର ଦ୍ୱାରା…
ଭୁବନେଶ୍ବର, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ଏ ନେଇ ଗତକାଲି ସାଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ବିଜ୍ଞପ୍ତି ଅନୁସାରେ ନୂଆ ଶାସନ ସଚିବ ଭାବେ ଗୃହ ଓ ନଗର ଉନ୍ନୟନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଡ ଦଳାଇ ଯେଉଁଦିନ ଏହି ପଦବୀରେ ଯୋଗଦେବେ ସେହିଦିନ ବିଷ୍ଣୁପଦ କାର୍ଯ୍ୟରୁ ଆବ୍ୟାହତି ନେବେ। ବିଷ୍ଣୁପଦ ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି।
ପୁରୀ, ଆଜି ଅପରାହ୍ନ 4ଟା 30ରେ ରଥଯାତ୍ରାକୁ ନେଇ ଛତିଶା ନିଯୋଗ ବୈଠକ ବସିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୋଭିଡ କଟକଣା ପାଇଁ ଏହି ବୈଠକ ଭିଡିଓ କନଫ୍ରେସିଂ ମାଧ୍ୟମରେ କରାଯିବ। ଏହି ବୈଠକରେ ମୁଖ୍ୟତଃ ରଥଯାତ୍ରା ପରିଚାଳନା ନେଇ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବ। ଏଥିସହିତ ରଥଯାତ୍ରା ସମ୍ବନ୍ଧିୟ ଅନ୍ୟାନ୍ୟ ନିଷ୍ପତି ମଧ୍ୟ ଏହି ବୈଠକରେ ନିଆଯିବ। ଏହି ବୈଠକ ଶେଷ ହେବା ପରେ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା ପରିଚାଳନା ନେଇ ଘୋଷଣା କରାଯିବ।
ନୂଆଦିଲ୍ଲୀ, ଭାରତୀୟ ବାୟୁସେନାରେ 510 ନୂତନ ବାୟୁସେନା ଭର୍ତ୍ତି କରାଯାଇଛି। ଏହି ସୈନିକମାନେ ଅଟୋମୋବାଇଲ ଟେକ୍ନିସିଆନ, ଅଟୋମୋବାଇଲ ଫିଲ୍ଟର ଏବଂ ବାୟୁସେନା ପୋଲିସ ବିଭାଗରେ ଯୋଗ ଦେଇଛନ୍ତି। ସେମାନଙ୍କୁ ଅଭଦିଙ୍କ ମେକାନିକାଲ୍ ଟ୍ରାନ୍ସପୋର୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଏବଂ ଇଣ୍ଡିଆନ୍ ଏୟାରଫୋର୍ସ ପୋଲିସ୍ ରିସର୍ଚ୍ଚ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ତାଲିମ ଦିଆଯାଇଥିଲା। ଏୟାର କମାଣ୍ଡର ଏସ ଶିବକୁମାର ଏକ ପ୍ୟାରେଡରେ ସାଲ୍ୟୁଟ ଗ୍ରହଣ କରିଥିଲେ। ତାଲିମ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିମାନସେନାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଭୁବନେଶ୍ବର, ଆଜି ରାଜ୍ୟରେ ୨ ହଜାର ୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧ ହଜାର ୬୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୨୪୦ ଟି ଲୋକାଲ କେସ୍ ରହିଛି। ତେବେ ଜିଲ୍ଲା ସ୍ତରୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସେହିପରି ଖୋର୍ଦ୍ଧା କଟକ ଜିଲ୍ଲାରେ ସର୍ବାଧିକ ରହିଛି। ହେଲେ ପୂର୍ବ ଅପେକ୍ଷା ସ୍ଥିତିରେ ଧିରେଧିରେ ସୁଧାର ଆସିବାରେ ଲାଗିଛି। ନୂଆ ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରେ ୪୨୨ ଜଣ ଚିହ୍ନଟ ହୋଇଛନ୍ତି। ୧- ଅନୁଗୁଳ – ୮୬ ୨- ବାଲେଶ୍ୱର – ୨୩୭ ୩- ବରଗଡ଼ – ୨୨ ୪- ଭଦ୍ରକ – ୧୬୩ ୫- ବଲାଙ୍ଗୀର – ୭ ୬- ବୌଦ୍ଦ…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୬୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୪୦ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ କୁ ବୃଦ୍ଧି ହୋଇଛି। ସେହିପରି ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୪ ହଜାର ୨୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୫୫୭ ଜଣ।
ଭୁବନେଶ୍ୱର, ଗତ ୨୦୧୪ ରେ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରଠାରୁ ଗତ ସାତ ବର୍ଷର ଶାସନ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ବସିଲା । ଦୁଇଗୁଣ ହେଲା । ଫଳରେ ଦରବୃଦ୍ଧି ୮୦% ଘଟିଛି । ମୁଦ୍ରାସ୍ଥିତି ଅସ୍ଥିର। ଯାହାଫଳରେ ସବୁବର୍ଗର ଲୋକ ଆଜିର ମହାମାରୀ ସମୟରେ ଖୁବ କଷ୍ଟ ପାଉଛନ୍ତି। ସେହି ସମୟରେ ଜାଳେଣୀ ଗ୍ୟାସ ସିଲିଣ୍ଡର ପିଛା ଗତ ସାତ ବର୍ଷରେ ୧୦୦% ଅଧିକ ବୃଦ୍ଧି ପାଇଛି । ୧୪ କେଜିଆ ସିଲିଣ୍ଡର ପିଛା ୮୬୧ ଟଙ୍କା ହେଲାଣି । ଚୁଲି ମୁଣ୍ଡରେ ଗୃହିଣୀ ମହିଳାମାନେ ଆଖୁରୁ ଲୁହ ଝରାଇଛନ୍ତି । ଏକଥା କଣ କେନ୍ଦ୍ର ସରକାରରେ ଥିବା ଭାଜାପାର କାହାରି ଆଖିରେ ପଡୁନାହିଁ ? ହୁଏତ ବଡ଼ ଲୋକ, ମନ୍ତ୍ରୀ ଓ ନେତାମାନଙ୍କୁ ବାଧୁ ନଥୁବ ବା ତାଙ୍କ ଆଖିରେ ପଡ଼ୁନଥିବ । ଏବେ ପ୍ରଶ୍ନ ହେଉଛି…
ମେଷ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ଏକ ବ୍ୟକ୍ତିଙ୍କ ସହିତ ବ୍ୟକ୍ତିଗତ ଜିନିଷ ବାଣ୍ଟିପାରିବେ । ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ । କ୍ୟାରିୟର ପ୍ରସଙ୍ଗରେ ଏକ ଭଲ ପରିସ୍ଥିତି ସୃଷ୍ଟି ହୋଇପାରେ । ବୃଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରିବେ । ଦିନକୁ ଧ୍ୟାନରେ ବିତାନ୍ତୁ । ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ । ଅପବ୍ୟବହାରରୁ ଦୂରେଇ ରୁହନ୍ତୁ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି, ତେଣୁ ସମ୍ଭବ ହେଲେ ଯାତ୍ରା ସ୍ଥଗିତ ରଖ । ଯୋଗ-ଧ୍ୟାନ କରି ମାନସିକ ସ୍ତରରେ ଶାନ୍ତ ରୁହନ୍ତୁ । ମିଥୁନ:…
ପୁରୀ, ଶନିବାର 3 ତାରିଖରେ ଅପରାହ୍ନ 4ଟା 30ରେ ରଥଯାତ୍ରାକୁ ନେଇ ଛତିଶା ନିଯୋଗ ବୈଠକ ବସିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୋଭିଡ କଟକଣା ପାଇଁ ଏହି ବୈଠକ ଭିଡିଓ କନଫ୍ରେସିଂ ମାଧ୍ୟମରେ କରାଯିବ। ଏହି ବୈଠକରେ ମୁଖ୍ୟତଃ ରଥଯାତ୍ରା ପରିଚାଳନା ନେଇ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବ। ଏଥିସହିତ ରଥଯାତ୍ରା ସମ୍ବନ୍ଧିୟ ଅନ୍ୟାନ୍ୟ ନିଷ୍ପତି ମଧ୍ୟ ଏହି ବୈଠକରେ ନିଆଯିବ। ଏହି ବୈଠକ ଶେଷ ହେବା ପରେ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା ପରିଚାଳନା ନେଇ ଘୋଷଣା କରାଯିବ।
