Author: Samikhsya Bureau

ଭୁବନେଶ୍ୱର, କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉ ନାହିଁ। ଏପରି ସମୟରେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି କରିଛନ୍ତି। ଫଳରେ ଦେଶରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ଏହାର ପ୍ରତିବାଦରେ କଂଗ୍ରେସ ଆସନ୍ତା  ଜୁଲାଇ ୭ ତାରିଖ ବୁଧବାର ୧୦ଟାରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି,ଖଞ୍ଜଣି ବଜେଇ, ପ୍ଲାକାର୍ଡ଼, ବ୍ୟାନର ଓ ପତାକା ସହ ଦିବା ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ ବିକ୍ଷୋଭ କରିବ। ଏଆଇସିସି ନିର୍ଦେଶ ମୁତାବକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ମାସ ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର‌୍ୟ୍ୟନ୍ତ ରାଜ୍ୟ ବ୍ୟାପି ବିଭିନ୍ନ କାର‌୍ୟ୍ୟକ୍ରମ ଜରିଆରେ ଆନ୍ଦୋଳନ…

Read More

ଭୁବନେଶ୍ବର, କୋଭିଡ-୧୯ର ଦ୍ଵିତୀୟ ଲହର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଜୁନ୍ ୨୦୨୧ ମସିହାରେ ମାଲ ପରିବହନରେ ଭାରତୀୟ ରେଳବାଇ ରେ ଶୀର୍ଷ ସ୍ଥାନ ହାସଲ କରିଛି। ଜୁନ୍ -୨୦୨୧ ରେ ଏହି ମଣ୍ଡଳ ୧୨.୭୪ ମିଲିୟନ୍ ଟନ୍ ମାଲ ପରିବହନ କରିଛି, ଯାହା ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସମୁଦାୟ ମାଲ ପରିବହନ ଲୋଡିଂ ଅର୍ଥାତ୍ ୧୧୨.୬୬ ମିଲିୟନ୍ ଟନ୍ ର ୧୧% ଏବଂ ପୂର୍ବ ତଟ ରେଳ ଜୋନ୍ ଦ୍ୱାରା ପରିଚାଳିତ ମୋଟ ୧୯.୧୧ ମିଲିୟନ୍ ଟନ୍ ଲୋଡିଙ୍ଗର ୬୭% । ଖୋର୍ଦ୍ଧା ରୋଡ଼ ମଣ୍ଡଳ ଗତ ବର୍ଷ ତୁଳନାରେ ଅର୍ଥାତ୍ ଜୁନ୍ ୨୦୨୦ ରେ ୨.୫୨ ମିଲିୟନ୍ ଟନ୍ ଲୋଡିଂକୁ ଅତିକ୍ରମ କରିଛି। ଜୁନ୍ ୨୦୨୧ ରେ, ତାଳଚେର, ପାରାଦୀପ, ଧାମରା, ନୟାଗଡ଼, ମେରାମଣ୍ଡଳି, ସୁକିନ୍ଦା, ବୁଢାପଙ୍କ ଇତ୍ୟାଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ମଣ୍ଡଳ ଦ୍ଵାରା ଦୈନିକ ହାରାହାରି ୧୧୫…

Read More

ଭୁବନେଶ୍ୱର, ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି କୋର୍ଟଗୁଡ଼ିକୁ ପକ୍‌ସୋ ଆଇନ୍‌ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ମାମଲାଗୁଡ଼ିକର ବିଚାର କରିବେ । ଏହି ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ କଟକ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରପଡ଼ା, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁରରେ କାର୍ଯ୍ୟ କରିବ ଏବଂ ଜଗତସିଂହପୁର ସିଭିଲ୍‌ ଜଜ୍‌ଙ୍କ ଅଧୀନରେ ଏରସମାଠାରେ ଜୁନିଅର ଡିଭିଜନ୍‌ ତଥା ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲା ଯାଇଥିବା ବେଳେ ଗଞ୍ଜାମ ସିଭିଲ୍‌ ଜଜ୍‌ଙ୍କ ଅଧୀନରେ ପୋଲସରାଠାରେ ଜୁନିଅର ଡିଭିଜନ୍‌ ତଥା ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲାଯିବ । ଏହି ଉଚ୍ଚସ୍ତରୀୟ ବୈଠକରେ ଉଚ୍ଚନ୍ୟାୟାଳୟର ଜଜ୍‌ କୁମାରୀ ସଂଜୁ ପଣ୍ଡା, ଶ୍ରୀ ଏସ୍‌.କେ. ମିଶ୍ର, ଶ୍ରୀ ସି.ଆର୍‌. ଦାସ, ଶ୍ରୀ ବିଶ୍ୱଜିତ ମହାନ୍ତି,…

Read More

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ। ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍ଜା ଦେବାରୁ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ନିକଟସ୍ଥ ବଡପଦର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, କବି ବରାଡ ନାମକ ଜଣେ ବ୍ୟକ୍ତି ନିଜ ବାଇକ୍ ରେ ଵଡ ପଦରରୁ ବାହାରି ନାଚୁଣୀ ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇବାରୁ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଆମ୍ବୁଲାନସ ସହାୟତାରେ କବିଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଜଟିଳ ଥିବାରୁ ମେଡିକାଲରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ଲେଖା ହେବା ଯାଏଁ ଟାଙ୍ଗୀ ହସ୍ପିଟାଲରେ ମୃତ ଦେହ ପଡିରହିଥିବା ବେଳେ ନାଚୁଣୀ ଫାଣ୍ଡିକୁ ଶବ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ପୋଲିସ୍ ଖବର ଦେଇଛି।

Read More

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି। କୃଷକଙ୍କ ପାଇଁ ବିଜେପିର ଏହା କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ବିଜେପି ନେତାଙ୍କୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ବର୍ତ୍ତମାନ ସୁଦ୍ଧା ଧାନକିଣା ସବସିଡ୍‍ ଆକାରରେ ବାକିଥିବା ୬୬୨୦ କୋଟି ଟଙ୍କା ଓଡିଶାକୁ ଦେଉନଥିବା ପ୍ରସଙ୍ଗକୁ ଶ୍ରୀ ହରିଚନ୍ଦନ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଓଡିଶାରୁ ୧୦ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ନଉଠାଇବା ଘଟଣାକୁ ମଧ୍ୟ ସେ ଲୁଚାଇବାକୁ ଅପଚେଷ୍ଟା କରୁଥିବା…

Read More

ରମେଶ ମହାନ୍ତି ଜଗତସିଂହପୁର: ଯୋଉ ସମାଜରେ ଅସାମାଜିକ ବ୍ୟକ୍ତି ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହିଁ ସେଠି ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ଏକ ଜଘନ୍ୟ ଘଟଣା ଆଜି ଦେଖିବାକୁ ମିଳିଛି ରାହାମା ଅଞ୍ଚଳରେ। ସନ୍ଧାନୀ କୁକୁର ନେଇ ଚୋର ଧରିବାକୁ ଯାଇଥିବା ତିର୍ତ୍ତୋଲ ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିଛି ବହୁ କେସ୍ ରେ ସଂପୃକ୍ତ ରହି ଚୋରା ମାଦକଦ୍ରବ୍ୟ ବେପାର କରୁଥିବା ଏକ ଅସାମାଜିକ ବ୍ୟକ୍ତି। ଉକ୍ତ ଅଭିଯୁକ୍ତ ବ୍ୟକ୍ତି ନାଁରେ ତିର୍ତ୍ତୋଲ ଥାନାରେ ପୂର୍ବରୁ ଅନେକ ଗୁଡିଏ ମାମଲା ଦୋକାନ ଘରପୋଡି, ପିକ ଆଇରନ ଚୋରି ସହ ଏମିତିକି ହତ୍ୟା ଉଦ୍ୟମ ମାମଲା ମଧ୍ୟ ରହିଥିବା ଜଣାପଡିଛି। ପୂର୍ବରୁ ଏତେ ଗୁଡ଼ିଏ ଗୁରୁତର ଅଭିଯୋଗ ଥିଲେ ମଧ୍ୟ ଏଭଳି ଜଣେ ଦୁର୍ଦାନ୍ତ ଅପରାଧି ଆଜି ପର୍ଯ୍ୟନ୍ତ ବାହାରେ ବୁଲୁଛି କିପରି…

