Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ରାଜ୍ୟରେ ଆଉ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ୧୦ ଜିଲ୍ଲାରେ ୬୦ ଟି ସିଟ ବିଶିଷ୍ଟ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବ। ଅନୁଗୁଳ, ବାଲେଶ୍ଵର, ବଲାଙ୍ଗୀରି, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ନୂଆ ନର୍ସିଙ୍ଗ କଲେଜ ଖୋଲିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଯୁକ୍ତ ୨ ନାମ ଲେଖାରେ କୌଣସି ଅସୁବିଧା ହେବ ନାହିଁ। ଭଲ କଲେଜରେ ପଢିବା ସବୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ଥାଏ। ସେଥିପାଇଁ କଲେଜରେ ନାମଲେଖାରେ ଅସୁବିଧା ହୋଇପାରେ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରୁଛନ୍ତି। ତେଣୁ ଆବଶ୍ୟକ ପଡିଲେ କଲେଜରେ ସିଟ ସଂଖ୍ୟା ପଢାଯିବ। କଲେଜ ଆଧାରରେ ସିଟ ସଂଖ୍ୟାରେ ବୃଦ୍ଧି କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ତେବେ ଯୁକ୍ତ ୨ ପରୀକ୍ଷା ଫଳ ନେଇ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ୨ ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୨୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ନୟାଗଡ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ନୟାଗଡ ଜିଲ୍ଲାରୁ ୪ ଜଣ, ଭଦ୍ରକ, କଟକ, ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୭ ହଜାର ୪୦୨…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୧୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨ ଲକ୍ଷ ୭୯ ହଜାର ୩୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୬ ହଜାର ୭୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୬୦୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୭୨ ହଜାର ୯୯୪ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୮୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୭ ହଜାର ୪୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୪୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୮୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୫୬୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୪୦ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ୱର, ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଯୋଗ ଦେବେ। ଏଥିସହିତ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ରହିବେ। ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗ ଦେବେ। କରୋନା ସଂକ୍ରମଣ ଏବଂ ଏହା ଜନିତ କଟକଣା କାରଣରୁ ଏହି ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନଷ୍ଠିତ ହେବ । ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ଭିଡିଓ କନଫରେନ୍ସ ଜରିଆରେ ଯୋଡି ହେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୁଚନା…

Read More

ଭୁବନେଶ୍ବର, ଦାମ୍ପତ୍ୟ ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି କଥା ଉଲ୍ଲେଖ କରିଛନ୍ତି। ଏହି ଜିନିଷଗୁଡିକ ଅନୁସରଣ କଲେ ବିବାହିତ ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ମଧ୍ୟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନକୁ ସଫଳ କରିପାରିବ। ଦାମ୍ପତ୍ୟ ଜୀବନକୁ ସୁଖୀ କରିବା ପାଇଁ କିଛି ଜିନିଷର ଯତ୍ନ ନେବା ଉଚିତ୍। ଆସନ୍ତୁ ଜାଣିବା ବିବାହିତ ଜୀବନ ବିଷୟରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଚିନ୍ତାଧାରା … ଏକତ୍ର ସମସ୍ୟାର ସମାଧାନ କରନ୍ତୁ • ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ଏକତ୍ର ସମସ୍ୟାର ସମାଧାନ କରିବା ଉଚିତ୍। ଜୀବନରେ ସମସ୍ୟାର ସମ୍ମୁଖୀନ ହେବା ସାଧାରଣ କଥା । ଯଦି ସ୍ୱାମୀ-ସ୍ତ୍ରୀ ଏକତ୍ର ସମସ୍ୟାର ବିଚାର କରନ୍ତି, ତେବେ ଶୀଘ୍ର ସେହି ସମସ୍ୟାର ସମାଧାନ ମିଳିବ। ସଂପର୍କରେ ପ୍ରେମ ଜରୁରୀ • ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ…