ମେଷ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ଏକ ବ୍ୟକ୍ତିଙ୍କ ସହିତ ବ୍ୟକ୍ତିଗତ ଜିନିଷ ବାଣ୍ଟିପାରିବେ । ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ । କ୍ୟାରିୟର ପ୍ରସଙ୍ଗରେ ଏକ ଭଲ ପରିସ୍ଥିତି ସୃଷ୍ଟି ହୋଇପାରେ । ବୃଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରିବେ । ଦିନକୁ ଧ୍ୟାନରେ ବିତାନ୍ତୁ । ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ । ଅପବ୍ୟବହାରରୁ ଦୂରେଇ ରୁହନ୍ତୁ ।
ସିଂହ: – ଆଜି ସାବଧାନ ରୁହ । ବକ୍ତବ୍ୟ ଉପରେ ସଂଯମତା କର ଏବଂ ଯୁକ୍ତିଠାରୁ ଦୂରରେ ରୁହ । ମା ସହିତ ବିବାଦ ହୋଇପାରେ । ଆଦର୍ଶଗତ ଭାବରେ, ନକାରାତ୍ମକତା ଆପଣଙ୍କ ମନକୁ ଆସିପାରେ । ଯତ୍ନର ସହିତ ସମ୍ପତ୍ତି ଦସ୍ତାବିଜ୍ ସାଇନ୍ କରନ୍ତୁ । ବିଛା : – ଆଜି, ଯଦି ଆପଣ କୌଣସି ଟଙ୍କା ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରୁଛନ୍ତି କିମ୍ବା କୌଣସି ଯୋଜନାରେ ଜଡିତ ଅଛନ୍ତି, ତେବେ ଯତ୍ନର ସହ ଗତି କରନ୍ତୁ । ଅଧିକାରୀ ଶ୍ରେଣୀର ସମର୍ଥନ ରହିବ ।
କର୍କଟ: – ଆଜି ଆପଣଙ୍କ ମନ ଦୁଃଖ ଏବଂ ଚିନ୍ତା ଦ୍ୱାରା ଘେରି ରହିବ । ଭାରି କାର୍ଯ୍ୟ ଭାର ହେତୁ ଆପଣ ପାଗ ପରିବର୍ତ୍ତନ ସମ୍ବନ୍ଧୀୟ ରୋଗର ଶିକାର ହୋଇପାରନ୍ତି । ଆପଣଙ୍କୁ କମ୍ ସମୟ ମଧ୍ୟରେ ଅଧିକ କାର୍ଯ୍ୟ ସମାପ୍ତ କରିବାକୁ ପଡିପାରେ । ମକର : – ଆଜି ଧାର୍ମିକ କାର୍ଯ୍ୟ ଏବଂ ପୂଜାର ଯୋଗ ଗଠନ ହେଉଛି । ବିନିଯୋଗ ଲାଭ ଦେବ । ତୁମେ ଚାକିରି ପାଇବ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ପତି-ପତ୍ନୀଙ୍କ ଆଚରଣରେ ସୁସଙ୍ଗତତା ରହିବ । ତୁମର ଘର ଜୀବନ ସୁଖୀ ହେବ ।
କନ୍ୟା: – ଆଜି ତୁମେ ମାନସିକ ସୁଖ ପାଇବ ଏବଂ ତୁମର ମନ ଶାନ୍ତ ରହିବ । ଆପଣ ମଧ୍ୟ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟ ଏବଂ ପ୍ରିୟଜନଙ୍କ ସହ ସମ୍ପର୍କରେ ମଧୁରତା ରହିବ । କୁମ୍ଭ: – ଆଜି ଏକ ଲାଭଦାୟକ ଦିନ । ଉତ୍ତରଦାୟିତ୍ୱ ଏବଂ ପ୍ରତିଯୋଗିତାରେ ଶୀଘ୍ର କ୍ଷତି ଘଟାଇପାରେ । ସାଙ୍ଗ ଏବଂ ଭାଇମାନଙ୍କଠାରୁ ସାମାନ୍ୟ ସମର୍ଥନ ମିଳିବ । ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବ ଏବଂ ସମ୍ମାନ ବୃଦ୍ଧି ପାଇବ ।