Read More

ଭୁବନେଶ୍ବର: ଜୁଲାଇ ୩୦ ତାରିଖରୁ ଦଶମ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହି ଅଫଲାଇନ ପରୀକ୍ଷା ଦେବେ। ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ପରୀକ୍ଷା ଚାଲିବ। ତେବେ ଜୁଲାଇ ୫ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ପଡିବ। ଅନଲାଇନରେ ଫର୍ମ ପୂରଣ କରିବାକୁ କୁହାଯାଇଛି। ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୫୧୭, ଖୋର୍ଦ୍ଧାରୁ ୩୯୭, ବାଲେଶ୍ବରରୁ ୨୮୯, ଯାଜପୁରରୁ ୨୫୯, ଭଦ୍ରକରୁ ୧୮୫, ମୟୂରଭଞ୍ଜରୁ ୧୭୩, ଜଗତସିଂହପୁରରୁ ୧୩୭, ନୟାଗଡରୁ ୧୧୫, କେନ୍ଦ୍ରାପଡାରୁ ୧୦୬, କୋରାପୁଟରୁ ୧୦୬, ରାୟଗଡାରୁ ୧୦୨, ଢେଙ୍କାନାଳରୁ ୮୪, ମାଲକାନାଗିରିରୁ ୭୪, ଅନୁଗୁଳରୁ ୭୧, କେନ୍ଦୁଝରରୁ ୬୯, ସୁନ୍ଦରଗଡରୁ ୫୮, ନବରଙ୍ଗପୁରରୁ ୫୭, ବୌଦ୍ଧରୁ ୪୭, ବରଗଡରୁ ୩୮, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୩, ବଲାଙ୍ଗୀରିରୁ ୨୮, କନ୍ଧମାଳରୁ ୨୮, ସୋନପୁରରୁ ୨୮, ଗଞ୍ଜାମରୁ ୧୯, ଝାରସୁଗୁଡାରୁ ୧୬, ଗଜପତିରୁ ୧୩, ନୂଆପଡାରୁ ୧୦, ଦେବଗଡରୁ ୪ ଏବଂ ଷ୍ଟେଟ ପୁଲରୁ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୮୦ ହଜାର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୫୬୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୮ ହଜାର ୭୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୨୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୫୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଅଧିନସ୍ଥ ସୁନାଖଳା ଚି଼ହ୍ନଟ ସରଂକ୍ଷିତ ଜଙ୍ଗଲ ପରିସରରେ ୭୨ ତମ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିକାଶ ଗୋଏଲ, ଚିଲିକା ତହସିଲଦାର ପୁନମ ମହାପାତ୍ର ଏବଂ ଚିଲିକା ବନ୍ୟପ୍ରାଣୀ ବିଭାଗର ଭାରପ୍ରାପ୍ତ ଡ଼ିଏଫଓ ଶରତ କୁମାର ମିଶ୍ର ଯୋଗଦେଇଥିଲେ। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷାକରି ସମସ୍ତ ଅତିଥିମାନେ ଜଙ୍ଗଲ ପରିସରରେ ବୃକ୍ଷରୋପଣ କରିଥିଲେ। ସେହିପରି ଭାବେ ଗଙ୍ଗାଧରପୁର ଅଗ୍ନିଶମ କେନ୍ଦ୍ର ପରିସରରେ ମଧ୍ୟ ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଉକ୍ତ ସ୍ଥଳରେ ଅଗ୍ନିଶମ ଅଧିକାରୀ ମନୋଜ ସାହୁ ବୃକ୍ଷରୋପଣ କରିଥିଲେ। ତେବେ ସମ୍ପୃକ୍ତ ଦୁଇ ସ୍ଥାନରେ ପାଳିତ ହୋଇଯାଇଥିବା ବନ ମହୋତ୍ସବ କାର୍ଯ୍ୟକ୍ରମକୁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରିଣୀ ଚୁଡାରାଣୀ ମୁର୍ମୁ ପରିଚାଳନା କରିଥିବାବେଳେ…

