Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ବିଧାନସଭାରେ ମାରପିଟ, ଶୁଭେନ୍ଦୁ ଅଧୀକାରୀଙ୍କ ସମେତ ପାଞ୍ଚ ବିଜେପି ବିଧାୟକ ନିଲମ୍ବନ

କଲିକତା: ପଶ୍ଚିମବଙ୍ଗରେ ବୀରଭୂମ ହିଂସାକୁ ନେଇ ହଟ୍ଟଗୋଳ ଜାରି ରହିଛି। ଆଜି ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ବିଧାନସଭାରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ବିଜେପି ବିଧାୟକମାନଙ୍କ ମଧ୍ୟରେ ମାରପିଟ ହୋଇଛି। ଏହା ପରେ ପାଞ୍ଚ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ବଙ୍ଗଳା ବିଧାନସଭାରେ ବଜେଟ୍ ଅଧିବେଶନର ଶେଷ ଦିନ ଥିଲା।

ବିଜେପି ଅଭିଯୋଗ କରିଛି ଯେ, ଯେତେବେଳେ ଦଳ ବୀରଭୂମ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କଲା, ସେତେବେଳେ ଟିଏମସି ବିଧାୟକମାନେ ଉତ୍ତ୍ୟକ୍ତ ହୋଇ ବିଜେପି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ସମୟରେ ବିଜେପି ବିଧାୟକ ମନୋଜ ତିଗ୍ଗାଙ୍କୁ ଆକ୍ରମଣ କରିଥିଲେ। ଏହି ଉତ୍ତେଜନା ପରେ ବିଜେପି ବିଧାୟକମାନେ ବିଧାନସଭାରୁ ବାହାରି ଯାଇଥିଲେ। କୁହାଯାଉଛି ଯେ, ଟିଏମସିର ବିଧାୟକ ଅସିତ ମଜୁମଦାର ମଧ୍ୟ ଏହି ମାରପିଟରେ ଆଘାତ ପାଇଛନ୍ତି। ବିଧାନସଭାରୁ ବାହାରି ବିଜେପି ବିଧାୟକମାନେ ବିଧାନସଭା ବାହାରେ ମଧ୍ୟ ବିରୋଧ କରିଥିଲେ।

ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧୀକାରୀ କହିଛନ୍ତି ଯେ, ଗୃହ ଭିତରେ ବିଜେପି ବିଧାୟକଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ବିରୋଧ କରିବା ସମୟରେ ସୁରକ୍ଷା କର୍ମୀଙ୍କ ପୋଷାକ ମଧ୍ୟ ଚିରି ଦିଆଯାଇଥିଲା। ବିଧାନସଭାରେ କଳହର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଟ୍ୱିଟରରେ ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆ ପୋଷ୍ଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ବିଧାନ ପରିଷଦ: ସମର୍ଥନରେ ପଡିଲା ୧୯୬ ଭୋଟ

କଲିକତା: ପଶ୍ଚିମବଙ୍ଗରେ ବିଧାନ ପରିଷଦର ଗଠନ ପାଇଁ ମଞ୍ଜୁରୀ ମିଳିଛି। ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସମ୍ବିଧାନ ଧାରା ୧୬୯ ଜରିଆରେ ରାଜ୍ୟରେ ବିଧାନ ପରିଷଦର ଗଠନକୁ ନେଇ ପ୍ରସ୍ତାବ ପାରିତ ହୋଇଛି।

ବର୍ତ୍ତମାନ ଏହାକୁ ଲାଗୁ କରିବା ପାଇଁ ହେଲେ ସଂସଦର ଉଭୟ ଗୃହରେ ପାରିତ କରିବାକୁ ପଡିବ। ପଶ୍ଚିମବଙ୍ଗ ବିଧାନସଭାରେ ଏହି ପ୍ରସ୍ତାବକୁ ପାରିତ କରିବା ପାଇଁ ଭୋଟିଂ କରାଯାଇଥିଲା। ଭୋଟିଂରେ ୨୬୫ ଜଣ ବିଧାନସଭା ସଦସ୍ୟ ଭାଗ ନେଇଥିଲେ। ଯେଉଁଥିରେ ୧୯୬ ଜଣ ଏହି ପ୍ରସ୍ତାବ ସମର୍ଥନରେ ଭୋଟ କରିଥିବା ବେଳେ ୬୯ ଜଣ ବିରୋଧରେ ଭୋଟ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବା ଲାଗି ପ୍ରତିଶୃତି ଦେଇଥିଲେ।