Read More

ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭ ଦାୟକ ହେବ। ପ୍ରଗତିର ରାସ୍ତା ଖୋଲାଯିବ। ଏକତ୍ର ଖାଇବା ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ। ଘର ବାହାରେ ସୁଖ ମିଳିବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କିଛି ବଡ କାମରେ ହାତ ରଖିବାକୁ ସକ୍ଷମ ହେବେ। ବୃଷ: – ସରକାରୀ ସହାୟତାରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟ ଅନୁକୂଳ ଲାଭ ଦେବ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ଜରୁରୀ ଜିନିଷକୁ ଠିକ୍ ସମୟରେ ନ ପାଇବାରୁ ଦୁଃଖ ହେବ। ବିନିଯୋଗ ଭଲ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ସମୟ ଅନୁକୂଳ ହେବ। ଅଳସୁଆତା ଜିତିବ। ଘରେ ସୁଖ ଏବଂ ଶାନ୍ତି ରହିବ। ଉପକୃତ ହେବେ। ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ। ଏକ ଉତ୍ସବରେ…

Read More

ଭୁବନେଶ୍ବର, ଆଜି ଓଡିଶାର ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ସେ ଆଜି ରାତି ଆଠଟା ବେଳକୁ ନିଜ ବାଇକରେ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିଲେ। ଜାତୀୟ ରାଜପଥ 16 ଜାଆଁଳା ନିକଟରେ ଏକ ଅଜଣା ଗାଡି ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ସେ ସେହି ରାସ୍ତାରେ ଛିଟିକି ପଡିଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ଏମସ୍ ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଜୀମୁତଙ୍କ ଗାଡିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଦେଖଣାହାରୀଙ୍କ କହିବା କଥା ଯେ ଧକ୍କା ଏତେ ଜୋରରେ ହୋଇଥିଲା ଯେ, ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଜାମୁତ ମଙ୍ଗରାଜ ଦୀର୍ଘ ବର୍ଷ ଧରି ଓଡିଶା ସାମ୍ବାଦିକ ଜଗତରେ କାର୍ଯ୍ୟ କରିଆସୁଥିଲେ। ସେ ସମ୍ବାଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ନିଜେ ଏକ…

Read More

ନୂଆଦିଲ୍ଲୀ, କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଆଜି ସଂସ୍କୃତି ମନ୍ତ୍ରଣାଳୟର ମୁଣ୍ଡବଥା କାରଣ ହୋଇଛି। ଏଥିରେ ପ୍ରକାଶିତ ହୋଇଛି ଯେ, ନେତାଜୀ ସୁଭାଷ ବୋଷଙ୍କ କେତେକ କଳାକୃତି ଚୋରୀ ହୋଇଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଜାନୁଆରୀ ୨୩ ତାରିଖରେ ଭିକ୍ଟୋରିଆ ମେମୋରିଆଲଠାରେ ଏକ ପ୍ରଦର୍ଶନୀ କରାଯାଇଥିଲା। ଯାହାକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ଅବସର ଥିଲା। ସେଥିରେ ନେତାଜୀଙ୍କ ବିଭିନ୍ନ କଳାକୃତି ପ୍ରଦର୍ଶିତ କରାଯାଇଥିଲା । ସେହି ସାମଗ୍ରୀ ଚୋରୀ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି। ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ୍ଣ ଅସତ୍ୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ସେହିସବୁ ସାମଗ୍ରୀ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ଲାଲକିଲ୍ଲା ସଂଗ୍ରହାଳୟ ପକ୍ଷରୁ ଭିକ୍ଟୋରିଆ ମେମୋରିଆଲକୁ ଲୋନ୍‍ ଆଧାରରେ ଯୋଗାଇ ଦିଆଯାଇଥିଲା । ବିଧିବଦ୍ଧ ଭାବେ ପ୍ରଚଳିତ…

