Author: Samikhsya Bureau

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 1 ତାରିଖ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଜୁଲାଇ 1 ତାରିଖ, 2015ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ। ଏହାକୁ ଏବେ ଛଅ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ‘ଡିଜିଟାଲ ଇଣ୍ଡିଆ’ ନୂତନ ଭାରତର ଅନ୍ୟତମ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି। ଏହା ସହଜ ସେବା ଉପଲବ୍ଧତା, ସରକାରଙ୍କୁ ନାଗରିକମାନଙ୍କ ନିକଟତର କରିବା, ନାଗରିକମାନଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କୁ ସଶକ୍ତ କରିଛି। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

Read More

ନୂଆଦିଲ୍ଲୀ: ଜୁଲାଇ ୩୧ ଯାଏଁ ଦେଶରେ କରୋନା କଟକଣାକୁ କଡାକଡି କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସଚିବ ଅଜୟ ଭାଲ୍ଲା ଚିଠି ଲେଖି କରୋନା ଆଇନ କଡାକଡି ପାଇଁ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁଯାୟୀ କୋଭିଡ ଆଇନକୁ ପାଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। କରୋନାର ତୃତୀୟ ଲହରୀର ସମ୍ଭାବନାକୁ ଦେଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।

Read More

ଭୁବନେଶ୍ବର: ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡସିଂହଙ୍କ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ୧୯୯୫ ମସିହାରେ ଚାକିରିରୁ ଅବସର ନେବା ପରେ ଉପେନ୍ଦ୍ର ଦିଲ୍ଲୀରେ ରହୁଥିଲେ। ନବେ ଦଶକର ରେଡିଓରେ ସମ୍ବାଦ ପଢି ଶ୍ରୋତାମାନଙ୍କ ବେଶ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ। ତାଙ୍କ ସମ୍ବାଦ ପାଠନ ସ୍ଵର ଘରେ ଘରେ ପରିଚିତ ଥିଲା। ତାଙ୍କ ସମ୍ବାଦ ପାଠନକୁ ଶୁଣିବା ପାଇଁ ପିଲାରୁ ବୃଦ୍ଧ ଯାଏଁ ଆଗ୍ରହ ପ୍ରକାଶ କରୁଥିଲେ। ଗୁରୁଗମ୍ଭୀର ସ୍ଵରରେ ସମ୍ବାଦ ପଢି ସମସ୍ତଙ୍କୁ ପାହାଡସିଂହ ମୋହିତ କରୁଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୫୯, ଜଗତସିଂହପୁରରୁ ୩୯୩, କଟକରୁ ୨୬୮, ବାଲେଶ୍ବରରୁ ୨୬୧, ଭଦ୍ରକରୁ ୧୮୩, ପୁରୀରୁ ୧୭୫, ମୟୂରଭଞ୍ଜରୁ ୧୬୫, ନୟାଗଡରୁ ୧୩୧, କେନ୍ଦ୍ରାପଡାରୁ ୧୧୬, ଅନୁଗୁଳରୁ ୧୦୯, କୋରାପୁଟରୁ ୭୫, ଢେଙ୍କାନାଳରୁ ୬୯, ନବରଙ୍ଗପୁରରୁ ୬୮, କେନ୍ଦୁଝରରୁ ୬୦, ବୌଦ୍ଧରୁ ୫୯, ରାୟଗଡାରୁ ୫୭, ବରଗଡରୁ ୪୬, ମାଲକାନାଗିରିରୁ ୪୩, କଳାହାଣ୍ଡିରୁ ୩୯, ସୁନ୍ଦରଗଡରୁ ୩୯, କନ୍ଧମାଳରୁ ୩୭, ବଲାଙ୍ଗୀରିରୁ ୩୦, ସମ୍ବଲପୁରରୁ ୨୭, ଗଜପତିରୁ ୨୪, ସୋନପୁରରୁ ୧୯, ଗଞ୍ଜାମରୁ ୧୮, ଦେବଗଡରୁ ୧୦, ଝାରସୁଗୁଡାରୁ ୧୦, ନୂଆପଡାରୁ ୧୦ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୭୪ ହଜାର…

Read More

ଭୂବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହାସହିତ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ବାରା କୋଭିଡ ତଥା ଅନ୍ୟନ୍ୟ ରୋଗୀ ମାନଙ୍କର ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହାକୁ ଆହୁରି ଗୁରୁତର ସହ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ। ତୃତୀୟ ଲହରରେ ପ୍ରସ୍ତୁତି ସ୍ବରୂପ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା…