Read More

ଭୁବନେଶ୍ୱର: ଦେଶରେ ପରିବର୍ଦ୍ଧିତ ୫ଜି ବ୍ୟବହାର ପାଇଁ ଜିଓ ପ୍ଲାଟଫର୍ମ୍ସ ପ୍ରୟାସ ଆରମ୍ଭ କରିଛି। ସେଥିପାଇଁ କମ୍ପାନୀ ତ୍ୱରିତ ୫ଜି ବ୍ୟବହାରିକ ପରୀକ୍ଷଣ ପାଇଁ ଏନଏକ୍ସପି ସେମିକଣ୍ଡକ୍ଟରସ୍ ଏବଂ ସ୍ପାଇରେଂଟ୍‌ କମ୍ୟୁନିକେସନ୍ ସହିତ ସହଭାଗିତା କରଛି। ଏନଏକ୍ସପିର ‘ଲେୟରସ୍କେପ’ ଶ୍ରେଣୀର ମଲ୍‌ଟିକୋର ପ୍ରସେସରଗୁଡିକ ସହିତ ୫ଜି ଏନଆର (ନିୟୁ ରେଡିଓ) ଓ-ଆର୍‌ଏଏନ୍ କ୍ଷୁଦ୍ର ସେଲ୍ ସମାଧାନ କାର୍ଯ୍ୟକାରୀ କରିବାକୁ ଏହି ସହଭାଗିତା ହୋଇଛି। ବିଭିନ୍ନ ଯୋଗାଣକାରୀଙ୍କ ନିକଟରୁ ଉତ୍ପାଦସମୂହ ଓ ସଫ୍ଟଓୟାର ସମେତ ଆନ୍ତଃପରିଚାଳନା ଏବଂ ରେଡିଓ ଆକ୍ସେସ ନେଟୱର୍କ ଉପାଦାନଗୁଡିକର ମାନକ ନିର୍ଦ୍ଧାରଣକୁ ଶିଳ୍ପ ଭାଷାରେ ଓପନ୍ ଆରଏଏନ୍ ଅଥବା ଓପନ୍ ରେଡିଓ ଆକ୍ସେସ ନେଟୱର୍କ ବିନ୍ୟାସ ବୋଲି କୁହାଯାଉଛି। ଏନଏକ୍ସପି ପକ୍ଷରୁ କୁହାଯାଇଛି, ଏହି ମିଳିତ ସମାଧାନ ବ୍ୟବସ୍ଥା ନୂତନ ଆରଏଏନ୍ ନେଟୱର୍କ କୁ ସମର୍ଥ କରିବ, ଯାହା ଉଚ୍ଚ ପ୍ରଦର୍ଶନ ପ୍ରଦାନ କରିବ ଏବଂ ବ୍ରଡବ୍ୟାଣ୍ଡ୍ ଓ ଶିଳ୍ପ ୪.୦ ତଥା ଆଇଓଟି (ଇଂଟରନେଟ ଅଫ ଥିଙ୍ଗ୍‌ସ)ର…

Read More

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧିପାଉଛି। ଏହାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇ ଖୋର୍ଦ୍ଧା ଉପଖଣ୍ଡ ଅଞ୍ଚଳର ସମସ୍ତ ଥାନାଧିକାରୀଙ୍କୁ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଥାନାଧୀକାରିଣୀ ଗୀତାଞ୍ଜଳି ନାୟକ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ପାଟ୍ରୋଲିଂ କରୁଥିବା ବେଳେ ନିରାକାରପୁର ବଜାର ନିକଟରେ ୪ ଟି ବେଆଇନ ମାଙ୍କଡା ବୋଝେଇ ଟ୍ରକ ଯାଉଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଗାଡ଼ିଗୁଡିକର ପିଛା କରିବା ସହ ସମସ୍ତ ଗାଡିକୁ ଆଇଆଇସି କାବୁ କରିନେଇଥିଲେ। ଉକ୍ତ ଘଟଣାରେ ତିନି ଜଣ ଗାଡ଼ି ଚାଳକ ଧରା ପଡ଼ିଥିବାବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଖସିପଳେଇବାରେ ସକ୍ଷମ ହୋଇଥିଲା। ତେବେ ଚାରି ଗୋଟି ଗାଡ଼ିକୁ ଜବତ…

Read More

ଖୋର୍ଦ୍ଧା: ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଟୋକାନ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି। ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ନେତୃତ୍ଵରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀ ଓ ଅକାମୀ ହୋଇଥିବା ଟୋକାନରେ ଧାନ ଉଠାଇବା ପାଇଁ ବିଜେପି ଦାବି କରିଛି। ଏହି ପ୍ରରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ନୟାଗଡ-ବୋଲଗଡ ରାସ୍ତାକୁ ଅବରୋଧ କରାଯାଇ ପ୍ରତିବାଦ କରାଯାଇଛି। ଏହାର ସମାଧନା ଯଥାଶୀଘ୍ର କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ତେବେ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି…