Read More

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଶିକ୍ଷକଜଣଙ୍କ ପ୍ରେମ ପତ୍ର ଦେଇଥିବା ଅଭିଯୋଗ ହୋଇଛି। ଇନ୍ଦୋରର ଗ୍ରାମୀଣ ଅଞ୍ଚଳ ମାନପୁରର ଗ୍ରାମବାସୀମାନେ ସମ୍ପୃକ୍ତ ସ୍କୁଲ ଶିକ୍ଷକଙ୍କୁ ଅଧା ଲଣ୍ଡା କରିବା ପରେ ମୁହଁଙ୍କୁ କଳା କରିଛନ୍ତି। ପୁଣି ସେହି ଶିକ୍ଷକଜଣଙ୍କୁ ଗ୍ରାମର ଚତୁଃପାର୍ଶ୍ଵ ବୁଲାଇଛନ୍ତି। ଛାତ୍ରୀଜଣଙ୍କ ଏହି ବାବଦରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣା ଶୁଣିବାପରେ ଗ୍ରାମବାସୀ  ଉତ୍ତେଜିତ ହୋଇ ସ୍କୁଲ ଶିକ୍ଷକଙ୍କ ନିକଟରେ ପହଞ୍ଚିଯାଇଥିଲେ। ଅଭିଯୁକ୍ତ ଶିକ୍ଷକଙ୍କୁ ଲଣ୍ଡା କରିବା ସହ ମୁହଁ କଳା କରି ଗ୍ରାମର ଚତୁଃପାର୍ଶ୍ଵରେ ଗ୍ରାମବାସୀ ବୁଲାଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିବା ସହ ଗ୍ରାମର ୮/୧୦ ଜଣଙ୍କ ନାମରେ କେସ ରୁଜୁ ହୋଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବାଲି ବୋଝେଇ ହାଇୱା ଓଲଟି ଜଣେ ଖଲାସୀଙ୍କ ପ୍ରାଣହାନି ଘଟିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ମୃତ ଦେହକୁ ନେଇ ହାଇୱା ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଶତାଧିକ ଲୋକ ଗାଡି ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର ରାମକୃଷ୍ଣ ବେହେରା ହାଇୱା ଗାଡିରେ ଖଲାସି କାମ କରୁଥିଲେ। ଗାଡି ମାଲିକ ପ୍ରକାଶ ବେହେରାଙ୍କ ହାଇୱାରେ ସେ ଖଲାସି କାମ କରୁଥିଲେ। ସବୁ ଦିନ ଭଳି ରାମକ୍ରୁଷ୍ଟ ହାଇୱା ଗାଡିରେ ଖଲାସୀ କାମ କରିବା ପାଇଁ ବାହାରି ଯାଇଥିଲେ। ହାଇୱା ବାଲି ବୋଝେଇ କରି ଟାଙ୍ଗୀ ଫେରୁଥିଵା ବେଳେ ସିକୋ ଫାଣ୍ଡି ନିକଟ ମାଣିକ ପାଟଣା ଠାରେ ରାସ୍ତା ଖରାପ ଥିଵାରୁ  ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଖଲାସୀ ରାମ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ଅଭିଯୋଗ ସଂପର୍କରେ ତଦନ୍ତ ଧିମେଇ ଯାଇଥିବା ଅଭିଯୋଗ ହେଉଛି। ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଅସାଧୁ ଡିଲର ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ କେବଳ କାଜପତ୍ର ପସ୍ତୃତ କରି ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା। ଏସଂପର୍କରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୫୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୨, କଟକରୁ ୪୨୭, ଯାଜପୁରରୁ ୩୪୬, ବାଲେଶ୍ବରରୁ ୨୬୨, ପୁରୀରୁ ୧୧୩, ଭଦ୍ରକରୁ ୧୫୮, ମୟୂରଭଞ୍ଜରୁ ୧୫୬, କେନ୍ଦ୍ରାପଡାରୁ ୧୩୯, ଜଗତସିଂହପୁରରୁ ୧୨୦, ସୁନ୍ଦରଗଡରୁ ୧୧୯, ଅନୁଗୁଳରୁ ୧୧୬, ନୟାଗଡରୁ ୧୧୨, କୋରାପୁଟରୁ ୯୦, ରାୟଗଡାରୁ ୮୭, ନବରଙ୍ଗପୁରରୁ ୭୬, ମାଲକାନାଗିରିରୁ ୫୫, ବରଗଡରୁ ୫୩, କେନ୍ଦୁଝରରୁ ୪୪, କଳାହାଣ୍ଡିରୁ ୪୩, ବଲାଙ୍ଗୀରିରୁ ୪୦, କନ୍ଧମାଳରୁ ୪୦, ବୌଦ୍ଧରୁ ୩୫, ଗଞ୍ଜାମରୁ ୩୦, ଗଜପତିରୁ ୨୮, ସମ୍ବଲପୁରରୁ ୨୮, ସୋନପୁରରୁ ୨୭, ଦେବଗଡରୁ ୧୨, ଝାରସୁଗୁଡାରୁ ୧୨, ନୂଆପଡାରୁ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୬୭ ହଜାର ୪୦୨…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହଜାର ୧୮୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୬ ହଜାର ୩୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୧୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୩୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ପାଖାପାଖୀ ୧୨ ଶହ ଲୋକଙ୍କ ପାଇଁ ଟୀକାର ବ୍ୟବସ୍ଥା ହୋଇଛି। ଜାଣନ୍ତୁ ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲିର ଟୀକାକରଣ ବ୍ୟବସ୍ଥା କେଉଁଠି ଏବଂ କିପରି ନେବେ: ବାଣପୁର: ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୯୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ) ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୯୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ ୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦…