Read More

ସୀତାରାମ ଅଗ୍ରୱାଲ ଚିଲିକା: କେନ୍ଦ୍ର ସରକାର ସାରା ଦେଶରେ ନିଃଶୁଳ୍କ ଟୀକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ୧୮ ରୁ ଉର୍ଦ୍ଧ୍ଵ ବୟସର ସବୁ ବର୍ଗର ବ୍ୟକ୍ତିଙ୍କୁ ଟୀକାକରଣ କରେଇବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି। ଅସହାୟ, ବୃଦ୍ଧ, ନିରାଶ୍ରୟ ବର୍ଗଙ୍କୁ ସରକାର ଟୀକାକରଣ ପାଇଁ ପ୍ରାଧାନ୍ୟ ଦେଉଥିବାବେଳେ କଏଦୀମାନେ ଏଥିରୁ ବାଦ ପଡ଼ିନାହାନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଦେଖିବାକୁ ଗଲେ ଜେଲ ଗୁଡିକରେ ସଂକ୍ରମଣ ବୃଦ୍ଧିପାଉଛି। ଶତାଧିକ କଏଦୀମାନେ ଏକାଠି ରହୁଥିବାରୁ ସଂକ୍ରମଣ ବଢୁଛି। ତେବେ ସୁରକ୍ଷା ଦୃଷ୍ଟିରୁ କଏଦୀମାନଙ୍କୁ ଟୀକାକେନ୍ଦ୍ରଗୁଡିକକୁ ନେଇ ଟୀକାକରଣ କରାଇବା ଜେଲ ପ୍ରଶାସନ ପାଇଁ ବିପଦପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଲ ଗୁଡିକରେ କଏଦୀମାନଙ୍କୁ ଟୀକାକରଣ କରାଯିବାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉପ କାରାଗାରରେ ୧୮-୪୪ ବର୍ଷୀୟ କଏଦୀମାନଙ୍କୁ ପ୍ରଥମ ଡୋଜ ଟୀକାକରଣ କରାଯାଇଛି। ବାଣପୁର ଗୋଷ୍ଠୀ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହଜାର ୮୦୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୮ ହଜାର ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ବରିଷ୍ଠ ଡାକସେବା ଅଧିକାରୀ ଶୁଭେନ୍ଦୁ ସ୍ବାଇଁ ଓଡିଶାର ମହାଡାକପାଳ ଭାବେ ଯୋଗ ଦେଇଛନ୍ତି। ଶୁଭେନ୍ଦୁ ହେଉଛନ୍ତି 1990 ବ୍ୟାଚ ଭାରତୀୟ ଡାକ ସେବା ଅଧିକାରୀ। ସେ ପୂର୍ବରୁ ଭୁବନେଶ୍ବରରେ ଡାକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ସେ ମଧ୍ୟ ପ୍ରଦେଶ, ଜମ୍ମୁ କାଶ୍ମୀର, ଦିଲ୍ଲୀ, ତାମିଲନାଡୁ ଏବଂ ବିହାର ପ୍ରଭୃତି ରାଜ୍ୟରେ କାର୍ଯ୍ୟ କରିଛନ୍ତି। ଶୁଭେନ୍ଦୁ ହେଉଛନ୍ତି ଜଣେ ସଂସ୍କୃତି ପ୍ରେମୀ ବ୍ୟକ୍ତିତ୍ବ। ସେ ସାହିତ୍ୟ ଓ ସଂସ୍କୃତି ପ୍ରତି ବେଶ ଋଚି ରହିଛି। ସେ ଯୋଗଦେବା ପରେ ଓଡିଶାରେ ଡାକସେବାର ବଡ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

