କଲିକତା: କଲିକତାରେ ପାଖାପାଖି ତିନୋଟି ଟୀକାକରଣ ଶିବିର ଆୟୋଜନ କରି ନକଲି ଟୀକା ଦେଇଥିବା ଦେବଞ୍ଜନ ଦେବଙ୍କ ଉପରେ ଏବେ ହତ୍ୟା ଉଦ୍ୟମ ଅଭିଯୋଗ ଲାଗିପାରେ। ଅଭିଯୁକ୍ତଙ୍କ ନାମରେ ଧାରା ୩୦୭ ଯୋଡିବା ପାଇଁ ଅଦାଲତରେ କଲିକତା ପୋଲିସ ଅପିଲ କରିଛି। ପୋଲିସ କହିବା ଅନୁଯାୟୀ, କରୋନା ଟୀକା ବଦଳରେ ଦେବଞ୍ଜନ ଦେବ ଆଣ୍ଟିବାୟୋଟିକ ଆମୀକାସିନର ଇଂଜେକସନ ଲୋକଙ୍କୁ ଲଗାଇଦେଇଥିଲେ। ଏହି ଇଂଜେକସନ ଲଗାଇବା ପୂର୍ବରୁ ଲୋକଙ୍କର ଏଲର୍ଜୀ ଅଛି କି ନାହିଁ, ତାହା ସେ ଯାଞ୍ଚ କରିନଥିଲେ। ଏହା ଲୋକଙ୍କ ପାଇଁ ବିପଦଜନକ ହୋଇପାରେ। ଅଭିନେତ୍ରୀରୁ ସାଂସଦ ହୋଇଥିବା ମିମୀ ଚକ୍ରବର୍ତ୍ତୀ ମଧ୍ୟ ଏଭଳି ନକଲି ଟୀକାର ଶିକାର ହୋଇଥିଲେ। ସେ ଏହି ନକଲି ଟୀକାକରଣ ଶିବିର ବିଷୟରେ ପ୍ରଥମେ ଲୋକଙ୍କ ସାମ୍ନାକୁ ଆଣିଥିଲେ। ବର୍ତ୍ତମାନ ସୂଚନା ଅନୁଯାୟୀ, ଏହି ଇଂଜେକସନ ନେବା ପରେ ତୃଣମୂଳ ସାଂସଦ ମିମୀ ଚକ୍ରବର୍ତ୍ତୀ ଅସୁସ୍ଥ ଅନୁଭବ କରୁଛନ୍ତି। ସାଂସଦଙ୍କ ଗ୍ଲାଡ ବ୍ଳାଡରର ସମସ୍ୟା…
Author: Samikhsya Bureau
ଭୁବନେଶ୍ବର, ବର୍ତ୍ତମାନ ଡିଜିଟାଲ ଯୁଗରେ ସମସ୍ତ କଥା ଡିଜିଟାଲ ମାଧ୍ୟମରେ ହେଉଛି। ଯେତେବେଳେ ଡାକ୍ତର ଅନଲାଇନରେ ରୋଗୀ ଦେଖୁଛନ୍ତି ସେତେବେଳେ ସୁନା ଅଳଙ୍କାର କାହିଁକି ଡିଜିଟାଲି କିଣା ନ ଯିବ। ବର୍ତ୍ତମାନ ସମସ୍ତେ ଘରେ ବସିବା ଏବଂ କରୋନା କଟକଣା ପାଇଁ ଦୋକାନ ବଜାର ବନ୍ଦ ରହିଥିବାରୁ ସମସ୍ତ ବେପାର ମାନ୍ଦା ହୋଇଛି। ଏପରିକି ସୁନା ଅଳଙ୍କାର ବେପାର ମଧ୍ୟ ଠପ ହୋଇଯାଇଛି। ଏପରି ଅବସ୍ଥାକୁ ଧ୍ୟାନରେ ରଖି ଦେଶର ବ୍ରାଣ୍ଡେଡ ତାନିସ୍କ ତରଫରୁ ଆସିଛି ଏକ ନୂଆ ସୁଯୋଗ। ତାହା ହେଲା ଆପଣ ଘରେ ବସି ମଧ୍ୟ ସମସ୍ତ ପ୍ରକାରର ସୁନା ଗହଣା କଣିପାରିବେ। ସେଥିପାଇଁ ଟାଟା କଂପାନୀର ଏହି ତାନିସ୍କ ଆଣିଛି ଡିଜିଟାଲ ସୁନା ବା ଡିଜିଟାଲ ଗୋଲ୍ଡ ବ୍ୟବସ୍ଥା। ଫଳରେ ଆପଣ ଘରେ ବସି ନାମିଦାମି ସୁନା ଗହଣା କିଣିପାରିବେ। ଏପରିକି ତାହାକୁ ସମୟ ପଡିଲେ ବିକ୍ରି ମଧ୍ୟ କରିପାରିବ। ତେବେ ଏଥିପାଇଁ ପ୍ରଥମେ ଆପଣଙ୍କୁ ତାନିସ୍କର…
ଭୁବନେଶ୍ବର: କୋଭିଡ ଟୀକା ଯୋଗାଣର ଅନୁପାତ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ନିକଟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦାବି କରିଛନ୍ତି। ସରକାରୀ ଓ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ଟୀକାର ଅନୁପାତ ପରିବର୍ତ୍ତନ ପାଇଁ ଶ୍ରୀ ଦାସ ଦାବି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ନବ ଦାସ ଚିଠି ଲେଖି ଦାବି ଜଣାଇଛନ୍ତି। ସରକାରୀ ହସ୍ପିଟାଲକୁ ୯୫ ପ୍ରତିଶତ ଟୀକା ଯୋଗାଣ କରିବା ସହ ଘରୋଇ ହସ୍ପିଟାଲକୁ ମାତ୍ର ୫ ପ୍ରତିଶତ ଟୀକା ଦେବା ପାଇଁ ଶ୍ରୀ ଦାସ କହିଛନ୍ତି। ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ ରହିଛି। ତେଣୁ ଘରୋଇ ହସ୍ପିଟାଲକୁ ୫ ପ୍ରତିଶତ ଟୀକା ଦେବାକୁ କହିଥିବା ବେଳେ ରାଜ୍ୟ ସରକାରଙ୍କୁ ୯୫ ପ୍ରତିଶତ ଟୀକା ଦେବା ପାଇଁ ସେ ଦାବି କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟୀକା ଯୋଗାଇବା ପାଇଁ ପୂର୍ବରୁ ଘୋଷଣା କରିଛି।