Read More

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ। ମୁଖ କର୍କଟ ରୋଗର କାରଣ ଓ ନିଦାନ ସମ୍ପର୍କରେ ବାସ୍ତବ ରୋଗୀ ସେବାର ଚିତ୍ର ଜରିଆରେ ସେ ବୁଝାଇବା ସହିତ କର୍କଟ ରୋଗର କେଉଁ ଲକ୍ଷଣ ପ୍ରତି ଯତ୍ନବାନ ହେଲେ ଆଗରୁ ଚିହ୍ନଟ କରିହେବ ସେ ବିଷୟରେ କହିଥିଲେ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ସୁସ୍ଥତା ହାର ବଢ଼ାଇ ଥାଏ ବୋଲି ସେ କହିଥିଲେ। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କର୍କଟ ରୋଗରୁ ପ୍ରତିବର୍ଷ କେମିତି ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ସେ ବିଷୟରେ କହିଥିଲେ। ସ୍ତନ କର୍କଟକୁ ପ୍ରଥମରୁ ଚିହ୍ନଟ କରିବାର ଉପାୟ ମଧ୍ୟ ବତାଇଥିଲେ। ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ ଡ.…

Read More

ଭୁବନେଶ୍ବର: ଟିକାର ଅଭାବ ଯୋଗୁଁ ଟିକାକରଣରେ ବାଧାପ୍ରାପ୍ତ ହୋଇଛି। ଆଜି ୧୬ ଟି ଜିଲ୍ଲାରେ ଟିକାକରଣ ବାଧାପ୍ରାପ୍ତ ହୋଇଛି। ତେଣୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ। ପ୍ରତ୍ୟେକ ଦିନ ୩ ଲକ୍ଷ ଟିକା ପାଇଁ ଟାର୍ଗେଟ ରଖାଯାଇଥିବା ବେଳେ ଗତକାଲି ମାତ୍ର ୪୯ ହଜାର ଟିକା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୋଭାକ୍ସିନ ଟିକା ୩ ଲକ୍ଷ ଉପରେ ଥିବା ବେଳେ କୋଭିସିଲ୍ଡ ଟିକା ମାତ୍ର ୧୯ ହଜାର ମହଜୁଦ ରହିଛି। ତେଣୁ ଟିକାର ଅଭାବ ଦେଖାଯାଇଛି। ଯାହାଫଳରେ ଆଜି ୧୬ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ତେବେ ଆଜି ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ଡୋଜ ଆସିବାକୁ ଥିବା ବେଳେ ତାହା ପର୍ଯ୍ୟାପ୍ତ ହେବ ନାହିଁ। ପର୍ଯ୍ୟାପ୍ତ ଟିକା ମିଳିଲେ ୩ ୟ ଲହରୀ ପୂର୍ବରୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୮ ହଜାର ୭୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪ ଲକ୍ଷ ୧୧ ହଜାର ୬୩୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୪ ଲକ୍ଷ ୮୮ ହଜାର ୯୧୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୨୩ ହଜାର ୨୫୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ଅଞ୍ଚଳର ରଞ୍ଜନ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦୀର୍ଘ ତିନି ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ପରିଶେଷରେ ଗିରଫ କରିଛି ଚାନ୍ଦପୁର ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଅଞ୍ଚଳର ବିନୋଦ ପ୍ରଧାନ। ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୨୭ ତାରିଖରେ ରଞ୍ଜନଙ୍କୁ ବିନୋଦ ଏବଂ ତାଙ୍କର ଚାରି ଜଣ ସହଯୋଗୀ ମିଶିକରି ଲୁହା ରଡ଼ ଏବଂ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଏ ବାବଦରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଏପର୍ଯ୍ୟନ୍ତ ଫେରାର ଅଛନ୍ତି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମର ମା’ ଡୋମଣି ମନ୍ଦିର ସମ୍ମୁଖ ପାଣି ପମ୍ପ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କୁ ଭୁଜାଲି ଦେଖାଇ ଏବଂ ମାଡ ମାରି ୬ ଜଣ ଦୁର୍ବୃତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ସହ ତାଙ୍କ ବାଇକକୁ ଦୁର୍ବୃତ୍ତମାନେ ଛଡାଇ ନେଇ ବାଣପୁର ଅଭିମୁଖେ ଦ୍ରୁତ ଗତିରେ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ବୋରିଆ ସାହି ଗ୍ରା ର ନୀଳମଣି ବେହେରା ମଙ୍ଗଳବାର ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମ ସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବା ବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ୍ ମା’ ଡୋମଣି ମନ୍ଦିର ସମ୍ମୁଖ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୬୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, କଟକ ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ନବରଙ୍ଗପୁର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୧୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୭ ହଜାର ୫୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୪୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୮୪ ଜଣ, କଟକ ଜିଲ୍ଲାରୁ ୪୬୨ ଜଣ, ଅନୁଗୁଳ ଜିଲ୍ଲାରୁ…

Read More