Read More

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ହେବାକୁ ଥିବା ଚଳିତ ବର୍ଷ ଟି-୨୦ ବିଶ୍ଵକପ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରଣ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେବା ପରେ ଆଇସିସି ଏହାର ଖେଳ ସୂଚୀ ଜାରି କରିଛି। ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ଵକପ ଖେଳାଯିବ। ଏହା ୟୁଏଇ ଏବଂ ଓମାନରେ ଆୟୋଜନ କରାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଟି କ୍ଵାଲିଫାଇଂ ଟିମ ଭାଗ ନେବେ। ଏଥିରୁ ୪ ଟି ଟିମ ସୁପର-୧୨ କୁ ଉନ୍ନତି ହେବେ। କ୍ଵାଲିଫାଇଂ ଟିମ ଗୁଡିକ ହେଲେ- ବାଂଲାଦେଶ, ଶ୍ରୀଲଙ୍କା, ଆୟାରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିୟା, ଓମାନ ଏବଂ ପାପୁଆ ନ୍ୟୁ ଗିନୀ । ଏହି ୮ ଟିମ ମଧ୍ୟରୁ ୪ ଟି ଟିମ ଆଗାମୀ ପର୍ଯ୍ୟାୟ ତଥା ସୁପର-୧୨ରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଟି-୨୦ ବିଶ୍ଵକପର ଫାଇନାଲ ମ୍ୟାଚ ନଭେମ୍ବର…

Read More

ଖୋର୍ଦ୍ଧା: ବର୍ତ୍ତମାନ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢ଼ୁଥିବାର ଦେଖାଯାଉଛି। ଗତ ୨୫ ତାରିଖରେ ବେଆଇନ ମଦ କାରବାର ସଂକ୍ରାନ୍ତରେ ଖବର ସଂଗ୍ରହ କରୁଥିବା ନିଉଜ ୭ ର ସାମ୍ବାଦିକ ବୈଦ୍ୟନାଥ ମହାପାତ୍ର ଓ ଧରିତ୍ରୀ ସାମ୍ବାଦିକ ଲୋକନାଥ ମହାପାତ୍ରଙ୍କୁ ନୟାଗଡ଼ ଅବକାରୀ ବିଭାଗ ଏସଆଇ ଧନଞ୍ଜୟ ପାତ୍ରଙ୍କ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଆନୂକୁଲ୍ୟରେ ସଭାପତି ପ୍ରଭାତ ମିଶ୍ରଙ୍କ ନେତୄତ୍ୱରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସାମ୍ବାଦିକଙ୍କୁ ଆକ୍ରମଣର ୪ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ, ଯାହା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆଖି ଦୄଶିଆ ପଦକ୍ଷେପ ନିଆଯାଇ ସାମ୍ବାଦିକଙ୍କ ସୁରକ୍ଷା ଆଇନ ଲାଗୁକରି ସାମ୍ବାଦିକଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଥ୍ୟା ଅଭିଯୋଗ…

Read More

ଭୁବନେଶ୍ବର, ଭୁବନେଶ୍ବର ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ମାସ ଶେଷ ସପ୍ତାହ ପଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ 1-୦୨୮୩୫/୦୨୮୩୬ ହଟିଆ-ଯଶୋବନ୍ତପୁର-ହଟିଆ ବିଶେଷ ଟ୍ରେନ ହଟିଆରୁ ୨୬ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୮ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଚଳାଚଳ କରିବ। 2-୦୮୧୧୭/୦୮୧୧୮ ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୪ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ମହୀଶୂରରୁ ୨୬ ସେପ୍ଟେମ୍ବର ପଯ୍ୟନ୍ତ ଚଳାଚଳ କରିବ। 3-୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨୯ ସେପ୍ଟେମ୍ବର ପଯ୍ୟନ୍ତ ଚଳାଚଳ କରିବ। 4-୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ। 5-୦୮୦୪୭/୦୮୦୪୮…

Read More

ନୂଆଦିଲ୍ଲୀ, ମିଳିତ ଜାତିସଂଘରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଡ୍ରୋନ୍ ବ୍ୟବହାର ପ୍ରସଙ୍ଗକୁ ଭାରତ ଉଠାଇଛି। ଡ୍ରୋନ୍ ସାହାଯ୍ୟରେ ଜାମ୍ମୁରେ ବାୟୁସେନା ବେସରେ ବିସ୍ଫୋରଣ ଘଟଣା ପରେ ଭାରତ ଏହି ପ୍ରସଙ୍ଗ ଉଠାଇଛି। ଭାରତ କହିଛି ଯେ ଡ୍ରୋନ୍ କମ୍ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ ଏବଂ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଗୁପ୍ତ ଖବର ସଂଗ୍ରହ, ବିସ୍ଫୋରକ ସାମଗ୍ରୀ ବିତରଣ ତଥା ଟାର୍ଗେଟିଂ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ଡ୍ରୋନ ବ୍ୟବହାର ସମଗ୍ର ବିଶ୍ୱରେ ସୁରକ୍ଷା ପାଇଁ ବିପଦ ପାଲଟିଛି। ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭି.ଏସ.କେ କୌମୁଦି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏହା ଉପସ୍ଥାପନା କରିଛନ୍ତି। ଜାତିସଂଘର ଆତଙ୍କବାଦୀରୋଧ ରାଷ୍ଟ୍ର ସମୁହର ଉଚ୍ଚ ସ୍ତରୀୟ ସମ୍ମିଳନୀରେ ସମ୍ବୋଧିତ କରିବା ବେଳେ କୌମୁଦ ଏହା କହିଛନ୍ତି। ସେ କହିଛନ୍ତି ଯେ ରଣନୈତିକ ତଥା ବାଣିଜ୍ୟିକ ସମ୍ପତ୍ତି ବିରୋଧରେ ଆତଙ୍କବାଦୀ ଉଦ୍ଦେଶ୍ୟରେ ସଶସ୍ତ୍ର ଡ୍ରୋନର ବ୍ୟବହାର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ…

