ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ବିଧାନ ପରିଷଦ: ସମର୍ଥନରେ ପଡିଲା ୧୯୬ ଭୋଟ

Published: Jul 6, 2021, 6:13 pm IST

କଲିକତା: ପଶ୍ଚିମବଙ୍ଗରେ ବିଧାନ ପରିଷଦର ଗଠନ ପାଇଁ ମଞ୍ଜୁରୀ ମିଳିଛି। ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସମ୍ବିଧାନ ଧାରା ୧୬୯ ଜରିଆରେ ରାଜ୍ୟରେ ବିଧାନ ପରିଷଦର ଗଠନକୁ ନେଇ ପ୍ରସ୍ତାବ ପାରିତ ହୋଇଛି।

ବର୍ତ୍ତମାନ ଏହାକୁ ଲାଗୁ କରିବା ପାଇଁ ହେଲେ ସଂସଦର ଉଭୟ ଗୃହରେ ପାରିତ କରିବାକୁ ପଡିବ। ପଶ୍ଚିମବଙ୍ଗ ବିଧାନସଭାରେ ଏହି ପ୍ରସ୍ତାବକୁ ପାରିତ କରିବା ପାଇଁ ଭୋଟିଂ କରାଯାଇଥିଲା। ଭୋଟିଂରେ ୨୬୫ ଜଣ ବିଧାନସଭା ସଦସ୍ୟ ଭାଗ ନେଇଥିଲେ। ଯେଉଁଥିରେ ୧୯୬ ଜଣ ଏହି ପ୍ରସ୍ତାବ ସମର୍ଥନରେ ଭୋଟ କରିଥିବା ବେଳେ ୬୯ ଜଣ ବିରୋଧରେ ଭୋଟ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବା ଲାଗି ପ୍ରତିଶୃତି ଦେଇଥିଲେ।

Related posts