Read More

ନୂଆଦିଲ୍ଲୀ, ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଗାଁରେ ପହଂଚିଥିବା ରାମ ନାଥ କୋବିନ୍ଦ ହେଲିପ୍ୟାଡରେ ଅବତରଣ କରି ନିଜ ଜନ୍ମମାଟିକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ବେଶ ଉତ୍ସାହିତ କରିଥିଲା। ଏପରିକି ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା। ଗାଁରେ ପହଁଞ୍ଚିବା ପରେ ରାଷ୍ଟ୍ରପତି କହିଛନ୍ତି ଯେ ମୁଁ ଆଜି ଯେଉଁ ସ୍ତରରେ ପହଞ୍ଚିଛି ତାହା କେବଳ ଏହି ଗାଁ ମାଟି ପାଇଁ ସମ୍ଭବ ହୋଇଛି। ଏହାର ଶ୍ରେୟ କେବଳ ଏହି ମାଟି ଏବଂ ଏହି ଅଞ୍ଚଳର ଲୋକମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ। ମୁଁ ସ୍ୱପ୍ନରେ ମଧ୍ୟ କଳ୍ପନା କରି ନ ଥିଲି ଯେ ମୋ ଭଳି ଜଣେ ସାଧାରଣ ବାଳକ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟର ଦାୟିତ୍ବ ତୁଲାଇବ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ରବିବାର ଦିନ ରାମନାଥ କୋବିନ୍ଦ ତାଙ୍କ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁ ଦିନ ଗୋଟିଏ ଦିନରେ 86 ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ ଟୀକାକରଣ କରାଯାଇ ରେକର୍ଡ ସୃଷ୍ଟି ହୋଇଥିଲା, ସେହି ଦିନ ଭାରତ ଏକ ଅଦ୍ୱିତୀୟ ସଫଳତା ହାସଲ କରିଛି। ଆଜି ଅଲ ଇଣ୍ଡିଆ ରେଡିଓରୁ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦୀ ଏହା କହିଛନ୍ତି। 21 ଜୁନରେ ଏହି ସଫଳତା ହାସଲ ହୋଇଥିବା ବୋଲି ମୋଦୀ କହିଛନ୍ତି। ମୋଦୀ କହିଛନ୍ତି ଯେ ଟୀକାକରଣର ନିରାପତ୍ତା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ୍। ଦେଶର ଅନେକ ସ୍ଥାନରେ କୋଭିଡ ଟିକା ପ୍ରତି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅନେକ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଦୁଲାରିଆ ଗାଁର ଲୋକଙ୍କୁ ଏହି ଟିକା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସଚିବ ଥିବା ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ। କୋଭିଡଙ୍କ ଚିକିତ୍ସା…