ଧନୁ : – ପାରିବାରିକ ପରିବେଶ ହେତୁ ଆଜି ଆପଣ ଅସୁବିଧାର ସମ୍ମୁଖୀନ ହେବେ । ରୋଜଗାର ସମ୍ଭବ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ବ୍ୟବସାୟ ଲାଭଦାୟକ ହେବ । ଯାତ୍ରା ସୁଖଦ ହେବ । ନୂତନ ସୁଯୋଗ ଉପଲବ୍ଧ ହୋଇପାରେ । ମୀନ: – ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ । ଆପଣ କିଛି ଦାନ କାମ କରିବେ । ବ୍ୟବସାୟରେ ସଠିକ୍ ଯୋଜନା ଦ୍ୱାରା ବୃଦ୍ଧି ପାଇବ । ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ । ମୂଲ୍ୟବାନ ଜିନିଷ ନଷ୍ଟ ହୋଇପାରେ ।
ମିଥୁନ: – ଆଜି, ଆପଣ ମନୋରଞ୍ଜନ ଏବଂ ଉପଭୋଗରେ ବ୍ୟସ୍ତ ରହିବେ । ଅବିବାହିତାମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ପାଇବାର ସମ୍ଭାବନା ଅଛି । ଟଙ୍କା ପାଇବା ପାଇଁ ଦିନଟି ଶୁଭ ଅଟେ । ତୂଳା: – ଏହି ଦିନ ଯତ୍ନ ସହକାରେ କୌଣସି କାମ କରନ୍ତୁ, ନଚେତ୍ କ୍ଷତି ହୋଇପାରେ। ଆଜି ଆପଣ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆଜି ତୁମର ମନକୁ ଶାନ୍ତ ରଖ, ଅପରାହ୍ନରେ କିଛି ସକାରାତ୍ମକ ଘଟଣା ଘଟିବ ।
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳ ଡଇଁଚା ଗ୍ରାମରେ ରେଢାଖୋଲ ବନବିଭାଗ ତରଫରୁ ଭୂବନେଶ୍ୱରୀ ବନ ସୁରକ୍ଷା ସମିତି , ଡଇଁଚାର ସହଯୋଗରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ରେଢାଖୋଲ ରେଞ ଅଧିକାରୀ ମୈତ୍ରୀମଂଜିତ ବିଶ୍ୱାଳ, ଫରେଷ୍ଟର ସୁରେନ୍ଦ୍ର କୁମାର ସାହୁ, ଫରେଷ୍ଟଗାର୍ଡ ପୁଷ୍ପାଞଳୀ ବେହେରା, ଫରେଷ୍ଟଗାର୍ଡ ସବିତା ମିଶ୍ର ପ୍ରମୁଖ ଯୋଗ ଦେଇ ଥିବା ବେଳେ ନାକଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବ୍ଲକ୍ ବିଜେଡି ସଭାପତି ମୂଳିଆ ରାଉଳ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ। ବନ ସୁରକ୍ଷା ସମିତି ତରଫରୁ ଡଇଁଚା ଗ୍ରାମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ ସୁରକ୍ଷା ସମିତିର ସଭାପତି ସନ୍ତୋଷ କୁମାର ପ୍ରଦାନ, ସଭ୍ୟ କନ୍ଦର୍ପ ବେହେରା, ନିମେଇଁ ଚରଣ ପ୍ରଧା, ସନ୍ତୋଷ କୁମାର ରାଉଳ, ସୁମନ୍ତ ଦେହୁରୀ, ଦେବରାଜ ଧଳ, ବସନ୍ତ ପ୍ରଧାନ,…
ନୂଆଦିଲ୍ଲୀ: ଗର୍ଭବତୀଙ୍କୁ କରୋନା ଟିକା ଦେବାକୁ ନେଇ ଏବେ ଆଶଙ୍କା ସମାପ୍ତ ହୋଇଛି। ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ବହୁ ଦିନ ଧରି ଏହା ଉପରେ ଆଲୋଚନା ଓ ତର୍ଜମା ଜାରି ରହିଥିଲା। ତେବେ ଶେଷରେ କେନ୍ଦ୍ର ସରକାର ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ଅନୁମତି ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟିକାକରଣରେ ସାମିଲ ହେବା ପାଇଁ ଗର୍ଭବତୀ ମହିଳାମାନେ କୋ-ୱିନ ଆପରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ।

