ନୂଆଦିଲ୍ଲୀ, ଆଜିଠାରୁ ବଢିଲା ଅମୁଲ ଖିର ଦର। ପୂର୍ବରୁ କଂପାନୀ ଘୋଷଣା କରିଥିଲା ଯେ, ଜୁଲାଇ 1 ତାରିଖରୁ ସାରା ଦେଶରେ ଅମୁଲ ଖିରର ମୂଲ୍ୟ ବୃଦ୍ଧି କରାଯିବ। ସେହି ଅନୁସାରେ ଆଜିଠାରୁ ଅମୁଲରର ସମସ୍ତ ପ୍ରକାରର ଖିରରେ 2 ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ଭାରତୀୟ ଦୁଗ୍ଧ ସମବାୟ ସମିତି ଅମୁଲ କ୍ଷୀରର ଏହି ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଅମୁଲର ବିଭିନ୍ନ ବ୍ରାଣ୍ଡ ଯଥା ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ତାଜା, ଅମୁଲ ଟି, ସ୍ପେସିଆଲ, ଅମୁଲ ସ୍ଲିମ ଏବଂ ଟ୍ରିମର ମୂଲ୍ୟ ଲିଟର ପିଛା 2 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଫଳରେ ଅମୁଲ ଗୋଲ୍ଡ ମୂଲ୍ୟ ବର୍ତ୍ତମାନ ବଜାରରେ ପ୍ରାୟ 58 ଟଙ୍କା ରହିବ। ଦୀର୍ଘ ଦେଢ ବର୍ଷ ପରେ ଅମୁଲର ଏହି ମୂଲ୍ୟ ବୃଦ୍ଧି ଘଟିଛି। ଅର୍ଥନୈତିକ ସମୀକ୍ଷକଙ୍କ ହିସାବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ବର୍ତ୍ତମାନ ବିଭିନ୍ନ…
Author: Samikhsya Bureau
ଭୁବନେଶ୍ବର, କୋଭଡି ଆଇନ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ବର ମହାନଗର ତରଫରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ବିଶେଷ କରି ମଦ ଦୋକାନ ଉପରେ ଆଜି ଚଢାଉ କରିଛି ବିଏମସିର ସ୍ବତନ୍ତ୍ର ଟିମ। ମଦ ଦୋକାନୀ କୋଭିଡ ଆଇନ ଉଲ୍ଲଘଂନ କରି ମଦ ବିକ୍ରି କରୁଥିବାରୁ 4ଟି ମଦ ଦୋକାନକୁ ସିଲ କରାଯାଇଛି। ସେଗୁଡିକ ହେଲା ବରମୁଣ୍ଡା, ନାକାଗେଟ ଛକ, ଷ୍ଟୁଡିଓ ଛକ ଏବଂ ନୟାପଲ୍ଲୀ ମଦ ଦୋକାନ। ସେହିପରି ବିଏମସି ତରଫରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରିଛି। ସେମାନଙ୍କ ମଧ୍ୟରେ 10ଟି ମାଛମାଂସ ଦୋକାନ କରୋନା କଟକଣା ଉଲ୍ଲଘଂନ ନେଇ ସିଲ କରାଯାଇଛି। ସେଥିମଧ୍ୟରେ ରହିଛି ସିଟି ମହିଳା ମହାବିଦ୍ୟାଳୟ ରୋଡ ଏବଂ ରୋଣ୍ଟାଲ ପଟାଶ ଛକ। ଏହି ଦୋକାନଗୁଡିକରୁ 10 ହଜାର ଜରିମାନା ଆଦାୟ କରାଯାଇଛି। ସେହିପରି ମଦ ଦୋକାନଗୁଡିକରୁ 37 ହଜାର ଜରିମାନ ଆଦାୟ କରାଯାଇଛି।
ମେଷ- ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ। ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହ। କ୍ଷତି ସମ୍ଭବ। ଭାଇମାନଙ୍କ ସମର୍ଥନ ପାଇବେ। ବୃଷ- ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ତୁମର ପ୍ରିୟ ଖାଦ୍ୟ ଉପଭୋଗ କରିବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ। ଶାରୀରିକ ଯନ୍ତ୍ରଣା ସମ୍ଭାବନା, ସାବଧାନ ରୁହ। ବିନିଯୋଗ ଭଲ ହେବ। ତୀର୍ଥଯାତ୍ରା ଯୋଜନା କରାଯାଇପାରେ। ମିଥୁନ- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। ବଜେଟ୍ ଖରାପ ହେବ। ଦୁଃଖଦ ଖବର ଦୂରରୁ ଗ୍ରହଣ କରାଯାଇପାରେ, ଧର୍ଯ୍ୟବାନ ହୁଅ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ।…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥନୀତି, କୂଟନୀତି ଏବଂ ରାଜନୀତି ବିଶ୍ୱ ପ୍ରସିଦ୍ଧ, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ। ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନରେ କେବେ ବିଫଳ ହୋଇପାରିବ ନାହିଁ। ଆଜିର ଦିନରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପୂର୍ବ ପରି ପ୍ରଭାବଶାଳୀ ଅଟେ। ‘ଚାଣକ୍ୟ ନୀତି’ର ଏକ ପଦରେ ଚାଣକ୍ୟ କହିଛନ୍ତି ଯେ ମହିଳାମାନଙ୍କରେ ଏପରି ଚାରୋଟି ଗୁଣ ଅଛି ଯେଉଁଥିରେ ପୁରୁଷମାନଙ୍କଠାରୁ ଅନେକ ଗୁଣ ଆଗରେ ଅଛନ୍ତି। ଆସନ୍ତୁ ଜାଣିବା ସେହି 4 ଗୁଣ କେଉଁଗୁଡିକ … ଦୁଇଗୁଣ ଭୋକ ଲାଗେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ। ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ସେମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ଚାଣକ୍ୟ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି। କାରଣ ସେମାନଙ୍କ ଶରୀରର ଗଠନ ହେତୁ ମହିଳାମାନେ ଅଧିକ କ୍ୟାଲୋରୀ ଆବଶ୍ୟକ କରନ୍ତି। ସେଥିପାଇଁ ମହିଳାମାନଙ୍କୁ ପୂର୍ଣ୍ଣ…
ମକର- ପରିବାରର ଆବଶ୍ୟକତା ପାଇଁ ଖର୍ଚ୍ଚ ଅଧିକ ହେବ। ଯାନ ଏବଂ ଯନ୍ତ୍ରର ବ୍ୟବହାର ବିଶେଷ ଯତ୍ନ ଆବଶ୍ୟକ କରେ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ। କାର୍ଯ୍ୟର ଗତି ଧୀର ହେବ। ଚିନ୍ତା ଏବଂ ଟେନସନ ହେବ। କୁମ୍ଭ- ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶାରୀରିକ ଯନ୍ତ୍ରଣା ସମ୍ଭବ । ବ୍ୟବସାୟ ମନ୍ଥର ହେବ । ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ପରିବାରରେ ବିବାଦ ହୋଇପାରେ । ସୁଖର ଉପାୟରେ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତୁ ।
ସିଂହ- ପ୍ରଗତି ପାଇଁ ସୁଯୋଗ ଉପଲବ୍ଧ ହେବ । ଜମି ଏବଂ ନିର୍ମାଣ ସମ୍ବନ୍ଧୀୟ ପ୍ରତିବନ୍ଧକ ହଟିଯିବ। ଆୟ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିବେ। ଚାକିରି ପାଇବାର ସମ୍ଭାବନା ଅଛି। ତୂଳା- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଋଣ ନେବାକୁ ଏକ ପରିସ୍ଥିତି ସୃଷ୍ଟି ହୋଇପାରେ। କ୍ରନିକ୍ ରୋଗ ବାଧା ସୃଷ୍ଟି କରିପାରେ। କାର୍ଯ୍ୟ ବିଳମ୍ବ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। ପ୍ରେମ କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ।
