ଭୁବନେଶ୍ୱର, ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ୧୦୦୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାକାର କରିବା ଏବଂ ଏହାକୁ ଏକ ଗୋଲ୍ଡ କ୍ୟାଟେଗୋରୀ ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ ଆଜି ଅନୁଷ୍ଠିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ୨୦୫ତମ ବୋର୍ଡ ଅଫ୍ ଡାଇରେକଫରସ୍ ବୈଠକରେ ନିଷ୍ପତି ହୋଇଛି। ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ନିଗମର କାର୍ଯ୍ୟ ପରିସରକୁ ବ୍ୟାପକ ଏବଂ ବର୍ତ୍ତମାନର ସମ୍ବଳକୁ ସର୍ବାଧିକ ବିନିଯୋଗ କରାଯିବ। ନିଗମ ୬୧୩ କୋଟି ଟଙ୍କାର ବ୍ୟବସାୟ କରି ଅନନ୍ୟ ରେକର୍ଡ କରିଥିବାରୁ ବୋର୍ଡ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ନିଗମ କାର୍ଯ୍ୟଧାରାକୁ ଆହୁରି ବ୍ୟାପକ ଏବଂ ଆଧୁନିକୀକରଣ କରିବା ପାଇଁ ଏହି ବୋର୍ଡରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗରେ ଥିବା ଭିତ୍ତିଭୂମି ନିର୍ମାଣ, ଇ-ସିଷ୍ଟମ୍ ଡେଭେଲପ୍ମେଣ୍ଟ ଏବଂ ଉନ୍ନତ ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ବ୍ୟବସାୟ…
Author: Samikhsya Bureau
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ।ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ବଦଳି କରାଯାଇଛି । ଏହି ପଦବିରେ ଥିବା ବରିଷ୍ଠ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ପରେ ଏହା ଖାଲି ପଡିଥିଲା। ସେହିପରି ବର୍ତ୍ତମାନର ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି। ଏଥିସହ ତାଙ୍କୁ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି ଲଳିତ ଦାସ । ବର୍ତ୍ତମାନ ଲଳିତ ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ଆର କେ ଶର୍ମାଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି ଭାବେ ନିଯୁକ୍ତି କରାଯାଇଛି। ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଦାୟିତ୍ୱ ଦିଆଯାଇଛି। ସେହିପରି ଅସିତ ପାଣିଗ୍ରାହୀ ଆଇଜି ଭିଜିଲାନ୍ସ, ସୁଧାଂଶୁ ଷଡଙ୍ଗୀ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି।
ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସ ଭବନରେ ଚାଲିଥିବା ଜମ୍ମୁକାଶ୍ମୀର ସର୍ବଦଳୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଜମ୍ମୁକାଶ୍ମୀରର 14 ଜଣ ନେତା ଯୋଗ ଦେଇଥିଲେ। ଏଥିସହିତ ଏଥିରେ ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ନେତାମାନେ ପୁଣିଥରେ ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ଦାବୀ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକରେ ରାଜ୍ୟର ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନେତାଙ୍କୁ ଦିଲ୍ଲୀ ରୁ ଦିଲ୍ ଦୂରତା ହ୍ରାସ କରିବାର ଆବଶ୍ୟକ ବୋଲି କହିଥିଲେ।
