Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦଶମ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ ମୋଟ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପାସ୍ କରିଛନ୍ତି। ସେହିପରି ଚଳିତ ବର୍ଷ ଏକ୍ସରେଗୁଲାରରେ ୮୮.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହୋଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବିଫଳ ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ-୧ ଗ୍ରେଡ୍‌ ପାଇଥିବା ବେଳେ, ୨୨ ହଜାର ୧୩୧ ଜଣ ଏ-୨ ଗ୍ରେଡ୍, ୫୨ ହଜାର ୧୯୯ ଜଣ ବି-୧ ଗ୍ରେଡ୍, ୯୪…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ପାଖାପାଖି ୨ ହଜାର ଲୋକଙ୍କୁ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ) ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ ୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ ୬- ହଳନ୍ଦା…

Read More

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ବିଧାୟକ ପ୍ରଣବ ବଳବନ୍ତରାୟ,…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଅଂଚଳ ହେଉଛି ଗଞ୍ଜେଇ ଚୋରା ବେପାରିଙ୍କ ପେଣ୍ଠସ୍ଥଳ ଭାବରେ ଅତୀତରେ ପରିଗଣିତ ଥିଲା। ବାରମ୍ବାର ଚଢଉ ଓ ଗଞ୍ଜେଇ ଚାଷ କରୁଥିବା ଚାଷୀ ବିରୁଦ୍ଧରେ ପୋଲିସ୍ ର ମାତ୍ରାଧିକ ଚଢଉ ଯୋଗୁଁ ଗଞ୍ଜେଇ ବେପାରୀମାନେ ନୀରବି ଯାଇଥିଲେ। ସେମିତି ମଝିରେ ମଝିରେ ଚୋରାରେ ଗଞ୍ଜେଇ ଆଣୁଥିଲେ ମଧ୍ୟ ପୋଲିସ୍ ସେମାନଙ୍କୁ ଧରିବାରେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଦୀର୍ଘ ଦିନର ନୀରବତା ପରେ ପୁଣି ଗଞ୍ଜେଇ ବେପାରୀ ମାନେ ମାତି ଉଠିଛନ୍ତି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ଗତକାଲି ସକାଳେ ନାକଟିଦେଉଳ ଥାନା ଶିମିଳିପାଳ ପଂଚାୟତ ଚହଟାପଦା ଆଶ୍ରମରୁ ୧କ୍ୱିଂଟାଲ ଗଞ୍ଜେଇ ନାକଟିଦେଉଳ ପୋଲିସ୍ ଜବତ କରିବା ସହ ବାବା ସମେତ ୩ ଜଣକୁ ଧରିବାରେ ସଫଳ ହୋଇଛି। ୨ ଦିନ ତଳେ ଅନୁଗୋଳ ଜିଲ୍ଲା ଆଉଁଳି ଗ୍ରାମର ଦୁଃଶାସନ ସାହୁ, ରାଇପାଳ ଗ୍ରାମର ସୁମନ ସାହୁ ଆଉଁଳି ଗ୍ରାମର ଶିବରାମ ପ୍ରଧାନଙ୍କ ଟେମ୍ପୁରେ…

Read More

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି। ୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ…