ମେଷ- ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। କର୍କଟ- ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ। ପତି ଅଧିକ ଦୟାଳୁ ହେବେ। କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ। ଲାଭ ବୃଦ୍ଧି ପାଇବ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ମିଳିବ। ବିନିଯୋଗ ଭଲ ହେବ।
ଧନୁ- କାହାର କଥାରେ ଜଡିତ ହୁଅ ନାହିଁ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ। ହଠାତ୍ ଲାଭର ସମ୍ଭାବନା ଅଛି । ବ୍ୟବସାୟ ଯାତ୍ରା ସଫଳ ହେବ। ବ୍ୟବସାୟରେ ବୃଦ୍ଧିରେ ସନ୍ତୁଷ୍ଟ ହେବେ। ବୃଷ- ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ତୁମର ପ୍ରିୟ ଖାଦ୍ୟ ଉପଭୋଗ କରିବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି।
ବିଛା- ଏକ ରାଜନୈତିକ ପ୍ରତିବନ୍ଧକ ଆସିପାରେ। ଶୀଘ୍ର କିଛି ଭୁଲ କରନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ଦୀର୍ଘ ସମୟ ଧରି ଅଟକି ରହିଥିବା ଟଙ୍କା ମିଳିବାର ଏକ ସୁଯୋଗ ଅଛି, ଏହାକୁ ଆଣିବାକୁ ଚେଷ୍ଟା କରନ୍ତୁ। ମୀନ- ଅପରିଚିତ ବ୍ୟକ୍ତିଙ୍କ କଥାରେ ଜଡିତ ହୁଅ ନାହିଁ । ଟଙ୍କା ନଷ୍ଟ ହୋଇପାରେ। ଅଳ୍ପ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ଏକ ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।
ମିଥୁନ- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। ବଜେଟ୍ ଖରାପ ହେବ। ଦୁଃଖଦ ଖବର ଦୂରରୁ ଗ୍ରହଣ କରାଯାଇପାରେ, ଧର୍ଯ୍ୟବାନ ହୁଅ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। କନ୍ୟା- ଯାତ୍ରା ସଫଳ ହେବ। ଶାରୀରିକ ଯନ୍ତ୍ରଣା ହୋଇପାରେ। ସେଥିପାଇଁ ଅସ୍ଥିରତା ଦେଖାଯିବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଦୀର୍ଘ ସମୟ ଧରି କାମକୁ ଅଟକାଇବାର ସମ୍ଭାବନା ଅଛି।
ମୁମ୍ବାଇ/ଭୁବନେଶ୍ୱର: ଆଜିଓ (AJIO), ଯାହାକି ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ୍, ସଦ୍ୟତମ ଷ୍ଟାଇଲ୍ ଓ ହାଇ-ଅନ୍ ଫେସନ ପାଇଁ ବେଶ୍ ଲୋକପ୍ରିୟ, ଏବେ ନେଇଆସିଛି ବିଗ୍ ବୋଲ୍ଡ ସେଲ୍, ଯାହା ୧ ରୁ ୫ ଜୁଲାଇ ୨୦୨୧ ପର୍ୟ୍ୟନ୍ତ ଜାରି ରହିବ ଏବଂ ଅନ୍ଲାଇନ୍ ସପିଙ୍ଗ୍ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ। ଆଜିଓ ବିଗ୍ ବୋଲ୍ଡ ସେଲ୍ ହେଉଛି ଏପଯ୍ୟନ୍ତ ଫେସନର ସବୁଠାରୁ ବୃହତ୍ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୬,୦୦,୦୦୦ ରୁ ଅଧିକ ଷ୍ଟାଇଲ୍ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍ ରହିଥିବା ବିଶାଳ କ୍ୟଟ୍ଲଗ୍ ସହିତ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି। ଏହି ଆକର୍ଷଣୀୟ ସେଲରେ ଅନେକ ଗୁଡ଼ିଏ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି। ସ୍ୱଳ୍ପ ମୂଲ୍ୟ, ସ୍ୱତନ୍ତ୍ର ଘଣ୍ଟିକିଆ ଡିଲ୍, ଉପହାର ଓ ପଏଂଟ ଅର୍ଜନ ସହିତ ସାରା ଦେଶର ଗ୍ରାହକମାନଙ୍କ ପାଇଁ ଏହି ଆଜିଓ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୮୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୨୨୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୮ ହଜାର ୪୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୪୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଟୀକାନେବାକୁ ନେଇ ବାଣପୁରରେ ପ୍ରତିଦିନ ବିଭିନ୍ନ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। ନାଗରିକମାନେ ଦିନ ଦିନ ଧରି ଟୀକା ନେବାପାଇଁ ଧାଡିରେ ଅପେକ୍ଷା କରୁଥିବାର ଦେଖାଯାଇଛି। ବେଆଇନ ଭାବେ ଦିନକ ପୂର୍ବରୁ କେତେକ ବ୍ୟକ୍ତି ଟୀକା କେନ୍ଦ୍ର ସମ୍ମୁଖରେ ନିଜର ଆଧାର କାର୍ଡର ନକଲରେ ମୋବାଇଲ ନମ୍ବର ଲେଖି ଥୋଇ ଦେଇ ଜାଗା ମାଡ଼ିବସୁଛନ୍ତି। ଯାହାଫଳରେ ଟୀକାକରଣ ଦିନ ସଠିକ ସମୟରେ ଆସୁଥିବା ବ୍ୟକ୍ତି ଟୀକା ପାଇପାରୁନାହାନ୍ତି। ଅପରପକ୍ଷରେ ଏହାଦ୍ୱାରା ସାଇବର ଠକେଇର ଶିକାର ବି ଜନସାଧାରଣମାନେ ହେବାର ବହୁ ସମ୍ଭାବନା ରହୁଛି। ସେହିପରି ଭାବେ ଅନ୍ୟ କେତେକ ଟୀକାକେନ୍ଦ୍ର ସମ୍ମୁଖରେ ଟୀକାର କଳାବଜାରୀ ହେଉଥୁବାର ମଧ୍ୟ ଅଭିଯୋଗ ହେଉଛି। ତେବେ ଏସବୁ ସମସ୍ୟାକୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଗୁରୁତର ସହ ନେଇଛି। ବାଣପୁର ବ୍ଲକ ଏବଂ ଏନଏସି ଅଞ୍ଚଳରେ ଟୀକାକରଣ ପ୍ରକ୍ରିୟାକୁ ସରଳିକରଣ କରିବା ପାଇଁ ପାଇଁ ସ୍ଥାନୀୟ ପ୍ରଶାସନ ଏକ ବଡ…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ ଖୁସି। ଚାଷୀ, ଶ୍ରମିକ ଓ ମଜଦୁର ମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର (ଘଙ୍କମକ୍ଷରଙ୍କଗ୍ଦ)। ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତି କୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀ ର ତ୍ୟାଗ ଓ ପରିଶ୍ରମ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୮୮, ଯାଜପୁରରୁ ୩୩୪, କଟକରୁ ୨୯୪, ପୁରୀରୁ ୨୧୫, ବାଲେଶ୍ବରରୁ ୨୦୩, ଅନୁଗୁଳରୁ ୧୭୫, କେନ୍ଦ୍ରାପଡାରୁ ୧୪୭, ଜଗତସିଂହପୁରରୁ ୧୪୩, ଭଦ୍ରକରୁ ୧୩୩, ମୟୂରଭଞ୍ଜରୁ ୧୨୮, ନୟାଗଡରୁ ୧୦୪, ସୁନ୍ଦରଗଡରୁ ୭୩, ମାଲକାନାଗିରିରୁ ୭୦, କେନ୍ଦୁଝରରୁ ୬୭, କନ୍ଧମାଳରୁ ୬୦, ରାୟଗଡାରୁ ୫୩, ଢେଙ୍କାନାଳରୁ ୪୪, କଳାହାଣ୍ଡିରୁ ୩୯, ସମ୍ବଲପୁରରୁ ୩୮, ବଲାଙ୍ଗୀରିରୁ ୩୭, ବୌଦ୍ଧରୁ ୩୭, ବରଗଡରୁ ୩୬, କୋରାପୁଟରୁ ୩୬, ନବରଙ୍ଗପୁରରୁ ୨୯, ନୂଆପଡାରୁ ୧୮, ସୋନପୁରରୁ ୧୬, ଗଜପତିରୁ ୧୩, ଦେବଗଡରୁ ୧୦, ଗଞ୍ଜାମରୁ ୧୦, ଝାରସୁଗୁଡାରୁ ୫ ଏବଂ ଷ୍ଟେଟ ପୁଲରୁ ୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି. କୁ ଯୋଡ଼ା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ। ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଡେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ। ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛି। ଉଭୟ ବିଭାଗ ସେମାନଙ୍କ ନିକଟରୁ ୧୭୩ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ ସମୟରେ ଅଭିଯୁକ୍ତ ଦ୍ୱୟ ପୃଥକ ପୃଥକ ଭାବେ ଦୁଲ୍ଲଣୀ ଗ୍ରାମରେ ଦେଶୀ ମଦ ବିକୁଥିବାର ଉଭୟ ବିଭାଗ ଜାଣିବାକୁ ପାଇଥିଲା। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୨୯ ଏବଂ ବାଣପୁର ପୋଲିସ କେସ ନମ୍ବର ୨୪୨/୨୧ ରେ ଦୁଇ ଗୋଟି ପୃଥକ ପୃଥକ ମାମଲା ୠଜୁକରି ଉଭୟଙ୍କୁ ଗିରଫ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଏଏସଆଇ ପ୍ରତାପ ପାହାଡ଼ସିଂ ଆଦି…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରି ପଞ୍ଚାୟତ ସ୍ଥିତ ଆମ୍ବେରି ଗ୍ରାମର ଜଣେ ଯୁବକ ନିକଟସ୍ଥ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛି। ସୂଚନାନୁଯାୟୀ ଉକ୍ତ ପଞ୍ଚାୟତ ସ୍ଥିତ ଆମ୍ବେରୀ ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ୧୮ ବର୍ଷର ପୁଅ ସୁମନ ମଲ୍ଲିକ ଆଜି ଦିନ ପାଖାପାଖି ୧୨ଟା ବେଳେ ନିଜ ଗାଁ ଠାରୁ ପ୍ରାୟ ଏକ କି.ମି ଭରାଗୋଳ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲା। ସେଠାରେ ଗାଧଉଥିବା ଅନ୍ୟମାନେ ଡାକପକାଇବା ସହିତ ସ୍ଥାନୀୟ ଲୋକମାନଙ୍କ ସହିତ ମିଶି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସୁମନର କୌଣସି ସନ୍ଧାନ ପାଇପାରି ନଥିଲା। ଏସଂମ୍ପର୍କରେ ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ମଧ୍ୟାହ୍ନ ଠାରୁ ପାଇକା ନଦୀରେ ବୁଡି ଖୋଜା ଖୋଜି ଚଲାଇଥିଲେ ମଧ୍ୟ ସଂନ୍ଧ୍ୟାବେଳ ପର୍ଯ୍ୟନ୍ତ ସୁମନର କୌଣସି ସନ୍ଧାନ ମିଳିପାରି ନାହିଁ। ଅକ୍ଷୟ ମଲ୍ଲିକଙ୍କ…