ଭୁବନେଶ୍ୱର, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍ରେ ଜିଓ ଓ ଗୁଗୁଲ୍ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍ଗୁଡ଼ିକ ରହିଛି । ଆଣ୍ଡ୍ରଏଡ୍ ଭିତ୍ତିକ ଏହି ଫୋନ୍ର ଅପରେଟିଂ ସିଷ୍ଟମ୍କୁ ଗୁଗୁଲ୍ ଓ ଜିଓ ମିଳିତ ଭାବେ ବିକଶିତ କରିଛନ୍ତି । ମୁକେଶ ଅମ୍ବାନି ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍କୁ ସାଧାରଣ ଲୋକଙ୍କ ପକେଟ୍କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଏବଂ ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀରୁ ଏହା ବଜାରରେ ମିଳିବ । ଭାରତୀୟ ବଜାର ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ଜିଓଫୋନ୍-ନେକ୍ସଟ ସ୍ମାର୍ଟଫୋନ୍ରେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ ମଧ୍ୟ ଆପ୍ ଡାଉନ୍ଲୋଡ୍ କରିପାରିବେ । ସ୍ମାର୍ଟଫୋନ୍ରେ ଉନ୍ନତ କ୍ୟାମେରା…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ବ୍ଲକ ଏବଂ ଏନଏସିରେ ଟୀକାକରଣ ପ୍ରକ୍ରିୟା ଜାରି ରହିବ। ଆସନ୍ତାକାଲି ଏହି ଅଞ୍ଚଳର ଦୁଇଟି କେନ୍ଦ୍ରରେ ଟୀକାକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୩୦୦ଡୋଜ ୨- ଭାଲେରି ଉଚ୍ଚ ବିଦ୍ୟାଳୟ, ଚାଷଙ୍ଗରା- ୨୦୦ ଡୋଜ ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୧୦ ରୁ ଅପରାହ୍ନ ୧ ଘଟିକା ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲି ଟୀକାକରଣ ବନ୍ଦ ରହିବା ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ଟୀକା ଆସିନପାରିବାରୁ ଏଭଳି ନିଷ୍ପତ୍ତି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୦୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ହଜାର ୧୪୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୬ ହଜାର ୧୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୪୧, ଯାଜପୁରରୁ ୩୨୯, ବାଲେଶ୍ବରରୁ ୨୯୬, କଟକରୁ ୨୯୫, ଅନୁଗୁଳରୁ ୨୦୩, ପୁରୀରୁ ୧୮୨, ଭଦ୍ରକରୁ ୧୭୮, ମୟୂରଭଞ୍ଜରୁ ୧୫୨, ଜଗତସିଂହପୁରରୁ ୧୩୧, କେନ୍ଦ୍ରାପଡାରୁ ୧୧୬, ନୟାଗଡରୁ ୧୧୬, ନବରଙ୍ଗପୁରରୁ ୧୦୦, କୋରାପୁଟରୁ ୮୪, କେନ୍ଦୁଝରରୁ ୮୧, ରାୟଗଡାରୁ ୭୫, ବରଗଡରୁ ୬୧, ମାଳାକାନଗିରିରୁ ୫୫, କଳାହାଣ୍ଡିରୁ ୫୪, ଢେଙ୍କାନାଳରୁ ୫୩, ଗଜପତିରୁ ୪୬, ସୁନ୍ଦରଗଡରୁ ୪୬, କନ୍ଧମାଳରୁ ୪୧, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୯, ଦେବଗଡରୁ ୨୮, ନୂଆପଡାରୁ ୨୦, ସୋନପୁରରୁ ୧୯, ଝାରସୁଗୁଡାରୁ ୧୬, ବଲାଙ୍ଗୀରିରୁ ୧୫, ବୌଦ୍ଧରୁ ୧୩ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…
ଖୋର୍ଦ୍ଧା: ବେଇଆନ ଭାବେ ବିଦେଶୀ ମଦ ବିକ୍ରି କରି ଜଣେ ଅଭିଯୁକ୍ତ ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି। ସୂଚନା ମୁତାବକ ଗତକଲି ରାତିରେ ଖୋର୍ଦ୍ଧା ଏଲଆଇସି ଅଫିସର ବିପରୀତ ଦିଗରେ ଥିବା ଏକ ପାନ ଦୋକାନରେ ବେଆଇନ ଭାବେ ବିନା ଲାଇସେନ୍ସରେ ବିଦେଶୀ ମଦ ବିକ୍ରି ହେଉଥିବାର ଖବର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ପାଇଥିଲେ। ତେବେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରିବା ପାଇଁ ଆଇଆଇସି ଟାଉନ ଥାନା ଏସଆଇ ପଦ୍ମଲୋଚନ ବେହରା ଏବଂ ବିଜୟ କୁମାର ବେହରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଉକ୍ତ ଟିମ ସମ୍ପୃକ୍ତ ପାନ ଦୋକାନରେ ଚଢ଼ାଉ କରି ୨୭.