Read More

ରାଞ୍ଚି: ମା’ର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଥିବା ପୁଅ ଏକ ଭୟଙ୍କର ପଦକ୍ଷେପ ନେଇଛି। ମା’ ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରିନପାରିବାରୁ ଦଉଡି ଲଗାଇ ପୁଅ ଆତ୍ମହତ୍ୟା କରିଛି। ଝାଡଖଣ୍ଡର ଦେବଘର ଜିଲ୍ଲା ଅନ୍ତର୍ଗତ ଜଶିଡିହ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଜଶିଡିହ ଥାନା ଅଞ୍ଚଳର ଚରକୀ ପହରୀ ଗାଁର ଜଣେ ମହିଳା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତେଣୁ ମା’ ର ଚିକିତ୍ସା କରିବା ପାଇଁ ପୁଅ କିଶାନ ଅନେକ ଚେଷ୍ଟା କରିଥିଲା। ହେଲେ କିଶାନ ମା’ ର ଜୀବନ ବଞ୍ଚାଇପାରିନଥିଲା। ଦୀର୍ଘ ଦିନ ଧରି ମା’ ର ଚିକିତ୍ସା ଚାଲିଥିବାରୁ ପୁଅର ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଯାଇଥିଲା। ସେପଟେ ମା’ ର ମୃତ୍ୟୁ ଖବର ଏବଂ ଏପଟେ ନିଜର ଆର୍ଥିକ ପରିସ୍ଥିତିକୁ ଦେଖି ପୁଅ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲା। ଶେଷରେ ପରିସ୍ଥିତି…

Read More

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ନୂଆ ମହିଳା କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ଉପଦେଷ୍ଟା, ୩ ଜଣ କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦିକା ଓ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୭ ଜୋନ ସଭାପତି, ୯ ବରିଷ୍ଠ ଉପସଭାପତି, ୨୭ ଜଣ ଉପସଭାପତି, ୩୫ ଜଣ ସାଧାରଣ ସମ୍ପାଦକ, ୩୬ ଜଣ ସମ୍ପାଦକ, ୨୮ ଜଣ ଯୁଗ୍ମ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ରାଜଶ୍ରୀ ମଲ୍ଲିକ, ମଞ୍ଜୁଳତା ମଣ୍ଡଲ, ରୀତା ତରାଇ, ଲତିକା ପ୍ରଧାନ ଏବଂ ନନ୍ଦିନୀ ଦେବୀଙ୍କୁ ଉପଦେଷ୍ଟା ଦାୟିତ୍ଵ ଦିଆଯାଇଥିବା ବେଳେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦିଆଯାଇଛି। ସେହିଭଳି କସ୍ତୁରୀ ମାହାପାତ୍ରଙ୍କୁ ସାଧାରଣ ସମ୍ପାଦିକା ଏବଂ ଜୟଶ୍ରୀ ଦାସଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି।

Read More

କମାର ଶାଳଠାରେ, ତିନି ରଥ ପାଇଁ ଭୁଇଁ କଣ୍ଟା, ଛିଅଣ କଣ୍ଟା, ପୋଟଳ କଣ୍ଟା, ପୋଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା କାର୍ଯ୍ୟ ସରିଲା ପରେ ଏଲ, ଇଉ, ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ ଚାଲିଅଛି ।

Read More