Read More

ଭୁବନେଶ୍ବର: ଓଡିଶାକୁ ବସ୍ତି ମୁକ୍ତ କରାଯିବ। ୨୦୨୩ ମସିହା ସୁଦ୍ଧା ଓଡିଶାକୁ ବସ୍ତିମୁକ୍ତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବସ୍ତି ଅଞ୍ଚଳରେ ଉନ୍ନତିକରଣ କରାଯିବ। ୨୯୯୨ ଟି ବସ୍ତିରେ ୭୦ ହଜାର ଲୋକଙ୍କୁ ପଟ୍ଟା ମିଳିବ। ଅନ୍ୟ ଜନବସତି ଅଞ୍ଚଳ ଭଳି ବସ୍ତିରେ ଉନ୍ନତିକରଣକୁ ଗୁରୁତ୍ଵ ଦିଆଯିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଆଲୋକ ଆଦିକୁ ବସ୍ତିଅଞ୍ଚଳରେ ଗୁରୁତ୍ଵ ଦିଆଯିବ। ପୌରାଞ୍ଚଳକୁ ମିଳୁଥିବା ୨୫ ପ୍ରତିଶତ ଅନୁଦାନ ବସ୍ତି ଅଞ୍ଚଳ ପାଇଁ ଖର୍ଚ୍ଚ କରାଯିବ। ଏନେଇ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ଵର ସ୍ଥିତ ୟୁନିଟ-୧ ହାଟକୁ ସିଲ୍ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଗାଇଡଲାଇନ ସତ୍ତ୍ୱେ ହାଟରେ ଜନଗହଳି ଥିବାରୁ ବିଏମସି ସିଲ୍ କରିବାକୁ ବାଧ୍ୟ ହୋଇଛି। ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଖୋଲା ଥିବାର ଆଜି ଦେଖିବାକୁ ମିଳିଥିଲା। ସେପଟେ ଆସନ୍ତା ଦୁଇ ଦିନ ସପ୍ତାହାନ୍ତ ସଟଡାଉନ ଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏସବୁ କାରଣରୁ ୟୁନିଟ-୧ ହାଟକୁ ଜୁଲାଇ ୧ ତାରିଖ ଯାଏଁ ଭୁବନେଶ୍ବର ମହାନଗର ନିଗମ ସିଲ୍ କରିଦେଇଛି। ତେବେ କେବଳ ପରିବା ହାଟ ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ଭିତର ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ସମସ୍ତ ହୋଲସେଲ ଏବଂ ରିଟେଲ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଅହମଦାବାଦ: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମଦାବାଦ ପୋଲିସ ଗିରଫ କରିଛି। ସୋସିଆଲ ମିଡିଆରେ ପାୟଲ ସୋସାଇଟି ଚେୟାରମ୍ୟାନଙ୍କୁ ଗାଳି କରିଥିବା ଅଭିଯୋଗ ହୋଇଥିଲା। ଏହାସହ ସୋସାଇଟିରେ ରହୁଥିବା କିଛି ଲୋକଙ୍କ ସହ ସେ ଝଗଡା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସୋସାଇଟି ଚେୟାରମ୍ୟାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ପରବର୍ତ୍ତୀ ଅବସ୍ଥାରେ ପାୟଲ ତାଙ୍କର ଏହି ପୋଷ୍ଟକୁ ଡିଲେଟ କରିଦେଇଥିଲେ। ସୂଚନା ଅନୁଯାୟୀ, ଜୁନ ୨୦ ତାରିଖରେ ସୋସାଇଟିରେ ଏଜିଏମ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପାୟଲ ଏଜିଏମ ସଦସ୍ୟ ହୋଇନଥିବା ସତ୍ତ୍ୱେ ସେ ବୈଠକକୁ ଆସିଥିଲେ। ଯେତେବେଳେ ତାଙ୍କୁ ଏହି ବୈଠକରେ କିଛି କହିବା ପାଇଁ ମନା କରାଗଲା। ତେବେ ସେଠାରେ ସେ ଝଗଡା କରିବା ଆରମ୍ଭ କରିଦେଇଥିଲେ। ଏହାସହ ପୂର୍ବରୁ ପିଲାମାନଙ୍କ ଖେଳିବାକୁ ନେଇ ମଧ୍ୟ ପାୟଲ ଝଗଡା କରିଥିଲେ। ଏସବୁ ଅଭିଯୋଗ ପରେ ଅହମଦାବାଦ…