ଭୁବନେଶ୍ବର: ରାଜ୍ୟରେ ୨୦ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକାଲି ସକାଳ ୮ ତା ୩୦ ଯାଏଁ ୨୦ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ଵାରା ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆସନ୍ତାକାଲି ସକାଳ ୮ ଟା ୩୦ ମିନିଟ ଠାରୁ ୨୮ ତାରିଖ ସକାଳ ୮ ଟା ୩୦ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ସତର୍କ କରାଯାଇଛି। ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,…
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଶିକ୍ଷା ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୈାଣସି ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିବ ନାହିଁ ବୋଲି ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ଉନ୍ନତ ମାନର ଶିକ୍ଷା ପାଇଁ ଶିକ୍ଷକମାନଙ୍କୁ ଉନ୍ନତ ମାନର ତାଲିମ ମଧ୍ୟ ଦିଆଯାଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଶିକ୍ଷାର ମାନ ଦିନକୁ ଦିନ ବଦଳି ଯାଉଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ପିଅନ ଓ କିରାଣୀ ଅଭାବ ପରିଲକ୍ଷିତ ହେଉଛି। ସରକାର ଏଥିପ୍ରତି ଟିକିଏ ବି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି। ସେମିତି ଏକ ବିଦ୍ୟାଳୟ ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ। ଦିନକୁ ଦିନ ଶିକ୍ଷକ ପଦବୀ ଖାଲି ପଡିବାରେ ଲାଗିଛି। ସରକାର ମଡେଲ ସ୍କୁଲ ଭାବରେ ଘୋଷଣା ମଧ୍ୟ କରିସାରିଛନ୍ତି। ପ୍ରଶାସନୀକ ଅଧିକାରୀମାନେ ଗସ୍ତ ପରେ ଗସ୍ତ…
ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଡେଲ୍ଟା ପ୍ଲସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଦେଶରେ ତୃତୀୟ ଲହରୀ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ତେବେ ଏହା ଭିତରେ ଲୋକଙ୍କୁ କେନ୍ଦ୍ର ସରକାର ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି। କୋଭିଡ-୧୯ର ସାର୍ସ-ସିଓଭି-୨ ର ଆଲ୍ଫା, ବୀଟା, ଗାମା ଏବଂ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ ଦୁଇ ଟୀକା କୋଭିସିଲ୍ଡ ଏବଂ କୋଭାକ୍ସିନ ଠିକ କାମ କରୁଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ହେଲେ ବର୍ତ୍ତମାନ ଦେଖାଯାଇଥିବା ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ବିରୋଧରେ ଏହି ଦୁଇ ଟୀକା କେତେ କାମ କରିବ, ତାହା ପରୀକ୍ଷା କରାଯାଉଛି। ଏହା ଉପରେ ଟୀକା କେତେ ପ୍ରଭାବ ପକାଉଛି, ତାହାର ପରୀକ୍ଷଣ ଏବେ ଲ୍ୟାବରେ କରାଯାଉଛି। ଆଗାମୀ ୭ ରୁ ୧୦ ଦିନ ମଧ୍ୟରେ ଏହାର ପରିଣାମ ଆସିଯିବ ବୋଲି ଆଶା କରାଯାଉଛି। ଏନେଇ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସାମ୍ବାଦିକ ସମ୍ମିଳନୀରେ…
ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ୩୦ ଜିଲ୍ଲା ପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରାଯାଇ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି। ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ୭ ଟି ଜିଲ୍ଲା ଦାୟିତ୍ଵ ଦିଆଯାଇଥିବା ବେଳେ ଦେବୀ ମିଶ୍ରଙ୍କୁ ୬ ଟି ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଟି, ବିକ୍ରମ ଆରୁଖଙ୍କୁ ୫ ଟି, ନିରଞ୍ଜନ ପୂଜାରୀ ୪ଟି ଏବଂ ମହେଶ୍ଵର ମହାନ୍ତିଙ୍କୁ ୨ ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ନ୍ୟସ୍ତ କରାଯାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତକାଲି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୬୧ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୯.୦୮ ପ୍ରତିଶତ ରହିଛି। ଅନୁରୂପ ଭାବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୬ ଜଣ, ଏ-୨ ଗ୍ରେଡ଼ରେ ୮୮ ଜଣ, ବି-୧ ଗ୍ରେଡ଼ରେ ୨୫୪ ଜଣ ଏବଂ ବି-୨ ଗ୍ରେଡ଼ରେ ୩୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୪ ଜଣ, ଏ-୨ ଗ୍ରେଡ଼ରେ ୫୦ ଜଣ, ବି-୧ ଗ୍ରେଡ଼ରେ ୧୭୦ ଜଣ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୮ ହଜାର ୬୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୮୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧ ଲକ୍ଷ ୮୨ ହଜାର ୧୭୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୯୫ ହଜାର ୫୬୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୪୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୦…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୫୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୦୨୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୨୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୦ ହଜାର ୧୪୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୦୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୫୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୫୧ ଜଣ, କଟକ ଜିଲ୍ଲାରୁ ୫୦୧ ଜଣ, ଅନୁଗୁଳ ଜିଲ୍ଲାରୁ…
ମେଷ- ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ବୃଷ– ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ…