Read More

କନ୍ଦର୍ପ ବେହେରା ରେଢାଖୋଲ: ମା’ ସହ ଗାଧୋଇବାକୁ ଯାଇ ଦୁଇ ନାବାଳକ ପୁତ୍ର ପାଣିରେ ବୁଡି  ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ- ଚାରମାଳ ଥାନା ଚୁଡାପୁଡୁଗ ଗ୍ରାମର ଜଗବନ୍ଧୁ ଖାଡିଆଙ୍କ ଦୁଇ ପୁଅ ଅଜିତ୍ ଖାଡିଆ (୪) ଓ ଅମିତ୍ ଖାଡିଆ(୬) ମା ସୁମିତା ଖାଡିଆ ଙ୍କ ସହ ଆଜି ପୂର୍ବାହ୍ନ ୧୧ ଟା ରେ ଗାଧୋଇବାକୁ ଗ୍ରାମ ନିକଟସ୍ଥ ସୁରୁବାଲି ନାଳକୁୁ ଯାଇଥିଲେ। ମା’ ତାଙ୍କର ଗାଧୋଉଥିବା ସମୟରେ ପୁଅ ୨ ଜଣ ମଧ୍ୟ ଗାଧୋଉଥିଲେ। ହେଲେ ମା’ ଅଜାଣତରେ ୨ ନାବାଳକ ପୁଅ ପାଣିରେ ଏକ ସଂଗରେ ବୁଡି ମରିଯାଇଥିଲେ। ହେଲେ ମା ଜାଣି ପାରି ନ ଥିଲେ। ସେ ଭାବି ନେଇଥିଲେ ଯେ ପିଲାମାନେ ଘରକୁ ଯାଇଥିବେ। ଘରକୁ ଯାଇ ଦେଖନ୍ତି ତ ପିଲାମାନେ ଘରେ ନାହାନ୍ତି ବହୁତ ଖୋଜାଖୋଜି କରିଥିଲେ ଗାଁ ସାରା। ଘଂଟାଏ ପରେ ଗ୍ରାମର କେତେଜଣ ବ୍ୟକ୍ତି ସେଇ…

Read More

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସ ଏକ ବଡ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ୭ ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ସ୍ପେଶାଲ ସ୍କ୍ବାଡ଼ ଗିରଫ କରିଛି। ଏହା ସହ ୧୫୦ ଟି ମୋବାଇଲ ଏବଂ ୧୭ ହଜାର ସିମ କାର୍ଡ ପୋଲିସ ଜବତ କରିଛି। କଟକରେ ଅଫିସ କରି ଏହି ଗ୍ୟାଙ୍ଗ ସାଇବର ଠକେଇ କାର୍ଯ୍ୟ କରୁଥିଲେ। ପ୍ରି-ଆକ୍ଟିଭେଟେଡ ସିମ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ। ଲୋକଙ୍କ ଠାରୁ ଟଙ୍କା ଲୁଟିବା ପରେ ସେମାନେ ସିମଗୁଡିକୁ ନଷ୍ଟ କରିଦେଉଥିଲେ। ଏମାନେ କେବଳ ରାଜ୍ୟରେ ସକ୍ରିୟ ନଥିଲେ ରାଜ୍ୟ ବାହାରେ ମଧ୍ୟ ଏହି ଗ୍ୟାଙ୍ଗ ସକ୍ରିୟ ରହିଥିଲା। କିଛି ଦିନ ତଳେ ଭୁବନେଶ୍ବରର ସହୀଦନଗର ସ୍ଥିତ ଜଣେ ମହିଳାଙ୍କ ଠାରୁ ଏହି ଗ୍ୟାଙ୍ଗ ୫ ଲକ୍ଷ ଟଙ୍କା ଲୁଟିଥିଲେ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଥିଲେ।

Read More

ନୂଆଦିଲ୍ଲୀ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆମ ଆଦ୍ମି ପାର୍ଟି ଜୋର ଲଗାଇଦେଇଛି। ଆପ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କହିଛନ୍ତି ଯେ, ପଞ୍ଜାବରେ ଆମ ଆଦ୍ମି ପାର୍ଟି ଜିତିଲେ, ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମୁକ୍ତରେ ବିଜୁଳି ମିଳିବ। ଏହାସହ ରାଜ୍ୟରେ ୨୪ ଘଣ୍ଟିଆ ବିଦ୍ୟୁତ ପାଇଁ ବ୍ୟବସ୍ଥା କରିବେ। ଯେଉଁମାନଙ୍କ ପୁରୁଣା ବିଦ୍ୟୁତ ଦେୟ ବାକି ଥିବେ, ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ପଞ୍ଜାବରେ ଏବେଠାରୁ ରାଜନୈତିକ ସରଗରମ ଆରମ୍ଭ ହୋଇଗଲାଣି। ରାଜ୍ୟରେ ଶାସକ ଦଳ କଂଗ୍ରେସ ଏବଂ ଶିରୋମଣି ଅକାଳୀ ଦଳ ସହ ଆମ ଆଦ୍ମି ପାର୍ଟି ମଧ୍ୟରେ ଟକ୍କର ଦେବା ଲାଗି ପ୍ରସ୍ତୁତ ଆରମ୍ଭ କରିଦେଇଛି।

Read More

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ‘ୱାନ ନେସନ, ୱାନ ରାସନ କାର୍ଡ’ ଯୋଜନା ପାଇଁ ଡେଡଲାଇନ ଦିଆଯାଇଛି। ଜୁଲାଇ ୩୧ ତାରିଖ ସୁଦ୍ଧା ୱାନ ନେସନ, ୱାନ ରାସନ କାର୍ଡ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଆଇସି ସହ ପରାମର୍ଶ କରି ସ୍ଵତନ୍ତ୍ର ପୋର୍ଟାଲ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି। ଏହି ପୋର୍ଟାଲରେ ପ୍ରବାସୀ ଏବଂ ଅଂସଗଠିତ ଶ୍ରମିକଙ୍କୁ ପଞ୍ଜୀକରଣ କରିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ପୋର୍ଟାଲରେ ପଞ୍ଜୀକୃତ କରାଯାଇ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଯୋଜନାକୁ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସମୟସୀମା ଯେପରି ବୃଦ୍ଧି ହେବ ନାହିଁ, ସେଥିଲାଗି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି।

Read More

ନୂଆଦିଲ୍ଲୀ, ଗତକାଲି କରୋନା ମୁକାବିଲା ପାଇଁ ଘୋଷଣା କରାଯାଇଥିବା ସହାୟତାରେ ପର୍ଯ୍ୟଟନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏଥିରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। କୋଭିଡ଼ ୧୯ ମହାମାରୀ ଆକ୍ରାନ୍ତ କ୍ଷେତ୍ରକୁ  ନୂତନ ଋଣ ଗ୍ୟାରେଣ୍ଟି ଯୋଜନା ଅଧୀନରେ କାର୍ଯ୍ୟକାରୀ ପୁଂଜି ଏବଂ ବ୍ୟକ୍ତିଗତ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ସେମାନଙ୍କର ଉଧାର, ଋଣ ଇତ୍ୟାଦି ଶୁଝି ପାରିବେ। କୋଭିଡ଼ ୧୯ ପ୍ରଭାବରୁ ମୁକୁଳି ସେମାନେ ନିଜର ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିପାରିବା ପାଇଁ ଏହି ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ୧୦,୭୦୦ଟି କ୍ଷେତ୍ରୀୟ ସ୍ତରୀୟ ସ୍ୱୀକୃତ ପର୍ଯ୍ୟଟନ ଗାଇଡ଼ ଯାହାଙ୍କୁ କି ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାର ସ୍ୱୀକୃତି ପ୍ରଦାନ କରାଯାଇଥିବା ୧,୦୦୦ ଟ୍ରାଭେଲ୍‍ ଏବଂ ପର୍ଯ୍ୟଟନ ହିତଧାରକ (ଟିଟିଏସ)ଙ୍କୁ ମଧ୍ୟ ସହାୟତା…