Read More

ଭୁବନେଶ୍ବର: ପୂର୍ବ ସୀମାନ୍ତ ରେଳପଥର ଅଲିପୁର ଦୁଆର ରେଳମଣ୍ଡଳ ଅନ୍ତର୍ଗତ ବେଟଗାରା-ଖଲାଇଗ୍ରାମ ଓ ଜଲପାଈଗୁଡ଼ି ରୋଡ଼-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ବନ୍ଧୀୟ ବେଟଗାରା, ଅଲ୍ଟାଗ୍ରାମ୍, ଧୁପଗିରି, ଜଲପାଈଗୁଡ଼ି ରୋଡ୍, ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍ ମାନଙ୍କ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି। ରାଣୀନଗର-ଜଲପାଈଗୁଡ଼ି-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍-ମଠଭଙ୍ଗ- ନ୍ୟୁ କୂଚବିହାର ମାର୍ଗଦେଇ ଚଳାଚଳ କରିବାକୁଥିବା ବିଶେଷ ଟ୍ରେନ: 01. 07030 ସିକନ୍ଦରାବାଦ-ଅଗରତାଲା ସ୍ପେଶାଲ୍ ଟ୍ରେନ ସିକନ୍ଦରାବାଦରୁ 28 ଜୁନ୍, 2021 ତାରିଖ ଦିନ 02. 02510 ଗୌହାଟୀ-ବାଙ୍ଗାଲୋର ବିଶେଷ ଟ୍ରେନ ଗୌହଟିରୁ 27 ରୁ 29 ଜୁନ୍, 2021 ମଧ୍ୟରେ 03. 02514 ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ 1 ଜୁଲାଇ, 2021 ତାରିଖ ଦିନ 04. 02552 କାମାକ୍ଷା-ଯଶୋବନ୍ତପୁର-କାମାକ୍ଷା ବିଶେଷ ଟ୍ରେନ…

Read More

ଭୁବନେଶ୍ବର: ଆଜି ୟୁଜି/ପିଜି ପରୀକ୍ଷାକୁ ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ବୈଠକ ହୋଇଯାଇଛି। ଏହି ବୈଠକରେ ୟୁଜି/ପିଜି ପରୀକ୍ଷାକୁ ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଥିଲା। ଏହି ପରୀକ୍ଷାର ଦାୟିତ୍ଵ ସବୁ ଶିକ୍ଷକଙ୍କୁ ନ୍ୟସ୍ତ କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ କିଭଳି ଅନଲାଇନରେ ପରୀକ୍ଷା ଦେବେ ତାହା ନେଇ ଶିକ୍ଷକମାନେ ଦାୟିତ୍ଵ ନେବେ ବୋଲି କୁହାଯାଇଛି। ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ମେଣ୍ଟର ଦାୟିତ୍ଵ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ କଲେଜର ଶିକ୍ଷକ ଏବଂ ଛାତ୍ରଛାତ୍ରୀ ସଂଖ୍ୟା ଦେଖି ମେଣ୍ଟର ବ୍ୟବସ୍ଥା କରାଯିବ। ପିଲାମାନେ କିଭଳି ଠିକ ଭାବେ ପରୀକ୍ଷା ଦେଇପାରିବେ, ସେଥିପ୍ରତି ମେଣ୍ଟର ମାନେ ଦାୟିତ୍ଵ ନେବେ। ଆଜିଠାରୁ ଏହାର ଦାୟିତ୍ଵ ନେବା ପାଇଁ ଶିକ୍ଷକମାନଙ୍କୁ ଦିଆଗଲା ବୋଲି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖବରର ସକାରାତ୍ମକ ପ୍ରଭାବ ପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ ପାଇଁ ପରିଶେଷରେ ପୂର୍ତ୍ତବିଭାଗ ଅଣ୍ଟା ଭିଡିଛି। ବିଧାରପୁର ଛକରେ ଜଳବନ୍ଦୀ ସମସ୍ୟାକୁ ନେଇ ବାରମ୍ବାର ‘ସମୀକ୍ଷା’ ରେ ଖବର ପ୍ରସାରଣ କରାଯାଇଥିଲା। ଯାହାଦ୍ୱାରା ପ୍ରଶାସନକୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା। ତେବେ ଗତକାଲି ମଧ୍ୟାହ୍ନରେ ପୂର୍ତ୍ତବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ ଏବଂ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀମାନଙ୍କ ସହ ବହୁସମୟ ଧରି ଆଲୋଚନା କରିଥିଲେ। ପରିଶେଷରେ ଉକ୍ତ ସମସ୍ୟାର ଅସ୍ଥାୟୀ ସମାଧାନର ବାଟ କାଢ଼ିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ। ଏହି ପରିପ୍ରେକ୍ଷୀରେ ପୂର୍ତ୍ତବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବିଧାରପୁର ଛକ ଠାରୁ ସାରଳା ବିହାର କେନାଲ ପର୍ଯ୍ୟନ୍ତ…