୦୮ ଲିଟର ବିଦେଶୀ ମଦ ଜବତ କରିବା ସହ ପାନ ଦୋକାନୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ବାସେଳୀ ସାହିର ଗଣେଶ ସାହୁ (୨୫)। ତେବେ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ କେସ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ପାଖାପାଖି ଏଗାର ଶହ ଲୋକ ଟୀକା ନେଇଥିବା ବେଳେ ଆସନ୍ତାକାଲି ପାଇଁ ଏହାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ନେଇ ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିରେ ଆଜି ଭଳି ଆସନ୍ତାକାଲି ସମାନ ସଂଖ୍ୟକ ଟୀକା ଲୋକଙ୍କୁ ଦିଆଯିବ। ହେଲେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆସନ୍ତାକାଲି ଟୀକା କରଣ ବନ୍ଦ ରହିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ) ୨- ସହିଦ କୃତିବାସ…
ମୁମ୍ବାଇ, ରିଲାଏନ୍ସ ଏହାର ଶକ୍ତି ବ୍ୟବସାୟର ଚେହେରା ବଦଳାଇବାକୁ ଯାଉଛି। ଆଜି ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହିପରି ବଡ ଘୋଷଣା କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଏକାସାଙ୍ଗରେ ବହୁ ବୃହତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ରିଲାଏନ୍ସ, ଗୁଜୁରାଟର ଜାମନଗରରେ 5000 ଏକର ପରିମିତ ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କମ୍ପ୍ଲେକ୍ସ ନିର୍ମାଣ କରିବ। ଆଗାମୀ 3 ବର୍ଷରେ ରିଲାଏନ୍ସ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ ପାଇଁ 75000 କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି। ସବୁଜ ଶକ୍ତିର ମେଗା ଯୋଜନାରେ ତିନୋଟି ପ୍ରମୁଖ ଅଂଶ ଅଛି। ପ୍ରଥମ ଭାଗରେ ଚାରୋଟି ଗିଗା କାରଖାନା ନିର୍ମାଣ ହେବ, ଯାହା ନୂତନ ଶକ୍ତି ଇକୋସିଷ୍ଟମର ସମସ୍ତ ପ୍ରମୁଖ ଯନ୍ତ୍ରାଂଶ ଉତ୍ପାଦନ କରିବ। ଏଥି ମଧ୍ୟରୁ ଗୋଟିଏ ସୌର ଶକ୍ତି ପାଇଁ ହେବ। ଯାହା…
ମୁମ୍ବାଇ, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ) ର ବହୁ ପ୍ରତୀକ୍ଷିତ ବାର୍ଷିକ ସାଧାରଣ ସଭାରେ ବା ଏଜିଏମ୍ ରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ରିଲାଏନ୍ସ ଜିଓ ଭାରତରେ ଏକ ନୂତନ ସ୍ମର୍ଟ ଫୋନ ବଜାରକୁ ଆଣିବ। ଯାହାର ନାମ ହେଲା ଜିଓଫୋନ୍ ନେକ୍ସେଟ JioPhone Next । ଖୁସିର କଥା ଏହା ଗୁଗୁଲ ଏବଂ ଜିଓ ମିଳିତ ଭାବେ ବିକଶିତ କରୁଛନ୍ତି। ଉଭୟ କଂପାନୀର ସହଭାଗିତାରେ ଏହି ନୂଆ ଜିଓଫୋନ୍ ନେକ୍ସେଟ ପ୍ରସ୍ତୁତ କରାଯାଉଛି। ଏହି ଫୋନ କେବଳ ଭାରତରେ ନୁହେଁ ବିଶ୍ୱରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେବ ବୋଲି ମୁକେଶ ଘୋଷଣା କରିଛନ୍ତି। ଏହି ନୂଆ ଜିଓଫୋନ୍ ନେକ୍ସେଟ୍ ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ସେପ୍ଟେମ୍ବର 10ରେ ବଜାର ପ୍ରବେଶ କରିବ ବୋଲି ମୁକେଶ କହିଛନ୍ତି। ଏହି ଫୋନ ପ୍ରଥମେ ଭାରତରେ ଲଞ୍ଚ ହେବ, ଏହା ପରେ ବିଶ୍ବ…
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଆଜି ଏକ ମହତ୍ବପୂର୍ଣ୍ଣ ଦିନ। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଯାଉଛି। ଜମ୍ମୁ-କାଶ୍ମୀର ପ୍ରାୟ ୧୪ ଟି ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେବେ। ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀଙ୍କସହ ରାଜ୍ୟର ନେତାମାନଙ୍କ ଏହା ପ୍ରଥମ ବୈଠକ ହେବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଆବାସ ଅଭିମୁଖେ ନେତାମାନଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି। ଅପରାହ୍ନ ୩ ଟା ସମୟରେ ଏହି ବୈଠକ ଆରମ୍ଭ ହେବ।