ନୂଆଦିଲ୍ଲୀ, ଜିଏସଟି ସଫଳତାରେ ସହଯୋଗ କରିଥିବା ଟିକସଦାତାଙ୍କୁ ସମ୍ମାନିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଏସ୍ଟି 1 ଜୁଲାଇ 2017 ରୁ କାର୍ଯ୍ୟକାରୀ କରାଯାଇଛି। ଏହି ସମୟ ମଧ୍ୟରେ ଟିକସ ପ୍ରକ୍ରିୟା ସରଳୀକୃତ ହୋଇଛି ଏବଂ ଟିକସ ଆଧାର ବୃଦ୍ଧି ପାଇଛି। ଜିଏସଟି ଆଦାୟ କ୍ରମାଗତ ବୃଦ୍ଧି ଘଟିଛି। ଲଗାତାର ଆଠ ମାସ ଧରି ଏହା ଏକ ଲକ୍ଷ କୋଟିରୁ ଅଧିକ ହୋଇଛି। ଜିଏସଟିର ଚାରି ବର୍ଷର କାର୍ଯ୍ୟ ଶେଷ ହେବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ସରକାର 54 ହଜାର ଚାରି ଶହ 39 ଟିକସଦାତାଙ୍କୁ ସମ୍ମାନିତ କରିବେ। ଏଥିମଧ୍ୟରୁ 88% ରୁ ଅଧିକ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ଅଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମସ ବିଭାଗ ଏହି ଟିକସଦାତାଙ୍କୁ ସମ୍ମାନତ କରି ପ୍ରମାଣପତ୍ର ପ୍ରଦାନ କରିବ। ଜିଏସ୍ଟି ନେଟୱାର୍କ ଏହି ଟିକସଦାତାମାନଙ୍କୁ ଇ-ମେଲ ମାଧ୍ୟମରେ ପୃଥକ ଭାବରେ କୃତଜ୍ଞତା ପତ୍ର ପଠାଇବେ। ମନ୍ତ୍ରଣାଳୟ…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ କୁଡାନାଳୀ ଗ୍ରାମର କୁନି ୱେବଡ଼ିଜାଇନର ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡ଼ିଆକୁ (ରାଉଟର) ଏବେ ନୂତନ ଭାବେ ୧୩ ଟି ଆଂଚଳିକ ଭାଷା ର ନୂତନ ସଂସ୍କରଣ ର ଶୁଭଲୋକାର୍ପଣ ପାଇଁ ଏହାର ନିର୍ମାତା ୧୪ ବର୍ଷ ବୟସ୍କ ଆୟୁଷ ରଞ୍ଜନ ରାଉତ ଭାରତର ପ୍ରଧାନମନ୍ତ୍ରୀ ତଥା ଡିଜିଟାଲଇଣ୍ଡିଆର ପରିକଳ୍ପନା କରିଥିବା ନରେନ୍ଦ୍ର ମୋଦିଙ୍କୁ ଭରଚୁଆଲ ମାଧ୍ୟମରେ କରିବା ପାଇଁ ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବଙ୍କ ଜରିଆରେ ନିମନ୍ତ୍ରଣ କରିଛନ୍ତି। ଏ ସମ୍ବନ୍ଧୀୟ ନିମନ୍ତ୍ରଣ ପତ୍ର ଆଜି ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଆୟୁଷ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଆୟୁଷ ମାତ୍ର ୧୩ ବର୍ଷ ବୟସରେ ୨୦୨୦ ଲକଡାଉନ ସମୟରେ ଏହି ସୋସିଆଲ ମିଡ଼ିଆ (ରାଉଟର) ନିର୍ମାଣ କରି ବେଶ ହୋଇଥିଲେ। ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ଗାଁ ରେ ନିଜ ଜମିକୁ ଯାଇଥିବା ବେଳେ ଜଣେ ଚାଷୀକୁ ଭାଲୁ କାମୁଡିବାରୁ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବନଖଣ୍ଡ ଜାମୁଜୋରୀ ଗ୍ରାମର ଗୋବିନ୍ଦ ଓରାମ(୪୫) ନିଜ ଜମିକୁ ଚାଷକାମରେ ଯାଇଥିବା ବେଳେ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କର ବାମ ଗୋଡ ଜଙ୍ଘରେ କାମୁଡି ଦେଇଥିଲା। ଗ୍ରାମବାସୀ ଖବର ପାଇ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନସ୍ରେ ରେଢାଖୋଲ ଡାକ୍ତରଖାନାକୁ ପଠାଇ ସେଠାରେ ଚିକିତ୍ସିତ କରାଇଥିଲେ। ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି। ବର୍ତ୍ତମାନ ତାଙ୍କର ଅବସ୍ଥା ଠିକ୍ ଥିବା ଜଣା ପଡିଛି। ସରକାରଙ୍କ ବନବିଭାଗ ତରଫରୁ ଆବଶ୍ୟକୀୟ ଆର୍ଥିକ ସହଯୋଗ ଆହତ ଗୋବିନ୍ଦଙ୍କୁ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ କିସାନ୍ ପ୍ରକାଶ କରିଛନ୍ତି।