Read More

ଭୁବନେଶ୍ବର: ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଆକାଶ ପାଠକ ଗିରଫ ହୋଇଥିଲେ। ବୈଦ୍ୟନାଥପୁର ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ ହୋଇଥିଲା। ହେଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଆଜି ଏହି ମାମଲାରେ ଜାମିନ ମିଳିଛି। ଓଡିଶା ଉଚ୍ଚ ନ୍ୟାୟାଳୟ ଆକାଶଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାଠକଙ୍କୁ ଜାମିନ ମିଳିଥିବା ନେଇ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଦଶମ ପରୀକ୍ଷା ଫଳ ସନ୍ଧ୍ୟା ୬ ଟା ପରେ ୱେବସାଇଟରେ ଉପଲବ୍ଧ ହେବ। www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏହାସହ www.bseodisha.nic.in ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ। ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR01<ROLL NO> ଲେଖି ଛାତ୍ରଛାତ୍ରୀମାନେ ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିବ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁତ୍ର ଆଲୋକ କୁମାର ଜେନା କୌଣସିକାରଣ ବଶତଃ ଆଜି ସକାଳେ ନିଜ ଘରେ ବେକରେ ଦଉଡି ଲଗାଇ ଦେଇଥିଲେ। ତେବେ ପରିବାର ଲୋକ ଏହା ଜାଣିଲା ପରେ ତୁରନ୍ତ ଆଲୋକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ବାଲୁଗାଁ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପହଞ୍ଚି ଆଲୋକଙ୍କ ଶବ ଜବତ କରିବା ସହ କେସ ନମ୍ବର ୭/୨୧ରେ  ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛନ୍ତି। ମୃତ୍ୟୁର କାରଣ ଏଯାଏଁ…