ଭୁବନେଶ୍ଵର: କରୋନା କାଳରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି। ସେଥିପାଇଁ ପ୍ରତି ଚାଷୀଙ୍କୁ ୬ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିବ। ଗୋ ଖାଦ୍ୟ ବାବଦକୁ ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କୁ ଏହି ସହାୟତା ରାଶି ମିଳିବ। ଏଥିରେ ପ୍ରାୟ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ।
ପୁରୀ, ସ୍ନାନ ମଣ୍ଡପରେ ଶ୍ରୀଜିୟୁଙ୍କ ସ୍ନାନ ଶେଷ ହେବା ପରେ ବର୍ତ୍ତମାନ ଗଜାନନ ବେଶରେ ଭର୍ଚ୍ୟୁୟାଲ ମାଧ୍ୟମରେ ଦର୍ଶନ ଦେଉଛନ୍ତି। କରୋନା ପାଇଁ ସାରା ପୁରୀରେ 144 ଧାରା ଲାଗୁ ହୋଇଥିବାରୁ ଭକ୍ତମାନେ ସିଧା ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ରାଜ୍ୟ ମହାପ୍ରଭୃଙ୍କ ଗଜାନନ ବେଶ ଦର୍ଶନ ପାଇଁ ଟିଭି ମାଧ୍ୟମ ପାଲଟିଛି। ଓଡିଶାର ସମସ୍ତ ଟିଭି ଚ୍ୟାନେଲରେ ଠାକୁରଙ୍କ ଏହି ବିରଳ ବେଶକୁ ପ୍ରସାରଣ କରୁଛନ୍ତି। ଫଳରେ ସିଧା ନ ହେଲା ନାଇଁ ଭର୍ଚୁୟାଲରେ ଦର୍ଶନ କରୁଛନ୍ତି ଭକ୍ତଗଣ। ସ୍ନାନ ଯାତ୍ରା ପାଇଁ ରାତି 2 ଟା 30 ମିନଟରେ ପ୍ରଥମେ ପହଁଣ୍ଡି ଆରମ୍ଭ ହୋଇଥିଲା। 4ଟା ବେଳେ ପ୍ରଥମେ ମଦନମୋହନ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହା ପରେ ତିନିଠାକୁର ଧାଡି ପହଁଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହାପରେ ସ୍ନାନ କରାଯାଇ ନୂଆଲୁଗା ପରିଧାନ କରାଯାଇଥିଲା। ସେହିପର ଛେରାପହଁରା ଦିନ ୧୦ଟା ୩୦ ଅନୁଷ୍ଠିତ ହୋଇଥିଲା।…
ସୀତାରାମ ଅଗ୍ରୱାଲ ନାଚୁଣୀ: ଲକ୍ଷାଧିକ ଟଙ୍କାର ମାଛଧରା ଜାଲ ଚୋରୀ କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ଲକ୍ଷ୍ମୀଧର ବେହେରା ପେସାରେ ଜଣେ ଧୀବର। ଚିଲିକାରୁ ମାଛ ଧରି ତାଙ୍କ ପରିବାର ଗୁଜୁରାଣ ମେଣ୍ଟାନ୍ତି। ତେବେ ଗତବର୍ଷ ନଭେମ୍ବର ମାସ ୪ ତାରିଖ ରାତ୍ରିରେ ଲକ୍ଷ୍ମୀଧରଙ୍କ ୧୫୦ ବଣ୍ଡିଲ ଜାଲଗୁଡିକୁ ସେହି ଗ୍ରାମର ବୁଢ଼ା ବେହେରା, ସନ୍ଦୀପ ଜେନା ଏବଂ ସୁକୁଟା ସାହୁ ମିଶିକରି ଚୋରି କରି ନେଇଯାଇଥିବାର ଅଭିଯୋଗ ହୋଇଥିଲା। ଉକ୍ତ ଜାଲଗୁଡିକର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଏହାପରେ ଲକ୍ଷ୍ମୀଧର ଗ୍ରାମରେ ଏକ ସାମାଜିକ ବୈଠକ ଡକାଇ ଉକ୍ତ ଘଟଣା ଉପସ୍ଥାପନ କରିଥିଲେ। ତେବେ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଜାଲ ଚୋରୀ କରିଥିବା ଅଭିଯୁକ୍ତମାନେ ସବୁ ଜାଲ ଫେରାଇଦେବେ ବୋଲି ଗ୍ରାମ ସଭାରେ ପ୍ରତିଶୃତି ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦିଷ୍ଟ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବଜାର ଅଞ୍ଚଳରେ ଦିନକୁ ଦିନ ଶିରାପ୍ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହି ନିଶାକୁ ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସହିତ ନିଜର ହିତାହିତ ଜ୍ଞାନ ହରାଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାଶ ଶିରାପକୁ ବାନ୍ତି ବଟିକାରେ ମିଶ୍ରଣ କରି ନିଶା ଆକାରରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଏଭଳି ଏକ ମାରାତ୍ମକ ନିଶାକୁ ତିର୍ତ୍ତୋଲ ଅଞ୍ଚଳର ଅନେକ ଭଦ୍ରମୁଖା ପିନ୍ଧା ବ୍ୟକ୍ତିଙ୍କ ସମେତ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀ ମାନେ ସେବନ କରି ମୃତ୍ୟୁ ମୁଖକୁ ଠେଲି ହୋଇଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କେତେକ ଔଷଧ ଦୋକାନୀ ଏହି ନିଶା ଶିରାପର ବହୁଳ ବିକ୍ରୟ କରି ମାଲେମାଲ୍ ହେଉଥିବା କୁହାଯାଉଛି। ସୂଚନାନୁଯାୟୀ ଏଭଳି ଏକ ମାରାତ୍ମକ ନିଶା ଆକାରରେ ବ୍ୟବହାର କରାଯାଉଥିବା ଏହି ଶିରାପ୍ ଓ ବଟିକାକୁ ତିର୍ତ୍ତୋଲ ବଜାର ଅଞ୍ଚଳର ଜନୈକ ଭଦ୍ରମୁଖା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୬୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୮୨ ହଜାର ୮୦୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୦ ଲକ୍ଷ ୬୩ ହଜାର ୭୪୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୨୭ ହଜାର ୫୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୬୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, ସୁନ୍ଦରଗଡ, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ନୟାଗଡ, ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଭଦ୍ରକ, ଢେଙ୍କାନାଳ ଓ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮…
ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ହ୍ରାସ ପାଇଥିରେ ମଧ୍ୟ ଗତ କିଛିଦିନ ଧରି ନୂଆ ମାମଲା ତିନି ହଜାର ଉପରେ ରହୁଛି। ରାଜ୍ୟ ସବଚନା ଓ ଲୋକ ସଂପର୍କ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩,୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯୮ ଜଣ ଥିବା ବେଳେ ସ୍ଥାନୀୟ ସମ୍ପର୍କରୁ ୧୫୫୨ ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲା ସ୍ତରୀୟ ସଂକ୍ରାମଣ ସଂଖ୍ୟା ହେଲା ଏହିପରି ୧ – ଅନୁଗୁଳ: ୧୧୨ ୨ – ବାଲେଶ୍ୱର: ୨୭୮ ୩ – ବରଗଡ: ୪୫ ୪ – ଭଦ୍ରକ: ୧୭୦ ୫ – ବଲାଙ୍ଗୀର: ୧୬ ୬ – ବୌଦ୍ଧ: ୪୧ ୭ – କଟକ: ୪୮୫ ୮ – ଦେବଗଡ଼: ୪ ୯ – ଢେଙ୍କାନାଳ: ୧୧୦ ୧୦ – ଗଜପତି: ୮ ୧୧ – ଗଞ୍ଜାମ: ୧୪ ୧୨ –…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୬୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୦୯୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୫୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୩ ହଜାର ୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୭୭୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୧୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୬୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୦୪ ଜଣ, କଟକ ଜିଲ୍ଲାରୁ ୪୮୫ ଜଣ, ଅନୁଗୁଳ ଜିଲ୍ଲାରୁ…
ଭୁବନେଶ୍ବର, ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ଏଥିରେ ମାଟ୍ରିକ ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଆସନ୍ତାକାଲି ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଏହି ରେଜଲଟ ଦେଖିପାରିବେ। ୱେବସାଇଟ ହେଲା www.bseodisha.ac.in ଏବଂ www.bseodisha.nic.in ରେ ମଧ୍ୟ ଉପଲବ୍ଧ ହେବ । ଏଥିସହିତ ମୋବାଇଲ ଏସଏମଏସରେ ମଧ୍ୟ ଛାତ୍ରଚାତ୍ରୀମାନେ ରେଜଲଟ ଜାଣପାରିବେ। ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ । ଚଳିତ ବର୍ଷ କରୋନା ପାଇଁ ମାଟ୍ରିକ ପରୀକ୍ଷା ହୋଇପାରି ନାହିଁ। ହେଲେ ବୋର୍ଡ କର୍ତ୍ତୁପକ୍ଷ ଏକ ପରିମାପ ନିର୍ଦ୍ଧାରଣ କରି ଏହି ରେଜଲଟ ପ୍ରକାଶିତ କରିବେ।