ଭୁବନେଶ୍ବର, ଟଙ୍କା ଦୁନିଆର ସବୁକିଛି ନୁହେଁ । ଟଙ୍କା ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟଙ୍କା ହେଉଛି ସବୁକିଛି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଅଛି। ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଧନ ନଷ୍ଟ ହେବା ପରେ ଆସିପାରେ, କିନ୍ତୁ ଥରେ ଏସବୁ ଜିନିଷ ଚାଲିଯିବା ପରେ ତାହା ଆଉ ଫେରେ ନାହିଁ । ତେବେ ଚାଣକ୍ୟଙ୍କ ହିସାବରେ କଣ ସେହି ଜିନିଷ ଯାହା ଟଙ୍କା ଅପେକ୍ଷା ବେଶ୍ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ପରିସ୍ଥିତିରେ ଧର୍ମ ଛାଡିବା ଉଚିତ୍ ନୁହେଁ। ଜଣେ ସର୍ବଦା ଧର୍ମର ମାର୍ଗ ଅନୁସରଣ କରିବା ଉଚିତ୍। ଧର୍ମର ପଥରେ ଚାଲୁଥିବା ବ୍ୟକ୍ତି ଜୀବନରେ ସମ୍ମାନ ପାଇଥାଏ। ଧର୍ମ ପାଇଁ ଟଙ୍କା ବଳିଦାନରେ…
ମେଷ- ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। ମୀନ-ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ।
କର୍କଟ- ଆଜି ପାରିବାରିକ ଜୀବନରେ ପ୍ରେମର ଏକ ନୂଆ ଅନୁଭବ ଦେଖାଯିବ ଏବଂ ପରିବାର ସହିତ କୈଣସି ସ୍ଥାନରେ ଖାଇବାକୁ ବାହାରକୁ ଯିବାର କଳ୍ପନା ସୃଷ୍ଟି ହେବ । ବ୍ୟବସାୟରେ କିଛି ଅସୁବିଧା ହୋଇପାରେ, କିନ୍ତୁ କାମ ପାଇଁ ଭଲ ହେବ । ସିଂହ- ଆଜି ଭ୍ରମଣର ସମୟ ରହିଛି, କିନ୍ତୁ ସତର୍କତା ରଖନ୍ତୁ କାରଣ ଭ୍ରମଣ ସମୟରେ କିଛି ଅସୁବିଧା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରହିବ। ଆଜି ଖର୍ଚ୍ଚ ବଢିବ, ଯାହା ଆପଣଙ୍କ ଟେନସନକୁ ବଢାଇପାରେ। ଆୟ ସ୍ୱାଭାବିକ ହେବ। ପାରିବାରିକ ପରିବେଶ ସୁଖରେ ପରିପୂର୍ଣ୍ଣ ହେବ।
ବିଛା- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ । ଏହାକୁ ଧ୍ୟାନ ଦେବାକୁ ପଡିବ । ଖର୍ଚ୍ଚ ବୃଦ୍ଧି ପାଇବ । ମାନସିକ ଚାପ ଦ୍ୱାରା ଆପଣ ଅନାବଶ୍ୟକ ଭାବରେ ବିଚଳିତ ହେବେ, କିନ୍ତୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ । ବିବାହିତ ଲୋକମାନେ ଘରୋଇ ଜୀବନରେ ନିଜ ପତି-ପତ୍ନୀଙ୍କ ନିକଟତର ହେବେ ଏବଂ ପରସ୍ପର ସହିତ ବୁଝାମଣା ଭଲ ହେବ । ଧନୁ- ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ। ଆପଣଙ୍କର ଉଦ୍ୟମ ଅର୍ଥ ଦୃଷ୍ଟିରୁ ସଫଳ ହେବ। କୈଣସି ସ୍ଥାନରୁ ଟଙ୍କା ଆସିବ ଏବଂ ଆପଣଙ୍କର ଅଟକି ଯାଇଥିବା କାମ ପୁଣି ଆରମ୍ଭ ହେବ। ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ପାରିବାରିକ ଜୀବନ ଆପଣଙ୍କୁ ଶକ୍ତିଶାଳୀ କରିବ। ଆଜି ପ୍ରେମ ଜୀବନରେ ଶୁଭ ଦିନ ।
ମକର- ଆଜି ଆପଣ ଭଲ ଫଳାଫଳ ପାଇବ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିବ। ଆପଣ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟ ଆପଣଙ୍କୁ ସନ୍ତୁଷ୍ଟ କରିବ। ପ୍ରେମ ଜୀବନରେ ଆପଣ ରୋମାନ୍ସ କରିବାର ଏକ ସୁଯୋଗ ପାଇବେ। କୁମ୍ଭ- ଆଜି ଆପଣଙ୍କ ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ ଖୁସି ଦେବାକୁ ଚେଷ୍ଟା କରିବେ ଏବଂ ଆପଣଙ୍କ ପାଇଁ କିଛି ନୂଆ କରିବେ।