Read More

କନ୍ଦର୍ପ ବେହେରା ରେଢାଖୋଲ: ବୋହୁକୁ କିରାସିନୀ ଢାଳି ହତ୍ୟା ଅଭିଯୋଗରେ ଆଜି ନାକଟିଦେଉଳ ଥାନା ବୁଢାକଟା ଗ୍ରାମର ୩ ଜଣକୁ ନାକଟିଦେଉଳ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବୁଢାକଟା ଗ୍ରାମର ଈଶ୍ୱର ଷଣ୍ଢ ବରଗଡ ଜିଲ୍ଲା ଭେଡେନ୍ ଥାନା ରେମଣ୍ଡା ଗ୍ରାମର ଚିତ୍ରୋପ୍ତଳା ନନ୍ଦ ଙ୍କ ଝିଅକୁ ବୈଦିକ ରିତିରେ ବିବାହ କରିଥିଲେ। ତାଙ୍କର ଏକ ଛୋଟ ଶିଶୁ ମଧ୍ୟ ରହିଛି। ଗତ ତା ୪/୬/୨୦୨୧ ରେ କଳ୍ପନା ପଣ୍ଡା କିରାସିନୀ ଢାଳି ଆତ୍ମ ହତ୍ୟା କରିଥିବା ଶାଶୁ ଘର ଲୋକେ ଥାନାରେ ଜଣାଇ ଥିଲେ। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମୃତକା କଳ୍ପନା ପଣ୍ଡାର ମାଆ, ମୋ ଝିଅକୁ ଅଧିକ ଯୈାତୁକ ନ ଦେବାରୁ ତାକୁ ତାର ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ହତ୍ୟା କରିଥିବା ନାକଟିଦେଉଳ ଥାନାରେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୧ ହଜାର ୬୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧ ଲକ୍ଷ ୩୪ ହଜାର ୪୭୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୩ ହଜାର ୩୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୧୨ ହଜାର ୮୬୮ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୦୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ, ବରଗଡ, କଟକ, ନୟାଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ଭଦ୍ରକ, ବୌଦ୍ଧ, ପୁରୀ, ସୁନ୍ଦରଗଡ ଓ ବାଲେଶ୍ଵର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୬ ହଜାର ୪୯୮ ଜଣ। ରାଜ୍ୟରେ ଏବେ ସକ୍ରିୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୬୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୩୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୬ ହଜାର ୪୯୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୧୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୬୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୯୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୦୧ ଜଣ, କଟକ ଜିଲ୍ଲାରୁ ୩୮୨ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ମେଷ – ଆଜି ଧର୍ଯ୍ୟବାନ ହୁଅ, କାରଣ ତୁମର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ଆଣିବ।  ବ୍ୟବସାୟରେ ଲାଭ ଆଜି ଅନେକ ବ୍ୟବସାୟୀଙ୍କ ମୁହଁରେ ଖୁସି ଆଣିପାରେ। ଟେନସନର ସମୟ ରହିବ, କିନ୍ତୁ ପରିବାରର ସହାୟତା ସାହାଯ୍ୟ କରିବ।  ଆଜି ତୁମେ ସବୁଆଡେ ପ୍ରେମ ବିସ୍ତାର କରିବ। ଆଜି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ସକ୍ରିୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦିନ ହେବ। ଲୋକମାନେ ତୁମ ମତାମତ ପାଇଁ ପଚାରିବେ ଏବଂ ତୁମେ ଯାହା କହିବ, ସେମାନେ କୌଣସି ଚିନ୍ତା ନକରି ଏହାକୁ ଗ୍ରହଣ କରିବେ। ଯାତ୍ରା ଆପଣଙ୍କ ପାଇଁ ଉପଭୋଗ୍ୟ ଏବଂ ଅତ୍ୟନ୍ତ ଲାଭଦାୟକ ହେବ। ତୁମର ଜୀବନ ସାଥୀ ଆଜି ତୁମ ପାଇଁ କିଛି ବିଶେଷ କରିବାକୁ ଯାଉଛି। ବୃଷ – ଆଜି ତୁମେ ଶକ୍ତିରେ ପରିପୂର୍ଣ୍ଣ ହେବ ଏବଂ ଏହା ସମ୍ଭବ ଯେ ହଠାତ୍ ତୁମେ ଅର୍ଥ ଲାଭ ପାଇବ । ଯଦି ତୁମେ…

Read More

ଭୁବନେଶ୍ୱର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସାମୁଦ୍ରିକ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ଜଳପଥ ପରିବହନକୁ ସଂପ୍ରସାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ସରକାର ୫ ନଂ ଜାତୀୟ ଜଳପଥ ନେଇ କାର୍ଯ୍ୟ କଲେ ଓଡ଼ିଶାରେ ପରିବହନ ଓ ବନ୍ଦର ବିକାଶ କ୍ଷେତ୍ରରେ ଅଧିକ ଉନ୍ନତି ପରିଲକ୍ଷିତ ହେବା ସହ ତତ୍‌ଜନିତ ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ମନ୍ତ୍ରୀ ବେହେରା ଉଲ୍ଲେଖ କରିଛନ୍ତି । ପ୍ରତିଦ୍ୱନ୍ଦିତାମୂଳକ ବଜାରରେ ଜଳମାର୍ଗ ପରିବହନ ଶିଳ୍ପ ଅଭିବୃଦ୍ଧି ତଥା ବାଣିଜ୍ୟରେ ଅଧିକ ସହାୟକ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ଅଧୀନସ୍ଥ ଉପକୂଳବର୍ତ୍ତୀ ରାଜ୍ୟ ଉନ୍ନୟନ ପରିଷଦର ଅଷ୍ଟାଦଶ ବୈଠକରେ ଅଂଶଗ୍ରହଣ କରି ମନ୍ତ୍ରୀ ବେହେରା ଓଡ଼ିଶାରେ ବନ୍ଦର ସଂଯୋଗୀକରଣ ନେଇ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକ ଉପରେ ସୂଚନା ଦେଇଥିଲେ । ଭାରତୀୟ ବନ୍ଦର…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା, ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି । ଏହାସହିତ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ବିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ । ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତା ସହିତେ…

Read More