Read More

ନୂଆଦିଲ୍ଲୀ: ବନାରସର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନରୁ ୬ କିଲୋରୁ ଉର୍ଦ୍ଧ୍ଵ ସୁନା ବିସ୍କୁଟ ଏବଂ ଗହଣା ଜବତ କରାଯାଇଛି। କଷ୍ଟମ ବିଭାଗ ଏବଂ ଜିଆରପିର ମିଳିତ ଚଢାଉରେ ଏତେ ପରିମାଣର ସୁନା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୬୧ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଅଭିଯୁକ୍ତ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ପେଶାଲ ଟ୍ରେନରେ ଆସିଥିଲେ। ସେଠାରୁ ଚାଲି ଚାଲି ନୂଆଦିଲ୍ଲୀ ଯାଉଥିବା ବେଳେ କଷ୍ଟମ ବିଭାଗ ସେମାନଙ୍କୁ ଗିରଫ କରିଥିଲା।

Read More

ଶ୍ରୀନଗର: ଗତକାଲି ଠାରୁ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଶ୍ରୀନଗରର ପାଂରୀପୋରାରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଏହି ଗୁଳିବିନିମୟରେ ଲସ୍କରର ଦୁଇ ଜଣ ଆତଙ୍କୀଙ୍କୁ ସୁରକ୍ଷା ବାହିନୀ ନିହତ କରିଛି। ନିହତ ଆତଙ୍କୀଙ୍କ ମଧ୍ୟରେ ଲସ୍କର କମାଣ୍ଡର ଅବରାର ମଧ୍ୟ ସାମିଲ ଅଛି। ଯେଉଁ ଘରେ ଆତଙ୍କବାଦୀମାନେ ଲୁଚି ରହିଥିଲେ ସେହି ଘରକୁ ସୁରକ୍ଷା ବାହିନୀମାନେ ଉଡାଇଦେଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ଏକେ-୪୭ ରାଇଫଲ ଜବତ କରାଯାଇଛି। ସଂପୂର୍ଣ୍ଣ ଅଞ୍ଚଳରେ ତଦନ୍ତ ଅଭିଯାନ ଜାରି ରହିଛି।

Read More

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କରୋନା ମୁକାବିଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ସେ ମାଇକ୍ରୋ ଋଣ ଗ୍ରହୀତାଙ୍କ ସହାୟତା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ହେଲା କ୍ଷୁଦ୍ରରୁ କ୍ଷୁଦ୍ରତର ଋଣଗ୍ରହୀତା ଯେଉଁମାନଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନମାନଙ୍କ ଦ୍ୱାରା ନୋଟିସ୍‍ ଜାରି କରାଯାଇଛି, ସେମାନଙ୍କୁ ସହାୟତା ଯୋଗାଣ । ଏଥିପାଇଁ ନୂତନ ଏବଂ ବର୍ତ୍ତମାନର ଏନବିଏଫସି- ଏମଏଫଆଇ କିମ୍ବା ଏମଏଫଆଇମାନଙ୍କୁ ଋଣ ଯୋଗାଣ ପାଇଁ ସିଡୁଲ୍ଡ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ । ଦେଶର ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ଋଣଗ୍ରହଣକାରୀଙ୍କୁ ଏହା ଜରିଆରେ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ଯୋଗାଣ କରାଯିବ । ଏହି ଋଣ ଏମସିଏଲଆର ସହିତ ୨%ରେ ହିଁ  କ୍ୟାପିଂ କରାଯିବ । ଏହି ଋଣ ସକାଶେ ସର୍ବାଧିକ ଅବଧି ତିନିବର୍ଷ ରହିବ ଏବଂ ଇନକ୍ରିମେଣ୍ଟାଲ୍‍ ଋଣ ନିମନ୍ତେ ଏମଏଫଆଇଙ୍କ ଦ୍ୱାରା ୮୦% ସହାୟତା ବ୍ୟବହାର…

Read More

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍‍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରର ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର  ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଆକାଂକ୍ଷା ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍‍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ।…

Read More