କନ୍ୟା- ଆଜି ଟଙ୍କା ଆସିବ ଏବଂ ଆୟକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ। ପ୍ରେମ ଜୀବନରେ କିଛି ଅସୁବିଧା ହେବ। ଆପଣଙ୍କ ପ୍ରିୟଙ୍କ ମଧ୍ୟରେ ସଠିକ୍ ବୁଝାମଣା ହୋଇପାରିବ ନାହିଁ ଏବଂ ବିବାହିତ ଲୋକମାନେ ସେମାନଙ୍କ ଘର ଜୀବନକୁ ଭଲ ଉପଭୋଗ କରିବେ। ଆପଣଙ୍କ ଜୀବନ ସାଥୀ ମଧ୍ୟ ଏକ ଭଲ ଲାଭ ଦେଇପାରନ୍ତି। ବ୍ୟବସାୟରେ ଲାଭ ହେବ । ତୂଳା- ଆପଣଙ୍କର ଆଜି ଏକ ସାଧାରଣ ଦିନ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, ଯାହା ଆପଣଙ୍କୁ ଏଥିରେ ସାହାଯ୍ୟ କରିବ । କୈଣସି ସ୍ଥାନରୁ ହଠାତ୍ ରାଶି ଆସିବ ଏବଂ ଆପଣଙ୍କ ଚେହେରାରେ ଫୁଲ ଫୁଟିବ । ତଥାପି, ପରିବାରରେ କିଛି ଟେନସନ ହୋଇପାରେ । ଯେଉଁମାନେ ଆଜି ନିଯୁକ୍ତି ପାଇଛନ୍ତି ସେମାନେ ସେମାନଙ୍କର କାର୍ଯ୍ୟ ଉପରେ ଧ୍ୟାନ ଦେବାର ଭଲ ଫଳ ଦେଖିବାକୁ ପାଇବେ।
ବୃଷ– ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ମିଥୁନ– ଆଜି ଆପଣ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଇବେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ । ଏହା ଆପଣଙ୍କୁ ଏକ ନୂତନତା ଅନୁଭବ ଆଣିବ ଏବଂ ଶକ୍ତି ବୃଦ୍ଧି କରିବ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନରେ କିଛି ଚାପ ଅନୁଭବ କରିବେ ଏବଂ ଘରେ କୈଣସି ସମସ୍ୟା ଏହା ହୋଇପାରେ ।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୬୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୦୨, କଟକରୁ ୪୧୯, ଯାଜପୁରରୁ ୩୨୨, ବାଲେଶ୍ବରରୁ ୨୯୪, ପୁରୀରୁ ୧୯୩, ଭଦ୍ରକରୁ ୧୭୯, ଅନୁଗୁଳରୁ ୧୬୫, କେନ୍ଦ୍ରାପଡାରୁ ୧୪୫, ଜଗତସିଂହପୁରରୁ ୧୧୮, ନୟାଗଡରୁ ୧୧୨, ରାୟଗଡାରୁ ୧୧୧, ମୟୂରଭଞ୍ଜରୁ ୧୧ଓ, ନବରଙ୍ଗପୁରରୁ ୯୯, ବରଗଡରୁ ୮୧, ଢେଙ୍କାନାଳରୁ ୭୫, ସୁନ୍ଦରଗଡରୁ ୭୪, କେନ୍ଦୁଝରରୁ ୬୬, କୋରାପୁଟରୁ ୬୨, ମାଲକାନାଗିରିରୁ ୫୧, କନ୍ଧମାଳରୁ ୪୯, ବୌଦ୍ଧରୁ ୪୫, ସମ୍ବଲପୁରରୁ ୪୫, ସୋନପୁରରୁ ୪୩, କଳାହାଣ୍ଡିରୁ ୩୫, ବଲାଙ୍ଗୀରିରୁ ୩୪, ନୂଆପଡାରୁ ୩୩, ଦେବଗଡରୁ ୩୦, ଗଞ୍ଜାମରୁ ୨୭, ଗଜପତିରୁ ୨୩, ଝାରସୁଗୁଡାରୁ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୬୦…
ସୀତାରାମ ଅଗ୍ରୱାଲ ବାଣପୁର: ଏକ ବେଆଇନ କ୍ଲିନିକରେ ଚଢାଉ କରି ଲକ୍ଷାଧୀକ ଟଙ୍କାର ଔଷଧ ଜବତ କରିବା ସହ ସମ୍ପୃକ୍ତ କ୍ଲିନିକକୁ ଖୋର୍ଦ୍ଧା ଡ୍ରଗ୍ସ ଇନସପେକ୍ଟର ସିଲ୍ କରିଛନ୍ତି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମରେ ପ୍ରବୀର କୁମାର ରୟ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ହେଲା ଏକ କ୍ଲିନିକ୍ କରି ରୋଗୀ ମାନଙ୍କୁ ଚିକିତ୍ସା କରିଆସୁଥିଲେ। କିନ୍ତୁ ଉକ୍ତ କ୍ଲିନିକ୍ ଵିନା ଲାଇସେନସରେ ଚାଲିଥିଲା। କରୋନା ସମୟରେ ଲୋକଙ୍କୁ ନିମ୍ନମାନର ଔଷଧ ଦେଇ ଚିକିତ୍ସା କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଆଜି କ୍ଲିନିକ ଉପରେ ଚଢାଉ କରାଯାଇଥିଲା। ଡ୍ରଗସ ବିଭାଗ ଇନସପେକ୍ଟର ଉକ୍ତ କ୍ଲିନିକରୁ କେତେକ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଛନ୍ତି ଏବଂ କେତେଗୋଟି ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ମଧ୍ୟ ପଠାଇଛନ୍ତି। ଅନୁରୂପ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବାଣପୁର କୋର୍ଟରେ ଏକ…

